ବାଣିଜ୍ୟ |

ଆହୁରି ସରଳ ହେବ ଜିଏସ୍‌ଟି

ଆହୁରି ସରଳ ହେବ ଜିଏସ୍‌ଟି

ନୂଆଦିଲ୍ଲୀ,୨-୧୨(ପି.ଟି)- ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ପରଠାରୁ ବଜାରରେ ବିଭିନ୍ନ ଅସୁବିଧା ଲାଗି ରହିଛି। ଜିଏସ୍‌ଟିକୁ ନେଇ ବଜାର ପ୍ରସ୍ତୁତ ନ ଥିବା ଯୋଗୁ ଏପରି ଅସୁବିଧା ସୃଷ୍ଟି ହୋଇଛି। ସରକାର ବାରମ୍ବାର ନିୟମରେ ପରିବର୍ତ୍ତନ ଆଣୁଥିବା ବେଳେ ସମସ୍ୟା ଏବେ ମଧ୍ୟ ଲାଗି ରହିଛି। ଏହିଭଳି ସମସ୍ୟାର ସମାଧାନ ଲାଗି ସରକାର ଏକ କମିଟି ଗଠନ କରିଛନ୍ତି। କମିଟିରେ ଶିଳ୍ପ କ୍ଷେତ୍ରରୁ ପ୍ରତିନିଧିମାନେ ରହିଛନ୍ତି। ଜିଏସ୍‌ଟିକୁ ନେଇ ଶିଳ୍ପ କ୍ଷେତ୍ର ସାମ୍ନା କରୁ୍‌ଥିବା ବିଭିନ୍ନ ଅସୁବିଧାକୁ କମିଟି ବିଚାର କରିବ। ଏହାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ। ବାଣିଜ୍ୟକୁ ସରଳ କରିବା ଦିଗରେ କମିଟି ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେବ ବୋଲି ଜଣାଯାଇଛି। କମିଟିରେ ୬ ଜଣ ସଦସ୍ୟ ସ୍ଥାନିତ ହୋଇଛନ୍ତି।
ଜିଏସ୍‌ଟି ଆଇନ ତର୍ଜମା ଦାୟିତ୍ୱରେ ଥିବା କମିଟିକୁ ଶିଳ୍ପ କ୍ଷେତ୍ରରେ ଏହି କମିଟି ପ୍ରସ୍ତାବ ଦେବ। ସରକାର ଜିଏସ୍‌ଟିରେ ବିଭିନ୍ନ ପରିବର୍ତ୍ତନ କରିଥିବା ବେଳେ ବର୍ତ୍ତମାନ ୨୮% ସ୍ଲାବରେ ମାତ୍ର ୫୦ ସାମଗ୍ରୀ ରହିଛି। ଜିଏସ୍‌ଟିର ପୁନଶ୍ଚ ସରଳୀକରଣ ଲାଗି ଅନ୍ତତଃ ପକ୍ଷେ ୧୨ ପ୍ରମୁଖ ପ୍ରସଙ୍ଗକୁ ବିଚାର କରାଯିବାର କାର୍ଯ୍ୟକ୍ରମ ରହିଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସାମୟିକ ଭିତ୍ତିରେ ଜିଏସ୍‌ଟିରେ କେତେକ ପରିବର୍ତ୍ତନ ହୋଇଛି। ଏହାକୁ ସମ୍ପୂର୍ଣ୍ଣ ଭାବେ ସରଳୀକରଣ ଲାଗି ବ୍ୟବସ୍ଥା ହେଉଥିବା ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି। ସେହିଭଳି ଜିଏସଟି ଢାଞ୍ଚା, କମ୍ପୋଜିଶନ ଯୋଜନାର ଶୁଭାରମ୍ଭ, କ୍ଷୁଦ୍ର ବ୍ୟବସାୟୀ, ଉତ୍ପାଦନକାରୀ ଓ ରେଷ୍ଟୁରାଣ୍ଟଗୁଡିକର ବିଭିନ୍ନ ଅସୁବିଧାର ସମାଧାନ, ନୂ୍ୟନତମ ଟିକସ ଦେୟ, ସରଳ ଅନୁପାଳନ ବ୍ୟବସ୍ଥା ଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାର କରାଯାଉଛି।

All Right Reserved By

Model This Week

ନିକିତା

ବାଣିଜ୍ୟ |

ଅକ୍ଷୟ ତୃତୀୟାରେ ହୋଣ୍ଡା ୨ହ୍ବିଲର୍ସ ବିକ୍ରିରେ ୮୦% ବୃଦ୍ଧି

ଅକ୍ଷୟ ତୃତୀୟାରେ ହୋଣ୍ଡା ୨ହ୍ବିଲର୍ସ ବିକ୍ରିରେ ୮୦% ବୃଦ୍ଧି

ଭୁବନେଶ୍ୱର,୨୧-୪:ଅକ୍ଷୟ ତୃତୀୟା ଅବସରରେ ହୋଣ୍ଡା ୨ହ୍ବିଲର୍ସ ରେକର୍ଡ ପରିମାଣର ଯାନ ବିକ୍ରି କରିଛି। ଏହି ଦିନ କମ୍ପାନୀର ବିକ୍ରି ୮୦% ବଢ଼ିଛି। ପଶ୍ଚିମ ଭାରତୀୟମାନେ ଅଧିକ ଗାଡ଼ି କିଣିଥିବା ବେଳେ ଦକ୍ଷିଣାଞ୍ଚଳ ଓ କେନ୍ଦ୍ରାଞ୍ଚଳରେ ମଧ୍ୟ ଭଲ ଉତ୍ସାହ ଦେଖାଦେଇଥିଲା। ଏହି ଅବସରରେ ଗ୍ରାହକ ଆକ୍ଟିଭାକୁ ସର୍ବାଧିକ ପସନ୍ଦ କରିଛନ୍ତି। ଅକ୍ଷୟ ତୃତୀୟାରେ କମ୍ପାନୀର ବିକ୍ରି ବିଷୟରେ ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବରିଷ୍ଠ ଉପସଭାପତି(ବିକ୍ରି ଓ ମାର୍କେଟିଂ) ୟଦବିନ୍ଦର ସିଂ ଗୁଲେରିଆ କହିଛନ୍ତି ଯେ, ୨୦୧୮ର ଆରମ୍ଭ ଆମ ପାଇଁ ସକାରାତ୍ମକ ରହିଛି। ଅକ୍ଷୟ ତୃତୀୟାରେ ଗୋଟିଏ ଦିନରେ ଗ୍ରାହକମାନେ ସର୍ବାଧିକ ପରିମାଣର ହୋଣ୍ଡା ଦୁଇଚକିଆ ଯାନ କିଣିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ।

ବିମୁଦ୍ରୀକରଣ ପରେ ବଢିଛି ସନ୍ଦିଗ୍ଧ କାରବାର:ବୃଦ୍ଧି ପାଇଛି ନକଲି ନୋଟ୍‌ କାରବାର,ଠାବ ହୋଇଛି ୭.୩୩ ଲକ୍ଷ ଜାଲ୍‌ନାଟ୍‌

ବିମୁଦ୍ରୀକରଣ ପରେ ବଢିଛି ସନ୍ଦିଗ୍ଧ କାରବାର:ବୃଦ୍ଧି ପାଇଛି ନକଲି ନୋଟ୍‌ କାରବାର,ଠାବ ହୋଇଛି ୭.୩୩ ଲକ୍ଷ ଜାଲ୍‌ନାଟ୍‌

ନୂଆଦିଲ୍ଳୀ, ୨୧-୪(ପି.ଟି) :କଳାଟଙ୍କା ଏବଂ ଟେରର ଫଣ୍ଡିଂ ଉପରେ ଅଙ୍କୁଶ ଲଗାଇବା ଲାଗି ସରକାର ୨୦୧୬ ନଭେମ୍ବର ୮ରେ ରାତି ଅଧିଆ ‘ବିମୁଦ୍ରୀକରଣ’ ଘୋଷଣା କରିଥିଲେ। ଏହା ଦ୍ୱାରା କଳାଟଙ୍କାଗୁଡିକ ଆର୍ଥିକ ବ୍ୟବସ୍ଥାକୁ ଫେରିଆସିବ ଏବଂ ଏହା ଉପରେ ରୋକ୍‌ ଲାଗିବ ବୋଲି ଉକ୍ତ ସମୟରେ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାର ଦୃଢ଼ୋକ୍ତି ପ୍ରକାଶ କରିଥିଲେ। କିନ୍ତୁ ବାସ୍ତବରେ ଏହା ସେପରି ହେଲା ନାହିଁ। ସରକାରଙ୍କ ଏହି ଯୋଜନା ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। ବଜାର ଉପରେ ବିମୁଦ୍ରୀକରଣର ପ୍ରଭାବ ପଡିଥିଲା। ଭାରତର ଅଭିବୃଦ୍ଧି ପ୍ରଭାବିତ ହେବା ସହ ମାନୁଫ୍ୟାକ୍‌ଚରିଂ କାରବାର ଏକ ପ୍ରକାର ଧିମା ହୋଇଗଲା।

ପ୍ରଥମ ମେମୁ ଟ୍ରେନ ଚଳାଇବ ପୂର୍ବତଟ ରେଳପଥ

ପ୍ରଥମ ମେମୁ ଟ୍ରେନ ଚଳାଇବ ପୂର୍ବତଟ ରେଳପଥ

ଭୁବନେଶ୍ୱର, ୨୧-୪(ବ୍ୟୁରୋ):ପୂର୍ବତଟ ରେଳପଥ ଆଗାମୀ ରଥଯାତ୍ରା ପୂର୍ବରୁ ପ୍ରଥମ ମେମୁ(ମେନ ଲାଇନ ଇଲେକଟ୍ରିକ୍‌ ମଲ୍ଟିପୁଲ ୟୁନିଟ) ଟ୍ରେନର ଶୁଭାରମ୍ଭ କରିବ। ଏହି ଟ୍ରେନରେ ଉଭୟ ପାର୍ଶ୍ୱରେ ଇଞ୍ଜିନ ରହିବ। ଏହାର ଇଞ୍ଜିନ ଅତି ଶକ୍ତିଶାଳୀ ହୋଇଥିବାରୁ ଷ୍ଟାର୍ଟ କରିବା ଲାଗି ଅତି ବେଶି ସମୟ ନେବ ନାହିଁ। ଏହି ଟ୍ରେନ ଚଳାଚଳ ଲାଗି ପୂର୍ବତଟ ରେଳପଥ ପ୍ରସ୍ତୁତିକୁ ଜୋରଦାର କରିଛି। ଖୋର୍ଦ୍ଧାଠାରେ ଏଥି ଲାଗି ମେମୁ ସେଡ୍‌ ନିର୍ମାଣ ହୋଇଛି। ଏଥି ଲାଗି ୩ଟି ରେକ୍‌ ଶୀଘ୍ର ଆସିବ। ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁର-କଟକ ଫାଷ୍ଟ ପାସେଞ୍ଜରକୁ ମେମୋ ଟ୍ରେନରେ ରୂପାନ୍ତରିତ କରାଯିବ। ବ୍ରହ୍ମପୁର ଭଦ୍ରକ ମଧ୍ୟରେ ଏହି ଭଳି ଏକ ଟ୍ରେନ ଚଳାଇବାକୁ ଯୋଜନା ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏପରି ଅଧିକ ଟ୍ରେନ ଚଳାଚଳ କରାଇବାକୁ ଯୋଜନା ଧାର୍ଯ୍ୟ ହୋଇଛି।

ସାମ୍‌ସଙ୍ଗ ଗାଲାକ୍ସି ଏସ୍‌୯ ଏକ ନମ୍ବର ସ୍ମାର୍ଟଫୋନ୍‌

ସାମ୍‌ସଙ୍ଗ ଗାଲାକ୍ସି ଏସ୍‌୯ ଏକ ନମ୍ବର ସ୍ମାର୍ଟଫୋନ୍‌

ଭୁବନେଶ୍ୱର,୨୦-୪ ପ୍ରମୁଖ ସ୍ମାର୍ଟଫୋନ୍‌ ନିର୍ମାତା ସାମ୍‌ସଙ୍ଗ୍‌ ସଦ୍ୟ ବଜାର ପ୍ରବେଶ କରାଇଥିବା ଗାଲାକ୍ସି ଏସ୍‌୯ ଏବଂ ଏସ୍‌୯+ ମଡେଲ୍‌ ବେଶ୍‌ ଲୋକାଦୃତ ହୋଇଛି। ଉତ୍ତମ ପ୍ରଦର୍ଶନ, ଅଡିଓ ଭିଜୁଆଲ୍‌ କ୍ୱାଲିଟି ଏବଂ ଆକର୍ଷଣୀୟ ଫିଚର ପାଇଁ ଗାଲାକ୍ସି ଏସ୍‌୯ ଏକ ନମ୍ବର ମାନ୍ୟତା ପାଇଛି ବୋଲି କଞ୍ଜ୍ୟୁମର ରିପୋଟର୍‌ସ ଡ୍ୟୁରେବିଲିଟି ଟେଷ୍ଟ୍‌ ପକ୍ଷରୁ ପ୍ରକାଶ।

ବଜାରରେ ମହିନ୍ଦ୍ରାର ପ୍ଲଶ ନ୍ୟୁ ଏକ୍ସୟୁଭି୫୦୦

ବଜାରରେ ମହିନ୍ଦ୍ରାର ପ୍ଲଶ ନ୍ୟୁ ଏକ୍ସୟୁଭି୫୦୦

ବମ୍ବେ, ୨୦-୪ ଦେଶର ପ୍ରମୁଖ ଯାନ ନିର୍ମାତା ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଲିମିଟେଡ୍‌ ଏହାର ପ୍ରିମିୟମ ଏସ୍‌ୟୁଭି ସେଗ୍‌ମେଣ୍ଟ୍‌ରେ ‘ପ୍ଲଶ୍‌ ନ୍ୟୁ ଏକ୍ସୟୁଭି୫୦୦’ ମଡେଲ୍‌କୁ ବଜାର ପ୍ରବେଶ କରାଇଛି। ନୂତନ ଡିଜାଇନ୍‌ ଏବଂ ବିଳାସମୟ ଇଣ୍ଟେରିୟର୍ସ ସହିତ ଏହି କାର୍‌ ବଜାରକୁ ଆସିଛି। ଏହାର ଏକ୍ସ-ଶୋ’ରୁମ୍‌ ବମ୍ବେ ମୂଲ୍ୟ ୧୨.୩୨ ଲକ୍ଷ ଟଙ୍କା ରହିଛି।

ବଜାର, କୃଷକ ମଧ୍ୟରେ ସମନ୍ବୟ ଲୋଡ଼ା

ବଜାର, କୃଷକ ମଧ୍ୟରେ ସମନ୍ବୟ ଲୋଡ଼ା

ଭୁବନେଶ୍ୱର,୨୦-୪ ଅମଳ ସମୟରେ କୃଷି ଉତ୍ପାଦ ଦର ଯଥେଷ୍ଟ ହ୍ରାସ ପାଉଛି। ଫଳରେ କୃଷକ ଏହାର ଉଚିତ ମୂଲ୍ୟ ପାଇ ପାରୁନାହିଁ। ଅଭାବ ସମୟରେ ବ୍ୟବସାୟୀମାନେ ବିଭିନ୍ନ ଖାଦ୍ୟଶସ୍ୟକୁ ଚଢ଼ାଦରରେ ବିକ୍ରି କରୁଥିବାରୁ ଖାଉଟି ହନ୍ତସନ୍ତ ହେଉଛନ୍ତି। ତେଣୁ ବଜାର ସହିତ କୃଷକ ମଧ୍ୟରେ ଏକ ଉତ୍ତମ ସଂଯୋଗ ସ୍ଥାପନ ହେବା ନିହାତି ଦରକାର।

ଏନ୍‌ପିଏସ୍‌ ଉପଭୋକ୍ତାଙ୍କ ଲାଗି ବ୍ୟାଙ୍କ ଖାତା ମୋବାଇଲ ନମ୍ବର ବାଧ୍ୟତାମୂଳକ

ଏନ୍‌ପିଏସ୍‌ ଉପଭୋକ୍ତାଙ୍କ ଲାଗି ବ୍ୟାଙ୍କ ଖାତା ମୋବାଇଲ ନମ୍ବର ବାଧ୍ୟତାମୂଳକ

ନୂଆଦିଲ୍ଲୀ, ୨୦-୪ ପେନଶନ ପାଣ୍ଠି ନିୟାମକ ତଥା ଉନ୍ନତିକରଣ କର୍ତ୍ତୃପକ୍ଷ(ପିଏଫ୍‌ଆରଡିଏ), ନ୍ୟାଶନାଲ ପେନଶନ ସ୍କିମ(ଏନ୍‌ପିଏସ୍‌) ଉପଭୋକ୍ତାଙ୍କ ଲାଗି ବ୍ୟାଙ୍କ ଖାତା ଏବଂ ମୋବାଇଲ ନମ୍ବରକୁ ବାଧ୍ୟତାମୂଳକ କରିଛି। ଏ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି।

ସଂସ୍କାର ପ୍ରକ୍ରିୟାରୁ ମିଳୁଛି ଲାଭ, ଭାରତରେ ଜରୁରୀ  ଅଧିକ ପଦକ୍ଷେପ : ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି

ସଂସ୍କାର ପ୍ରକ୍ରିୟାରୁ ମିଳୁଛି ଲାଭ, ଭାରତରେ ଜରୁରୀ ଅଧିକ ପଦକ୍ଷେପ : ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି

ନୂଆଦିଲ୍ଲୀ, ୨୦-୪ ଘରୋଇ ବଜାରର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଉପରେ ବର୍ତ୍ତମାନ ଗୁରୁତ୍ୱାରୋପ କରିଛନ୍ତି। ବଜାରର ଅଭିବୃଦ୍ଧିରେ ଉନ୍ନତି ଆଣିବା ଲାଗି ସରକାର ବିଭିନ୍ନ ପ୍ରକାରର ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଭଳି ବିଭିନ୍ନ ପ୍ରକାର ପଦକ୍ଷେପ ଯୋଗୁ ଏହାର ଲାଭ ମିଳୁଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ପ୍ରକାଶ କରିଛି।

ଏଟିଏମ୍‌ ସଙ୍କଟ: ସରକାରଙ୍କ ଉପରେ ବର୍ଷିଲେ ୟଶଓ୍ବନ୍ତ ସିହ୍ନା

ଏଟିଏମ୍‌ ସଙ୍କଟ: ସରକାରଙ୍କ ଉପରେ ବର୍ଷିଲେ ୟଶଓ୍ବନ୍ତ ସିହ୍ନା

ନୂଆଦିଲ୍ଲୀ, ୨୦-୪ ଦେଶରେ ବିଭିନ୍ନ ପ୍ରାନ୍ତରେ ଥିବା ଏଟିଏମ୍‌ଗୁଡିକରେ ନଗଦର ଅଭାବ ଦେଖାଦେଇଥିବା ବେଳେ ଏହାକୁ ନେଇ ଲୋକମାନେ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିରୋଧି ଦଳଗୁଡିକ ମଧ୍ୟ ସରକାରଙ୍କୁ ଏ ନେଇ ବିଭିନ୍ନ ସମାଲୋଚନା କରିଛନ୍ତି। ନୋଟ ସଙ୍କଟ ବେଶି ଦିନ ରହିବ ନାହିଁ ବୋଲି ସରକାର ଲୋକଙ୍କୁ ଆଶ୍ୱସନା ଦେଇଥିବା ବେଳେ ପୂର୍ବତନ ଅର୍ଥମନ୍ତ୍ରୀ ୟଶଓ୍ବନ୍ତ ସିହ୍ନା କିନ୍ତୁ ସରକାରଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ନୋଟ ସଙ୍କଟ ଲାଗି ସରକାର ଏବଂ ଆର୍‌ବିଆଇ ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି ସେ କହିଛନ୍ତି।

