ବାଣିଜ୍ୟ |

୫ ଟ୍ରିଲିୟନ ଡଲାରରେ ପହଞ୍ଚିବ ଭାରତୀୟ ଅର୍ଥନୀତି

୫ ଟ୍ରିଲିୟନ ଡଲାରରେ ପହଞ୍ଚିବ ଭାରତୀୟ ଅର୍ଥନୀତି

ନୂଆଦିଲ୍ଲୀ,୧-୧୨(ପି.ଟି.)- ଘରୋଇ ବଜାରର ଅର୍ଥନୀତି ଆସନ୍ତା ୭ ବର୍ଷ ବେଳକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚିବ। ଏହା ୨୦୩୦ ବେଳକୁ ୧୦ ଟ୍ରିଲିୟନରେ ପହଞ୍ଚିବା ସହ ଚଳିତ ଶତାଦ୍ଦୀର ମଧ୍ୟଭାଗ ବେଳକୁ ଚାଇନାର ସମକକ୍ଷ ହୋଇ ପାରିବ। ହିନ୍ଦୁସ୍ଥାନ ଲିଡରଶିପ ସମିଟ ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏହା କହିଛନ୍ତି। ଭାରତ ୫୦୦ ବିଲିୟନ୍‌ ଡଲାରରେ ପହଞ୍ଚିବ ବୋଲି ୨୦୦୪ରେ ମୁକେଶ ପୂର୍ବାନୁମାନ କରିଥିଲେ। ଏହା ସହ ୨୦ ବର୍ଷରେ ଭାରତ ୫ଟ୍ରିଲିୟନ ଡଲାର ବିଶିଷ୍ଟ ଅର୍ଥନୀତି ହେବ ବୋଲି କହିଥିଲେ। ସେଦିନର ପୂର୍ବାନୁମାନ ଠିକ୍‌ ରହିଥିବା ବେଳେ ଭାରତ ଏହି ଲକ୍ଷ୍ୟକୁ ୨୦୨୪ ପୂର୍ବରୁ ହାସଲ କରିବାକୁ ସକ୍ଷମ ହେବ ବୋଲି ସେ କହିଛନ୍ତି। ଆଗାମୀ ୧୦ ବର୍ଷରେ ଅର୍ଥନୀତି ୩ ଗୁଣା ବୃଦ୍ଧି ଘଟି ୭ ଟ୍ରିଲିୟନ ଡଲାର ହେବା ସହ ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତିରେ ରୂପାନ୍ତରିତ ହେବ ବୋଲି ଅମ୍ବାନୀ କହିଛନ୍ତି।
୨୦୩୦ ବେଳକୁ ଘରୋଇ ବଜାର ୧୦ ଟ୍ରିଲିୟନ ଡଲାର ବିଶିଷ୍ଟ ଅର୍ଥନୀତିରେ ରୂପାନ୍ତରିତ ହେବାକୁ ସକ୍ଷମ ହେବ। ଅପର ପକ୍ଷରେ ଚାଇନା ଓ ଆମେରିକାକୁ ଟପି ଭାରତ ବିଶ୍ୱର ସବୁଠାରୁ ପ୍ରାଚୁର୍ଯ୍ୟପୂର୍ଣ୍ଣ ଅର୍ଥନୀତି ହୋଇପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏକ ବିଂଶ ଶତାଦ୍ଦୀରେ ଭାରତ ଚାଇନାଠାରୁ ଅଧିକ ଶକ୍ତିଶାଳୀ ହୋଇ ପାରିବ। ଏହା ସହ ବିଶ୍ୱର ଏକ ପ୍ରମୁ୍‌ଖ ରାଷ୍ଟ୍ର ହେବାରେ ସକ୍ଷମ ହେବ। ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ଏକ ଉନ୍ନତ ମଡେଲ ଫଳରେ ଭାରତ ଅଭିବୃଦ୍ଧି ଦିଗରେ ଅଗ୍ରସର ହେବ। ଏଠାରେ ଗଣତନ୍ତ୍ର, ଉତ୍ତମ ଶାସନ ବ୍ୟବସ୍ଥା ତଥା ବିଭିନ୍ନ ସଂସ୍କୃତିର ଲୋକମାନେ ବସବାସ କରୁଥିବେ ବୋଲି ସେ କହିଛନ୍ତି। ଅପର ପକ୍ଷରେ ତୃତୀୟ ଶିଳ୍ପ ବିପ୍ଳବ ଆଇଟି ତଥା ଇଲେକଟ୍ରୋନିକ୍ସ ଭିତ୍ତିକ ହେବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଥମ ଓ ଦ୍ୱିତୀୟ ଶିଳ୍ପ ବିପ୍ଳବରେ ଭାରତ ବିଶେଷ ଭାବେ ଅବଦାନ ରଖି ନ ଥିଲା। ମାତ୍ର ବର୍ତ୍ତମାନ ଟେକ୍ନୋଲୋଜି ଦ୍ୱାରା ବିଶେଷ ଭାବେ ଅବଦାନ ରଖି ପାରିବ ବୋଲି ଅମ୍ବାନୀ ଗୁରୁତ୍ୱାରୋପ କରିଛନ୍ତି।

All Right Reserved By

ବାଣିଜ୍ୟ |

ଗୋ ଏୟାରର ସ୍ବତନ୍ତ୍ର ସେଲ୍‌

ଗୋ ଏୟାରର ସ୍ବତନ୍ତ୍ର ସେଲ୍‌

ନୂଆଦିଲ୍ଲୀ, ୨୧-୭: ପ୍ରମୁଖ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଗୋ ଏୟାର ପକ୍ଷରୁ ସ୍ବତନ୍ତ୍ର ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ସେଲ ତିନି ଦିନ ଚାଲିବ। ଉକ୍ତ ଅଫର ଦ୍ୱାରା କମ୍ପାନୀ ୧୦୪୫ ଟଙ୍କାରୁ ବିମାନ ସେବା ପ୍ରଦାନ ପ୍ରଦାନ କରୁଛି।

ହଂକଂ ଶାଖା ବନ୍ଦ କରିବ ଆଲ୍ଲାହାବାଦ ବ୍ୟାଙ୍କ

ହଂକଂ ଶାଖା ବନ୍ଦ କରିବ ଆଲ୍ଲାହାବାଦ ବ୍ୟାଙ୍କ

ନୂଆଦିଲ୍ଲୀ, ୨୧-୭: ବିଦେଶରେ ଥିବା ଶାଖାଗୁଡିର ହ୍ରାସ ପଦକ୍ଷେପ ଅନ୍ତର୍ଗତ ଆଲ୍ଲାହାବାଦ ବ୍ୟାଙ୍କ ଏହାର ହଂକଂ ସ୍ଥିତ ଶାଖାକୁ ବନ୍ଦ କରିବା ନେଇ ପ୍ରସ୍ତାବ ରଖିଛି।

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପ୍ରଥମ ତ୍ରୈମାସ ଲାଭରେ ୧୮.୨% ବୃଦ୍ଧି

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପ୍ରଥମ ତ୍ରୈମାସ ଲାଭରେ ୧୮.୨% ବୃଦ୍ଧି

ନୂଆଦିଲ୍ଲୀ, ୨୧-୭: ଘରୋଇ କ୍ଷେତ୍ର ବ୍ୟାଙ୍କ ଏଚ୍‌ଡିଏଫ୍‌ସି ପକ୍ଷରୁ ଏହାର ପ୍ରଥମ ତ୍ରୈମାସ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବ୍ୟାଙ୍କ ଏହି ସମୟରେ ୧୮.୨% ଲାଭ ଅଭିବୃଦ୍ଧି ହାସଲ କରିପାରିଛି। ଜୁନ ଶେଷ ସୁଦ୍ଧା ନେଟ୍‌ ଲାଭ ୪,୬୦୧.୪୪ କୋଟି ଟଙ୍କା ରହିଥିବା ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି।

ରାହୁଲଙ୍କ ଉପରେ ବର୍ଷିଲେ ଜେଟଲୀ; କହିଲେ ପେଟ୍ରୋଲ, ଡିଜେଲକୁ ଜିଏସ୍‌ଟି ବାହାରେ ରଖିଛି ୟୁପିଏ

ରାହୁଲଙ୍କ ଉପରେ ବର୍ଷିଲେ ଜେଟଲୀ; କହିଲେ ପେଟ୍ରୋଲ, ଡିଜେଲକୁ ଜିଏସ୍‌ଟି ବାହାରେ ରଖିଛି ୟୁପିଏ

ନୂଆଦିଲ୍ଲୀ, ୨୧-୭: କେନ୍ଦ୍ରରେ ଶାସନାଧିନ ଏନ୍‌ଡିଏ ସରକାର ପେଟ୍ରୋଲିୟମ ସାମଗ୍ରୀକୁ ଜିଏସ୍‌ଟି ପରିସରକୁ ଆଣିବାକୁ ସକ୍ଷମ ହୋଇ ନ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସଂସଦରେ ଅଭିଯୋଗ ଆଣିବା ପରେ ତାଙ୍କ ଉପରେ ବର୍ଷିଛନ୍ତି ଅରୁଣ ଜେଟଲୀ ।

୨୮ ତମ ଜିଏସ୍‌ଟି ପରିଷଦ ବୈଠକ ଆରମ୍ଭ

୨୮ ତମ ଜିଏସ୍‌ଟି ପରିଷଦ ବୈଠକ ଆରମ୍ଭ

ନୂଆଦିଲ୍ଲୀ, ୨୧-୭(ପି.ଟି): ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦର ୨୮ତମ ବୈଠକ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଜିଏସ୍‌ଟି ଆଇନରେ ରହିଥିବା ବିଭିନ୍ନ ଅସୁବିଧା ଦୂରୀକରଣ ଲାଗି ସଂଶୋଧନ ବ୍ୟବସ୍ଥା, ଜିଏସ୍‌ଟି ରିଟର୍ନ ସରଳୀକରଣ ଏବଂ ଜିଏସ୍‌ଟି ଆପିଲେଟ୍‌ ଟ୍ରିବ୍ୟୁନାଲ ଗଠନ ନେଇ ବୈଠକରେ ଆଲୋଚନା ହେବ ବୋଲି ଜଣାଯାଇଛି। କେନ୍ଦ୍ର ଜିଏସ୍‌ଟି, ରାଜ୍ୟ ଜିଏସ୍‌ଟି, ସମନ୍ବିତ ଜିଏସ୍‌ଟି ଓ ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ଆଇନରେ ପ୍ରାୟ ୪୬ ସଂଶୋଧନ ନେଇ ଏଠାରେ ଆଲୋଚନା ହେବ।

ସମସ୍ତଙ୍କୁ ଲାଭ ଦେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ : ଆକାଶ ଅମ୍ବାନୀ

ସମସ୍ତଙ୍କୁ ଲାଭ ଦେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ : ଆକାଶ ଅମ୍ବାନୀ

ବାଙ୍ଗାଲୋର,୨୧-୭: ଗତ ୧୦୦ ବର୍ଷ ଧରି ମାନବ ସଭ୍ୟତା ଯାହା ହାସଲ କରି ପାରିଛି ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଏହା ଠାରୁ ଅଧିକ କିଛି ହାସଲ କରିବାକୁ ସକ୍ଷମ ହେବ। ବର୍ତ୍ତମାନର ସୁପର ଇଣ୍ଟେଲିଜେନ୍ସ ଯୁଗରେ ଏହା ହେବା ବେଶି ବଡ କଥା ନୁହେଁ।

ସିକ୍ରେଟ୍‌ ଟେମ୍ପଟେଶନର ନୂତନ ଡିଓଡ୍ରାଣ୍ଟ ପୋର୍ଟଫୋଲିଓ

ସିକ୍ରେଟ୍‌ ଟେମ୍ପଟେଶନର ନୂତନ ଡିଓଡ୍ରାଣ୍ଟ ପୋର୍ଟଫୋଲିଓ

ଭୁବନେଶ୍ୱର,୨୧-୭(ବ୍ୟୁରୋ): ପ୍ରମୁଖ ପର୍‌ଫ୍ୟୁମ ବ୍ରାଣ୍ଡ ମ୍ୟାକେନ୍‌ରୋ ପକ୍ଷରୁ ଏହାର ନୂତନ ବ୍ରାଣ୍ଡ ବଜାରକୁ ଆସିଛି। କମ୍ପାନୀ ସିକ୍ରେଟ୍‌ ଟେମ୍ପ୍‌ଟେସନର ଡିଓଡ୍ରାଣ୍ଟ ପୋର୍ଟଫୋଲିଓ ଅଫ୍‌ ରୋମାନ୍ସରେ, ମିଷ୍ଟ୍ରି, ଆଫାୟାର, ପ୍ଲେ ଓ ପ୍ୟାସନକୁ ସ୍ଥାନୀୟ ଏକ ହୋଟେଲରେ ଉନ୍ମୋଚନ କରିଛି।

ହ୍ରାସ ହେବ ପେଟ୍ରୋଲ, ଡିଜେଲ ଦର

ହ୍ରାସ ହେବ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୨୧-୭: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଲୋକଙ୍କୁ ଚିନ୍ତା ବଢାଉଥିବା ବେଳେ ଗତ ଦୁଇ ଦିନ ହେବ ଦର ବୃଦ୍ଧିରେ ବିରତି ଘଟିଛି। ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଘଟିବ ବୋଲି ଜଣାଯାଇଛି। ଗତ ୯ ଦିନ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭ ଡଲାର ହ୍ରାସ ହୋଇଥିବା ଜଣାଯାଇଛି।

ନେଟ୍‌ ନ୍ୟୁଟ୍ରାଲିଟି ନିୟମ ଆଣିବେ ସରକାର

ନେଟ୍‌ ନ୍ୟୁଟ୍ରାଲିଟି ନିୟମ ଆଣିବେ ସରକାର

ନୂଆଦିଲ୍ଲୀ,୨୧-୭: ଦେଶରେ ନେଟ୍‌ ନ୍ୟୁଟ୍ରାଲିଟିକୁ ଲାଗୁ କରାଇବା ଲାଗି ସରକାର ନିୟମ ଆଣିବେ। ଏଥି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଉକ୍ତ ନିୟମ ଲାଗୁ ହେଲେ ଇଣ୍ଟରନେଟ ମୁକ୍ତ ତଥା ଅବାଧ ହେବ ବୋଲି ଜଣାଯାଇଛି। ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥାଗୁଡିକ ଇଣ୍ଟରନେଟ କଣ୍ଟେଣ୍ଟ, ସେବା କ୍ଷେତ୍ରରେ ବ୍ଲକିଂ ଭଳି ବେଆଇନ କାର୍ଯ୍ୟ କରି ପାରିବେ ନାହିଁ।

ବିଓବିର ୧୧୧ ତମ ପ୍ରତିଷ୍ଠା ଦିବସ ପାଳନ

ବିଓବିର ୧୧୧ ତମ ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ୱର,୨୧-୭: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ବ୍ୟାଙ୍କର ୧୧୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ବାସ୍ଥ୍ୟ ପରିକ୍ଷା ଏବଂ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ବ୍ୟାଙ୍କର ପ୍ରତିଷ୍ଠାତା ସୟାଜୀ ରାଓ ଗାଏକଓ୍ବାର୍ଡ(ତୃତୀୟ)ଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇଥିଲା।

ଫ୍ଲେକ୍ସି ଫେୟାର ପ୍ରଭାବ:ଯାତ୍ରୀ ହରାଉଛି ଭାରତୀୟ ରେଳ

ଫ୍ଲେକ୍ସି ଫେୟାର ପ୍ରଭାବ:ଯାତ୍ରୀ ହରାଉଛି ଭାରତୀୟ ରେଳ

ନୂଆଦିଲ୍ଲୀ,୨୧-୭(ପି.ଟି.): ଯାତ୍ରୀମାନେ ବାଧ୍ୟ ବାଧକତାରେ ଟ୍ରେନ୍‌ ଅପେକ୍ଷା ଏରୋପ୍ଲେନ୍‌ରେ ଯାତ୍ରା କରିବା ପାଇଁ ପସନ୍ଦ କରୁଛନ୍ତି। କେତେକ ରୁଟ୍‌ରେ ପ୍ରିମିୟମ ଟ୍ରେନ୍‌ଗୁଡ଼ିକରେ ଯେତେ ଭଡ଼ା ଲାଗୁଛି ଉକ୍ତ ସ୍ଥାନକୁ ବିମାନରେ ଯାତ୍ରା କଲେ ଭଡ଼ା କମ୍‌ ପଡ଼ୁଛି। କେନ୍ଦ୍ର ସରକାର ଶତାବ୍ଦୀ, ଦୂରନ୍ତୋ ଏବଂ ରାଜଧାନୀ ଭଳି ପ୍ରିମିୟମ ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡିକରେ ଫ୍ଲେକ୍ସି ଫେୟାର ସିଷ୍ଟମ ଲାଗୁ କରିବା ଫଳରେ ଏଭଳି ଘଟିଛି। ପରିଣାମ ସ୍ବରୂପ ଦେଶର ଏହି ଜାତୀୟ ପରିବହନ ବ୍ୟବସ୍ଥାରୁ ଯାତ୍ରୀମାନେ ମୁହଁ ଫେରାଉଛନ୍ତି ଏବଂ ବିମାନ ଆଡକୁ ମୁହଁାଇବା ପାଇଁ ବାଧ୍ୟ ହେଉଛନ୍ତି। ଦେଶର ମହାସମୀକ୍ଷାକାର ବା କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ ଅଫ୍‌ ଇଣ୍ଡିଆ(ସିଏଜି) ଏକ ରିପୋର୍ଟରେ ଏଭଳି ସମୀକ୍ଷା କରିଛନ୍ତି।

ରାଜଧାନୀରେ ଖୋଲିଲା ଟର୍ଟଲର ୨ ଏକ୍ସକ୍ଲୁସିଭ୍‌ ଷ୍ଟୋର୍‌

ରାଜଧାନୀରେ ଖୋଲିଲା ଟର୍ଟଲର ୨ ଏକ୍ସକ୍ଲୁସିଭ୍‌ ଷ୍ଟୋର୍‌

ଭୁବନେଶ୍ୱର, ୨୧-୭(ବ୍ୟୁରୋ):ଦେଶର ପ୍ରମୁଖ ପୁରୁଷ ପରିଧାନ ବ୍ରାଣ୍ଡ୍‌ ଟର୍ଟଲ୍‌ ଲିମିଟେଡ୍‌ ଶୁକ୍ରବାର ଭୁବନେଶ୍ୱରରେ ଏହାର ଆଉ ଦୁଇଟି ନୂତନ ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌ ଉଦ୍‌ଘାଟନ କରିଛି। ଗୋଟିଏ ଜନପଥ ଏବଂ ଅନ୍ୟଟି ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ମହଲ ଠାରେ ଖୋଲିଥିବାବେଳେ ବର୍ତ୍ତମାନ ଓଡିଶାରେ କମ୍ପାନୀର ମୋଟ ଶୋ’ରୁମ୍‌ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ସେହିପରି ଭୁବନେଶ୍ୱରରେ ଶୋ’ରୁମ୍‌ ସଂଖ୍ୟା ୭ରେ ପହଞ୍ଚିଛି ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