ବାଣିଜ୍ୟ |

ଅର୍ଥନୀତି ସୁଧୁରୁଛି କହିବା ଠିକ୍‌ ହେବନାହିଁ : ମନମୋହନ ସିଂ

ଅର୍ଥନୀତି ସୁଧୁରୁଛି କହିବା ଠିକ୍‌ ହେବନାହିଁ : ମନମୋହନ ସିଂ

ସୁରଟ, ୨-୧୨- ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡିପିରେ ସାମାନ୍ୟ ଅଭିବୃଦ୍ଧି ଘଟି ଏହା ୬.୩% ଛୁଇଁଛି। କିନ୍ତୁ ଏହାକୁ ଭିତ୍ତିକରି ଅର୍ଥନୀତିରେ ସୁଧାର ଆସୁଛି ବୋଲି କୁହାଯାଇ ପାରିବ ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସୁରଟଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି। ସେ କହିଛନ୍ତି, ବିମୁଦ୍ରୀକରଣ ଏବଂ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପରେ ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟ ଧରଣର ଶିଳ୍ପଗୁଡିକ ମାତ୍ରାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। କିନ୍ତୁ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ) ପକ୍ଷରୁ ପ୍ରକାଶିତ ଅଭିବୃଦ୍ଧି ଆକଳନରେ ଜିଏସ୍‌ଟି ଓ ବିମୁଦ୍ରୀକରଣ ଦ୍ୱାରା ହୋଇଥିବା କ୍ଷତିକୁ ଠିକ୍‌ ଭାବରେ ଦର୍ଶାଯାଇ ନାହିଁ। ତେଣୁ ବର୍ତ୍ତମାନର ସାମୟିକ ଅଭିବୃଦ୍ଧିକୁ ଦେଖି ଅର୍ଥନୀତିରେ ସୁଧାର ଆସୁଛି ବୋଲି କହିବା ଠିକ୍‌ ହେବ ନାହିଁ ସିଂ ପ୍ରକାଶ କରିଛନ୍ତି। ସେ ପୁଣି କହିଛନ୍ତି ଜିଏସ୍‌ଟି ଏବଂ ବିମୁଦ୍ରୀକରଣ ବାଣିଜ୍ୟର ମେରୁଦଣ୍ଡକୁ ଭାଙ୍ଗି ଦେଇଛି।

All Right Reserved By

Model This Week

Model This Week

ବାଣିଜ୍ୟ |

ନାଲ୍‌କୋ ପକ୍ଷରୁ କ୍ୱାଲିଟି ସର୍କଲ କନ୍‌ଭେନଶନ

ନାଲ୍‌କୋ ପକ୍ଷରୁ କ୍ୱାଲିଟି ସର୍କଲ କନ୍‌ଭେନଶନ

ଭୁବନେଶ୍ୱର,୨୬-୪(ବ୍ୟୁରୋ) ରାଷ୍ଟ୍ରାୟତ୍ତ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ(ନାଲ୍‌କୋ) ପକ୍ଷରୁ ଅଲ୍‌ ଓଡିଶା କ୍ୱାଲିଟି ସର୍କଲ କନଭେଶନର ୨୩ତମ ସଂସ୍କରଣ ସ୍ଥାନୀୟ ନାଲକୋ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ନାଲକୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ ଉଦଘାଟନ କରିଥିଲେ।

ଆଲ୍ଲାହାବାଦ୍‌ ବ୍ୟାଙ୍କର  ବ୍ୟାଙ୍କର-କଷ୍ଟମର ମିଟ୍‌

ଆଲ୍ଲାହାବାଦ୍‌ ବ୍ୟାଙ୍କର ବ୍ୟାଙ୍କର-କଷ୍ଟମର ମିଟ୍‌

ଭୁବନେଶ୍ୱର,୨୬-୪(ବ୍ୟୁରୋ) ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଏହାର ୧୫୪ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ଥାନୀୟ ଏକ ହୋଟେଲରେ ବ୍ୟାଙ୍କର ଏବଂ ଗ୍ରାହକଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବ୍ୟାଙ୍କର ନିର୍ଦ୍ଦେଶକ ବି.କେ ସାହୁ, ଡିଜିଏମ୍‌ ତଥା ଜୋନ୍‌ ମୁଖ୍ୟ କେ. ମୂରଲୀ କ୍ରୀଷ୍ଣା ଉଦଘାଟନ କରିଥିଲେ।

