ସମ୍ପାଦକୀୟ |

ଅଗ୍ନିପରୀକ୍ଷା

ଅଗ୍ନିପରୀକ୍ଷା
ଡ. ଦୀନବନ୍ଧୁ ଦାଶ ମୋର ପାଳିପଡିବା ମାତ୍ରେ ଶ୍ରୋତାଙ୍କୁ ପ୍ରଶ୍ନ କଲି- ତା’ହେଲେ ମର୍ଯ୍ୟାଦା ପୁରୁଷୋତ୍ତମ ଶବ୍ଦଟିର ତାତ୍ପର୍ଯ୍ୟ? ଏଭଳି ଶବ୍ଦଟିଏ ତ ଆମ ସଂସ୍କୃତିରେ, ପୁରାଣ ପ୍ରବାହରେ ବହୁ ପ୍ରଚଳିତ। ତାହା ପୁଣି ଏକ ନିର୍ଦ୍ଦିଷ୍ଟ ଚରିତ୍ରର ଅଳଙ୍କରଣରେ, ସମ୍ମାନରେ। ସେ ହେଲେ ପ୍ରଭୁ ଶ୍ରୀରାମଚନ୍ଦ୍ର। ଆମେ ଯଦି ଜଣେ ତଥାକଥିତ ପଣ୍ଡିତ ପ୍ରବଚକଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ଶବ୍ଦପୁଞ୍ଜର ତାତ୍ପର୍ଯ୍ୟ କ’ଣ ପ୍ରଶ୍ନ କରିବା, ସେ ବେଦଠୁ ବ୍ୟାକରଣ, ପୁରାଣ ଗଳିରାସ୍ତା ଦେଇ ସ୍ପଷ୍ଟୀକରଣ ପ୍ରସ୍ତୁତ କରିବାକୁ ଆମର ଦୁଇଚାରିଟା ସା ବ୍ୟୟ କରିଦେବେ। ତେବେ ଆମର ସାଧାରଣ ଅବବୋଧରେ ଶବ୍ଦଟି ଜଣେ ମର୍ଯ୍ୟାଦା ସଚେତନ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ହିଁ ବୁଝାଏ ଏବଂ ସେ ବ୍ୟକ୍ତିତ୍ୱଟି ରାମାୟଣର ପ୍ରଭୁ ଶ୍ରୀରାମଚନ୍ଦ୍ର। ଅଥଚ ତାଙ୍କୁ ପୁରୁଷପ୍ରଧାନ ସମାଜର ଆଦି ଉଦାହରଣ ଭାବରେ କାଠଅଡାରେ ବି ଛିଡା କରାଯାଇପାରେ- ଏହା ହିଁ ଥିଲା ବିସ୍ମୟର କାରଣ। ଗଣତନ୍ତ୍ରରେ ନୟାନ୍ତ ମୋର ଭାରତବର୍ଷ, କ୍ଳାନ୍ତ, ବିଦୀର୍ଣ୍ଣ। ବାକ୍‌ ସ୍ବାଧୀନତା ଏହାର ମୁଖ୍ୟ ହେତୁ। ନାଗରିକର ଦାୟିତ୍ୱ, କର୍ତ୍ତବ୍ୟ କିନ୍ତୁ ବିଚାରକୁ ଆସେନା। ନିର୍ବିଚାରରେ ଆମେ ଆମର ସଂସ୍କୃତିକୁ ଖଣ୍ଡିଆଖାବରା କରିପାରୁ। ହିନ୍ଦୁ ଦେବଦେବୀଙ୍କୁ କଦର୍ଯ୍ୟ କରି ଦେଖାଇବା ଏବେକାର ଏକ ବିଳାସ। ପୁଣି ବେଳେବେଳେ ମନେହୁଏ, ଆମ ଦେଶର କିଛି ମହିଳା ଟିକେ ଅଧିକ ସ୍ବାଧୀନ। ସମାଜସେବୀ ଜଣେ ମହିଳାଙ୍କୁ ସେମାନଙ୍କର ସମସ୍ୟା ନେଇ ଯେକୌଣସି ପ୍ରଶ୍ନ ପଚାରନ୍ତୁ, ଉତ୍ତର ମିଳିବ- ଏସବୁ ପୁରୁଷପ୍ରଧାନ ସମାଜର ଦୁଷ୍ପରିଣାମ। ତେବେ ରାମଚନ୍ଦ୍ର ଏହାର ଆଦି ସୂତ୍ରଧର- ଏ କଥାଟି ହଜମ କରିବା କଷ୍ଟସାଧ୍ୟ। ରଜକୀର ଆକ୍ଷେପର ତର୍ଜମା ନ କରି ଅବିଚାରିତ ଭାବେ ପତ୍ନୀଙ୍କୁ ନିର୍ବାସିତ କରିବା ରଘୁନାଥଙ୍କର ନାରୀ ନିର୍ଯାତନାଜନିତ ଘୋର ଅପରାଧ। ପୁଣି ସତୀତ୍ୱର ଯାଞ୍ଚ ଲାଗି ତାଙ୍କୁ ଅଗ୍ନି ପରୀକ୍ଷାର ନିର୍ଦ୍ଦେଶ ଦେଇ ସେ କର୍ତ୍ତୃତ୍ୱର ସୀମା ଲଂଘନ କରିଛନ୍ତି। ପରିଣାମରେ ସୀତା ଦ୍ୱିଫାଳ ହୋଇଯିବା ଲାଗି ଧରିତ୍ରୀକୁ ପ୍ରାର୍ଥନା କରିଛନ୍ତି ଓ ତନ୍ମଧ୍ୟରେ ସେ ହଜିଯାଇଛନ୍ତି। ଆହୁରି ଯୁକ୍ତି ଆସିଲା- ସୀତା ପୃଥିବୀର ପ୍ରଥମ ସିଙ୍ଗଲ ପ୍ୟାରେଣ୍ଟ। ସନ୍ତାନ ଜନ୍ମ ଦେଇଛନ୍ତି, ସେମାନଙ୍କୁ ଯୋଦ୍ଧା କରି ଗଢି ତୋଳିଛନ୍ତି ଏବଂ ରାବଣ ଆଦି ବହୁ ଅସୁରଙ୍କୁ ବଧ କରିଥିବା ମହାପ୍ରତାପୀ ପିତାଙ୍କୁ ଚିତ୍‌ପଟାଙ୍ଗ କଲାଭଳି ସମର୍ଥ କରିଛନ୍ତି। ତେବେ, ଆମ୍ଭ ବିଚାରରେ ଏସବୁ ସିଙ୍ଗଲ ପ୍ୟାରେଣ୍ଟଙ୍କ ପ୍ୟାରେଣ୍ଟ ବାଲ୍ମୀକିଙ୍କ କୃତିତ୍ୱ। ବାଲ୍ମୀକି ସେମାନଙ୍କୁ ବି ସଙ୍ଗୀତ ବିଶାରଦ କରି ଗଢିତୋଳିଥିଲେ। ବାଲ୍ମୀକିଙ୍କଠାରୁ ଗଙ୍ଗାଧରଙ୍କ ପର୍ଯ୍ୟନ୍ତ ମନୀଷୀମାନେ ନିର୍ବାସିତା ସୀତାଙ୍କର ତପସ୍ୟାକୁ ପତିହିତସାଧିନୀ ତପସ୍ୟାର ମର୍ଯ୍ୟାଦା ଦେଇଥିଲେ ଏବଂ ବ୍ୟକ୍ତିଗତ ସ୍ବାର୍ଥଠାରୁ ରାଜାର ପ୍ରଜାନୁରଞ୍ଜନକୁ ଶ୍ରେୟ ପ୍ରଦାନ କରିଥିଲେ। ବହୁ ହଜାର ବର୍ଷ ତଳର ରାମରାଜ୍ୟର ଅଧୀଶ୍ୱରଙ୍କୁ ଏବେକାର ପାରିବାରିକ ହିଂସା ଆଇନର କାଠଅଡାକୁ ଟାଣିବା ଆମର ବାକ୍‌ସ୍ବାଧୀନତାର ଅବକ୍ଷୟର ଦୃଷ୍ଟାନ୍ତଟିଏ ଭଳି ମନେହେଲା। ଉଦଗ୍ର ଉତ୍ତେଜନାରେ ମୁଁ ପ୍ରଶ୍ନ କଲି- ରାମାୟଣରେ କିଏ କାହାର ଅଗ୍ନିପରୀକ୍ଷା ନେଇଛନ୍ତି? ପିତୃସତ୍ୟ ପାଳନ ଭଳି ତପସ୍ୟାର ଶୁଦ୍ଧତାରେ ବାଧା ସୃଷ୍ଟି କରିଛନ୍ତି ଜାନକୀ। ସ୍ବାମୀଙ୍କର ତାହା ସୁଖକର ବିଦେଶାଟନ କିମ୍ବା ବନଭୋଜି ଯାତ୍ରା ନ ଥିଲା। ବହୁ ହଜାର ବର୍ଷ ତଳର ଜଙ୍ଗଲର ଶ୍ୱାପଦସଙ୍କୁଳତା ସହଜେ ଅନୁମେୟ। ସତ୍ୟ ହେଲା- ଚଉଦବର୍ଷ ସ୍ବାମୀସୁଖରୁ ବଞ୍ଚିତ ହେବାର ଧୈର୍ଯ୍ୟ ତାଙ୍କଠାରେ ନ ଥିଲା। ପକ୍ଷାନ୍ତରେ ତାଙ୍କୁ ଘେରି ରହିଥିଲା ଏକ ପ୍ରଶସ୍ତ ଯୌଥ ପରିବାର। ଥିଲା ବୃଦ୍ଧ ଶ୍ୱଶୁର ଓ ଶାଶୁମାନଙ୍କର ଦାୟିତ୍ୱ। ଅଥଚ ପାତିବ୍ରତ୍ୟର ଦ୍ୱାହି ଦେଇ ବାସ୍ତବତା ଓ କର୍ତ୍ତବ୍ୟକୁ ଏଡାଇଗଲେ ସେ। ସ୍ବାମୀଙ୍କର ବାରଣ ତାଙ୍କର ଜିଦ୍‌ ନିକଟରେ ହାର୍‌ ମାନିଲା। ପ୍ରଶ୍ନ ବି କରାଯାଇପାରେ, ଯଦି ସେ ପାତିବ୍ରତ୍ୟର ପୂଜାରିଣୀ, ତେବେ ଲକ୍ଷ୍ମଣ ତାଙ୍କର ସହଯାତ୍ରୀ ହେବା ପରେ ଭଗ୍ନୀ ଊର୍ମିଳାଙ୍କର ପାତିବ୍ରତ୍ୟ ପ୍ରତି ସେ ଆଖି ବୁଜିଦେଲେ କେଉଁ ନ୍ୟାୟରେ! ପରିବାର ଗୋଟିଏ, ସଂସ୍କାର ଅଭିନ୍ନ। ଅଥଚ ଊର୍ମିଳା ଗୋଡ଼ କାଢିଲେନି ଏବଂ ମର୍ଯ୍ୟାଦାଚ୍ୟୁତି ଆଶଙ୍କାରେ ପତ୍ନୀଙ୍କୁ ଅଧିକ ବିରୋଧ କରିନାହାନ୍ତି ରାମଚନ୍ଦ୍ର। ଆରମ୍ଭ ହେଲା ଅଗ୍ନିପରୀକ୍ଷା। ପିତୃସତ୍ୟ ପାଳନ ପାଇଁ ବନକୁ ଯାଇଥିବା ଶ୍ରୀରାମଙ୍କୁ ଶ୍ୱାପଦ ଓ ରାକ୍ଷସସଙ୍କୁଳ ବନାନୀରେ ପତ୍ନୀର ସୁରକ୍ଷା ଦାୟିତ୍ୱ ବହନ କରିବାକୁ ହେଲା। ଉଭୟଙ୍କୁ ସୁରକ୍ଷା ଯୋଗାଇଲେ ବର୍ଷ ବର୍ଷ ଉନ୍ନିଦ୍ର ଲକ୍ଷ୍ମଣ। ମାୟାମୃଗ ମୋହାଚ୍ଛନ୍ନ ହେଲେ ସୀତା ଏବଂ ତାଙ୍କର ଝିଙ୍ଗାସରେ ମୃଗର ପଶ୍ଚାତ୍‌ଧାବନ କଲେ ରାମ। ଭ୍ରାତାଙ୍କ ଶୌର୍ଯ୍ୟରେ ଆସ୍ଥାବାନ ଲକ୍ଷ୍ମଣ ଭ୍ରାତୃପତ୍ନୀଙ୍କୁ କୁଟୀରରେ ଏକାକିନୀ ଛାଡିଦେଇ ତାଙ୍କର ସୁରକ୍ଷା ଲାଗି ବନକୁ ନ ଯିବାର ନିଷ୍ପତ୍ତିକୁ ବି ସୀତା ଲଂଘନ କରିଛନ୍ତି। ଗ୍ରାମ୍ୟଭାଷାରେ ଦେବରଙ୍କୁ ଆକ୍ଷେପ କରିଛନ୍ତି ଓ ଆମନ୍ତ୍ରଣ କରିଛନ୍ତି ଅବଶିଷ୍ଟ ଦୁର୍ଦ୍ଦଶା। ଅରଣ୍ୟରେ ଭିକ୍ଷୁକର ଉପସ୍ଥିତିର ବିନା ତର୍ଜମାରେ ଲକ୍ଷ୍ମଣରେଖା ଉଲ୍ଲଂଘନ ତାଙ୍କର ଚରମ ଔଦ୍ଧତ୍ୟ ଓ ଅବିମୃଶ୍ୟକାରିତା। ତଥାପି ରାମଚନ୍ଦ୍ର ସ୍ଥିର, ଅବିଚଳ। ସୈନ୍ୟବାହିନୀର ଅଭାବରେ ମର୍କଟ ଓ ଭଲ୍ଲୁକଙ୍କୁ ସଂଗଠିତ କରି ମହାସମୁଦ୍ରରେ ସେତୁ ନିର୍ମାଣ, ରାବଣ ସହ ସଂଗ୍ରାମ ଓ ବିଜୟ ଅନନ୍ୟା ପତ୍ନୀ ପ୍ରତି ତାଙ୍କର ଅତୁଟ ଶ୍ରଦ୍ଧାର ଅତୁଳନୀୟ ଦୃଷ୍ଟାନ୍ତ। ବନବାସ ପ୍ରସ୍ତୁତିକାଳରେ ମୁଣ୍ଡରେ ବାଜିଥିବା ଚାଳ ଦୀର୍ଘତମ ଚଉଦବର୍ଷ ବ୍ୟାପୀ ରାମଚନ୍ଦ୍ରଙ୍କୁ ମହାପରୀକ୍ଷାର ହୁତାଶନ ମଧ୍ୟକୁ ନିକ୍ଷିପ୍ତ କରିଛି। ତେଣୁ ଏହା ବି ଏକ ଅଗ୍ନିପରୀକ୍ଷା, ଯାହା ସୀତା ନେଇଥିଲେ ଶ୍ରୀରାମଚନ୍ଦ୍ରଙ୍କର। ତାଙ୍କର ପିତୃସତ୍ୟ ପାଳନ ବିତିଛି ପତ୍ନୀ-ହିତ-ସାଧନ ତପସ୍ୟାରେ। ବିବାହ କାଳରେ ପତ୍ନୀର ଦଶଦୋଷ କ୍ଷମାର ପ୍ରତିଶ୍ରୁତିଟିକୁ କସ୍ମିନ୍‌କାଳେ ଲଂଘନ କରିନାହାନ୍ତି ଶ୍ରୀରାମ। ସୀତାଙ୍କୁ ସଧୈର୍ଯ୍ୟ ନୀରବରେ ଶେଷ ପର୍ଯ୍ୟନ୍ତ ସହ୍ୟ କରିଛନ୍ତି। ଏଣୁ ସେ ମର୍ଯ୍ୟାଦା ପୁରୁଷୋତ୍ତମ। ରାଜାର ମର୍ଯ୍ୟାଦା ଏହାର ପରବର୍ତ୍ତୀ ପ୍ରସଙ୍ଗ। ମୁଁ ବିବେକକୁ କ୍ଷମାପ୍ରାର୍ଥନା କଲି, କାରଣ ଆମର ସଭ୍ୟତାରୁ ଯଦିଓ ସୀତା କ୍ରମଶଃ ଅପସରିଯାଉଛନ୍ତି, ଦେବାୟତନରେ ସେ ମାତୃକଳ୍ପା ଦେବୀ। ମାଣପୁର, କୋତିଆଁ, ଜଗତ୍‌ସିଂହପୁର, ମୋ:୯୪୩୭୨୨୪୧୨୮
All Right Reserved By

