ସମ୍ବଲପୁର

ମୃତଦେହ ଉଭାନ ଘଟଣା: ସନ୍ଧାନୀ କୁକୁର ସାହାଯ୍ୟରେ ଠାବ କଲା ପୋଲିସ; ପ୍ରେମ ସମ୍ପର୍କ ନେଇ ହତ୍ୟା

ମୃତଦେହ ଉଭାନ ଘଟଣା: ସନ୍ଧାନୀ କୁକୁର ସାହାଯ୍ୟରେ ଠାବ କଲା ପୋଲିସ; ପ୍ରେମ ସମ୍ପର୍କ ନେଇ ହତ୍ୟା

ଖଡିଆଳ, ୨।୧୨ (ଡି.ଏନ.ଏ)- ନୂଆପଡା ଜିଲା ଖଡିଆଳ ଥାନା ରୋହେନପଦର ଗାଁରେ ମହେଶ ତାଣ୍ଡି ନାମକ ଜଣେ ଯୁବକଙ୍କୁ ହତ୍ୟା ପରେ ମୃତଦେହ ଉଭାନ ହୋଇଥିବା ଘଟଣାରେ ଖଡିଆଳ ପୋଲିସ ଶୁକ୍ରବାର ଦିନ ତମାମ ଛାନଭିନ କରିଥିଲା। ହେଲେ କୌଣସି ସୁରାକ୍‌ ମିଳି ନ ଥିଲା। ପରେ ଛାନ୍‌ଭିନ ପ୍ରକ୍ରିୟାକୁ ତ୍ୱରାନିତ କରି ଶନିବାର ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଜାରିରଖି ମୃତଦେହକୁ ଠାବ କରିବାରେ ସଫଳ ହୋଇଛି। ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି। ପ୍ରେମଜନିତ କାରଣରୁ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି। ଶନିବାର ସନ୍ଧାନୀ କୁକୁର ସାହାଯ୍ୟରେ ଖଡିଆଳ ପୋଲିସ ବଲାଙ୍ଗୀର ଜିଲାର ପଡିଆଜୋର ଗାଁ ମୁଣ୍ଡାଡୋଙ୍ଗରୀ ଜଙ୍ଗଲ ନିକଟସ୍ଥ ଏକନାଳରୁ ହାତଗୋଡ ବନ୍ଧା ଅବସ୍ଥାରେ ମହେଶ୍ୱରଙ୍କ ମୃତଦେହ ଉଦ୍ଧାର କରିଛି। ହତ୍ୟା ଘଟଣାରେ ସମ୍ପୃକ୍ତଙ୍କ ମଧ୍ୟରୁ କ୍ଷେତ୍ରମୋହନ ମାଝି ଓ ମିଣ୍ଟୁ ମାଝିଙ୍କୁ ଗିରଫ କରିଛି। ତଦନ୍ତ ଜାରି ରହିଥିବାବେଳେ ଅଭିଯୁକ୍ତ ଦ୍ୱୟ ଘଟଣା ସ୍ବୀକାର କରିଥିବା ପୋଲିସ କହିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଖଡିଆଳ ଥାନା ଝିତ୍ରିଧୋଡା ଗାଁର ମହେଶ ତାଣ୍ଡି ଅଷ୍ଟମ ପାଠ ପଢିଛନ୍ତି। ତାଙ୍କର ରୋହେନପଦର ଗାଁର