ବାଣିଜ୍ୟ |

ଇ-ଯାନ ଯନ୍ତ୍ରାଂଶରେ ଟିକସ ହ୍ରାସ ହେବା ଉଚିତ

ଇ-ଯାନ ଯନ୍ତ୍ରାଂଶରେ ଟିକସ ହ୍ରାସ ହେବା ଉଚିତ

ଘରୋଇ ବଜାରକୁ ସମ୍ପୂର୍ଣ୍ଣ ଇ-ଯାନ ବଜାରରେ ରୂପାନ୍ତରିତ କରିବାକୁ ସରକାର ଯୋଜନା କରୁଛନ୍ତି। ବଜାରର ବର୍ଦ୍ଧିତ ଇ-ଯାନ ଚାହିଦା ପୂରଣ ଲାଗି ଗୁଜରାଟ ଗାନ୍ଧୀନଗରସ୍ଥିତ ଟୁନ୍‌ଓ୍ବାଲ ଇ-ଭେଇକିଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ଉତ୍ପାଦନ ଜାରି ରଖିଛି। ଶୁକ୍ରବାର ଓଡିଶା ବଜାରରେ କମ୍ପାନୀର ଇ-ମଡେଲ୍‌ଗୁଡିକୁ ବଜାର ପ୍ରବେଶ କରାଇବା ଅବସରରେ ଏହାର ପରିଚାଳନା ନିର୍ଦ୍ଦେଶକ ଅମିତ୍‌ ଟୁନ୍‌ଓ୍ବାଲ ଧରିତ୍ରୀକୁ ଦେଇଥିବା ସାକ୍ଷାତକାରର ସମ୍ପାଦିତ ଅଂଶ ନିମ୍ନରେ ପ୍ରଦାନ କରାଗଲା।

