Dharitri News
ବାଣିଜ୍ୟ |

କମ୍ପାନୀଙ୍କ ସିଏସ୍‌ଆର ଖର୍ଚ୍ଚ ୧୨% ବଢିଲା

କମ୍ପାନୀଙ୍କ ସିଏସ୍‌ଆର ଖର୍ଚ୍ଚ ୧୨% ବଢିଲା ନୂଆଦିଲ୍ଲୀ,୧-୧୨,(ପି.ଟି)- ୨୦୧୫-୧୬ ଆର୍ଥତ୍କ ବର୍ଷରେ ଘରୋଇ ବଜାରର କମ୍ପାନୀଗୁଡିକର ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର୍‌) ଖର୍ଚ୍ଚରେ ୧୨% ବୃଦ୍ଧି ଘଟିଛି। ଏହି ସମୟରେ ସଂସ୍ଥାଗୁଡିକ ସିଏସ୍‌ଆର ବାବଦକୁ ୯,୮୮୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ପିପି ଚୌଧୁରୀ ସୂଚନା ଦେଇଛନ୍ତି। ୨୦୧୩ କମ୍ପାନୀ ଆଇନ ମୁତାବକ ସଂସ୍ଥାଗୁଡିକ ସେମାନଙ୍କ ଲାଭର କିଛି ଅଂଶକୁ ସିଏସ୍‌ଆର ବାବଦକୁ ଖର୍ଚ୍ଚ କରିବାର ନିୟମ ରହିଛି। ୧ ଏପ୍ରିଲ ୨୦୧୪ ଠାରୁ ନୂଆ ସିଏସ୍‌ଆର ନିୟମ କାର୍ଯ୍ୟକାରୀ ହୋଇଛି।

Model This Week

ସୁରଶ୍ରୀ
Pilanka Dharitri

ବାଣିଜ୍ୟ |

ଟେଲିକମ୍‌ ଶିଳ୍ପରେ ହେବ ବଡ ଛଟେଇ

ଟେଲିକମ୍‌ ଶିଳ୍ପରେ ହେବ ବଡ ଛଟେଇ

ବମ୍ବେ,୧୫-୧(ପି.ଟି.) ଏକଦା ଅନ୍ୟତମ ଦୀପ୍ତିମାନ ଶିଳ୍ପ ଭାବେ ପ୍ରତିପାଦିତ ହେଉଥିଲା ଦେଶର ଟେଲିକମ୍‌ ଶିଳ୍ପ। ନମ୍ବର ୧ ନିଯୁକ୍ତି ପ୍ରଦାନକାରୀ ଭାବେ ଏହା ପରିଗଣିତ ହେଉଥିଲା। କିନ୍ତୁ ଏବେ ଏହି ଶିଳ୍ପ ନିଜର ଚମକ ହରାଇଛି। ଅନିଶ୍ଚିତତା ମଧ୍ୟ ଦେଇ ଏହା ଗତି କରୁଛି।

ସର୍ବନିମ୍ନ ବିକଳ୍ପ ଟିକସ ହ୍ରାସ କରି ପାରେ ଅର୍ଥ ମନ୍ତ୍ରଣାଳୟ

ସର୍ବନିମ୍ନ ବିକଳ୍ପ ଟିକସ ହ୍ରାସ କରି ପାରେ ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୫-୧ ଆଗାମୀ ବଜେଟରେ ଅର୍ଥ ମନ୍ତ୍ରଣାଳୟ ସର୍ବନିମ୍ନ ବିକଳ୍ପ ଟିକସ(ମ୍ୟାଟ୍‌) ହ୍ରାସ କରିପାରେ। ଆମେରିକାର ଟିକସ ସଂସ୍କାର ଯୋଗୁ ବଜାର ଉପରେ ପଡୁଥିବା ପ୍ରଭାବକୁ ନଜରରେ ରଖି ସରକାର ଏହି ଭଳି ନିଷ୍ପତ୍ତି ନେଇ ପାରନ୍ତି ବୋଲି ବଜାର ବିଶେଷଜ୍ଞ ମାନେ ପୂର୍ବାନୁମାନ କରିଛନ୍ତି।

ରିୟଲ ଇଷ୍ଟେଟକୁ ମିଳୁ ଶିଳ୍ପ ମାନ୍ୟତା

ରିୟଲ ଇଷ୍ଟେଟକୁ ମିଳୁ ଶିଳ୍ପ ମାନ୍ୟତା

ନୂଆଦିଲ୍ଲୀ,୧୫-୧ ବଜେଟରେ ସରକାର ରିଲୟ ଇଷ୍ଟେଟକୁ ସରକାର ଶିଳ୍ପ ମାନ୍ୟତା ପ୍ରଦାନ କରିବା ଉଚିତ। ଏହା ସହ ଉକ୍ତ କ୍ଷେତ୍ରରେ ଚାଲୁ ରହିଥିବା ପ୍ରକଳ୍ପ ଉପରୁ ଜିଏସଟି ହ୍ରାସ, ସିଙ୍ଗିଲ ଓ୍ବିଣ୍ଡୋ ମଞ୍ଜୁରୀ ବ୍ୟବସ୍ଥା ପ୍ରଦାନ ଲାଗି ବ୍ୟବସ୍ଥା ମାନ କରନ୍ତୁ ବୋଲି ପ୍ରପର୍ଟି କନସଲଟାଣ୍ଟ ଆନାରକ୍‌ ପ୍ରସ୍ତାବ ଦେଇଛି।

