ସମ୍ବଲପୁର

ଟିପ୍ପର ଧକ୍କାରେ ସାଇକେଲ ଆରୋହୀ ମୃତ, ରାସ୍ତାରୋକୋ

ଟିପ୍ପର ଧକ୍କାରେ ସାଇକେଲ ଆରୋହୀ ମୃତ, ରାସ୍ତାରୋକୋ
ବଣାଇଁ,୨।୧୨(ସ୍ବ.ପ୍ର.)- ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ନରେନ୍ଦ୍ର ସେତୁ ଉପରେ ଶନିବାର ଅପରାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସାଇକେଲ ଆରୋହୀଙ୍କ ଜୀବନ ଯାଇଛି। ମୃତକଙ୍କୁ ଚିହ୍ନଟ କରାଯାଇଛି। ସେ ହେଲେ ନିଳାମ୍ବର କିସାନ(୪୨)। ଘର ନରେନ୍ଦ୍ର ଗ୍ରାମରେ। ଗମଲେଇ ସାପ୍ତାହିକ ବଜାରରୁ ପରିବାପତ୍ର ନେଇ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ପଛପଟୁ ଆସୁଥିବା ଏକ ଟିପ୍ପର (ନଂ.ଓଆର ୧୪ଆର-୦୯୩୦) ତାଙ୍କୁ ଧକ୍କା ଦେଇ ଚଢିଯାଇଥିଲା। ଦୁର୍ଘଟଣା ଏତେ ବିଭତ୍ସ ଥିଲା ଯେ ମୃତକଙ୍କ ଶରୀର ଚିହ୍ନିବା କଷ୍ଟକର ହୋଇପଡିଥିଲା। ଏହି ଖବର ପ୍ରଚାରିତ ହେବା ପରେ ନରେନ୍ଦ୍ର ଗ୍ରାମବାସୀ ଦୁର୍ଘଟଣାସ୍ଥଳକୁ ଛୁଟିଥିଲେ। ମୃତକ ସେହି ଗ୍ରାମର ହୋଇଥିବା ଚିହ୍ନଟ ହେବାପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲେ ହେଁ ଉତ୍ତେଜନା ବଳବତ୍ତର ରହିଛି। ୧୪୩ ନମ୍ବର ଜାତୀୟ ରାଜପଥରେ ଯାନାବହାନ ଚଳାଚଳ ବନ୍ଦ ରହିଛି। ମାଜିଷ୍ଟ୍ରେଟ ଭାବେ ବଣାଇଁ ତହସିଲଦାର ବିରାଜ ଲାକ୍ରା ସେଠାରେ ପହଞ୍ଚି ରେଡକ୍ରସ ତରଫରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ସହାୟତା ପ୍ରତିଶୃତି ଦେବାପରେ ମଧ୍ୟ ଗ୍ରାମବାସୀ ଦୁର୍ଘଟଣା ଘଟାଇଥିବା ଟିପ୍ପର ଗାଡ଼ିର ମାଲିକ ଦୁର୍ଘଟଣାସ୍ଥଳକୁ ନ ଆସିବା ପର୍ଯ୍ୟନ୍ତ ମୃତଦେହ ଉଠାଇବାକୁ ଦେବୁ ନାହିଁ ବୋଲି ଜିଦ୍‌ରେ ଅଟଳ ରହିଛନ୍ତି। ଟିପ୍ପରର ମାଲିକ ରାଉରକେଲା ଅଞ୍ଚଳର ଦେଓଗାଁସ୍ଥିତ ଧବଳେଶ୍ୱର ମାକେର୍ଟର ଗଣେଷ କୁମାର ସାହୁ ବୋଲି ଜଣାପଡିଛି। ପୋଲିସ ତାଙ୍କୁ ଯୋଗାଯୋଗ କରି ଡାକାଇଥିଲେ ହେଁ ସେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ପହଞ୍ଚି ନ ଥିବାରୁ କ୍ଷତାକ୍ତ ମରଶରୀର ରାସ୍ତାରେ ପଡ଼ି ରହିଛି।
All Right Reserved By