ଇପିଏଫ୍‌ ଆକାଉଣ୍ଟ କମ୍ପାନୀ ଜମା କରୁ ନ ଥିଲେ ଜାଣିବେ କର୍ମଚାରୀ

ଇପିଏଫ୍‌ ଆକାଉଣ୍ଟ କମ୍ପାନୀ ଜମା କରୁ ନ ଥିଲେ ଜାଣିବେ କର୍ମଚାରୀ

ନୂଆଦିଲ୍ଲୀ, ୨୬-୪(ପି.ଟି.) କର୍ମଚାରୀଙ୍କ ଇପିଏଫ ଆକାଉଣ୍ଟକୁ କର୍ମସଂସ୍ଥାନ ପକ୍ଷରୁ ଯଦି ଅବଦାନ ପୈଠ କରା ନ ଯାଏ ତେବେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍‌ଓ) ଏହାର ସଦସ୍ୟମାନଙ୍କୁ ଚିଠି ଲେଖିବ। ଇମେଲ୍‌ ଏବଂ ମୋବାଇଲ୍‌ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଏହି ଚିଠି ପଠାଯିବ।

ମେ ୪ରେ ୨୭ତମ ଜିଏସ୍‌ଟି ପରିଷଦ ବୈଠକ

ମେ ୪ରେ ୨୭ତମ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ, ୨୬-୪(ପି.ଟି.) ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପରିଷଦର ୨୭ତମ ବୈଠକ ଆସନ୍ତା ମେ’ ୪ରେ ଅନୁଷ୍ଠିତ ହେବ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏଥିରେ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ପରୋକ୍ଷ ଟିକସ ବ୍ୟବସ୍ଥାରେ ବର୍ତ୍ତମାନ ଦେଖାଦେଉଥିବା କେତେକ ସମସ୍ୟା ଏବଂ ଜିଏସ୍‌ଟି ରିଟର୍ନ ଫାଇଲିଂ ଫର୍ମକୁ ସରଳୀକରଣ ସଂକ୍ରାନ୍ତରେ ଆଲୋଚନା ହେବ।

ଜାତୀୟ ବାଉଁସ ମିଶନରେ ଖର୍ଚ୍ଚ ହେବ ୧୨୯୦ କୋଟି

ଜାତୀୟ ବାଉଁସ ମିଶନରେ ଖର୍ଚ୍ଚ ହେବ ୧୨୯୦ କୋଟି

ନୂଆଦିଲ୍ଲୀ, ୨୬-୪ ୨୦୧୮-୧୯ ଆର୍ଥିକ ବର୍ଷ ସକାଶେ ନଳିତା( ର’ଝୋଟ)ର କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ( ଏମ୍‌ଏସ୍‌ପି) ୩୫୦୦ ଟଙ୍କାରୁ ୩୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବୁଧବାର କେନ୍ଦ୍ର ସରକାର ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେହିପରି ପୂନଃଗଠିତ ଜାତୀୟ ବାଉଁସ ମିଶନ(ଏନ୍‌ବିଏମ୍‌) ବାବଦ ଆସନ୍ତା ୨ ବର୍ଷରେ ୧୨୯୦ କୋଟି ଟଙ୍କା ଖର୍ଚ୍ଚକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି।

ଇନ୍‌ସଲ୍‌ଭେନ୍ସି ମାମଲାର ବିଚାର ପାଇଁ ଜଜ୍‌ ଅଭାବ

ଇନ୍‌ସଲ୍‌ଭେନ୍ସି ମାମଲାର ବିଚାର ପାଇଁ ଜଜ୍‌ ଅଭାବ

ନୂଆଦିଲ୍ଲୀ,୨୬-୪ ଯେଉଁ କମ୍ପାନୀଗୁଡ଼ିକ ମାତ୍ରାଧିକ ଅନାଦାୟ ଋଣ ଭିତରେ ବୁଡ଼ି ରହିଛନ୍ତି ସେମାନଙ୍କୁ ପୂନଃ ବ୍ୟବସ୍ଥିତ କରିବା ତଥା ଦେବାଳିଆ ଘୋଷଣା କରି ଋଣ ଅସୁଲ କରିବା ନିମନ୍ତେ ଦେଶରେ ନୂତନ ବ୍ୟାଙ୍କରେପ୍ସି କୋଡ ଲାଗୁ ହୋଇଛି।

ପରବର୍ତ୍ତୀ ମାନ୍ଦାବସ୍ଥା ପାଇଁ ମଞ୍ଜିି ବୁଣୁଛି ସାଉଦି ଆରବ:ଅଶୋଧିତ ତୈଳ ଦରକୁ ୧୦୦ ଡଲାରରେ ପହଞ୍ଚାଇବାକୁ କରୁଛି ପ୍ରୟାସ

ପରବର୍ତ୍ତୀ ମାନ୍ଦାବସ୍ଥା ପାଇଁ ମଞ୍ଜିି ବୁଣୁଛି ସାଉଦି ଆରବ:ଅଶୋଧିତ ତୈଳ ଦରକୁ ୧୦୦ ଡଲାରରେ ପହଞ୍ଚାଇବାକୁ କରୁଛି ପ୍ରୟାସ

ନୂଆଦିଲ୍ଲୀ,୨୬-୪ ବ୍ୟାରେଲ ପିଛା ଅଶୋଧିତ ତୈଳ ଦରକୁ ୧୦୦ ଡଲାରରେ ପହଞ୍ଚାଇବା ପାଇଁ ସାଉଦି ଆରବ ଚେଷ୍ଟା କରୁଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହା ଏକ ଗୁଜବ ହୋଇଥାଇପାରେ। କିନ୍ତୁ ଯଦି ତୈଳ ଦର ଉକ୍ତ ସ୍ତର ଛୁଏଁ ତା’ହେଲେ ପରବର୍ତ୍ତୀ ମାନ୍ଦାବସ୍ଥା ପାଇଁ ସାଉଦି ଆରବ ମଞ୍ଜି ବୁଣିବ।

ଗୋଇନ୍ଦା ଏଜେନ୍ସି ନିଯୁକ୍ତି ଦେବ ପିଏନ୍‌ବି:ଅପହଞ୍ଚ ଋଣକର୍ତ୍ତାଙ୍କୁ ଠାବ କରିବାକୁ ପ୍ରୟାସ

ଗୋଇନ୍ଦା ଏଜେନ୍ସି ନିଯୁକ୍ତି ଦେବ ପିଏନ୍‌ବି:ଅପହଞ୍ଚ ଋଣକର୍ତ୍ତାଙ୍କୁ ଠାବ କରିବାକୁ ପ୍ରୟାସ

ନୂଆଦିଲ୍ଲୀ,୨୬-୪(ପି.ଟି.) ଋଣ ନେଇ ଫେରାର୍‌ ହୋଇଯାଉଥିବା ଖିଲାପକାରୀମାନଙ୍କୁ ଠାବ କରିବା ପାଇଁ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ(ପିଏନ୍‌ବି) ଗୋଇନ୍ଦା ଏଜେନ୍ସିଗୁଡିକୁ ନିଯୁକ୍ତି ଦେବ। ଏଥିପାଇଁ ବ୍ୟାଙ୍କ ବର୍ତ୍ତମାନ ଏହି ଏଜେନ୍ସିଗୁଡିକଠାରୁ ଆବେଦନପତ୍ର ଆହ୍ବାନ କରିଛି। ମେ’ ୫ ସୁଦ୍ଧା ଆବେଦନପତ୍ର ଦାଖଲ କରିବା ପାଇଁ ଇଚ୍ଛୁକ ଏଜେନ୍ସିଗୁଡିକୁ କୁହାଯାଇଛି।

ରିଲାଏନ୍ସ  ହୋମ୍‌ ଫାଇନାନ୍ସ ବୋର୍ଡରେ ଅନ୍‌ମୋଲ୍‌ ଅମ୍ବାନୀ

ରିଲାଏନ୍ସ ହୋମ୍‌ ଫାଇନାନ୍ସ ବୋର୍ଡରେ ଅନ୍‌ମୋଲ୍‌ ଅମ୍ବାନୀ

ନୂଆଦିଲ୍ଲୀ,୨୫-୪(ପି.ଟି.) ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ବଡ ପୁଅ ଅନ୍‌ମୋଲ୍‌ ଅମ୍ବାନୀ ରିଲାଏନ୍ସ ନିପନ୍‌ ଲାଇଫ୍‌ ଆସେଟ୍‌ ମ୍ୟାନେଜ୍‌ମେଣ୍ଟ ଏବଂ ରିଲାଏନ୍ସ ହୋମ୍‌ ଫାଇନାନ୍ସ ବୋର୍ଡରେ ନିଯୁକ୍ତି ପାଇଛନ୍ତି।

ହୋଣ୍ଡା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ହୋଣ୍ଡା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୨୫-୪ ହୋଣ୍ଡା ମୋଟର ସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ-୨୦୧୮ ପାଳନ କରାଯାଉଛି। ଏହି ଅବସରରେ କମ୍ପାନୀ ପକ୍ଷରୁ ସାରା ଭାରତରେ ‘ହେଲ୍‌ମେଟ୍‌ ଅନ୍‌ ଲାଇଫ୍‌ ଅନ୍‌’ ଅଭିଯାନ ଜରିଆରେ ସଡକ ସୁରକ୍ଷା ବାର୍ତ୍ତା ପ୍ରଦାନ କରାଯାଉଛି। ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ୨୦୧୮ ଏପ୍ରିଲ୍‌ ୨୩ରୁ ୩୦ ପର୍ଯ୍ୟନ୍ତ ପାଳନ କରାଯାଉଛି।

ସାମସଙ୍ଗ ଆଣିଲା ବିଶ୍ୱର ପ୍ରଥମ ଉଇଣ୍ଡ୍‌-ଫ୍ରୀ ଏସି

ସାମସଙ୍ଗ ଆଣିଲା ବିଶ୍ୱର ପ୍ରଥମ ଉଇଣ୍ଡ୍‌-ଫ୍ରୀ ଏସି

ନୂଆଦିଲ୍ଲୀ,୨୫-୫ ଦେଶର ପ୍ରମୁଖ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ୍‌ ସାମ୍‌ସଙ୍ଗ୍‌ ଇଣ୍ଡିଆ ବିଶ୍ୱର ପ୍ରଥମ ଉଇଣ୍ଡ୍‌-ଫ୍ରୀ ଏୟାର୍‌ କଣ୍ଡିଶନର୍‌ର ବଜାର ପ୍ରବେଶ କରାଇଛି। ସାମ୍‌ସଙ୍ଗ୍‌ର ଏକ୍ସକ୍ଲୁଶିଭ୍‌ ଉଇଣ୍ଡ୍‌ ଫ୍ରୀ କୁଲିଂ ଟେକ୍ନୋଲୋଜିରେ ପ୍ରସ୍ତୁତ ଏହି ଏସି ଗ୍ରାହକଙ୍କୁ ଅଧିକ ଶକ୍ତି ସଞ୍ଚୟ ସହିତ ଏକ ଥଣ୍ଡା ଇନ୍‌ଡୋର୍‌ କ୍ଲାଇମେଟ୍‌ ପ୍ରଦାନ କରୁଛି। ସିଧାସଳଖ ଶୀତଳ ପବନ ପ୍ରବାହରୁ ଏହା ନିବୃତ ରହିବ। ଏଥିରେ ବିଶ୍ୱର ପ୍ରଥମ ୮ ପୋଲ୍‌ ସିରିଜ ଏବଂ କ୍ଷୟନିରୋଧୀ ଡ୍ୟୁରାଫିନ କଣ୍ଡେନ୍‌ସର ରହିଛି ା ଭାରତର ମାତ୍ରାଧିକ ତାପମାତ୍ରାକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି।

ଗଣପତି ଲାଲ ପିଏନ୍‌ବି ଭୁବନେଶ୍ୱର ମଣ୍ଡଳର ନୂତନ ମୁଖ୍ୟ

ଗଣପତି ଲାଲ ପିଏନ୍‌ବି ଭୁବନେଶ୍ୱର ମଣ୍ଡଳର ନୂତନ ମୁଖ୍ୟ

ଭୁବନେଶ୍ୱର,୨୫-୪ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଭୁବନେଶ୍ୱର ମଣ୍ଡଳର ନୂତନ ମୁଖ୍ୟ ଭାବେ ଗଣପତି ଲାଲ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୧୯୮୫ରେ ପିଏନ୍‌ବିରେ ଯୋଗଦେଇଥିବା ଲାଲ ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା ସମେତ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟଭାର ତୁଲାଇଛନ୍ତି।