ସମ୍ବଲପୁର

ବିଜେପୁର ଉପନିର୍ବାଚନ: ବିଜେଡ଼ି ବିଜେପୁର ବ୍ଲକ ସଭାପତି ପଦ ଛାଡ଼ିଲେ

ବିଜେପୁର ଉପନିର୍ବାଚନ: ବିଜେଡ଼ି ବିଜେପୁର ବ୍ଲକ ସଭାପତି ପଦ ଛାଡ଼ିଲେ

ବରଗଡ଼ ଅଫିସ୍‌/ବିଜେପୁର,(ଡି.ଏନ୍‌.ଏ.)୨।୧୨-
ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। ଏ ନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି। ମାତ୍ର ଉପନିର୍ବାଚନକୁ ନେଇ ଯେଭଳି ଘଡ଼ିକେ ଘୋଡ଼ା ଛୁଟୁଛି, ତାହା କେବଳ ରାଜନୈତିକ ସମୀକରଣକୁ ବଦଳାଉଛି, ତାହା ନୁହେଁ, ଏହା ବିଭିନ୍ନ ଦଳର ରାଜନେତାଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ରବିବାର ବିଜେପୁରରେ ବିଜେଡ଼ିର ମିଶ୍ରଣ ପର୍ବ ରହିଛି। ଏଥିରେ ପୂର୍ବତନ ଭାଜପା ଜିଲା ସଭାପତି ନାରାୟଣ ସାହୁ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକଭାବେ ବିଜେଡ଼ିରେ ଯୋଗଦେବେ। ତେବେ ଏହାର ଠିକ୍‌ ଦିନକ ପୂର୍ବରୁ ଶନିବାର ବିଜେଡ଼ିର ବିଜେପୁର ବ୍ଲକ ସଭାପତି ରାଧେଶ୍ୟାମ ମହାପାତ୍ର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଦଳୀୟ କର୍ମୀଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇ ନ ଥିବା ସତ୍ତ୍ବେ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ଜଣାଇ ଦଳର ପ୍ରାର୍ଥିନୀ ରୀତା ସାହୁଙ୍କ ପ୍ରତି ସମସ୍ତ ବିଜେଡ଼ି କର୍ମୀଙ୍କ ସମର୍ଥନ ରହିଛି। କିନ୍ତୁ ଉପନିର୍ବାଚନରେ ମୂଳ ବିଜେଡ଼ି କର୍ମୀଙ୍କୁ ଅଣଦେଖା କରାଯାଇ କଂଗ୍ରେସର କେତେକ ଠିକାଦାରଙ୍କୁ ଦଳ ଗୁରୁତ୍ୱ ଦେଉଥିବା ପ୍ରତିବାଦରେ ସେ ପଦବୀରୁ ଇସ୍ତଫା ଦେଇଥିବା ଏଥିରେ ଉଲ୍ଲେଖ କରିଛନ୍ତି। ମହାପାତ୍ରଙ୍କ ଇସ୍ତଫା ବିଜେପୁର ରାଜନୀତିକୁ ଓଲଟ୍‌ପାଲଟ୍‌ କରିଦେଇ ଥିବାବେଳେ ମିଶ୍ରଣ ପର୍ବର ଦିନକ ପୂର୍ବରୁ ବିଜେଡ଼ିର ରହିଥିବା ଅନ୍ତର୍ଦ୍ୱନ୍ଦ୍ୱ ପଦାରେ ପଡ଼ିଛି। ଅପରପକ୍ଷେ ମହାପାତ୍ରଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ, ବରଂ ତାଙ୍କ ଇସ୍ତଫା ପରେ ବିଜେପୁର ନିର୍ବାଚନ ମଣ୍ଡଳୀର ତୃଣମୂଳସ୍ତରରେ କାମ କରୁଥିବା ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ, ଖୁସିର ବାତାବରଣ ଖେଳି ଯାଇଛି ବୋଲି ବିଜେଡ଼ି ଜିଲା ଉପସଭାପତି ଜନାର୍ଦ୍ଦନ ପାଣିଗ୍ରାହୀ କହିଛନ୍ତି। ସେ ଆହୁରି କହିଛନ୍ତି, ମହାପାତ୍ର ସଭାପତି ପଦବୀରେ ରହିଥିଲେ ହେଁ ଦଳୀୟ ସାଙ୍ଗଠନିକ କାର୍ଯ୍ୟରେ ସକ୍ରିୟ ନ ଥିଲେ। ଗତ କିଛିମାସ ହେଲା, ଦଳୀୟ କାର୍ଯ୍ୟରେ ନିଜକୁ ଦୂରେଇ ରଖୁଥିଲେ। ଫଳରେ ଗତ ପ୍ରାୟ ମାସେ ତଳେ ସ୍ଥାନୀୟ ବିଜେଡ଼ି କର୍ମୀଙ୍କୁ ନେଇ ଦଳର ଏକ ବୈଠକ ବସିଥିଲା ଏବଂ ମହାପାତ୍ରଙ୍କୁ ସଭାପତି ପଦବୀରୁ ଅପସାରଣ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏପରିକି ଏହି ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିଲା ବୋଲି ପାଣିଗ୍ରାହୀ କହିଛନ୍ତି। ଫଳରେ ମହାପାତ୍ରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କୌଣସି କାର୍ଯାନୁଷ୍ଠାନ ନେବା ଭୟରେ ଆଗତୁରା ଏଭଳି ଇସ୍ତଫା ପ୍ରଦାନ କରିଛନ୍ତି ଏବଂ ତାଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ପାଣିଗ୍ରାହୀ କହିଛନ୍ତି। ଅନ୍ୟପକ୍ଷେ ଆଗକୁ କୌଣସି ଦଳରେ ଯୋଗଦେବେ କି ବୋଲି ମହାପାତ୍ରଙ୍କୁ ପଚାରିବାରୁ ବର୍ତ୍ତମାନ ତାଙ୍କର ସେଭଳି ଅଭିପ୍ରାୟ ନ ଥିବା ସେ କହିଛନ୍ତି।

