ରାୟଗଡା

୬ଶହ ହିତାଧିକାରୀଙ୍କ ଚାଉଳ ହଡପ ଘଟଣା ତଦନ୍ତ କଲେ ଏସସିଏସଓ

୬ଶହ ହିତାଧିକାରୀଙ୍କ ଚାଉଳ ହଡପ ଘଟଣା ତଦନ୍ତ କଲେ ଏସସିଏସଓ

ନନ୍ଦପୁର,୩୦।୧୧(ଡି.ଏନ.ଏ.):-କୋରାପୁଟ ଜିଲା ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତରେ ୨ମାସର ଖାଉଟି ଚାଉଳ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗର ବୁଧବାର ତଦନ୍ତ ହୋଇଛି। କୋରାପୁଟ ଏସସିଏସଓ ଗଣେଶ୍ୱର ଚୌଧୁରୀ ଏବଂ ନନ୍ଦପୁର ଯୋଗାଣ ନିରୀକ୍ଷକ ହରିଶ ମୁଦୁଲି ଏହାର ତଦନ୍ତ କରି ଫେରିଛନ୍ତି। ଗତ ନଭେମ୍ବର ଓ ଡିସେମ୍ବର ମାସର ଚାଉଳ ପଇଓ କମଳ ଲୋଚନ ପରଜା ଉଠାଇଥିଲେ ମଧ୍ୟ ୬ଶହ ହିତାଧିକାରୀଙ୍କୁ ଚାଉଳ ଦେଇନାହାନ୍ତି। ପଞ୍ଚାୟତର ୧୯୫୬ ରାଶନ କାର୍ଡ ମଧ୍ୟରୁ କୁଲାରସିଂ, ଗେମେଲପୁଟ, ଦୋରାପୁଟ, ଦଳେଇପୁଟ, ଦୋଜିପୁଟ, ଆବରଡ, ମାରିପାଲାମ, କୈଲଙ୍ଗପୁଟ, ପଡେଇ, ବଡେଲା, ତାରଗାମପୁଟ, ଆବରଡା, ମାରିପାଲାମ, ପୁଡାଲପୁଟ ଏବଂ କୁମାରପୁଟ ଗ୍ରାମର ପ୍ରାୟ ୬୦୦ ହିତାଧିକାରୀ ଗତ ୨ ମାସର ଚାଉଳ ପାଇନାହାନ୍ତି। ଏସମ୍ପର୍କରେ ବିଡିଓ ରାମେଶ୍ୱର ପ୍ରଧାନଙ୍କୁ ଏନେଇ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ନ ଥିଲା। ତଦନ୍ତ ବେଳେ ପଞ୍ଚାୟତ ଗୋଦାମରେ ୪୧ କୁଇଣ୍ଟାଲ ଚାଉଳ ଓ ୨୫ କୁଇଣ୍ଟାଲ ଗହମ ଥିବା ଜଣାପଡିଥିଲା। ପରେ ପାଡୁଆ ପୋଲିସ ଏହି ଗୋଦାମକୁ ସିଲ୍‌ କରିଛି। ଅନ୍ୟପକ୍ଷରେ ଏହି ପଞ୍ଚାୟତରେ ଗତ ୧ବର୍ଷ ଧରି ଏପରି ପ୍ରତିମାସରେ ଚାଉଳ ହେରଫେର କରାଯାଉଛି। ବ୍ଳକ ଯୋଗାଣ ନିରୀକ୍ଷକ ମଲ୍ଲିକ କିପରି ଜାଣିପାରୁନାହାନ୍ତି ବୋଲି ସମିତିସଭ୍ୟ ଅନ୍ତର୍ଯାମୀ ଗୁଣ୍ଠା, କାମେଶ କାମୁଡି, ମୁକୁନ୍ଦ ଗାଗାଡ, ପୂର୍ଣ୍ଣ ଆର୍ଲାବ, ଓ୍ବାର୍ଡସଭ୍ୟ ଗୁପ୍ତ ଖିଲ ପ୍ରମୁଖ ପ୍ରଶ୍ନ ଉଠାଇଛନ୍ତି। ତଦନ୍ତ ପରେ ଯଦି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଆମେ ହିତାଧିକାରୀଙ୍କ ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି ଚେତାବନୀ ଦେଇଛନ୍ତି। ପିଇଓ ବ୍ଳକରେ ଅନୁପସ୍ଥିତ ଥିବା ବେଳେ ଏ ସମ୍ପର୍କରେ ଯୋଗାଣ ନିରୀକ୍ଷକ ମଲ୍ଲିକ କହିଛନ୍ତି ଯେ, ଘଟଣାର ତଦନ୍ତ ସରିଛି। ରିପୋର୍ଟ ଯାହା ବିରୋଧରେ ବାହାରିବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