ସୁନା ଉପରୁ ଆମଦାନୀ ଶୁଳ୍କ ହ୍ରାସ ହୋଇପାରେ

ସୁନା ଉପରୁ ଆମଦାନୀ ଶୁଳ୍କ ହ୍ରାସ ହୋଇପାରେ

ନୂଆଦିଲ୍ଲୀ,୧୫-୧ ବଜେଟରେ ସୁନା ଉପରେ ଲାଗୁ ହେଉଥିବା ଆମଦାନୀ ଶୁଳ୍କ ହ୍ରାସ ସପକ୍ଷରେ ବାଣିଜ୍ୟ ମନ୍ତ୍ରଣାଳୟ ରହିଛି। ଆମଦାନୀ ଟିକସ ହ୍ରାସ ଦ୍ୱାରା ସୁନା ଗହଣା ରପ୍ତାନିକୁ ପ୍ରୋତ୍ସାହିତ କରାଯିବାକୁ ଯୋଜନା ରହିଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁନା ଉପରେ ୧୦% ଆମଦାନୀ ଟିକସ ଲାଗୁ ହେଉଛି।

ଫେବୃୟାରୀ ୯ରୁ ୧୪ତମ ଅଟୋ ଏକ୍ସପୋ

ଫେବୃୟାରୀ ୯ରୁ ୧୪ତମ ଅଟୋ ଏକ୍ସପୋ

ବମ୍ବେ,୧୫-୧ ଆସନ୍ତା ମାସ ୯ରୁ ୧୪ ତମ ଅଟୋ ଏକ୍ସପୋ ଅନୁଷ୍ଠିତ ହେବ। ଏହା ଫେବୃୟାରୀ ୧୪ ଯାଏ ଚାଲିବାକୁ ଥିବା ବେଳେ ଏଥିରେ ୨୪ଟି ନୂଆ ମଡେଲ ବଜାରକୁ ଆସିବ ବୋଲି ଆଶା କରାଯାଉଛି।

ଓଏଲଏମ୍‌ ପକ୍ଷରୁ ମହିଳାଙ୍କ ଆର୍ଥତ୍କ ବିକାଶ ସମ୍ପର୍କିତ କର୍ମଶାଳା

ଓଏଲଏମ୍‌ ପକ୍ଷରୁ ମହିଳାଙ୍କ ଆର୍ଥତ୍କ ବିକାଶ ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର,୧୫-୧ ଓଡିଶା ଜୀବିକା ମିଶନ (ଓଏଲ୍‌ଏମ୍‌) ପକ୍ଷରୁ ମହିଳାଙ୍କ ଆର୍ଥତ୍କ ବିକାଶ ସଂକ୍ରାନ୍ତ କର୍ମଶାଳା ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମହିଳାଙ୍କ ବିକାଶ ଲାଗି ଜୀବିକା ମାଧ୍ୟମରେ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା।

ଟାଟା ମୋଟର୍ସର ନୂଆ ଟିଆଗୋ ଏଏମ୍‌ଟି ବଜାରରେ

ଟାଟା ମୋଟର୍ସର ନୂଆ ଟିଆଗୋ ଏଏମ୍‌ଟି ବଜାରରେ

ଢାକା,୧୫-୧ ପ୍ରମୁଖ ଚାରି ଚକିଆ ଯାନ ନିର୍ମାତା ଟାଟା ମୋଟର୍ସ ପକ୍ଷରୁ ଏହାର ପ୍ରମୁଖ ମଡେଲ ଟିଆଗୋର ଏଏମ୍‌ଟି ଭାରିଆଣ୍ଟ ବଜାରକୁ ଆସିଛି। ନୂଆ ମଡେଲଟିରେ ଗ୍ରାହକମାନେ ଆକର୍ଷକ ଡିଜାଇନ୍‌, ଅତ୍ୟାଧୁନିକ ଟେକ୍ନୋଲୋଜି, ଡ୍ରାଇଭିଂ ଡାଇନାମିକ୍ସ, ଉନ୍ନତ ଡ୍ରାଇଭିଂ ଅଭିଜ୍ଞତା ଲାଭ କରିବାକୁ ସକ୍ଷମ ହୋଇପାରିବେ।

