ସମ୍ପାଦକୀୟ |

ଜେନିଭା ନିଯୁକ୍ତି

ଜେନିଭା ନିଯୁକ୍ତି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଜେନିଭାସ୍ଥିତ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍‌ଲ୍ୟୁଏଚ୍‌ଓ)ର ମହାନିର୍ଦ୍ଦେଶକଭାବେ ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିଲେଶନ୍ସ (ଆଇସିଏମ୍‌ଆର୍‌) ମୁଖ୍ୟ ସୌମ୍ୟା ସ୍ବାମୀନାଥନ୍‌ଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ପଥ ପରିଷ୍କାର କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ କ୍ୟାବିନେଟ୍‌ ନିଯୁକ୍ତି କମିଟି (ଏସିସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅତିରିକ୍ତ ଭାବେ ସ୍ବାସ୍ଥ୍ୟ ଗବେଷଣା ବିଭାଗର ସଚିବ ଥିବା ସ୍ବାମୀନାଥନ୍‌ଙ୍କ ଡେପୁଟେଶନ ଅବଧିକୁ ମଧ୍ୟ କମିଟି କାଟଛାଣ୍ଟ କରିବାକୁ ଅନୁମତି ଦେଇଛନ୍ତି। ସ୍ବାମୀନାଥନ୍‌ଙ୍କୁ ଉପମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯିବା କଥା ଗତମାସରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା। ବର୍ତ୍ତମାନ ସରକାରଙ୍କୁ ତାଙ୍କର ଜଣେ ଉତ୍ତରାଧିକାରୀ ଖୋଜିବାକୁ ପଡ଼ିବ। ସ୍ବାମୀନାଥନ୍‌ଙ୍କ ଉତ୍ତରାଧିକାରୀ ଚୟନ କରିବା ପାଇଁ କ୍ୟାବିନେଟ୍‌ ସଚିବ ପି.କେ. ସିହ୍ନାଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ପି.କେ. ମିଶ୍ର, ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ପି. ବଳରାମ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପୂର୍ବତନ ସଚିବ ଟି. ରାମସ୍ବାମୀ ଏବଂ ନିଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ନ୍ୟୁରୋସର୍ଜରି ବିଭାଗର ଏମେରିଟସ୍‌ ପ୍ରଫେସର ପି.ଏନ୍‌. ଟଣ୍ଡନ।
ଜମ୍ମୁ-କଶ୍ମୀର ନାଗରଦୋଳ
ଦିଲ୍ଲୀରେ ବର୍ତ୍ତମାନ ଜମ୍ମୁ-କଶ୍ମୀର କ୍ୟାଡର ବାବୁମାନେ ହାଉଜାଉ। ଜମ୍ମୁ-କଶ୍ମୀର ଶକ୍ତି ବିକାଶ ବିଭାଗର ପ୍ରମୁଖ ସଚିବ ଧୀରଜ ଗୁପ୍ତା କେନ୍ଦ୍ରକୁ ଡେପୁଟେଶନରେ ଯିବା ସହ କୃଷି ଉତ୍ପାଦନ ବିଭାଗର ପ୍ରମୁଖ ସଚିବ ସନ୍ଦୀପ କେ. ନାୟକ ନିଜ ପଦବୀରୁ ଅବ୍ୟାହତି ପାଇବାର ମାତ୍ର ତିନିଦିନ ପରେ କେନ୍ଦ୍ରରେ ପୁଣିଥରେ ନିଯୁକ୍ତି ପାଇବାକୁ ଯାଉଛନ୍ତି। କେନ୍ଦ୍ର କୃଷି ମନ୍ତ୍ରଣାଳୟର ଜାତୀୟ ସମବାୟ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ନାୟକଙ୍କୁ ନିଯୁକ୍ତି ମିଳିବ। ପ୍ରାପ୍ତ ସୂଚନା ଅନୁସାରେ, ଡେପୁଟେଶନରେ କେନ୍ଦ୍ରରେ କାର୍ଯ୍ୟ କରିବା ଅବସରରେ ନାୟକ ବସ୍ତୁତଃ ନୂଆଦିଲ୍ଲୀ ଓ ଜମ୍ମୁ-କଶ୍ମୀର ମଧ୍ୟରେ ନାଗରଦୋଳ ପରି ଚକ୍କର କାଟିଆସୁଛନ୍ତି। ଇତିମଧ୍ୟରେ ଗୁପ୍ତାଙ୍କୁ ଜମ୍ମୁ-କଶ୍ମୀରରେ ପ୍ରମୁଖ ସଚିବ ପଦରୁ ହଠାତ୍‌ ହଟାଇ ରିଲିଭ କରିଦିଆଯିବା ପରେ ତାଙ୍କୁ ନୂଆଦିଲ୍ଲୀରେ ରେସିଡେଣ୍ଟ କମିଶନ୍‌ର ପ୍ରମୁଖ ସଚିବ (ସମନ୍ବୟ) ଭାବେ ନିଯୁକ୍ତି ମିଳିଛି, ଯେଉଁଠି ଏହା ପୂର୍ବରୁ ତିନିଜଣ ବରିଷ୍ଠ ଆଇଏଏସ୍‌ ଅଫିସର ନିଯୁକ୍ତ ଅଛନ୍ତି। ଯାହା ଜଣାଯାଏ, ଜମ୍ମୁ-କଶ୍ମୀରର ୧୧ ଜଣ ଆଇଏଏସ୍‌ ଅଫିସର ଏବେ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବି.ଆର୍‌. ଶର୍ମା, କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସୁରେଶ କୁମାର, ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ସୁଧାଂଶୁ ପାଣ୍ଡେ ଏବଂ ମନଦୀପ କୌର।
ଗୁଜରାଟ କ୍ଲବ୍‌
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ବରିଷ୍ଠ ଗୁଜରାଟ କ୍ୟାଡର ବାବୁଙ୍କୁ ଆଣି କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତି ଦେବା ହେତୁ ଦିଲ୍ଲୀରେ ଗୁଜରାଟ ବାବୁମାନଙ୍କର ଏକ କ୍ଲବ୍‌ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସଭାଜନ ହେବା ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ସହ ସେମାନଙ୍କର ଯୋଗାଯୋଗ ରହୁଛି। ସୂଚନା ଅନୁସାରେ, ଏହି ଗୁଜରାଟ କ୍ଲବ୍‌ରେ ଆଉ ଜଣେ ବାବୁ ଖୁବ୍‌ଶୀଘ୍ର ଯୋଗଦେବାକୁ ଯାଉଛନ୍ତି। ସେ ହେଉଛନ୍ତି ଗୁଜରାଟ ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ ଅନିଲ ମୁକିମ ଏବଂ ଯେତେଦୂର ସମ୍ଭବ ଦିଲ୍ଲୀରେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦ ମିଳିବ। ଯଦି ଗୁଜବ ସତ୍ୟ ହୋଇଥାଏ, ତେବେ ଗୁଜରାଟ କ୍ୟାଡର ବାବୁମାନଙ୍କ ପଦାଙ୍କ ଅନୁସରଣ କରି ମୁକିମ ଦିଲ୍ଲୀରେ ଏକ କ୍ଷମତାଶାଳୀ ପଦରେ ଅଧିଷ୍ଠିତ ହେବେ। ତା’ପରେ ସେ ତାଙ୍କର ସମଧର୍ମା ବାବୁ ଯଥା ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ପି.କେ. ମିଶ୍ର, ଅର୍ଥ ସଚିବ ହସମୁଖ ଆଧିଆ, ମୁଖ୍ୟ ନିର୍ବାଚନ କମିଶନର ଏ.କେ. ଜୋତି, ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା, ବାଣିଜ୍ୟ ସଚିବ ରୀତା ଟେଓଟିଆ, ଜଳସମ୍ପଦ ସଚିବ ଅମରଜିତ୍‌ ସିଂ, ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରାଜୀବ ଟପ୍ନୋ, ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ଡ୍ୟୁଟି ଅଧିକାରୀ (ଓଏସ୍‌ଡି) ସଞ୍ଜୟ ଭାଓ୍ବସର, ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଏ.କେ. ଶର୍ମା, ରାଷ୍ଟ୍ରପତିଙ୍କ ଯୁଗ୍ମ ସଚିବ ଭରତ ଲାଲ ଏବଂ ହାଇଡ୍ରୋକାର୍ବନ୍ସ ବିଭାଗର ମହାନିର୍ଦ୍ଦେଶକ ଅତନୁ ଚକ୍ରବର୍ତ୍ତୀ ପ୍ରମୁଖଙ୍କ ଦଳରେ ଯୋଗ ଦେବେ। ଏହି ‘ଗୁଜରାଟ କ୍ଲବ୍‌’କୁ ଉପା ଅମଳର ‘କେରଳ କ୍ଲବ୍‌’ ସହ ତୁଳନା କରାଯାଇପାରେ। ଉପା ସରକାର ଅମଳରେ କେରଳର ବାବୁମାନଙ୍କର ଖୁବ୍‌ ଗୁରୁତ୍ୱ ରହିଥିଲା।
Email: dilipcherian@gmail.com

