ରାୟଗଡା

ଚିକିତ୍ସାଧୀନ ଭାଗ ଚାଷୀଙ୍କ ମୃତ୍ୟୁ,ଋଣ ଭାର ଯୋଗୁ ଆତ୍ମହତ୍ୟା କରିଥିବା ଅଭିଯୋଗ

ଚିକିତ୍ସାଧୀନ ଭାଗ ଚାଷୀଙ୍କ ମୃତ୍ୟୁ,ଋଣ ଭାର ଯୋଗୁ ଆତ୍ମହତ୍ୟା କରିଥିବା ଅଭିଯୋଗ
ଜୟପୁର,୩୦।୧୧(ନି.ପ୍ର.)-ଋଣଭାର ସହି ନପାରି କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଷୀ ନନ୍ଦ ମାଳିଙ୍କ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ମୃତ୍ୟୁ ହୋଇଛି ା ଗୁୁରୁତର ଅବସ୍ଥାରେ ତାଙ୍କୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରୁ କୋରାପୁଟ ଅଣାଯାଇଥିଲା। ଖବରପାଇ ସଦରଥାନା ପୋଲିସ ତାଙ୍କ ମୃତଦେହ ବ୍ୟବଛେଦ କରାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ନିର୍ମଳ ମହାପାତ୍ର କହିଛନ୍ତି । ଖବରରୁ ଜଣାପଡିଛି ଜୟପୁର ବ୍ଲକ ଅନ୍ତର୍ଗତ କାଳିଆଁ ଗାଁ ପଞ୍ଚାୟତର ମାଳିଦେଈପୁଟ ଗ୍ରାମର ନନ୍ଦ ୪ ଏକର ଜମିରେ ଭାଗଚାଷ କରିଥିଲେ । ଚାଷ ବାବଦରେ ଖର୍ଚ୍ଚ ପାଇଁ ସେ ହାତ ଉଧାରି ଆଣିଥିଲେ। ଫସଲ ଅମଳ ପରେ କରଜ ଟଙ୍କା ଶୁଝିବାକୁ ଚିନ୍ତା କରିଥିଲେ। ମାତ୍ର ପୋକ ଓ ବର୍ଷାରେ ଫସଲହାନି ଯୋଗୁ ନନ୍ଦ ଭାଙ୍ଗି ପଡିଥିଲେ। କରଜ ଟଙ୍କା କିପରି ଶୁଝିବେ ସେନେଇ ଚିନ୍ତାରେ ଥିଲେ। ବୁଧବାର ସେ କୀଟନାଶକ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ତାଙ୍କ ପୁତୁରା ନନ୍ଦ ସନ୍ଦୁର ମାଳି କହିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା।
All Right Reserved By

ରାୟଗଡା

୩ ଗାଁର ବିକାଶରେ ବାଧକ ସାଜିଛି ସଡ଼କ

୩ ଗାଁର ବିକାଶରେ ବାଧକ ସାଜିଛି ସଡ଼କ

କୋରାପୁଟ,୨୪।୧(ସ୍ବ.ପ୍ର.)ଗାଁର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଗମନାଗମନ ଅସୁବିଧା ଯୋଗୁ ଏବେ ମଧ୍ୟ କୋରାପୁଟ ଜିଲାର ଅନେକ ଗାଁ ଦୁର୍ଗମ ହୋଇ ରହିଛି। ଏହା ହିଁ ଗାଁ ବିକାଶରେ ବାଧକ ସାଜିଛି। ଏହାର ଉଦାହରଣ ହେଉଛି ଦଶମନ୍ତପୁର ବ୍ଲକ ପାଇକ ଫୁଲବେଡ଼ା ପଞ୍ଚାୟତରୁ ୮ କିମି ଦୂରରେ ଥିବା ଓଡ଼ପୁର, ହାତୀମୁଣ୍ଡା ଓ ବାଉଁଶଗୁଡ଼ା ଗାଁ।

କେଡିଏଫ୍‌ ପକ୍ଷରୁ ଦାବିପତ୍ର ପ୍ରଦାନ

କେଡିଏଫ୍‌ ପକ୍ଷରୁ ଦାବିପତ୍ର ପ୍ରଦାନ

କାଶୀନଗର, ୨୪।୧(ଡି.ଏନ୍‌.ଏ.)- ଗଜପତି ଜିଲା କାଶୀନଗର ଡେଭଲପ୍‌ମେଣ୍ଟ ଫୋର୍ସ (କେଡିଏଫ୍‌) ତରଫରୁ ୧୨ଦଫା ଦାବି ନେଇ ଜିଲାପାଳ ଏବଂ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ)ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି।

ନବରଙ୍ଗପୁର ଉପକାରାଗାର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ

ନବରଙ୍ଗପୁର ଉପକାରାଗାର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ

ନବରଙ୍ଗପୁର,୨୪।୧(ବି.ପ୍ର.)-ନବରଙ୍ଗପୁର ଉପକାରାଗାର ସମ୍ମୁଖରେ ରହିଥିବା ଅସ୍ଥାୟୀ ଜବରଦଖଲ ଦୋକାନ ଗୁଡିକୁ ତହସିଲ ପକ୍ଷରୁ  ଉଚ୍ଛେଦ କରାଯାଇଛି ା ଉପକାରଗାର, ଷ୍ଟାଫ କ୍ୱାର୍ଟସ ଆଦି ସ୍ଥାନ ପାଇଁ ଗୃହ ବିଭାଗକୁ ସରକାର ସାଢେ ୭ ଏକର ଜମି ରେକର୍ଡ ଭୁକ୍ତ ରହିଥିଲେ।

ବିଦ୍ୟୁତ ଖୁଣ୍ଟକୁ ଧକ୍କାଦେଲା ବାଇକ୍‌, ଚାଳକ ମୃତ

ଜୟପୁର,୨୪।୧(ଡି.ଏନ୍‌.ଏ.)ଜୟପୁର ସହର ସମ୍ବାରତୋଟା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ   ଏକ ଖୁଣ୍ଟକୁ ବାଇକ ଧକ୍କା ଦେବା ଯୋଗୁଁ ଚାଳକଙ୍କ ମୃତ୍ୟୁ ହୋଇଛି। ବାଇକ୍‌ରେ ଦୁଇଜଣ ବସିଥିବା ବେଳେ ଉଭୟ ଗୁରୁତର ହୋଇଥିଲେ। 

ମଝି ରାସ୍ତାରେ ଅଟକିଲା ଟ୍ରାକ୍ଟର: ଟ୍ରାଫିକ ଜାମ୍‌

ମଝି ରାସ୍ତାରେ ଅଟକିଲା ଟ୍ରାକ୍ଟର: ଟ୍ରାଫିକ ଜାମ୍‌

ପାରଳାଖେମୁଣ୍ଡି, ୨୪।୧(ସ୍ବ.ପ୍ର.)-ଗଜପତି ଜିଲା ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟ ମୁଖ୍ୟରାସ୍ତାରେ  ଏକ ବାଲି ବୋଝେଇ ଟ୍ରାକ୍ଟର କୌଣସି କାରଣରୁ ଷ୍ଟାର୍ଟ ବନ୍ଦ ହୋଇ ଦୀର୍ଘ ସମୟ ଧରି ଅଟକି ରହିବାରୁ ଟ୍ରାଫିକ ସମସ୍ୟା ଉପୁଜିଥିଲା ।

ତିତ୍‌ଲି କ୍ଷତିପୂରଣକୁ ନେଇ ଆର୍‌ଆଇଙ୍କୁ ମାଡ଼

କାଶୀନଗର, ୨୪।୧(ଡି.ଏନ.ଏ.)- ତିତ୍‌ଲି କ୍ଷତିପୂରଣ ଟଙ୍କାକୁ ନେଇ ଗଜପତି ଜିଲା କାଶୀନଗର ବ୍ଲକ ଖାରଡା ପଞ୍ଚାୟତର ରାଜସ୍ବ ନିରୀକ୍ଷକ(ଆର୍‌.ଆଇ) ଗୋବିନ୍ଦ ପାତ୍ରଙ୍କୁ ୩ ଜଣ ବ୍ୟକ୍ତି ମାଡ ମାରିଥିବା ଅଭିଯୋଗ ହୋଇଛି। ଏନେଇ ପାତ୍ର କାଶୀନଗର ଥାନାରେ ଏତଲା ଦେଇଛନ୍ତି। 

ଏଟିଏମ୍‌ରେ ବାଲାନ୍ସ ଚେକ୍‌ କରାଇଦେଇ ଲୁଟିନେଲେ ୨.୪ ଲକ୍ଷ

ଜୟପୁର,୨୪।୧(ନି.ପ୍ର.)ଜୟପୁରରେ ଏଟିଏମ୍‌ କାର୍ଡ଼ ପିନ୍‌ ହାତେଇ ଚଞ୍ଚକତାର ସହ କେତେ ଜଣ ଯୁବକ ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟିନେଇଛନ୍ତି। ଏନେଇ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି କିଆବନ୍ଦ ସାହିର ଆର. ସତ୍ୟନାରାୟଣା । 

ଟ୍ରାଫିକ୍‌ ନିୟମ ଭାଙ୍ଗୁଛି ଖୋଦ୍‌ ପୋଲିସ

ଟ୍ରାଫିକ୍‌ ନିୟମ ଭାଙ୍ଗୁଛି ଖୋଦ୍‌ ପୋଲିସ

ଜୟପୁର,୨୪।୧(ନି.ପ୍ର.) ଜୟପୁର ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ପାଇଁ ଏଇ ନିକଟରେ ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟିୟର ସ୍କିମ୍‌ ଆରମ୍ଭ ହୋଇଥିଲା। ଯେଉଁମାନେ ହେଲମେଟ୍‌ ପିନ୍ଧି ନ ଥିବେ କିମ୍ବା କାର୍‌ରେ ସିଟ୍‌ ବେଲ୍ଟ ବାନ୍ଧି ନ ଥିବେ, ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର ସେମାନଙ୍କ ଗାଡ଼ି ନମ୍ବର ସହ ଚାଳକଙ୍କ ଫଟୋ ଉଠାଇ ଏସ୍‌ପିଙ୍କୁ ପଠାଇବେ।

କଲେଜ ଛାତ୍ରଙ୍କ ଆମତ୍ହତ୍ୟା

କଲେଜ ଛାତ୍ରଙ୍କ ଆମତ୍ହତ୍ୟା

ରାଇଘର,୨୪।୧ (ଡି.ଏନ୍‌.ଏ)-ନବରଙ୍ଗପୁର ଜିଲା ରାଇଘର ବ୍ଲକ ନାକଟିସିମଡା ପଞ୍ଚାୟତ କମକାମାଟି ଗ୍ରାମର ଛାତ୍ର  ରିଙ୍କୁ ଗଣ୍ଡ  ବେକରେ ଗାମୁଛା ବାନ୍ଧି ଆମତ୍ହତ୍ୟା କରିଛନ୍ତି। ସେ ରାଇଘର ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଯୁକ୍ତ ୨ କଳାରେ ପଢୁଥିଲେ।  

ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର, ଫାର୍ମାସିଷ୍ଟ:   ୨ ଆହତଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଆଣିଲେ

ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର, ଫାର୍ମାସିଷ୍ଟ: ୨ ଆହତଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଆଣିଲେ

ମାଥିଲି,୨୪।୧(ସ୍ବ.ପ୍ର)- ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର ଓ ଫାର୍ମାସିଷ୍ଟ । ଦୁର୍ଘଟଣାରେ ୨ ଆହତଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଆଣିଥିଲେ । ପରବର୍ତ୍ତୀ ସମୟରେ ଦୁର୍ଘଟଣା ସ୍ଥଳରେ ପଡିଥିବା ୫୦ ହଜାର ଟଙ୍କା ଗୋଟାଇ ତାଙ୍କୁ ହସ୍ତାନ୍ତର କରିଥିଲେ । ଏପରି ଘଟଣା ଜିଲାରେ ଆଲୋଚନାର ବିଷୟ ହୋଇଛି।

ଅଗ୍ନିକାଣ୍ଡରେ ୧୫ ବଖରା ଘର ଜଳିଗଲା

ଅଗ୍ନିକାଣ୍ଡରେ ୧୫ ବଖରା ଘର ଜଳିଗଲା

ଗୁଣପୁର, ୨୪।୧(ଡି.ଏନ.ଏ): ରାୟଗଡା ଜିଲା ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ସୀନ୍ତାଳିଗୁଡ଼ା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ଗ୍ରାମର ୫ଟି ପରିବାରର ୧୫ବଖରା ଘର ପାଉଁଶ ହୋଇଯାଇଛି।

ମଣ୍ଡିରେ ପରିଚାଳନାଗତ ଅବ୍ୟବସ୍ଥା ନେଇ ୨ ଏମ.ଡି. ନିଲମ୍ବିତ

ମାଲକାନଗିରି/କେରୁକୋଣ୍ଡା/କାଲିମେଳା,୨୩ା୧(ଡି.ଏନ.ଏ.)- ମାଲକାନଗିରି ଜିଲା କାଲିମେଳା ଓ କୋରୁକୋଣ୍ଡା ଧାନ ମଣ୍ଡିରେ ପରିଚାଳନାଗତ ତ୍ରୁଟି ଯୋଗୁ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ସୁପାରଶକ୍ରମେ ୨ ଜଣ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ(ଏମଡି)ଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ କାଲିମେଳା ଲ୍ୟାମ୍ପସର ଏମଡି ଗୁରୁଚାନ୍ଦ ମଣ୍ଡଳ ଓ କୋରୁକୋଣ୍ଡା ଲ୍ୟାମ୍ପସ  ଏମଡି କାଳୁଚରଣ ପ୍ରଧାନ।