ଆଦିବାସୀ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଦୁହିଁଙ୍କ ପ୍ରେମ ଏତେ ନିବିଡ ହେଲା ଯେ, ଦୁହେଁ ଦୁହିଁଙ୍କୁ ବାହାହେବା ପାଇଁ ମନସ୍ଥ କରିଥିଲେ। ଫଳରେ ମିଳାମିଶା ମଧ୍ୟ କରି ଆସୁଥିଲେ। ତେବେ ଯୁବତୀ ଆଦିବାସୀ ଏବଂ ମହେଶ ହରିଜନ ଶ୍ରେଣୀର ହୋଇଥିବାରୁ ଯୁବତୀଙ୍କ ସମ୍ପର୍କିୟମାନେ ବିରୋଧ କରି ତା’ସହିତ ନ ମିଶିବା ପାଇଁ ବାରଣ କରିଆସୁଥିଲେ । ଏହାସତ୍ତ୍ବେ ମଧ୍ୟ ଦୁହେଁ ଖୋଲାଖୋଲି ଭାବେ ମିଳାମିଶା କରିଆସୁଥିଲେ। ତେବେ ଗତ ଗୁରୁବାର ରାତିରେ ମହେଶ ରୋହେନପଦର ଯୁବତୀଙ୍କ ଘରକୁ ଆସିଥିଲେ। ଦୁହିଁଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ଯୁବତୀଙ୍କ ସମ୍ପର୍କୀୟମାନେ ଲୁହାଛଡରେ ଆକ୍ରମଣ କରିଥିଲେ। ଫଳରେ ମହେଶଙ୍କ ମୃତ୍ୟୁ ହୋଇଥିଲା। ବସ୍ତାରେ ହାତଗୋଡ ବାନ୍ଧି ଗାଁରୁ ୪ କିଲୋମିଟର ଦୂର ବଲାଙ୍ଗିର ଜିଲା ଗଡିଆଜୋର ଗାଁର ମୁଣ୍ଡାଡୁଙ୍ଗରୀ ଜଙ୍ଗଲର ଏକ ନାଳରେ ମୃତଦେହ ଫିଙ୍ଗି ପଳାଇ ଆସିଥିବା ସ୍ବୀକାର କରିଥିଲେ। ଏନେଇ ମୃତ ମହେଶ୍ୱରଙ୍କ ସମ୍ପର୍କୀୟ ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଏନେଇ ଖଡିଆଳ ପୋଲିସ ଏକ ମାମଲା (ନଂ. ୨୯୨/୨୦୧୭ ) ରୁଜୁ କରିଥିଲା। ଦିନ ତମାମ ଖୋଜାଖୋଜି କରିଥିଲେ ହେଁ କୌଣସି ସୁରାକ୍‌ ମିଳି ନ ଥିବା ବେଳେ ଶନିବାର ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିଲେ। ହତ୍ୟାକାଣ୍ଡ ଦିନ ପିନ୍ଧିଥିବା ହତ୍ୟାକାରୀ ପ୍ୟାଣ୍ଟ ସାର୍ଟକୁ ପ୍ରଥମେ ସନ୍ଧାନୀ କୁକୁର ଚିହ୍ନଟ କରିଥିବା ବେଳେ ପରେ ମିଣ୍ଟୁ ମାଝିଙ୍କୁ ଚିହ୍ନଟ କରିଥିବା ଜଣାପଡିଛି।

