ଫୁରସତ |

‘ପରବର୍ତ୍ତୀ ଲକ୍ଷ୍ୟ ମିସ୍‌ ୟୁନିଭର୍ସ’

‘ପରବର୍ତ୍ତୀ ଲକ୍ଷ୍ୟ ମିସ୍‌ ୟୁନିଭର୍ସ’
ଭୁବନେଶ୍ୱର,୧।୧୨(ବନ୍ଦନା ସେଠୀ): ଓଡ଼ିଶା ମାଟିର ଝିଅ ସୋନିକା ରୟ। ନିଜର ଦକ୍ଷତା ଏବଂ ପ୍ରଚେଷ୍ଟା ବଳରେ ମଡେଲିଂ ଦୁନିଆରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଫିଲିଫାଇନ୍ସରେ ଅନୁଷ୍ଠିତ ହୋଇଥିବା ‘ମିସ୍‌ ଇଣ୍ଡିଆ ଏସିଆ ପାସିଫିକ୍‌ ଇଣ୍ଟରନ୍ୟାଶନାଲ’ରେ ସେ ଭାରତ ପାଇଁ ପ୍ରତିନିଧିତ୍ୱ କରି ‘ସୋସିଆଲ୍‌ ମିଡିଆ ପପୁଲାର’, ‘ଜନାୟା ମିସ୍‌ ବିୟୁଟିଫୁଲ୍‌’ ଏବଂ ‘ପିପୁଲ ଚଏସ୍‌’ ଆଓ୍ବାର୍ଡ ପାଇବାକୁ ସକ୍ଷମ ହୋଇଛନ୍ତି। ଏଥିରେ ସୋନିକାଙ୍କ ଜଲ୍‌ଓ୍ବା ସାରା ବିଶ୍ୱ ଦେଖିବାର ସୁଯୋଗ ପାଇଥିଲା। ଏହା ପୂର୍ବରୁ ସେ ୨୦୧୪ରେ ‘ମିସ୍‌ ଓଡ଼ିଶା’ କଣ୍ଟେଷ୍ଟ୍‌ରେ ପ୍ରଥମ ରନର୍ସ ଅପ୍‌ ହୋଇଥିଲେ। ସେହିପରି ୨୦୧୫ ଏବଂ ୨୦୧୭ରେ ଫେମିନା ମିସ୍‌ ଇଣ୍ଡିଆ କଣ୍ଟେଷ୍ଟ୍‌ରେ ଭାଗ ନେଇ ‘ଶ୍ରେଷ୍ଠ ୧୨’ ମଧ୍ୟରେ ସ୍ଥାନ ପାଇଥିଲେ। ଶୁକ୍ରବାର ଫିଲିଫାଇନ୍ସରୁ ଭୁବନେଶ୍ୱର ଫେରିଥିବା ସୋନିକାଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତ୍‌କାର। ପ୍ର- ଫେମିନା ମିସ୍‌ ଇଣ୍ଡିଆ କଣ୍ଟେଷ୍ଟ୍‌ର ଅନୁଭୂତି କିପରି ଥିଲା? ବହୁତ ବଢ଼ିଆ ଅନୁଭୂତି ଥିଲା। ଫିଲିଫାଇନ୍ସ ଭଲ ଦେଶ। ସେମାନେ ଭାରତୀୟଙ୍କୁ ପସନ୍ଦ କରନ୍ତି। ମୋତେ ସେଠାରେ ସମସ୍ତଙ୍କଠାରୁ ବହୁତ ଭଲପାଇବା ମିଳିଛି। ଏମିତି କି, ସେମାନେ ଆସନ୍ତା ବର୍ଷ ଆଉଥରେ ଯିବାକୁ ଅନୁରୋଧ କରିଛନ୍ତି। ଉଚ୍ଛ୍ବସିତ ସମ୍ବର୍ଦ୍ଧନା ସହ ମୋତେ ବିଦାୟ ଦେଇଥିଲେ। କଲିକତା ବିମାନବନ୍ଦରରେ ମଧ୍ୟ ସେହିପରି ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଠାରେ ଗାୟିକା ଉଷା ଉଥପ୍ପ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ। ପ୍ର- ପିପୁଲ୍‌ ଚଏସ୍‌ ଆଓ୍ବାର୍ଡ ପାଇବା ପରେ କେମିତି ଲାଗିଥିଲା? ସେଠାକାର ଲୋକ ମୋତେ ବହୁତ ଭଲ ପାଉଥିଲେ। ସେଥିପାଇଁ ମୁଁ ପିପୁଲ ଚଏସ୍‌ ସାଙ୍ଗକୁ ସୋସିଆଲ୍‌ ମିଡିଆ ପପୁଲାର ଆଓ୍ବାର୍ଡ ମଧ୍ୟ ପାଇଲି। ମୋର ଲୋକପ୍ରିୟତା ଦେଖି ଏସିଆ ପାସଫିକ୍‌ର ଚେୟାରମ୍ୟାନ୍‌ ମୋତେ ଆସନ୍ତା ବର୍ଷ ଆଉଥରେ ଭାରତରୁ ପ୍ରତିନିଧିତ୍ୱ କରିବାକୁ ଅନୁରୋଧ କରିଛନ୍ତି। ପ୍ର- ଏତେ ଲୋକପ୍ରିୟ ହେବା ପରେ ଟାଇଟଲ୍‌ ହାସଲ କରି ନ ପାରିବାର କାରଣ? ସେମାନେ ଅନ୍‌ ସ୍ପଟ ନିଷ୍ପତ୍ତି ନିଅନ୍ତି ନାହିଁ। ଆଗରୁ ସେମାନେ କେଉଁ ଦେଶକୁ ଟାଇଟଲ୍‌ ଦେବେ ତାହା ନିଷ୍ପତ୍ତି ନେଇ ଯାଇଥାଆନ୍ତି। ଚଳିତ ବର୍ଷ ସେମାନେ ବ୍ରାଜିଲ୍‌କୁ ଦେବା ପାଇଁ ଚୟନ କରିଥିଲେ। ସୁନ୍ଦରୀ ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ଏହା ସରିଯାଇ ଥାଏ। ମୋତେ ଯେ ସେଠାରେ ଏତେ ଭଲପାଇବା ମିଳିବ ଏବଂ ସେଠାକାର ଲୋକେ ମୋତେ ଏତେ ମାତ୍ରାରେ ପସନ୍ଦ କରିବେ, ତାହା ସେମାନଙ୍କୁ ଜଣା ନ ଥିଲା। ତେଣୁ ଯଦି ଆସନ୍ତା ବର୍ଷ ମୁଁ ସେଠାକୁ ଯାଏ, ତେବେ ‘ମିସ୍‌ ଇଣ୍ଡିଆ ଏସିଆ ପାସିଫିକ୍‌ ଇଣ୍ଟରନ୍ୟାଶନାଲ’ ଟାଇଟଲ୍‌ ଜିତିପାରେ। ପ୍ର- ଆପଣଙ୍କର କେଉଁ ଉତ୍ତର ବିଚାରକଙ୍କୁ ବେଶି ଇମ୍ପ୍ରେସ୍‌ କରିଥିଲା ବୋଲି ଭାବୁଛନ୍ତି? ସେଠାରେ ବହୁତଗୁଡ଼ିଏ ରାଉଣ୍ଡ ରହିଥିଲା। ନଭେମ୍ବର ୧୦ରୁ ଆମର ଯାତ୍ରା ଆରମ୍ଭ ହୋଇଥିଲା। ସବୁଦିନ କିଛି କିଛି ଆକ୍ଟିଭିଟି ରହୁଥିଲା। ସାକ୍ଷାତ୍‌କାର ରାଉଣ୍ଡରେ ୧୮ଜଣ ଅନ୍ତର୍ଜାତୀୟ ସ୍ତରୀୟ ବିଚାରକ ଥିଲେ। ସେଠାରେ ମୋତେ ମୋ ଦେଶର ସଂସ୍କୃତି ବିଷୟରେ ପ୍ରଶ୍ନ ପଚାରାଯାଇଥିଲା। ଭାରତରୁ ପ୍ରତିନିଧିତ୍ୱ କରୁଥିବା ଏବଂ ମୁଁ ଓଡ଼ିଶାରୁ ଯାଇଥିବା କହିଥିଲି। ଓଡ଼ିଶା ଏକ ରାଜ୍ୟ ବୋଲି ସେଠାରେ ଅନେକେ ଜାଣି ନ ଥିଲେ। ତା’ପରେ ମୁଁ ପୁରୀ ଏବଂ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ କହିଥିଲି। ଏ ସବୁ ଜାଣିବା ପରେ ବିଚାରକମାନେ ବହୁତ ଖୁସି ହୋଇଥିଲେ। ପ୍ର- ପରବର୍ତ୍ତୀ ଯୋଜନା କ’ଣ ରହିଛି? ‘ମିସ୍‌ ୟୁନିଭର୍ସ’ ପାଇଁ ମୋତେ ଏବେ ଅଫର ଆସିଛି। ଜୁନ୍‌ ମାସରେ ମୁଁ ଆଉଥରେ ଭାରତରୁ ‘ମିସ୍‌ ୟୁନିଭର୍ସ’ ପାଇଁ ପ୍ରତିନିଧିତ୍ୱ କରିବି। ଫିଲିଫାଇନ୍ସରେ ସୁନ୍ଦରୀ ପ୍ରତିଯୋଗିତା ଚାଲିଥିବାବେଳେ ସେମାନେ ମୋ ପ୍ରୋଫାଇଲ୍‌ ଫଲୋ କରୁଥିଲେ। ସବୁ ପରର୍ଫମାନ୍ସ ଦେଖିବା ପରେ ସେମାନେ ମୋତେ ଡାକିଛନ୍ତି। ଏହା ବ୍ୟତୀତ ଦୁଇଟି ଓଡ଼ିଆ ଫିଲ୍ମରେ ମଧ୍ୟ କାମ କରିବି। ଗୋଟିଏ ହେଉଛି ‘ମୋ ଜୀବନ ତୁ ହି ତୁ’ ଏବଂ ଅନ୍ୟଟିର ନାମକରଣ ହୋଇନାହିଁ।
All Right Reserved By

