ବାଣିଜ୍ୟ |

ଓଜିବିର ଆର୍ଥିକ ସ୍ବାକ୍ଷରତା କାର୍ଯ୍ୟକ୍ରମ

 ଓଜିବିର ଆର୍ଥିକ ସ୍ବାକ୍ଷରତା କାର୍ଯ୍ୟକ୍ରମ

ବାରିପଦା,୧-୧୨ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ନିଚୁଆପଦା ଶାଖା ପକ୍ଷରୁ ସ୍ଥାନୀୟ ଚନ୍ଦାବିଲା ଗ୍ରାମରେ ଏକ ଡିଜିଟାଲ୍‌ ଆର୍ଥିକ ସ୍ବାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମାବାସୀ ତଥା ଗ୍ରାହକମାନଙ୍କୁ ବ୍ୟାଙ୍କ ଖାତା ସହତି ଆଧାର ଓ ମୋବାଇଲ୍‌ ନମ୍ବର ସଂଯୋଗୀକରଣସ ପ୍ରଧାନମନ୍ତ୍ରୀ ସୁରକ୍ଷା, ଜୀବନ ଜ୍ୟୋତୀ ବିମା ଯୋଜନା, ଅଟଳ ପେନ୍‌ସନ ଯୋଜନା ଆଦି ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି ଅବସରରେ ଆର୍‌ବିଆଇ ଭୁବନେଶ୍ୱରର ସହାୟକ ମହାପ୍ରବନ୍ଧକ ତାପସ ବିଶ୍ୱାସ, ଓଜିବି ଆଞ୍ଚଳିକ ପ୍ରବନ୍ଧକ(ବାରିପଦା) ଭାସ୍କର ଚନ୍ଦ୍ର ଦାସ, ଶାଖା ପରିଚାଳକ ବସନ୍ତ କୁମାର ବେହେରା, ଏଫ୍‌ ଆଇ ଅଭିସର ରମେଶ କର ମହାପାତ୍ର, ଏଫ୍‌ଏଲ୍‌ସିସି ବୈଦ୍ୟନାଥ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

All Right Reserved By

Model This Week

Model This Week

ବାଣିଜ୍ୟ |

ଜୁଲାଇ ସୁଦ୍ଧା ଜଗୁଆଳ ବିହୀନ ଫାଟକ ହଟାଇବ ପୂର୍ବତଟ ରେଳପଥ

ଜୁଲାଇ ସୁଦ୍ଧା ଜଗୁଆଳ ବିହୀନ ଫାଟକ ହଟାଇବ ପୂର୍ବତଟ ରେଳପଥ

ଭୁବନେଶ୍ୱର, ୨୭-୪:ଦେଶର ସବୁ ଛୋଟ ରେଳ ଷ୍ଟେଶନଗୁଡ଼ିକରେ ଫୁଟ୍‌ ଓଭର ବ୍ରିଜ୍‌ ନିର୍ମାଣ ହେବ। ଫଳରେ ଷ୍ଟେଶନର ଗୋଟିଏ ପ୍ଲାଟ୍‌ଫର୍ମରୁ ଅନ୍ୟ ପ୍ଲାଟ୍‌ଫର୍ମକୁ ଯାତ୍ରୀମାନେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରିବେ ନାହିଁ। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ଗ୍ରହଣ କରିଛି। ଏହି ଧାରାରେ ପୂର୍ବତଟ ରେଳପଥ ଅନ୍ତର୍ଗତ ମୋଟରି, ଝଙ୍କଡ ସାରଳା ରୋଡ, ମଙ୍ଗୁଳି ଚୌଦ୍ୱାର, ବଡବନ୍ଧ ସୁକିନ୍ଦା ରୋଡ, ଶଗଡ଼ପେଟା, ବାଘୁଆପାଳ, ଚିଲିକିଦର, କପାଳି ରୋଡ, ବ୍ରାହ୍ମଣୀ, ଅର୍ଗୁଳ, ଛତ୍ରପୁର କୋର୍ଟ, ଧଉଳି ମୁହଁାଣ ଆଦି ଷ୍ଟେଶନରେ ପ୍ରଥମ ଫୁଟ୍‌ଓଭର ବ୍ରିଜ୍‌ ନିର୍ମାଣ କରାଯିବ। ସେହିପରି କାଳିଜାଇ, ବାଗାଡିଆ, ବନବିହାରୀ ଗ୍ବାଲିପୁର ମହାନଦୀ, ମୁକ୍ତେଶ୍ୱର, ତାଳଚେର ଥର୍ମାଲ, ହରିପୁରଗ୍ରାମ, ଜାନକାଦେଈପୁର, ଜେନାପୁର ରୋଡ ଏବଂ ଜୁନାଗଡ ଆଦି ଛୋଟ ଷ୍ଟେଶନରେ ପ୍ରଥମ ଫୁଟ୍‌ ଓଭର ବ୍ରିଜ୍‌ ନିର୍ମାଣ କରାଯବି ବୋଲି ପୂର୍ବତଟ ରେଳ ପଥ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଯାତ୍ରୀମାନଙ୍କ ସୁବିଧା ପାଇଁ କଟକ ଏବଂ କେନ୍ଦୁଝର ରୋଡ ଷ୍ଟେଶନରେ ଫୁଟ୍‌ ଓଭର ବ୍ରିଜ୍‌କୁ ସମ୍ପ୍ରସାରିତ କରାଯିବ। ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ସର୍ବପ୍ରଥମେ ସମସ୍ତ ଜଗୁଆଳ ବିହୀନ ଫାଟକ ଉଚ୍ଛେଦ କରିଥିବା ବେଳେ ଚଳିତ ବର୍ଷ ଜୁଲାଇ ସୁଦ୍ଧା ଓ୍ବାଲଟିୟର ଏବଂ ସମ୍ବଲପୁର ରେଳ ଡିଭିଜନ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ଖୁଚୁରା ବ୍ୟବସାୟ  ପାଇଁ  ଆସିବ ଜାତୀୟ ନୀତି

ଖୁଚୁରା ବ୍ୟବସାୟ ପାଇଁ ଆସିବ ଜାତୀୟ ନୀତି

ନୂଆଦିଲ୍ଲୀ,୨୭।୪- ଦ୍ରୁତ ଅଭିବୃଦ୍ଧିଶୀଳ ଘରୋଇ ବଜାରରେ ବ୍ୟବସାୟକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଏକ ଜାତୀୟ ଖୁଚୁରା ବ୍ୟବସାୟ ନୀତି ଆଣିବା ପାଇଁ ଯୋଜନା କରୁଛନ୍ତି। ଏହି ନୀତି ପ୍ରସ୍ତୁତ କରିବା ଲାଗି ଏକ ଟାସ୍କଫୋର୍ସ୍‌ ପ୍ରସ୍ତୁତ ହେବ। ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଏ ନେଇ ପ୍ରାଥମିକ କାର୍ଯ୍ୟ ଆରମ୍ଭ କରିଥିବା ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରି ସୂଚନା ଦେଇଛନ୍ତି। ଭାରତୀୟ ଅର୍ଥବ୍ୟବସ୍ଥାର ବିକାଶ ପାଇଁ ଖୁଚୁରା ବ୍ୟବସାୟର ଗୁରୁତ୍ୱ ରହିଛି। ମନ୍ତ୍ରଣାଳୟ ବହୁପୂର୍ବରୁ ଇ-କମର୍ସ ନିମନ୍ତେ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିସାରିଛି। ତଥାପି ଖୁଚୁରା ବ୍ୟବସାୟ ପାଇଁ ଏକ ନୀତି ପ୍ରସ୍ତୁତ କରିବା ନିତାନ୍ତ ଆବଶ୍ୟକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

୧.୩୨ ଲକ୍ଷ କୋଟି ଛୁଇଁବ ମୋବାଇଲ୍‌ ମାନୁଫାକଚରିଂ ଶିଳ୍ପ

୧.୩୨ ଲକ୍ଷ କୋଟି ଛୁଇଁବ ମୋବାଇଲ୍‌ ମାନୁଫାକଚରିଂ ଶିଳ୍ପ

ନୂଆଦିଲ୍ଲୀ,୨୭।୪-୨୦୧୮ ଶେଷ ସୁଦ୍ଧା ଘରୋଇ ବଜାରର ମୋବାଇଲ ମାନୁଫାକଚରିଂ ଶିଳ୍ପ ୧.୩୨ ଲକ୍ଷ କୋଟି ଟଙ୍କା ଛୁଇଁବାର ସମ୍ଭାବନା ରହିଛି। କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୁରୁବାର ଏହି ସୁଚନା ଦେଇଛନ୍ତି। ୨୦୧୪-୧୫ ଆର୍ଥତ୍କ ବର୍ଷରେ ଭାରତ ୬୦ ନିୟୁତ ମୋବାଇଲ୍‌ ନିର୍ମାଣ କରିଥିବା ବେଳେ ୨୦୧୫-୧୬ରେ ୧୧୦ ନିୟୁତ ମୋବାଇଲ୍‌ ନିର୍ମାଣ କରିଥିଲା। ସେହିପରି ଭାରତର ମୋବାଇଲ୍‌ ନିର୍ମାଣ ଉଦ୍ୟୋଗ ୨୦୧୪-୧୫ ଆର୍ଥତ୍କ ବର୍ଷରେ ୧୮,୯୦୦ କୋଟି ଟଙ୍କାର ମୋବାଇଲ୍‌ ଉତ୍ପାଦନ କରିଥିବା ବେଳେ ୨୦୧୫-୧୬ ରେ ୫୪,୦୦୦ କୋଟି ଟଙ୍କାର ମୋବାଇଲ୍‌ ଉତ୍ପାଦନ କରିଥିଲା। ଏଥିରେ ବୃଦ୍ଧି ହୋଇ ଏହା ୨୦୧୭ ଶେଷ ସୁଦ୍ଧା ୯୪,୦୦୦ କୋଟି ଟଙ୍କାରେ ପହଞ୍ଚିଛି ବୋଲି ପ୍ରସାଦ କହିଛନ୍ତି। ଆସୋଚମ୍‌ ଏବଂ ଏରିକ୍ସନ୍‌ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ସେ ଏହା କହିଛନ୍ତି।

ଓଏଏସ୍‌ ମେନ୍‌ ପରୀକ୍ଷା ଲାଗି ବଣିକର ସ୍ବତନ୍ତ୍ର କୋଚିଂ

ଓଏଏସ୍‌ ମେନ୍‌ ପରୀକ୍ଷା ଲାଗି ବଣିକର ସ୍ବତନ୍ତ୍ର କୋଚିଂ

ଭୁବନେଶ୍ୱର,୨୭-୪:ପ୍ରମୁଖ କୋଚିଂ ପ୍ରତିଷ୍ଠାନ ବଣିକ ପକ୍ଷରୁ ସିଭିଲ୍‌ ସର୍ଭିସ କୋଚିଂ ସମ୍ପର୍କରେ ଘୋଷଣା କରାଯାଇଛି। ସିଭିଲ ସର୍ଭିସ ପରୀକ୍ଷା ଲାଗି ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତ କରାଇବା ଦିଗରେ ବଣିକ ଆଇଏଏସ୍‌ କାର୍ଯ୍ୟ କରୁଛି। ସେହିଭଳି ୨୦୧୭ ଓଡିଶା ପ୍ରଶାସନିକ ସେବା (ଓଏଏସ୍‌) ମେନ୍‌ ପରୀକ୍ଷା ଲାଗି ପ୍ରତିଷ୍ଠାନ ପକ୍ଷରୁ ଏକ ସ୍ବତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ ହୋଇଛି। ଏହା ବିଭାଗୀୟ ମୁଖ୍ୟ ପ୍ରମୋଦ ପାଢୀ ଏବଂ ତାଙ୍କ ଟିମ୍‌ ଦ୍ୱାରା ପରିଚାଳିତ ହେଉଛି। ଓଏଏସ୍‌ ମେନ୍‌ ପରୀକ୍ଷାକୁ ଧ୍ୟାନରେ ରଖି ଏହିଭଳି ପାଠ୍ୟଖସଡା ପ୍ରସ୍ତୁତ ହୋଇଛି ବୋଲି ପ୍ରତିଷ୍ଠାନ ପକ୍ଷରୁ ସୂଚନା ରହିଛି।

ଆଞ୍ଚଳିକ କାର୍ଯ୍ୟାଳୟ ପରିଦର୍ଶନ କଲେ ଆଇଆର୍‌ସିଟିସି ସିଭିଓ

ଆଞ୍ଚଳିକ କାର୍ଯ୍ୟାଳୟ ପରିଦର୍ଶନ କଲେ ଆଇଆର୍‌ସିଟିସି ସିଭିଓ

ଭୁବନେଶ୍ୱର,୨୭-୪:ଇଣ୍ଡିଆନ୍‌ ରେଲଓ୍ବେ କ୍ୟାଟେରିଂ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେଶନ(ଆଇଆର୍‌ସିଟିସି)ର ମୁଖ୍ୟ ସତର୍କତା ଅଧିକାରୀ(ସିଭିଓ) ସୁଶାନ୍ତ କୁମାର ପଟ୍ଟନାୟକ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଆଞ୍ଚଳିକ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରି କାର୍ଯ୍ୟଧାରା ଓ ପରିଚାଳନାରେ ଯେପରି ଶତ ପ୍ରତିଶତ ସ୍ବଚ୍ଛତା ବଜାୟ ରହିବ ତାହାକୁ ପ୍ରାଥମିକତା ଦେବା ପାଇଁ ପରାମର୍ଶ ଦେଇଛନ୍ତି। ସେହିପରି ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟାକୁ ସମାଧାନ କରିବା ସହିତ ଠକାମି ରୋକିବା ଏବଂ ଆବଶ୍ୟକସ୍ଥଳେ ଜନସାଧାରଣଙ୍କ ମତାମତକୁ ଅଗ୍ରାଧିକାର ଦେବା ପାଇଁ କହିଛନ୍ତି। ରାଜ୍ୟ ସରକାରଙ୍କ ସହଯୋଗରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବା ଏବଂ ସେମାନଙ୍କୁ ଉତ୍ତମ ଆତିଥେୟତା ପ୍ରଦାନ ସକାଶେ ଆକର୍ଷଣୀୟ ପ୍ୟାକେଜ୍‌ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଆଇଆର୍‌ସିଟିସି ଆଞ୍ଚଳିକ ପ୍ରବନ୍ଧକ ସୁଦୀପ୍ତୋ ମୁଖାର୍ଜୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ବଜାରରେ ମହିନ୍ଦ୍ରାର ଉଚ୍ଚ କ୍ଷମତା ସମ୍ପନ୍ନ ଡିଜେଲ୍‌ ଜେନେରେଟର

ବଜାରରେ ମହିନ୍ଦ୍ରାର ଉଚ୍ଚ କ୍ଷମତା ସମ୍ପନ୍ନ ଡିଜେଲ୍‌ ଜେନେରେଟର

ବମ୍ବେ, ୨୭-୪ ମହିନ୍ଦ୍ରା ଗ୍ରୁପ୍‌ର ବିଜ୍‌ନେସ୍‌ ୟୁନିଟ୍‌ ମହିନ୍ଦ୍ରା ପାଓ୍ବାରୋଲ ଏହାର ନୂତନ ଡିଜେଲ୍‌ ଜେନେରେଟର ବଜାର ପ୍ରବେଶ କରାଇଛି। ଏଗୁଡିକ ୪୦୦/୫୦୦/୬୨୫ କେଭିଏ କ୍ଷମତା ସମ୍ପନ୍ନ ହୋଇଥିବା ବେଳେ କମ୍ପାନୀର ମାଡ୍ରାସ୍‌ ସ୍ଥିତ ରିସର୍ଚ୍ଚ ଆଣ୍ଡ୍‌ ଡେଭ୍‌ଲପମେଣ୍ଟ ହବ୍‌ରେ ଡିଜାଇନ ହୋଇଛି ଏବଂ ପୁଣେ ସ୍ଥିତ ପ୍ଲାଣ୍ଟ୍‌ରେ ମ୍ୟାନୁଫେକ୍ଚର ହୋଇଛି। ମହିନ୍ଦ୍ରାର ଉଚ୍ଚ କ୍ଷମତା ସମ୍ପନ୍ନ ଏହି ଜେନେରେଟର ସିରିଜ୍‌ରେ ୧୨.୫ ଲିଟରରୁ ୧୮ ଲିଟର ପର୍କିନ୍ସ ଇଞ୍ଜିନ୍‌ ଖଞ୍ଜା ଯାଇଛି। ଏହି ଜେନେରେଟର ବଜାର ପ୍ରବେଶ ଅବସରରେ କମ୍ପାନୀର ପାଓ୍ବାରୋଲ ଆଣ୍ଡ୍‌ ସ୍ପେୟାର୍ସ ବିଜ୍‌ନେସ୍‌ର ସଭାପତି ହେମନ୍ତ୍‌ ସିକ୍କା କହିଛନ୍ତି, ଆମେ ଉଚ୍ଚକ୍ଷମତା ସମ୍ପନ୍ନ ଜେନେରେଟର କ୍ଷେତ୍ରରେ ଅଧିକ ମଜ୍‌ଭୁତ୍‌ ହେବା ପାଇଁ ଲକ୍ଷ୍ୟ ରଖିଛୁ।

‘ବିଗ୍‌ବଜାର ପବ୍ଲିକ୍‌ ହଲିଡେ ସେଲ୍‌’ ୨୮ରୁ

‘ବିଗ୍‌ବଜାର ପବ୍ଲିକ୍‌ ହଲିଡେ ସେଲ୍‌’ ୨୮ରୁ

ଭୁବନେଶ୍ୱର,୨୭-୪:ଫ୍ୟୁଚର ଗ୍ରୁପ୍‌ର ରିଟେଲ୍‌ ଚେନ୍‌ ବିଗ୍‌ ବଜାର ଏହାର ମେଗା ଶପିଂ ଫେଷ୍ଟିଭାଲ୍‌ ‘ବିଗ୍‌ ବଜାର ପବ୍ଲିକ୍‌ ହଲିଡେ ସେଲ୍‌’ ଚଳିତ ମାସ ୨୮ରୁ ଆରମ୍ଭ କରୁଛି। ଦେଶର ପ୍ରାୟ ୧୩୨ଟି ସହରରେ ୩୪୦ରୁ ଊର୍ଦ୍ଧ୍ୱ ବିଗ୍‌ବଜାର, ଫୁଡ୍‌ ବଜାର, ଏଫ୍‌ବିବି ଏବଂ ହାଇପରସିଟି ଷ୍ଟୋରରେ ଏହି ପବ୍ଲିକ୍‌ ହଲିଡେ ସେଲ୍‌ ୫ଦିନ ଧରି ଚାଲିବ। କିଛି ଦିନ ପୂର୍ବରୁ କମ୍ପାନୀ ‘ହର ଦିନ୍‌ ଲୋଏଷ୍ଟ୍‌ ପ୍ରାଇସ୍‌’ ଅଫର ମାଧ୍ୟମରେ ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ୱ ନିତ୍ୟ ବ୍ୟବହାର୍ଯ୍ୟ ସମାଗ୍ରୀ ଦର ହ୍ରାସ କରିଥିଲା। ଏଥିରେ ଆହୁରି ଅଫର ସଂଯୋଗ କରିବା ପାଇଁ ଗ୍ରାହକଙ୍କୁ ହୋମ୍‌ ଡେଲିଭରି ଏବଂ ତ୍ୱରିତ ବିଲ୍‌ ପ୍ରଦାନ ବ୍ୟବସ୍ଥା କରିବ ବୋଲି ଘୋଷଣା କରିଛି।

ଉତ୍ପାଦ ଶୁଳ୍କ ହ୍ରାସ ପ୍ରତିଶ୍ରୁତି ଦେଲେନି ଧର୍ମେନ୍ଦ୍ର; ପରିସ୍ଥିତିକୁ ନେଇ ସରକାର ଚିନ୍ତିତ ଥିବା ଦର୍ଶାଇଲେ

ଉତ୍ପାଦ ଶୁଳ୍କ ହ୍ରାସ ପ୍ରତିଶ୍ରୁତି ଦେଲେନି ଧର୍ମେନ୍ଦ୍ର; ପରିସ୍ଥିତିକୁ ନେଇ ସରକାର ଚିନ୍ତିତ ଥିବା ଦର୍ଶାଇଲେ

ନୂଆଦିଲ୍ଲୀ,୨୭-୪(ପି.ଟି.):ସମ୍ପ୍ରତି ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଚାଲିଛି। ଏହା ବର୍ତ୍ତମାନ ସାଧାରଣ ଖାଉଟିଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଭଳି ସ୍ଥିତିରେ ସରକାର ତୈଳ ଦର ବୃଦ୍ଧିକୁ ନେଇ ଚିନ୍ତିତ ଥିବା ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏଭଳି ପରିସ୍ଥିତିକୁ ନେଇ ସରକାର ଚିନ୍ତିତ କିନ୍ତୁ ଖାଉଟିଙ୍କ ସ୍ବାର୍ଥ ଏବଂ ରାଜକୋଷ ମଧ୍ୟରେ ସରକାରଙ୍କୁ ସନ୍ତୁଳନ ରକ୍ଷା କରିବାକୁ ପଡିବ। ଅନ୍ୟପକ୍ଷରେ, ଏହି ପରିସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିବା ନେଇ ସେ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି।

ଫୋର୍ଡ ଫ୍ରିଷ୍ଟାଇଲ୍‌ ବଜାରରେ

ଫୋର୍ଡ ଫ୍ରିଷ୍ଟାଇଲ୍‌ ବଜାରରେ

ଭୁବନେଶ୍ୱର, ୨୬-୪(ବ୍ୟୁରୋ) ପ୍ରମୁଖ ଅଟୋ ନିର୍ମାତା ଫୋର୍ଡ ଇଣ୍ଡିଆ ଲିମିଟେଡ୍‌ ଏହାର କମ୍ପ୍ୟାକ୍ଟ ୟୁଟିଲିଟି ଭେଇକିଲ୍‌ ‘ଫ୍ରିଷ୍ଟାଇଲ୍‌’କୁ ଗୁରୁବାର ଦେଶବ୍ୟାପୀ ବଜାର ପ୍ରବେଶ କରାଇଛି। ଏଭଳି ଯାନ ଅଟୋମୋବାଇଲ୍‌ ଶିଳ୍ପରେ ପ୍ରଥମ ବୋଲି କମ୍ପାନୀ ପ୍ରକାଶ କରିଛି। ଉଭୟ ପେଟ୍ରୋଲ ଏବଂ ଡିଜେଲ ଭାରିଆଣ୍ଟ୍‌ରେ ଏହା ଉପଲବ୍ଧ। ପେଟ୍ରୋଲ ଭାରିଆଣ୍ଟ୍‌ର ପ୍ରାରମ୍ଭିକ ମୂଲ୍ୟ ୫ ଲକ୍ଷ ୯ ହଜାର ଟଙ୍କା ହୋଇଥିବା ବେଳେ ଡିଜେଲ ଭାରିଆଣ୍ଟ୍‌ର ମୂଲ୍ୟ ୬ ଲକ୍ଷ ୯ ହଜାର ଟଙ୍କାରୁ ଆରମ୍ଭ ହେଉଛି।

ଆଇଡିବିଆଇ ଋଣ ଠକେଇରେ ଏୟାର୍‌ସେଲ୍‌ର ପୂର୍ବତନ ପ୍ରମୋଟରଙ୍କ କମ୍ପାନୀ ନାଁରେ ମାମଲା

ଆଇଡିବିଆଇ ଋଣ ଠକେଇରେ ଏୟାର୍‌ସେଲ୍‌ର ପୂର୍ବତନ ପ୍ରମୋଟରଙ୍କ କମ୍ପାନୀ ନାଁରେ ମାମଲା

ନୂଆଦିଲ୍ଲୀ,୨୬-୪(ପି.ଟି.) ଆଇଡିବିଆଇ ବ୍ୟାଙ୍କରୁ ୬୦୦ କୋଟି ଟଙ୍କାର ଋଣ ଖିଲାପୀ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଏୟାର୍‌ସେଲ୍‌ର ପୂର୍ବତନ ପ୍ରମୋଟର ସି. ଶିବଶଙ୍କରନ୍‌ଙ୍କ ଦୁଇଟି କମ୍ପାନୀ ନାମରେ ମାମଲା ଦାଏର କରିଛି। ଏହି କମ୍ପାନୀ ଦ୍ୱୟ ହେଲେ ବ୍ରିଟିଶ ଭର୍ଜିନ ଆଇଲାଣ୍ଡ୍‌ଭିତ୍ତିକ ଆକ୍ସେଲ୍‌ ସନ୍‌ସାଇନ୍‌ ଲିମିଟେଡ୍‌ ଏବଂ ଫିନ୍‌ଲାଣ୍ଡ୍‌ଭିତ୍ତିକ ଓ୍ବିନ୍‌ ଉଇଣ୍ଡ୍‌ ଓଓ୍ବାଇ।

ଟ୍ରାଫିକ୍‌ ସମସ୍ୟା ଯୋଗୁ ୪ ପ୍ରମୁଖ ସହର ବର୍ଷକୁ ହରାଉଛନ୍ତି ୧.୫ ଲକ୍ଷ କୋଟି

ଟ୍ରାଫିକ୍‌ ସମସ୍ୟା ଯୋଗୁ ୪ ପ୍ରମୁଖ ସହର ବର୍ଷକୁ ହରାଉଛନ୍ତି ୧.୫ ଲକ୍ଷ କୋଟି

ନୂଆଦିଲ୍ଲୀ,୨୬-୪ ଟ୍ରାଫିକ୍‌ ସମସ୍ୟା ଯୋଗୁ ଦେଶର ୪ ପ୍ରମୁଖ ସହର ବର୍ଷକୁ ୧.୪୭ ଲକ୍ଷ କୋଟି ଟଙ୍କାର କ୍ଷତି ସହୁଛନ୍ତି। ଏହି ସହରଗୁଡିକ ହେଉଛି ଦିଲ୍ଲୀ, ବମ୍ବେ, ବାଙ୍ଗାଲୋର ଏବଂ କଲିକତା। ଅନ୍ତର୍ଜାତୀୟ ସର୍ବେକ୍ଷଣ ସଂସ୍ଥା ବୋଷ୍ଟନ୍‌ କନ୍‌ସଲ୍‌ଟିଂ ଗ୍ରୁପ୍‌ ପକ୍ଷରୁ ପ୍ରସ୍ତୁତ ଏକ ସର୍ଭେରୁ ଏହା ଜଣାଯାଇଛି। ଉପରୋକ୍ତ ସହରଗୁଡିକରେ ସକାଳ ୭ଟାରୁ ୯ଟା ଏବଂ ସନ୍ଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଭିଡ ରହିଥାଏ। ଏହି ସମୟରେ ଯାତ୍ରା କରୁଥିବା ଲୋକମାନେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିଥାନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

୮୦,୦୦୦ ନିଯୁକ୍ତି ଦେବ ରିଲାଏନ୍ସ ଜିଓ

୮୦,୦୦୦ ନିଯୁକ୍ତି ଦେବ ରିଲାଏନ୍ସ ଜିଓ

ହାଇଦ୍ରାବାଦ,୨୬-୪(ପି.ଟି) ପ୍ରମୁଖ କମ୍ପାନୀ ରିଲାଏନ୍ସ ଜିଓ ୨୦୧୮-୧୯ ଆର୍ଥତ୍କ ବର୍ଷରେ ୭୫,୦୦୦ରୁ ୮୦,୦୦୦ ଲୋକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛି। କମ୍ପାନୀ ସହ ବର୍ତ୍ତମାନ ୧.୫ ଲକ୍ଷ ଲୋକ କାର୍ଯ୍ୟ କରୁଥିବା ବେଳେ ଅଧିକ ୭୫ରୁ ୮୦ହଜାର ନିଯୁକ୍ତି ପ୍ରଦାନ ଲାଗି କମ୍ପାନୀ ଯୋଜନା ରଖିଛି। ସୋସାଇଟି ଅଫ୍‌ ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରିଲାଏନ୍ସ ଜିଓର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ସଞ୍ଜୟ ଯୋଗ ଏହି ସୂଚନା ଦେଇଛନ୍ତି।