୧-ଓଡିଶା ବଜାରକୁ ନେଇ କମ୍ପାନୀର ଆଗାମୀ ଯୋଜନା କ’ଣ ରହିଛି?
- ଓଡିଶା ବଜାରକୁ ନେଇ ଆମେ ବହୁ ମାତ୍ରାରେ ଆଶାବାଦୀ ଅଛୁ। ଏଠାରେ ରିଟେଲ ନେଟଓ୍ବର୍କର ଦୃଢୀକରଣ କରାଯିବ। ଏଠାକାର ଇ-ଯାନ ବଜାରରେ ଏକ ବୃହତ୍‌ ବଜାର ଅଂଶ ହାସଲ ପାଇଁ ଯୋଜନା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ମୋପେଡ୍‌ ଓ ସ୍କୁଟି ବର୍ଗରେ ୪-୫ ଟି ମଡେଲ ଓଡ଼ିଶା ବଜାରରେ ଉନ୍ମୋଚନ କରିଛୁ। ବର୍ତ୍ତମାନ ୧୫ଟି ଡିଲରଶିପ୍‌ରେ ଏହି ମଡେଲଗୁଡିକ ଉପଲବ୍ଧ ରହିଛି। ଏହି ଟଚ୍‌ ପଏଣ୍ଟକୁ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ୧୦୦କୁ ବୃଦ୍ଧି କରାଯିବ। ସେହିଭଳି ପ୍ରତି ୫୦ କି.ମି. ମଧ୍ୟରେ ଗୋଟିଏ ଲେଖାଏ ବିକ୍ରୟ ଟଚ୍‌ ପଏଣ୍ଟ ସ୍ଥାପନ ଲକ୍ଷ୍ୟ ରହିଛି। ଏହା ଫଳରେ ଗ୍ରାହକମାନେ ଆମର ଉତ୍ପାଦଗୁଡିକୁ ସହଜରେ ଲାଭ କରିପାରିବେ। ଓଡିଶାରେ ଚଳିତ ମାସ ଶେଷ ସୁଦ୍ଧା ୬୦୦ ୟୁନିଟ ଯାନ ଓ ମାର୍ଚ୍ଚ ଶେଷ ବେଳକୁ ୬୦୦୦ ୟୁନିଟ୍‌ ଯାନ ବିକ୍ରି ଲକ୍ଷ୍ୟ ରହିଛି।
୨-ବୃହତ୍‌ ସଂଖ୍ୟକ ଗ୍ରାହକଙ୍କ ନିକଟରେ ପହଞ୍ଚିବା ପାଇଁ କମ୍ପାନୀର ଷ୍ଟ୍ରାଟେଜି କ’ଣ?
-ନୂତନ ପିଢିର ଗ୍ରାହକଙ୍କୁ ଗୁଣଯୁକ୍ତ ଉତ୍ପାଦ ଏବଂ ସେବା ଯୋଗାଣ ଲକ୍ଷ୍ୟ ନେଇ ଆମେ ଅଗ୍ରସର ହେଉଛୁ। ସେହିଭଳି ଉନ୍ନତ ବିକ୍ରି ପରବର୍ତ୍ତୀ ସେବାକୁ ପ୍ରାଥମିକତା ଦିଆଯାଉଛି। ଭୁବନେଶ୍ୱର, କଟକ, କେନ୍ଦୁଝର, ବ୍ରହ୍ମପୁର, ଭବାନୀପାଟଣା, କଣ୍ଟାବାଞ୍ଜି, ଯାଜପୁର, ବାଲେଶ୍ୱର ଏବଂ ତାଳଚେରଠାରେ ଆମେ ବିତରକ ନିଯୁକ୍ତି କରିଛୁ। ଶୀଘ୍ର ୨୦ ପ୍ରମୁଖ ଡିଲର ଓ ୧୦୦ ସବ୍‌ ଡିଲରଙ୍କ ଦ୍ୱାରା ଓଡିଶାରେ ଉନ୍ନତ ଗ୍ରାହକ ସେବା ପ୍ରଦାନ ଲକ୍ଷ୍ୟ ରହିଛି। ଓଡିଶାର ଭୁବନେଶ୍ୱରରେ ପ୍ରଥମଥର ଲାଗି ୨୪ ଘଣ୍ଟିଆ ସେବା ଯୋଗାଣ ଦିଗରେ ଆମେ ବିଭିନ୍ନ ପଦକ୍ଷେପ ନେଇଛୁ।
୩- ମେକ୍‌ ଇନ୍‌ ଇଣ୍ଡିଆରେ କମ୍ପାନୀର ଆଗାମୀ ଦିନରେ କିଛି ଯୋଜନା ରହିଛି?
ଆମେ ୨୦୧୪ରୁ ଘରୋଇ ବଜାରରେ ଉତ୍ପାଦନ ଆରମ୍ଭ କରିଛୁ। ୨୦୩୦ ବେଳକୁ ସରକାର ଘରୋଇ ବଜାରକୁ -ସମ୍ପୂର୍ଣ୍ଣ ଇ-ଯାନ ବଜାରରେ ରୂପାନ୍ତରିତ କରିବାକୁ ଲକ୍ଷ୍ୟ ରଖି ଥିବାରୁ ଏହି ଦିଗରେ ଆମେ ଏକ ପ୍ରମୁଖ ଅଂଶୀଦାର ଭାବେ କାର୍ଯ୍ୟ କରିପାରିବୁ। ବର୍ତ୍ତମାନ ଗାନ୍ଧୀନଗରଠାରେ ଆମର ଉତ୍ପାଦନ ୟୁନିଟରୁ ପ୍ରତି ମାସରେ ୩ ହଜାର ୟୁନିଟ ଯାନ ଉତ୍ପାଦନ ହେଉଛି। ଏହାକୁ ଚଳିତ ମାସ ଶେଷ ସୁଦ୍ଧା ୬ ହଜାରକୁ ବୃଦ୍ଧି କରିବାକୁ ପଦକ୍ଷେପ ନେଉଛୁ।
୪- ଘରୋଇ ବଜାରର ଟୁନ୍‌ଓ୍ବାଲର ଉପସ୍ଥିତି କେମିତି ରହିଛି, ଏହାକୁ ବୃଦ୍ଧି ଲାଗି କ’ଣ ପଦକ୍ଷେପ ନେଉଛନ୍ତି?
-ଆମେ ବର୍ତ୍ତମାନ ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ଓଡିଶା, ପଞ୍ଜାବ, ହରିୟାଣାରେ ଭଲ ଭାବରେ ଉପସ୍ଥିତି ଜାହିର କରି ପାରିଛୁ। ଏହି ସବୁ ସ୍ଥାନଗୁଡିକରେ ୧୫୦ଟି ରିଟେଲ ପଏଣ୍ଟ ରହିଛି। ଏହି ଧାରାକୁ ବୃଦ୍ଧି କରିବା ଲାଗି ଆମେ ବିଭିନ୍ନ ପଦକ୍ଷେପ ନେଉଛୁ।
୫- ଜିଏସଟି ସମ୍ପର୍କରେ କ’ଣ କହିବେ?
-ନୂଆ ଟିକସ ବ୍ୟବସ୍ଥା ନିଶ୍ଚିତ ପକ୍ଷେ ସ୍ବାଗତଯୋଗ୍ୟ। ପ୍ରାଥମିକ ପର୍ଯ୍ୟାୟରେ ବଜାରରେ କିଛିଟା ସମସ୍ୟା ରହିଛି। ଏହାକୁ ସରକାର ସମାଧାନ କରୁଛନ୍ତି। ଇ-ଯାନ ଲାଗି ଜିଏସ୍‌ଟିରେ ବିଚାର କରାଯିବାର ଆବଶ୍ୟକତା ରହିଛି। ବିଭିନ୍ନ ଯନ୍ତ୍ରାଂଶ ଉପରେ ଜିଏସ୍‌ଟି ହ୍ରାସ ହେଲେ ଇ-ଯାନ ବଜାରକୁ ଏହା ପ୍ରୋତ୍ସାହିତ କରିବ।
୬- ଗ୍ରାହକଙ୍କ ଲାଗି ଇ-ଯାନ କ୍ରୟ କ୍ଷେତ୍ରରେ କ’ଣ ସବୁ ପ୍ରୋତ୍ସାହନ ରହିଛି?
-ଇ-ଯାନ ବ୍ୟବହାରକୁ ସରକାର ବର୍ତ୍ତମାନ ପ୍ରୋତ୍ସାହିତ କରୁଛନ୍ତି। ସରକାର ଇ-ଯାନ କ୍ରୟ କ୍ଷେତ୍ରରେ ୭,୫୦୦ ଟଙ୍କାରୁ ୧୭,୫୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ବ୍ୟବସ୍ଥା କରିଛନ୍ତି।
୭-ଇ-କମର୍ସରେ ବିକ୍ରି ନେଇ ଯୋଜନା ରହିଛି କି?
-ଇ-କମର୍ସର ପରିସର ବଢୁଥିବାରୁ ଇଣ୍ଟରନେଟରେ ମଧ୍ୟ ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ଯୋଜନା ରଖିଛୁ। ଏଥି ଲାଗି ଆମେ ବର୍ତ୍ତମାନ ଆମାଜନ ସହ ମିଳିତ ହୋଇଛୁ। ଏହି ଧାରାକୁ ବଢାଇବାକୁ ଲକ୍ଷ୍ୟ ରହିଛି।
୮- ଇ-ଯାନ ଗବେଷଣା କ୍ଷେତ୍ରରେ କମ୍ପାନୀ କ’ଣ ପଦକ୍ଷେପ ନେଉଛି?
ଆମେ ନିଜସ୍ବ ଟେକ୍ନୋଲୋଜିକୁ ନେଇ ବାଇକ୍‌ଗୁଡିକୁ ଉତ୍ପାଦନ କରୁଛୁ। ଏଥି ଲାଗି ଗାନ୍ଧୀନଗରେଠାରେ ଏକ ନିଜସ୍ବ ଗବେଷଣା ଓ ଉନ୍ନତୀକରଣ ୟୁନିଟ୍‌ ସ୍ଥାପନ ହୋଇଛି। ବଜାରର ବିଭିନ୍ନ ଟ୍ରେଣ୍ଡକୁ ନେଇ ଏଠାରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ଜାରି ରହିଛି।

All Right Reserved By

Model This Week

Model This Week

ବାଣିଜ୍ୟ |

ରିଲାଏନ୍ସ  ହୋମ୍‌ ଫାଇନାନ୍ସ ବୋର୍ଡରେ ଅନ୍‌ମୋଲ୍‌ ଅମ୍ବାନୀ

ରିଲାଏନ୍ସ ହୋମ୍‌ ଫାଇନାନ୍ସ ବୋର୍ଡରେ ଅନ୍‌ମୋଲ୍‌ ଅମ୍ବାନୀ

ନୂଆଦିଲ୍ଲୀ,୨୫-୪(ପି.ଟି.) ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ବଡ ପୁଅ ଅନ୍‌ମୋଲ୍‌ ଅମ୍ବାନୀ ରିଲାଏନ୍ସ ନିପନ୍‌ ଲାଇଫ୍‌ ଆସେଟ୍‌ ମ୍ୟାନେଜ୍‌ମେଣ୍ଟ ଏବଂ ରିଲାଏନ୍ସ ହୋମ୍‌ ଫାଇନାନ୍ସ ବୋର୍ଡରେ ନିଯୁକ୍ତି ପାଇଛନ୍ତି।

ହୋଣ୍ଡା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ହୋଣ୍ଡା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୨୫-୪ ହୋଣ୍ଡା ମୋଟର ସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ-୨୦୧୮ ପାଳନ କରାଯାଉଛି। ଏହି ଅବସରରେ କମ୍ପାନୀ ପକ୍ଷରୁ ସାରା ଭାରତରେ ‘ହେଲ୍‌ମେଟ୍‌ ଅନ୍‌ ଲାଇଫ୍‌ ଅନ୍‌’ ଅଭିଯାନ ଜରିଆରେ ସଡକ ସୁରକ୍ଷା ବାର୍ତ୍ତା ପ୍ରଦାନ କରାଯାଉଛି। ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ୨୦୧୮ ଏପ୍ରିଲ୍‌ ୨୩ରୁ ୩୦ ପର୍ଯ୍ୟନ୍ତ ପାଳନ କରାଯାଉଛି।

ସାମସଙ୍ଗ ଆଣିଲା ବିଶ୍ୱର ପ୍ରଥମ ଉଇଣ୍ଡ୍‌-ଫ୍ରୀ ଏସି

ସାମସଙ୍ଗ ଆଣିଲା ବିଶ୍ୱର ପ୍ରଥମ ଉଇଣ୍ଡ୍‌-ଫ୍ରୀ ଏସି

ନୂଆଦିଲ୍ଲୀ,୨୫-୫ ଦେଶର ପ୍ରମୁଖ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ୍‌ ସାମ୍‌ସଙ୍ଗ୍‌ ଇଣ୍ଡିଆ ବିଶ୍ୱର ପ୍ରଥମ ଉଇଣ୍ଡ୍‌-ଫ୍ରୀ ଏୟାର୍‌ କଣ୍ଡିଶନର୍‌ର ବଜାର ପ୍ରବେଶ କରାଇଛି। ସାମ୍‌ସଙ୍ଗ୍‌ର ଏକ୍ସକ୍ଲୁଶିଭ୍‌ ଉଇଣ୍ଡ୍‌ ଫ୍ରୀ କୁଲିଂ ଟେକ୍ନୋଲୋଜିରେ ପ୍ରସ୍ତୁତ ଏହି ଏସି ଗ୍ରାହକଙ୍କୁ ଅଧିକ ଶକ୍ତି ସଞ୍ଚୟ ସହିତ ଏକ ଥଣ୍ଡା ଇନ୍‌ଡୋର୍‌ କ୍ଲାଇମେଟ୍‌ ପ୍ରଦାନ କରୁଛି। ସିଧାସଳଖ ଶୀତଳ ପବନ ପ୍ରବାହରୁ ଏହା ନିବୃତ ରହିବ। ଏଥିରେ ବିଶ୍ୱର ପ୍ରଥମ ୮ ପୋଲ୍‌ ସିରିଜ ଏବଂ କ୍ଷୟନିରୋଧୀ ଡ୍ୟୁରାଫିନ କଣ୍ଡେନ୍‌ସର ରହିଛି ା ଭାରତର ମାତ୍ରାଧିକ ତାପମାତ୍ରାକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି।

ଗଣପତି ଲାଲ ପିଏନ୍‌ବି ଭୁବନେଶ୍ୱର ମଣ୍ଡଳର ନୂତନ ମୁଖ୍ୟ

ଗଣପତି ଲାଲ ପିଏନ୍‌ବି ଭୁବନେଶ୍ୱର ମଣ୍ଡଳର ନୂତନ ମୁଖ୍ୟ

ଭୁବନେଶ୍ୱର,୨୫-୪ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଭୁବନେଶ୍ୱର ମଣ୍ଡଳର ନୂତନ ମୁଖ୍ୟ ଭାବେ ଗଣପତି ଲାଲ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୧୯୮୫ରେ ପିଏନ୍‌ବିରେ ଯୋଗଦେଇଥିବା ଲାଲ ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା ସମେତ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟଭାର ତୁଲାଇଛନ୍ତି।

ଅନ୍‌ଲାଇନ ଆସେସୋରିଜ ବିକ୍ରି ଆରମ୍ଭ କଲା ହିରୋ

ଅନ୍‌ଲାଇନ ଆସେସୋରିଜ ବିକ୍ରି ଆରମ୍ଭ କଲା ହିରୋ

ଭୁବନେଶ୍ୱର, ୨୫-୪ ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଲିମିଟେଡ୍‌ ଏହାର ଇ-କମର୍ସ ପୋର୍ଟାଲ ଉଦ୍‌ଘାଟନ କରି ଦୁଇଚକିଆ ଯାନ ଶିଳ୍ପରେ ନୂତନ ରେକର୍ଡ ସୃଷ୍ଟି କରିଛି। ଗ୍ରାହକମାନେ ହିରୋର ଆବଶ୍ୟକୀୟ ଯନ୍ତ୍ରାଶଂ ଏବଂ ଆସେସରିଜ୍‌ www.hgpmart.com ଏକ୍ସକ୍ଲୁଶିଭ୍‌ କମର୍ସିଆଲ୍‌ ପ୍ଲାଟ୍‌ଫର୍ମ ମାଧ୍ୟମରେ କ୍ରୟ କରିପାରିବେ ବୋଲି କମ୍ପାନୀ ପ୍ରକାଶ କରିଛି।