ଫୁରସତ |

୭୨ ଘଣ୍ଟା ନୋ ଟଏଲେଟ୍‌

୭୨ ଘଣ୍ଟା ନୋ ଟଏଲେଟ୍‌

ବିବାହ ସମୟରେ ୭୨ ଘଣ୍ଟା ଟଏଲେଟ ନ ଯିବା ବିଶ୍ୱର ଟିଡୋଙ୍ଗ ଆଦିବାସୀ ସମ୍ପ୍ରଦାୟର ଏକ ପ୍ରାଚୀନ ପରମ୍ପରା। ଏହି ପରମ୍ପରା ଅନୁସାରେ ନବବିବାହିତଙ୍କୁ ବିବାହ ଦିନଠାରୁ ୩ ଦିନ ପର୍ଯ୍ୟନ୍ତ ଟଏଲେଟ୍‌ ବ୍ୟବାହର କରିବାକୁ ଦିଆଯାଇ ନ ଥାଏ। 

୧୦୭ ବର୍ଷରେ ଫିଟ୍‌: ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ

୧୦୭ ବର୍ଷରେ ଫିଟ୍‌: ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ

ନୂଆଦିଲ୍ଲୀ, ୨୩।୧: ଯଦି ମନୋବଳ ଦୃଢ, ତେବେ ଜୀବନରେ ଯେ କୌଣସି ଝଡଝଞ୍ଜା ଆସିଲେ ମଧ୍ୟ ତାହାର ସାମ୍ନା କରିବା ସହଜ ମନେ ହୁଏ। ଏମିତି ଜଣେ ଦୃଢମନା ବ୍ୟକ୍ତି ହେଉଛନ୍ତି ଗୁରୁଚରଣ ସିଂହ ସାନ୍ଧୁ। 

ଥଣ୍ଡାରେ କମ୍‌ ପୋଷାକ ପିନ୍ଧିବା ପଡ଼ିଲା ମହଙ୍ଗା: ପର୍ବତ ଶିଖରରେ ଚଢ଼ି ବିକିନିରେ ସେଲ୍‌ଫି ଉଠାଉଥିବା ମହିଳା ଗିଗୀ ମୃତ

ଥଣ୍ଡାରେ କମ୍‌ ପୋଷାକ ପିନ୍ଧିବା ପଡ଼ିଲା ମହଙ୍ଗା: ପର୍ବତ ଶିଖରରେ ଚଢ଼ି ବିକିନିରେ ସେଲ୍‌ଫି ଉଠାଉଥିବା ମହିଳା ଗିଗୀ ମୃତ

ତାଇଓ୍ବାନ: ବହୁତ ଲୋକଙ୍କର ପର୍ବତାରୋହଣ କରି ଶିଖର ଛୁଇଁବା ଭଳି ସଉକ ଥାଏ। ମାତ୍ର ଏପରି କରିବା ପୂର୍ବରୁ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ନିଜର ସୁରକ୍ଷା ଓ ସ୍ବାସ୍ଥ୍ୟ ଆଦି ବିଷୟରେ ଧ୍ୟାନ ରଖିବା ଉଚିତ୍‌। ନଚେତ ଜୀବନ ବି ଯାଇପାରେ। ନିକଟରେ ଏଭଳି ଏକ ଘଟଣାର ଶିକାର ହୋଇଛନ୍ତି ତାଇଓ୍ବାନର ଜଣେ ମହିଳା ପର୍ବତାରୋହୀ।

