Dharitri News
ମେଟ୍ରୋ |

ପିପିଲି କଣ୍ଟି ବଜାରରେ ସିରିଜ ବୋମା ମାଡ଼

ପିପିଲି କଣ୍ଟି ବଜାରରେ ସିରିଜ ବୋମା ମାଡ଼ ପୁରୀ ଅଫିସ/ପିପିଲି(ଡି.ଏନ.ଏ.) ୨।୧୨: ପିପିଲିରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନଶୃଙ୍ଖଳା। ବୋମା ମାଡରେ ଥରୁଛି ସହର। ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇପଡିଛି ପିପିଲି ପୋଲିସ। ଗତ କିଛି ଦିନର ନୀରବତା ପରେ ପୁଣି ପିପିଲି-ଜଟଣୀ ରୋଡ ସ୍ଥିତ କଣ୍ଟି ବଜାରରେ ଫୁଟିଛି ବୋମା। ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ବୋମାମାଡ କରିଥିଲେ। ଭୟଭୀତ ହୋଇ ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଚାଲିଯାଇଥିଲେ। ବୋମାମାଡ଼ରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ପିପିଲି ପରେ କ୍ୟାପିଟାଲ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଆହତ ଦ୍ୱୟ ହେଲେ ରାମଚନ୍ଦ୍ର ଦଳାଇ(୩୫) ଓ କୃଷ୍ଣଚନ୍ଦ୍ର ପ୍ରଧାନ(୭୦)। ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଥାନାରେ ଅଟକ ରଖିଛି। ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି। ଆହତ କୃଷ୍ଣଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରିଛି। ଅନ୍ୟପଟେ ବୋମାମାଡ ପରଠାରୁ ରାସ୍ତାରେ ଚଳାଚଳ ବନ୍ଦ ରହିଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ଲାଗି ଘଟଣା ସ୍ଥଳରେ ୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଶନିବାର ଅପରାହ୍ନ ୧ଟା। କଣ୍ଟି ବଜାର ରାସ୍ତା ଶୂନଶାନ ରହିଥିଲା। ଅଧିକାଂଶ ଦୋକାନୀ ଦୋକାନ ବନ୍ଦ କରୁଥିଲେ। ଏହି ସମୟରେ ଦୁଇ ଗୋଷ୍ଠୀର ଶତାଧିକ ଯୁବକ ପହଞ୍ଚତ୍ଥିଲେ। କେହି କିଛି ଭାବିବା ପୂର୍ବରୁ ଉଭୟ ପଟୁ ବୋମାମାଡ ହୋଇଥିଲା। ବୋମା ମାଡ ଶବ୍ଦରେ କଣ୍ଟି ବଜାର କମ୍ପି ଉଠିଥିଲା। ସାରା ବଜାର ଧୂଆଁମୟ ହୋଇଯାଇଥିଲା। ପୋଲିସ ପହଞ୍ଚତ୍ବା ବେଳକୁ ଉଭୟ ଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ। ଏସଡିପିଓ ଦିଲ୍ଲୀପ ତ୍ରିପାଠୀ, ଥାନା ଅଧିକାରୀ ଶ୍ରୀନିବାସ ମହାନ୍ତି ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ରାଜନୈତିକ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ପଞ୍ଚାୟତ ନିର୍ବାଚନକୁ ନେଇ କଣ୍ଟି ବଜାରରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକପଞ୍ଝା ଲାଗି ରହିଛି। ପୂର୍ବରୁ ଉକ୍ତ ବଜାରରେ ୩ଥର ବୋମାମାଡ ହୋଇଥିଲା। ପୂର୍ବ ବୋମାମାଡରେ ଜଣେ ବ୍ୟକ୍ତି ଗୋଡ ହରାଇଥିଲେ।

ମେଟ୍ରୋ |

  ତମାଖୁ ତ୍ୟାଗ ପରାମର୍ଶ କେନ୍ଦ୍ର ଉଦ୍‌ଘାଟିତ

ତମାଖୁ ତ୍ୟାଗ ପରାମର୍ଶ କେନ୍ଦ୍ର ଉଦ୍‌ଘାଟିତ

ପୁରୀ ଅଫିସ, ୧୯।୧: ତମାଖୁ ସେବନ ଦ୍ୱାରା ପ୍ରତିବର୍ଷ ଲକ୍ଷାଧିକ ବ୍ୟକ୍ତି ମୃତ୍ୟୁମୁଖରେ ପଡୁଛନ୍ତି। ଜନସଚେତନତା ଦ୍ୱାରା ଏହାକୁ ରୋକାଯାଇପାରିବ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ସମସ୍ତ ଜିଲା ମୁଖ୍ୟାଳୟରେ ତମାଖୁ ତ୍ୟାଗ ପରାମର୍ଶ କେନ୍ଦ୍ର ଖୋଲାଯାଇଛି।

