Dharitri News
ବାଣିଜ୍ୟ |

ଓଡ଼ିଶା ବଜାରରେ ଟୁନ୍‌ଓ୍ବାଲର ଇ-ବାଇକ୍‌

ଓଡ଼ିଶା ବଜାରରେ ଟୁନ୍‌ଓ୍ବାଲର ଇ-ବାଇକ୍‌ ଭୁବନେଶ୍ୱର,୧-୧୨(ବ୍ୟୁରୋ)- ପ୍ରମୁଖ ଇ-ଯାନ ନିର୍ମାତା ଟୁନ୍‌ଓ୍ବାଲ ଏହାର ମଡେଲଗୁଡିକୁ ଓଡିଶା ବଜାରରେ ପ୍ରବେଶ କରାଇଛି। ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ କମ୍ପାନୀର ନିର୍ଦ୍ଦେଶକ ଅମିତ ଟୁନ୍‌ଓ୍ବାଲ ମଡେଲଗୁଡିକୁ ଉନ୍ମୋଚନ କରିଥିଲେ। ଏହି ମଡେଲ ଦ୍ୱାରା ଗ୍ରାହକମାନେ ଷ୍ଟାଇଲ ସହ ସଞ୍ଚୟ କରିପାରିବେ ବୋଲି ଏହି ପରିପ୍ରେକ୍ଷୀରେ ଟୁନ୍‌ଓ୍ବାଲ ସୂଚନା ଦେଇଛନ୍ତି। ମହିଳାଙ୍କ ଲାଗି ଷ୍ଟର୍ମ ଜେଡ୍‌ ଏକ୍ସ, ସ୍ପୋର୍ଟ ୬୩ ଓ ମୋପେଡ୍‌ ଶୃଙ୍ଖଳାରେ ଇଲେକଟ୍ରିକା ୪୮ ଭଳି ବିଭିନ୍ନ ମଡେଲ ବଜାରକୁ ଆସିଛି। ସେହିଭଳି ମୋପେଡ୍‌ ବର୍ଗରେ ମଡେଲ ଦ୍ୱାରା ଗ୍ରାହକମାନେ ୨୦୦ କିଲୋର ପରିବହନ କ୍ଷମତା ଓ ୮୦-୧୫୦ କିମି ମାଇଲେଜ୍‌ ଲାଭ କରିବାକୁ ସକ୍ଷମ ହେବେ। କମ୍ପାନୀ ଆଗାମୀ ୨ ମାସ ମଧ୍ୟରେ ଟୁନ୍‌ଓ୍ବାଲ ଫେରା ନାମରେ ଏକ ବାଇକ୍‌ ଓ ଲିଥିନୋ ନାମରେ ଏକ ସ୍କୁଟି ବଜାରକୁ ଆଣିବ। ଓଡିଶାରେ ୧୫ଟି ଡିଲରଶିପରେ ଏହି ମଡେଲଗୁଡିକ ଉପଲବ୍ଧ ହେବ ବୋଲି ଜଣାଯାଇଛି। ମଡେଲଗୁଡିକ ସହଜରେ ରିଚାର୍ଜ ହୋଇ ପାରୁଥିବା ବେଳେ ଉନ୍ନତ ବ୍ୟାଟେରି କ୍ଷମତା ଓ ମାଇଲେଜ୍‌ ପ୍ରଦାନ କରିବ। ସେହିଭଳି ମଡେଲଗୁଡିକରେ ଉନ୍ନତ ଫ୍ରେମ୍‌, ସସପେନସନ୍‌, ବ୍ରେକିଂ ସିଷ୍ଟମ ଏଲ୍‌ଇଡି ହେଡ୍‌ ଲାଇଟ୍‌, ୩ ସ୍ପିଡ୍‌ କଣ୍ଟ୍ରୋଲ ଭଳି ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧା ଉପଲବ୍ଧ। କାର୍ଯ୍ୟକ୍ରମ ଅବସରରେ ରାହୁଲ ଅଟୋ କେୟାରର ସିଇଓ ବି. ବି. ଷଡଙ୍ଗୀ, ଏଏସ୍‌ଏମ୍‌ ସନ୍ତୋଷ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ।

