ଖେଳ |

ଅଷ୍ଟ୍ରେଲିଆକୁ ଟକ୍କର ଦେଲା ଭାରତ

ଅଷ୍ଟ୍ରେଲିଆକୁ ଟକ୍କର ଦେଲା ଭାରତ

ଭୁବନେଶ୍ୱର, ୧।୧୨(ତପନ ସ୍ବାଇଁ)

ହକି ୱାଲର୍‌ଡ ଲିଗ୍‌ ଫାଇନାଲ ଆରମ୍ଭରେ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେଇଛି ଭାରତ। ଦ୍ରୁତ ଖେଳ ପାଇଁ ବିଶେଷ ପରିଚିତ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚକୁ ୧-୧ ଗୋଲରେ ଡ୍ର ରଖିଛି ମନପ୍ରୀତ ସିଂଙ୍କ ଦଳ। ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆର ସମସ୍ତ ଉଦ୍ୟମକୁ ପଣ୍ଡ କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି ଭାରତ। ଘରୋଇ ଦର୍ଶକଙ୍କ ଭରପୂର ସମର୍ଥନରେ ଉଲ୍ଲସିତ ଭାରତୀୟ ଦଳ ଏଠାରେ ଉତ୍ସାହପୂର୍ଣ୍ଣ ପ୍ରଦର୍ଶନ କରିଥିଲା। ଏକାଧିକ ପେନାଲ୍ଟି କର୍ନରକୁ ଯଦିଓ ଦଳ ମିସ୍‌ କରିଥିଲା ତେବେ ଦଳଗତ ପ୍ରଦର୍ଶନରେ ଅଷ୍ଟ୍ରେଲିଆକୁ ଚ୍ୟାଲେଞ୍ଜ ଦେବାରେ ସକ୍ଷମ ହୋଇଥିଲା।
କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା। ମ୍ୟାଚର ପ୍ରଥମ ମିନିଟରେ ଆକାଶଦୀପ ସିଂ ମାରିଥିବା ଶଟ୍‌କୁ ଚମତ୍କାର ଭାବେ ସେଭ୍‌ କରିଥିଲେ ଅଷ୍ଟ୍ରେଲିଆ ଗୋଲକିପର ଟ୍ରିଷ୍ଟାନ କ୍ଲେମନ୍ସ। ଚାମ୍ପିୟନ ଅଷ୍ଟ୍ରେଲିଆର ରକ୍ଷଣଭାଗ ଭେଦ କରି ଭାରତୀୟ ଖେଳାଳିମାନେ ୫ମ ମିନିଟରେ ଏକ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲେ। ଲଳିତ ଉପାଧ୍ୟାୟ ପୁଶ୍‌୍‌୍‌ କରିଥିବାବେଳେ ରୂପିନ୍ଦର ପାଲ ସିଂଙ୍କ ଶଟ୍‌କୁ ଟ୍ରିଷ୍ଟାନ ଅଟକାଇବାରେ ସକ୍ଷମ ହୋଇଥିଲେ। ୧୧ତମ ମିନିଟରେ ଅଷ୍ଟ୍ରେଲିଆକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ଏହାକୁ ସେଭ୍‌ କରି ଦେଇଥିଲେ ଭାରତୀୟ ଯୁବ ଗୋଲକିପର ଆକାଶ ଚିକ୍‌ଟେ। ଆକ୍ରମଣ ଜାରିରଖି ଭାରତ ପ୍ରଥମ ଗୋଲଟି ସ୍କୋର କରିିଥିଲା। ୨୦ତମ ମିନିଟରେ ମନଦୀପ ସିଂ ଫିଲ୍ଡ ଗୋଲ ସହାୟତାରେ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ମାତ୍ର ଭାରତର ଏହି ଖୁସି ବେଶି ସମୟ ତିଷ୍ଠି ନ ଥିଲା। ୨୧ତମ ମିନିଟରେ ଅଷ୍ଟ୍ରେଲିଆକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଜେରେମି ହେୱାଡର୍‌ସ ମ୍ୟାଚରେ ଉଷ୍ମତା ଭରିଥିଲେ। ଏହାର ଅଳ୍ପ କିିଛି ସେକେଣ୍ଡ ପରେ ଅଷ୍ଟ୍ରେଲିଆକୁ ଆଉ ଏକ ପେନାଲ୍ଟି କର୍ନର ମିଳିଥିଲା। ମାତ୍ର ହେୱାର୍ଡ ବଲ୍‌କୁ ଅପେକ୍ଷା କରିବା ଭିିତରେ ଭାରତୀୟ ଡିଫେଣ୍ଡରମାନେ କ୍ଲିୟର କରିିବାରେ ସକ୍ଷମ ହୋଇଥିଲେ। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ମ୍ୟାଚ ୧-୧ ସ୍ଥିତିରେ ରହିଥିଲା। ଭାରତର ଷ୍ଟାର୍ଟିଂ ଲାଇନ୍‌ଅପ୍‌ରେ ଓଡ଼ିଆ ଖେଳାଳିଙ୍କ ମଧ୍ୟରେ କେବଳ ଦୀପସାନ ତିର୍କୀ ରହିଥିଲେ। ଅନ୍ୟ ଦୁଇ ଜଣ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ପରେ ବଦଳ ଖେଳାଳିଭାବେ ଆସିଥିଲେ। ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଭାରତକୁ ଏକ ପେନାଲ୍ଟି କର୍ନର ସୁଯୋଗ ମିଳିଥିଲା। ୩୧ତମ ମିନିଟରେ ଏହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ ଡ୍ରାଗ୍‌ଫ୍ଲିକର ରୂପିନ୍ଦର ପାଲ ସିଂ। ଆକ୍ରମଣ ପ୍ରତି ଆକ୍ରମଣ ମଧ୍ୟରେ ୪୦ତମ ମିନିଟରେ ଅଷ୍ଟ୍ରେଲିଆକୁ କ୍ରମାଗତ ୩ଟି ପେନାଲ୍ଟି କର୍ନର ସୁଯୋଗ ମିଳିଥିଲା। ମାତ୍ର ଦଳ ତାହାର ସଦୁପଯୋଗ କରିପାରି ନ ଥିଲା। ୪୨ତମ ମିନିଟରେ ଅଗ୍ରଣୀ ନେବାପାଇଁ ଭାରତ ନିକଟରେ ସୁବର୍ଣ୍ଣ ସୁଯୋଗ ପହଞ୍ଚତ୍ଥିଲା। ମାତ୍ର ମିଳିଥିବା ପେନାଲ୍ଟି କର୍ନରକୁ ଖେଳାଳିମାନେ ଗୋଲରେ ପରିଣତ କରିପାରି ନ ଥିଲେ। ଶେଷ କିଛି କ୍ଷଣ ରୋମାଞ୍ଚକ ହୋଇଥିଲେ ହେଁ ଆଉ ଗୋଲ ହୋଇ ନ ଥିଲା। ଅଷ୍ଟ୍ରେଲିଆର ମାଥ୍ୟୁ ଡସନ ମ୍ୟାନ ଅଫ ଦି ମ୍ୟାଚ ଏବଂ ଓଡ଼ିଆ ଖେଳାଳି ଦୀପସାନ ତିର୍କୀ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ପାଇଥିଲେ।

