ମେଟ୍ରୋ |

ମୁଣ୍ଡିଆ ଖୋଲରୁ ମାଈ ହାତୀର ଗଳିତ ଶବ ଉଦ୍ଧାର

ମୁଣ୍ଡିଆ ଖୋଲରୁ ମାଈ ହାତୀର ଗଳିତ ଶବ ଉଦ୍ଧାର

ନିରାକାରପୁର, ୨।୧୨(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ରାମେଶ୍ୱର ପଞ୍ଚାୟତ ଖଜୁରିପଡ଼ା ବରକାନୀ ମୁଣ୍ଡିଆର ୪ନଂ ଖୋଲରୁ ଗୋଟିଏ ୧୨ ବର୍ଷ ମାଈ ହାତୀର ଗଳିତ ମୃତଦେହକୁ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱୀକ ଅବସ୍ଥାରୁ ହାତୀଟିର ୧୦ ଦିନ ପୂର୍ବେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ନଭେମ୍ବରରେ ଉକ୍ତ ପଞ୍ଚାୟତ ଅଞ୍ଚଳର ଏକ କୂଅରୁ ଛୁଆ ହାତୀ ଉଦ୍ଧାର କରାଯାଇଥିଲା। ତେବେ ଛୁଆଟିକୁ ତା’ର ମା’ ଖୋଜାଖୋଜି କରୁଥିବା ଲୋକେ ଦେଖିବାକୁ ପାଇଥିଲେ। ଏଣୁ ଏହି ମୃତଦେହଟି ମା’ ହାତୀର ହୋଇପାରେ ବୋଲି କୁହାଯାଉଛି। ଘଟଣାସ୍ଥଳରେ ବନାଞ୍ଚଳ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

All Right Reserved By

ମେଟ୍ରୋ |

ଭାଷା ଆୟୋଗ ଗଠନ ଦାବି ଜୋର୍‌ ଧରିଲା

ଭୁବନେଶ୍ୱର,୧୭।୬(ବ୍ୟୁରୋ)-୧୯୫୪ ସରକାରୀ ଭାଷା ଆଇନ କାର୍ଯ୍ୟକାରୀ କରିବାରେ ସରକାରଙ୍କ ଟାଳଟୁଳ ନୀତି ଏହି ଆଇନକୁ ଅନିଶ୍ଚିତତା ମଧ୍ୟକୁ ଠେଲିଦେଇଛି। ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ଭାଷା ଆୟୋଗ ଗଠନ କରିବା ପରିବର୍ତ୍ତେ କେବଳ ନାମଫଳକ ଲେଖିବା ଏବଂ ଦଣ୍ଡ ବିଧାନ ବ୍ୟବସ୍ଥା କରିବା ଘୋଷଣା କରି ଲୋକଙ୍କୁ ବୋକା ବନାଉଛନ୍ତି।

ରାଷ୍ଟ୍ରପତିଙ୍କୁ ଭେଟ କରାଇଦେବା ନଁ।ରେ ଦେଢ଼ ଲକ୍ଷ ଠକେଇ

ରାଷ୍ଟ୍ରପତିଙ୍କୁ ଭେଟ କରାଇଦେବା ନଁ।ରେ ଦେଢ଼ ଲକ୍ଷ ଠକେଇ

ଭୁବନେଶ୍ୱର, ୧୭।୬(ବ୍ୟୁରୋ)- ରାଷ୍ଟ୍ରପତିଙ୍କୁ ଦେଖା କରି ସମସ୍ୟା ଜଣାଅ। ସେ ତୁମ ସମସ୍ୟା ଦୂର କରିଦେବେ। ଘର କରିବା ଲାଗି ଖଣ୍ଡେ ଜାଗା ମଧ୍ୟ ଦେଇଦେବେ। ମୋର ରାଷ୍ଟ୍ରପତିଙ୍କ ଅଫିସ ସହ ସିଧାସଳଖ ସମ୍ପର୍କ ଅଛି। ସେଠାରେ ଥିବା ସାହୁ ବାବୁ ମୋର ଖାସ୍‌ ଲୋକ। ସେ ରାଷ୍ଟ୍ରପତିଙ୍କ ଭଲମନ୍ଦ ବୁଝନ୍ତି।

ମହାରାଷ୍ଟ୍ରରେ ଖୋଲିବ କିସ୍‌ ଶାଖା

ଭୁବନେଶ୍ୱର, ୧୭।୬(ବ୍ୟୁରୋ)- ଖୁବ୍‌ଶୀଘ୍ର ମହାରାଷ୍ଟ୍ରରେ ଖୋଲିବ କିସ୍‌-ମହାରାଷ୍ଟ୍ର ଶାଖା। ଏଥିପାଇଁ ମହାରାଷ୍ଟ୍ରର ପାଲଘର ଜିଲା ବିକ୍ରମଗଡ଼ ଅନ୍ତର୍ଗତ ଜମ୍ଭା ଗ୍ରାମରେ କିସ୍‌-ମହାରାଷ୍ଟ୍ର ଶାଖା ‘ଲାୟନ୍ସ ଚଏସ୍‌ କିସ୍‌ ଆବାସିକ ବିଦ୍ୟାଳୟ’ର ଭୂମିପୂଜନ ରବିବାର ଅନୁଷ୍ଠିତ ହୋଇଯାଇଛି।

ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୭।୬(ବ୍ୟୁରୋ)- ଘରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଶହୀଦନଗର ପୋଲିସ ଅଭିଯୁକ୍ତ ବସନ୍ତ କୁମାର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବସନ୍ତଙ୍କ ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳରେ। ସେ ଶହୀଦନଗର ଥାନା ଅନ୍ତର୍ଗତ ବାୟାବାବା ବସ୍ତିରେ ରୁହନ୍ତି।

ଶ୍ୱାସରୁଦ୍ଧ ହୋଇ ପାଣି ପାଇପ ମିସ୍ତ୍ରିଙ୍କ ମୃତ୍ୟୁ

ଶ୍ୱାସରୁଦ୍ଧ ହୋଇ ପାଣି ପାଇପ ମିସ୍ତ୍ରିଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୭।୬(ବ୍ୟୁରୋ)- ପାଇଖାନା ଟାଙ୍କି ସଫେଇ ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ପାଣି ପାଇପ ମିସ୍ତ୍ରିଙ୍କର ମୃତ୍ୟୁ ଘଟିଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସତ୍ୟବିହାର ଅଞ୍ଚଳରେ ରବିବାର ଏହି ଅଘଟଣ ଘଟିଛି। ମୃତକ ଜଣକ ହେଉଛନ୍ତି କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ଭଣ୍ଡାରିଡିହ ଅଞ୍ଚଳର ଜୟନ୍ତ ମହାନ୍ତି(୪୫)।

ଈଶ୍ୱରନାଥ ଶମ୍ଭୁ ମନ୍ଦିରରେ ଶୀତଳ ଷଷ୍ଠୀ: ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ

ଈଶ୍ୱରନାଥ ଶମ୍ଭୁ ମନ୍ଦିରରେ ଶୀତଳ ଷଷ୍ଠୀ: ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ

କାକଟପୁର,୧୭।୬(ଡି.ଏନ୍‌.ଏ.): ଅସ୍ତରଙ୍ଗ ବ୍ଲକ ଜିଉନ୍ତିି ଗ୍ରାମସ୍ଥିତ ଇଶ୍ୱରନାଥ ଶମ୍ଭୁ ମନ୍ଦିରରେ ପବିତ୍ର ଶୀତଳ ଷଷ୍ଠୀ ପର୍ବ ପାଳିତ ହୋଇଯାଇଛି। ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପରମ୍ପରାନୁଯାୟୀ ଶିବପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି।

୧୦ ମିନିଟର କାଳବୈଶାଖି: ଭାଙ୍ଗିଲା ୨୨୦ କେଭିର ବିଦ୍ୟୁତ ଟାୱାର, ଉଡିଗଲା ଛପର

୧୦ ମିନିଟର କାଳବୈଶାଖି: ଭାଙ୍ଗିଲା ୨୨୦ କେଭିର ବିଦ୍ୟୁତ ଟାୱାର, ଉଡିଗଲା ଛପର

ଖୋର୍ଦ୍ଧା ଅଫିସ,୧୭।୬: ରବିବାର ଅପରାହ୍ନ ୪ଟାରେ ମାତ୍ର ୧୦ ମିନିଟର କାଳବୈଖାଖୀ ଖୋର୍ଦ୍ଧା ତହସିଲ ଅଞ୍ଚଳରେ ତାଣ୍ଡବ କରିଛି। କାଳବେଶାଖୀ ପ୍ରଭାବରେ ତହସିଲ ଅନ୍ତର୍ଗତ ଟାଙ୍ଗିଆପଡା ପଞ୍ଚାୟତ ଉଇଲ୍‌କିଶନ ନଗର ଗହୀରରେ ଥିବା ମେଣ୍ଢାଶାଳ-ଖୋର୍ଦ୍ଧା ୨୨୦ କେଭି ଟାୱାର ଭାଙ୍ଗି ପଡିଛି ।