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ: ସାବଧାନ କଲା ମରୀଚିକା

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ: ସାବଧାନ କଲା ମରୀଚିକା

ପୁରୀ ଅଫିସ,୧୯।୧: ଆଜିକାଲି ଅଧିକାଂଶ ମା’ବାପା ସେମାନଙ୍କ ପିଲାଙ୍କୁ ଛୋଟବେଳୁ ଆକଟ କରୁନାହାନ୍ତି। ପିଲାମାନେ ଯାହା ଚାହୁଁଛନ୍ତି ସଙ୍ଗେସଙ୍ଗେ ତାଙ୍କ ହାତମୁଠାକୁ ବଢାଇ ଦେଉଛନ୍ତି। ଫଳରେ ଅନେକ ପିଲା ଅବାଟରେ ପାଦ ପକାଉଛନ୍ତି।

ଶିଶୁପାଳଗଡ଼ ମହୋତ୍ସବ ଉଦ୍‌ଘାଟିତ

ଶିଶୁପାଳଗଡ଼ ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର,୧୯।୧(ବ୍ୟୁରୋ)-ଇତିହାସ ପୃଷ୍ଠାମଣ୍ଡନ କରିଥିବା ଶିଶୁପାଳଗଡ଼ରୁ ଆରମ୍ଭ ହୋଇଥିଲା ଉତ୍କଳର ଯୁଦ୍ଧ ଅଭିଯାନ। ଏହି ମାଟି ଥିଲା ପ୍ରାଚୀନ କଳିଙ୍ଗର ତୋଷାଳି। ଓଡ଼ିଶା ପଛରେ ଆଜି ଯେଉଁ ବିରାଟ ସାମରିକ ଇତିହାସ ରହିଛି, ତାହାର ମୂଳଦୁଆ ଏହି ଐତିହାସିକ ଗଡ଼ରୁ ପଡ଼ିଥିଲା। ଚେଦୀ ବଂଶ ଖାରବେଳଙ୍କଠାରୁ ଆରମ୍ଭ କରି ଗଙ୍ଗବଂଶ ଶାସନ ପର୍ଯ୍ୟନ୍ତ କଳିଙ୍ଗର ରାଜଧାନୀଭାବେ ଶୋଭାବର୍ଦ୍ଧନ କରିଆସୁଥିବା ଏହି ବୀରମାଟି ଦୀର୍ଘ ୨୦୦ବର୍ଷର ଇତିହାସର ମୂକସାକ୍ଷୀ ବୋଲି ମତପ୍ରକାଶ ପାଇଛି। ଶିଶୁପାଳଗଡ଼ ଦଶହରା ପଡ଼ିଆଠାରେ ଆୟୋଜିତ ଶିଶୁପାଳଗଡ଼ ମହୋତ୍ସବର ଉଦ୍‌ଘାଟନ କରି ବିଶିଷ୍ଟ ଅତିଥିମାନେ ଏହି ଐତିହାସିକ ଗଡ଼ର ଗୌରବ ଗାଥା ବିଷୟରେ କହିଥିଲେ।

୨୨ରେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକର ପଞ୍ଚବିଂଶତି ବର୍ଷ ସମ୍ପୂର୍ଣ୍ଣ ହେବ

୨୨ରେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକର ପଞ୍ଚବିଂଶତି ବର୍ଷ ସମ୍ପୂର୍ଣ୍ଣ ହେବ