ଉଦ୍‌ଘାଟନ ହେଲା ଲାବନ୍ୟ ଜୁଏଲର୍ସ

ଉଦ୍‌ଘାଟନ ହେଲା ଲାବନ୍ୟ ଜୁଏଲର୍ସ

ଭୁବନେଶ୍ୱର, ୧୫-୧ ୯୧୬ ଇପାରି ଜୁଏଲର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏହାର ଶୋ’ରୁମ୍‌କୁ ନବୀକରଣ କରି ଲାବନ୍ୟ ବ୍ରାଣ୍ଡ୍‌ ନାମରେ ସୋମବାର ଉଦ୍‌ଘାଟନ କରିଛି। ଖାରବେଳ ନଗରସ୍ଥିତ ଏହି ଶୋ’ରୁମ୍‌କୁ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରଉତଲା ଏବଂ ଲାବନ୍ୟର ବ୍ରାଣ୍ଡ୍‌ ଆମ୍ବାସାଡର ଓଡିଆ ଅଭିନେତ୍ରୀ ଭୂମିକା ଦାଶ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି।

ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ପୁଞ୍ଜି ବିନିଯୋଗ ବୃଦ୍ଧି ଆଶା

ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ପୁଞ୍ଜି ବିନିଯୋଗ ବୃଦ୍ଧି ଆଶା

ବମ୍ବେ,୧୫-୧(ପିଟି) ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ରିପୋର୍ଟ ଅନୁସାରେ ଭାରତରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଯେତେ ପରିମାଣର ପୁଞ୍ଜି ନିବେଶ ହେଉଛି ସେଥିରେ ସରକାରୀ ଅଂଶ ମାତ୍ର ୩୦% ମଧ୍ୟରେ ସୀମିତ। ଏହାକୁ ବୃଦ୍ଧି କରିବା ପାଇଁ ୨୦୧୮-୧୯ ସାଧାରଣ ବଜେଟ୍‌ରେ ପ୍ରାଧାନ୍ୟ ଦିଆଯାଇ ପାରେ। ହସ୍ପିଟାଲ ବିଲ୍ଡିଂ ନିର୍ମାଣ, ଭିତ୍ତିଭୂମି ରକ୍ଷଣାବେକ୍ଷଣ ଆଦି କ୍ଷେତ୍ରରେ ସରକାରୀ ସୂତ୍ରରୁ ଅଧିକ ପୁଞ୍ଜି ବିନିଯୋଗ ପାଇଁ ବ୍ୟବସ୍ଥା ଆଶା କରାଯାଉଛି।

ରେକର୍ଡ ସ୍ତରରେ ତୈଳ ଦର

ରେକର୍ଡ ସ୍ତରରେ ତୈଳ ଦର

ନୂଆଦିଲ୍ଲୀ, ୧୫-୧ ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧି ପାଇବାରେ ଲାଗିଛି। ନୂଆଦିଲ୍ଲୀରେ ଡିଜେଲ ଲିଟର ପିଛା ଦର ୬୧.୭୪ ଟଙ୍କାକୁ ବୃୃଦ୍ଧି ପାଇଥିବା ବେଳେ ପେଟ୍ରୋଲ ଦର ୭୧.୧୮ ଟଙ୍କାକୁ ବୃଦ୍ଧି ପାଇଛି।

୧୭ରେ ହେବ ନାବାର୍ଡର ବାର୍ଷିକ ଋଣ ସମ୍ମିଳନୀ

୧୭ରେ ହେବ ନାବାର୍ଡର ବାର୍ଷିକ ଋଣ ସମ୍ମିଳନୀ

ଭୁବନେଶ୍ୱର,୧୫-୧ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ(ନାବାର୍ଡ)ର ‘ବାର୍ଷିକ ରାଜ୍ୟ ଋଣ ସମ୍ମିଳନୀ ୨୦୧୮-୧୯’ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିବେ।

ଡିସେମ୍ବରରେ ସୁନା ଆମଦାନୀ ୭୨% ବୃଦ୍ଧି

ଡିସେମ୍ବରରେ ସୁନା ଆମଦାନୀ ୭୨% ବୃଦ୍ଧି

ନୂଆଦିଲ୍ଲୀ,୧୫-୧(ପି.ଟି.) ୨୦୧୭ ଡିସେମ୍ବରରେ ଦେଶର ସୁନା ଆମଦାନୀ ୭୧.୫୨% ବୃଦ୍ଧି ପାଇଛି। ବିଶ୍ୱ ବଜାରରେ ଦର ହ୍ରାସ କାରଣରୁ ଏହି ସମୟରେ ୩.୩୯ ବିଲିୟନ ଡଲାର ମୂଲ୍ୟର ସୁନା ଆମଦାନୀ ହୋଇଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ।