
ନୂଆଦିଲ୍ଲୀ,୨।୧୨: ବିପଦରେ ସାରା ଦେଶର ୩୦୦ରୁ ଅଧିକ ଘରୋଇ ଇଞ୍ଜିନିୟରିଂ କଲେଜ। ୨୦୧୮-୧୯ ନୂଆ ଶିକ୍ଷା ବର୍ଷରେ ଏହାକୁ ବନ୍ଦ କରିବା ପାଇଁ କୁହାଯାଇଛି। କାରଣ ଏହି ସବୁ କଲେଜରେ ବିଗତ ୫ବର୍ଷରେ ୩୦ ପ୍ରତିଶତରୁ କମ୍ ପିଲା ନାମ ଲେଖାଇଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆକୁ ସିଟ୍ ପୂରଣ କରିବାରେ ସକ୍ଷମ ହୋଇ ନଥିବା ୫୦୦ ଇଞ୍ଜିନିୟରିଂ କଲେଜ ଉପରେ ନଜର ରଖାଯାଇଛି ବୋଲି କହିଥିଲେ ଏଚ୍ଆର୍ଡିର ଜଣେ ବରିଷ୍ଠ ଅଧିକାରୀ। ଅଲ୍ ଇଣ୍ଡିଆ କାଉନସିଲ୍ ଫର୍ ଟେକନିକାଲ ଏଡୁକେସନ(ଏଆଇସିଟିଇ) ଏଭଳି ସମସ୍ତ କଲେଜକୁ ସାଇନ୍ସ କଲେଜ ବା ଭୋକେସନାଲ୍ ଏଡୁକେସନାଲ ଇନଷ୍ଟିଚ୍ୟୁଟ୍ରେ ପରିଣତ କରିବାକୁ ଉପଦେଶ ଦେଇଛନ୍ତି।