ସମ୍ବଲପୁର

ବୀରମହାରାଜପୁରରେ ବରିଷ୍ଠ ଦେୱାନୀ ତଥା ସହକାରୀ ଦୌରାଜଜ୍‌ କୋର୍ଟ ଉଦ୍‌ଘାଟିତ

ବୀରମହାରାଜପୁରରେ ବରିଷ୍ଠ ଦେୱାନୀ ତଥା ସହକାରୀ ଦୌରାଜଜ୍‌ କୋର୍ଟ ଉଦ୍‌ଘାଟିତ

ବୀରମହାରାଜପୁର/ଅମରପାଲି, ୨।୧୨(ଡି.ଏନ.ଏ.)-କୋର୍ଟ ଓ ଓକିଲଙ୍କ ମଧ୍ୟରେ ସମନ୍ବୟ ରହିବା ଉଚିତ। ଏହା ତ୍ୱରିତ ନ୍ୟାୟ ପ୍ରଦାନରେ ସହାୟକ ହୋଇଥାଏ। ସଦାସର୍ବଦା ସକାରାତ୍ମକ ଚିନ୍ତାଧାରା ରହିବା ଆବଶ୍ୟକ। ଓକିଲମାନେ ଆଇନଜ୍ଞ ହିସାବରେ ଆଇନର ଗବେଷଣା ଏବଂ ଆଇନଜୀବୀ ହିସାବରେ ମହକିଲଙ୍କୁ ନ୍ୟାୟ ପ୍ରଦାନ କରିବାରେ ବ୍ରତୀ ହୁଅନ୍ତୁ। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ବରିଷ୍ଠ ଦେୱାନୀ ତଥା ସହକାରୀ ଦୌରାଜଜ୍‌ ଅଦାଲତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଚିତ୍ତରଞ୍ଜନ ଦାଶ ଏହା କହିଛନ୍ତି। ସମ୍ମାନିତ ଅତିଥି ଭାବେ ମାଡ୍ରାସ ହାଇକୋର୍ଟର ବିଚାରପତି ଶତୃଘ୍ନ ପୂଜାହାରୀ ଯୋଗଦେଇ କହିଛନ୍ତି ଯେ, ଧର୍ମ ରକ୍ଷତି ରକ୍ଷିତଃ। ଯିଏ ଧର୍ମକୁ ରକ୍ଷା କରେ ଧର୍ମ ତାହାକୁ ରକ୍ଷା କରେ। ବୀରମହାରାଜପୁର ସବ୍‌ଜଜ୍‌ କୋର୍ଟ ସ୍ଥାପନ ହେବା ଦ୍ୱାରା ଲୋକଙ୍କ ଦ୍ୱାରଦେଶରେ ନ୍ୟାୟ ପହଞ୍ଚତ୍ ପାରିବ। ଅନ୍ୟତମ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡଙ୍ଗୀ କହିଛନ୍ତି ଯେ, ବାର ଓ ବେଞ୍ଚ ମଧ୍ୟରେ ଉଚିତ ସମନ୍ବୟ ରକ୍ଷା ହୋଇ ପାରିଲେ ଗୁଣାତ୍ମକ ନ୍ୟାୟ ପ୍ରଦାନରେ ସହାୟକ ହେବ। ଅନ୍ୟତମ ଅତିଥି ହାଇକୋର୍ଟ ବିଚାରପତି ସୁଜିତ ନାରାୟଣ ପ୍ରସାଦ କହିଲେ ଯେ, ଆଜି ବି ଓଡ଼ିଶାରେ ୬୦ରୁ ୭୦ କି.ମି. ଦୂରତାରେ କୋର୍ଟଗୁଡିକ ଅଛି ଯାହା ଆଶ୍ଚର୍ଯ୍ୟଜନକ। ଏହାକୁ ପ୍ରତ୍ୟେକଙ୍କ ଦ୍ୱାରଦେଶରେ ପହଞ୍ଚାଇବାର ଆବଶ୍ୟକତା ରହିଛି । ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ସଂଘର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରି ପୌରୋହିତ୍ୟ କରିବା ସହିତ ସ୍ବାଗତ ସଂଭାଷଣ ପ୍ରଦାନ କରିଥିଲେ। ଏହି ସଭାରେ ସଂଘ ସମ୍ପାଦକ ସୁରେଶ ପ୍ରସାଦ ପଣ୍ଡା ସଂଘ ପକ୍ଷରୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଓକିଲ ଗଣପତି ପଣ୍ଡା ସଭାରେ ସଂଯୋଜନା କରିଥିବା ବେଳେ ବରିଷ୍ଠ ଆଇନଜୀବୀ କାର୍ତ୍ତିକ ପ୍ରସାଦ ତରିଆ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ଏକ ଭବ୍ୟ ଶୋଭାଯାତ୍ରାରେ ଅତିଥିମାନଙ୍କୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନିଆଯାଇଥିଲା। ଅଦାଲତ ଉଦ୍‌ଘାଟନ ପରେ ନବ ନିଯୁକ୍ତ ବିଚାରପତି ମାନସ ରଞ୍ଜନ ରଥ ଅଦାଲତ କାର୍ଯ୍ୟ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଦୌରାଜଜ୍‌ ନମିତା ପଣ୍ଡା, ସୁବର୍ଣ୍ଣପୁର ଜିଲାପାଳ ଦାଶରଥି ଶତପଥୀ, ଆରକ୍ଷୀ ଅଧୀକ୍ଷକ ପ୍ରଫୁଲ୍ଲ କୁମାର ପାତ୍ର, ଉପଜିଲାପାଳ ଗୋପୀନାଥ ସାରକାଙ୍କ ସମେତ ଜିଲାର ପ୍ରମୁଖ ପଦାଧିକାରୀ ଓ ଓକିଲମାନେ ଯୋଗଦେଇଥିଲେ। ନୂତନ ଅଦାଲତ ଉଦ୍‌ଘାଟିତ ହେବା ପରେ ସୋନପୁରରୁ ୨୭୨ଟି ଦେୱାନୀ, ୨୫ଟି ଫୌଜଦାରି ଓ ୯୩ଟି ଏକଜିକ୍ୟୁସନ୍‌ ମାମଲା ଏହି ଅଦାଲତକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ପ୍ରଥମ ଦିନରେ ୧୧ଟି ସୁଟ୍‌ ଦାଏର ହୋଇଥିବା ସୂଚନା ମିଳିଛି ।