ସମ୍ପାଦକୀୟ |

ବିଶ୍ୱାସ ତୁଟିଲା

ବିଶ୍ୱାସ ତୁଟିଲା

ତଥାଗତ ସତପଥୀ

ଫ୍ରାନ୍ସରୁ ରାଫାଲ ଯୁଦ୍ଧ ବିମାନ କିଣାଯିବା ନେଇ ହୋଇଥିବା ଚୁକ୍ତିରେ କୌଣସି ଅନିୟମିତତା ହୋଇ ନାହିଁ ବୋଲି ସୁପ୍ରିମକୋର୍ଟ ଡିସେମ୍ବର ୧୪ରେ ରାୟ ଦେବା ପରେ ରାଜନୈତିକ କାଦୁଅ ଫିଙ୍ଗାଫୋପଡ଼ା ଆରମ୍ଭ ହୋଇଯାଇଛି। 

ଦୁଇଗୁଣା ଚାଷୀ ଆୟ ଓ କୃଷିବିବିଧତା

ଦୁଇଗୁଣା ଚାଷୀ ଆୟ ଓ କୃଷିବିବିଧତା

ଚିନ୍ମୟ ରଞ୍ଜନ କୁମାର

କୃଷି ଓ କୃଷକ ବିଭିନ୍ନ କାରଣ ପାଇଁ ଏବେ ଚାପଗ୍ରସ୍ତ। କୃଷି ମୁଖ୍ୟତଃ ବର୍ଦ୍ଧିତ ଜନସଂଖ୍ୟା, ସହରୀକରଣ, ସରକାରୀ ଅର୍ଥ ବିନିଯୋଗର ହ୍ରାସ, ନୀତି ନିର୍ଦ୍ଧାରଣ ଓ ପ୍ରଣୟନରେ ଅସମାନତା ଏବଂ ପ୍ରାକୃତିକ ସମ୍ପଦର ସ୍ଖଳନ ଭଳି ସମସ୍ୟା ଦ୍ୱାରା ପୀଡ଼ିତ।

ଆଦିବାସୀ ଇଲାକାରେ ଅତିଥି ଚର୍ଚ୍ଚା

ଆଦିବାସୀ ଇଲାକାରେ ଅତିଥି ଚର୍ଚ୍ଚା

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ

୧୯୭୨ ମସିହାର ଏକ ଘଟଣା। ମୁଁ ରାଉରକେଲାକୁ ବଦଳି ହୋଇ, ସେଠାରେ ଥିବା ଓଡ଼ିଶା-ମିଲିଟାରୀ ପୋଲିସ (ଓଏମ୍‌ପି)ର ତ୍ରିତାଲା ଫ୍ଲାଟ୍‌ର ଉପର ମହଲାର ଏକ ବାସଗୃହରେ ରହୁଥାଏ। 

