Dharitri News
ବାଣିଜ୍ୟ |

ଆନ୍ଧ୍ର ବ୍ୟାଙ୍କର ୯୫ତମ ପ୍ରତିଷ୍ଠା ଦିବସ ପାଳିତ

ଆନ୍ଧ୍ର ବ୍ୟାଙ୍କର ୯୫ତମ ପ୍ରତିଷ୍ଠା ଦିବସ ପାଳିତ ଭୁବନେଶ୍ୱର,୧-୧୨- ଆନ୍ଧ୍ର ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ଏହାର ୯୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଆଶ୍ରମରେ ଫଳ ବଣ୍ଟନ କରାଯାଇଥିଲା। ଭୁବନେଶ୍ୱରସ୍ଥିତ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ଓ କ୍ୟାପିଟାଲ୍‌ ହସ୍ପିଟାଲ ବ୍ଲଡ୍‌ ବ୍ୟାଙ୍କ୍‌ର ମିଳିତ ସହଯୋଗରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ସେହିପରି ବ୍ୟାଙ୍କ ପକ୍ଷରୁ ଦେଶର ସମସ୍ତ ଶାଖାରେ ଗ୍ରାହକ ସମ୍ମିଳନୀ ଆୟୋଜନ କରାଯିବା ସହିତ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ୟାଙ୍କର ମଣ୍ଡଳ ମହାପ୍ରବନ୍ଧକ ଦୀପଙ୍କର ଚକ୍ରବର୍ତ୍ତୀ ଏବଂ ଆଞ୍ଚଳିକ ପ୍ରବନ୍ଧକ ଭି. ରାମକ୍ରିଷ୍ଣଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ବାଣିଜ୍ୟ |

ଓଡିଶା ବଜାରରେ ଟିଭିଏସ୍‌ ଆପାଚି ଆର୍‌ଆର୍‌ ୩୧୦

ଓଡିଶା ବଜାରରେ ଟିଭିଏସ୍‌ ଆପାଚି ଆର୍‌ଆର୍‌ ୩୧୦

ଭୁବନେଶ୍ୱର,୨୩-୧(ବ୍ୟୁରୋ)-ପ୍ରମୁଖ ଦୁଇଚକିଆ ଓ ତିନି ଚକିଆ ଯାନ ନିର୍ମାତା ଟିଭିଏସ୍‌ ମୋଟର କମ୍ପାନୀ ଏହାର ଟିଭିଏସ୍‌ ଆପାଚି ଆର୍‌ଆର୍‌ ୩୧୦ ବାଇକ୍‌କୁ ସୋମବାର ଓଡିଶା ବଜାରରେ ପ୍ରବେଶ କରିଛି।

ଗ୍ରୀନ୍‌ ଚିଲିଜର ଇଟ୍‌ ଆଣ୍ଡ୍‌ ଓ୍ବିନ୍‌ ପ୍ରତିଯୋଗିତା

ଗ୍ରୀନ୍‌ ଚିଲିଜର ଇଟ୍‌ ଆଣ୍ଡ୍‌ ଓ୍ବିନ୍‌ ପ୍ରତିଯୋଗିତା

ଭୁବନେଶ୍ୱର,୨୩-୧-ପ୍ରମୁଖ ଫାଷ୍ଟଫୁଡ୍‌ ଚେନ୍‌ ଗ୍ରୀନ୍‌ ଚିଲିଜ୍‌ ର ‘ଇଟ୍‌ ଆଣ୍ଡ୍‌ ଓ୍ବିନ୍‌’ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏହାର ଗ୍ରାଣ୍ଡ୍‌ ଫିନାଲେ ଖୋର୍ଦ୍ଧାସ୍ଥିତ ହାଇଓ୍ବେ ରୋସ୍ତୋରଁ। ରେ ଅନୁଷ୍ଠିତ ହୋଇଥିଲା ।