ଲଣ୍ଡନ, ସିଙ୍ଗାପୁରରେ କାର୍ଯ୍ୟାଳୟ ଖୋଲିବ ୟେସ୍‌ ବ୍ୟାଙ୍କ,ମିଳିଲା ଆରବିଆଇ ମଞ୍ଜୁରୀ

ଲଣ୍ଡନ, ସିଙ୍ଗାପୁରରେ କାର୍ଯ୍ୟାଳୟ ଖୋଲିବ ୟେସ୍‌ ବ୍ୟାଙ୍କ,ମିଳିଲା ଆରବିଆଇ ମଞ୍ଜୁରୀ

ବମ୍ବେ, ୨୦-୪ ଘରୋଇ କ୍ଷେତ୍ରରେ ମଧ୍ୟମ ବର୍ଗର ବ୍ୟାଙ୍କ ୟେସ୍‌ ବ୍ୟାଙ୍କ ଲଣ୍ଡନ ଏବଂ ସିଙ୍ଗାପୁର ଭଳି ବଡବଡ ସହରଗୁଡିକରେ ଏହାର କାର୍ଯ୍ୟାଳୟ ଖୋଲିବ। ଏଥି ଲାଗି ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଅନୁମତି ଲାଭ କରିଛି। ଏହା ଦ୍ୱାରା ଉକ୍ତ ସ୍ଥାନଗୁଡିକରେ ରହୁଥିବା ଭାରତୀୟ ଲୋକମାନଙ୍କୁ ଉତ୍ତମ ସେବା ଯୋଗାଣ ତଥା ନିଜର ବ୍ୟବସାୟ ବୃଦ୍ଧି ଉପରେ ବ୍ୟାଙ୍କ ଧ୍ୟାନ କେନ୍ଦ୍ରିତ କରିଛି।

ସ୍କିଲ୍‌ଡ ଇନ୍‌ ଓଡିଶା ଲୋଗୋ ଉନ୍ମୋଚିତ

ସ୍କିଲ୍‌ଡ ଇନ୍‌ ଓଡିଶା ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର, ୨୦-୪ ରାଜ୍ୟ ସରକାରଙ୍କ ସ୍କିଲ୍‌ ଇନିସିଏଟିଭ୍‌ ଅନ୍ତର୍ଗତ ‘ସ୍କିଲ୍ଡ୍‌-ଇନ୍‌-ଓଡ଼ିଶା’ ଅଭିଯାନର ବ୍ରାଣ୍ଡ୍‌ ଆଇଡେଣ୍ଟିଟି ଲୋଗୋ ଗୁରୁବାର ଉନ୍ମୋଚିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରି କହିଛନ୍ତି, ଦକ୍ଷତା ବିକାଶ ପାଇଁ ରାଜ୍ୟ ଚଳାଇଥିବା ଏହି ଅଭିଯାନ ବିଶ୍ୱସ୍ତରରେ ପରିଚୟ ହାସଲ କରିବ।

ଜୁନ୍‌ ପହିଲାରୁ ଓଡିଶାରେ ଇଣ୍ଟ୍ରାଷ୍ଟେଟ୍‌ ଇ-ଓ୍ବେ ବିଲ୍‌

ଜୁନ୍‌ ପହିଲାରୁ ଓଡିଶାରେ ଇଣ୍ଟ୍ରାଷ୍ଟେଟ୍‌ ଇ-ଓ୍ବେ ବିଲ୍‌

କଟକ,୨୦-୪ ଚଳିତବର୍ଷ ଜୁନ୍‌ ପହିଲାରୁ ସାରା ରାଜ୍ୟରେ ଇଣ୍ଟ୍ରାଷ୍ଟେଟ୍‌ ଇ-ଓ୍ବେ ବିଲ୍‌ କାର୍ଯ୍ୟକାରୀ ହେବ। ଏହି ନିୟମକୁ ଯେଉଁ ରପ୍ତାନିକାରୀ ଅବମାନନା କରିବେ ସେମାନଙ୍କ ଉପରେ ଆଇନ୍‌ ଅନୁଯାୟୀ ଦଣ୍ଡବିଧାନ କରାଯିବ। ଅର୍ଥାତ୍‌ ରାଜ୍ୟ ମଧ୍ୟରେ ଯେଉଁ ରପ୍ତାନିକାରୀ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ମାଲ ପରିବହନ କରିବେ ସେମାନଙ୍କୁ ଇ-ଓ୍ବେବିଲ୍‌ ହାସଲ କରିବାକୁ ପଡିବ। ଓଡିଶା ଆସେମ୍ବ୍ଲି ଅଫ୍‌ ସ୍ମଲ ଆଣ୍ଡ୍‌ ମିଡିୟମ ଏଣ୍ଟରପ୍ରାଇଜେସ୍‌(ଓଏଏସଏମ୍‌ଇ)ପକ୍ଷରୁ ଗୁରୁବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ବାଣିଜ୍ୟ କର କମିଶନର ଶାଶ୍ୱତ ମିଶ୍ର ଏହା କହିଛନ୍ତି।