All Right Reserved By

ସମ୍ପାଦକୀୟ |

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପୂର୍ବରୁ ଏହି ସ୍ତମ୍ଭରେ ଶସ୍ୟକ୍ଷେତ୍ରରେ ପଞ୍ଚଗବ୍ୟର ବ୍ୟବହାର ଉପରେ ଏକ ନିବନ୍ଧ ଲେଖିଥିଲି। ବହୁବର୍ଷର ଗବେଷଣା ପରେ ଉକ୍ତ ପୁସ୍ତକ ଲେଖିଥିବା ଡ. କେ. ନଟରାଜନ୍‌ ଏଥିରେ ପ୍ରାଣୀମାନଙ୍କ ଉପରେ ପଞ୍ଚଗବ୍ୟର ପ୍ରଭାବ ସମ୍ବନ୍ଧରେ ମଧ୍ୟ ଏକ ଅଧ୍ୟାୟ ଲେଖିଛନ୍ତି। ଗଛଲତା ଉପରେ ଅଧ୍ୟୟନ ପରେ ତାଙ୍କ ଗବେଷକ ଦଳ ପ୍ରାଣୀ ଓ ମନୁଷ୍ୟ ଉପରେ ଅଧ୍ୟୟନ ଆରମ୍ଭ କରିଦେଇଥିଲେ। ପୂର୍ବ ନିବନ୍ଧଟି ଯେଉଁମାନେ ପଢ଼ି ନ ଥିବେ ସେମାନଙ୍କ ପାଇଁ ଏହାର ପ୍ରସ୍ତୁତି ପ୍ରଣାଳୀ ନିମ୍ନରେ ଆଉ ଥରେ ଲେଖୁଛି।...

ଅଭାବର ଚିତ୍ରପଟ

ଅଭାବର ଚିତ୍ରପଟ

ଡ. ସୁବାସ ଚନ୍ଦ୍ର ପାତ୍ର ଦାରିଦ୍ର୍ୟର ମାତ୍ରା ତଥା କିସମ ଅଛି। ବିଭିନ୍ନ ପ୍ରକାର ଦାରିଦ୍ର୍ୟରେ ମଣିଷ ହନ୍ତସନ୍ତ କିନ୍ତୁ ଅର୍ଥନୈତିକ ଦାରିଦ୍ର୍ୟ ମଣିଷକୁ ବେଶି ନିପୀଡ଼ିତ କରେ କାରଣ ତା’ର ପ୍ରଭାବ ଦୃଶ୍ୟମାନ। ସବୁ ଦରିଦ୍ରତା ପଛରେ ଥାଏ ଏକ ଅଭାବବୋଧ ଏବଂ ଏହି ଅଭାବ ଯେତେବେଳେ ସର୍ବବ୍ୟାପୀ ଓ ସର୍ବଗ୍ରାସୀ ହୋଇଯାଏ ସେଇଠି ଦାରିଦ୍ର୍ୟ ହୋଇପଡ଼େ ଦୁର୍ବିଷହ।...

ପତିତପାବନ ଯାତ୍ରା

ପତିତପାବନ ଯାତ୍ରା

ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର ପୁରୁଷୋତ୍ତମ ଜଗନ୍ନାଥ ଦିବ୍ୟ ନୀଳାଚଳରେ ଅନାଦିକାଳରୁ ଦାରବୀ ଲୀଳା ସଂରଚନା କରିଛନ୍ତି। ତାଙ୍କ ଦିବ୍ୟ ଲୀଳାକୁ ଦୁଇଭାଗରେ ବିଭକ୍ତ କରାଯାଇଛି- ଶ୍ରୀମନ୍ଦିର ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ସ୍ବରୂପରେ ଐଶ୍ୱର୍ଯ୍ୟଲୀଳା ଏବଂ ରଥଯାତ୍ରାରେ ଅଗଣିତ ଭକ୍ତଙ୍କ ସହିତ ମାଧୁର୍ଯ୍ୟଲୀଳା। ତାଙ୍କର ଏହି ମାଧୁର୍ଯ୍ୟଲୀଳା ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱମାନସକୁ ଉଦ୍‌ବୁଦ୍ଧ କରିଆସିଛି। ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ଆଗମନ କରିଥାନ୍ତି। ଏହି ଯାତ୍ରାରେ ପ୍ରଭୁ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଦିନେ ନା ଦିନେ ସଫଳତା ଆଣି ଦେଇଥାଏ। ଯାହାକି ପୂର୍ବ ବାଙ୍ଗାଲୋରର ଲିଙ୍ଗରାଜପୁରମ୍‌ ଅଞ୍ଚଳରେ ବାସ କରୁଥିବା ଜଣେ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସ୍ବାମୀଙ୍କ କ୍ଷଣିକ ରାଗର ଶିକାର ହୋଇ ନିଜର ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ହରାଇଥିବା ଅନୀଥା ପାର୍କର ମେରୀ ନାମ୍ନୀ ଜଣେ ମହିଳା ଦୀର୍ଘ ୧୮ବର୍ଷ ଧରି ସଂଘର୍ଷ କରିବା ପରେ ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ ଅନୀଥା ଏକ ଦୋକାନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିଛନ୍ତି। ସାମାନ୍ୟ କଥାକୁ କେନ୍ଦ୍ର କରି ୧୮ବର୍ଷ ତଳେ ଅନୀଥାଙ୍କ ସ୍ବାମୀ ଏକ ଜଳନ୍ତା ଲଣ୍ଠନକୁ ତାଙ୍କ ଉପରକୁ ଫିଙ୍ଗି ଦେଇଥିଲେ। ଏଥିରେ ଅନୀଥାଙ୍କ ମୁହଁ ଓ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଥିଲା। ଦୀର୍ଘଦିନ ଧରି ଚିକିତ୍ସିତ...

ସାମରିକ ପ୍ରଶିକ୍ଷିତ ଯୁବକ

ସାମରିକ ପ୍ରଶିକ୍ଷିତ ଯୁବକ

ସମ୍ପାଦକୀୟ/ତଥାଗତ ସତପଥୀ ଭାରତର ବିରାଟ ଯୁବଶକ୍ତିକୁ କାର୍ଯ୍ୟରେ ଲଗାଇବା ସକାଶେ କେନ୍ଦ୍ର ସରକାର ଜାତୀୟ ଯୁବ ସଶକ୍ତୀକରଣ ଯୋଜନା (ଏନ୍‌-ଓ୍ବାଇଇଏସ୍‌) ସୃଷ୍ଟି ଲାଗି ଚିନ୍ତା କରିଛନ୍ତି। ଏଥିରେ ପ୍ରତିବର୍ଷ ୧୦ ଲକ୍ଷ ଯୁବତୀଯୁବକ ବିଶେଷକରି ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ସାମରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାର ବ୍ୟବସ୍ଥା କରାଯାଇପାରେ। ଏମାନଙ୍କୁ ୧୨ ମାସ ପାଇଁ ଷ୍ଟାଇପେଣ୍ଡ୍‌ ଦିଆଯାଇ ସାମରିକ ତାଲିମ ଦିଆଗଲେ ସେମାନେ ପ୍ରତିରକ୍ଷା, ଅର୍ଦ୍ଧସାମରିକ ବଳ ଏବଂ ପୋଲିସ ବାହିନୀରେ ନିଯୁ....

