
ସମ୍ବଲପୁର, ୧-୧୨
ଆନ୍ଧ୍ର ବ୍ୟାଙ୍କର ୯୪ ବର୍ଷ ପୂର୍ତ୍ତି ଅବସରରେ ଆଞ୍ଚଳିକ ଶାଖା କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଅଶୋକ କୁମାର ମହାନ୍ତି ଅତିଥିଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଏଥିରେ ଜିଲା ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଏସ୍. କେ. ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରକ୍ତଦାନ ସମ୍ବନ୍ଧୀୟ ବିଭିନ୍ନ ଉପାଦେୟ ଉପରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘ଉତ୍ସର୍ଗ’ର ସୁଧୀର ପୂଜାରୀ, ଡ. ବିଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।