All Right Reserved By

Model This Week

ନିକିତା

ସମ୍ବଲପୁର

ରବିଚାଷରେ ପୁଣି ଚକଡ଼ା ଦାଉ

ରବିଚାଷରେ ପୁଣି ଚକଡ଼ା ଦାଉ

ସମ୍ବଲପୁର,୨୨।୪(ବ୍ୟୁରୋ)-ଗତ ଖରିଫ ଋତୁ ଧାନ ଫସଲ ଚକଡା ପୋକରେ ନଷ୍ଟ ହୋଇ ଚାଷୀ ସର୍ବଶାନ୍ତ ହୋଇଯାଇଥିଲେ। ଚଳିତ ରବି ଚାଷରେ ପୁଣି ଚକଡା ପୋକର ଦାଉ ଆରମ୍ଭ ହୋଇ ଗଲାଣି। ଜିଲାର ୩ଟି ବ୍ଲକରେ ୬୪୫ ହେକ୍ଟର ଜମି ପ୍ରଭାବିତ ହୋଇଥିବା କୃଷି ବିଭାଗ କହିଛି। ମାନେଶ୍ୱରରେ ୨୦ ଚାଷୀଙ୍କ ୧୨୧ ହେକ୍ଟର, ଯୁଯୁମୁରାରେ ୨୦ ଚାଷୀଙ୍କ ୧୪୬ ହେକ୍ଟର