ବାର୍ଷିକ ୩ ଲକ୍ଷ ଆୟରେ ମିଳୁ ଟିକସ ଛାଡ଼

ବାର୍ଷିକ ୩ ଲକ୍ଷ ଆୟରେ ମିଳୁ ଟିକସ ଛାଡ଼

ନୂଆଦିଲ୍ଲୀ, ୨୩-୧-ସପ୍ତମ ବେତନ କମିଶନଙ୍କ ସୁପାରିସ ଲାଗୁ ହେବା ପରେ ଲୋକଙ୍କର ଆୟ(ପର୍ସନାଲ୍‌ ଡିସ୍‌ପୋଜେବୁଲ୍‌ ଇନ୍‌କମ୍‌) ବୃଦ୍ଧି ପାଇଛି।

୯.୫ ଲକ୍ଷ କୋଟିକୁ ବୃଦ୍ଧି ପାଇବ ମୋଟ ଏନ୍‌ପିଏ

୯.୫ ଲକ୍ଷ କୋଟିକୁ ବୃଦ୍ଧି ପାଇବ ମୋଟ ଏନ୍‌ପିଏ

ନୂଆଦିଲ୍ଲୀ,୨୨-୧(ପିଟି) ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶର ମୋଟ ଅନାଦାୟ ଋଣ ପରିମାଣ(ଜିଏନ୍‌ପିଏସ୍‌) ୯.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ। ୨୦୧୬-୧୭ ଆର୍ଥିକ ବର୍ଷ ଶେଷ ବେଳକୁ ଏହା ୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷ ଶେଷକୁ ଏହା ୯.୫ ଲକ୍ଷ କୋଟିକୁ ବୃଦ୍ଧି ପାଇବ ବୋଲି ଆସୋଚାମ-କ୍ରିସିଲ୍‌ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ପ୍ରକାଶ ପାଇଛି।

ସବୁ ଟ୍ରେନ୍‌, ଷ୍ଟେଶନ ହେବ ଓ୍ବାଇଫାଇ

ସବୁ ଟ୍ରେନ୍‌, ଷ୍ଟେଶନ ହେବ ଓ୍ବାଇଫାଇ

ନୂଆଦିଲ୍ଲୀ,୨୨-୧-ଭାରତୀୟ ରେଳ ପକ୍ଷରୁ ଚାଲୁଥିବା ସମସ୍ତ ୧୧ ହଜାର ଟ୍ରେନ୍‌ ଏବଂ ୮୫୦୦ ରେଳ ଷ୍ଟେଶନରେ ଓ୍ବାଇଫାଇ ସୁବିଧା କରାଯିବ। ୨୦୧୮-୧୯ ସାଧାରଣ ବଜେଟ୍‌ରେ ଏଥି ପାଇଁ ୩,୦୦୦ କୋଟି ଟଙ୍କା ବ୍ୟୟ ବରାଦ ହେବ। ଯାତ୍ରୀଙ୍କ ସୁରକ୍ଷା ଓ ସହଜ ରେଳ ଯାତ୍ରା ପାଇଁ ଏହି ବ୍ୟବସ୍ଥା କରାଯିବ ବୋଲି ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

