ରାୟଗଡା

ଓଲଟିଲା ଟ୍ରକ: ଡ୍ରାଇଭର,ହେଲପର ଆହତ

ଓଲଟିଲା ଟ୍ରକ: ଡ୍ରାଇଭର,ହେଲପର ଆହତ

ରାୟଗଡା ଅଫିସ,୧।୧୨: ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀରୁ ସୋଡିୟମ ଅକ୍ସାଇଡ୍‌ ଲିକୁଇଡ୍‌ ନେଇ ରାୟଗଡାର ଜେ.କେ. ପେପରମିଲକୁ ଆସୁଥିବା ଏକ ଟ୍ରକ ଶୁକ୍ରବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକଟି ଚାନ୍ଦିଲି ଥାନା ରାୟଗଡା-ଜେ.କେ.ପୁର ମୁଖ୍ୟ ରାସ୍ତାରେ ଥିବା ଗୋଟିଏ ମାଂସ ଦୋକାନ ଉପରେ ଓଲଟି ପଡିଥିବା ଜଣାପଡିଛି। ଏଥିରେ ଗାଡିର ଡ୍ରାଇଭର ଜି. ରମଣ ଓ ହେଲପର ଜି.ସ୍ବାମୀ ଆହତ ହୋଇଛନ୍ତି। ତେବେ ଘଟଣାସ୍ଥଳରେ ଥାନା ଅଧିକାରୀ ଉଦୟନାଥ ସେଠୀ ଓ ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

All Right Reserved By

Model This Week

ନିକିତା

ରାୟଗଡା

ଗାଁ ଜଙ୍ଗଲରୁ ଗଛକଟା: ବନ ବିଭାଗ କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ

ଗାଁ ଜଙ୍ଗଲରୁ ଗଛକଟା: ବନ ବିଭାଗ କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ

ଜୟପୁର,୨୦।୪(ଡି.ଏନ୍‌.ଏ.): ଜୟପୁର ବ୍ଲକ ହାଡିଆ ଗ୍ରାମରେ ଥିବା ୧୦ ହେକ୍ଟର ଜଙ୍ଗଲରେ ଗଛକଟାକୁ ନେଇ ବିଭାଗୀୟ କାର୍ଯ୍ୟଧାରା ଉପରେ ଜନସାଧାରଣଙ୍କ ସନ୍ଦେହ ସୃଷ୍ଟି ହୋଇଛି। ୨୦ ବର୍ଷ ତଳେ ଏଠାରେ ସାମାଜିକ ବନୀକରଣ ଯୋଜନାରେ ବନ ବିଭାଗ ପକ୍ଷରୁ ୧୦ ହେକ୍ଟର ଜମିରେ ଆକାଶିଆ, ନୀଳଗିରି ଚାରା ଲଗାଯାଇଥିଲା ।

୩ ଛାତ୍ରୀଙ୍କୁ ଅପହରଣ ଘଟଣା: ୧୧ ଦିନ ପରେ ବି ପୋଲିସ ହାତ ଖାଲି

ଦଶମନ୍ତପୁର,୨୦।୪(ଡି.ଏନ୍‌.ଏ.): କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକ ପରଜା ବେଡ଼ାପଦର ପଞ୍ଚାୟତ ସଦରରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅପହରଣ ଘଟଣା ସମସ୍ତଙ୍କୁ ହତଚକିତ କରିଥିଲା। ଏ ଘଟଣାର ୧୧ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ କିମ୍ବା ଶିକ୍ଷା ବିଭାଗ ଅଧିକାରୀ ଏ ଦିଗରେ ସାମାନ୍ୟତମ ପଦକ୍ଷେପ ନନେବା ସମସ୍ତଙ୍କୁ ବିସ୍ମିତ କରିଛି। ଅପହରଣକାରୀଙ୍କୁ ଧରିବା ତ ଦୂରର କଥା, ସେମାନଙ୍କ ବିଷୟରେ କୌଣସି ସୁରାକ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ପାଇନଥିବା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମଦ୍ୟପ ଶିକ୍ଷକଙ୍କ ଧରି ଜିଲାପାଳଙ୍କ ପାଖରେ ହାଜର ହେଲେ ଗ୍ରାମବାସୀ