ମଙ୍ଗଳ ବିଭାଗରେ ଅମଙ୍ଗଳ କାର୍ଯ୍ୟ

ମଙ୍ଗଳ ବିଭାଗରେ ଅମଙ୍ଗଳ କାର୍ଯ୍ୟ

କୁଆଁରମୁଣ୍ଡା, ୨୨।୪(ଡି.ଏନ.ଏ.)- ତଫସିଲଭୁକ୍ତ ଜାତି/ଜନଜାତି ବିଭାଗର ଛାତ୍ରୀଛାତ୍ରମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ମଙ୍ଗଳ ବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ ଏହି ବିଭାଗର କାର୍ଯ୍ୟକାରିତାକୁ ଦେଖିଲେ ପ୍ରକୃତରେ ଛାତ୍ରୀଛାତ୍ରଙ୍କର ମଙ୍ଗଳ ପାଇଁ ଥିବା ପରି ମନେହେଉନାହିଁ। ଛାତ୍ରୀଛାତ୍ରଙ୍କ ପାଠପଢାଠାରୁ ଆରମ୍ଭ କରି ରହିବା

ଭବାନୀପାଟଣାରେ ଓଡ଼ିଶା ରାଜ୍ୟ ପରିବର୍ତ୍ତନ ଯାତ୍ରା

ଭବାନୀପାଟଣାରେ ଓଡ଼ିଶା ରାଜ୍ୟ ପରିବର୍ତ୍ତନ ଯାତ୍ରା

ଭବାନୀପାଟଣା,୨୨।୪(ଡି.ଏନ୍‌.ଏ.)- ଓଡ଼ିଶା ରାଜ୍ୟ ପରିବର୍ତ୍ତନ ଯାତ୍ରା ରଥ ରବିବାର ସଦର ମହକୁମା ଭବାନୀପାଟଣାଠାରେ ପହଞ୍ଚିଥିଲା। ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବି.ଏମ୍‌. ହାଇସ୍କୁଲ ପଡ଼ିଆରେ ଏକ ସଭା ଆୟୋଜିତ ହୋଇଯାଇଛି। ୧୮ ବର୍ଷ ହେଲା ବିଜେଡି ନେତୃତ୍ୱାଧୀନ ସରକାର ଓଡ଼ିଶାରେ ଶାସନ କରୁଥିଲେ ହେଁ ସବୁ ପ୍ରକାର

ଟାଙ୍ଗରପାଲିରେ ଅଗ୍ନିକାଣ୍ଡ: ଜଳିଗଲା କାର, ୨ ବାଇକ୍‌

ଟାଙ୍ଗରପାଲିରେ ଅଗ୍ନିକାଣ୍ଡ: ଜଳିଗଲା କାର, ୨ ବାଇକ୍‌

ରାଉରକେଲା ଅଫିସ,୨୨।୪- ଟାଙ୍ଗରପାଲି ଥାନା ଅନ୍ତର୍ଗତ ସେକ୍ଟର-୨୨ରେ ରବିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଏକ କାର୍‌ ଓ ୨ଟି ବାଇକ୍‌ ଭସ୍ମୀଭୂତ ହୋଇଯାଇଛି। ଶ୍ରୀକୁମାର ସାହୁଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଶ୍ରୀକୁମାରଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଆର୍‌ଏସ୍‌ପିର ଦୁଇଟି, ଆଇଡିଏଲ୍‌ର ଗୋଟିଏ ଓ ଓଡ଼ିଶା ଅଗ୍ନିଶମ ବିଭାଗର

ରାଷ୍ଟ୍ରୀୟ ଲୋକ ଅଦାଲତ: ୧୪ ମାମଲାର ଆପୋସ ସମାଧାନ

ରାଷ୍ଟ୍ରୀୟ ଲୋକ ଅଦାଲତ: ୧୪ ମାମଲାର ଆପୋସ ସମାଧାନ

ବୀରମହାରାଜପୁର,୨୨।୪(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରସ୍ଥିତ ବରିଷ୍ଠ ଦେୱାନୀ ଜଜ୍‌ଙ୍କ ଅଦାଲତ ପରିସରରେ ରବିବାର ଚଳିତବର୍ଷର ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ଓ ସହକାରୀ ଦୌରା ଜଜ୍‌ ମାନସରଞ୍ଜନ ଷଡ଼ଙ୍ଗୀ, ଏସ୍‌ଡିଜେଏମ୍‌ ଅବକାଶ ଚୌଧୁରୀ ଅଦାଲତ