All Right Reserved By

Model This Week

ନିକିତା

ସମ୍ବଲପୁର

ଟ୍ରେନ୍‌ ଯାତ୍ରା ଅସୁରକ୍ଷିତ : ଆଜାଦ ହିନ୍ଦ୍‌ ଏକସ୍‌ପ୍ରେସ୍‌ ଟ୍ରେନ୍‌ରୁ ୬ ବଣ୍ଡଲ ଡିନାମାଇଟ୍‌ ଜବତ

ଟ୍ରେନ୍‌ ଯାତ୍ରା ଅସୁରକ୍ଷିତ : ଆଜାଦ ହିନ୍ଦ୍‌ ଏକସ୍‌ପ୍ରେସ୍‌ ଟ୍ରେନ୍‌ରୁ ୬ ବଣ୍ଡଲ ଡିନାମାଇଟ୍‌ ଜବତ

ଝାରସୁଗୁଡ଼ା ଅଫିସ,୨୦।୪-ଟ୍ରେନ୍‌ ଯାତ୍ରା ଅସୁରକ୍ଷିତ ହୋଇପଡିଛି। କେତେବେଳେ ବିନା ଇଞ୍ଜିନ୍‌ରେ ଟ୍ରେନ୍‌ ପଛକୁ ଗଡି ଚାଲିଯାଉଛି ତ’ କେତେବେଳେ ଟ୍ରେନ୍‌ ଭିତରେ ଅଗ୍ନିକାଣ୍ଡ ଘଟୁଛି। ଗୁରୁବାର ସକାଳେ ଆଉ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ବ୍ରଜରାଜନଗରଠାରେ ଏକସପ୍ରେସ୍‌ ଟ୍ରେନ୍‌ ଆଜାଦ୍‌ ହିନ୍ଦ୍‌ର ଏକ ଅସଂରକ୍ଷିତ ବଗି (ଜେନେରାଲ କମ୍ପାଣ୍ଟମେଣ୍ଟ)ରୁ ୬ ବଣ୍ଡଲ ଡିନାମାଇଟ୍‌ ଜବତ କରାଯାଇଛି।

କେସିଙ୍ଗାରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର

କେସିଙ୍ଗାରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର

କେସିଙ୍ଗା, ୨୦।୪ (ଡି.ଏନ.ଏ)-କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ସମିତିର ସଭାଗୃହଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଦ୍ୱାରା କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ କାମ କରିଥିବା ଶ୍ରମିକଙ୍କୁ ପାରିଶ୍ରମିକ ପ୍ରଦାନ କରାଯାଥିଲା।

ଶହେ ଖାଉଟିଙ୍କୁ ଗ୍ୟାସ୍‌ ସିଲିଣ୍ଡର ପ୍ରଦାନ

ଶହେ ଖାଉଟିଙ୍କୁ ଗ୍ୟାସ୍‌ ସିଲିଣ୍ଡର ପ୍ରଦାନ

ଅତାବିରା/ସରଣ୍ଡା, ୨୦।୪ (ଡି.ଏନ.ଏ)- ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପାହାଡଶ୍ରୀଗିଡାଠାରେ ଶୁକ୍ରବାର ଉଜ୍ଜ୍ୱଳା ଦିବସ ପାଳିତ ହୋଇଯାଇଛି । ଅତାବିରା ସ୍ଥିତ ଇଣ୍ଡିଏନ ଗ୍ୟାସ ପ୍ରୋପାଇଟର ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଆଇଓସିଏଲ

ପୋଖରୀ ଉନ୍ନତିକରଣରେ ଅନିୟମିତତା

ପୋଖରୀ ଉନ୍ନତିକରଣରେ ଅନିୟମିତତା

ଅତାବିରା, ୨୦।୪ (ଡି.ଏନ.ଏ)- ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ଗୁଡିକରେ ଥିବା ପୁରାତନ ପୋଖରୀ, ବନ୍ଧକଟା ଗୁଡିକର ପଙ୍କୋଦ୍ଧାର ବା ଉନ୍ନତିକରଣ କରୁଛନ୍ତି। ହେଲେ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ କାର୍ଯ୍ୟକାରୀ ହେଉନାହିଁ । ବିନା ଯନ୍ତ୍ରୀଙ୍କ ଉପସ୍ଥିତିରେ ଚାଲିଛି କାମ । ବିଭିନ୍ନ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆରଏସ, ସରପଞ୍ଚ ତଥା କେତେକ ନେତାଙ୍କ ଅସାଧୁ ମେଣ୍ଟରେ କାଗଜ କଲମରେ ଚାଲିଛି ପୋଖରୀ କାମ।

୨୩ରୁ ସଡକ ସୁରକ୍ଷା ପ୍ରସ୍ତୁତି

ଟିଟିଲାଗଡ, ୨୦।୪ (ଡି.ଏନ.ଏ.)- ବଲାଙ୍ଗିର ଜିଲା ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ ୨୯ତମ ସଡକ ସୁରକ୍ଷା ସପ୍ତାହ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଗିରିଶଚନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟିଟିଲାଗଡ ଏସଡିପିଓ ସରୋଜ ମହାପାତ୍ରଙ୍କ ସମେତ ୫ଟି ବ୍ଲକର ତହସିଲଦାର, ବ୍ଲକ ଶିକ୍ଷା ଅଧିକାରୀ ତଥା ଟିଟିଲାଗଡ ପୌର ପରିଷଦ, କଣ୍ଟାବାଞ୍ଜି ଏନଏସି, ଅବକାରି ବିଭାଗ, ଡିଏଭି କଲେଜ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଆସନ୍ତା ୨୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଉପଖଣ୍ଡ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି

କୋଶଲି ଭାଷା ସୁରକ୍ଷା ସମିତର ନୂତନ କର୍ମକର୍ତ୍ତା

ଟିଟିଲାଗଡ, ୨୦।୪ (ଡି.ଏନ.ଏ)- ବଲାଙ୍ଗିର ଜିଲା ଟିଟିଲାଗଡ କୋଶଲି ଭାଷା ସୁରକ୍ଷା ସମିତିର ତ୍ରୟ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମିତିର ବାର୍ଷିକ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ ସହ ଅନୁଷ୍ଠାନର ଗଁାକୁ ଚାଲ କାର୍ଯ୍ୟକ୍ରମ ଓ କୋଶଲି ଭାଷା ସାହିତ୍ୟର ପାକ୍ଷିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଛି। ଭାଷା ଅଭିଧାନ ପ୍ରସ୍ତୁତିର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଛି।

ଉଜ୍ୱଳା ଯୋଜନାରେ ୧୫୦ ପରିବାର ମାଗଣାରେ ଗ୍ୟାସ୍‌ ସଂଯୋଗ ପାଇଲେ

ଉଜ୍ୱଳା ଯୋଜନାରେ ୧୫୦ ପରିବାର ମାଗଣାରେ ଗ୍ୟାସ୍‌ ସଂଯୋଗ ପାଇଲେ

ନର୍ଲା, ୨୦।୪(ଡି.ଏନ୍‌.ଏ.)-ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ କଳାହାଣ୍ଡି ଜିଲା ନର୍ଲା ଅଭିଷେକ ଇଣ୍ଡେନ୍‌ ଗ୍ୟାସ୍‌ ଗ୍ରାମୀଣ ବିତରକଙ୍କ ତରଫରୁ ଆଜି ନର୍ଲା ଦୁର୍ଗାମଣ୍ଡପ ପରିସରରେ ନର୍ଲା ବ୍ଲକ୍‌ ଅଧିନସ୍ଥ ବାଗପୁର, ଭାନପୁର, ରାକ୍ସୀ, ନର୍ଲା, ସର୍ଗିଗୁଡା, ରୁପ୍ରାରୋଡ ଓ ଭୀମକେଲା ଆଦି ୭ଟି ଗ୍ରାମ ପଞ୍ଚାୟତରେ ଦାରିଦ୍ର୍ୟତାର ସୀମାରେଖା ତଳେ ବାସ କରୁଥିବା ୧୫୦ ପରିବାରଙ୍କୁ ରନ୍ଧନ ଗ୍ୟାସ୍‌ ଚୁଲା ଓ ସିଲିଣ୍ଡର ବଣ୍ଟନ କରାଯାଇଛି।

୧୦୦ ହିତାଧିକାରୀଙ୍କୁ ରନ୍ଧନ ଗ୍ୟାସ୍‌ ବଣ୍ଟନ

୧୦୦ ହିତାଧିକାରୀଙ୍କୁ ରନ୍ଧନ ଗ୍ୟାସ୍‌ ବଣ୍ଟନ

ମୋହନଗିରି, ୨୦।୪ (ଡି.ଏନ.ଏ.)-କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ମୋହନଗିରିରେ ଉଜ୍ଜ୍ୱଳା ଦିବସ ପାଳନ ଅବସରରେ ୧୦୦ଜଣ ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ ବଣ୍ଟନ କରାଯାଇଛି।