ଭୁବନେଶ୍ୱର,୧୯।୧(ବ୍ୟୁରୋ)-ଭାରତବର୍ଷର ଐକ୍ୟ, ସଂହତି ଓ ଅଖଣ୍ଡତାକୁ ରକ୍ଷା କରିବା ସଙ୍ଗେ ସଙ୍ଗେ ମାନବୀୟ ମୂଲ୍ୟବୋଧଭିତ୍ତିକ ସନାତନ ବୈଦିକ ଧର୍ମର ପ୍ରତିଷ୍ଠା ଏବଂ ପ୍ରଚାର ଉଦ୍ଦେଶ୍ୟରେ ଜଗଦ୍‌ଗୁରୁ ଆଦି ଶଙ୍କରାଚାର୍ଯ୍ୟ ଭାରତର ଚାରି ଦିଗରେ ୪ଟି ପୀଠ ସ୍ଥାପନ କରିଥିଲେ। ତନ୍ମଧ୍ୟରୁ ପୂର୍ବରେ ପୁରୀଠାରେ ପ୍ରତିଷ୍ଠିତ ଗୋବର୍ଦ୍ଧନ ପୀଠ ଅନ୍ୟତମ। ବର୍ତ୍ତମାନ ଏହି ପୀଠର ୧୪୫ତମ ଶଙ୍କରାଚାର୍ଯ୍ୟ ଭାବେ ପୀଠାସୀନ ହୋଇଛନ୍ତି ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ। ଆସନ୍ତା ୨୨ତାରିଖରେ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କର ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟ ଭାବେ ପଟ୍ଟାଭିଷେକ ହେବାର ପଞ୍ଚବିଂଶତି ବର୍ଷ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରଚଳିତ ଅଧ୍ୟାତ୍ମିକ କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ କ୍ରିୟାଶୀଳ ଏବଂ ଫଳପ୍ରଦ କରିବା ଉଦ୍ଦେଶ୍ୟରେ ଏକ ବର୍ଷ ବ୍ୟାପୀ ଆଧ୍ୟାତ୍ମିକ ଜାଗରଣ ଯାତ୍ରା ଅନୁଷ୍ଠିତ ହେବ।

୬ ହଜାର ହିତାଧିକାରୀଙ୍କୁ ମିଳିବ ବାତ୍ୟା ନିରୋଧକ ଗୃହ

୬ ହଜାର ହିତାଧିକାରୀଙ୍କୁ ମିଳିବ ବାତ୍ୟା ନିରୋଧକ ଗୃହ

ପୁରୀ ଅଫିସ, ୧୯।୧: କୃଷ୍ଣପ୍ରସାଦ ଏବଂ ବ୍ରହ୍ମଗିରି ବ୍ଲକର ଫାଇଲିନ୍‌ କ୍ଷତିଗ୍ରସ୍ତଙ୍କୁ ଦିଆଯିବ ବାତ୍ୟା ନିରୋଧକ ଗୃହ। ଏଥିଲାଗି ମୁଖ୍ୟ ଶାସନ ସଚିବଙ୍କ ସହ ଦୁଇଥର ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିସାରିଛି।

ଆଠ ଧାଡ଼ିର ରିପୋର୍ଟ ପାଇଁ ୪୦ ସପ୍ତାହ ସମୟ

କଟକ ଅଫିସ, ୧୯।୧- କନ୍ଧମାଳ ଜିଲାର ଆଶ୍ରମ ସ୍କୁଲଗୁଡିକରେ ମ୍ୟାଲେରିଆ ବ୍ୟାପୁଥିବା ନେଇ ଦାଏର ହୋଇଥିବା ଏକ ମାମଲାରେ ଓଡ଼ିଶା ମାନବାଧିକାର କମିଶନ ରିପୋର୍ଟ ତଲବ କରିଥିଲେ। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ କମିଶନ କନ୍ଧମାଳ ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏତେବଡ଼ ସମ୍ବେଦନଶୀଳ ମାମଲାରେ ଏଇ ଦୁଇ ଅଫିସର ୪ ସପ୍ତାହ ବଦଳରେ ୧୦ ମାସ ଅର୍ଥାତ୍‌ ୪୦ ସପ୍ତାହରୁ ଅଧିକ ସମୟ ନେଇଛନ୍ତି।

ଭାବୀପତ୍ନୀଙ୍କ ସମ୍ପର୍କୀୟ ଭିଣୋଇ ହତ୍ୟାକାରୀ

ଭାବୀପତ୍ନୀଙ୍କ ସମ୍ପର୍କୀୟ ଭିଣୋଇ ହତ୍ୟାକାରୀ

କଟକ ଅଫିସ, ୧୯।୧- ଗତ ୭ ତାରିଖରେ ଘଟିଥିବା ବହୁଚର୍ଚ୍ଚିତ ଚୌଦ୍ୱାର କପାଳେଶ୍ୱରର ଲିଟିଲ ଓରଫ ନିର୍ଝର ବେହେରା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟାକାରୀ ଆଉ କିଏ ନୁହେଁ, ନିର୍ଝରଙ୍କ ଭାବୀପତ୍ନୀଙ୍କ ସମ୍ପର୍କୀୟ ଭିଣୋଇ ସମ୍ବିତ କୁମାର ସେନାପତି ବୋଲି ମାଲଗୋଦାମ ଥାନାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ୧ ନମ୍ବର ଜୋନ ଏସିପି ତ୍ରିନାଥ ମିଶ୍ର ଓ ଜଗତପୁର ଥାନା ଆଇଆଇସି ଅନିଲ କୁମାର ବେଉରା କହିଛନ୍ତି।

୧୨୧ଟି ଟେଣ୍ଡରକୁ ଅସିଦ୍ଧ କଲେ ହାଇକୋର୍ଟ

୧୨୧ଟି ଟେଣ୍ଡରକୁ ଅସିଦ୍ଧ କଲେ ହାଇକୋର୍ଟ

କଟକ ଅଫିସ, ୧୯।୧- କୋରାପୁଟ ଜିଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ ଯୋଜନାରେ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଜାଲିଆତି କରାଯାଇଛି। ଏ ସମ୍ପର୍କିତ ଆଗତ ମାମଲାର ବିଚାର କରି ହାଇକୋର୍ଟ ୧୨୧ଟି ଟେଣ୍ଡରକୁ ଅସିଦ୍ଧ ଘୋଷଣା କରିଛନ୍ତି।

ଆସିବ ପର୍ଯ୍ୟଟନ ଆଇନ

ଆସିବ ପର୍ଯ୍ୟଟନ ଆଇନ

ଭୁବନେଶ୍ୱର, ୧୯।୧(ବ୍ୟୁରୋ)- ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। ଜେଲ୍‌ଦଣ୍ଡ ସହ ଜରିମାନା ଆଦାୟ ହେବ। ବିଦେଶୀ ପର୍ଯ୍ୟଟକଙ୍କୁ ହଇରାଣ ହରକତ କିମ୍ବା ଠକିଲେ କଠୋର ଦଣ୍ଡ ଦିଆଯିବ।

ପାଠ ପଢ଼ାଇବାକୁ ଆଣି ସାନଭଉଣୀଙ୍କୁ ନିର୍ଯାତନା

ପାଠ ପଢ଼ାଇବାକୁ ଆଣି ସାନଭଉଣୀଙ୍କୁ ନିର୍ଯାତନା

କଟକ ରୋଡ୍‌(ଡି.ଏନ.ଏ.)/ଭୁବନେଶ୍ୱର, ୧୯ା୧(ବ୍ୟୁରୋ)- ପାଠ ପଢ଼ାଇବା ନଁାରେ ସାନଭଉଣୀକୁ ପାଖରେ ରଖି ବଡ଼ ଭଉଣୀ ଏବଂ ତାଙ୍କ ସ୍ବାମୀ ନିର୍ଯାତନା ଦେଉଥିଲେ। ଘରେ ଚାକରାଣୀ ଭଳି ଖଟାଇବା ସହ ମାଡ଼ ମାରୁଥିଲେ।

ଭୋଟକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

ଭୋଟକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

କୃଷ୍ଣପ୍ରସାଦ,୧୯।୧(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବଡ଼ଅଁଳ ପଞ୍ଚାୟତ ରସକୁଦି ଗ୍ରାମରେ ଶୁକ୍ରବାର ଓ୍ବାର୍ଡମେମ୍ବର ଭୋଟକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଉଭୟ ଗୋଷ୍ଠୀର ୩ ଗୁରୁତର ଆହତ ହୋଇଛନ୍ତି।

ପୂର୍ବ ଶତୃତାକୁ କେନ୍ଦ୍ରକରି ଦୋକାନ ପୋଡିଲେ ଦୁର୍ବୃତ୍ତ

ପୂର୍ବ ଶତୃତାକୁ କେନ୍ଦ୍ରକରି ଦୋକାନ ପୋଡିଲେ ଦୁର୍ବୃତ୍ତ

କଣ୍ଟାପଡ଼ା, ୧୯।୧(ଡି.ଏନ୍‌.ଏ.): ଗୋବିନ୍ଦପୁର ଥାନା ଅନ୍ତର୍ଗତ କୂଳ ବ୍ରାହ୍ମଣସାଇଲୋ ବଜାରରେ ଜଣେ ବ୍ୟକ୍ତିଙ୍କ ଜଳଖିଆ ଦୋକାନରେ ଗୁରୁବାର ରାତିରେ କେତେକ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି।