ସମ୍ପାଦକୀୟ |

ବିସ୍ତୃତିହୀନ କିଛି ନାହିଁ

ବିସ୍ତୃତିହୀନ କିଛି ନାହିଁ
ଶିବରାମ ଶତପଥୀ ଯାହାର ଅସ୍ତିତ୍ୱ ଅଛି, ତା’ର ଡାଇମେନ୍‌ଶନ ବା ଦୈର୍ଘ୍ୟ-ପ୍ରସ୍ଥ-ଉଚ୍ଚତା ବା ବିସ୍ତୃତି ଅଛି। ଶୂନ୍ୟ ଡାଇମେନ୍‌ଶନ୍‌ ବୋଲି କିଛି ନାହିଁ। ଯଦିଚ ଅନେକେ ବିନ୍ଦୁକୁ ବିସ୍ତୃତିହୀନ ବୋଲି ଧରିନିଅନ୍ତି। କିନ୍ତୁ ବିନ୍ଦୁରୁ ଯେ ସିନ୍ଧୁର ସୃଷ୍ଟି। ସୂଚ୍ୟଗ୍ରକୁ ଶୂନ୍ୟ ଡାଇମେନ୍‌ଶନ୍‌ ଧରିନେବା ଅଧିକ ଯୁକ୍ତିଯୁକ୍ତ ହେବ, ଯେମିତି ଦୁର୍ଯ୍ୟୋଧନ କହିଥିଲା ସେ ପାଣ୍ଡବଙ୍କୁ ପାଞ୍ଚ ଗାଁ କ’ଣ ସୂଚ୍ୟଗ୍ର ପରିମିତ ଭୂମି ମଧ୍ୟ ଦେବନାହିଁ। ଜୀବାଣୁ ଓ ତା’ଠାରୁ ମଧ୍ୟ କ୍ଷୁଦ୍ର ଭୂତାଣୁର ସ୍ଥିତି ବୈଜ୍ଞାନିକମାନେ ସ୍ଥିର କରିସାରିଛନ୍ତି। ଅଣୁ ଓ ତା’ଠାରୁ କ୍ଷୁଦ୍ର ପରମାଣୁ ଅଛି। ପରମାଣୁର କେନ୍ଦ୍ରରେ ଅଛି ପ୍ରୋଟନ୍‌ ଓ ନ୍ୟୁଟ୍ରନ୍‌, ଯାହାର ସଂଖ୍ୟାକୁ ନେଇ ପରମାଣୁର ଓଜନ ସ୍ଥିର କରାଯାଏ। ତେବେ ଶୂନ୍ୟ ଡାଇମେନ୍‌ଶନ ଏକ କଳ୍ପନା ମାତ୍ର। ଅସଂଖ୍ୟ ଶୂନ୍ୟ ଡାଇମେନ୍‌ଶନକୁ ନେଇ ଏକ ରେଖାର ସୃଷ୍ଟି। ଅବଶ୍ୟ ଗାଣିତିକ ଯୁକ୍ତି ଦୃଷ୍ଟିରୁ ଅସଂଖ୍ୟ ଶୂନ୍ୟର ସମାହାର କେବେ ଏକ ହୋଇ ନ ପାରେ। ରେଖା ଦୁଇ ପ୍ରକାର ସରଳ ଓ ବକ୍ର। ଉଭୟ ପ୍ରକାର ରେଖା ଏକ ଡାଇମେନ୍‌ଶନ (ଦୈର୍ଘ୍ୟ) ବିଶିଷ୍ଟ। ଗୋଟିଏ ଚଳତ୍‌ଶକ୍ତିବିଶିଷ୍ଟ ଅଣୁଜୀବକୁ ଯଦି ଛାଡି ଦିଆଯାଏ ସେ କେବଳ ଏକ ଡାଇମେନ୍‌ଶନରେ ଗତି କରିପାରିବ। ଦୁଇ ଡାଇମେନ୍‌ଶନ ବା କ୍ଷେତ୍ରଫଳର ସୂଚନା ଦେବା ବା ପରିକ୍ରମଣ କରିବା ଶକ୍ତି ତା’ର ନାହିଁ। ଯେପରି ଅସଂଖ୍ୟ ସମଧର୍ମୀ ରେଖା (ସରଳରେଖା ବା ବକ୍ର ହେଲେ ଏକପ୍ରକାର ବକ୍ରରେଖା) ଗୋଟିଏ ସହିତ ଆରଟି ଜଡିତ ରହି ଏକ କ୍ଷେତ୍ର ସୃଷ୍ଟି କରିପାରିବ, ଯଦିଚ ଏକ ଡାଇମେନ୍‌ଶନ ବିଶିଷ୍ଟ ରେଖାର ପରିମାଣ କେବଳ ଦୈର୍ଘ୍ୟ। ନା ଏଥିରେ ଥାଏ ପ୍ରସ୍ଥ ନା ବେଧ। ଏକ ଆୟତକ୍ଷେତ୍ରର ଡାଇମେନ୍‌ଶନ୍‌ଦ୍ୱୟ (ଦୈର୍ଘ୍ୟ ଓ ପ୍ରସ୍ଥ) ପରସ୍ପର ସହିତ ସମକୋଣ ସୃଷ୍ଟି କରିବା ଆମେ ଗାଣିତିକ ସୁବିଧା ପାଇଁ ଧରିନେଇଛେ। ଏ ନିୟମ ଦ୍ୱାରା କ୍ଷେତ୍ରଫଳ ବା ପରିମାଣ ନିର୍ଦ୍ଧାରଣ ସହଜସାଧ୍ୟ। ଦୁଇ ଡାଇମେନ୍‌ଶନ୍‌ ବିଶିଷ୍ଟ କ୍ଷେତ୍ର ବେଧଶୂନ୍ୟ। ଅସଂଖ୍ୟ କ୍ଷେତ୍ରକୁ ଗୋଟିକ ଉପରେ ଆଉ ଗୋଟିଏ ରଖି ଏକ ଥ୍ରିଡାଇମେନ୍‌ଶନାଲ (ତ୍ରିବିମୀୟ) ବସ୍ତୁ ସୃଷ୍ଟି କରିହେବ ଯେପରି ଅନେକ କାଗଜ ଗୋଟିଏ ଉପରେ ଅନ୍ୟଟି ରଖି ବହିଟିଏ କରିହୁଏ, ଯଦିଚ ଏହା ଯୁକ୍ତିସମ୍ମତ ନୁହେଁ। ଗାଣିତିକ ପରିମାପରେ ସୁବିଧା ହେବ ବୋଲି ଏଇ ତୃତୀୟ ଡାଇମେନ୍‌ଶନ (ବେଧ)ଟି ଦ୍ୱିବିମୀୟ କ୍ଷେତ୍ର ସହ ସମକୋଣ ସୃଷ୍ଟି କରୁଥିବା ନିଆଗଲା। ଏହାଦ୍ୱାରା ପରିମାଣ ମାପିବା ସହଜସାଧ୍ୟ ଯେପରି ଏତେ ଘନମିଟର ଜଳ। ଗୋଟିଏ ଅଣୁଜୀବ ଯେପରି ତା’ର ସ୍ଥିତି ବିନା ସେ ଆଉ କିଛି ଜାଣେନାହିଁ ତଥା ଏକ ଡାଇମେନ୍‌ଶନ ବିଶିଷ୍ଟ ଜିଆ ଯେପରି ସେ ଗତି କରୁଥିବା ରେଖାକୁ ହିଁ ସମଗ୍ର ସଂସାର ବୋଲି ଭାବେ ତଥା ଦୁଇ ଓ ତିନି ଡାଇମେନ୍‌ଶନ ବିଷୟରେ ତା’ର କିଛି ଧାରଣା ନ ଥାଏ, (ଅବଶ୍ୟ ଶୂନ୍ୟ ଡାଇମେନ୍‌ଶନ୍‌ ଅର୍ଥାତ୍‌ ନିଜ ସ୍ଥିତି ବିଷୟରେ ଅବଗତ ଥାଏ।) ସେହିପରି ତିନି ଡାଇମେନ୍‌ଶନ୍‌ ବିଶିଷ୍ଟ ପ୍ରାଣୀ ତିନି ଡାଇମେନ୍‌ଶନ ଓ ତା’ଠାରୁ କମ୍‌ ଡାଇମେନ୍‌ଶନ ବିଷୟରେ ଜାଣିପାରେ କିନ୍ତୁ ତା’ଠାରୁ ଅଧିକ ଅର୍ଥାତ୍‌ ଚାରି, ପାଞ୍ଚ ଇତ୍ୟାଦି ଡାଇମେନ୍‌ଶନ୍‌ ବିଷୟରେ କିଛି ବି ଜାଣିପାରେ ନାହିଁ। ବରଂ ଏ ସବୁ କିଛିନାହିଁ ବୋଲି ଭାବେ। ଭଗବତ୍‌ଗୀତାର ଉକ୍ତି ଅନୁସାରେ, ନାନ୍ୟଦସ୍ତୀତି ବାଦିନଃ। ବମୁଡା ତ୍ରିକୋଣରେ ଯେପରି ଦିଗ ନିର୍ଣ୍ଣାୟକ ଚୁମ୍ବକୀୟ କମ୍ପାସ କାମ କରିବା ବନ୍ଦ କରିଦିଏ ତଥା ପ୍ରେତାତ୍ମା ଆଦି ଯେପରି ମଣିଷ ଆଖିକୁ ଦେଖାଯାନ୍ତି ନାହିଁ, ସେମାନେ ଯେ ଚାରି ଡାଇମେନ୍‌ଶନ ବିଶିଷ୍ଟ ଏଥିରେ ସନ୍ଦେହ ନାହିଁ। ସେପରି ମୃତ୍ୟୁ ସମୟରେ ପ୍ରାଣୀ ଯେପରି ସୁଡଙ୍ଗ ଭିତର ଦେଇ ଯିବା ଅନୁଭବ କରେ ତାହା ସୂଚନା ଦିଏ ଯେ ତିନି ଡାଇମେନ୍‌ଶନ୍‌ ଶରୀର ଛାଡି ବ୍ୟକ୍ତିର ଜୀବାତ୍ମା ଚତୁର୍ଥ ଡାଇମେନ୍‌ଶନକୁ ଗତିକରେ। କୃଷ୍ଣଗର୍ତ୍ତ (ବ୍ଲାକ୍‌ ହୋଲ୍‌) ଶୂନ୍ୟ ଡାଇମେନ୍‌ଶନ୍‌ର ଏକ ଉତ୍କୃଷ୍ଟ ଉଦାହରଣ। ଊର୍ଜ୍ଜା ହରାଇବା ପରେ ଗ୍ରହ ତାରା ଆଦି ମହାଜାଗତିକ ବସ୍ତୁ କୃଷ୍ଣଗର୍ତ୍ତ ଦ୍ୱାରା ବିଶୋଷିତ ହୋଇ ନିଜର ସତ୍ତା ହରାନ୍ତି। ପୃଥିବୀକୁ ମିଶାଇ ଯେଉଁ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର କଳ୍ପନା କରାଯାଇଛି ତାହା ଉତ୍ତରୋତ୍ତର ଏହି ଡାଇମେନ୍‌ଶନ୍‌ର ବ୍ୟବସ୍ଥିତି ବ୍ୟତୀତ ଆଉ କିଛି ନୁହେଁ। ପୁଣି ସେହି ସେହି ଲୋକ ବା ଡାଇମେନ୍‌ଶନରେ ଯେଉଁ ଜୀବ ବା ଆତ୍ମା ବା ଗନ୍ଧର୍ବ, ଦେବତା, ପିତୃ ଆଦି ବାସ କରନ୍ତି ସେମାନେ ମଧ୍ୟ ସେହି ଡାଇମେନ୍‌ଶନର ଶରୀର ଧାରଣ କରନ୍ତି। ଯେପରି ପୃଥିବୀ ତିନି ଡାଇମେନ୍‌ଶନ ବିଶିଷ୍ଟ ତେଣୁ ତତ୍ରତ୍ୟ ପ୍ରାଣୀ ତ୍ରିଡାଇମେନ୍‌ଶନ୍‌ ବିଶିଷ୍ଟ। ବ୍ରହ୍ମଲୋକ ସର୍ବାଧିକ ଡାଇମେନ୍‌ଶନ ବିଶିଷ୍ଟ ହେଲାବେଳକୁ ଧ୍ରୁବଙ୍କୁ ବିଷ୍ଣୁ ଯେଉଁ ଲୋକରେ ଅବସ୍ଥାପିତ କଲେ ତାହା ଶାଶ୍ୱତ, ବ୍ରହ୍ମଲୋକଠାରୁ ମଧ୍ୟ ଊର୍ଦ୍ଧ୍ୱରେ (ଅଧିକ ଡାଇମେନ୍‌ଶନ ବିଶିଷ୍ଟ)। ଯେଉଁଠାରେ ଡାଇମେନ୍‌ଶନର ଗଣନା ପରିସମାପ୍ତ ହୋଇଯାଏ ଅର୍ଥାତ୍‌ ଅସଂଖ୍ୟ, ତାହା ବୈକୁଣ୍ଠଧାମ। ସେଠାରେ ପରଂବ୍ରହ୍ମ ନାରାୟଣ ବାସ କରନ୍ତି। ସେ ଅସଂଖ୍ୟ ଡାଇମେନ୍‌ଶନ ବିଶିଷ୍ଟ ହୋଇଥିବାରୁ ଡାଇମେନ୍‌ଶନରେ ସୀମିତ ବ୍ରହ୍ମାଦି ଦେବଗଣଙ୍କୁ ଦେଖାଯାନ୍ତି ନାହିଁ। ଚିତ୍ରାଙ୍କନ କରି ଓ କ୍ୟାମେରାରେ ଫଟୋ ଗ୍ରହଣ ଦ୍ୱାରା ଯେପରି ଅଧିକ ଡାଇମେନ୍‌ଶନ ବିଶିଷ୍ଟ ଦେବଦେବୀ ଓ ତିନି ଡାଇମେନ୍‌ଶନ ବିଶିଷ୍ଟ ସମସ୍ତ ଜୀବ, ନିର୍ଜୀବଙ୍କୁ ଦୁଇ ଡାଇମେନ୍‌ଶନ ବିଶିଷ୍ଟ କରିପାରୁ ସେପରି ଦେବଗଣ ଇଚ୍ଛା କରି ତିନି ଡାଇମେନ୍‌ଶନ ବିଶିଷ୍ଟ ମନୁଷ୍ୟ ଓ ବାନର ଆଦି ପଶୁ (ରାମାବତାର) ଏପରି କି ନିର୍ଜୀବ କାଠ, ପଥର ଓ ଧାତବ ମୂର୍ତ୍ତିରେ (ପ୍ରାଣ ପ୍ରତିଷ୍ଠା କରାଯାଇଥିବା ପ୍ରତିମା) ପ୍ରବିଷ୍ଟ ହୋଇପାରନ୍ତି। ପରଂବ୍ରହ୍ମ ଅବତାର ଗ୍ରହଣ କରିବା ଏହି ପ୍ରକ୍ରିୟାର ଅନ୍ତର୍ଭୁକ୍ତ। କିନ୍ତୁ କମ୍‌ ଡାଇମେନ୍‌ଶନ ବିଶିଷ୍ଟ ବ୍ୟକ୍ତି ବା ବସ୍ତୁ ଅଧିକ ଡାଇମେନ୍‌ଶନ ଗ୍ରହଣ କରିବା ବା ପ୍ରବେଶ କରିବା ଯଦିଚ ଅସମ୍ଭବ ନୁହେଁ ତଥାପି ଦୁରୂହ। କଠୋର ସାଧନା ଦ୍ୱାରା ସାଧକ ଚତୁର୍ଥ ଓ ପଞ୍ଚମ ଡାଇମେନ୍‌ଶନ ଯଥାକ୍ରମେ ପ୍ରେତାତ୍ମା ଓ ଦେବଲୋକ ବିଷୟରେ ଆଭାସ ପାଇପାରେ ଅର୍ଥାତ୍‌ ସେମାନଙ୍କ ଦର୍ଶନ ପାଇପାରେ ତଥା ସେ ଲୋକକୁ ଗମନ କରିପାରେ। ଭଗବତ୍‌ ଗୀତା ଏକାଦଶ ଅଧ୍ୟାୟର ଅଷ୍ଟମ ଶ୍ଳୋକ ଏ ପ୍ରସଙ୍ଗରେ ମନେପଡେ- ‘ନ ତୁ ମାଂ ଶକ୍ୟସେ ଦ୍ରଷ୍ଟୁମନେନୈବ ସ୍ବଚକ୍ଷୁୁଷା। ଦିବ୍ୟଂ ଦଦାମି ତେ ଚକ୍ଷୁଃ ପଶ୍ୟ ମେ ଯୋଗମୈଶ୍ୱରମ୍‌।ା’ ଅର୍ଥାତ୍‌ ତୁମର ଏ ଚକ୍ଷୁରେ ମୋର ବିଶ୍ୱରୂପ (ଯୋଗମୈଶ୍ୱରମ୍‌) ଦେଖିବାକୁ ସମର୍ଥ ନୁହଁ। ଅତଏବ ମୁଁ ତୁମକୁ ଦିବ୍ୟଦୃଷ୍ଟି ପ୍ରଦାନ କରୁଛି। ପୁନଶ୍ଚ ପଞ୍ଚମ ଶ୍ଳୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି- ‘ପଶ୍ୟ ମେ ପାର୍ଥ ରୂପାଣି ଶତଶୋଥ ସହସ୍ରଶଃ। ନାନାବିଧାନି ଦିବ୍ୟାନି ନାନାବର୍ଣ୍ଣାକୃତୀନିଚ।ା’ ହେ ପାର୍ଥ, ମୋର ଶହେପ୍ରକାର, ହଜାରେ ପ୍ରକାର ରୂପ (ଅର୍ଥାତ୍‌ ଅସଂଖ୍ୟ ଡାଇମେନ୍‌ଶନ୍‌) ଦେଖ, ଯେଉଁଗୁଡିକ ଅସଂଖ୍ୟ ପ୍ରକାର, ପୁଣି ଅନେକ ରଙ୍ଗ ଓ ଆକୃତି ବିଶିଷ୍ଟ। ମନୁଷ୍ୟ ଯେପରି ତିନି, ଦୁଇ ଓ ଏକ ଡାଇମେନ୍‌ଶନ ବିଶିଷ୍ଟ ପ୍ରାଣୀ ଓ ବସ୍ତୁ ଉପରେ ଅନାୟାସରେ ପ୍ରଭୁତ୍ୱ ବିସ୍ତାର କରିପାରେ, ସାଧକ ଯିଏ ଚତୁର୍ଥ ଓ ପଞ୍ଚମ ଡାଇମେନ୍‌ଶନରେ ପହଞ୍ଚିପାରିଛି ସେ ସେହି ସେହି ଡାଇମେନ୍‌ଶନର ଜୀବ ଓ ନିର୍ଜୀବଙ୍କୁ ନିୟନ୍ତ୍ରଣାଧୀନ କରିପାରେ। ସାଧନା କରି ଯେ ସିଦ୍ଧିପ୍ରାପ୍ତ କରିଛି ଅର୍ଥାତ୍‌ ନିଜକୁ ଉଚ୍ଚତ୍ତର ଡାଇମେନ୍‌ଶନ୍‌ ସହ ସଂଶ୍ଳିଷ୍ଟ କରିପାରିଛି, ତା’ ପାଇଁ ଏବେ ଭାରତବର୍ଷରେ ଦେଖାଦେଇ ତା’ ପରମୁହୂର୍ତ୍ତରେ ଆମେରିକାରେ ଦେଖାଦେବା, ତା’ ଜୀବାତ୍ମାକୁ ଅନ୍ୟ ଏକ ମୃତ ଶରୀରରେ ପ୍ରବେଶ କରାଇବା, ସ୍ବଦେହରେ ସ୍ବର୍ଗଲୋକକୁ ଗମନ କରିବା, ଗନ୍ଧର୍ବ ଅପସରାଙ୍କ ଗହଣରେ କାଳାତିପାତ କରିବା ସମ୍ଭବପର ହୁଏ। ଯେ ବୈକୁଣ୍ଠଧାମକୁ ଏକାନ୍ତ ଭକ୍ତି ଓ ସାଧନା ବଳରେ ଗମନ କରିବା ସିଦ୍ଧିପ୍ରାପ୍ତ କରିଛି, ତାକୁ ଉଲ୍ଲିଖିତ ଚତୁର୍ଥ ଓ ପଞ୍ଚମ ଡାଇମେନ୍‌ଶନର ସୁଖସମ୍ଭୋଗ ତୁଚ୍ଛ ପ୍ରତୀତ ହୁଏ। ମରଣକାଳରେ ବ୍ୟକ୍ତି ଯେଉଁ ମର୍ମନ୍ତୁଦ ଯନ୍ତ୍ରଣା ଅନୁଭବ କରେ ତା’ ମୂଳରେ ନିହିତ ମୋହ, ମାୟା, ମମତା ଓ ସମ୍ପତ୍ତି ପ୍ରତି ଆସକ୍ତି। ଅତଏବ ପୂର୍ବକାଳରେ ଚତୁର୍ଥାବସ୍ଥାରେ ସମ୍ରାଟ୍‌ମାନେ ରାଜ୍ୟ, ଧନ, କ୍ଷମତା, ପ୍ରତିପତ୍ତି ଓ ପରିବାରଠାରୁ ମମତା ତୁଟାଇ ଅରଣ୍ୟରେ ବାସ କରି ପ୍ରଭୁଙ୍କ ପାଦପଦ୍ମରେ ଚିତ୍ତ ନିବେଶ କରୁଥିଲେ। ସଂସାରବିରକ୍ତ ନିର୍ଦ୍ଧନ ଯୋଗୀ ସନ୍ନ୍ୟାସୀମାନେ ତେଣୁ ଭୁଜଙ୍ଗ ନିର୍ମୋକ ତ୍ୟାଗ କଲାପରି ଅନାୟାସରେ ତିନି ଡାଇମେନ୍‌ଶନ ବିଶିଷ୍ଟ ଶରୀର ପରିହାର କରି ଚତୁର୍ଥ ବା ତଦୂର୍ଦ୍ଧ୍ୱ ଡାଇମେନ୍‌ଶନକୁ ଯାଇପାରୁଥିଲେ। ମୋ-୦୯୪୩୭୦୧୭୨୦୨
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

୨୦୧୮ ଜୁଲାଇ ଓ ଅଗଷ୍ଟ ମାସର ଭୂକମ୍ପ ପରେ ସେପ୍ଟେମ୍ବର ୨୮ ତାରିଖର ଭୂକମ୍ପ ଥିଲା ଇଣ୍ଡୋନେସିଆରେ ଏ ବର୍ଷର ତୃତୀୟ ତଥା ଶକ୍ତିଶାଳୀ। ଇଣ୍ଡୋନେସିଆରେ ଛୋଟ-ବଡ଼ ଭୂକମ୍ପ ସାଧାରଣ କଥା।

ସମ୍ଭ୍ରାନ୍ତ ଠାଣି

ସମ୍ଭ୍ରାନ୍ତ ଠାଣି