All Right Reserved By

ରାୟଗଡା

ଶୁଣିଲାନି ପ୍ରଶାସନ: ରାସ୍ତା ମରାମତି କଲେ ଗ୍ରାମବାସୀ

ଶୁଣିଲାନି ପ୍ରଶାସନ: ରାସ୍ତା ମରାମତି କଲେ ଗ୍ରାମବାସୀ

ରାୟଗଡା ଅଫିସ୍‌, ୨୩।୭- ଗାଁକୁ ଲମ୍ବିଛି ମାଟି ରାସ୍ତାଟିଏ ସତ । ହେଲେ ସେଥିରେ ଯିବା ସମ୍ଭବ ନୁହେଁ । ଅସୁବିଧା ଭୋଗିଲେ ଲୋକେ । ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କଲେ । କିନ୍ତୁ କିଛି ସୁଫଳ ମିଳିଲା ନାହିଁ । ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ବର୍ଷାରେ ଭିଜି ଭିଜି ନିଜ ରାସ୍ତାକୁ ମରାମତି କରିଛନ୍ତି ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା: ରାସ୍ତା ପାଇଁ  ଅଞ୍ଚଳବାସୀ କ୍ଷୁବ୍ଧ

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା: ରାସ୍ତା ପାଇଁ ଅଞ୍ଚଳବାସୀ କ୍ଷୁବ୍ଧ

କୁନ୍ଦୁରା,୨୩।୭(ଡି.ଏନ୍‌.ଏ.) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଅନୁମୋଦନକ୍ରମେ କୋରାପୁଟ ଜିଲାର ଉପାନ୍ତ ଅଞ୍ଚଳଗୁଡିକରେ ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି।

ବାଲ୍‌ ମୁକୁନ୍ଦ କେନ୍ଦ୍ର ଉଦ୍‌ଘାଟିତ

ପାରଳାଖେମୁଣ୍ଡି,୨୨।୭ (ସ୍ବ.ପ୍ର.): ପାରଳାଖେମୁଣ୍ଡିସ୍ଥିତ ରାଜୁଗୁରୁ ସାହିସ୍ଥିତ ରସିକରାଜ ମନ୍ଦିର (ପରିଚ୍ଛା ମଠ)ରେ ପବିତ୍ର ବାହୁଡା ଯାତ୍ରା ଅବସରରେ ଜଗତ୍‌ଗୁରୁ କୃପାଳୁଜୀ ମହାରାଜଙ୍କ ଶିଷ୍ୟ ସ୍ବାମୀ ସୁକୁନ୍ଦାନନ୍ଦ ମହାରାଜଙ୍କ ନିର୍ଦ୍ଦେଶରେ ବାଲ୍‌ ମୁକୁନ୍ଦ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଯୋଗ ଗୁରୁ ଲକ୍ଷ୍ମୀ ଚରଣ ପଟ୍ଟନାୟକ ଏବଂ ସେଣ୍ଟ ଜାଭିୟର ସ୍କୁଲ ଅଧ୍ୟକ୍ଷା ମାଳା ଚୌଧୁରୀ ପିଲାମାନଙ୍କୁ ମାତୃଭାଷାର ପ୍ରଗତି ନିମନ୍ତେ ବୁଝାଇଥିଲେ।

ଶାବର ଶ୍ରୀକ୍ଷେତ୍ର: ବାହୁଡ଼ିଲେ ମହାବାହୁ

କୋରାପୁଟ,୨୨ା୭(ସ୍ବ.ପ୍ର.): ଜନ୍ମବେଦୀରେ ଲୀଲାଖେଳା ସାରି ରବିବାର ରତ୍ନବେଦୀକୁ ବାହୁଡ଼ିଛନ୍ତି ଶ୍ରୀଜୀଉ। ଶାନ୍ତି ଶୃଙ୍ଖଳା ମଧ୍ୟରେ ଶାବର ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ସଂପନ୍ନ ହୋଇଛି। ଅପରାହ୍ନ ୪ଟା ୪୫ରେ ରଥଟଣା ସରିଥିଲା। ପ୍ରତିକୂଳ ପାଗ ସତ୍ତ୍ୱେ ୪୦ ହଜାର ସମାଗମ ହୋଇଥିଲା। ସକାଳ ୭ଟା ୩୦ରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜାର୍ଚ୍ଚନା ପରେ ୮ଟା ୩୦ରେ ପହଣ୍ଡି ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୯ଟା ୩୦ ସୁଦ୍ଧା ରଥାରୂଢ଼ ହୋଇଥିଲେ ଶ୍ରୀଜୀଉ।

ଅଟୋ ଓଲଟି ୧୩ ଗୁରୁତର

ପାପଡାହାଣ୍ଡି,୨୨।୭(ଡି.ଏନ.ଏ)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଚିଙ୍ଗୁଡିଶର ନିକଟରେ ରବିବାର ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା

କୋରାପୁଟ,୨୨।୭(ସ୍ବ.ପ୍ର)- କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୁର୍ତ୍ତୀଙ୍କ ବାହୁଡା ଯାତ୍ରା ରବିବାର ଅନୁଷ୍ଠିତ ହୋଇଛି। ରବିବାର ସକାଳେ କୋରାପୁଟ ରାୟଗଡାଛକଠାରେ ଥିବା ମା’ଗୁଣ୍ଡିଚା ମନ୍ଦିରରେ ଶ୍ରୀ ଜୀଉଙ୍କ ମଙ୍ଗଳାପର୍ଣ୍ଣ ପୂଜା ଅନୁଷ୍ଠିତ ହେବା ପରେ ସକାଳ ୮ଟା ୩୦ ରୁ ଠାକୁରଙ୍କ ପହଣ୍ଡି ବିଜେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

କୋରାପୁଟ ଜିଲାରେ ୩୨୮.୪ ମିମି ବର୍ଷା : ଦଶମନ୍ତପୁର ବ୍ଲକରେ ସର୍ବାଧିକ ୫୩ ମିମି

କୋରାପୁଟ ଜିଲାରେ ୩୨୮.୪ ମିମି ବର୍ଷା : ଦଶମନ୍ତପୁର ବ୍ଲକରେ ସର୍ବାଧିକ ୫୩ ମିମି

କୋରାପୁଟ,୨୨।୭(ସ୍ବ.ପ୍ର)- କୋରାପୁଟ ଜିଲାରେ ରବିବାର ୩୨୮.୪ ମିଲିମିଟର ବର୍ଷା ହୋଇଥିବାବେଳେ ଦଶମନ୍ତପୁର ବ୍ଲକରେ ସର୍ବାଧିକ ୫୩ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି।

ଜାମ୍ମୁର ଗ୍ରାମରେ ରାସ୍ତା ଯନ୍ତ୍ରଣା

ଜାମ୍ମୁର ଗ୍ରାମରେ ରାସ୍ତା ଯନ୍ତ୍ରଣା

ଦଶମନ୍ତପୁର,୨୨।୭(ଡି.ଏନ୍‌.ଏ.)-ବର୍ଷାଋତୁ ଆସିଲେ ଗ୍ରାମବାସୀଙ୍କ ମୁଣ୍ଡରେ ଚଡ଼କ ପଡିଯାଏ। ଏଥିନିମନ୍ତେ ୪ ମାସ ପାଇଁ ଗୃହରେ ଖାଦ୍ୟଶସ୍ୟ ସାଇତି ରଖନ୍ତି ବାସିନ୍ଦା। ଗ୍ରାମରେ କେହି ରୋଗୀ କିମ୍ବା ଗର୍ଭବତୀଙ୍କୁ ଚିକିତ୍ସାକେନ୍ଦ୍ରକୁ ନେବାକୁ ଭାଳେଣି ପଡ଼ିଯାଏ। ମହାମାରି ଝାଡ଼ାବାନ୍ତି ଏବଂ ଅଜଣା ରୋଗରେ ମୃତ୍ୟୁ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଗ୍ରାମ ହେଲା କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମ୍ମା ଗ୍ରାମ ପଞ୍ଚାୟତ ଅଧୀନ ଜାମ୍ମୁର ଗ୍ରାମ। ବ୍ଲକ ସଦର ମହକୁମାଠରୁ ମାତ୍ର ୧୩ କିମି ଦୂରରେ ଥିବା ଏହି ଗାଁକୁ ଖଣ୍ଡିଏ ରାସ୍ତା ନାହିଁ। ଫଳରେ ଯାତାୟତ କ୍ଷେତ୍ରରେ ବହୁ ସମସ୍ୟା ଉପୁଜୁଛି।