ବାଣିଜ୍ୟ |

ବଢ଼ୁଛି ଆୟ ତାରତମ୍ୟ ହାର

ବଢ଼ୁଛି ଆୟ ତାରତମ୍ୟ ହାର

ଡାଭୋସ୍‌,୨୨-୧(ପି.ଟି.) ଦେଶର ସାମଗ୍ରିକ ଉନ୍ନତି ପାଇଁ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ବିଭିନ୍ନ ସମୟରେ କହି ଆସୁଛନ୍ତି। ପ୍ରତ୍ୟେକ ନାଗରିକଙ୍କ ଆର୍ଥିକ ବିକାଶ ଘଟୁଛି ଏବଂ ଧନୀ, ଦରିଦ୍ର ସମସ୍ତେ ଅଭିବୃଦ୍ଧିର ସ୍ରୋତରେ ଆଗକୁ ବଢ଼ୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର କହୁଛନ୍ତି। କିନ୍ତୁ ଦୁଇଟି ରିପୋର୍ଟକୁ ଦୃଷ୍ଟି ଦେଲେ ଭାରତକୁ ନେଇ ସେ ପ୍ରଦାନ କରିଥିବା ଗୋଲାପୀ ଚିତ୍ର ଉପରେ ସନ୍ଦେହ ସୃଷ୍ଟି ହୋଇଛି।

ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ ଭାରତ

ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ ଭାରତ

ନୂଆଦିଲ୍ଲୀ,୨୧-୧ ୨୦୧୮ରେ ଭାରତ ଚାଇନାକୁ ଟପି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ। ଘରୋଇ ବଜାରର ପୁଞ୍ଜି ବଜାର ବିଶ୍ୱର ପଞ୍ଚମ ବୃହତ୍ତ ବଜାର ହେବ ବୋଲି ସାଙ୍କଟମ୍‌ ଓ୍ବେଲଥ୍‌ ମ୍ୟାନେଜମେଣ୍ଟ ରିପୋର୍ଟରେ ଏହା ପ୍ରକାଶ ପାଇଛି। ସେହିଭଳି ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ଅର୍ଥନୀତିଗୁଡିକରେ ଅଭିବୃଦ୍ଧି ଧାରା ଏତେଟା ଉନ୍ନତ ହେବ ନାହିଁ। ମାତ୍ର ଭାରତ ଏକ ସଂସ୍କାରମୂଳକ ଅର୍ଥନୀତି ହେବା ସହ ଅଭିବୃଦ୍ଧି ଧାରା ବଜାୟ ରହିବ ବୋଲି ସାଙ୍କଟମ୍‌ ଏହାର ରିପୋର୍ଟରେ ପ୍ରକାଶ କରିଛି।

ଏନ୍‌ପିଏ ସମ୍ପତ୍ତି ବିକ୍ରି ଲାଗି ଅନ୍‌ଲାଇନ ବ୍ୟବସ୍ଥା ଆସୁ: ଆଚାର୍ଯ୍ୟ

ଏନ୍‌ପିଏ ସମ୍ପତ୍ତି ବିକ୍ରି ଲାଗି ଅନ୍‌ଲାଇନ ବ୍ୟବସ୍ଥା ଆସୁ: ଆଚାର୍ଯ୍ୟ

ନୂଆଦିଲ୍ଲୀ,୨୧-୧ ଘରୋଇ ବଜାରରେ ଏନ୍‌ପିଏ ଯୋଗୁ ବର୍ତ୍ତମାନ ବ୍ୟାଙ୍କଗୁଡିକ ବିଭିନ୍ନ ଅସୁବିଧା ଦେଇ ଗତିକରୁଛନ୍ତି। ଏନ୍‌ପିଏ ସମ୍ପତ୍ତିଗୁଡିକର ବିକ୍ରି ଲାଗି ଘରୋଇ ବଜାରରେ ଆମେରିକା ଭଳି ଅନ୍‌ଲାଇନ ଟ୍ରେଡିଂ ପ୍ଲାଟଫର୍ମ ଆସିବା ଉଚିତ୍‌। ଏହା ଆସିଲେ ଏନ୍‌ପିଏ ସମ୍ପତ୍ତି ବିକ୍ରି ପ୍ରକ୍ରିୟା ସହଜ ହେବା ସହ ଉନ୍ନତ ମୂଲ୍ୟ ଦ୍ୱାରା ପୁଞ୍ଜି ସଂଗ୍ରହ ହୋଇପାରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଡେପୁଟି ଗଭର୍ନର ଭିରାଲ ଆଚାର୍ଯ୍ୟ ଗୁରୁତ୍ୱାରୋପ କରିଛନ୍ତି।

ହ୍ରାସ ହୋଇପାରେ ଟିକସ ସ୍ଲାବ

ହ୍ରାସ ହୋଇପାରେ ଟିକସ ସ୍ଲାବ

ନୂଆଦିଲ୍ଲୀ,୨୧-୧ ଆଗାମୀ ବଜେଟରେ ସରକାର ଟିକସ ସ୍ଲାବକୁ ହ୍ରାସ କରି ପାରନ୍ତି। ଏହା ହେଲେ ଲୋକଙ୍କ ଉପରେ ଟିକସ ବୋଝ ସାମାନ୍ୟ ହ୍ରାସ ହେବ ବୋଲି ଟିକସ କନସଲଣ୍ଟାଣ୍ଟ ଇଓ୍ବାଇ ପକ୍ଷରୁ ହୋଇଥିବା ଏକ ପ୍ରାକ୍‌ ବଜେଟ ସର୍ଭେରେ ଏହା ପ୍ରକାଶ ପାଇଛି।

ମାରୁତି ଆଣିବ ୪ ନୂଆ ମଡେଲ

ମାରୁତି ଆଣିବ ୪ ନୂଆ ମଡେଲ

ନୂଆଦିଲ୍ଲୀ,୨୧-୧ ପ୍ରମୁଖ ୪ ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଆଗାମୀ ୧୨-୧୮ ମାସ ମଧ୍ୟରେ ୪ ନୂଆ ମଡେଲ ଆଣିବ। ଆଗାମୀ ଦିନରେ ଘରୋଇ ବଜାରରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଧାରାକୁ ବଜାୟ ରଖିବାକୁ ଏହି ଭଳି ପଦକ୍ଷେପ ନିଆଯାଉଥିବା କମ୍ପାନୀ ପ୍ରକାଶ କରିଛି।

ତ୍ୱରିତ ହେବ କମ୍ପାନୀ ପଞ୍ଜୀକରଣ ଧାରା

ତ୍ୱରିତ ହେବ କମ୍ପାନୀ ପଞ୍ଜୀକରଣ ଧାରା

ନୂଆଦିଲ୍ଲୀ,୨୧-୧ କମ୍ପାନୀ ପଞ୍ଜୀକରଣ ଧାରାକୁ ତ୍ୱରାନ୍ବିତ କରିବାକୁ ସରକାର ଯୋଜନା କରୁଛନ୍ତି। ନୂତନ କମ୍ପାନୀଙ୍କ ପଞ୍ଜିକରଣ ଧାରାରେ କିଛିଟା ପରିବର୍ତ୍ତନ କରିବାକୁ ଯୋଜନା ରହିଛି।

୨୦୧୯ ବିତ୍ତୀୟ ନିୟଣ୍ଟ ୩.୫% ଛଇଁପାରେ

୨୦୧୯ ବିତ୍ତୀୟ ନିୟଣ୍ଟ ୩.୫% ଛଇଁପାରେ

ନୂଆଦିଲ୍ଲୀ,୨୧-୧ ୨୦୧୮-୧୯ ଆର୍ଥତ୍କ ବର୍ଷରେ ବିତ୍ତିୟ ନିୟଣ୍ଟ ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୩.୫% ଛୁଇଁପାରେ। ମାତ୍ର ଏହା ଦେଶରେ ମୌଳିକ ସଂରଚନା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିଶ୍ୱସ୍ତରୀୟ ଆର୍ଥତ୍କ ସେବା ପ୍ରଦାନକାରୀ ମୋର୍ଗାନ ଷ୍ଟାନଲି ଏହାର ରିପୋର୍ଟରେ ଉଲ୍ଲେଖ କରିଛି।

୮ ଖଣିଜ ବ୍ଲକର ନିଲାମ ହେବ

୮ ଖଣିଜ ବ୍ଲକର ନିଲାମ ହେବ

ନୂଆଦିଲ୍ଲୀ,୨୧-୧ ୮ ନୂଆ ଖଣିଜ ବ୍ଲକକୁ ନିଲାମ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବ୍ଲକଗୁଡିକରେ ପ୍ରାୟ ୧,୧୩୩ ନିୟୁତ ଟନ୍‌ ଖଣିଜ ପଦାର୍ଥ ଗଚ୍ଛିତ ହୋଇ ରହିଛି। ବ୍ଲକଗୁଡିକ ରାଜସ୍ଥାନ, ଛତିଶଗଡ, ଝାଡଖଣ୍ଡ ଭଳି ରାଜ୍ୟଗୁଡିକରେ ରହିଛି।

ଟୋଲ୍‌ ପ୍ଲାଜାରେ ଖୋଲିବ ହାଇଓ୍ବେ ନେଷ୍ଟ

ଟୋଲ୍‌ ପ୍ଲାଜାରେ ଖୋଲିବ ହାଇଓ୍ବେ ନେଷ୍ଟ

ନୂଆଦିଲ୍ଲୀ,୨୧-୧-ଟୋଲ୍‌ ପ୍ଲାଜା ଗୁଡିକରେ ଲୋକମାନଙ୍କ ସୁବିଧା ପାଇଁ ପାନୀୟ ଜଳ, ଚା’, କଫି, ପ୍ୟାକେଜ୍‌ଡ୍‌ ଫୁଡ୍‌ ମିଳିବ। ଏଥିପାଇଁ ‘ହାଇଓ୍ବେ ନେଷ୍ଟ୍‌’ ନାମରେ ଛୋଟ ଦୋକାନ ପରି ବ୍ୟବସ୍ଥା କରାଯିବ।

 କଲ୍‌ ଡ୍ରପ୍‌ ଆଧାରରେ ଖସିବ ରେଟିଂ

କଲ୍‌ ଡ୍ରପ୍‌ ଆଧାରରେ ଖସିବ ରେଟିଂ

ନୂଆଦିଲ୍ଲୀ, ୨୧।୧- ଟେଲିକମ୍‌ ଅପରେଟରଙ୍କ ପାଇଁ ର଼୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କରାଯିବ। ଏହା ଦ୍ୱାରା ଉପଭୋକ୍ତାମାନେ କମ୍ପାନୀଗୁଡିକୁ ରେଟିଂ ପ୍ରଦାନ କରିପାରିବେ।

ବିଜିୟୁରେ ଲୋକ ସମ୍ପର୍କ ସମ୍ମିଳନୀ

ବିଜିୟୁରେ ଲୋକ ସମ୍ପର୍କ ସମ୍ମିଳନୀ

ଭୁବନେଶ୍ୱର, ୨୧।୧- ବିର୍ଲା ଗ୍ଲୋବାଲ୍‌ ୟୁନିଭର୍ସିଟି(ବିଜିୟୁ) ଏବଂ ପବ୍ଲିକ୍‌ ରିଲେସନ କାଉନ୍‌ସିଲ ଅଫ୍‌ ଇଣ୍ଡିଆ(ପିଆର୍‌ସିଆଇ) ପକ୍ଷରୁ ‘ଲୋକ ସମ୍ପର୍କ: ଉତ୍ତମ ସାଶନ ପାଇଁ ଏକ ପ୍ରଭାବଶାଳୀ ମାଧ୍ୟମ’ ଶୀର୍ଷ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

୨୪ରୁ ବିଗବଜାରରେ ସବ୍‌ସେ ଶସ୍ତେ ୫ଦିନ୍‌ ଅଫର

୨୪ରୁ ବିଗବଜାରରେ ସବ୍‌ସେ ଶସ୍ତେ ୫ଦିନ୍‌ ଅଫର

ପୁରୀ ଅଫିସ,(୨୧।୧):ଦେଶର ଅଗ୍ରଣୀ ହାଇପର ମାର୍କେଟ ବିଗ୍‌ବଜାର ଆସନ୍ତା ୨୪ରୁ ୨୮ ପର୍ଯ୍ୟନ୍ତ ପାଳନ କରିବାକୁ ଯାଉଛି ‘ସବସେ ଶସ୍ତେ ୫ ଦିନ୍‌’ ଅଫର ।