୧୦ ବର୍ଷରେ ଶିକାର ହେଲେଣି ୧୦୨ ଏକଶିଙ୍ଗି ଗଣ୍ଡା

୧୦ ବର୍ଷରେ ଶିକାର ହେଲେଣି ୧୦୨ ଏକଶିଙ୍ଗି ଗଣ୍ଡା

ନୋଇଡା(ୟୁପି): ୨୦୦୮ରୁ ଏପର୍ଯ୍ୟନ୍ତ ୧୦୨ ଏକଶିଙ୍ଗି ଗଣ୍ଡା ଶିକାର କରାଗଲାଣି ଏବଂ ଏଥିପାଇଁ ୨୦୯ ଶିକାରୀଙ୍କୁ ଗିରଫ କରାଯାଇଥିବା ସୂଚନା ଅଧିକାର ଆଇନ (ରାଇଟ୍‌ ଟୁ ଇନଫରମେଶନ୍‌) ତଥ୍ୟରୁ ଜଣାଯାଇଛି। ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଅଧୀନ ଓ୍ବାଇଲ୍ଡ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲ୍ୟୁସିସିବି) ଦ୍ୱାରା ମିଳିଥିବା ତଥ୍ୟ ଅନୁସାରେ ଆସାମରୁ ସର୍ବାଧିକ ୮୪ ଏକଶିଙ୍ଗି ଗଣ୍ଡା ଶିକାର କରାଯାଇଛି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗରେ ୧୭ଟି ଗଣ୍ଡା ଶିକାର କରାଯାଇଥିବା ବେଳେ ଉତ୍ତରପ୍ରଦେଶରେ ଗୋଟିଏ ଗଣ୍ଡାର ମୃତ୍ୟୁ ଘଟିଛି। 

ସକାଳେ ବିଛଣାଛାଡ଼ି  ଏସବୁ କାହିଁକି  ମନା...

ସକାଳେ ବିଛଣାଛାଡ଼ି ଏସବୁ କାହିଁକି ମନା...

ସକାଳେ ବିଛଣା ଛାଡିବା ପରେ ନିରୋଗ ଜୀବନଚର୍ଯ୍ୟା ଆପଣେଇବା ଆବଶ୍ୟକ। ଏହାଦ୍ୱାରା ମନ ଓ ଶରୀର ଉପରେ ପଡ଼ିଥାଏ ସକାରାତ୍ମକ ପ୍ରଭାବ।

ଚୁମ୍ବନ ଦେଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଯୁବକ

ଚୁମ୍ବନ ଦେଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଯୁବକ

କ୍ରିସ୍‌ ମୋନରୋ ନାମକ ଜଣେ ଯୁବକ ଏବେ ଇଣ୍ଟରନେଟର କିସିଂ ବୟ ଭାବେ ବେଶ୍‌ ପରିଚିତ। ସେ ଚୁମ୍ବନ ଦେଇ ଏବେ କୋଟି କୋଟି ଟଙ୍କା ରୋଜଗାର କରୁଥିବା କୁହନ୍ତି। ଏମିତିକି ବଲିଉଡ୍‌ ଷ୍ଟାର ତଥା ସିରିୟଲ କିସର୍‌ ଇମ୍ରାନ ହାସମିଙ୍କୁ ଏବେ ପଛରେ ପକାଇ ଦେଇଛନ୍ତି କିସିଂ ବୟ କ୍ରିସ୍‌।

ସାଙ୍ଗିଆ ପରିବର୍ତ୍ତନ

ସାଙ୍ଗିଆ ପରିବର୍ତ୍ତନ

ନିଜ ସାଙ୍ଗିଆକୁ କିଏ ବା ଭଲ ନ ପାଏ । କାରଣ ନାଁ ପରେ ଏହା ବି ମଣିଷର ପରିଚୟ ପାଲଟିଥାଏ। ତେବେ ପୁରୁଷମାନଙ୍କ କ୍ଷେତ୍ରରେ ଏହା ଶୈଶବରୁ ଆରମ୍ଭ କରି ଜୀବନର ଶେଷ ସମୟ ଯାଏ ଅପରିବର୍ତ୍ତିତ ରହିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଅନେକ ସମୟରେ ଏହା ବଦଳି ଯାଇଥାଏ...