କାନାରା ବ୍ୟାଙ୍କ ଅଫିସର୍ସ ସଂଘ ବୈଠକ

କାନାରା ବ୍ୟାଙ୍କ ଅଫିସର୍ସ ସଂଘ ବୈଠକ

ଭୁବନେଶ୍ୱର,୨୨-୧ କାନାରା ବ୍ୟାଙ୍କ ଅଫିସର୍ସ ଆସୋସିଏଶନ୍‌ ଓଡିଶା ୟୁନିଟ୍‌ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସର୍ବଭାରତୀୟ ସାଧାରଣ ସମ୍ପାଦକ ଭି. ମଣିରମନ୍‌ଙ୍କ ଏଥିରେ ଅଧ୍ୟକ୍ଷତା କରି ଉପସ୍ଥିତ ସଦସ୍ୟଙ୍କୁ ସରକାରଙ୍କ ବ୍ୟାଙ୍କ ମିଶ୍ରଣ ଏବଂ ଅଧିଗ୍ରହଣ ଯୋଜନା ବିପକ୍ଷରେ ସଂଘର ବିରୋଧ ଜାରି ରଖିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟର ଉପ ମହାପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ର ଦେଶର ଉନ୍ନତିରେ ସଂଘର ଅବଦାନ ଉପରେ ଆଲୋଚନା କରିଥିଲେ। ଓଡିଶା ୟୁନିଟର ସାଧାରଣ ସଂପାଦକ ପି.କେ. ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ।

ବଢ଼ୁଛି ଆୟ ତାରତମ୍ୟ ହାର

ବଢ଼ୁଛି ଆୟ ତାରତମ୍ୟ ହାର

ଡାଭୋସ୍‌,୨୨-୧(ପି.ଟି.) ଦେଶର ସାମଗ୍ରିକ ଉନ୍ନତି ପାଇଁ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ବିଭିନ୍ନ ସମୟରେ କହି ଆସୁଛନ୍ତି। ପ୍ରତ୍ୟେକ ନାଗରିକଙ୍କ ଆର୍ଥିକ ବିକାଶ ଘଟୁଛି ଏବଂ ଧନୀ, ଦରିଦ୍ର ସମସ୍ତେ ଅଭିବୃଦ୍ଧିର ସ୍ରୋତରେ ଆଗକୁ ବଢ଼ୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର କହୁଛନ୍ତି। କିନ୍ତୁ ଦୁଇଟି ରିପୋର୍ଟକୁ ଦୃଷ୍ଟି ଦେଲେ ଭାରତକୁ ନେଇ ସେ ପ୍ରଦାନ କରିଥିବା ଗୋଲାପୀ ଚିତ୍ର ଉପରେ ସନ୍ଦେହ ସୃଷ୍ଟି ହୋଇଛି।

ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ ଭାରତ

ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ ଭାରତ

ନୂଆଦିଲ୍ଲୀ,୨୧-୧ ୨୦୧୮ରେ ଭାରତ ଚାଇନାକୁ ଟପି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ। ଘରୋଇ ବଜାରର ପୁଞ୍ଜି ବଜାର ବିଶ୍ୱର ପଞ୍ଚମ ବୃହତ୍ତ ବଜାର ହେବ ବୋଲି ସାଙ୍କଟମ୍‌ ଓ୍ବେଲଥ୍‌ ମ୍ୟାନେଜମେଣ୍ଟ ରିପୋର୍ଟରେ ଏହା ପ୍ରକାଶ ପାଇଛି। ସେହିଭଳି ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ଅର୍ଥନୀତିଗୁଡିକରେ ଅଭିବୃଦ୍ଧି ଧାରା ଏତେଟା ଉନ୍ନତ ହେବ ନାହିଁ। ମାତ୍ର ଭାରତ ଏକ ସଂସ୍କାରମୂଳକ ଅର୍ଥନୀତି ହେବା ସହ ଅଭିବୃଦ୍ଧି ଧାରା ବଜାୟ ରହିବ ବୋଲି ସାଙ୍କଟମ୍‌ ଏହାର ରିପୋର୍ଟରେ ପ୍ରକାଶ କରିଛି।

ଏନ୍‌ପିଏ ସମ୍ପତ୍ତି ବିକ୍ରି ଲାଗି ଅନ୍‌ଲାଇନ ବ୍ୟବସ୍ଥା ଆସୁ: ଆଚାର୍ଯ୍ୟ

ଏନ୍‌ପିଏ ସମ୍ପତ୍ତି ବିକ୍ରି ଲାଗି ଅନ୍‌ଲାଇନ ବ୍ୟବସ୍ଥା ଆସୁ: ଆଚାର୍ଯ୍ୟ

ନୂଆଦିଲ୍ଲୀ,୨୧-୧ ଘରୋଇ ବଜାରରେ ଏନ୍‌ପିଏ ଯୋଗୁ ବର୍ତ୍ତମାନ ବ୍ୟାଙ୍କଗୁଡିକ ବିଭିନ୍ନ ଅସୁବିଧା ଦେଇ ଗତିକରୁଛନ୍ତି। ଏନ୍‌ପିଏ ସମ୍ପତ୍ତିଗୁଡିକର ବିକ୍ରି ଲାଗି ଘରୋଇ ବଜାରରେ ଆମେରିକା ଭଳି ଅନ୍‌ଲାଇନ ଟ୍ରେଡିଂ ପ୍ଲାଟଫର୍ମ ଆସିବା ଉଚିତ୍‌। ଏହା ଆସିଲେ ଏନ୍‌ପିଏ ସମ୍ପତ୍ତି ବିକ୍ରି ପ୍ରକ୍ରିୟା ସହଜ ହେବା ସହ ଉନ୍ନତ ମୂଲ୍ୟ ଦ୍ୱାରା ପୁଞ୍ଜି ସଂଗ୍ରହ ହୋଇପାରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଡେପୁଟି ଗଭର୍ନର ଭିରାଲ ଆଚାର୍ଯ୍ୟ ଗୁରୁତ୍ୱାରୋପ କରିଛନ୍ତି।

ହ୍ରାସ ହୋଇପାରେ ଟିକସ ସ୍ଲାବ

ହ୍ରାସ ହୋଇପାରେ ଟିକସ ସ୍ଲାବ

ନୂଆଦିଲ୍ଲୀ,୨୧-୧ ଆଗାମୀ ବଜେଟରେ ସରକାର ଟିକସ ସ୍ଲାବକୁ ହ୍ରାସ କରି ପାରନ୍ତି। ଏହା ହେଲେ ଲୋକଙ୍କ ଉପରେ ଟିକସ ବୋଝ ସାମାନ୍ୟ ହ୍ରାସ ହେବ ବୋଲି ଟିକସ କନସଲଣ୍ଟାଣ୍ଟ ଇଓ୍ବାଇ ପକ୍ଷରୁ ହୋଇଥିବା ଏକ ପ୍ରାକ୍‌ ବଜେଟ ସର୍ଭେରେ ଏହା ପ୍ରକାଶ ପାଇଛି।

ମାରୁତି ଆଣିବ ୪ ନୂଆ ମଡେଲ

ମାରୁତି ଆଣିବ ୪ ନୂଆ ମଡେଲ

ନୂଆଦିଲ୍ଲୀ,୨୧-୧ ପ୍ରମୁଖ ୪ ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଆଗାମୀ ୧୨-୧୮ ମାସ ମଧ୍ୟରେ ୪ ନୂଆ ମଡେଲ ଆଣିବ। ଆଗାମୀ ଦିନରେ ଘରୋଇ ବଜାରରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଧାରାକୁ ବଜାୟ ରଖିବାକୁ ଏହି ଭଳି ପଦକ୍ଷେପ ନିଆଯାଉଥିବା କମ୍ପାନୀ ପ୍ରକାଶ କରିଛି।

ତ୍ୱରିତ ହେବ କମ୍ପାନୀ ପଞ୍ଜୀକରଣ ଧାରା

ତ୍ୱରିତ ହେବ କମ୍ପାନୀ ପଞ୍ଜୀକରଣ ଧାରା

ନୂଆଦିଲ୍ଲୀ,୨୧-୧ କମ୍ପାନୀ ପଞ୍ଜୀକରଣ ଧାରାକୁ ତ୍ୱରାନ୍ବିତ କରିବାକୁ ସରକାର ଯୋଜନା କରୁଛନ୍ତି। ନୂତନ କମ୍ପାନୀଙ୍କ ପଞ୍ଜିକରଣ ଧାରାରେ କିଛିଟା ପରିବର୍ତ୍ତନ କରିବାକୁ ଯୋଜନା ରହିଛି।