ବଢ଼ୁଛି ବିଦ୍ୟୁତ୍‌ ଚୋରି, ଉପଭୋକ୍ତାଙ୍କୁ ମିଳୁଛି ଲୋ ଭୋଲଟେଜ୍‌

ବଢ଼ୁଛି ବିଦ୍ୟୁତ୍‌ ଚୋରି, ଉପଭୋକ୍ତାଙ୍କୁ ମିଳୁଛି ଲୋ ଭୋଲଟେଜ୍‌

ନୂଆଗାଁ,୨୨।୪ (ଡି.ଏନ୍‌.ଏ.)- ଗୋଟିଏ ପଟେ ସରକାର ବିଭିନ୍ନ ଯୋଜନାରେ ସମସ୍ତ ଗାଁକୁ ବିଦ୍ୟୁତ ଯୋଗାଇବାର ଲକ୍ଷ୍ୟ ରଖି କାମ କରୁଥିବା ବେଳେ ବିଭାଗୀୟସ୍ତରୀୟ ଅବହେଳା ଓ କାର୍ଯ୍ୟ ନେଉଥିବା କମ୍ପାନୀର ମନଇଚ୍ଛା କାର୍ଯ୍ୟ ଯୋଗୁ ନୂଆଗାଁ ସବ୍‌ଷ୍ଟେଶନ ଅଧୀନ ପ୍ରାୟ ୭/୮ଟି ପଞ୍ଚାୟତରେ ଏବେ ଲୋଭୋଲଟେଜ୍‌ ସମସ୍ୟା ଦେଖାଦେଇଛି। ଫଳରେ ଉପଭୋକ୍ତା ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି।

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌

ସମ୍ବଲପୁର,୨୨।୪(ବ୍ୟୁରୋ)- ୭୫ତମ ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌-୨୦୧୮ର ୬ଟି ମ୍ୟାଚ୍‌ ରବିବାର ସକାଳେ ସମ୍ବଲପୁର ରିଜର୍ଭ ପୋଲିସ ପଡ଼ିଆସ୍ଥିତ ୩ଟି ଗ୍ରାଉଣ୍ଡରେ ହୋଇଥିଲା। ଏଥିରେ କୋରାପୁଟ, କମିଶନରରେଟ୍‌ ପୋଲିସ-ବି, ବାଲେଶ୍ୱର, ରାଉରକେଲା ଓଏସ୍‌ଏପି, ବୌଦ୍ଧ ଓ ବୁର୍ଲା ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପ୍ରଥମ

ଗ୍ରାମରକ୍ଷୀଙ୍କ ସମେତ ୪ ଅପହୃତଙ୍କୁ ଛାଡ଼ିଲେ ମାଓବାଦୀ

ଗ୍ରାମରକ୍ଷୀଙ୍କ ସମେତ ୪ ଅପହୃତଙ୍କୁ ଛାଡ଼ିଲେ ମାଓବାଦୀ

ଭବାନୀପାଟଣା,୨୨।୪(ଡି.ଏନ୍‌.ଏ.)- ଗତ ୧୯ ତାରିଖ ରାତି ପ୍ରାୟ ୮ଟାରେ ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ଗ୍ରାମରୁ ମାଓବାଦୀମାନେ ଅପହରଣ କରି ନେଇଥିବା ଜଣେ ଗ୍ରାମରକ୍ଷୀଙ୍କ ସମେତ ୪ ଜଣଙ୍କୁ ରବିବାର ସକାଳେ ଛାଡ଼ିଦେଇଛନ୍ତି। ସେମାନେ ହେଲେ ଗ୍ରାମରକ୍ଷୀ କ୍ଷେତ୍ର ହରିଜନ, ବାବୁଲା ନାଏକ, ବିଶିକେଶନ ନାଏକ ଓ ରାଜୁ ହରିଜନ। ଏହି ୩ ଦିନ ମଧ୍ୟରେ ମାଓବାଦୀମାନେ

