ଖେଳ |

ହ୍ୟାଟ୍ରିକ ଶତକ ମାରିବାରେ କୋହଲି ପ୍ରଥମ ଅଧିନାୟକ

ହ୍ୟାଟ୍ରିକ ଶତକ ମାରିବାରେ କୋହଲି ପ୍ରଥମ ଅଧିନାୟକ
ନୂଆଦିଲ୍ଲୀ,୨।୧୨- ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପୁଣି ଏକ ରେକର୍ଡର ଅଧିକରୀ ହୋଇଛନ୍ତି। ସେ ଏଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ୩ୟ ତଥା ଅନ୍ତିମ ଟେଷ୍ଟରେ ଶତକ ଅର୍ଜନ କରି ବିଶ୍ୱରେ ନୂତନ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଅନ୍ତର୍ଜାତୀୟ ଅଧିନାୟକ ଭାବେ ହ୍ୟାଟ୍ରିକ ଶତକ ମାରିଛନ୍ତି। ସେ କଲିକତା ଟେଷ୍ଟରେ ୧୦୪ ରନ୍‌ କରିବା ପରେ ନାଗପୁରଠାରେ ୨୧୩ ରନ୍‌ କରିଥିଲେ। ସ୍ଥାନୀୟ ଫିରୋଜ ଶାହ କୋଟଲାଠାରେ ଆରମ୍ଭ ହୋଇଥିବା ମ୍ୟାଚ୍‌ରେ ଶତକ ଅର୍ଜନ କରି ଏହି ସଫଳତା ପାଇଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨୧ତମ ଶତକ। ସେହିଭଳି ଚଳିତ ସିଜନରେ ଏହା ତାଙ୍କର ୧୧ତମ ଶତକ। ସେ ବର୍ତ୍ତମାନ ଗୋଟିଏ ସିଜନରେ ସର୍ବାଧିକ ଶତକ ମାରିଥିବା ଖେଳାଳିଙ୍କ ତାଲିକାରେ ୨ୟ ସ୍ଥାନରେ ରହିଛନ୍ତି। ଏକମାତ୍ର ଖେଳାଳି ଭାବେ ସଚିନ ତେନ୍ଦୁଲକର ୧୨ଟି ଶତକ ମାରିଥିଲେ। ଏଥିସହ ସେ ନିଜ କ୍ୟାରିୟରରେ ୫୦୦୦ ରନ୍‌ ପୂରଣ କରିଛନ୍ତି। ତାଙ୍କୁ ୫୦୦୦ ରନ୍‌ ପୂରଣ କରିବା ପାଇଁ ଏହି ଇନିଂସ୍‌ରେ ମାତ୍ର ୨୫ ରନ୍‌ର ଆବଶ୍ୟକତା ଥିଲା। କିନ୍ତୁ ସେ ଏହି ମ୍ୟାଚ୍‌ରେ ଶତକ ଅର୍ଜନ କରି ଏହି ମାଇଲଷ୍ଟୋନକୁ ସ୍ପର୍ଶ କରିଥିଲେ। କୋହଲି ଦେଶର ୧୧ତମ ବ୍ୟାଟ୍ସମ୍ୟାନ ଭାବେ ୫ ହଜାର ରନ୍‌ ପୂରଣ କରିଛନ୍ତି। ଏହି ସଫଳତା ତାଙ୍କୁ ୧୦୫ତମ ଇଂନିସରେ ମିଳିଛି। ସେ ୪ର୍ଥ ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ୫ ହଜାର ରନ୍‌ ପୂରଣ କରିଛନ୍ତି। ତାଙ୍କ ଠାରୁ ସୁନୀଲ ଗାଭାସ୍କର (୯୫), ବୀରେନ୍ଦ୍ର ସେହ୍ବାଗ (୯୯) ଓ ସଚିନ ତେନ୍ଦୁଲକର (୧୦୩) ଅଳ୍ପ ଇନିଂସ୍‌ ଖେଳି ଏହି ମାଇଲଷ୍ଟୋନ ଛୁଇଁଥିଲେ। କୋହଲି ନିଜ ସମୟ ସାମୟିକ ଖେଳାଳିଙ୍କ ମଧ୍ୟରେ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କ ସହ ମିଳିତ ୨ୟ ସ୍ଥାନରେ ରହିଛନ୍ତି। ତାଲିକା ଶୀର୍ଷରେ ଅଷ୍ଟ୍ରେଲିଆ ଅଧିନାୟକ ରହିଛନ୍ତି ଷ୍ଟିଭ ସ୍ମିଥ। ସେ ୯୭ଟି ଇନିଂସ୍‌ରେ ୫,୦୦୦ ରନ୍‌ ପୂରଣ କରିଥିଲେ। ଟେଷ୍ଟ କ୍ରିକେଟ ଇତିହାସରେ ଖୁବ କମ୍‌ ଇନିଂସ୍‌ରେ ୫୦୦୦ ରନ୍‌ ସ୍କୋର କରିବାର ରେକର୍ଡ ସାର ଡନ ବ୍ରାଡମ୍ୟାନଙ୍କ ନାମରେ ରହିଛି। ସେ ମାତ୍ର ୫୬ଟି ଇନିଂସ୍‌ରେ ଏହି କାରନାମ କରିଥିଲେ।
All Right Reserved By

ଖେଳ |

ରାଇକୋନେନ ଜିତିଲେ ୟୁଏସ୍‌ ଗ୍ରାଁ ପ୍ରି

ରାଇକୋନେନ ଜିତିଲେ ୟୁଏସ୍‌ ଗ୍ରାଁ ପ୍ରି

ଅଷ୍ଟିନ୍‌, ୨୨ା୧୦- ଫେରାରିର କିମି ରାଇକୋନେନ ୟୁଏସ୍‌ ଓପନ ଗ୍ରାଁ ପ୍ରି ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ଏହି ଫର୍ମୁଲା ଓ୍ବାନ ମୋଟର ରେସ୍‌ରେ ରେଡ୍‌ ବୁଲ୍‌ର ମାକ୍ସ ଭର୍ଷ୍ଟାପେନ ଦ୍ୱିତୀୟ ହୋଇଥିବାବେଳେ ମର୍ସିଡିଜର ଲୁଇସ୍‌ ହାମିଲଟନଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। 

ଦବଙ୍ଗ ଦିଲ୍ଲୀ ବିଜୟୀ

ଦବଙ୍ଗ ଦିଲ୍ଲୀ ବିଜୟୀ

ପୁଣେ, ୨୨ା୧୦ (ପି.ଟି.)-ଚଳିତ ଭିଭୋ ପ୍ରୋ-କବାଡ଼ି  ସିଜନ -୬ ଇଣ୍ଟର ଜୋନାଲ ଚ୍ୟାଲେଞ୍ଜର ପ୍ରଥମ ମ୍ୟାଚରେ ଦବଙ୍ଗ ଦିଲ୍ଲୀ ୩୯-୩୦ରେ ବେଙ୍ଗଲ  ଓ୍ବାରିୟର୍ସକୁ ପରାସ୍ତ କରିଛି। ସ୍ଥାନୀୟ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ଏହି ମ୍ୟାଚରେ ଦିଲ୍ଲୀ ତରଫରୁ ନବୀନ କୁମାର ୧୧ ରେଡ୍‌ ପଏଣ୍ଟ ସ୍କୋର କରିଥିବାବେଳେ ରବିନ୍ଦର ପାହାଲଙ୍କ ୪ ଟାକଲ ପଏଣ୍ଟ ଅବଦାନ ରହିଥିଲା।

ସାନି ସ୍ପଟ୍‌ ଫିକ୍ସିଂ ଦାବି, ଫୁଟେଜ ମାଗିଲା ଆଇସିସି

ସାନି ସ୍ପଟ୍‌ ଫିକ୍ସିଂ ଦାବି, ଫୁଟେଜ ମାଗିଲା ଆଇସିସି

ନୂଆଦିଲ୍ଲୀ, ୨୨|୧୦ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟରେ ସ୍ପଟ୍‌ ଫିକ୍ସିଂ ନେଇ ରବିବାର ରିଲିଜ କରାଯାଇଥିବା ଏକ ଡକୁମେଣ୍ଟାରୀ କ୍ରିକେଟ ମହଲରେ ଚହଳ ସୃଷ୍ଟି କରିଛି। ପ୍ରସାରଣକାରୀ ସଂସ୍ଥା ପ୍ରାମାଣିକ  ଫୁଟେଜ ଦେବାକୁ ରାଜି ହେଉ  ନାହିଁ।  

ବିପ୍ଳବ ଅଧିନାୟକ, ୪ ନୂଆମୁହଁ

ବିପ୍ଳବ ଅଧିନାୟକ, ୪ ନୂଆମୁହଁ

କଟକ ଅଫିସ,୨୨ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଘରୋଇ କ୍ରିକେଟର ଶ୍ରେଷ୍ଠ ପ୍ରତିଯୋଗିତା ରଣ୍‌ଜୀଟ୍ରଫି ଆସନ୍ତା ନଭେମ୍ବର ୧ ତାରିଖରୁ ଆରମ୍ଭ ହେବ ।

ଜାପାନକୁ ୯-୦ରେ ହରାଇଲା ଭାରତ

ଜାପାନକୁ ୯-୦ରେ ହରାଇଲା ଭାରତ

ମସ୍କଟ, ୨୨।୧୦- ମନଦୀପ ସିଂଙ୍କ ହ୍ୟାଟ୍ରିକ ଗୋଲ ବଳରେ ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ରବିବାର ଅନୁଷ୍ଠିତ ଲିଗ୍‌ ମ୍ୟାଚରେ ଜାପାନକୁ ୯-୦ ଗୋଲରେ ପରାସ୍ତ କରିଛି। ଚଳିତ ଟୁର୍ନାମେଣ୍ଟରେ ଭାରତର ଏହାଥିଲା କ୍ରମାଗତ ତୃତୀୟ ବିଜୟ। 

ବିରାଟ, ରୋହିତ ରାଜ

ବିରାଟ, ରୋହିତ ରାଜ

ଗୁଆହାଟୀ, ୨୨।୧୦- ଗୁଆହାଟୀର ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ରବିବାର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ରାଜ୍‌ ଦେଖିବାକୁ ମିଳିଛି। ବିରାଟ ଓ ରୋହିତଙ୍କ ଶତକୀୟ ଇନିଂସ ଏବଂ ଦ୍ୱିତୀୟ ଉଇକେଟରେ ୨୪୬ ରନର ଭାଗୀଦାରି ବଳରେ ଭାରତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୮ ଉଇକେଟରେ ପରାସ୍ତ କରିଛି। 

ବନମାଳୀପୁର ଟି ୨୦: ସାରୁଅ ଚାମ୍ପିୟନ

ବନମାଳୀପୁର ଟି ୨୦: ସାରୁଅ ଚାମ୍ପିୟନ

ଭାପୁର,୨୨ା୧୦(ଡି.ଏନ୍‌.ଏ.)- ଖଣ୍ଡପଡ଼ା ବ୍ଲକ ବନମାଳୀପୁର ଆଞ୍ଚଳିକ ସ୍ପୋର୍ଟସ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ୩୧ତମ ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ଖେଳରେ କଣ୍ଟିଲୋର ବରୁଣେଇ କ୍ରିକେଟ୍‌ କ୍ଲବକୁ ୩୩ ରନରେ ହରାଇ ଖୋର୍ଦ୍ଧା ସାରୁଅର ଇଲେଭେନ ଷ୍ଟାର ସ୍ପୋର୍ଟସ କ୍ଲବ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି।

ଓଡ଼ିଶା ଟେନିସ୍‌ ବଲ୍‌ କ୍ରିକେଟ ଟିମ୍‌ରେ ଗଞ୍ଜାମରୁ ୬ ଖେଳାଳି

ଓଡ଼ିଶା ଟେନିସ୍‌ ବଲ୍‌ କ୍ରିକେଟ ଟିମ୍‌ରେ ଗଞ୍ଜାମରୁ ୬ ଖେଳାଳି

ବ୍ରହ୍ମପୁର ଅଫିସ,୨୨ା୧୦: ଆସନ୍ତା ୨୮ରୁ ୨ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ନାଗପୁର ଠାରେ ୨୩ତମ ସବ୍‌ଜୁନିୟର୍‌ ଟେନିସ୍‌ ବଲ୍‌ କ୍ରିକେଟ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟରେ ଓଡ଼ିଶା ଟିମ ଭାଗନେବ । ଓଡ଼ିଶା ଟିମରେ ଗଞ୍ଜାମ ଜିଲାର ୬ଜଣ ଖେଳାଳି ଅଛନ୍ତି । ସେମାନେ ହେଲେ ଆସିକାର ଏମ୍‌.ସନ୍ତୋଷ କୁମାର ରାଓ ଏବଂ କୁମାର ହଂସରାଜ୍‌, ବ୍ରହ୍ମପୁରର ସତ୍ୟଶୁଭମ୍‌ ସାହୁ, ଏମ୍‌.ରାଧେଶ୍ୟାମ ପାତ୍ର ଏବଂ ଆହ୍ବାନ ପଟ୍ଟନାୟକ ଓ ସୋରଡ଼ାର ଦୀପକ ଦାସ। ଏହି ଖେଳାଳିମାନେ ଗଞ୍ଜାମ ଜିଲା ଟେନିସବଲ୍‌ କ୍ରିକେଟ ସଂଘ ଅଧିନରେ ତାଲିମ୍‌ ନେଉଥିଲେ। ଖେଳାଳିଙ୍କୁ ସଂଘର ସଭାପତି ଡା. ସମରେନ୍ଦ୍ର ସାହୁ, ଉପସଭାପତି ଦୁଷ୍ମନ୍ତ ପାଢ଼ୀ, ସାଧାରଣ ସମ୍ପାଦକ ସଞ୍ଜୟ ବିଷୋୟୀ, ଅଧ୍ୟକ୍ଷ ରବି ମିଶ୍ର ଏବଂ ପ୍ରଶାନ୍ତ ମୁନି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

କୋହଲି, ରୋହିତଙ୍କ ଶତକ: ଭାରତ ବିଜୟୀ

କୋହଲି, ରୋହିତଙ୍କ ଶତକ: ଭାରତ ବିଜୟୀ

ଗୁଆହାଟୀ, ୨୧।୧୦-
ଗୁଆହାଟୀର ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ରବିବାର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ରାଜ୍‌ ଦେଖିବାକୁ ମିଳିଛି। ବିରାଟ ଓ ରୋହିତଙ୍କ ଶତକୀୟ ଇନିଂସ ଏବଂ ଦ୍ୱିତୀୟ ଉଇକେଟରେ ୨୪୬ ରନର ଭାଗୀଦାରି ବଳରେ ଭାରତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୮ ଉଇକେଟରେ ପରାସ୍ତ କରିଛି। 

ଭାରତ- ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ: କୋହଲୀଙ୍କ ଉଇକେଟ ପତନ, ଶତକ ପୂରଣ କରି ପଡ଼ିଆରେ ରୋହିତ

ଭାରତ- ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ: କୋହଲୀଙ୍କ ଉଇକେଟ ପତନ, ଶତକ ପୂରଣ କରି ପଡ଼ିଆରେ ରୋହିତ

ଗୁଆହାଟୀ,୨୧।୧୦(ପି.ଟି.): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆରେ ଭାରତୀୟ ଦଳ ଦମ୍‌ଦାର ବ୍ୟାଟିଂ ଜାରି ରଖିଛି। ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳର ୩୨୨ ରନ୍‌କୁ ପିଛା କରି ଭାରତୀୟ ଦଳ ୩୩ ଓଭରରେ ୨ ଉଇକେଟ ହରାଇ ୨୫୬ ରନ୍‌ କରିଛି। ଅଧିନାୟକ ବିରାଟ କୋହଲୀ ରନ୍‌ ଆଉଟ୍‌ ହେବା ପରେ ରୋହିତ ଶର୍ମା ୧୦୭ ରନ୍‌ କରି ଅବନ୍ତି ରାଇଡୁଙ୍କ ସହ ପଡ଼ିଆରେ ଅଛନ୍ତି। ତେବେ ଆଉଟ୍‌ ହେବା ପୂର୍ବରୁ କୋହଲୀ ନିଜର ୩୬ତମ ଶତକ ପୂରଣ କରିଛନ୍ତି। ସେହିଭଳି ରୋହିତ ଶର୍ମା ମଧ୍ୟ ନିଜର ୨୦ତମ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି। ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ଆହୁରୀ ୯୯ବଲ୍‌ରେ ୬୬ରନ୍‌ର ଆବଶ୍ୟକତା ରହିଛି। 

କୋହଲୀ-ରୋହିତଙ୍କ ଧୁଆଁଧାର୍‌ ବ୍ୟାଟିଂ: ଭାରତ ୨୧୭/୧, ୧୨୧ ରନ୍‌ରେ କୋହଲୀ

କୋହଲୀ-ରୋହିତଙ୍କ ଧୁଆଁଧାର୍‌ ବ୍ୟାଟିଂ: ଭାରତ ୨୧୭/୧, ୧୨୧ ରନ୍‌ରେ କୋହଲୀ

ଗୁଆହାଟୀ,୨୧।୧୦(ପି.ଟି.): ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ରବିବାର ଗୁଆହାଟୀରେ ଖେଳାଯାଉଛି। ଏଥିରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଦମ୍‌ଦାର ପ୍ରଦର୍ଶନ କରି ୫୦ ଓଭରରେ ୮ ଉଇକେଟ ହରାଇ ୩୨୨ ରନ୍‌ ସଂଗ୍ରହ କରିଥିଲା। ଏହାର ଜବାବ ଦେବାକୁ ଯାଇ ଅଧିନାୟକ ବିରାଟ କୋହଲୀ ଧୁଆଁଧାର ବ୍ୟାଟିଂ ଜାରି ରଖିଛନ୍ତି। ଇତିମଧ୍ୟରେ ଭାରତୀୟ ଦଳ ୨୯ ଓଭରରେ ୧ ଉଇକେଟ ହରାଇ ୨୧୭ ରନ୍‌ କରିଛି। ରୋହିତ ଶର୍ମା ୮୭ ରନ୍‌ କରି ପଡ଼ିଆରେ ଥିବା ବେଳେ କୋହଲୀ ୯୪ ବଲ୍‌ରେ ୧୨୧ ରନ୍‌ କରିଛନ୍ତି। 

ଫାଇନାଲରେ ହାରିଲେ ପ୍ରାଜନେଶ

ଫାଇନାଲରେ ହାରିଲେ ପ୍ରାଜନେଶ

ନୂଆଦିଲ୍ଲୀ, ୨୧।୧୦(ପି.ଟି.)- ଉଦୀୟମାନ ଭାରତୀୟ ଟେନିସ ଖେଳାଳି ପ୍ରାଜନେଶ ଗୁଣେଶ୍ୱରନ ଚାଇନାରେ ଅନୁଷ୍ଠିତ ନିଙ୍ଗବୋ ଚ୍ୟାଲେଞ୍ଜର ପ୍ରତିଯୋଗିତାରେ ରନର୍ସଅପ୍‌ ହୋଇଛନ୍ତି। ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରାଜନେଶ ୬-୭ (୪), ୬-୪, ୩-୬ ସେଟ୍‌ରେ ଇଟାଲୀର ଥୋମାସ ଫାବିଆନୋଙ୍କ ନିକଟରୁ ହାରିଯାଇଥିଲେ।