ସମ୍ବଲପୁର

ବିଫଳତାରେ ବିଚଳିତ ନ ହେଲେ ସଫଳତା ମିଳେ: ଡ୍ୟାନ୍ସର, କୋରିଓଗ୍ରାଫର ଅମରଦୀପ

ବିଫଳତାରେ ବିଚଳିତ ନ ହେଲେ ସଫଳତା ମିଳେ: ଡ୍ୟାନ୍ସର, କୋରିଓଗ୍ରାଫର ଅମରଦୀପ
ଝାରସୁଗୁଡା ଅଫିସ,୨।୧୨- ବାରମ୍ବାର ବିଫଳତା ମଣିଷକୁ ବିଚଳିତ କରିଦିଏ। ଏପରି କି ଲକ୍ଷ୍ୟ ପଥରୁ ହଟିବାକୁ ମଣିଷକୁ ବାଧ୍ୟ କରାଏ। କିନ୍ତୁ ବିଫଳତାରେ ବିଚଳିତ ନ ହୋଇ ଆଗକୁ ବଢିଲେ ଶେଷରେ ସଫଳତା ମିଳେ ବୋଲି କହିଛନ୍ତି ଲୋକପ୍ରିୟ ଡ୍ୟାନ୍ସର ତଥା କୋରିଓଗ୍ରାଫର ଅମରଦୀପ ସିଂହ। ଡ୍ୟାନ୍ସ ପ୍ଲସ୍‌-୩ର ଉପବିଜେତା ଅମରଦୀପ ସିଂହ ୨ଦିନିଆ ଝାରସୁଗୁଡ଼ା ଗସ୍ତରେ ଆସି ଶନିବାର ଗଣମାଧ୍ୟମକୁ ନିଜର ସଫଳତା ସଂକ୍ରାନ୍ତରେ ଏହା କହିଛନ୍ତି। ଦୀର୍ଘ ୧୨ ବର୍ଷ ଧରି କରିଥିବା କଠୋର ପରିଶ୍ରମ ଏବଂ ନିରନ୍ତର ଚେଷ୍ଟାର ଫଳ ଆଜି ତାଙ୍କୁ ମିଳିଛି। ବାରମ୍ବାର ବିଭିନ୍ନ ଡ୍ୟାନ୍ସ କାର୍ଯ୍ୟକ୍ରମରେ ବିଫଳତା ପରେ ମଧ୍ୟ ମା’ ଏବଂ ବାପା ନୃତ୍ୟ ଏବଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ତାଙ୍କୁ ପ୍ରେତ୍ସାହିତ କରିଥିଲେ। ତେଣୁ ନିଜର ସଫଳତାର ସମସ୍ତ ଶ୍ରେୟ ନିଜ ମା’ ଏବଂ ବାପାଙ୍କୁ ଦେଇଛନ୍ତି ବୋଲି ଅମରଦୀପ କହିଛନ୍ତି। ଦେଶର କୋଣ ଅନୁକୋଣରେ ଅନେକ ନୃତ୍ୟ ପ୍ରତିଭା ଲୁକ୍କାୟିତ ଭାବେ, ସୁଯୋଗ ଅପେକ୍ଷାରେ ଏବଂ ସହାୟତା ଆଶାରେ ରହିଛନ୍ତି। ସେମାନଙ୍କ ପାଖରେ ପହଞ୍ଚିବା ଏବଂ ନିଜ ସଫଳତାର ମନ୍ତ୍ର ପ୍ରଦାନ କରିବା ସହ ଡ୍ୟାନ୍ସ ସମ୍ପର୍କିତ ଜ୍ଞାନ ପ୍ରଦାନ କରିବା ଉଦ୍ଦେଶ୍ୟରେ ସେ ଅଭିଯାନ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମର ନାମ ରଖିଛନ୍ତି ‘ପୈସା କମ୍‌ ଡ୍ୟାନ୍ସ ଜ୍ୟାଦା’। ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର ବିଭିନ୍ନ ସହରକୁ ଯାଇ ସେଠାକାର ପ୍ରତିଭାଙ୍କୁ ଭେଟିବେ। ଡ୍ୟାନ୍ସ ଭିତ୍ତିକ ରିଆଲିଟି ସୋ ପାଇଁ ଆବଶ୍ୟକ ଟିପ୍ପଣୀ ଦେବେ, ଡ୍ୟାନ୍ସ ଅଡିଶନ ପାଇଁ କ’ଣ ଆବଶ୍ୟକତା, ବିଚାରପତିଙ୍କ ମନୋଭାବ ଛୁଇଁଲା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସେ ନୂତନ ପ୍ରତିଭାଙ୍କୁ ଟିପ୍ସ ଦେବେ। ପ୍ରଥମେ ବମ୍ବେରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଦ୍ୱିତୀୟରେ ଝାରସୁଗୁଡ଼ା ଏବଂ ଏହା ପରେ ସେ କର୍ନାଟକ ଯିବାର କାର୍ଯ୍ୟକ୍ରମ ରହିଛି। ଝାରସୁଗୁଡ଼ା ସହରକୁ ସେ ବମ୍ବେ ସହ ତୁଳନା କରିଛନ୍ତି। ଝାରସୁଗୁଡ଼ା ଛୋଟିଆ ସହର ହେଲେ ମଧ୍ୟ ବମ୍ବେ ଭଳି ଏଠାରେ ମାର୍କେଟ, ମଲ୍‌, ଅନ୍ତର୍ଜାତୀୟସ୍ତରର ବ୍ରାଣ୍ଡ୍‌ ହେଟେଲ ରହିଛି। ଶନିବାର ଏବଂ ରବିବାର ୮ ଘଣ୍ଟା ଏଠାକାର ପ୍ରତିଭାଧାରୀଙ୍କୁ ନୃତ୍ୟଶିକ୍ଷା ଦେବେ ଅମରଦୀପ। ଅନ୍ତର୍ଜାତୀୟ ମାନବାଧିକାର ଫେଡେରେଶନ୍‌ ଏବଂ ପ୍ରଫେସନାଲ ଡ୍ୟାନ୍ସ ଆକାଡେମୀ ଦ୍ୱାରା ଏହି କର୍ମଶାଳା ଆୟୋଜନ କରାଯାଉଛି। ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଫେଡେରେଶନର କର୍ମକର୍ତ୍ତା ରବିନ ପାଣ୍ଡେ, ଆଶିଷ ବଧାନ, ଅରବିନ୍ଦ ବାରିକ, ଦେବିନ୍‌ ୟାଦବ, ସମୀର ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ।
All Right Reserved By

ସମ୍ବଲପୁର

ଗଛମୂଳରୁ ମୃତଦେହ ଉଦ୍ଧାର

ଗଛମୂଳରୁ ମୃତଦେହ ଉଦ୍ଧାର

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁରର ଏକ ରାଇସ ମିଲ ନିକଟ ଗଛମୂଳରୁ ମଙ୍ଗଳବାର ପୋଲିସ ଏକ ଗଳିତ ଶବ ଉଦ୍ଧାର କରିଛି । ମୃତଦେହଟି ପଚିଯାଇ ଥିବାବେଳେ ଏପର୍ଯ୍ୟନ୍ତ ପରିଚୟ ମିଳି ପାରି ନାହିଁ । 

ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସଦର ଥାନା ଅନ୍ତର୍ଗତ ଏସ.ଡୁମ୍ବେରପାଲି ନିକଟ ଏକ ବିଲରୁ ମଙ୍ଗଳବାର ସକାଳୁ ଜଣେ ଲୋକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି ।

ପାଣିରେ ଭାସି ଜୀବନ ହାରିଲେ ଯୁବକ

ପାଣିରେ ଭାସି ଜୀବନ ହାରିଲେ ଯୁବକ

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସହରର ଘରୋଇ ବସଷ୍ଟାଣ୍ଡ କଡରେ ବହି ଯାଇଥିବା କେନାଲ ପାଣିରେ ଭାସି ଯାଇ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

କାନଭାସରେ ମା’ ଦୁର୍ଗାଙ୍କ ଛବି

କାନଭାସରେ ମା’ ଦୁର୍ଗାଙ୍କ ଛବି

ସମ୍ବଲପୁର, ୧୬।୧୦ (ବ୍ୟୁରୋ): ଗୋବିନ୍ଦତୋଲା ପୂଜା ମଣ୍ଡପ ପରିସରରେ କାନଭାସରେ ମା’ ଦଶଭୁଜାଙ୍କ ଚିତ୍ର ଦେଖିବାକୁ ମିଳିଛି। 

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ସମ୍ବଲପୁର,୧୬।୧୦(ବ୍ୟୁରୋ): ସମ୍ବଲପୁର ସହର ଅଇଁଠାପାଲି ଥାନା ଅନ୍ତର୍ଗତ ଫାଟକ ଡେଲି ମାର୍କେଟରେ ସୋମବାର ସକାଳ ସାଢ଼େ ୭ଟାରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି।