All Right Reserved By

Model This Week

ନିକିତା

ସମ୍ବଲପୁର

ରାଜ୍ୟ ପୋଲିସ ଭଲିବଲ: ମୟୂରଭଞ୍ଜ, ସମ୍ବଲପୁର, କୋରାପୁଟ ବିଜୟୀ

ରାଜ୍ୟ ପୋଲିସ ଭଲିବଲ: ମୟୂରଭଞ୍ଜ, ସମ୍ବଲପୁର, କୋରାପୁଟ ବିଜୟୀ

ସମ୍ବଲପୁର, ୨୧।୪ (ବ୍ୟୁରୋ)- ୭୫ତମ ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌-୨୦୧୮ ଶନିବାର ଦ୍ୱିତୀୟ ଦିବସ ମ୍ୟାଚ ସମ୍ବଲପୁର ରିଜର୍ଭ ପୋଲିସ ପଡିଆସ୍ଥିତ ୩ଟି ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏଥିରେ ମୟୂରଭଞ୍ଜ, ପ୍ରଥମ ଏସଏସବିଏମ୍‌ ସମ୍ବଲପୁର, ଓଏସଏପି ପଞ୍ଚମ ବାଟାଲିୟନ୍‌ ବିପିଡି, ଅନୁଗୋଳ, ୱାଇଏସ୍‌ଏଫ୍‌ ଭୁବନେଶ୍ୱର, ପ୍ରଥମ ଆଇଆରବିଏନ୍‌ କୋରାପୁଟ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି।