 ଗ୍ରୀଷ୍ମ ଅବକାଶରେ ବିଶେଷ ଅଫର ହେଉଛନ୍ତି ବିମାନ କମ୍ପାନୀ, ଭଡା ୧୩୦୪ ଟଙ୍କାରୁ ଆରମ୍ଭ

ଗ୍ରୀଷ୍ମ ଅବକାଶରେ ବିଶେଷ ଅଫର ହେଉଛନ୍ତି ବିମାନ କମ୍ପାନୀ, ଭଡା ୧୩୦୪ ଟଙ୍କାରୁ ଆରମ୍ଭ

ନୂଆଦିଲ୍ଲୀ,୨୫-୪(ପି.ଟି) ଗ୍ରୀଷ୍ମ ଅବକାଶ ଅବସରରେ ଦେଶର ପ୍ରମୁଖ ବିମାନ କମ୍ପାନୀଗୁଡିକ ଗ୍ରାହକଙ୍କୁ ଲୋଭନୀୟ ଅଫର ପ୍ରଦାନ କରୁଛନ୍ତି। କମ୍ପାନୀଗୁଡିକର ଭଡା ଏହି ସମୟରେ ୧୩୦୪ ଟଙ୍କାରୁ ଆରମ୍ଭ ହେଉଛି। ଗୋ ଏୟାର ଏବଂ ଏୟାର ଏସିଆ ଭଳି କମ୍ପାନୀଗୁଡିକ ଏହି ଭଳି ଅଫର ଗ୍ରାହକଙ୍କୁ ପ୍ରଦାନ କରୁଛନ୍ତି।

ବଜାରରେ ଇଣ୍ଟେକ୍ସର ନୂଆ ଏୟାର କଣ୍ଡିଶନର

ବଜାରରେ ଇଣ୍ଟେକ୍ସର ନୂଆ ଏୟାର କଣ୍ଡିଶନର

ନୂଆଦିଲ୍ଲୀ,୨୫-୪(ପି.ଟି) ପ୍ରମୁଖ କଞ୍ଜ୍ୟୁମର ଇଲେକଟ୍ରୋନିକ୍ସ ବ୍ରାଣ୍ଡ ଇଣ୍ଟେକ୍ସ ପକ୍ଷରୁ ବଜାରକୁ ଆସିଛି ନୂଆ ଶୃଙ୍ଖଳାର ଏୟାର କଣ୍ଡିଶନର। ଏଥିରେ ପରିବେଶ ଉପଯୋଗୀ ରେଫ୍ରିଜରାଣ୍ଟ ରହିଛି। କମ୍ପାନୀର ନୂଆ ଏସିଗୁଡିକ ୨୪ଟି ନୂଆ ମଡେଲରେ ଉପଲବ୍ଧ।

 ଫେରିଲା ହାଓ୍ବାଇ: ଘରୋଇ ବଜାରକୁ ଛାଡିଲା ପି୨୦ ପ୍ରୋ, ପି୨୦ ଲାଇଟ୍‌ ସ୍ମାର୍ଟଫୋନ

ଫେରିଲା ହାଓ୍ବାଇ: ଘରୋଇ ବଜାରକୁ ଛାଡିଲା ପି୨୦ ପ୍ରୋ, ପି୨୦ ଲାଇଟ୍‌ ସ୍ମାର୍ଟଫୋନ

ନୂଆଦିଲ୍ଲୀ,୨୫-୪(ପି.ଟି) ଚାଇନାର ଭିତ୍ତିକ ସ୍ମାର୍ଟଫୋନ କମ୍ପାନୀ ହାଓ୍ବାଇ ବଜାରକୁ ପୁଣି ଥରେ ଘରୋଇ ବଜାରକୁ ପ୍ରତ୍ୟାବର୍ତ୍ତନ କରିଛି। କମ୍ପାନୀ ଘରୋଇ ବଜାରରେ ନୂଆ ପି ୨୦ ପ୍ରୋ ଏବଂ ପି୨୦ ଲାଇଟ୍‌ ସ୍ମାର୍ଟ ଫୋନ ପ୍ରବେଶ କରାଇଛି।

ଭିଜା ପ୍ରସଙ୍ଗରେ ଆମେରିକା ସରକାରଙ୍କ ସହ ଆଲୋଚନା ହେବ: ପ୍ରଭୁ

ଭିଜା ପ୍ରସଙ୍ଗରେ ଆମେରିକା ସରକାରଙ୍କ ସହ ଆଲୋଚନା ହେବ: ପ୍ରଭୁ

ନୂଆଦିଲ୍ଲୀ,୨୫-୪(ପି.ଟି) ଏଚ୍‌୧ବି ଭିଜା ଉପରେ ଆମେରିକା ସରକାର କଟକଣା ଜାରି କରିବାକୁ ଅନ୍ତିମ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ଭାରତୀୟ ମାନେ ବିଶେଷ ଭାବେ ପ୍ରଭାବିତ ହେବ ବୋଲି ଜଣା ଯାଇଛି। ଆମେରିକା ସରକାରଙ୍କ ଏହି ଭଳି ନିଷ୍ପତ୍ତିକୁ ନେଇ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଉକ୍ତ ପ୍ରସଙ୍ଗରେ ସରକାର ଆମେରିକାର ଟ୍ରମ୍ପ ପ୍ରଶାସନ ସହ ଆଲୋଚନା କରିବେ ବୋଲି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶୁରେଶ ପ୍ରଭୁ ମଙ୍ଗଳବାର ସୂଚନା ଦେଇଛନ୍ତି।

ବିଶ୍ୱ ସ୍ତରୀୟ ନେଟ୍‌ଓ୍ବର୍କ ସହ ଯୋଡି ହେବେ ଏମ୍‌ଏସ୍‌ଏମ୍‌ଇ

ବିଶ୍ୱ ସ୍ତରୀୟ ନେଟ୍‌ଓ୍ବର୍କ ସହ ଯୋଡି ହେବେ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୫-୪(ପି.ଟି) ଘରୋଇ ବଜାରରେ ଥିବା ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକର ଉନ୍ନତିକରଣ ଲାଗି ସରକାର ବିଭିନ୍ନ ପ୍ରକାରର ଯୋଜନା ହାତକୁ ନେଉଛନ୍ତି। ଏମ୍‌ଏସ୍‌ଏମ୍‌ଇଗୁଡିକୁ ବିଶ୍ୱସ୍ତରର ନେଟଓ୍ବର୍କ ସହ ଯୋଡିବା ଲାଗି ବିଭିନ୍ନ ପ୍ରକାରର ପଦକ୍ଷେପ ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରୁଛନ୍ତି। ଏମ୍‌ଏସ୍‌ଏମ୍‌ଇଗୁଡିକ ସହ ବିଦେଶ ସଂସ୍ଥାଗୁଡିକର ଏକ ନେଟଓ୍ବର୍କ ସ୍ଥାପନ ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି।

ବାଇକ୍‌, ସ୍କୁଟରର ମୂଲ୍ୟ ବଢାଇବ ହିରୋ ମୋଟୋକର୍ପ

ବାଇକ୍‌, ସ୍କୁଟରର ମୂଲ୍ୟ ବଢାଇବ ହିରୋ ମୋଟୋକର୍ପ

ନୂଆଦିଲ୍ଲୀ,୨୫-୪(ପି.ଟି) ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହିରୋ ମୋଟୋକର୍ପ ଏହାର ଦୁଇ ଚକିଆ ଯାନ ମୂଲ୍ୟ ବଢାଇବ ବୋଲି ଜଣା ଯାଇଛି।

ଚତୁର୍ଥ ତ୍ରୈମାସରେ ଏୟାରଟେଲର ଲାଭ କମିଲା

ଚତୁର୍ଥ ତ୍ରୈମାସରେ ଏୟାରଟେଲର ଲାଭ କମିଲା

ନୂଆଦିଲ୍ଲୀ,୨୫-୪(ପି.ଟି) ୨୦୧୭-୧୮ ଆର୍ଥତ୍କ ବର୍ଷର ଚତୁର୍ଥ ତ୍ରୈମାସରେ ପ୍ରମୁଖ ଟେଲିକମ୍‌ କମ୍ପାନୀ ଏୟାରଟେଲର ଲାଭରେ ହ୍ରାସ ଘଟିଛି। ଏହି ସମୟରେ କମ୍ପାନୀର ଲାଭରେ ପ୍ରାୟ ୭୮% ହ୍ରାସ ଘଟିଥିବା ଜଣାଯାଇଛି। ଉକ୍ତ ସମୟରେ କମ୍ପାନୀର ନେଟ୍‌ ଲାଭ ୮୨.୯୦ କୋଟି ଟଙ୍କା ରହିଛି।