ଆଦର୍ଶ ବିଦ୍ୟାଳୟ :କାର୍ଯ୍ୟକ୍ଷମ ହେଉନି ହଷ୍ଟେଲ

ଆଦର୍ଶ ବିଦ୍ୟାଳୟ :କାର୍ଯ୍ୟକ୍ଷମ ହେଉନି ହଷ୍ଟେଲ

ତେନ୍ତୁଳିଖୁଣ୍ଟି,୨୨।୭(ଡି.ଏନ.ଏ)- ଗ୍ରାମାଞ୍ଚଳରେ ମେଧାବୀ ଛାତ୍ରୀଛାତ୍ରଙ୍କୁ ଉନ୍ନତ ମାନର ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକରେ ଓଡିଶା ଆଦର୍ଶ ବିଦ୍ୟାଳୟ ଖୋଲିଛନ୍ତି। କିନ୍ତୁ ଅନେକ ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ରହିଛି। କେଉଁଠି ପିଲାଙ୍କ ପାଇଁ ହଷ୍ଟେଲ ନାହିଁ ତ ଆଉ କେଉଁଠି ବସିବାକୁ ଡେସ୍କ ଓ ବେଞ୍ଚ ନଥିବାରୁ ପିଲାମାନେ ତଳେ ବସି ପାଠ ପଢୁଛନ୍ତି। ହଷ୍ଟେଲ ନ ଥିବାରୁ ପିଲାମାନେ ଦୂରଦୂରାନ୍ତରୁ ବିଦ୍ୟାଳୟକୁ ଆସୁଥିବାରୁ ଅଭିଭାବକମାନେ ଅଧିକା ଖର୍ଚ୍ଚାନ୍ତ ହେଉଛନ୍ତି। ଏହିପରି ସମସ୍ୟା ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଅଞ୍ଚଳଗୁମ୍ମା ଗ୍ରାମ ପଞ୍ଚାୟତର ଲକଡିପାଲାରେ ଥିବା ଆଦର୍ଶ ବିଦ୍ୟାଳୟରେ ଦେଖିବାକୁ ମିଳୁଛି। ଶିକ୍ଷୟିତ୍ରୀ ଶିକ୍ଷକ ପାଇଁ କ୍ୱାଟର ଅଛି। ହଷ୍ଟେଲ ଗୃହ ତଫସିଲଭୁକ୍ତ ଜନଜାତି ଛାତ୍ରୀଛାତ୍ରଙ୍କ ପାଇଁ ରହିଛି।

ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଝରିଗାଁ,୨୨।୭(ସ୍ବ.ପ୍ର)- ନବରଙ୍ଗପୁର ଜିଲା ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ୧୨ ଦିନିଆ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି। ଝରିଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅଧ୍ୟାପକ ଗୋପାଳ ମହାରଣା, ଶଙ୍କର କୁମାର ନାଲା, ମନୋଜ କୁମାର ଖିଲାର, ଅଧ୍ୟାପିକା ତୁଷାରୀ ପଟ୍ଟନାୟକ, କ୍ରୀଡା ଶିକ୍ଷକ କୈଳାଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆତ୍ମସୁରକ୍ଷାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଆଇନ ସଚେତନତା ଶିବିର

ମାଲକାନଗିରି,୨୨।୭(ସ୍ବ.ପ୍ର.)- ମାଲକାନଗିରି ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଉଦୁଲିବେଡା ସରକାରୀ ଉଚ୍ଚ ବିଦ୍ୟାଳୟରେ କିଶୋର ନ୍ୟାୟ ଅଧିନିୟମ, ବାଧ୍ୟତାମୂଳକ ଶିକ୍ଷାଗତ ଅଧିକାର ଅଧିନିୟମ, କନ୍ୟାସନ୍ତାନର ମହତ୍ତ୍ୱ, ପ୍ରାକ୍‌ ଗର୍ଭଧାରଣ ଓ ପ୍ରାକ୍‌ ପ୍ରସୂତି ନିଦାନ ସମ୍ବନ୍ଧୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହିମାଂଶୁ ଶେଖର ସିଂ ରେଜିଷ୍ଟ୍ରାର ସିଭିଲ କୋର୍ଟ, ପ୍ରାଧିକରଣ ସଚିବ ତଥା ବିଚାରପତି ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଅମରେଶ ନାୟକ, ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ, ଆଇନଜୀବୀ ଦୀନବନ୍ଧୁ ଦାସ, ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସହ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ ।

ଦରମା ମିଳିନି, ରୋଗୀସେବା ବନ୍ଦକଲେ ଡାକ୍ତର

ଜୟପୁର,୨୨।୭(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ସହରର ମାଲକାନଗିରି ରାସ୍ତାରେ ରହିଥିବା ଏକ ଘରୋଇ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦରମା ମିଳିନଥିବା କାରଣରୁ ରୋଗୀସେବା ବନ୍ଦ ହୋଇଛି। ଡାକ୍ତରମାନଙ୍କ ଇପିଏଫ ଏବଂ ଇଏସ୍‌ଆଇ ଟଙ୍କା ପୈଠ କରାଯାଇ ନଥିବା ଅଭିଯୋଗ ହୋଇଛି । କୋରାପୁଟ ଜିଲାର ଏକମାତ୍ର ଏହି ଘରୋଇ ଚିକିତ୍ସାଳୟରେ ଅତ୍ୟାଧୁନିକ ଯନ୍ତ୍ରପାତି ରହିଥିବା ଯୋଗୁ କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲାର ରୋଗୀମାନେ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