ଜାତୀୟ |

ମଣିପୁର ଆତଙ୍କବାଦୀଙ୍କୁ ଦିଲ୍ଲୀରୁ ଗିରଫ କଲା ଏନ୍‌ଆଇଏ

ମଣିପୁର ଆତଙ୍କବାଦୀଙ୍କୁ ଦିଲ୍ଲୀରୁ ଗିରଫ କଲା ଏନ୍‌ଆଇଏ
ନୂଆଦିଲ୍ଲୀ,୨।୧୨: ନ୍ୟାଶନାଲ ଇନଭେଷ୍ଟିଗେସନ୍‌ ଏଜେନ୍ସି(ଏନ୍‌ଆଇଏ) ମଣିପୁର ଆତଙ୍କବାଦୀ ସଙ୍ଗଠନ କଙ୍ଗଲିପାକ୍‌ କମ୍ୟୁନିଷ୍ଟ ପାର୍ଟି(କେସିପି) ର ଜଣେ ସଦସ୍ୟଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀରୁ ଗିରଫ କରିଛି। ସନାବମ୍‌ ଇନୋଇବି ସିଂ ନାମକ ଏହି ଆତଙ୍କବାଦୀ ମଣିପୁରର ହୋଇଥିବା ବେଳେ କେସିପିର ଜଣେ ହାର୍ଡକୋର୍‌ ଆତଙ୍କବାଦୀ। ଏନ୍‌ଆଇଏର ସୂଚନା ଅନୁଯାୟୀ, ସନାବମ୍‌ ପାର୍ଟି ପାଇଁ ଅର୍ଥ ଏକଜୁଟ କରିବା, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସପ୍ଲାଇ କାମ କରୁଥିଲା। କେସିପି ସଙ୍ଗଠନର ଅନ୍ୟ କିଛି ସଦସ୍ୟଙ୍କୁ ମଧ୍ୟ ଦିଲ୍ଲୀ ପୋଲିସ ପୂର୍ବରୁ ଗିରଫ କରିଥିବା କହିଛି। ଚଳିତ ବର୍ଷ ଜାନୁୟାରୀରେ କେସିପିର କମାଣ୍ଡର ଇନ୍‌ ଚିଫ୍‌ ଖୋଇରୋମ୍‌ ରଣଜିତ୍‌ ସିଂ ଓ ତା’ର ମହିଳା ସହଯୋଗୀ ଇରୁଙ୍ଗବାମ୍‌ ସନାତେମ୍ବି ଦେବୀ ସହ ଆଉ ଜଣେ ସହଯୋଗୀ ପି ପ୍ରେମ କୁମାର ମୋଇତିଙ୍କୁ ଦିଲ୍ଲୀର ମୟୂର ବିହାରରୁ ଗିରଫ କରିଥିବା କହିଛି ଦିଲ୍ଲୀ ପୋଲିସ। ପରେ ଏମାନଙ୍କୁ ଏନ୍‌ଆଇଏକୁ ହସ୍ତାନ୍ତର କରାଯାଇଥିଲା।
All Right Reserved By

ଜାତୀୟ |

ବଳାତ୍କାର ପୀଡ଼ିତାଙ୍କୁ ୫ ଲକ୍ଷ ଜରିମାନା ଦଣ୍ଡାଦେଶ କଲେ ପଞ୍ଚାୟତ

ବଳାତ୍କାର ପୀଡ଼ିତାଙ୍କୁ ୫ ଲକ୍ଷ ଜରିମାନା ଦଣ୍ଡାଦେଶ କଲେ ପଞ୍ଚାୟତ

ଗଢ଼ଓ୍ବା,୨୩।୧: ଝାଡଖଣ୍ଡ ଗଢ଼ଓ୍ବାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବଳାତ୍କାର ପୀଡିତାଙ୍କୁ ସ୍ଥାନୀୟ ପଞ୍ଚାୟତ ୫ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ କରିଛନ୍ତି। ଏହା ସହିତ ଗଙ୍ଗା ସ୍ନାନ କରିବ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।

 ପୁଣି କଂଗ୍ରେସରେ ଇନ୍ଦିରା!

ପୁଣି କଂଗ୍ରେସରେ ଇନ୍ଦିରା!

ନୂଆଦିଲ୍ଲୀ,୨୩।୧: କଂଗ୍ରେସର ମହାସଚିବ ଭାବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମିଳିଛି ନିଯୁକ୍ତି। ଏନେଇ କର୍ମୀ ଇନ୍ଦିରା ପୁଣି ଦଳକୁ ଫେରିଥିବା କହୁଛନ୍ତି। ପ୍ରିୟଙ୍କା ରାୟବରେଲୀରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। 

ନରୋଦା ପାଟିଆ ଦଙ୍ଗା ମାମଲା: ସୁପ୍ରିମକୋର୍ଟରେ ୪ଜଣଙ୍କୁ ମିଳିଲା ଜାମିନ

ନରୋଦା ପାଟିଆ ଦଙ୍ଗା ମାମଲା: ସୁପ୍ରିମକୋର୍ଟରେ ୪ଜଣଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ, ୨୩।୧: ୨୦୦୨ ଗୁଜୁରାଟ ନରୋଦା ପାଟିଆ ଦଙ୍ଗା ମାମଲାରେ ବୁଧବାର ସୁପ୍ରିମକୋର୍ଟ ୪ଜଣ ଅଭିଯୁକ୍ତଙ୍କୁ ଜାମିନ ଦେଇଛନ୍ତି। 

କଂଗ୍ରେସରେ ପ୍ରିୟଙ୍କାଙ୍କ ଏଣ୍ଟ୍ରି: ମହାସଚିବ ଭାବେ ମିଳିଲା ନିଯୁକ୍ତି

କଂଗ୍ରେସରେ ପ୍ରିୟଙ୍କାଙ୍କ ଏଣ୍ଟ୍ରି: ମହାସଚିବ ଭାବେ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ,୨୩।୧: ବହୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ  ବୁଧବାର କଂଗ୍ରେସ ମହାସଚିବ ଭାବେ ମିଳିଛି ପଲ୍ଟିକାଲ ଏଣ୍ଟ୍ରି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି। 

ଆଇଏସଆଇଏସ ଲିଙ୍କ୍‌ ଅଭିଯୋଗ: ନାବାଳକ ସମେତ ୯ ଗିରଫ

ଆଇଏସଆଇଏସ ଲିଙ୍କ୍‌ ଅଭିଯୋଗ: ନାବାଳକ ସମେତ ୯ ଗିରଫ

ମୁମ୍ବାଇ, ୨୩।୧: ଆତଙ୍କବାଦୀ ସଂସ୍ଥା ଆଇଏସଆଇଏସ ସହ ଲିଙ୍କ ଅଭିଯୋଗରେ ବୁଧବାର ମହାରାଷ୍ଟ୍ର ଆତଙ୍କବାଦୀ ନିରୋଧୀ ସଂସ୍ଥା(ଏଟିସ) ୯ଜଣଙ୍କୁ ଗିରଫ କରିଛି। 

୧୦୭ ବର୍ଷରେ ଫିଟ୍‌: ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ

୧୦୭ ବର୍ଷରେ ଫିଟ୍‌: ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ

ନୂଆଦିଲ୍ଲୀ, ୨୩।୧: ଯଦି ମନୋବଳ ଦୃଢ, ତେବେ ଜୀବନରେ ଯେ କୌଣସି ଝଡଝଞ୍ଜା ଆସିଲେ ମଧ୍ୟ ତାହାର ସାମ୍ନା କରିବା ସହଜ ମନେ ହୁଏ। ଏମିତି ଜଣେ ଦୃଢମନା ବ୍ୟକ୍ତି ହେଉଛନ୍ତି ଗୁରୁଚରଣ ସିଂହ ସାନ୍ଧୁ। 

ଚଳିତ ବର୍ଷ ୧୦ଟି କାରଣ ଯୋଗୁ  କୋଟି କୋଟି ଲୋକଙ୍କ ଜୀବନ ଯିବ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଚଳିତ ବର୍ଷ ୧୦ଟି କାରଣ ଯୋଗୁ କୋଟି କୋଟି ଲୋକଙ୍କ ଜୀବନ ଯିବ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ/ଜେନେଭା,୨୩।୧: ଚଳିତ ବର୍ଷ ୧୦ଟି କାରଣ ଯୋଗୁ ପୃଥିବୀର କୋଟି କୋଟି ଲୋକଙ୍କର ଜୀବନ ଯିବ। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶ ପାଇଛି ଏକ ରିପୋର୍ଟ।

