Dharitri News
ଖେଳ |

ଗ୍ରାଣ୍ଡହୋମଙ୍କ ଶତକ; ଦୃଢ଼ ସ୍ଥିତିରେ ନ୍ୟୁଜିଲାଣ୍ଡ

ଗ୍ରାଣ୍ଡହୋମଙ୍କ ଶତକ; ଦୃଢ଼ ସ୍ଥିତିରେ ନ୍ୟୁଜିଲାଣ୍ଡ ଓ୍ବେଲିଂଟନ, ୨।୧୨(ଏଏଫ୍‌ପି)- ଏଠାରେ ଚାଲିଥିବା ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟରେ ୨ୟ ଦିବସ ଶେଷ ସୁଦ୍ଧା ଘରୋଇ ନ୍ୟୁଜିଲାଣ୍ଡ ଦଳ ଦୃଢ଼ ସ୍ଥିତିରେ ରହିଛି। ଶନିବାର ଘରୋଇ ଦଳ ତା’ର ଅସମାପ୍ତ ପ୍ରଥମ ଇନିଂସ୍‌ ସ୍କୋର ୮୨/୨ରୁ ବ୍ୟାଟିଂ ଆରମ୍ଭ କରି କଲିନ ଡେ ଗ୍ରାଣ୍ଡହୋମଙ୍କ ବିସ୍ଫୋରକ ଶତକ ବଳରେ ଷ୍ଟମ୍ପ ଅପସାରଣ ବେଳକୁ ୯ ଉଇକେଟ ହରାଇ ୪୪୭ ରନ୍‌ କରିଛି। ଫଳରେ ନ୍ୟୁଜିଲାଣ୍ଡ ଗୋଟିଏ ଉଇକେଟ ହାତରେ ରଖି ୩୧୩ ରନ୍‌ର ଅଗ୍ରଣୀ ହାସଲ କରିଛି। ଦିବସର ମୁଖ୍ୟ ଉଲ୍ଲେଖନୀୟ ଘଟଣା ହେଲା ଗ୍ରାଣ୍ଡହୋମଙ୍କ ଶତକୀୟ ପାଳି। ସେ ମାତ୍ର ୭୧ଟି ବଲରୁ ଶତକ ପୂରଣ କରିଥିଲେ। ତାଙ୍କ ପାଳିରେ ଥିଲା ୧୧ଟି ଚୌକା ଓ ୩ଟି ଛକା। ସେ ୧୦୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହା ଥିଲା ତାଙ୍କର ପ୍ରଥମ ଟେଷ୍ଟ ଶତକ। ତାଙ୍କ ବ୍ୟତୀତ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ ଟେଲର ୯୩, ହେନରୀ ନିକୋଲାସ ୬୭ ରନ୍‌ କରି ଆଉଟ୍‌ ହୋଇଥିବେଳେ ଟମ୍‌ ବ୍ଲୁଣ୍ଡେଲ ୫୭ ରନ୍‌ କରି ଅପରାଜିତ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ ପାଇଁ କେମାର ରୋଚ ୩ଟି ଉଇକେଟ ନେଇଛନ୍ତି। ସେହିଭଳି ରୋସ୍ତନ ଚାସେ ଓ ମିଗୁଏଲ କୁମିନ୍ସ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ଏଥିପୂର୍ବରୁ ଭ୍ରମଣକାରୀ ଦଳ ପ୍ରଥମ ଇନିଂସ୍‌ରେ ମାତ୍ର ୧୩୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

ଖେଳ |

ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌: ଭାରତ- ପାକିସ୍ତାନ ଫାଇନାଲ

ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌: ଭାରତ- ପାକିସ୍ତାନ ଫାଇନାଲ

ଅଜମାନ,୧୮ା୧(ପି.ଟି.)- ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ର ପଞ୍ଚମ ସଂସ୍କରଣରେ ଭାରତ ଦମ୍‌ଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି।

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ନାଡାଲ, ଓଜ୍‌ନିଆକି

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ନାଡାଲ, ଓଜ୍‌ନିଆକି

ମେଲବୋର୍ନ,୧୭ା୧(ଏ.ଏଫ୍‌.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ତୃତୀୟ ଦିନରେ ପହଞ୍ଚିଛି। ସିଡେଡ ଖେଳାଳିମାନେ ଅଗ୍ରଗତି କରିଛନ୍ତି।