ସମ୍ବଲପୁର

ଉଷାଦେବୀ ମେମୋରିଆଲ କ୍ରିକେଟ:  ସୋନପୁର ଚାମ୍ପିୟନ

ଉଷାଦେବୀ ମେମୋରିଆଲ କ୍ରିକେଟ: ସୋନପୁର ଚାମ୍ପିୟନ

ଉଲୁଣ୍ଡା, ୧୩।୧୨ (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କେସିସି କୁକିଆ ପକ୍ଷରୁ ଆୟୋଜିତ ହେଉଥିବା ଦ୍ୱିତୀୟ ଉଷାଦେବୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଟାଇଟଲ ହାସଲ କରିଛି ଏସଡିସିଏ ସୋନପୁର। ଫାଇନାଲ ମ୍ୟାଚରେ  ସୋନପୁର ଦଳ ଜେସିସି ବଡମାଳକୁ ପରାସ୍ତ କରିଛି ।

ଜିଲା ଦାବି ଆନ୍ଦୋଳନ, ସାମିଲ ହେଲେ କନ୍ଦେଇ ପଞ୍ଚାୟତବାସୀ

ଜିଲା ଦାବି ଆନ୍ଦୋଳନ, ସାମିଲ ହେଲେ କନ୍ଦେଇ ପଞ୍ଚାୟତବାସୀ

 କଣ୍ଟାବାଞ୍ଜି, ୧୩ା୧୨(ଡି.ଏନ.ଏ.): କଣ୍ଟାବାଞ୍ଜି ଜିଲା ଦାବିକୁ ସମର୍ଥନ ଜଣାଇ ଚାଲିଥିବା ଧାରଣାରେ ଗୁରୁବାର ତୁରେକେଲା ବ୍ଲକର ଉପାନ୍ତ  କନ୍ଦେଇ ପଞ୍ଚାୟତର ଜନସାଧାରଣ ସାମିଲ ହୋଇଛନ୍ତି। 

ହାତୀ ବାଡି ବଗିଚା ନଷ୍ଟ କଲା

ହାତୀ ବାଡି ବଗିଚା ନଷ୍ଟ କଲା

ବଡଗାଁ, ୧୩।୧୨ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ବଡଗାଁ ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । କିଛି ଦିନ ହେଲା ୧୭ଟି ହାତୀ ଥିବା ପଲରୁ କେତେକ ହାତୀ ମହାବୀର ପର୍ବତରେ ଥିଲାବେଳେ କେତେକ ହାତୀ ୩ଭାଗ ହୋଇ ଉପଦ୍ରବ କରୁଥିବାରୁ ବନ କର୍ମଚାରୀଙ୍କ ପାଇଁ ଘଉଡାଇବା କଷ୍ଟକର ହେଉଛି । ବୁଧବାର ରାତି ସାଢ଼େ ୧୧ଟାରେ କୁଲଗା ଗ୍ରାମରେ ହାତୀ ପଶି ଉପଦ୍ରବ କରିଥିଲା ବେଳେ ମହାବୀର ପର୍ବତ ତଳି କୁରେଇବଗା ଗ୍ରାମରେ ରାତି ଗୋଟାଏରେ ୨ଟି ହାତୀ ବାଡି 

ଓଡିଆ ପୁରାଣ-ସାହିତ୍ୟ ହିଁ ଓଡିଆ ଜାତିର ଜୀବନବେଦ

ଓଡିଆ ପୁରାଣ-ସାହିତ୍ୟ ହିଁ ଓଡିଆ ଜାତିର ଜୀବନବେଦ

ବୀରମହାରାଜପୁର, ୧୩।୧୨(ଡି.ଏନ୍‌.ଏ.) 

ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଓଡିଆ ପୂରାଣ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜର ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇତିହାସ ବିଭାଗ ମୁଖ୍ୟ ଡ. ହିମାଂଶୁ ଶେଖର ପାଢୀ ପୌରୋହିତ୍ୟ କରିଥିଲେ। ପ୍ରାରମ୍ଭରେ ଓଡିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ସୂର୍ଯ୍ୟନାରାୟଣ ପଣ୍ଡା ସଂପାନର ଆଭିମୁଖ୍ୟ ପ୍ରକାଶ କରିଥିବା ବେଳେ ଅଧ୍ୟାପକ ସଞ୍ଜୟ କୁମାର ପଧାନ, 

ଗାଡି ମଡ଼ାଇ ସାବତ ମା’ଙ୍କୁ ହତ୍ୟା : ବାପପୁଅ ଗିରଫ

ଗାଡି ମଡ଼ାଇ ସାବତ ମା’ଙ୍କୁ ହତ୍ୟା : ବାପପୁଅ ଗିରଫ

ଲହୁଣୀପଡା, ୧୩।୧୨ (ଡି.ଏନ.ଏ)- ସୁନ୍ଦରଗଡ଼  ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଗୌଡଣୀପୋଷ ଆମଚାତି ପୋଲ ନିକଟରେ ଗତ ୨୦ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣାର ରହସ୍ୟ ଉନ୍ମୋଚିତ  ହୋଇଛି। ଦୁର୍ଘଟଣାରେ ମୃତ ଅଚିହ୍ନା ମହିଳାଙ୍କ ପରିଚୟ ମିଳିଛି। ସେ ହେଲେ ଆକିଲା ଖାତୁନ (୩୦)। ଏହା ଦୁର୍ଘଟଣା ନୁହେଁ, ଯୋଜନା ବଦ୍ଧ ଭାବେ ସାବତ ପୁଅ ଏମଡି ନଇମ (୨୬) ଟ୍ରକ୍‌ ଚଢ଼େଇ ସାବତ ମା’ଙ୍କୁ ହତ୍ୟା କରି ଫେରାର 

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀ ମୃତ

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀ ମୃତ

ଦେବଗଡ଼, ୧୩।୧୨(ସ୍ବ.ପ୍ର.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଲାଇମୁରା ଅଞ୍ଚଳ ମୟୂରଡିମା ଗ୍ରାମରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁବାର ଏକ ମାଈ ହାତୀର ମୃତ୍ୟୁ ଘଟିଛି। 

ଝାରସୁଗୁଡ଼ାରେ ଶିଶୁ ଯତ୍ନ ୟୁନିଟ୍‌ ଯାଞ୍ଚ କଲେ କେନ୍ଦ୍ରୀୟ ଏନ୍‌ସିପିସିଆର୍‌ ଟିମ୍‌

ଝାରସୁଗୁଡ଼ାରେ ଶିଶୁ ଯତ୍ନ ୟୁନିଟ୍‌ ଯାଞ୍ଚ କଲେ କେନ୍ଦ୍ରୀୟ ଏନ୍‌ସିପିସିଆର୍‌ ଟିମ୍‌

ଝାରସୁଗୁଡ଼ା ଅଫିସ,୧୩।୧୨: ଢେଙ୍କାନାଳ ଜିଲା ଗୁଡ୍‌ ନିଉଜ୍‌ ଇଣ୍ଡିଆରେ ଯୌନ ଶୋଷଣ ପରେ ରାଜ୍ୟରେ ଥିବା ସମସ୍ତ ଶିଶୁ ପରିଚର୍ଯ୍ୟା ଗୃହରେ ଯାଞ୍ଚ କରାଯାଉଛି। ଗୁରୁବାର ଝାରସୁଗୁଡ଼ା ଜିଲାରେ ଥିବା ଦୁଇଟି ଶିଶୁ ଯତ୍ନ ୟୁନିଟ୍‌କୁ କେନ୍ଦ୍ରୀୟ ଏନ୍‌ସିପିସିଆର୍‌ ଟିମ୍‌ ପରିଦର୍ଶନ କରି ଯାଞ୍ଚ କରିଛି। 

ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ: ସହଯୋଗର ହାତ ବଢାଇଲେ ଜିଲାପାଳ

ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ: ସହଯୋଗର ହାତ ବଢାଇଲେ ଜିଲାପାଳ

ଅତାବିରା/ଭେଡେନ, ୧୩।୧୨(ଡି.ଏନ.ଏ.): ବରଗଡ-ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥର ପିସିବ୍ରିଜଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ଆହତ ହୋଇଥିବା ଜଣେ ବ୍ୟକ୍ତି ଦୀର୍ଘ ୩ ମାସ ହେଲା ଗୁରୁତର ହୋଇପଡିଛନ୍ତି।

ଓଲଟିଲା ବସ୍‌: ଜଣେ ମୃତ, ଅନେକ ଆହତ

ଓଲଟିଲା ବସ୍‌: ଜଣେ ମୃତ, ଅନେକ ଆହତ

ବୌଦ୍ଧ, ୧୩।୧୨ (ଡି.ଏନ.ଏ)- ବୌଦ୍ଧ ଜିଲାର ପୁରୁଣା କଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର କରଡାକୋଠାଠାରେ ବୁଧବାର ବିଳମ୍ବିତ ରାତିରେ ଏକ ବେସରକାରୀ ଯାତ୍ରୀବାହି ବସ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି।

ବିଜ୍ଞାନ,ଗଣିତ ଓ ପରିବେଶ ସମ୍ପର୍କୀତ ପ୍ରଦର୍ଶନୀ: ୧୦ ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ

ବିଜ୍ଞାନ,ଗଣିତ ଓ ପରିବେଶ ସମ୍ପର୍କୀତ ପ୍ରଦର୍ଶନୀ: ୧୦ ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ

ଦେବଗଡ, ୧୩।୧୨(ସ୍ବ.ପ୍ର) -ଦେବଗଡ ପୌରାଞ୍ଚଳ ପୁରୁଣାଗଡ ସ୍ଥିତ ଟାଉନ ଉଚ୍ଚ ବିଦ୍ୟାଳୟଠାରେ ଜିଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ୮ମ ଜିଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଏବଂ ଇନ୍ସପାୟାର ଏୱାର୍ଡ ୨୦୧୮ ବୁଧବାର ଅନୁଷ୍ଠିତ ହୋଇଯାଇଛି। 

ଦେବଗଡ଼ ଜିଲା ବିଜେଡିର କାର୍ଯ୍ୟକାରିଣୀ କମିଟି ବୈଠକ

ଦେବଗଡ଼ ଜିଲା ବିଜେଡିର କାର୍ଯ୍ୟକାରିଣୀ କମିଟି ବୈଠକ

ଦେବଗଡ,୧୩।୧୨(ସ୍ବ.ପ୍ର.) - ବିଜେଡିର ଜିଲା କାର୍ଯ୍ୟକାରିଣୀ କମିଟି ବୈଠକ ସ୍ଥାନୀୟ ପ୍ରଧାନପାଟସ୍ଥିତ ବସନ୍ତ ନିବାସ ଡାକବଙ୍ଗଳାଠାରେ ଜିଲା ସଭାପତି ସୁଧୀର କୁମାର କପରଦାରଙ୍କ ସଭାପତିତ୍ୱରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। 

ତିଲେଇବଣି ବ୍ଲକରେ ଭାଜପାର ଜନପରାମର୍ଶ ପଦଯାତ୍ରା

ତିଲେଇବଣି ବ୍ଲକରେ ଭାଜପାର ଜନପରାମର୍ଶ ପଦଯାତ୍ରା

ଦେବଗଡ,୧୩।୧୨(ସ୍ବ.ପ୍ର.) -ଦେବଗଡ ଜିଲା ଭାଜପା ପକ୍ଷରୁ ତିଲେଇବଣି ବ୍ଲକରେ ଜନପରାମର୍ଶ ପଦଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଅରୁଣ ସାହୁଙ୍କ ନେତୃତ୍ୱରେ ଏହା ଅନୁଷ୍ଠିତ ହୋଇଥିଲା।