୨୦୧୯ ସାଧାରଣତନ୍ତ୍ର ଦିବସ: ୯୦ ମିନିଟ୍‌ର ପରେଡ୍‌ରେ ଯୋଗଦେବେ ୨୨ ପ୍ରଜ୍ଞାପନ ମେଢ଼

୨୦୧୯ ସାଧାରଣତନ୍ତ୍ର ଦିବସ: ୯୦ ମିନିଟ୍‌ର ପରେଡ୍‌ରେ ଯୋଗଦେବେ ୨୨ ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ,୨୩।୧: ଚଳିତ ୨୦୧୯ ସାଧାରଣତନ୍ତ୍ର ଦିବସ ଶନିବାର ଅନୁଷ୍ଠିତ ହେବ। ଦିଲ୍ଲୀର ଇଣ୍ଡିଆଗେଟ୍‌ଠାରେ ହେବାକୁ ଥିବା ଏହି ପରେଡ୍‌ରେ ୫୮ ଜନଜାତି ବ୍ୟକ୍ତିବିଶେଷଙ୍କୁ ଯୋଗଦେବା ପାଇଁ ଅତିଥିଭାବେ ଆମନ୍ତ୍ରଣ କରାଯାଇଛି। 

ମାଡ଼ି ଆସୁଛି ବିପଦ: ତରଳୁଛି ଗ୍ରୀନ୍‌ଲାଣ୍ଡ ହିମପାହାଡ଼; ପାଣିରେ ବୁଡ଼ିଯିବ ଅନେକ ଦେଶ

ମାଡ଼ି ଆସୁଛି ବିପଦ: ତରଳୁଛି ଗ୍ରୀନ୍‌ଲାଣ୍ଡ ହିମପାହାଡ଼; ପାଣିରେ ବୁଡ଼ିଯିବ ଅନେକ ଦେଶ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୩।୧: ମାଡ଼ି ଆସୁଛି ପୃଥିବୀ ଉପରେ ବିପଦ। ତାପମାତ୍ରା ବୃଦ୍ଧି ତଥା ପରିବେଶ ପ୍ରଦୂଷଣର ପ୍ରଭାବ ଗ୍ରୀନ୍‌ଲାଣ୍ଡର ହିମପାହାଡ଼ ଉପରେ ପଡ଼ିବାରେ ଲାଗିଛି। 

ଫେସ୍‌ବୁକ୍‌ ବୟ ଫ୍ରେଣ୍ଡ ସହ ମିଶି ଶ୍ୱଶୁରଘର ଲୁଟିଲେ ବୋହୂ: ୨୫ ତୋଳା ସୁନା ଅଳଙ୍କାର ଧରି ଛୁ

ଫେସ୍‌ବୁକ୍‌ ବୟ ଫ୍ରେଣ୍ଡ ସହ ମିଶି ଶ୍ୱଶୁରଘର ଲୁଟିଲେ ବୋହୂ: ୨୫ ତୋଳା ସୁନା ଅଳଙ୍କାର ଧରି ଛୁ

ଜଳନ୍ଧର,୨୩।୧: ପଞ୍ଜାବ ଜଳନ୍ଧରରେ ଘଟିିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ବୋହୂ ନିଜ ଫେସ୍‌ବୁକ୍‌ ବୟଫ୍ରେଣ୍ଡ ସହ ମିଶି ଶ୍ୱଶୁରଘରକୁ ଲୁଟିଛନ୍ତି। ପ୍ରାୟ ୧୫ ଲକ୍ଷ ଟଙ୍କାର ୨୫ ତୋଳା ସୁନା ଅଳଙ୍କାର ଧରି ବୋହୂ ଚମ୍ପଟ ମାରିଥିବା ପୋଲିସ କହିଛି।

 ୧୨୨ ତମ ଜନ୍ମ ଦିବସରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

୧୨୨ ତମ ଜନ୍ମ ଦିବସରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩।୧: ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ୧୨୨ ତମ ଜନ୍ମ ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୧୮୯୭ ଜାନୁୟାରୀ ୨୩ରେ ସେ ଓଡ଼ିଶାର କଟକଠାରେ ଜନ୍ମଗ୍ରହଣ କରିଥିଲେ। 

ଅଯୋଧ୍ୟାରେ ମନ୍ଦିର ହେଉ ଚାହାଁନ୍ତି ୬୯ ପ୍ରତିଶତ ଲୋକ

ଅଯୋଧ୍ୟାରେ ମନ୍ଦିର ହେଉ ଚାହାଁନ୍ତି ୬୯ ପ୍ରତିଶତ ଲୋକ

ନୂଆଦିଲ୍ଲୀ,୨୩।୧: ଅଯୋଧ୍ୟାରେ ରାମ ମନ୍ଦିର ହେଉ ବୋଲି ଦେଶର ୬୯ ପ୍ରତିଶତ ଲୋକ ଚାହାଁନ୍ତି। ଏନେଇ କରାଯାଇଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।