All Right Reserved By

Model This Week

Model This Week

ଖେଳ |

ପୂର୍ବତନ ଭାରତୀୟ ଆଥ୍‌ଲେଟ ଟୋନି ଡାନିଏଲଙ୍କ ପରଲୋକ

ନୂଆଦିଲ୍ଲୀ,୨୫।୪- ପୂର୍ବତନ ଭାରତୀୟ ଆଥ୍‌ଲେଟ ତଥା ଆଥ୍‌ଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ)ର ଯୁଗ୍ମ ସମ୍ପାଦକ ଓ ଟେକନିକାଲ କମିଟି ଅଧ୍ୟକ୍ଷ ଡ. ଟୋନି ଡାନିଏଲଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଏଏଫ୍‌ଆଇ ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି।

ଆଇପିଏଲ୍‌: ଦିଲ୍ଲୀ ଅଧିନାୟକ ପଦରୁ ଓହରିଲେ ଗମ୍ଭୀର

ଆଇପିଏଲ୍‌: ଦିଲ୍ଲୀ ଅଧିନାୟକ ପଦରୁ ଓହରିଲେ ଗମ୍ଭୀର

ନୂଆଦିଲ୍ଲୀ,୨୫।୪- ବରିଷ୍ଠ ଓପନିଂ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଚଳିତ ଆଇପିଏଲ୍‌ ମଧ୍ୟ ଭାଗରୁ ଦିଲ୍ଲୀ ଡେୟାରଡେଭିଲ୍ସ ଦଳର ନେତୃତ୍ୱ ପଦରୁ ଓହରି ଯାଇଛନ୍ତି। ଚଳିତ ଟୁର୍ନାମେଣ୍ଟରେ ଦଳର ନିମ୍ନମାନର ପ୍ରଦର୍ଶନ ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।

ହାର୍ଦ୍ଦିକଙ୍କ ଭଳି ଯୁବ ଖେଳାଳିଙ୍କୁ ପ୍ରଦର୍ଶନରେ ସ୍ଥିରତା ଆଣିବାକୁ ପଡ଼ିବ- ଜୟବର୍ଦ୍ଧନେ

ହାର୍ଦ୍ଦିକଙ୍କ ଭଳି ଯୁବ ଖେଳାଳିଙ୍କୁ ପ୍ରଦର୍ଶନରେ ସ୍ଥିରତା ଆଣିବାକୁ ପଡ଼ିବ- ଜୟବର୍ଦ୍ଧନେ

ବମ୍ବେ,୨୫।୪(ପି.ଟି.)- ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଯୁବ ଖେଳାଳିଙ୍କୁ ପ୍ରଦର୍ଶନରେ ସ୍ଥିରତା ଆଣିବାର ଆବଶ୍ୟକତା ରହିଛି। ଏଥିନେଇ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ମୁମ୍ବାଇ ଇଣ୍ଡିଆନ୍ସ ଦଳର କୋଚ୍‌ ମାହେଳା ଜୟବର୍ଦ୍ଧନେ କହିଛନ୍ତି। ଡିଫେଣ୍ଡିଂ ଚାମ୍ପିୟନ୍‌ ମୁମ୍ବାଇ ଇଣ୍ଡିଆନ୍ସ ୧୧୯ ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରି ମାତ୍ର ୮୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

ଜ୍ୟୋତ୍ସ୍ନାଙ୍କ ଅଭିଯାନ ଶେଷ

ଜ୍ୟୋତ୍ସ୍ନାଙ୍କ ଅଭିଯାନ ଶେଷ

ଇଏଲ୍‌ ଗୋନା(ଇଜିପ୍ଟ),୨୫।୪(ପି.ଟି.)- ଏଠାରେ ଚାଲିଥିବା ଇଏଲ୍‌ ଗୋନା ଇଣ୍ଟରନ୍ୟାଶନାଲ ପିଏସ୍‌ଏ ଓ୍ବାଲର୍‌ଡ ସିରିଜ୍‌ ସ୍କ୍ବାଶ୍‌ ଟର୍ନୁାମେଣ୍ଟରେ ଭାରତୀୟ ଶୀର୍ଷ ର଼୍ୟାଙ୍କଧାରୀ ଖେଳାଳି ଜ୍ୟୋତ୍ସ୍ନା ଚିନାପ୍ପାଙ୍କ ଅଭିଯାନ ଶେଷ ହୋଇଛି। ସେ କ୍ୱାର୍ଟର ଫାଇନାଲରେ ୪ର୍ଥ ସିଡ୍‌ ଲୌରା ମାସାରୋଙ୍କ ଠାରୁ ପରାସ୍ତ ହୋଇଛନ୍ତି।

ଏସିଆନ୍‌ ୟୁଥ, ଜୁନିୟର ଓ୍ବେଟଲିଫ୍ଟିଂ ଚାମ୍ପିୟନ୍‌ଶିପ୍‌ ଜେରିମୀଙ୍କୁ ଡବଲ ସଫଳତା

ନୂଆଦିଲ୍ଲୀ,୨୫।୪(ପି.ଟି.)- ଭାରତୀୟ ଭାରୋତ୍ତୋଳକ ଜେରିମୀ ଲାଲରିନୁଙ୍ଗା ଉଜବେକିସ୍ତାନରେ ଚାଲିଥିବା ଏସିଆନ୍‌ ୟୁଥ, ଜୁନିୟର ଓ୍ବେଟଲିଫ୍ଟିଂ ଚାମ୍ପିୟନ୍‌ଶିପ୍‌ରେ ଡବଲ ସଫଳତା ପାଇଛନ୍ତି। ସେ ୫୬ କିଗ୍ରା ବର୍ଗରେ ମୋଟ ୨୫୦ କିଗ୍ରା ଭାର ଉତ୍ତୋଳନ କରି ୟୁଥ ବର୍ଗରେ ରୌପ୍ୟ ଓ ଜୁନିୟର ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି।

ହରିୟାଣା ସରକାରଙ୍କୁ ରାଜ୍ୟଗୋଷ୍ଠୀ ପଦକ ବିଜେତାଙ୍କ ବିରୋଧ

ହରିୟାଣା ସରକାରଙ୍କୁ ରାଜ୍ୟଗୋଷ୍ଠୀ ପଦକ ବିଜେତାଙ୍କ ବିରୋଧ

ଚଣ୍ଡିଗଡ଼,୨୫।୪- ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ବିଜେତାଙ୍କ ସମ୍ବର୍ଦ୍ଧନା ପାଇଁ ହରିୟାଣା ସରକାରଙ୍କ ପକ୍ଷରୁ ଗୁରୁବାର ପଞ୍ଚକୁଲାଠାରେ ଏକ ଉତ୍ସବ ଆୟୋଜନ କରାଯାଉଛି। କିନ୍ତୁ ପଦକ ଜିତିଥିବା ରାଜ୍ୟର ଆଥ୍‌ଲେଟ୍‌ମାନେ ଏଥିରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପଦକ ବିଜେତାଙ୍କ ପୁରସ୍କାର ରାଶିରେ ହ୍ରାସ କରାଯିବା ନେଇ ଯୋଜନା କରାଯାଉଛି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିବା ପାଇଁ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା, ବକ୍ସର ମନୋଜ କୁମାର, କୁସ୍ତିଯୋଦ୍ଧା ଭିନେଶ ଫୋଗତ, ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆ ବିରୋଧ କରିଛନ୍ତି।

ଶାକିବଙ୍କୁ ୩୦୦ତମ ଟି୨୦ ଉଇକେଟ୍‌

ଶାକିବଙ୍କୁ ୩୦୦ତମ ଟି୨୦ ଉଇକେଟ୍‌

ଶାକିବଙ୍କୁ ୩୦୦ତମ ଟି୨୦ ଉଇକେଟ୍‌

ଧିରଜଙ୍କୁ ମଦରଓ୍ବେଲ ଏଫ୍‌ସି ପ୍ରସ୍ତାବ

ଧିରଜଙ୍କୁ ମଦରଓ୍ବେଲ ଏଫ୍‌ସି ପ୍ରସ୍ତାବ

ନୂଆଦିଲ୍ଲୀ,୨୫।୪- ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ରେ ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳର ଗୋଲକିପର ଧିରଜ ସିଂ ମୌରାଙ୍ଗଥେମଙ୍କୁ ସ୍କଟ୍ଟିଶ ପ୍ରିମିୟର ଲିଗ୍‌ ଦଳ ମଦରଓ୍ବେଲ ଏଫ୍‌ସି ପକ୍ଷରୁ ୩ ବର୍ଷୀୟ ଚୁକ୍ତି ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ଦଳ ସହ ସେ ଗତ ଦୁଇ ମାସ ହେଲା ଅଭ୍ୟାସ କରୁଛନ୍ତି। ସ୍କଟଲାଣ୍ଡଠାରେ ଅଭ୍ୟାସ ସେସନରେ ସେ ମଦରଓ୍ବେଲ ଏଫ୍‌ସି କୋଚ୍‌ଙ୍କୁ ଆକର୍ଷିତ କରିପାରିଛନ୍ତି।

ଷ୍ଟୁଟ୍ଟଗାର୍ଟ ଗ୍ରାଁ ପ୍ରି:  ପ୍ରଥମ ରାଉଣ୍ଡରୁ ଶାରାପୋଭା ବାଦ୍‌

ଷ୍ଟୁଟ୍ଟଗାର୍ଟ ଗ୍ରାଁ ପ୍ରି: ପ୍ରଥମ ରାଉଣ୍ଡରୁ ଶାରାପୋଭା ବାଦ୍‌

ଷ୍ଟୁଟ୍ଟଗାର୍ଟ (ଜର୍ମାନୀ),୨୫।୪(ଏଏଫ୍‌ପି) - ପାଞ୍ଚ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ୍‌ ମାରିଆ ଶାରାପୋଭା ଚଳିତଷ୍ଟୁଟ୍ଟଗାର୍ଟ ଗ୍ରାଁ ପ୍ରି ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦା ହୋଇଛନ୍ତି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ୪୧ତମ ର଼୍ୟାଙ୍କଧାରୀ ଖେଳାଳିଙ୍କୁ ୬-୩, ୬-୭(୬/୮), ୪-୬ ସେଟ୍‌ରେ କାରୋଲିନ ଗାର୍ସିଆ ପରାସ୍ତ କରିଛନ୍ତି।

ଉର୍ମିଳା ଫୁଟବଲ କ୍ଲବର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର, ୨୫।୪(ସ୍ପୋଟର୍‌ସ ବ୍ୟୁରୋ)-ଉର୍ମିଳା ଫୁଟବଲ କ୍ଲବ ପକ୍ଷରୁ ମହିଳା ମାନଙ୍କ ପାଇଁ ଏକ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଚଳିତମାସ ୨୬ ତାରିଖରୁ ଆରମ୍ଭ ହେବ। ୟୁନିଟ-୯ ବାଳିକା ବିଦ୍ୟାଳୟ ପଡ଼ିଆରେ ଏହା ମେ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାମଣି ନନ୍ଦ ପ୍ରକାଶ କରିଛନ୍ତି। ୨୦୦୮ରୁ କ୍ରମାଗତଭାବେ ଏହି କ୍ଲବ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଆସୁଛି। ଏଥର ଶିବିରରେ ଟାଟା ଫୁଟବଲ ଏକାଡେମୀରୁ ତାଲିମପ୍ରାପ୍ତ ତଥା ଭାରତୀୟ ଜୁନିୟର ଫୁଟବଲ ଦଳରେ ଖେଳିଥିବା ପ୍ରସନ୍ନ କୁମାର ଦାସ, ପୂର୍ବତନ ଖେଳାଳି ବରୁଣ ମାଝି, ଟୁନା ଖାଁ ଏବଂ କୃଷ୍ଣ ମହାରଣା ପ୍ରମୁଖ ପ୍ରଶିକ୍ଷଣ ଦେବେ। ଶିବିରରେ ଭାଗ ନେବାକୁ ଚାହୁଁଥିବା ଖେଳାଳିମାନେ ୟୁନିଟ-୯ ବିଦ୍ୟାଳୟ ଖେଳ ଶିକ୍ଷୟିତ୍ରୀ ଉର୍ମିଳା ଦାସଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