 ବୋଲକରା ବୋଲ୍‌ ବମ୍‌

ବୋଲକରା ବୋଲ୍‌ ବମ୍‌

ବୈଷ୍ଣବ ଚରଣ ମହାନ୍ତି ‘ବୋଲ୍‌ ବମ୍‌...ହର ହର ବମ୍‌...ଭୋଲା ବାବା ପାର୍‌ କରେଗା...ଜଟିଆ ବାବା ପାର୍‌ କରେଗା...’- ଏ ଡାକ ହେଉଛି କାଉଡ଼ିଆମାନଙ୍କର। ଦିନ ଥିଲା କାଉଡ଼ିଆ ଶବ୍ଦଟାର ଅର୍ଥ କାଢ଼ିବାକୁ ଅଭିଧାନ ଖେଳେଇବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ଏ ଶବ୍ଦଟା ଖୁବ୍‌ ସାଧାରଣ ହୋଇଯାଇଛି ଏବଂ ଓଡ଼ିଶାର ଗଁାଗହଳିଠାରୁ ସହର ବଜାର ପର୍ଯ୍ୟନ୍ତ ସବୁଆଡ଼େ ସବୁରି ତୁଣ୍ଡରେ ଆସ୍ଥାନ ଜମେଇ ବସିଛି। ଏଇମାତ୍ର କୋଡ଼ିଏ ପଚିଶ ବର୍ଷ ତଳେ କାଉଡ଼ିଆ କ’ଣ କେହି ଜାଣି ନ ଥିଲେ। ପ୍ରଥମେ ଜଣେ ଦି’ଜଣ ପାଣିଭାର ଧରି ରାସ୍ତାରେ ଯାଉଥିବାର ଦେଖି ଲୋକେ କୌତୂହଳୀ ହେଇ ଚାହଁୁଥିଲେ, ଏବେ ତ ପିମ୍ପୁଡ଼ି ଧାର ପରି ରାସ୍ତାସାରା କାଉଡ଼ିଆଙ୍କ ...

ଅମର୍ତ୍ତ୍ୟର ପାରିଜାତ: ନୀଳାଦ୍ରିନାଥ

ଅମର୍ତ୍ତ୍ୟର ପାରିଜାତ: ନୀଳାଦ୍ରିନାଥ

ଡ. ଶରତ ଚନ୍ଦ୍ର ରଥ ହେ ନୀଳାଦ୍ରିନାଥ! ତୁମକୁ ସହସ୍ର ପ୍ରଣାମ। ତୁମେ ଅନନ୍ତ, ତୁମ ମହିମା ଅନନ୍ତ। ତୁମ ମହିମାର ଲଳିତ ସଙ୍ଗୀତ ଝରିପଡେ ବିହଙ୍ଗ ଗାନରେ, ଝରଣାର ଝର୍ଝର ତାନରେ। ତୁମ ଅଙ୍ଗର ସୁବାସ ଫୁଟିପଡେ ଫୁଲର ସୁରଭିରେ, ତୁମ ସ୍ମିତହାସ୍ୟର ମଧୁରିମା ଫିଟିପଡେ ଜୋଛନାର ଲାବଣ୍ୟରେ। ତୁମେ ସର୍ବମୟ କର୍ତ୍ତା, ବିଶ୍ୱବିଧାତା, ତୁମକୁ କଳିବାକୁ ମୁଁ ଶକ୍ତିହୀନ, ତୁମେ ବିଶାଳ ନୀଳସିନ୍ଧୁ, ମୁଁ କ୍ଷୀଣ ଏକ ଜଳାଧାର।...

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନ ପରିବେଶକୁ ବହୁ ଭାବରେ ପ୍ରଦୂଷଣ କରୁଛି ପ୍ଲାଷ୍ଟିକ୍‌। ଏହାଦ୍ୱାରା ଜଳ, ସ୍ଥଳ, ମୃତ୍ତିକା ପ୍ରଦୂଷଣ ହେଉଛି। ପ୍ଲାଷ୍ଟିକ୍‌ ଜରିରେ ବାସିଖାଦ୍ୟ ରଖି ବାହାରେ ଫିଙ୍ଗାଯାଉଥିବାରୁ ଏହାକୁ ଖାଇ ବହୁ ଗୋରୁ, ଛେଳି, କୁକୁର ଅସୁସ୍ଥ ହେଉଛନ୍ତି। ଅନେକ ପ୍ରାଣୀ ମୃତ୍ୟୁବରଣ କରୁଛନ୍ତି। ସମୁଦ୍ରରେ ପ୍ଲାଷ୍ଟିକ୍‌ ବୋତଲ, ପଲିଥିନ୍‌, ଜରି ପ୍ରଭୃତିର ଭାସମାନ ପାହାଡ଼ ସୃଷ୍ଟି ହେଉଛି। ଏହା ଜଳଜନ୍ତୁଙ୍କ ପାଇଁ ବଇରୀ ସାଜିଛି। ଏଣୁ ସମ୍ପ୍ରତି ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ର ବ୍ୟବହାରକୁ ହ୍ରାସ କରିବା ପାଇଁ ସବୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି...