ମଦ୍ୟପ ଶିକ୍ଷକଙ୍କ ଧରି ଜିଲାପାଳଙ୍କ ପାଖରେ ହାଜର ହେଲେ ଗ୍ରାମବାସୀ

ମାଲକାନଗିରି ସଦର ବ୍ଲକ ଏମ୍‌ଭି-୮୭ ଗ୍ରାମ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀର୍ଘ ବର୍ଷ ଧରି ନିଶାଗ୍ରସ୍ତ ଅବସ୍ଥାରେ ବିଦ୍ୟାଳୟକୁ ଆସୁଛନ୍ତି। ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ଗାଳି ଦେବା ନିଶାଶକ୍ତ ଅବସ୍ଥାରେ ଉଲଗ୍ନ ହୋଇ ବୁଲୁଥିବା ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଆସୁଥିଲେ। ଶୁକ୍ରବାର ସମ୍ପୃକ୍ତ ଶିକ୍ଷକଙ୍କ ମଦନିଶାର ପରିଣାମ ଚରମ ସୀମାରେ ପହଞ୍ଚତ୍ଥିଲା। ସେ ଉଲଗ୍ନ ଅବସ୍ଥାରେ ଗ୍ରାମରେ ବୁଲି ଲୋକଙ୍କୁ ଗାଳି ଗୁଳଜ କରୁଥିବା ଅସହ୍ୟ ହେବାରୁ ଗ୍ରାମବାସୀ ତାଙ୍କୁ କାବୁ କରି ଜିଲାପାଳଙ୍କ ପାଖକୁ ନେଇଥିଲେ।

ଅସୁସ୍ଥ ମାଙ୍କଡ଼କୁ ବନ ବିଭାଗକୁ ହସ୍ତାନ୍ତର

ଅସୁସ୍ଥ ମାଙ୍କଡ଼କୁ ବନ ବିଭାଗକୁ ହସ୍ତାନ୍ତର

ମାଥିଲି,୨୦।୪(ଡି.ଏନ୍‌.ଏ.): ସେବାଯତ୍ନ ସବୁ କଲେ। ପଶୁ ଡାକ୍ତରଙ୍କ ପରାମର୍ଶ ଲୋଡି ଘରେ ଦୈନିକ ଆଣି ଚିକିତ୍ସା କରାଇଲେ। ତଥାପି ମାଙ୍କଡର ସ୍ବାସ୍ଥ୍ୟାବସ୍ଥା ସୁଧୁରିଲା ନାହିଁ। ବିଦ୍ୟୁତ ସଂସ୍ପର୍ଶରେ ପୋଡ଼ିଯାଇଥିବା ଅଧିକାଂଶ ସ୍ଥାନ ଏବେ ଘା’ ହେବାକୁ ବସିଲାଣି। ଶେଷରେ ବାଧ୍ୟହୋଇ ଅସୁସ୍ଥ ମାଙ୍କଡ଼କୁ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ପ୍ରଭାତ ସେନ।

ଗ୍ୟାସ୍‌ ଆକାରରେ ଜାଳେଣି ଦେଇ ଜଙ୍ଗଲ ବଞ୍ଚାଇବ ‘ଉଜ୍ଜ୍ବଳା’

ଗ୍ୟାସ୍‌ ଆକାରରେ ଜାଳେଣି ଦେଇ ଜଙ୍ଗଲ ବଞ୍ଚାଇବ ‘ଉଜ୍ଜ୍ବଳା’

ମାଥିଲି,୨୦।୪(ଡି.ଏନ୍‌.ଏ.): ଜାଳେଣି କାଠ ସଂଗ୍ରହ କରିବା ଫଳରେ ସବୁଜ ବାହିନୀ ଅଞ୍ଚଳରୁ ଜଙ୍ଗଲ ଲୋପ ହେବାକୁ ବସିଛି। ଏହାର ସିଧାସଳଖ ପ୍ରଭାବ ବାୟୁମଣ୍ତଳ ଓ ମଣିଷ ଉପରେ ପଡ଼ିବା ସହ ଜଳବାୟୁ ଓ ବର୍ଷା ଅନିୟମିତ ରହୁଛି। ତେଣୁ ଜାଳେଣି କାଠ ବ୍ୟବହାର ବନ୍ଦ କରି ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ଦିଆଯାଉଥିବା ଏଲପିଜି ଗ୍ୟାସ ବ୍ୟବହାର କରିବା ପାଇଁ ଆହ୍ବାନ ଦିଆଯାଇଛି। ଶୁକ୍ରବାର ମାଥିଲି ବ୍ଲକ ସଦର ହାଟପଦା ସାହି ଖେଳପଡିଆରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଦିବସ ପାଳନ ଅବସରରେ ମଞ୍ଚାସୀନ ଅତିଥି ମହିଳାଙ୍କୁ ଏପରି ଶପଥପାଠ କରାଇଛନ୍ତି।