ଅଶୁଂଘାତରେ ଶିକ୍ଷକ ଅସୁସ୍ଥ

ଭବାନୀପାଟଣା,୨୨।୪(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲାରେ ତାପମାତ୍ରା ଏବେ ଢେର୍‌ ଅଧିକ ରହିଥିବାବେଳେ ପ୍ରଚଣ୍ଡ ରୌଦ୍ରତାପରେ ଜିଲାର ବିଭିନ୍ନ ବ୍ଲକରେ ଚାଲିଛି ଶିକ୍ଷୟିତ୍ରୀ ଶିକ୍ଷକଙ୍କ ତାଲିମ। ସକାଳ ୯ ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏହି ତାଲିମ ଦିଆଯାଉଛି। ଫଳରେ ତାଲିମ ନେଉଥିବା ଶିକ୍ଷାୟିତ୍ରୀ ଶିକ୍ଷକଙ୍କ ଅବସ୍ଥା ଦୁର୍ବିସହ ହୋଇପଡୁଛି। ତାଲିମ ସମୟରେ କର୍ଲାମୁଣ୍ଡା ବ୍ଲକର ଜଣେ

କାର୍‌ ଦୁର୍ଘଟଣା, ବର୍ତ୍ତିଲେ ଭିଜିଲାନ୍ସ ଇନ୍ସପେକ୍ଟରଙ୍କ ପରିବାର

କାର୍‌ ଦୁର୍ଘଟଣା, ବର୍ତ୍ତିଲେ ଭିଜିଲାନ୍ସ ଇନ୍ସପେକ୍ଟରଙ୍କ ପରିବାର

ଭବାନୀପାଟଣା,୨୨।୪(ଡି.ଏନ୍‌.ଏ.)- ଭବାନୀପାଟଣା ସଦରଥାନା ଅନ୍ତର୍ଗତ ବଳରାମପୁରଠାରେ ଶନିବାର ସଂଧ୍ୟାରେ ଏକ କାର୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏଥିରେ ଯାତ୍ରା କରୁଥିବା ରାୟଗଡ଼ା ଭିଜିଲାନ୍ସ ଇନ୍ସପେକ୍ଟର କଳାବତୀ ବାଗ ଓ ତାଙ୍କ ପରିବାର ସଦସ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଓଡି ୧୦-ସି୫୮୫୮ନଂ କାର୍‌ରେ ବାଗଙ୍କ ପରିବାର ଶନିବାର

ଧାନ ଅମଳ ଆରମ୍ଭ, ଖୋଲିନି ମଣ୍ଡି: ଚାଷୀଙ୍କୁ ଘାରୁଛି ବର୍ଷା ଭୟ

ଧାନ ଅମଳ ଆରମ୍ଭ, ଖୋଲିନି ମଣ୍ଡି: ଚାଷୀଙ୍କୁ ଘାରୁଛି ବର୍ଷା ଭୟ

ବରଗଡ଼ ଅଫିସ୍‌,୨୨।୪-ବରଗଡ଼ ଜିଲାରେ ରବିଋତୁ ଧାନ ଅମଳ ଆରମ୍ଭ ହୋଇ ଗଲାଣି। ଜିଲାର ଜଳସେଚିତ ଅତାବିରା ଓ ଭେଡ଼େନ ବ୍ଲକର ଚାଷୀମାନେ ଧାନ ଅମଳ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ନିଜ ଅମଳ ଧାନକୁ କିଭଳି ସୁରକ୍ଷିତ ରଖି ବିକ୍ରି କରିବେ, ସେନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। କିଛିଦିନ ତଳେ କାଳବୈଶାଖୀ

ନବବଧୂଙ୍କୁ ହତ୍ୟା ଅଭିଯୋଗ, ଥାନାରେ ମାମଲା

ନବବଧୂଙ୍କୁ ହତ୍ୟା ଅଭିଯୋଗ, ଥାନାରେ ମାମଲା

ବରଗଡ଼ ଅଫିସ୍‌/ବିଜେପୁର,(ଡି.ଏନ୍‌.ଏ.)୨୨।୪-ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ବାଦିପାଲି ଗ୍ରାମରେ ଜଣେ ନବବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହକୁ ରବିବାର ପୋଲିସ ଉଦ୍ଧାର କରିଛି। ମୃତା ମହିଳା ଜଣକ ହେଲେ, ଦଶମୀ ବାରିକ ଓରଫ ଗାୟତ୍ରୀ। ଅପରପକ୍ଷେ ଦୁଇମାସ ତଳେ ବିବାହ କରିଥିବା ତାଙ୍କ ଝିଅଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ମୃତା