ସୁପର୍‌ ଓଭରରେ ଓଡ଼ିଶାକୁ ଜିତାଇଲେ ପ୍ରିୟଙ୍କା

କଟକ ଅଫିସ,୧୭ା୧- ରୋମାଞ୍ଚକ ମ୍ୟାଚ୍‌ରେ ବିଜୟୀ ହୋଇ ଓଡ଼ିଶା ସିନିୟର ମହିଳା ଟି୨୦ ଟୁର୍ନାମେଣ୍ଟର ନକ୍‌ଆଉଟ୍‌ ରାଉଣ୍ଡକୁ ପ୍ରବେଶ କରିଛି। ପ୍ରଥମଥର ପାଇଁ ଓଡ଼ିଶା ଉକ୍ତ ପ୍ରତିଯୋଗିତାରେ ଗ୍ରୁପ୍‌ ଚାମ୍ପିୟନ ମଧ୍ୟ ହୋଇଛି।

ଟିମ୍‌ ଇଣ୍ଡିଆ ସିରିଜ ବିଜୟରେ ବ୍ରେକ୍‌: ଦକ୍ଷିଣ ଆଫ୍ରିକା ୧୩୫ ରନରେ ବିଜୟୀ

ଟିମ୍‌ ଇଣ୍ଡିଆ ସିରିଜ ବିଜୟରେ ବ୍ରେକ୍‌: ଦକ୍ଷିଣ ଆଫ୍ରିକା ୧୩୫ ରନରେ ବିଜୟୀ

ସେଞ୍ଚୁରିଅନ, ୧୭।୧(ପି.ଟି.)- ବ୍ୟାଟିଂ ବିଫଳତା ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ୍‌ ଇଣ୍ଡିଆ ପାଇଁ ମହଙ୍ଗା ପଡ଼ିଛି। କ୍ରମାଗତ ଟେଷ୍ଟ ହାରିବା ସହ ସିରିଜ ହାତଛଡ଼ା ହୋଇଛି। ସୁପର ସ୍ପୋର୍ଟ ପାର୍କରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ନିକଟରୁ ବିରାଟ କୋହଲିଙ୍କ ଦଳ ୧୩୫ ରନରେ ପରାଜିତ ହୋଇଛି।

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌: ବୃହତ୍‌ ବିଜୟରୁ ଭାରତର ଅଭିଯାନ

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌: ବୃହତ୍‌ ବିଜୟରୁ ଭାରତର ଅଭିଯାନ

ଟୌରଙ୍ଗ, ୧୭।୧- ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଇନଭାଇଟେଶନାଲ ହକି ସିରିଜ୍‌ରେ ଭାରତୀୟ ଦଳ ବୃହତ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୁଧବାର ଖେଳାଯାଇଥିବା ମୁକାବିଲାରେ ଭାରତୀୟ ଦଳ ୬-୦ ଗୋଲ୍‌ରେ ଜାପାନକୁ ହରାଇ ଦେଇଛି। ବିଜୟୀ ଦଳ ପାଇଁ ପଦାର୍ପଣକାରୀ ବିବେକ ସାଗର ଓ ଦିଲପ୍ରୀତ ସିଂ ୨ଟି ଲେଖାଏ ଗୋଲ କରିଛନ୍ତି। ଏମାନଙ୍କ ବ୍ୟତୀତ ରୂପିନ୍ଦର ପାଲ ସିଂ ଓ ହରମନପ୍ରୀତ ସିଂ ପ୍ରତ୍ୟେକେ ଗୋଟିଏ ଗୋଲ ଦେଇଛନ୍ତି।

ଭାରତୀୟ ୧୯ ବର୍ଷରୁ କମ୍‌ ଦଳରେ ଠାକରେ

ଭାରତୀୟ ୧୯ ବର୍ଷରୁ କମ୍‌ ଦଳରେ ଠାକରେ

ନୂଆଦିଲ୍ଲୀ, ୧୭।୧- ନ୍ୟୁଜିଲାଣ୍ଡଠାରେ ଚାଲିଥିବା ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳରେ ବୁଧବାର ବିଦର୍ଭ ପେସର ଆଦିତ୍ୟ ଠାକରେଙ୍କୁ ସାମିଲ କରାଯାଇଛି। ଆହତ ସମସ୍ୟା ଦେଇ ଗତି କରୁଥିବା ଇଶାନ ପୋରେଲଙ୍କ ବଦଳ ଖେଳାଳି ଭାବେ ଆଦିତ୍ୟଙ୍କୁ ଡାକରା ଦିଆଯାଇଛି।