ପ୍ରଶାସନଠାରୁ ମିଳିଲାନି ସହାୟତା, ଗ୍ରାମବାସୀ ନିଜସ୍ବ ଖର୍ଚ୍ଚରେ ନିର୍ମାଣ କଲେ ମନ୍ଦିର

ପ୍ରଶାସନଠାରୁ ମିଳିଲାନି ସହାୟତା, ଗ୍ରାମବାସୀ ନିଜସ୍ବ ଖର୍ଚ୍ଚରେ ନିର୍ମାଣ କଲେ ମନ୍ଦିର

କାକଟପୁର,୧୭।୬(ଡି.ଏନ୍‌.ଏ.): ପ୍ରାଚୀ ଉପତ୍ୟକାର ବେଲପଡ଼ା ଗ୍ରାମର ଗ୍ରାମଦେବତୀ ମା’ ବୁଢ଼ିଆଣୀଙ୍କ ମନ୍ଦିର ପୁନଃନିର୍ମାଣ ଶେଷ ହୋଇଛି। କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ମନ୍ଦିରଟି ଭାଙ୍ଗି ମାଟିରେ ମିଶିଯାଇଥିଲା। ଏହାର ପୁନଃରୁଦ୍ଧାର ପାଇଁ ଗ୍ରାମବାସୀ ବ୍ଲକ ପ୍ରଶାସନ, ଲୋକ ପ୍ରତିନିଧିଙ୍କୁ ବାରମ୍ବାର ଚିଠି ଲେଖି ବିଫଳ ହେବା ପରେ ଗ୍ରାମର କିଛି ବଦାନ୍ୟ ବ୍ୟକ୍ତି ମନ୍ଦିର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲେ।

ସାର୍ବଜନୀନ ସ୍ବାସ୍ଥ୍ୟସେବା: ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ରର ଅଗ୍ରାହ୍ୟ

ସାର୍ବଜନୀନ ସ୍ବାସ୍ଥ୍ୟସେବା: ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ରର ଅଗ୍ରାହ୍ୟ

ଭୁବନେଶ୍ୱର,୧୭।୬(ବ୍ୟୁରୋ): ଆୟୁଷ୍ମାନ ଯୋଜନାରେ ରାଜ୍ୟର ୯ ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ କେନ୍ଦ୍ର ଅଗ୍ରାହ୍ୟ କରିଦେଇଛି। ଏହା ବ୍ୟତୀତ ରାଜ୍ୟ ସରକାର ଦେଇଥିବା କିଛି ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରିନାହିଁ କେନ୍ଦ୍ର। ଆୟୁଷ୍ମାନ ଯୋଜନା ଘୋଷିତ ହୋଇଥିଲେ ମଧ୍ୟ ଏହାର ରୂପରେଖ ସ୍ପଷ୍ଟ ହୋଇନାହିଁ।

ନୀତି ଆୟୋଗ ବୈଠକରେ ଯୋଗଦେଲେନି ନବୀନ: ବିରୋଧୀଙ୍କ ସମାଲୋଚନା

ନୀତି ଆୟୋଗ ବୈଠକରେ ଯୋଗଦେଲେନି ନବୀନ: ବିରୋଧୀଙ୍କ ସମାଲୋଚନା

ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜଧାନୀ ନୂଆଦିଲ୍ଲୀରେ ରବିବାର ନୀତି ଆୟୋଗ ବୈଠକ ଜାରି ରହିଛି। ମାତ୍ର ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନେଇ ନାହାନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ନ ଦେବା ଘଟଣାକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମାଲୋଚନା କରିଛନ୍ତି।

ଯୋଡ଼ାଗଲା କଟା ହାତ

ଯୋଡ଼ାଗଲା କଟା ହାତ

କଟକ ଅଫିସ,୧୭।୬: କଟକର ଏକ ଘରୋଇ ହସ୍ପିଟାଲରେ ସଫଳ ହୋଇଛି ଏକ ଜଟିଳ ଅପରେଶନ। ଜଣେ ଯୁବକଙ୍କ କଟା ହାତ ସଫଳ ଭାବେ ଯୋଡା ଯାଇଛି। ଏସ୍‌ସିବି ମେଡିକାଲ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସହଯୋଗୀ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକ ଏହି ଅପରେଶନ କରିଛନ୍ତି।

ନଦୀରେ ନିଖୋଜ ବାଳକଙ୍କ ମୃତଦେହ ଉଦ୍ଧାର

ନଦୀରେ ନିଖୋଜ ବାଳକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମଗିରି,୧୭।୬(ଡି.ଏନ୍‌.ଏ): ପୁରୀ ଜିଲା ବାଲିହରଚଣ୍ଡୀ ପୀଠରେ ରଜ ମହୋତ୍ସବ ପାଳିତ ହେଉଥିବାବେଳେ ନିକଟସ୍ଥ ନଦୀରେ ନିଖୋଜ ହୋଇଯାଇଥିବା ବାଳକ ଜ୍ଞାନଦୀପଙ୍କ ମୃତଦେହ ରବିବାର ଉଦ୍ଧାର କରାଯାଇଛି। ସକାଳେ ଉକ୍ତ ସ୍ଥାନରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।

Model This Week

ପ୍ରଭାତ