ରିଷିଡ଼ାରେ ଜଳଛତ୍ରର ଦେଖା ନାହଁ

ରିଷିଡ଼ାରେ ଜଳଛତ୍ରର ଦେଖା ନାହଁ

ରିଷିଡ଼ା,୨୦।୪, (ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡାର ରିଷିଡ଼ାରେ କୌଣସି ସ୍ଥାନରେ ଜଳଛତ୍ର ନ ଥିବାରୁ ପଥିକ ତଥା ବସରେ ଯାତାୟତ କରୁଥିବା ଯାତ୍ରୀମାନେ ନାହଁନ ଥିବା ଅସୁବିଧା ଭୋଗୁଛନ୍ତି ।

ଆଞ୍ଚଳିକ ସମସ୍ୟା ନେଇ ଏଡିଏମ୍‌ଙ୍କ ବିଜେଡିର ଦାବପତ୍ର

ରିଷିଡ଼ା,୨୦।୪, (ଡି.ଏନ.ଏ.) - କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବିଜୁ ଯୁବ ଜନତା ଦଳ ତରଫରୁ ୧୭ ଦଫାର ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ଚନ୍ଦ୍ରମଣି ବଡନାୟକଙ୍କୁ ପ୍ରଦାନ କରାଯାଇଛି। ଏନଏସି, ଥାନା,ଏରିଆ ହସ୍‌ପିଟାଲ, ଯୁକ୍ତ ୨ ବିଜ୍ଞାନ ଓ ଆଇଟିଆଇ ମହାବିଦ୍ୟାଳୟ, କଲ୍ୟାଣ ମଣ୍ଡପ, ଶୀତଳ ଭଣ୍ଡାର, ମିନି ଷ୍ଟାଡିୟମ, ବସଷ୍ଟାଣ୍ଡରେ ଶୈାଚାଳୟ ଓ ଅମୃତଧାରା, ସଲଣ୍ଡିଆମୁଣ୍ଡାରେ ପାନୀୟ ଜଳ ଯୋଗାଣ ସଂଯୋଗୀକରଣ, ଗଜବାହାଲ ପଂଚାୟତ ଧଅଂରାଖମନ ଲକ୍ଷ୍ମୀନାଳା ପୋଲ ନିର୍ମାଣ, ଅବୁଜବାହାଲ ଠାରୁ ଟେଟେଙ୍ଗପଦର ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ, ରାଜପୁର ପଂଚାୟତରେ ରାସ୍ତା ଓ ପାନୀୟ ଜଳର ସମାଧାନ, କ

ରିଷିଡାରେ ଚନ୍ଦନଯାତ୍ରା ଆରମ୍ଭ

ରିଷିଡାରେ ଚନ୍ଦନଯାତ୍ରା ଆରମ୍ଭ

ରିଷିଡ଼ା,୨୦।୪, (ଡି.ଏନ.ଏ.) -କଳାହାଣ୍ଡି ଜିଲା ରିଷିଡା କନ୍ଧପଡାସ୍ଥିତ ରାଧାକୃଷ୍ଣ ସାଂସ୍କୃତିକ ସଂସଦ ତରଫରୁ ପ୍ରତିବର୍ଷ ଭଳି ଚଳିତ ଅକ୍ଷୟ ତୃତୀୟାଠାରୁ ଚନ୍ଦନଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ନାଟକ ପରିବେଷିତ ହୋଇଛି।

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ପଡିଲା ତାଲା

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ପଡିଲା ତାଲା

ମଣ୍ଡଳ, ୨୦।୪(ଡି.ଏନ.ଏ.)-କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ କୋଟାଙ୍ଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ହେଲା ଶିକ୍ଷକ ପଦ ଖାଲି ପଡିଛି। ବିଭାଗୀୟ ଅଧିକାରୀ ଏହାକୁ ସମାଧାନ ଦିଗରେ ଧ୍ୟାନ ଦେଉ ନାହାନ୍ତ। ଏହାଦ୍ୱାରା ଶିକ୍ଷା ବାଧାପ୍ରାପ୍ତ ହେଉଛି। ଶେଷରେ ଛାତ୍ରୀଛାତ୍ର ଓ ଅଭିବାବକ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଛନ୍ତି।