ସତ୍ୟସାଇ ମନ୍ଦିରରେ ଶକ୍ତି ସ୍ବରୂପିଣୀ ଦିବସ

ସତ୍ୟସାଇ ମନ୍ଦିରରେ ଶକ୍ତି ସ୍ବରୂପିଣୀ ଦିବସ

ଡାବୁଗାଁ,୨୦।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ପଞ୍ଚାୟତ ଅଧୀନ ଶ୍ରୀ ସତ୍ୟସାଇ ମନ୍ଦିରରେ ଶକ୍ତି ସ୍ବରୂପିଣୀ ଦିବସ ପାଳିତ ହୋଇଛି। ଏଥିରେ ସକାଳେ ସାଇ ସୁପ୍ରଭାତ, ନାରାୟଣୀ ସେବା, ଗଣପତି ପ୍ରାର୍ଥନା, ଶିବ ଉପାସନା, ଗାୟତ୍ରୀ ମନ୍ତ୍ର, ସାଇ ଗାୟତ୍ରୀ ଓ ମହିଳାଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା।

ବଡଓଲମା ଆଶ୍ରମ ବିଦ୍ୟାଳୟର ୧୩ ଜଣ ଆଦର୍ଶ ବିଦ୍ୟାଳୟକୁ ମନୋନୀତ

ଡାବୁଗାଁ,୨୦।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବଡଓଲମା ଆଶ୍ରମ ବିଦ୍ୟାଳୟ-୨ର ୧୩ ଜଣ ଛାତ୍ର ଡାବୁଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

କୋର୍ଟରେ ଆତ୍ମସମର୍ପଣ କଲେ ପୂର୍ବତନ ବ୍ଲକ ଏସ୍‌ସି ସେଲ୍‌ ସଭାପତି

କୋର୍ଟରେ ଆତ୍ମସମର୍ପଣ କଲେ ପୂର୍ବତନ ବ୍ଲକ ଏସ୍‌ସି ସେଲ୍‌ ସଭାପତି

ମାଲକାନଗିରି,୨୦।୪(ଡି.ଏନ୍‌.ଏ.): କୋରାପୁଟ ବ୍ଲକ ବିଜେଡିର ପୂର୍ବତନ ଏସ୍‌ସି ସେଲ୍‌ ସଭାପତି ରଣଜିତ ବାଘ ଶୁକ୍ରବାର ମାଲକାନଗିରି ଜିଲା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆତ୍ମସର୍ମପଣ କରିଛନ୍ତି। ତାଙ୍କ ନାଁରେ ଓ୍ବାରେଣ୍ଟ ରହିଥିଲା। ସେ ୧୦ରୁ ଅଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ରହିଥିବା ଜଣାପଡ଼ିଛି।

ବିପଦ ସଙ୍କୁଳ ଅବସ୍ଥାରେ ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟ

ବିପଦ ସଙ୍କୁଳ ଅବସ୍ଥାରେ ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟ

ନବରଙ୍ଗପୁର,୨୦।୪(ବି.ପ୍ର.): ନବରଙ୍ଗପୁର ଜିଲା କଳାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଓ ଆବାସ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଘର ନିର୍ମାଣର ୫ ବର୍ଷ ମଧ୍ୟରେ କାନ୍ଥ ଓ ଛାତ ଫାଟି ଆଁ କରିଛି। ରାଜସ୍ବ ବିଭାଗ ପକ୍ଷରୁ ଏହି କୋଠରିରେ ବସିବା ଓ ଅଫିସ କାର୍ଯ୍ୟ କରିବାପାଇଁ ମନା କରାଯାଇଛି।