ସମ୍ପାଦକୀୟ/ଅଯୋଗ୍ୟ ଯୁବପିଢ଼ି

ସମ୍ପାଦକୀୟ/ଅଯୋଗ୍ୟ ଯୁବପିଢ଼ି

ଭାରତରେ ପିଲାମାନଙ୍କୁ ବଡ଼ ହେଲେ କ’ଣ ହେବ ବୋଲି ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନ ସର୍ବଦା ପଚରାଯାଇଆସୁଛି। ପ୍ରାୟ ଅଧିକାଂଶଙ୍କଠାରୁ ଉତ୍ତର ମିଳିଆସୁଛି ଡାକ୍ତର ଓ ଇଞ୍ଜିନିୟର ହେବେ। ଯଦିଓ ଛୁଆଟିଏ ଏହି ପାଠ୍ୟକ୍ରମ ସହିତ ଅଭ୍ୟସ୍ତ ନ ଥାଏ, ତଥାପି ମାତାପିତାଙ୍କ ଅଭିଳଷିତ ସ୍ବପ୍ନ ପିଲାଙ୍କ ଉପରେ ଅଜାଡ଼ି ହୋଇଯାଇଥାଏ ବୋଲି କୁହାଯାଏ। ଏବେ ଏହି ଦୁଇ ବୃତ୍ତିରେ ଘରୋଇ କଲେଜରେ ନାମ ଲେଖାଉଥିବା ପିଲାଙ୍କ ବିଷୟରେ ଅନେକ ନକାରାତ୍ମକ ତଥ୍ୟ ସାମ୍ନାକୁ ଆସିବା ଆରମ୍ଭ କଲାଣି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୧୭ରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ଅନ୍ତର୍ଗତ ଫିଜିକ୍ସ (ପଦାର୍ଥ ବିଜ୍ଞାନ) ଓ କେମିଷ୍ଟ୍ରି (ରସାୟନ ବିଜ୍ଞାନ) ବିଷୟବସ୍ତୁରେ ୫୧୦ ବିଦ୍ୟାର୍ଥୀ ଶୂନ ...

 ବଳାତ୍କାର ଓ ସାମାଜିକ ବିଫଳତା

ବଳାତ୍କାର ଓ ସାମାଜିକ ବିଫଳତା

ସବ୍ୟସାଚୀ ଅମିତାଭ ବଳାତ୍କାର କେବଳ ଦଣ୍ଡନୀୟ ଅପରାଧ ନୁହେଁ ବରଂ ଦେଶ ଓ ସମାଜ ପାଇଁ ଲଜ୍ଜା। ଇତିମଧ୍ୟରେ କେନ୍ଦ୍ର କ୍ୟାବିନେଟ୍‌ କ୍ରିମିନାଲ ଲ’ ସଂଶୋଧନ ଅଧ୍ୟାଦେଶ ଆଣିିଛନ୍ତି। ଏଥିରେ ୧୨ ବର୍ଷ ପର୍ଯ୍ୟନ୍ତ ନାବାଳିକା ଓ ଶିଶୁଙ୍କ ସହ ବଳାତ୍କାର କରୁଥିବା ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବାର ବ୍ୟବସ୍ଥା ରହିଛି। ଅତୀତରେ ନିର୍ଭୟା କାଣ୍ଡ ସାରା ଦେଶକୁ ବିଚଳିତ କରିଥିଲା। ସେତେବେଳେ ବି ଆଇନରେ ସଂଶୋଧନ ଅଣାଯାଇଥିଲା। ନାବାଳକ ବା କିଶୋରଙ୍କ ଦ୍ୱାରା କରାଯାଉଥିବା ଜଘନ୍ୟ ଅପରାଧରେ ବିଚାର ପାଇଁ ଅଭିଯୁକ୍ତଙ୍କ ବୟସ ୧୮ ବର୍ଷ ବଦଳରେ ୧୬ ବର୍ଷ କରାଯାଇଥିଲା। ପୋକ୍‌ସୋ ଆଇନକୁ କଡା କରାଯାଇସାରିଛି।...

