Dharitri News
ରାୟଗଡା

ଜିଲାରେ ଏଡ୍‌ସ ସ୍ଥିତି: ୧୪ ବର୍ଷରେ ୨୩୫୧ ଆକ୍ରାନ୍ତ ୫୪୦ ଜଣଙ୍କ ମୃତ୍ୟୁ

ଜିଲାରେ ଏଡ୍‌ସ ସ୍ଥିତି: ୧୪ ବର୍ଷରେ ୨୩୫୧ ଆକ୍ରାନ୍ତ ୫୪୦ ଜଣଙ୍କ ମୃତ୍ୟୁ କୋରାପୁଟ, ୩୦। ୧୧(ସ୍ବ.ପ୍ର.)- କୋରାପୁଟ ଜିଲାରେ ଏଡ୍‌ସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ରାଜ୍ୟର ଏଡ୍‌ସ ପ୍ରଭାବିତ ତାଲିକାରେ କୋରାପୁଟ ଜିଲା ଦ୍ୱିତୀୟ ଜିଲା ଭାବେ ସ୍ଥାନ ପାଇଛି । ଜିଲାରେ ୨୦୦୩ ମସିହାରୁ ୨୦୧୭ ଅକ୍ଟୋବର ଶେଷ ସୁଦ୍ଧା ୨୩୫୧ ଜଣଙ୍କ ରକ୍ତରେ ଏଡ୍‌ସ ଭୂତାଣୁ ଚିହ୍ନଟ ହୋଇଥିବାବେଳେ ଏହି ସମୟ ସୀମା ମଧ୍ୟରେ ଜିଲାରେ ୫୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଜିଲା ଏଡ୍‌ସ ସେଲ୍‌ ପକ୍ଷରୁ କୁହାଯାଇଛି ା ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ୩୬୦ ପୁରୁଷ ୧୮୦ ମହିଳା ରହିଥିବା ଜଣାଯାଇଛି ା ଏହି ସମୟସୀମା ମଧ୍ୟରେ ଜିଲାର ଜୟପୁର ବ୍ଲକରେ ୬୫୪ ଜଣ ଏଡ୍‌ସ ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ୧୭୦ ଜଣଙ୍କର ମୃତ୍ୟୁ ହୋଇଛି ା କୋରାପୁଟ ବ୍ଲକର ୨୮୪ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ୭୯ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସେମିଳିଗୁଡା ବ୍ଲକରେ ୨୫୩ ଜଣ ଏଡସ ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ୬୫ ଜଣଙ୍କ ମୃତ୍ୟୁ ହୋଇଛି । ବୈପାରିଗୁଡା ବ୍ଲକରେ ୪୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ,ବନ୍ଧୁଗାଁ ବ୍ଲକରେ ୧୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣକର ମୃତ୍ୟୁ, ବୋରିଗୁମ୍ମାରେ ୧୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୨୮ ଜଣଙ୍କ ମୃତ୍ୟୁ, ଦଶମନ୍ତପୁର ବ୍ଲକରେ ୬ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣଙ୍କ ମୃ୍‌ତ୍ୟୁ, କୋଟପାଡରେ ୨୮୪ ଆକ୍ରାନ୍ତଙ୍କ ମଧ୍ୟରୁ୧୮ ଜଣଙ୍କ ମୃତ୍ୟୁ,କୁନ୍ଦୁରା ବ୍ଲକରେ ୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ, ଲମତାପୁଟ ବ୍ଲକରେ ୯ ଆକ୍ରାନ୍ତଙ୍କ ମଧ୍ୟରୁ ଜଣକର ମୃତ୍ୟୁ, ଲକ୍ଷ୍ମୀପୁର ବ୍ଲକରେ ୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ, ନନ୍ଦପୁର ବ୍ଲକର ୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ, ନାରାୟଣପାଟଣା ବ୍ଲକରେ ୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ, ପଟ୍ଟାଙ୍ଗି ବ୍ଲକର ୬୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗର ରିପୋର୍ଟରୁ ଜଣାପଡିଛି । ଏଥିସହ ଜିଲାର ବିଭିନ୍ନ ପୌରପରିଷଦ ଅଞ୍ଚଳରେ ଏହି ସମୟ ସୀମାରେ ୭୦୯ ଜଣ ଏଡସ ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ୧୨୮ ଜଣଙ୍କ ମୃତ୍ୟୁ ହୋଇଛି ା କୋରାପୁଟ ଜିଲାର ଜୟପୁର, କୋରାପୁଟ ଏବଂ ସେମିଳିଗୁଡା ବ୍ଲକ ଏଡ୍‌ସର ରେଡ ଲେବଲରେ ରହିଥିବା ଜଣାଯାଇଛି ା ଜିଲାରେ ଏଡସ ନେଇ ୩ ଲକ୍ଷ ୯୯ ହଜାର ୮୬୭ ଜଣଙ୍କୁ କାଉନସେଲିଂ କରାଯାଇଥିବାବେଳେ ସେଥିରୁ ୨ଲକ୍ଷ ୬୨ ହଜାର ୩୬୦ ଜଣଙ୍କ ରକ୍ତପରୀକ୍ଷା କରାଯାଇ ସେଥିରୁ ୨୩୫୧ ଜଣଙ୍କୁ ଏଡସ ହୋଇଥିବା ଚିହ୍ନଟ କରାଯାଇଥିଲା ଏଥିରେ ୮୭ ଜଣ ଶିଶୁ ଓ ୮୫ ଜଣ କନ୍ୟା ସନ୍ତାନ ରହିଥିବା ଜଣପଡିଥିଲା । ୨୦୦୩ରେ ଏଡସ ପଜେଟିଭ ରୋଗୀ ୧୭.୯୦ ପ୍ରତିଶତ ଥିବାବେଳେ ୨୦୧୭ରେ ଏହି ପ୍ରତିଶତ ୦.୩୪ ପ୍ରତିଶତକୁ ହ୍ରାସ ପାଇଛି । ଏନେଇ ଜିଲା ମୁଖ୍ୟ ଚିକିସତ୍ା ଅଧିକାରୀ ଡାକ୍ତର ଲିଳିତ କୁମାର ରଥଙ୍କୁ ପଚାରିବାରୁ ସେ କହିଲେ ଯେ, ଏହି ରୋଗରୁ ଦୂରେଇ ରହିବା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଫଳରେ ଜିଲାରେ ଏଡସ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି ସେ କହିଛନ୍ତି। ସେହିପରି କୋରାପୁଟ ଜିଲାରେ ଡିସେମ୍ବର ୨ରୁ ଜାନୁୟାରୀ ୩୧ ଯାଏ ଜିଲାର କୋଟପାଡ, ଜୟପୁର ଓ ବୋରିଗୁମ୍ମା ଅଞ୍ଚଳରେ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବା ଲାଗି ରାଜ୍ୟ ଏଡସ ସେଲ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜିଲା ଏଡସ ସେଲର ଭାରପ୍ରାପ୍ତ ସଂଯୋଜକ ସବେଶ୍ୱର ବାରିକ କହିଛନ୍ତି।

ରାୟଗଡା

ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ପୂର୍ତ୍ତ ବିଭାଗ କର୍ମଚାରୀ

ରାୟଗଡା ଅଫିସ, ୧୭।୧- ଗୋଟିଏ ଦିନ ତଳୁ ନିଖୋଜ ଥିବା ପୂର୍ତ୍ତ ବିଭାଗର ଜଣେ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ବୁଧବାର ସକାଳେ ରାୟଗଡ଼ା ଷ୍ଟେଶନ ନିକଟରୁ ମିଳିଛି । ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ମୃତକ ଜଣକ ହେଲେ ରାୟଗଡ ସହରସ୍ଥିତ ପିଡବ୍ଲ୍ୟୁଡି କଲୋନୀର ବାସିନ୍ଦା ସତ୍ୟ ନାରାୟଣ ବିଶୋଇ (୫୭) ।

ଜୟପୁର ପୌରପାଳିକରେ ଜାଲ ଟିଡିଆର: ଠିକାଦାର ଗୀତାଞ୍ଜଳି ଗିରଫ

ଜୟପୁର,୧୭। ୧ (ନି .ପ୍ର.)- କୋରାପୁଟ ଜିଲା ଜୟପୁର ପୌରପାଳିକାରେ ଜାଲ ଟିଡିଆର ଦାଖଲ କରିଥିବା ମାମଲାରେ ଜଡିତ ଥିବା ଠିକାଦାର ଗୀତାଞ୍ଜଳି ନାୟକ (୪୦)ଙ୍କୁ ଟାଉନ ଥାନା ପୋଲିସ ପୁରୀ ଜିଲା ନିମାପଡା ଅଞ୍ଚଳରୁ ଗିରଫ କରିଛି ।

ନାଗାବଳୀରେ  ମାଆ, ପୁଅ, ଝିଅ ବୁଡିବା ଘଟଣା: ନିଖୋଜ ଅଖିଳଙ୍କ ମୃତଦେହ ଉଦ୍ଧାର

ନାଗାବଳୀରେ ମାଆ, ପୁଅ, ଝିଅ ବୁଡିବା ଘଟଣା: ନିଖୋଜ ଅଖିଳଙ୍କ ମୃତଦେହ ଉଦ୍ଧାର

ରାୟଗଡା ଅଫିସ୍‌, ୧୭।୧- ମଙ୍ଗଳବାର ନାଗାବଳୀ ନଦୀରେ ଆନ୍ଧ୍ରର ପାର୍ବତୀପୁରମ୍‌ ଅଞ୍ଚଳର ଗୋଟିଏ ପରିବାରର ତିନିଜଣ ବୁଡି ଯାଇଥିଲେ । ସେଥିରେ ମା’ ଜେ.ଶାନ୍ତି ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଛଅ ବର୍ଷର ଝିଅ ଜେ.ଇନ୍ଦୁଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିଲା । ପୁଅ ଜେ. ଅଖିଳ ନିଖୋଜ ଥିଲେ । ବୁଧବାର ତାଙ୍କ ମୃତଦେହ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି ।

ନାଗାବଳୀ ନଦୀରେ ବୁଡ଼ି ମାଆ ମୃତ: ଝିଅ ଗୁରୁତର,ପୁଅ ନିଖୋଜ

ନାଗାବଳୀ ନଦୀରେ ବୁଡ଼ି ମାଆ ମୃତ: ଝିଅ ଗୁରୁତର,ପୁଅ ନିଖୋଜ

ରାୟଗଡା ଅଫିସ୍‌, ୧୬।୧- ରାୟଗଡା ସହରର ଚେକାଗୁଡା ନିକଟ ନାଗାବଳୀ ନଦୀରେ ମଙ୍ଗଳବାର ଗୋଟିଏ ପରିବାରର ମାଆ,ଝିଅ ଓ ପୁଅ ଭାସିଯାଇଛନ୍ତି । ଖବରପାଇ ରାୟଗଡା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ମାଆ ଓ ଝିଅକୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ମାଆଙ୍କ ମୃତ୍ୟୁ ହୋଇଯାଇଥିଲା । ଝିଅ ଗୁରୁତର ଅଛି । ପୁଅର କୌଣସି ପତ୍ତା ମିଳି ନାହିଁ ।

ଲୁଲେର ଜଙ୍ଗଲରେ ଗୁଳି ବିନିମୟ:ରୋଲର ପୋଡ଼ି ଫେରିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଲେ ମାଓବାଦୀ

ଲୁଲେର ଜଙ୍ଗଲରେ ଗୁଳି ବିନିମୟ:ରୋଲର ପୋଡ଼ି ଫେରିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଲେ ମାଓବାଦୀ

ମାଲକାନଗିରି/ମାଥିଲି,୧୬।୧(ଡି.ଏନ୍‌.ଏ.) ମାଲକାନଗିରି ଜିଲା ମାଥିଲି ଥାନା ଲୁଲେର ଗ୍ରାମରେ ମଙ୍ଗଳବାର ମାଓବାଦୀମାନେ ରାସ୍ତାକାମରେ ନିୟୋଜିତ ରୋଲରକୁ ପୋଡ଼ି ଦେଇଛନ୍ତି। ସେଠାରୁ ଫେରିବାବେଳେ ପୋଲିସ ସହ ସାମ୍ନାସାମ୍ନି ହେବାରୁ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି।

ଋଣ ନାଁରେ ୫୦ ଲକ୍ଷର ଜାଲିଆତି:ଚାଷୀଙ୍କ ପରେ ଏସ୍‌ଏଚ୍‌ଜି ଠକେଇର ଶିକାର

ଋଣ ନାଁରେ ୫୦ ଲକ୍ଷର ଜାଲିଆତି:ଚାଷୀଙ୍କ ପରେ ଏସ୍‌ଏଚ୍‌ଜି ଠକେଇର ଶିକାର

ମାଲକାନଗିରି,୧୬।୧(ଡି.ଏନ୍‌.ଏ.) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲାରେ ପ୍ରଥମେ ଚାଷୀଙ୍କ ପରେ ଏବେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଋଣ ନାଁରେ ଆର୍ଥତ୍କ ଜାଲିଆତି ଅଭିଯୋଗ ହୋଇଛି। ଜିଲାର ପ୍ରାୟ ୧୨ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ କରାଇଦେଇ ପ୍ରାୟ ୫୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଛି। କେତେକ ସ୍ବାର୍ଥନ୍ବେଷୀ ବ୍ୟାଙ୍କ କର୍ମଚାରୀ ଓ ଦଲାଲଙ୍କ ଭିତରେ ମଧୁଚନ୍ଦ୍ରିକା ଏଭଳି ଜାଲିଆତିକୁ ରୂପ ଦେଇଛି। ମାଲକାନଗିରି ସଦର ବ୍ଲକ ମାଉଲିଗୁଡ଼ାର ଜୟ ହନୁମାନ ସ୍ବୟଂ ସହାୟକ ଗୋଷ୍ଠୀ ଏହି ଅଭିଯୋଗ ଆଣିଛି।

ପୋଲିସ- ଜନତା ମଧ୍ୟରେ ଭୟ ଦୂର କରିବାକୁ ପ୍ରୟାସ

ପୋଲିସ- ଜନତା ମଧ୍ୟରେ ଭୟ ଦୂର କରିବାକୁ ପ୍ରୟାସ

ଝରିଗାଁ,୧୬।୧(ସ୍ବ.ପ୍ର.)- ଝରିଗାଁ ସଦରଠାରେ ରାଜ୍ୟ ପୋଲିସ ହାଉସିଙ୍ଗ ବୋର୍ଡ ଦ୍ୱାରା ୨କୋଟି ୫ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ନିର୍ମାଣ ହୋଇଥିବା ନୂତନ ପୋଲିସ କାର୍ଯ୍ୟାଳୟ ଗୃହର ମଙ୍ଗଳବାର ଉଦ୍‌ଘାଟନ ହୋଇଛି।