୨୦ ହଜାର ହେକ୍ଟର ଜମିରେ ମରୁଡ଼ି

୨୦ ହଜାର ହେକ୍ଟର ଜମିରେ ମରୁଡ଼ି

ଝାରସୁଗୁଡ଼ା ଅଫିସ,୧୬।୧୦: ଜିଲାରେ ମରୁଡ଼ି ସ୍ଥିତି ଗମ୍ଭୀର। ଢିପ ଜମିରେ ହୋଇଥିବା ଧାନ ଫସଲ ମରୁଡ଼ି ସମ୍ମୁଖୀନ ହୋଇଥିବା ବେଳେ ବର୍ତ୍ତମାନ ଖାଲୁଆ ଜମି ମଧ୍ୟ ମରୁଡ଼ି ଆଶଙ୍କା ଦେଖାଦେଲାଣି। 

୨୫ ଏକର ଧାନଚାଷ ନଷ୍ଟ

୨୫ ଏକର ଧାନଚାଷ ନଷ୍ଟ

ଦେଓଗାଁ,୧୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ଅଧୀନ ନୂଆଁପାଲିର ଜନୈକ ଚାଷୀଙ୍କ ୨୫ ଏକର ଧାନ ତିତ୍‌ଲି ପ୍ରଭାବରେ ତଳେ ପଡି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। 

ତିତ୍‌ଲି  ପ୍ରଭାବରେ ଆଖୁଚାଷ କ୍ଷତିଗ୍ରସ୍ତ

ତିତ୍‌ଲି ପ୍ରଭାବରେ ଆଖୁଚାଷ କ୍ଷତିଗ୍ରସ୍ତ

ଗୁଡ଼ଭେଲା,୧୬।୧୦(ଡି.ଏନ୍‌.ଏ.): ତିତଲି ପ୍ରଭାବରେ ଗୁଡ଼ଭେଲା ବ୍ଳକରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। 

ରାଜସ୍ଥାନୀ ବାସ୍ତୁକଳା ମୁଖ୍ୟ ଆକର୍ଷଣ

ରାଜସ୍ଥାନୀ ବାସ୍ତୁକଳା ମୁଖ୍ୟ ଆକର୍ଷଣ

ବଲାଙ୍ଗୀର ଅଫିସ, ୧୬।୧୦: ସ୍ବତନ୍ତ୍ର କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି, ମେଢ଼, ତୋରଣ ଓ ସାଜସଜ୍ଜା ପାଇଁ ସହରରେ ବେଶ୍‌ ଚର୍ଚ୍ଚିତ ଜଗନ୍ନାଥପଡ଼ା ସାର୍ବଜନୀନ ଦୁର୍ଗାପୂଜା ୨୮ବର୍ଷରେ ପଦାର୍ପଣ କରିଛି।

କେନ୍ଦ୍ର, ରାଜ୍ୟ ସରକାରଙ୍କ ଲୋକମାରଣ ନୀତିର ପ୍ରତିବାଦ

କେନ୍ଦ୍ର, ରାଜ୍ୟ ସରକାରଙ୍କ ଲୋକମାରଣ ନୀତିର ପ୍ରତିବାଦ

ଭବାନୀପାଟଣା,୧୬।୧୦ (ଡି.ଏନ.ଏ.): କଳାହାଣ୍ଡି ଜିଲା କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକ ମାରଣ ନୀତି ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଏକ ବିରାଟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।

ବର୍ଷେ ହେଲା ବିଛଣାରେ ବୁଟି

ବର୍ଷେ ହେଲା ବିଛଣାରେ ବୁଟି

ଜୁନାଗଡ,୧୬।୧୦(ଡି.ଏନ.ଏ.): ଗତ ବର୍ଷେ ହେଲା ପକ୍ଷଘାତ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡିରହିଛନ୍ତି କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମହିଚଲା ଗ୍ରାମର ବୁଟି ବେମାଲ (୫୨)।

ବଡ଼ଯାଆଙ୍କ ହତ୍ୟା ଷଡ଼ଯନ୍ତ୍ର  ରଚିଥିଲେ ସାନ ଯାଆ

ବଡ଼ଯାଆଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ ସାନ ଯାଆ

ଜୁନାଗଡ,୧୬।୧୦ (ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ଥାନା ଅନ୍ତର୍ଗତ ମାଟିଗାଁ ପଞ୍ଚାୟତ ପ୍ରଗତିନଗରଠାରେ ଗତ ଫେବୃୟାରୀ ୧୮ ତାରିଖ ସନ୍ଧ୍ୟା ୮ଟାରେ ରାସ୍ତା କଡରେ ଏକ ଘରେ ଏକୁଟିଆ ଥିବା ମହିଳାଙ୍କୁ ହତ୍ୟା ଘଟଣାର ଦୀର୍ଘ ୮ ମାସ ପରେ ପର୍ଦ୍ଦାଫାଶ କରିଛି କ୍ରାଇମ ବ୍ରାଞ୍ଚ ପୋଲିସ।