ଅପରିଣାମଦର୍ଶୀ ମଣିଷ

ଅପରିଣାମଦର୍ଶୀ ମଣିଷ

ବୈକୁଣ୍ଠନାଥ ମିଶ୍ର ଏକଦା ଜଣେ ଆଧୁନିକ ଶିକ୍ଷିତ ଯୁବକ ବନ୍ଧୁମାନଙ୍କ ସହ ଶିକାର ଓ ବଣଭୋଜି ପାଇଁ ଘୋର ଜଙ୍ଗଲ ମଧ୍ୟକୁ ଯାଇ ବାଟବଣା ହୋଇଗଲେ। ଏଣେତେଣେ ବୁଲୁ ବୁଲୁ ଯୁବକ ଦେଖିଲେ ତାଙ୍କୁ ବଣର ସବୁ ପ୍ରାଣୀ ଘେରି ଯାଇଛନ୍ତି। ଯୁବକଙ୍କୁ ଭୟଭୀତ ହେବାର ଦେଖି ପଶୁରାଜ ସିଂହ କହିଲା, ଭୟ କରନାହିଁ ଯୁବକ। ଆଜି ତୁମ ସହ ଆମର ଏକ ଆଲୋଚନା ସଭା ଅନୁଷ୍ଠିତ ହେବ। ଆଲୋଚନାର ପ୍ରସଙ୍ଗ ପଶୁ-ମଣିଷ ସମ୍ପର୍କ। ଏଥିରେ ତୁମେ ତୁମର ଓ ଆମେ ଆମର ବକ୍ତବ୍ୟ ରଖିବୁ। ଆମେ ପରାସ୍ତ ହେଲେ ପୂର୍ବବତ୍‌ ତୁମର ବଶ୍ୟତା ସ୍ବୀକାର କରିବୁ ଏବଂ ତୁମେ ପରାସ୍ତ ହେଲେ ଆମ୍ଭମାନଙ୍କୁ ଶିକାର କରିବ ନାହିଁ କିମ୍ବା ଆମ ବାସସ୍ଥାନ ଉପରେ କର୍ତ୍ତୃତ୍ୱ ଜାହିର କରି ଏହାକୁ ଧ୍ୱଂସ କରିବ ନାହିଁ। ଆମ ଆଲୋଚନାର ସାକ୍ଷୀ ରହିବେ ଏ ବନଭୂମି ଓ ବୃକ୍ଷଲତା।...

ଏଇ ଭାରତରେ

ଏଇ ଭାରତରେ

ସମାଜରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅର୍ଥ ଏବଂ ଯୋଗାଡ଼ଯନ୍ତ୍ର ଅଭାବରୁ ବିବାହ କରିପାରି ନ ଥାନ୍ତି। ସେହି ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଯୁବତୀଯୁବକଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରିବା ପାଇଁ ଜାଫ୍ରି କାଉନସିଲ୍‌ ଆଗେଇ ଆସିଛି। ଦୀର୍ଘ ୪ବର୍ଷ ଧରି ଏହି ଅନୁଷ୍ଠାନ ବର୍ଷକୁ ଥରେ ଗଣବିବାହ ଆୟୋଜନ କରିଆସୁଛି। ଚଳିତ ବର୍ଷ ଶ୍ରୀନଗରରେ ଆୟୋଜିତ ଗଣବିବାହ କାର୍ଯ୍ୟକ୍ରମରେ ୧୦୫ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉକ୍ତ ରାଜ୍ୟର ବିଭିନ୍ନ ଜିଲାରୁ ଆର୍ଥତ୍କ ଦୁର୍ବଳ ଶ୍ରେଣୀର କନ୍ୟାବର ସାମିଲ ହୋଇଥିଲେ। ଏହା ଏକ ସରଳ ତଥା ନିରାଡମ୍ବର ବିବାହ ଉତ୍ସବ ଥିଲା। ରବିବାର ଅମରସିଂ କ୍ଲବ୍‌ଠାରେ ଧର୍ମୀୟ ତଥା ସାମାଜିକ ସଂଗଠନ ଜାଫ୍ରି କାଉନସିଲ୍‌ ଦ୍ୱାରା ଏହା ଆୟୋଜିତ ହୋଇଥିଲା। ଉକ୍ତ କାଉନସିଲ୍‌ ପୂର୍ବରୁ ଗଣବିବାହ ଆୟୋଜନ କରାଇଥିଲେ ମଧ୍ୟ ଏଥର ସଂଖ୍ୟା ଥିଲା ସବୁଠୁ ଅଧିକ। ବିବାହ କରିବାକୁ ଥିବା କନ୍ୟାବର ଏହି ସଂଗଠନରେ ପ୍ରଥମେ ନାମ ...

Model This Week

ରୂପେଶ