Dharitri News
ସମ୍ବଲପୁର

ରାଜନୈତିକ ଚକ୍ରାନ୍ତର ଶିକାର ଦ୍ୱିତୀୟ ବ୍ରାହ୍ମଣୀ ସେତୁ

ରାଜନୈତିକ ଚକ୍ରାନ୍ତର ଶିକାର ଦ୍ୱିତୀୟ ବ୍ରାହ୍ମଣୀ ସେତୁ  ରାଉରକେଲା ଅଫିସ, ୨।୧୨-୧୯୫୫ ମସିହାରେ ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠା କରାଯାଇଥିଲା। ସେଥିପାଇଁ ରାଉରକେଲାକୁ ସଡ଼କ ପଥରେ ସଂଯୋଗ ପାଇଁ ବ୍ରାହ୍ମଣୀ ନଦୀ ଉପରେ ୬୦ ଦଶକରେ ଏକ ସେତୁ ନିର୍ମାଣ କରାଯାଇଥିଲା, ଯାହା ବ୍ରାହ୍ମଣୀ ସେତୁ ନାମରେ ନାମିତ ହୋଇଥିଲା। ଏହି ସେତୁର ସ୍ଥାୟିତ୍ୱ ୧୦୦ ବର୍ଷ ଥିଲା। କିନ୍ତୁ ଧୀରେ ଧୀରେ ଶିଳ୍ପ ସଂସ୍ଥା ବୃଦ୍ଧି ପାଇବା ଫଳରେ ସେହି ସେତୁ ଉପରେ ଆବଶ୍ୟକତାଠାରୁ ଅଧିକ ଭାରିଯାନ ଯାତାୟାତ କଲା। ଏଣୁ ଦିନକୁ ଦିନ ଏହି ସେତୁଟି ଦୁର୍ବଳ ହେବାକୁ ଲାଗିଲା। ତେଣୁ ବିଭିନ୍ନ ସ୍ଥାନରେ ଫାଟ ଦେଖାଗଲା। ଏହାଦ୍ୱାରା ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଲାଗି ରହିଲା। ମରାମତି କରା ଗଲେ ବି ତାହା କାମକୁ ଆସିଲାନାହିଁ। ତେଣୁ ବ୍ରାହ୍ମଣୀ ନଦୀ ଉପରେ ଆଉ ଏକ ସେତୁର ପରିକଳ୍ପନା ୯୦ ଦଶକରେ କରାଗଲା। ସେବେଠାରୁ ଏହାର ସର୍ଭେ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ବିଭିନ୍ନ ଏଜେନ୍ସିକୁ ଦାୟିତ୍ୱ ଦେଲା। ଏଜେନ୍ସିଗୁଡିକ ମଧ୍ୟ ଠିକ୍‌ ସମୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କଲେ। ୨୦୧୨ ମସିହାରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଥିବା ବେଳେ ୮୮୪ କୋଟି ଟଙ୍କା ବ୍ୟୟରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିଲା। ଗେମନ ଇଣ୍ଡିଆ କମ୍ପାନୀ ଏହି ସେତୁର ନିର୍ମାଣ ଦାୟିତ୍ୱ ହାତକୁ ନେଇଥିଲା। କମ୍ପାନୀ ମଧ୍ୟ ରାଉରକେଲା ସିଭିଲ ଟାଉନ୍‌ଶିପରେ ନିଜର କାର୍ଯ୍ୟାଳୟ ଖୋଲି ଯୁଦ୍ଧକାଳୀନ ଭିତ୍ତିରେ ପ୍ରାଥମିକ କାର୍ଯ୍ୟ ସମାପନ କରିଥିଲା। କିନ୍ତୁ ରାଜ୍ୟ ସରକାର ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଟାଳଟୁଳ ନୀତି ଅବଲମ୍ବନ କଲେ। ଫଳରେ ବାଲୁଘାଟ ଓ ପାନପୋଷ ବସ୍ତିବାସିନ୍ଦା ଏହି ପ୍ରକଳ୍ପକୁ ବିରୋଧ କରିଥିଲେ। କମ୍ପାନୀ ରାଜ୍ୟ ସରକାରଙ୍କୁ ଏହା ଜଣାଇଲା, ହେଲେ କିଛି ଲାଭ ହେଲା ନାହିଁ। ଶେଷରେ କମ୍ପାନୀ ୨୦୧୪ ମସିହାରେ ଏହି କାର୍ଯ୍ୟରୁ ଓହରି ଯାଇଥିଲା। ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଥିଲା। ସେତୁ ନିର୍ମାଣ ହେଲେ ଗୋଟିଏ ରାଜନୈତିକ ଦଳ ଫାଇଦା ନେବା ସ୍ପଷ୍ଟ ହେଲା। ପ୍ରକଳ୍ପ କାର୍ଯ୍ୟ କିପରି ନ ହେବ ସେ ନେଇ କେତେକ ରାଜନୈତିକ ଦଳ ଲାଗି ପଡ଼ିଲେ। ଫଳରେ ସେଥିରେ ପେଷି ହେଲେ ରାଉରକେଲାବାସୀ। ୨୦୧୪, ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାରରେ ଆସି ଖୁବଶୀଘ୍ର ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତିର ୧ ବର୍ଷ ପରେ ଅର୍ଥାତ୍‌ ୨୦୧୫ ଏପ୍ରିଲ ୧ରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ରାଉରକେଲା ଆସି ଇସ୍ପାତ କାରଖାନାର ଆଧୁନିକୀକରଣ କାର୍ଯ୍ୟକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ସେହି ସମୟରେ ପୁଣି ଆଶ୍ୱାସନା ଦେଇଥିଲେ ଯେ ବ୍ରାହ୍ମଣୀ ସେତୁ ଖୁବଶୀଘ୍ର ଆରମ୍ଭ ହୋଇ ଶେଷ ହେବ। ହେଲେ ତାଙ୍କ ପ୍ରତିଶ୍ରୁତି ଧୂଅଁାବାଣରେ ପରିଣତ ହେଲାଣି। କାରଣ ଅଦ୍ୟାବଧି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଏହାକୁ ନେଇ ବାଦ ବିବାଦ ବଢ଼ି ଚାଲିଥିଲା। ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ବି ଏହି ସେତୁକୁ ନେଇ ଚିନ୍ତାପ୍ରକଟ କରିଥିଲେ। ଏବେ ପ୍ରକଳ୍ପ ଖର୍ଚ୍ଚ ୧୫ କୋଟିରେ ପହଞ୍ଚିଲାଣି। ଚଳିତବର୍ଷ ଜୁଲାଇ ୨୧ରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ରାଉରକେଲା ଆସି ବାଲୁଘାଟଠାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ କାମ ଖୁବ ଶୀଘ୍ର ଆରମ୍ଭ ହୋଇ ୫ବର୍ଷ ମଧ୍ୟରେ ଶେଷ ହେବ। କିନ୍ତୁ ସେହି ପ୍ରକ୍ରିୟା ଏବେ ବି ମନ୍ଥର ଗତିରେ ଚାଲିଛି। କାମ କେବେ ଆରମ୍ଭ ହେବ ତାହା ସ୍ପଷ୍ଟ ହୋଇନି। ଅନ୍ୟପକ୍ଷେ ବ୍ରାହ୍ମଣୀ ସେତୁ ହିଁ ଆଗାମୀ ନିର୍ବାଚନ ପାଇଁ ଏକ ମୁଖ୍ୟ ଇସ୍ୟୁ ହୋଇପାରେ ବୋଲି ଏଠାରେ ଚର୍ଚ୍ଚା ଜୋର ଧରିଛି। ଏ ନେଇ ବିଧାୟକ ରାୟ କହିଛନ୍ତି, ସେତୁ କାମ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ମୁଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଚିଠି ଲେଖିଛି। ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରିଛି। କାମ ବିଳମ୍ବ ଯୋଗୁ ଆମେ ଲୋକଙ୍କ କ୍ରୋଧର ଶିକାର ହେଉଛୁ। ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର କହିବା କଥା ସ୍ଥାନୀୟ ପ୍ରଶାସନ ଓ ରାଜନେତା ସ୍ଥାନୀୟ ଲୋକଙ୍କ ସହ ସମ୍ପର୍କ ନ ରଖି କାମ ଆରମ୍ଭ କରିବା ଦ୍ୱାରା ଅସ୍ଥିରତା ସୃଷ୍ଟି ହୋଇଛି। ପୂର୍ବତନ ମନ୍ତ୍ରୀ ସାରଦା ନାୟକ କହିଛନ୍ତି, କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବର ଏହା ଏକ ନମୁନା। ସଚେତନ ନାଗରିକ ମଞ୍ଚ ସାଧାରଣ ସମ୍ପାଦକ ପିପି ରାୟ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ରେଳ ଓ ସଡ଼କ ଉପଯୋଗକାରୀ ସଂଘ ସାଧାରଣ ସମ୍ପାଦକ ଅମୂଲ୍ୟ ଚରଣ ବରାଳଙ୍କ ମତରେ ଉଭୟ ସରକାରଙ୍କ ଖାମଖିଆଲ ମନେଭାବ ଯୋଗୁ ସେତୁ ନିର୍ମାଣ ହୋଇପାରୁନାହିଁ। ରାଉରକେଲା ଶକ୍ତିନଗର ଅଞ୍ଚଳର ବୁଦ୍ଧିଜୀବୀ ସଂଗ୍ରାମ ପରିଡ଼ା କହିଛନ୍ତି, ବିଭିନ୍ନ ରାଜନୈତିକ ଦଳ ଏ ନେଇ ଟ୍ରମ୍ପକାର୍ଡ ଖେଳୁଛନ୍ତି।