ଗୁରୁକୂଳ ୫୦କେ ପୁରୁଷ ର଼୍ୟାଙ୍କିଙ୍ଗ ଟେନିସ:ଚିନ୍ମୟ, ଆଶୁତୋଷ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର,୨୫।୪(କ୍ରୀଡ଼ା ପ୍ରତିନିଧି)-ଅଲଇଣ୍ଡିଆ ଟେନିସ ଆସୋସିଏଶନ(ଏଆଇଟିଏ) ଓ ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ)ର ଅନୁମୋଦନକ୍ରମେ ମେଣ୍ଢାଶାଳସ୍ଥିତ ଗୁରୁକୂଳ ଟେନିସ ରିସର୍ଟରେ ଆରମ୍ଭ ହୋଇଛି ୫୦କେ ପୁରୁଷ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟ। ମଙ୍ଗଳବାର ଅନୁଷ୍ଠିତ ପ୍ରି-କ୍ୱାର୍ଟର ଫାଇନାଲରେ ବିଜୟ ହାସଲ କରି ଓଡ଼ିଶାର ଚିନ୍ମୟ ପ୍ରଧାନ ଓ ଆଶୁତୋଷ ଦାସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଟପ୍‌ ସିଡ୍‌ର ମାନ୍ୟତା ପାଇଥିବା ଚିନ୍ମୟ ମହାରାଷ୍ଟ୍ରର ମନଭୀର ସିଂ ରାନ୍ଧଓ୍ବାଙ୍କୁ ୬-୨, ୬-୨ ସେଟ୍‌ରେ ହରାଇ ଆଗକୁ ବଢ଼ିଛନ୍ତି। ସେହିପରି ଆଶୁତୋଷ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମଧ୍ୟପ୍ରଦେଶର ଉତ୍କର୍ଷ ତିଓ୍ବାରୀଙ୍କୁ୬-୭(୫), ୬-୦, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି।

ଜାତୀୟ ଜୁନିୟର ହକି ପାଇଁ ଗାଙ୍ଗପୁର ଦଳ

ଜାତୀୟ ଜୁନିୟର ହକି ପାଇଁ ଗାଙ୍ଗପୁର ଦଳ

ଭୁବନେଶ୍ୱର, ୨୫।୪(କ୍ରୀଡ଼ା ପ୍ରତିନିଧି)-ଭୋପାଳରେ ଚଳିତମାସ ୨୬ରୁ ମେ ୬ ପର୍ଯ୍ୟନ୍ତ ୮ମ ଜାତୀୟ ଜୁନିୟର (ଗ୍ରେଡ୍‌-ଏ) ହକି ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଉଭୟ ମହିଳା ଓ ପୁରୁଷ ହକି ଗାଙ୍ଗପୁର ଦଳ ଘୋଷଣା କରାଯାଇଛି। ହକି ଗାଙ୍ଗପୁର ମହିଳା ଦଳ: ମାଧୁରି କିଣ୍ଡୋ(ଗୋଲକିପର), ଫିଲିସିଆ ଟପ୍ପୋ, ରାହିଲ ତିର୍କୀ, ଲକ୍ଷ୍ମୀ ଏକ୍କା(ଉପଅଧିନାୟିକା), ରିଙ୍କି କୁଜୁର, ସୁଶାନ୍ତି ମିଞ୍ଜ, ରୋଜିତା କୁଜୁର, ପ୍ରେମାଞ୍ଜଳି ଟପ୍ପୋ, ଜାହ୍ନବୀ ପ୍ରଧାନ, ଜିଓ୍ବନ କିଶୋରୀ ଟପ୍ପୋ(ଅଧିନାୟିକା), ନମ୍ରତା ଜସମିନ, ଜ୍ୟୋତି ଛତର, ଆଞ୍ଜେଲା ଟପ୍ପୋ, ସୁନୀତା ଖାଖା, ବିନିତା କୁଜୁର, ସୋନିଆ ଟପ୍ନୋ, ଆଟେନ ଟପ୍ନୋ, ସାଇନାଜ ଖାତୁନ। ମ୍ୟାନେଜର: ସୁରଜ କେର୍କେଟା, କୋଚ୍‌: ଫ୍ଲୋରେନ୍ସିଆ ଏକ୍କା।