ଅକ୍ଟୋବର ୧୩ ଅପରାହ୍ଣ ୪ଟା ୪୫ ମିନିଟ୍‌ରେ ଦିଲ୍ଲୀ ନିକଟସ୍ଥ ଗୁଡ୍‌ଗାଓଁର ଜିଲା କୋର୍ଟ ଭିତରେ ଅତିରିକ୍ତ ଦୌରା ଜଜ୍‌ କ୍ରିଷ୍ଣକାନ୍ତ ଶର୍ମା ଅନ୍ୟ ଜଣେ ବିଚାରପତିଙ୍କ ସହ କଥା ହେଉଥିବା ବେଳେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍‌ ଆସିଲା। ଫୋନ୍‌ କରିଥିବା ବ୍ୟକ୍ତି ଥିଲେ କ୍ରିଷ୍ଣକାନ୍ତଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମହିପାଲ ସିଂ।

 ବିବାଦରେ ଆକବର

ବିବାଦରେ ଆକବର

ଆକାର ପଟେଲ

ପ୍ରାୟ ୨୫ ବର୍ଷ ତଳେ ମୁଁ କାର୍ଯ୍ୟ ଅନ୍ବେଷଣରେ ସୁରତରୁ ବମ୍ବେ (ସେତେବେଳେ ମୁମ୍ବାଇ ନାଁ ହୋଇ ନ ଥିଲା) ଆସିଲି। ଆମ ପାରିବାରିକ ବ୍ୟବସାୟ ‘ପଲିଷ୍ଟର ପୋଷାକ ତିଆରି’ ଆଉ ଚାଲିଲା ନାହିଁ। ମୁଁ ଟେକ୍ସଟାଇଲ ବିଦ୍ୟାରେ ଡିପ୍ଲୋମା କରିଥିଲି। ବିଦ୍ୟାଳୟ ଶିକ୍ଷା ପରେ ଏହି ଡିପ୍ଲୋମା କରିବାରେ ମୋର ଦୁଇବର୍ଷ ଚାଲିଗଲା। ସୁତରାଂ କୌଣସି ଅଫିସ ଚାକିରି ପାଇଁ ମୋର ଶିକ୍ଷାଗତ ଯୋଗ୍ୟତା ନ ଥିଲା। ଜଣେ ...

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ପ୍ରକାଶ ତ୍ରିପାଠୀ

ଶୁଣିଥିବା ଏକ ପୌରାଣିକ କଥାବସ୍ତୁରୁ ଆଲେଖ୍ୟଟିକୁ ଆରମ୍ଭ କରୁଛୁ। ଋଷି ଉଦ୍ଦାଳକ ଓ ତାଙ୍କ ପୁତ୍ର ଶ୍ୱେତକେତୁ ନିଜ ଆଶ୍ରମ ସନ୍ନିକଟରେ ବସି କୌଣସି ଏକ କାର୍ଯ୍ୟ ସମ୍ପାଦନ କରୁଥିଲେ। ଆଶ୍ରମରେ ସେତେବେଳେ ଉଦ୍ଦାଳକଙ୍କ ପତ୍ନୀ ଏକୁଟିଆ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆଶ୍ରମ ଭିତରକୁ ପ୍ରବେଶ କରି ଉଦ୍ଦାଳକଙ୍କ ପତ୍ନୀଙ୍କୁ ଧରି ପଳାୟନ କଲେ। ଉଭୟ ପିତା ଓ ପୁତ୍ରଙ୍କ ଆଖି ସାମ୍ନାରେ ଘଟଣାଟି ...