ସମ୍ବଲପୁର

ତାଳଚେର ହାଣ୍ଡିଧୁଆ ଛକ ନିକଟରେ ସିରିଜ୍‌ ଦୁର୍ଘଟଣା, ୫ ଗୁରୁତର

ତାଳଚେର ହାଣ୍ଡିଧୁଆ ଛକ ନିକଟରେ ସିରିଜ୍‌ ଦୁର୍ଘଟଣା, ୫ ଗୁରୁତର

ତାଳଚେର, ୨୨।୨(ନି.ପ୍ର.): ତାଳଚେର ହାଣ୍ଡିଧୁଆ ଛକ ନିକଟରେ ଗୁରୁବାର ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ କାରଚାଳକଙ୍କ ବେପରୁଆ ଗାଡିଚାଳନା ଯୋଗୁ ଦୁର୍ଘଟଣା ଘଟି ୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ସ୍ଥାନୀୟ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି।

ବଦଳିଲେ ପଦ୍ମପୁର ଏସ୍‌ଡିପିଓ

ବଦଳିଲେ ପଦ୍ମପୁର ଏସ୍‌ଡିପିଓ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବରଗଡ଼ ଜିଲା ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ବଦଳି ହୋଇଛି। ଏ ନେଇ ଗୁରୁବାର ଡିଜିପି ଆର୍‌ ପି ଶର୍ମା ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତାମାଡ଼ ଘଟଣା ପାଇଁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସରକାରୀ ସହାୟତା ସାତସପନ

କୋଳିମାଟି, ୨୧।୨-କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ କୁମଡ଼ ଗ୍ରାମରେ ଅନେକ ଗରିବ ଆଦିବାସୀ ଲୋକ ସରକାରୀ ସହାୟତାରୁ ବଞ୍ଚିତ ହୋଇଛି। ସେମାନଙ୍କ ଲାଗି ରାଶନ କାର୍ଡ ସାତସପନ ହୋଇଛି।

ବରଯାତ୍ରୀ ଭ୍ୟାନ୍‌-ଟ୍ରକ୍‌ ଧକ୍କା: ୨ ମୃତ, ୨୪ ଆହତ

ବରଯାତ୍ରୀ ଭ୍ୟାନ୍‌-ଟ୍ରକ୍‌ ଧକ୍କା: ୨ ମୃତ, ୨୪ ଆହତ

ଜୁନାଗଡ, ୨୧।୨(ଡି.ଏନ୍‌.ଏ/ସ୍ବ.ପ୍ର.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ କାଲୋପଲା ନିକଟରେ ୨୬ନଂ ଜାତୀୟ ରାଜପଥ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ବ୍ୟାଣ୍ଡପାର୍ଟି ସହ ବରଯାତ୍ରୀକୁ ଧରି ନେଉଥିବା ପିକ୍‌ଅପ୍‌ ଭ୍ୟାନ ସହ ଏକ ଟ୍ରକର ମୁହଁ।ମୁହଁ ଧକ୍କା ହୋଇଛି। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଜୟପାଟଣା ବ୍ଲକ ମୁଖିଗୁଡା ପଞ୍ଚାୟତ ମଇପାଣି ଗ୍ରାମର ଗୌତମ ଚଣ୍ଡୀ ଓ ହୃଦାନନ୍ଦ ପୁଟେଲ। ଦୁର୍ଘଟଣାରେ ୨୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ବିଜେପୁର ବିକାଶ ପାଇଁ ବିଜେଡିକୁ ସୁଯୋଗ ମିଳୁ: ମୁଖ୍ୟମନ୍ତ୍ରୀ

ବିଜେପୁର ବିକାଶ ପାଇଁ ବିଜେଡିକୁ ସୁଯୋଗ ମିଳୁ: ମୁଖ୍ୟମନ୍ତ୍ରୀ

ବରଗଡ ଅଫିସ, ୨୧।୨: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗାଇସିଲଟ ପହଞ୍ଚିଛନ୍ତି। ସ୍ଥାନୀୟ ଗଣେଶ ଦାସ ପଡିଆଠାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥିନୀ ରିତା ସାହୁଙ୍କ ଉଦ୍ଦେଶ୍ୟରେ ଆୟୋଜିତ ପ୍ରଚାର ସଭାରେ ଯୋଗ ଦେଇଛନ୍ତି। ଏହି ଅବସରରେ ନବୀନ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ରିତା ସାହୁଙ୍କୁ ତାଙ୍କର ସମର୍ଥନ ଅଛି। ଏବେ ବିଜେପୁରବାସୀଙ୍କର ସହଯୋଗ ଦରକାର। ବିଜେପୁର ବିକାଶ ନିମନ୍ତେ ଚଳିତ ନିର୍ବାଚନରେ ବିଜେଡିକୁ ସୁଯୋଗ ଦିଆଯାଉ।

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ନିରବ ପ୍ରତିବାଦ

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ନିରବ ପ୍ରତିବାଦ

ଜୁନାଗଡ଼, ୨୧।୨(ସ୍ବ.ପ୍ର.): ବିଜେପୁର ଉପ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ କୁମ୍ଭାରୀଠାରେ କରାଯାଇଥିବା ଆକ୍ରମଣକୁ ବିରୋଧକରି ବିଜେଡି ପକ୍ଷରୁ ପୁରୁଣା ବସ ଷ୍ଟାଣ୍ଡ ଗାନ୍ଧୀ ମୂର୍ତ୍ତିଠାରେ ବୁଧବାର ନିରବ ପ୍ରତିବାଦ କରାଯାଉଛି।

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିଲେ ଯୁବକ

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିଲେ ଯୁବକ

ବରଗଡ଼ ଅଫିସ୍‌/ବରପାଲି,୨୦।୨(ଡି.ଏନ.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ନିର୍ବାଚନୀ ପ୍ରଚାରରେ ଆସିଥିବା ବେଳେ ବୁଧବାର ସନ୍ଧ୍ୟାରେ ଅଭାବନୀୟ ଘଟଣା ଘଟିଛି । ନିର୍ବାଚନୀ ସଭାମଞ୍ଚ ଉପରେ ଥାଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ଜଣେ ଯୁବକ ସଭାମଞ୍ଚକୁ ଜୋତା ଫିଙ୍ଗିଥିଲେ। ସମ୍ପୃକ୍ତ ଯୁବକ ଜଣକ ପଦ୍ମପୁର ଥାନା ବୁଧାପାଲି ଗ୍ରାମର କାର୍ତ୍ତିକ ମେହେର ବୋଲି ପୋଲିସ କହିଛି।