ଆମ୍ବୁଲାନ୍ସରୁ ୧୬୦ଲିଟର ମଦ ଜବତ

ଆମ୍ବୁଲାନ୍ସରୁ ୧୬୦ଲିଟର ମଦ ଜବତ

ପାପଡ଼ାହାଣ୍ଡି,୧୬।୧(ଡି.ଏନ.ଏ.)- ପାପଡ଼ାହାଣ୍ଡି ସଦରରେ ଏକ ୧୦୨ ଆମ୍ବୁଲାନ୍ସରୁ ମଦ ଚାଲାଣବେଳେ ଧରାପଡ଼ି ଡ୍ରାଇଭର ଗିରଫ। ଗିରଫ ଡ୍ରାଇଭର ଜଣଙ୍କ ହେଲେ ଟୁଟୁ ହରିଜନ।

ଫେସବୁକ୍‌ରେ ହିନ୍ଦୁ ଓ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଘଟଣା: ୧୨ ଘଣ୍ଟିଆ ଡାବୁଗଁ। ବନ୍ଦ

ଫେସବୁକ୍‌ରେ ହିନ୍ଦୁ ଓ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଘଟଣା: ୧୨ ଘଣ୍ଟିଆ ଡାବୁଗଁ। ବନ୍ଦ

ଡାବୁଗାଁ,୧୬।୧(ଡି.ଏନ.ଏ.)-ଜଣେ ଯୁବକ ନିଜ ଫେସବୁକରେ ହିନ୍ଦୁ ଓ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଦେବା ଘଟଣାକୁ ନେଇ ମଙ୍ଗଳବାର ଡାବୁଗାଁ ବ୍ଲକ ସଦରଠାରେ ବନ୍ଦ ପାଳନ କରାଯାଇଛି।

୩ ଜିଲାପାଳଙ୍କ ବଦଳି

କୋରାପୁଟ,୧୬।୧(ସ୍ବ.ପ୍ର.)-କୋରାପୁଟ ଜିଲାପାଳ ଅନୁପମ ଶାହାଙ୍କ ମଙ୍ଗଳବାର ଗଜପତି ଜିଲାକୁ ବଦଳି ହୋଇଥିବାବେଳେ ମାଲକାନଗିରି ଜିଲାପାଳ କେ.ଚକ୍ରବର୍ତ୍ତିଙ୍କୁ କୋରାପୁଟ ଜିଲାକୁ ବଦଳି କରାଯାଇଛି।

ବାଇକ୍‌କୁ ପିଟିଲା ବସ୍‌, ୧ ଗୁରୁତର

ବାଇକ୍‌କୁ ପିଟିଲା ବସ୍‌, ୧ ଗୁରୁତର

ନବରଙ୍ଗପୁର,୧୬।୧(ବି.ପ୍ର.)-ନବରଙ୍ଗପୁର ୨୬ନଂ ଜାତୀୟ ରାଜପଥ ଏସ୍‌ବିଆଇ ବଜାର ବ୍ରାଞ୍ଚ ସମ୍ମୁଖରେ ବସ୍‌ ଏବଂ ମୋଟର ସାଇକେଲ୍‌ ମଧ୍ୟରେ ଦୁର୍ଘଟଣା। ଏଥିରେ ମୋଟରସାଇକେଲ୍‌ ଆରୋହୀ ଗୁରୁତର ଥିବା ଜଣାପଡ଼ିଛି।

କୋଟିଆ ବିବାଦ: ସ୍ଥିତି ଅନୁଧ୍ୟାନ କଲା କଂଗ୍ରେସ ଟିମ୍‌

କୋରାପୁଟ,୧୬।୧(ସ୍ବ.ପ୍ର.)-ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପଟାଙ୍ଗି ବ୍ଲକ୍‌ର ବିବାଦୀୟ କୋଟିଆ ଗ୍ରାମ ପଞ୍ଚାୟତକୁ ମଙ୍ଗଳବାର ସ୍ଥିତି ଅନୁଧ୍ୟାନ ପାଇଁ କଂଗ୍ରେସର ଏକ ଟିମ୍‌ ଗସ୍ତ କରିଛି।