ଫୁଟ୍‌ବଲ୍‌ରୁ ରୋନାଲ୍ଡିନୋଙ୍କ ସନ୍ନ୍ୟାସ

ଫୁଟ୍‌ବଲ୍‌ରୁ ରୋନାଲ୍ଡିନୋଙ୍କ ସନ୍ନ୍ୟାସ

ବ୍ରାସିଲା, ୧୭।୧- ବିଶ୍ୱକପ୍‌ ବିଜୟୀ ବ୍ରାଜିଲ ଦଳର ସଦସ୍ୟ ରୋନାଲ୍ଡିନୋ ଫୁଟ୍‌ବଲ ଖେଳାଳି ଭାବେ ମଙ୍ଗଳବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ପେସାଦାର ଫଟ୍‌ବଲରୁ ଦୀର୍ଘ ୨ ବର୍ଷ କାଳ ଦୂରେଇ ରହିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ୩୭ ବର୍ଷୀୟ ଷ୍ଟାର ଖେଳାଳି ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍‌ଜ) ଓ ବ୍ରାଜିଲ ପକ୍ଷରୁ ଖେଳିଥିଲେ।

ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ୟ ରାଉଣ୍ଡରେ ନାଡାଲ

ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ୟ ରାଉଣ୍ଡରେ ନାଡାଲ

ମେଲବୋର୍ନ, ୧୭।୧- ପୁରୁଷ ସିଙ୍ଗଲ୍ସ ବର୍ଗର ଶୀର୍ଷ ର଼୍ୟାଙ୍କଧାରୀ ଟେନିସ୍‌ ଖେଳାଳି ରାଫାଲ ନାଡାଲ ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ୩ୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ବୁଧବାର ଖେଳାଯାଇଥିବା ୨ୟ ରାଉଣ୍ଡ ମୁକାବିଲାରେ ସେ ସିଧାସଳଖ ସେଟ୍‌ରେ ଲିଓନାର୍ଡୋ ମେୟରଙ୍କୁ ହରାଇଛନ୍ତି।

ଝାଡ଼ଖଣ୍ଡଠାରୁ ହାରି ଓଡ଼ିଶା ନକ୍‌ଆଉଟ୍‌ରୁ ବାଦ୍‌

କଟକ ଅଫିସ,୧୬ା୧ ରାଞ୍ଚି ଜେଏସ୍‌ସିଏ ଅର୍ଜାତୀୟ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ସୟଦ ମୁସ୍ତାକ ଅଲି ଟି୨୦ ପୂର୍ବାଞ୍ଚଳ କ୍ରିକେଟ ଲିଗ୍‌ର ଅନ୍ତିମ ମ୍ୟାଚ୍‌ରେ ଝାଡ଼ଖଣ୍ଡଠାରୁ ହାରି ଓଡ଼ିଶା ନକ୍‌ଆଉଟ୍‌ ପର୍ଯ୍ୟାୟରୁ ବାଦ୍‌ ପଡ଼ିଛି।

ଏକ ରନ୍‌ରେ ହାରିଲା ଓଡ଼ିଶା

କଟକ ଅଫିସ,୧୬ା୧: ମାଡ୍ରାସର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଚାଲିଥିବା ସିନିୟର ମହିଳା ଟି୨୦ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ମାତ୍ର ୧ରନ୍‌ରେ ଛତିଶଗଡ଼ଠାରୁ ପରାସ୍ତ ହୋଇଛି।

ଶାରାପୋଭା, ଫେଡେରର, ଜୋକୋଭିଚ୍‌ ବିଜୟୀ

ଶାରାପୋଭା, ଫେଡେରର, ଜୋକୋଭିଚ୍‌ ବିଜୟୀ

ମେଲବୋର୍ନ, ୧୬ା୧ (ଏଏଫ୍‌ପି) ପୂର୍ବତନ ଚାମ୍ପିୟନ ମାରିଆ ଶାରାପୋଭା ଓ ଆଞ୍ଜେଲିକ୍‌ କର୍ବର ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୁରୁଷ ବିଭାଗରେ ୬ଥର ଚାମ୍ପିୟନ ନୋଭାକ ଜୋକୋଭିଚ୍‌ ତାଙ୍କ ପ୍ରଥମ ରାଉଣ୍ଡ ମ୍ୟାଚରେ ସହଜ ବିଜୟ ହାସଲ କରିଛନ୍ତି।

ନିର୍ଣ୍ଣାୟକ ସ୍ଥିତିରେ ସେଞ୍ଚୁରିଅନ ଟେଷ୍ଟ

ନିର୍ଣ୍ଣାୟକ ସ୍ଥିତିରେ ସେଞ୍ଚୁରିଅନ ଟେଷ୍ଟ

ସେଞ୍ଚୁରିଅନ, ୧୬।୧- ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚତ୍ଛି। ଭାରତ ସମ୍ମୁଖରେ ୨୮୭ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ଦଳ ମଙ୍ଗଳବାର ୪ର୍ଥ ଦିବସ ଶେଷସୁଦ୍ଧା ୩୫ ରନ ମଧ୍ୟରେ ୩ଟି ଉଇକେଟ ହରାଇ ବିପଦରେ ପଡ଼ିଛି।