ପିଇଲା ପାଏନ୍‌ ଯୁଗାବାରେ ବିଭାଗ୍‌ ବିଫଲ୍‌

ପିଇଲା ପାଏନ୍‌ ଯୁଗାବାରେ ବିଭାଗ୍‌ ବିଫଲ୍‌

ଭେଡ଼େନ,୨୦।୨(ଡି.ଏନ୍‌.ଏ.)-ବରଗଡ଼ ଜିଲା ଭେଡ଼େନ ବ୍ଲକ୍‌ର ଲୁହାଖଣ୍ଡି ଗାଁକେ ଆଏଜ୍‌ତକ୍‌ ପାଇପ୍‌ରେ ପିଇଲା ପାଏନ୍‌ ନାଇଁ ପୁହୁଁଚିପାରି। ଗଲା ତିନ୍‌ ବଛର୍‌ରୁ ଅଧ୍‌କା ହେଲା ଇ ଗାଁକେ ପାଇପ୍‌ ବିଛା ସରିଛେ। ପନ୍‌ଚେତ ଅଫିସ ଆଘେ, ତେନ୍ତୁଲିପଡ଼ା, ଏଲ୍‌ଆଇ ସେଣ୍ଟର ଆଘେ ଆର୍‌ ଗାଁର ଶେଷମୁଡ଼ସାନେ ଷ୍ଟାଣ୍ଡପୋଷ୍ଟ ତିଆରି ସରିଛେ। ପାଖାପାଖି ୮୬

ପରିବାର, ସମାଜ ଲାଗି ଅଦର୍‌କାରି ‘ରାମେ’

ପରିବାର, ସମାଜ ଲାଗି ଅଦର୍‌କାରି ‘ରାମେ’

ଲୋଇସିଂହା,୨୦।୨(ଡି.ଏନ୍‌.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ନୂଆପଡ଼ାର ହେଉଛନ୍‌ ରାମେ କାଣ୍ଡ (୫୫)। ଗଲା ୬ ବଛର ହେଲା ସେ ପକ୍ଷାଘାତରେ ପୀଡ଼ିତ୍‌। ରୁଜ୍‌ଗାର କର୍‌ବାରେ ଅକ୍ଷମ୍‌। ସେଥିର୍‌ଲାଗି ଗଲା ବଛ୍‌ରେ ହେଲା ଘରର୍‌ ଲୋକ ତାହାକୁ ନାନାଦି କେଚ୍‌ କେଚା କରି ଘରୁ ଖେଦି ଦେଇଥିବାର ସେ କହିଛନ୍‌। ନିଏର ଲାଗି ରାମେ ଲୋଇସିଂହା

ବିଜେପୁର ଉପନିର୍ବାଚନ: ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ-ସ୍ମୃତି ଇରାନୀ

ବିଜେପୁର ଉପନିର୍ବାଚନ: ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ-ସ୍ମୃତି ଇରାନୀ

ବରଗଡ଼ ଅଫିସ,୨୦।୨: ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି କ୍ରମରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ରୀତା ସାହୁଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ବରପାଲି ବ୍ଲକ ବଡ଼ଗାଁ ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବା ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ପହଞ୍ଚିଛନ୍ତି।

ହସ୍ପିଟାଲରେ ନିଆଁ ଘଟଣା: ଆଖି ବୁଜିଲେ ଗୁରୁତର ଶିଶୁ

ହସ୍ପିଟାଲରେ ନିଆଁ ଘଟଣା: ଆଖି ବୁଜିଲେ ଗୁରୁତର ଶିଶୁ

ରାଉରକେଲା ଅଫିସ, ୨୦।୨: ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଗୁରୁତର ହୋଇଥିବା ୭ ଦିନର ଶିଶୁପୁତ୍ର ସୋମବାର ବିଳମ୍ବିତ ରାତିରେ ଆଖି ବୁଜିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି ହୋଇଛି। ପ୍ରକାଶ ଯେ, ଗତ ୧୭ ତାରିଖ ଭୋର ୫ଟାରେ ସିଭିଲ୍‌ ଟାଉନ୍‌ରେ ଥିବା ଓମ୍‌ ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା।

ମିନି ଟ୍ରକ୍‌ ଓଲଟି ୩ ମୃତ, ୭ ଗୁରୁତର

ମିନି ଟ୍ରକ୍‌ ଓଲଟି ୩ ମୃତ, ୭ ଗୁରୁତର

କଲମପୁର, ୨୦।୨(ଡି.ଏନ୍‌.ଏ.): ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡା କଲମପୁର ରାସ୍ତାର ବନ୍ଧକନା ମଣ୍ଡି ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ମିନି ଟ୍ରକ ଓଲଟି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ୭ ଗୁରୁତର ହୋଇଛନ୍ତି।