ପାଠପଢ଼ା ଚାପ ବି ସ୍ମରଣ ଶକ୍ତିକୁ କରେ ପ୍ରଭାବିତ...

ପାଠପଢ଼ା ଚାପ ବି ସ୍ମରଣ ଶକ୍ତିକୁ କରେ ପ୍ରଭାବିତ...

ପିଲାଙ୍କ ସ୍ମରଣ ଶକ୍ତି ହ୍ରାସ ପଛରେ ଅଭିଭାବକ ହିଁ ଦାୟୀ ଥାଆନ୍ତି।  ପିଲାଟି ଉପରେ ଷ୍ଟଡିପେସର୍‌ ବା ପାଠପଢ଼ା ଚାପ ବଢ଼ାଇବାରେ ସେମାନଙ୍କର ଥାଏ ମୁଖ୍ୟ ଭୂମିକା। 

ଏମିତି ମନ୍ଦିର ଯେଉଁଠି ମୁସଲମାନ ମହିଳା ଶିବରାତ୍ରୀରେ କରନ୍ତି ମହାଦେବଙ୍କୁ ଜଳଲାଗି...

ଏମିତି ମନ୍ଦିର ଯେଉଁଠି ମୁସଲମାନ ମହିଳା ଶିବରାତ୍ରୀରେ କରନ୍ତି ମହାଦେବଙ୍କୁ ଜଳଲାଗି...

ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିବାଦ ଜାରି ରହିଥିବାବେଳେ ଉତ୍ତରପ୍ରଦେଶ କନୌଜରେ ଥିବା ମହାଦେବଙ୍କ ମନ୍ଦିର ପାଲଟିଛି ସର୍ବଧର୍ମସମନ୍ବୟର ପବିତ୍ର କ୍ଷେତ୍ର। 

ଯେଉଁଠି ବିବାହ ପୂର୍ବରୁ ଝିଅ ହୁଅନ୍ତି ବିଦା...

ଯେଉଁଠି ବିବାହ ପୂର୍ବରୁ ଝିଅ ହୁଅନ୍ତି ବିଦା...

ସାଧାରଣତଃ ବିବାହ ପରେ କନ୍ୟା ବିଦା ହୋଇଥାଏ। ତେବେ ଝାଡ଼ଖଣ୍ଡ ଉତ୍ତର ଛୋଟନାଗପୁର ଅଞ୍ଚଳରେ ରହିଛି ଏକ ପରମ୍ପରା। ଏଠାରେ ବିବାହର କିଛି ଦିନ ପୂର୍ବରୁ ବରଘର ଲୋକେ କନ୍ୟାଘରେ ପହଞ୍ଚିଥାନ୍ତି।

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ନୂଆଦିଲ୍ଲୀ, ୨୧।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟରମାନେ ପଡିଆରେ ଯେତିକି ଲୋକପ୍ରିୟତା ଅର୍ଜନ କରିଛନ୍ତି ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାନ୍ତି। ଖାସ୍‌ ଭାବେ ପ୍ରେମ ସମ୍ପର୍କକୁ ନେଇ ଅତୀତରେ କିଛି କ୍ରିକେଟର ବେଶ୍‌ ଚର୍ଚ୍ଚାରେ ଥିଲେ।  

ପ୍ରାକୃତିକ ପେନ୍‌କିଲର

ପ୍ରାକୃତିକ ପେନ୍‌କିଲର

”ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନରେ ଚିକିତ୍ସା ଦ୍ୱାରା କେତେକ ରୋଗରୁ ସାମୟିକ ଉପଶମ ମିଳୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଆଶା କ୍ଷୀଣ। କିନ୍ତୁ ଏପରି ଆୟୁର୍ବେଦ ଶାସ୍ତ୍ରରେ ଲକ୍ଷାଧିକ ଔଷଧ ଦ୍ରବ୍ୟର ବର୍ଣ୍ଣନା ରହିଅଛି ଯାହାକି ବ୍ୟକ୍ତିଙ୍କୁ ଜରାବ୍ୟାଧିରୁ ମୁକ୍ତି ଦେଇ ନୀରୋଗ କରିପାରିବ, ଏହା ମୁନି ଋଷିମାନଙ୍କ ଦିବ୍ୟ ଦୃଷ୍ଟି ଓ ସାଧନା ବଳରେ ସମ୍ଭବ ହୋଇପାରିଛି, ଯାହାକି ଦୁରାରୋଗ୍ୟ ବ୍ୟାଧି ମଧ୍ୟ ଚିର ଆରୋଗ୍ୟ ହୋଇପାରିବ।“