ଏଇ ଭାରତରେ

ଏଇ ଭାରତରେ

ଆମ ଦେଶରେ ବିଭିନ୍ନ ଧର୍ମର ଲୋକ ବାସକରନ୍ତି। ବିଭିନ୍ନ ଧର୍ମବିଶ୍ୱାସୀ ଲୋକଙ୍କ ପ୍ରଥା ଓ ପରମ୍ପରା ମଧ୍ୟ ଭିନ୍ନ ଭିନ୍ନ। ସେଥିପାଇଁ ଆମ ଦେଶରେ ମନ୍ଦିର, ମସ୍‌ଜିଦ୍‌, ଗିର୍ଜା ଓ ଗୁରୁଦ୍ୱାର ଭଳି ବିଭିନ୍ନ ଉପାସନା ପୀଠ ଦେଖିବାକୁ ମିଳେ। ବିଭିନ୍ନ ଧର୍ମୀୟ ପୀଠରେ ଭିନ୍ନ ଭିନ୍ନ ପରମ୍ପରା ମଧ୍ୟ ଦୃଷ୍ଟିଗୋଚର ହୁଏ। ତାମିଲନାଡୁରେ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ଭକ୍ତ ଦେହରେ ଲଙ୍କାଗୁଣ୍ଡ ବୋଳିହୋଇ ନିଆଁରେ ଚାଲିଲେ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି।

ହାଇକମାଣ୍ଡ

ହାଇକମାଣ୍ଡ

ଆକାର ପଟେଲ

ଯେତେବେଳେ ମୋତେ ୧୮ ବର୍ଷ ହେଲା ଓ ଭୋଟ ଦେବାର ଅଧିକାର ପ୍ରାପ୍ତ ହେଲି, ସେତେବେଳେ ସୁରତରୁ ପାର୍ଲାମେଣ୍ଟ ସଦସ୍ୟ ଥିଲେ ଭାଜପାର କାଶୀରାମ ରାଣା।  ମୋତେ ୪୦ ବର୍ଷ ବୟସ ହେବା ପର୍ଯ୍ୟନ୍ତ ସେ ସୁରତର ଏମ୍‌ପି ଥିଲେ। ତୃଣମୂଳସ୍ତରରୁ ସେ ଜଣେ ଲୋକପ୍ରିୟ ନେତା ଥିଲେ, ଛଅଥର ଜିତିଥିଲେ ଏବଂ କେବେ ବି ହାରି ନ ଥିଲେ। ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟ୍‌ରେ ସେ ଜଣେ ମନ୍ତ୍ରୀ ମଧ୍ୟ ଥିଲେ। ବିନା କାରଣରେ ୨୦୦୮ରେ ତାଙ୍କୁ ଟିକେଟ୍‌ରୁ ବଞ୍ଚିତ କରାଗଲା ଏବଂ ତା’ର କିଛିବର୍ଷ ପରେ ତାଙ୍କର ମୃତ୍ୟୁ ଘଟିଲା। ତାଙ୍କ ବିଷୟରେ ଏଠାରେ ଉଲ୍ଲେଖ କରିବାର କାରଣ ଟିକିଏ ପରେ କହିବି। ..

ମଣିଷରୁ ଅମଣିଷ

ମଣିଷରୁ ଅମଣିଷ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

ନିଜର ସକଳ ସୃଷ୍ଟି ମଧ୍ୟରେ କେବଳ ମଣିଷ ଭିତରେ ଦିବ୍ୟ ଚେତନା ସଞ୍ଚାର କରି ସେ ଦିନ ସ୍ରଷ୍ଟା ବେଶ୍‌ ସନ୍ତୋଷ ପ୍ରକାଶ କରିଥିଲେ। ସେ ଦିନରୁ ଏ ଯାଏ ସମଗ୍ର ପ୍ରାଣିଜଗତ ମଧ୍ୟରେ ମଣିଷ ନିଜ ବୌଦ୍ଧିକ ବିକାଶ ତଥା ଚେତନାର ପରିପକ୍ୱ ପରିସ୍ଫୁଟନ ପାଇଁ ଶ୍ରେଷ୍ଠଜୀବ ଭାବେ ପରିଗଣିତ ହୋଇଆସୁଛି। ନିଜ ବୋଧଶକ୍ତି ମାଧ୍ୟମରେ ଅତୀତର ମଧୁର ସ୍ମୃତି ରୋମନ୍ଥନ କରି ରୋମାଞ୍ଚିତ ହେଉଛି ତ ଭବିଷ୍ୟତର ଅନାଗତ ଆଶଙ୍କାରେ ବି ଆତଙ୍କିତ ହେଉଛି। ଅଶ୍ରୁଳ ଅତୀତକୁ ମନେପକାଇ ନୀରବରେ ବାହୁନୁଛି ତ ଭବିଷ୍ୟତର ସୁନେଲି ସ୍ବପ୍ନ ଦେଖି ମୁଗ୍ଧବିଭୋର ଅନୁଭବରେ ଜଡସଡ ହେଉଛି। ପୁଣି କେତେବେଳେ ଦାନବ ସାଜି ଅନ୍ୟ ତୁଣ୍ଡରୁ ...

 ସାମ୍ବାଦିକରୁ ସାହିତି୍ୟକ

ସାମ୍ବାଦିକରୁ ସାହିତି୍ୟକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଭାରତୀୟ ଜ୍ଞାନପୀଠ ପକ୍ଷରୁ ପ୍ରତିବର୍ଷ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଆସୁଛି। ୧୯୬୧ ମସିହାଠାରୁ ଏହି ସମ୍ମାନ ପ୍ରଦାନ କରାଯାଇଆସୁଛି। ଚଳିତଥର ଇଂଲିଶ୍‌ ଭାଷାରେ ପ୍ରଥମ ଥର ପାଇଁ ଅମିତାଭ ଘୋଷଙ୍କ ନାମ ଘୋଷଣା ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଓ ସାହିତ୍ୟକୃତି ଚର୍ଚ୍ଚାକୁ ଆସିଛି। ..

ଏଇ ଭାରତରେ

ଏଇ ଭାରତରେ


ଆମ ଦେଶର ଅନେକ ଲୋକ ପ୍ରକୃତିକୁ ଦେବତା ଭାବି ପୂଜା କରିଥାଆନ୍ତି। ଲୋକଙ୍କ ଧର୍ମୀୟ ଭାବନା ଏତେ ଦୃଢ଼ ଯେ, ଏଠାରେ ପଥରକୁ ପୂଜା କଲେ ବି ସେ ଦେବତା ପାଲଟି ଯାଆନ୍ତି।  ତେବେ ମନୋବାଞ୍ଛା କେତେଦୂର ପୂରଣ ହୁଏ କେବଳ ସମ୍ପୃକ୍ତ ବ୍ୟକ୍ତି ହିଁ କହିପାରେ। ଗୋବରରେ ପ୍ରଭୁ ଗଣେଶଙ୍କ ପୂଜା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ଗୋବରରେ..

ଆର୍‌ବିଆଇ ଅଡ଼ୁଆ

ଆର୍‌ବିଆଇ ଅଡ଼ୁଆ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ନିକଟରେ ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ମାଡ଼ ଖାଇଯାଇଥିବା ମୋଦି ସରକାର ଉର୍ଜିତ ପଟେଲ ଯୁଗର ଅବସାନ ଘଟାଇବାକୁ ଉଚିତ ମଣିଛନ୍ତି। ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ପଦରୁ ଉର୍ଜିତ ଇସ୍ତଫା ଦେବାର ଦିନଟିଏ ନ ପୂରୁଣୁ ସରକାର ପୂର୍ବତନ ଅର୍ଥ ସଚିବ ଶକ୍ତିକାନ୍ତ ଦାସଙ୍କୁ ଆର୍‌ବିଆଇର ନୂତନ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ହଠାତ୍‌ ପଟେଲଙ୍କ ଇସ୍ତଫା ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଥିଲା, ଯଦିଚ କିଛିଦିନ ହେଲା ଆର୍‌ବିଆଇ ସହିତ ନର୍ଥ ବ୍ଲକ୍‌ର ମତପାର୍ଥକ୍ୟ ଓ ମୁହାଁମୁହିଁ ପରିସ୍ଥିତି ବିଷୟରେ ସମସ୍ତେ ଜାଣନ୍ତି। ପଟେଲ ତାଙ୍କ ଇସ୍ତଫା ବିଷୟରେ ସର୍ବସାଧାରଣରେ ଘୋଷଣା କରିବାର ଅବ୍ୟବହିତ ପୂର୍ବରୁ ହିଁ ସରକାର ଏ ବିଷୟରେ ଜାଣିଲେ। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରୁ ବିଶିଷ୍ଟ ଅର୍ଥନୀତିଜ୍ଞ ସୁରଜିତ୍‌ ଭାଲ୍ଲାଙ୍କ ବିଦାୟ ମଧ୍ୟ ସରକାରଙ୍କ ଅଡ଼ୁଆକୁ ବଢ଼ାଇଦେଇଛି। ...

ଇତିହାସର ସେଇ ବିରଳ ଅଧ୍ୟାୟ

ଇତିହାସର ସେଇ ବିରଳ ଅଧ୍ୟାୟ

ଶରତ ଚନ୍ଦ୍ର ମିଶ୍ର

ଭାରତକୁ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର ପରିଚାଳନା କରିବା ନିମନ୍ତେ ୧୯୪୭ ମସିହା ପ୍ରାରମ୍ଭରେ ବ୍ରିଟିଶ ସରକାର ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ନିଯୁକ୍ତ କଲେ। ଲଣ୍ଡନସ୍ଥିତ ଭାରତ ଅଫିସ ତାଙ୍କୁ ପରାମର୍ଶ ଦେଇଥିଲା ଯେ, ଚାରିଜଣ ମୁଖ୍ୟ ଭାରତୀୟଙ୍କୁ ସେ ସହମତ କରାଇପାରିଲେ, ଭାରତରେ ତାଙ୍କ ଲକ୍ଷ୍ୟରେ ସଫଳ ହେବେ। ଏହି ଚାରି ବିଶିଷ୍ଟ ଭାରତୀୟମାନେ ହେଲେ ମହାତ୍ମା...

ଦ୍ୱିତୀୟ ଚନ୍ଦ୍ରଯାନ ଅପେକ୍ଷାରେ

ଦ୍ୱିତୀୟ ଚନ୍ଦ୍ରଯାନ ଅପେକ୍ଷାରେ

କମଳାକାନ୍ତ ଜେନା

ଯେତେବେଳେ ଆକାଶର ରୁପାଜହ୍ନକୁ ଦେଖେଇ ମା’ କହେ- ‘ଆ ଜହ୍ନମାମୁ ସରଗଶଶୀ, ମୋ କାହ୍ନୁ ହାତରେ ପଡରେ ଖସି’ ସେତେବେଳେ ଶିଶୁଟି ଆକାଶକୁ ଅନେଇ ଜହ୍ନକୁ ଛୁଇଁବାର ସ୍ବପ୍ନ ଦେଖେ। ସେଇ ମୁହୂର୍ତ୍ତରୁ ଚନ୍ଦ୍ର ସହିତ ସମ୍ପର୍କ ସ୍ଥାପନ କରିବାର ପ୍ରୟାସ ଜାରିରହେ। କିଏ ଦେବତା ରୂପରେ ବନ୍ଦନା କରି ଚନ୍ଦ୍ରକୁ ନିଜର କରିବାକୁ ଉଦ୍ୟମ କରେ, କିଏ ପୁଣି ଏହି ଖଗୋଳୀୟ ପିଣ୍ଡକୁ ଉପଗ୍ରହର ମାନ୍ୟତା ଦେଇ ତା’ ନିକଟରେ ପହଞ୍ଚିବା ପାଇଁ ମହାକାଶଯାନ ନିର୍ମାଣ କରେ। ଚନ୍ଦ୍ରକୁ ଛୁଇଁବାରେ ପ୍ରଥମ ସଫଳ ମଣିଷ...

ଏଇ ଭାରତରେ

ଏଇ ଭାରତରେ

ଆମ ସମାଜରେ କିଛି କୁସଂସ୍କାର ତଥା ଅନ୍ଧବିଶ୍ୱାସ ଭରି ରହିଛି। ପ୍ରାଚୀନ ପରମ୍ପରାକୁ ମାନି ଚଳିଲେ ବିପଦରୁ ରକ୍ଷା ମିଳେ ବା ଗ୍ରହ ଶାନ୍ତି ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ଏମିତି ଏକ ପରମ୍ପରା ମଧ୍ୟରୁ ଗୋଟିଏ ହେଉଛି କୁକୁରକୁ ବିବାହ କରିବାର ପଦ୍ଧତି। ...