ଦଦରା କୋଠରୀରେ ଶିଶୁଙ୍କ ଭାଗ୍ୟ

ଦଦରା କୋଠରୀରେ ଶିଶୁଙ୍କ ଭାଗ୍ୟ

ନବରଙ୍ଗପୁର,୨୦।୪(ବି.ପ୍ର.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଉସୁରୀ ପଦର ଗାଁରେ ନିର୍ମାଣାଧୀନ ଅଙ୍ଗନବାଡି କେନ୍ଦ୍ର ହସ୍ତାନ୍ତର ପୂର୍ବରୁ କାନ୍ଥରେ ଫାଟ ହେବା ସହ ମୂଳଦୁଆ ଓ ପିଲାରରୁ ସିମେଣ୍ଟ ଖସି ଯାଇଛି।

କାଜୁ ବଗିଚାକୁ ନେଇ ୨ ଗାଁ ମଧ୍ୟରେ  ବିବାଦ

କାଜୁ ବଗିଚାକୁ ନେଇ ୨ ଗାଁ ମଧ୍ୟରେ ବିବାଦ

ନବରଙ୍ଗପୁର,୨୦।୪(ବି.ପ୍ର.): ଏବେ କାଜୁ ଅମଳ ସମୟ । କାଜୁ ବଗିଚାକୁ ନେଇ ଗାଁ ମଧ୍ୟରେ ବିବାଦ ଲାଗି ରହୁଛି । ଜମିଜମାକୁ ନେଇ ଅଭିଯୋଗ ହେବା ପରେ ରାଜସ୍ବ ବିଭାଗ ପକ୍ଷରୁ ସମାଧାନ କରାଯାଉ ନଥିବାରୁ ବିବାଦ ବୃଦ୍ଧି ପାଇବାରେ ଲାଗୁଛି । ଏପରକି କାଜୁ ବଗିଚାକୁ ନେଇ ୨ ଗାଁ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହେଉଛି। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ପଞ୍ଚାୟତ ଅଧିନ ଉମରି ଗାଁରେ । ଘଟଣାର ସମାଧାନ ପାଇଁ ଉମରି ଗ୍ରାମବାସୀ ଜିଲାପାଳଙ୍କୁ ଭେଟିବାକୁ ଗୁରୁବାର ଆସିଥିଲେ। ଜିଲାପାଳ ଝରିଗାଁ ଠାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ଯାଇଥିବାରୁ ଗ୍ରାମବାସୀ ସାକ୍ଷାତ କରି ନ ପାରି ଗାଁକୁ ଫେରି ଯାଇଥିଲେ।

୩ ଦିନ ହେଲା ବିଶାଖାପାଟଣାରୁ ଆସିପାରୁନି ମୃତଦେହ

ନବରଙ୍ଗପୁର,୨୦। ୪(ବି.ପ୍ର.): ନବରଙ୍ଗପୁର ଜିଲା କୋଷାଗମୁଡା ବ୍ଲକ ଚଟାହାଣ୍ଡି ଗାଁର ମିତାଇ ଚଣ୍ଡାଳଙ୍କ ବିଶାଖାପାଟଣାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ତେବେ ସେଠାରୁ ମୃତଦେହ ଆସି ପାରୁ ନାହିଁ। ୩ ଦିନ ହେବ ମୃତଦେହ ପଡି ରହିଛି । ବିଶାଖାପାଟଣା ସ୍ଥିତ ଡାକ୍ତରଖାନା କର୍ତ୍ତୃପକ୍ଷ ଓ ପୋଲିସ ନବରଙ୍ଗପୁର ପ୍ରଶାସନ କିମ୍ବା ପୋଲିସର ଅପେକ୍ଷାରେ ରହିଛନ୍ତି । ତେବେ ଆନ୍ଧ୍ର ଓ ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ କୌଣସି ସହାୟତା ପରିବାର ଲୋକଙ୍କୁ ମିଳୁ ପାରୁନାହିଁ । ଏଭଳି ସ୍ଥିତିରେ ୩ ଦିନ ହେବ ବିଶାଖାପାଟଣାରେ ମୃତଦେହ ପଡି ରହିଥିବା ବେଳେ ପରିବାର ଲୋକ ଚିନ୍ତାରେ ରହିଛନ୍ତି।