ଜୟନାରାୟଣ ଅସୁସ୍ଥ, ଚିକିତ୍ସା ପାଇଁ ବୁର୍ଲା ନିଅାଗଲା

ଜୟନାରାୟଣ ଅସୁସ୍ଥ, ଚିକିତ୍ସା ପାଇଁ ବୁର୍ଲା ନିଅାଗଲା

ସୋହେଲା,୨୧୪ (ଡି.ଏନ.ଏ.) ବନାବିରା ଗୁଳିକାଣ୍ଡ ଓ ଡିଲେଶ୍ୱର ସାହୁ ହତ୍ୟା ମାମଲାରେ ଗିରଫ ହୋଇ ବରଗଡ଼ ଜିଲା ସୋହେଲା ଉପକାରାଗାରରେ ଥିବା ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଅସୁସ୍ଥ ହୋଇପଡିଛନ୍ତି ଫଳରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ସନ୍ଧ୍ୟାରେ ତାଙ୍କୁ କଡା ସୁରକ୍ଷା ମଧ୍ୟରେ ବୁର୍ଲା ଡାକ୍ତରଖାନାକୁ ନିଅାଯାଇଛି ଗତ ଦୁଇଦିନ ତଳେ ଜୟନାରାୟଣ ଅସୁସ୍ଥ ହୋଇ ପଡିଥତ୍ଲେ ଜେଲ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉଚ୍ଚତର ଚିକିତ୍ସାର ଅାବଶ୍ୟକତା ରହିଥିବା ଜଣାଇବା ପରେ ଜେଲ କର୍ତ୍ତୃପକ୍ଷ ସ୍ଥାନୀୟ କୋର୍ଟରେ ଦରଖାସ୍ତ ଦେବା ପରେ ମାଜିଷ୍ଟ୍ରେଟ ଅାବେଦନକୁ ମଞ୍ଜୁର କରିଥତ୍ଲେ

ସମସ୍ୟା ଘେରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ

ଖଡ଼ିଆଳ,୨୧।୪(ଡି.ଏନ୍‌.ଏ.)- ସିବିଏସଇ ଢାଞ୍ଚାରେ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିଛନ୍ତି। ହେଲେ ଖଡ଼ିଆଳ ବ୍ଲକରେ ଏହି ବିଦ୍ୟାଳୟ ସ୍ଥାପନକୁ ୩ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ହେଁ ସମସ୍ୟାଗୁଡ଼ିକର ସମାଧାନ ହୋଇପାରି ନାହିଁ।

ପୌର କାର୍ଯ୍ୟାଳୟ କାନ୍ଥରେ ଦାବିପତ୍ର ଲଟକାଇଲେ

ପୌର କାର୍ଯ୍ୟାଳୟ କାନ୍ଥରେ ଦାବିପତ୍ର ଲଟକାଇଲେ

ବରଗଡ଼ ଅଫିସ୍‌,୨୧। ୪- ବରଗଡ଼ ପୌର ପରିଷଦର ବିଭିନ୍ନ ସମସ୍ୟା ନେଇ ଶନିବାର ଭାଜପା ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ସୁଶାନ୍ତ ରାଉତଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ରରେ ଭାଜପା ପକ୍ଷରୁ ବିଭିନ୍ନ ସମସ୍ୟାର ତୁରନ୍ତ ପ୍ରତିକାର ଦାବି କରାଯାଇଛି।

ଏଟିଏମ ଟଙ୍କାଶୂନ୍ୟ ଘଟଣାର ପ୍ରତିବାଦ: ଷ୍ଟେଟବ୍ୟାଙ୍କ ସମ୍ମୁଖରେ ବିଜେଡ଼ିର ଧାରଣା

ଏଟିଏମ ଟଙ୍କାଶୂନ୍ୟ ଘଟଣାର ପ୍ରତିବାଦ: ଷ୍ଟେଟବ୍ୟାଙ୍କ ସମ୍ମୁଖରେ ବିଜେଡ଼ିର ଧାରଣା

ବରଗଡ଼ ଅଫିସ୍‌,୨୧। ୪- ଦେଶରେ ଅନେକ ଏଟିଏ ଟଙ୍କାଶୂନ୍ୟ ହୋଇ ପଡ଼ିଛି। ଫଳରେ ଦେଶବ୍ୟାପି ଆର୍ଥିକ ପରିସ୍ଥିତି ଉପୁଜିଛି। ଏଥିପାଇଁ ଲୋକେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ଶନିବାର ବରଗଡ଼ ବିଜେଡ଼ି ପକ୍ଷରୁ ବରଗଡ଼ ସହରର ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଧାରଣା ଦିଆଯାଇ ତାର ପ୍ରତିବାଦ କରାଯାଇଥିଲା।

ଓକିଲଙ୍କ ଘରୁ ଚୋରି

ଓକିଲଙ୍କ ଘରୁ ଚୋରି

ସୋହେଲା,୨୧।୪(ଡି.ଏନ.ଏ.)- ସୋହେଲା-ପଦ୍ମପୁର ରୋଡସ୍ଥିତ ଓକିଲ ହାରାଧନ ବାଞ୍ଜିଙ୍କ ଘରୁ ୩୦ହଜାର ଟଙ୍କା ଓ ସୁନା ଗହଣା ଚୋରି ହୋଇଥିବା ନେଇ ଥାନାରେ ଶୁକ୍ରବାର ଅଭିଯୋଗ ହୋଇଛି।

ନାବଳିକା ବଳାତ୍କାର ମାମଲାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ନାବଳିକା ବଳାତ୍କାର ମାମଲାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ବରଗଡ଼ ଅଫିସ,୨୧।୪- ବରଗଡ଼ ଟାଉନ ଥାନା ଅଧୀନ ଘୁଲିପାଲିରେ ୨୦୧୪ରେ ଘଟିଥିବା ବହୁ ଚର୍ଚ୍ଚିତ ନାବାଳିକା ବଳାତ୍କାର ମାମଲାର ଶନିବାର ରାୟ ପ୍ରକାଶ ପାଇଛି। ବରଗଡ଼ ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ) ପ୍ରଣବ କୁମାର ପାତ୍ର ମାମଲାର ବିଚାର କରି ଅଭିଯୁକ୍ତ ଘୁଲିପାଲି ଗ୍ରାମର ପରଦେଶୀ ସାହୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ତୁଷୁରା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବିଜେଡିର ପ୍ରତିବାଦ

ଗୁଡ଼ଭେଲା,୨୧।୪(ଡି.ଏନ୍‌.ଏ.)- କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନାରେ ଅପାରଗତା ବିରୋଧରେ ରାଜ୍ୟରେ ବ୍ୟାଙ୍କ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଥିବା ବେଳେ ଗୁଡ଼ଭେଲା ବ୍ଲକ ଓ ତୁଷୁରା ଏନଏସିରେ ବିଜେଡି ପକ୍ଷରୁ ଶନିବାର ତୁଷୁରା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ୨ ଘଣ୍ଟା ଧରି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରାଯାଇଛି। ତୁଷୁରା ଏନ୍‌ଏସି ଅଧ୍ୟକ୍ଷା ଭାଗ୍ୟଶ୍ରୀ ନାଗ, ପୃଥିରାଜ ନନ୍ଦ, ଭିକାରୀ ରଣା, ପ୍ରତାପ ହୋତା, ବୃନ୍ଦାବନ ମେହେର ପ୍ରମୁଖ ଭାଜପା ଶାସିତ କେନ୍ଦ୍ର ସରକାରଙ୍କ ବିରୋଧରେ ବିଶେଦଗାର କରିଥିଲେ।

ମନମୁଖି ମନୋନୟନ ପରୀକ୍ଷା: ପ୍ରଚଣ୍ଡ ଖରାରେ ପରୀକ୍ଷାର୍ଥୀ, ଅଭିଭାବକ ମହଲରେ ଉତ୍ତେଜନା

ମନମୁଖି ମନୋନୟନ ପରୀକ୍ଷା: ପ୍ରଚଣ୍ଡ ଖରାରେ ପରୀକ୍ଷାର୍ଥୀ, ଅଭିଭାବକ ମହଲରେ ଉତ୍ତେଜନା

ଦେଓଗାଁ,୨୧।୪(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକସ୍ଥିତ ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ ଓ ଜରାସିଂହା ନେତ୍ରଭାନୁ ହାଇସ୍କୁଲ ଦୁଇଟି କେନ୍ଦ୍ରରେ ଶନିବାର ଅନୁଷ୍ଠିତ ହୋଇଛି ଜବାହାର ନବୋଦୟବିଦ୍ୟାଳୟ ମନୋନୟନ(ଜେଏନବିଏସଟି) ପରୀକ୍ଷା। ସରକାର ଖରାକୁ ଆଖିଆଗରେ ରଖି ସକାଳୁଆ ସ୍କୁଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ମନମୁଖି ବିଭାଗୀୟ ନିଷ୍ପତ୍ତି ଯୋଗୁ ୪୪ ଡିଗ୍ରୀରୁ ଊର୍ଦ୍ଧ୍ୱ ପ୍ରଚଣ୍ଡ ଖରାରେ ଅବ୍ୟବସ୍ଥାରେ ଶତାଧିକ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ପରୀକ୍ଷା ଦେବା ପାଇଁ ଅପେକ୍ଷା କରିବାକୁ ନେଇ ଅଭିଭାବକ ତଥା ସାଧାରଣରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା।

ବାଳିକା ବିଦ୍ୟାଳୟରେ ସମ୍ମାନ ସମାରୋହ

ସମ୍ବଲପୁର,୨୧।୪(ବ୍ୟୁରୋ)- ସମ୍ବଲପୁର ବାଳିକା ବିଦ୍ୟାଳୟର ସମ୍ମାନ ସମାରୋହ ଶନିବାର କ୍ଷେତରାଜପୁର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ସନ୍ତୋଷ କୁମାର ହୋତାଙ୍କ ପରିଚାଳନାରେ ଉତ୍ସବ ହୋଇଥିଲା। ସ୍କୁଲ ପ୍ରବନ୍ଧନ କମିଟି ଟ୍ରଷ୍ଟି ମାଙ୍ଗେଲାଲ ଅଗ୍ରୱାଲ, ସଭାପତି ପ୍ରଭାସ ଚନ୍ଦ୍ର ଅଗ୍ରୱାଲ, ସମ୍ପାଦକ ମଙ୍ଗତୁରାମ ଅଗ୍ରୱାଲ, ଜୟଦୟାଲ ଅଗ୍ରୱାଲ, ପ୍ରଦୀପ କାଶ୍ମିରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିଥିଲେ।

ଜନାର୍ଦ୍ଧନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ର ପ୍ରସଙ୍ଗ: ୨୬ରୁ ମହିଳାଙ୍କ ଆମରଣ ଅନଶନ ଚେତାବନୀ

ଜନାର୍ଦ୍ଧନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ର ପ୍ରସଙ୍ଗ: ୨୬ରୁ ମହିଳାଙ୍କ ଆମରଣ ଅନଶନ ଚେତାବନୀ ସମ୍ବଲପୁର,୨୧।୪(ବ୍ୟୁରୋ)- ସମ୍ବଲପୁର ବୈଦ୍ୟନାଥ ଛକ ସ୍ଥିତ ଡ. ଜନାର୍ଦ୍ଧନ ପୁଜାରୀ ମାତୃମଙ୍ଗଳ କେନ୍ଦ୍ର ପ୍ରସୂତୀ ବିଭାଗରେ ସମସ୍ୟା ରହିଛି । ୨୫ ତାରିଖ ସୁଦ୍ଧା ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ସମସ୍ୟାର ସମାଧାନ ନେଇ ଦାବି କରାଯାଇଛି। ଦାବି ପୂରଣ ନ ହେଲେ ୨୬ ତାରିଖରୁ ଅଞ୍ଚଳର ମହିଳାମାନେ ମାତୃମଙ୍ଗଳ କେନ୍ଦ୍ର ସମ୍ମୁଖରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି।

ବାଳିକା ବିଦ୍ୟାଳୟରେ ସମ୍ମାନ ସମାରୋହ

ସମ୍ବଲପୁର,୨୧। ୪(ବ୍ୟୁରୋ)- ସମ୍ବଲପୁର ବାଳିକା ବିଦ୍ୟାଳୟର ସମ୍ମାନ ସମାରୋହ ଶନିବାର କ୍ଷେତରାଜପୁର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ସନ୍ତୋଷ କୁମାର ହୋତାଙ୍କ ପରିଚାଳନାରେ ଉତ୍ସବ ହୋଇଥିଲା। ସ୍କୁଲ ପ୍ରବନ୍ଧନ କମିଟି ଟ୍ରଷ୍ଟି ମାଙ୍ଗେଲାଲ ଅଗ୍ରୱାଲ, ସଭାପତି ପ୍ରଭାସ ଚନ୍ଦ୍ର ଅଗ୍ରୱାଲ, ସମ୍ପାଦକ ମଙ୍ଗତୁରାମ ଅଗ୍ରୱାଲ, ଜୟଦୟାଲ ଅଗ୍ରୱାଲ, ପ୍ରଦୀପ କାଶ୍ମିରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିଥିଲେ।