ଖେଳ |

ଜାତୀୟ ବକ୍ସିଂ ପର୍ଯ୍ୟବେକ୍ଷକ ପଦରୁ ମେରୀକମ୍‌ଙ୍କ ଇସ୍ତଫା

ଜାତୀୟ ବକ୍ସିଂ ପର୍ଯ୍ୟବେକ୍ଷକ ପଦରୁ ମେରୀକମ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ, ୧।୧୨(ପି.ଟି.)- ପାଞ୍ଚଥର ବିଶ୍ୱ ଚାମ୍ପିୟନ୍‌ ମହିଳା ବକ୍ସର ଏମ୍‌.ସି. ମେରୀକମ୍‌ ଜାତୀୟ ବକ୍ସିଂ ପର୍ଯ୍ୟବେକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି। କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ସହ ଆଲୋଚନା ପରେ ସେ ଏଭଳି କରିଥିବା କହିଛନ୍ତି। ନିକଟରେ ରାଠୋର କୌଣସି ସକ୍ରିୟ କ୍ରୀଡ଼ାବିତ୍‌ ପର୍ଯ୍ୟବେକ୍ଷକ ପଦବୀରେ ରହିପାରିବେ ନାହିଁ ବୋଲି ଘୋଷଣା କରିଥିଲେ। ”ରାଠୋରଙ୍କ ସହ ଆଲୋଚନା କରି ମୁଁ ୧୦ ଦିନ ପୂର୍ବେ ଜାତୀୟ ବକ୍ସିଂ ପର୍ଯ୍ୟବେକ୍ଷକ ପଦରୁ ଇସ୍ତଫା ଦେଇସାରିଛି। ନିଜର ଅନିଚ୍ଛା ସତ୍ତ୍ୱେ ମୁଁ ଏହି ପଦବୀ ଭାର ନେଇଥିଲି। କାରଣ ଏଥିନେଇ ମୋତେ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ନିବେଦନ କରାଯାଇଥିଲା। ସ୍ପୋଟର୍‌ସ ସେକ୍ରେଟାରି ଇନଜିତ ଶ୍ରୀନିବାସ ମୋତେ ପର୍ଯ୍ୟବେକ୍ଷକ ପଦବୀ ଦେଇଥିଲେ। ଏହି ପଦ ସମ୍ପର୍କରେ ଆଲୋଚନା କରିିବା ପରେ କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ଭଳି ସ୍ଥିତି ଉପୁଜିବ ବୋଲି ଜାଣିଥିଲି। ଏହାସତ୍ତ୍ୱେ ମୋତେ ପଦ ଗ୍ରହଣ କରିବାକୁ ପଡ଼ିଥିଲା। କିନ୍ତୁ ଏବେ ମୁଁ କୌଣସି ଅଯଥା ବିବାଦରେ ପଡ଼ିବାକୁ ଚାହୁଁନାହିଁ। ଏଣୁ ଏହି ପଦ ତ୍ୟାଗ କରିଛି“ ବୋଲି ମେରୀକମ୍‌ ପ୍ରକାଶ କରିଛନ୍ତି। ଅଲିମ୍ପିକ୍‌ ବ୍ରୋଞ୍ଜ ପଦକଧାରୀ ୩୫ ବର୍ଷୀୟା ବକ୍ସରଙ୍କ ସମେତ ୧୨ଜଣ ପୂର୍ବତନ ଓ ବର୍ତ୍ତମାନ କ୍ରୀଡ଼ାବିତ୍‌ଙ୍କୁ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ବିଜୟ ଗୋଏଲ ସମୀକ୍ଷକ ଭାବେ ନିଯୁକ୍ତ କରିଥିଲେ। ଏଥିରେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା, ଡବଲ ଅଲିମ୍ପିକ୍‌ ପଦକଧାରୀ ସୁଶୀଲ କୁମାର ଓ ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ୍‌ ଅଖିଲ କୁମାର ରହିଥିଲେ। ଏମାନଙ୍କ ମଧ୍ୟରେ କେବଳ ମେରୀକମ୍‌ ଓ ସୁଶୀଲ ଏବେ ମଧ୍ୟ କ୍ରୀଡ଼ାବିତ୍‌ ଭାବେ ସକ୍ରିୟ।

All Right Reserved By

Model This Week

ନିକିତା

ଖେଳ |

କୋହଲିଙ୍କୁ ଟପିଲେ ରାଇନା

କୋହଲିଙ୍କୁ ଟପିଲେ ରାଇନା

ହାଇଦ୍ରାବାଦ, ୨୨।୪- ଟି୨୦ ସ୍ପେଶାଲିଷ୍ଟ ସୁରେଶ ରାଇନା ପୁଣିଥରେ ଆଇପିଏଲ୍‌ ଇତିହାସରେ ସର୍ବକାଳୀନ ଶ୍ରେଷ୍ଠ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ରବିବାର ଏଠାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ରାଇନା ଏହି କୃତିତ୍ୱ ଅର୍ଜନ କରିଥିଲେ।

ଶୀର୍ଷରେ ସୁପର କିଙ୍ଗ୍ସ

ଶୀର୍ଷରେ ସୁପର କିଙ୍ଗ୍ସ

ହାଇଦ୍ରାବାଦ, ୨୨।୪- ଚଳିତ ଆଇପିଏଲ୍‌ରେ ରବିବାର ଅପରାହ୍ନରେ ଅନୁଷ୍ଠିତ ପ୍ରତିଯୋଗିତାର ୨୦ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ରୋମାଞ୍ଚକ ଭାବେ ୪ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ସୁପର କିଙ୍ଗ୍ସ ପକ୍ଷରୁ ଧାର୍ଯ୍ୟ ୧୮୩ ରନ୍‌ର ଏକ କଷ୍ଟସାଧ୍ୟ ଲକ୍ଷ୍ୟକୁ ପିଛା କରିଥିବା କେନ୍‌ ଓ୍ବିଲିୟମସନଙ୍କ ହାଇଦ୍ରାବାଦ ଦଳ ୬ ଉଇକେଟ୍‌ ହରାଇ ୧୭୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ସ୍କୁଲ ଓପନ ଚେସ୍‌: ତନ୍ମୟ ଚାମ୍ପିୟନ

ସ୍କୁଲ ଓପନ ଚେସ୍‌: ତନ୍ମୟ ଚାମ୍ପିୟନ

ଭୁବନେଶ୍ୱର, ୨୨।୪(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସସିଏ) ଆନୁକୂଲ୍ୟରେ ସ୍କୁଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ ୟୁନିଟ-୧ସ୍ଥିତ ମଦର୍ସ ପବ୍ଲିକ୍‌ ସ୍କୁଲରେ ରବିବାର ଅନୁଷ୍ଠିତ ହୋଇ ଯାଇଛି। ରାଜ୍ୟର ୧୭ ସ୍କୁଲରୁ ୧୦୮ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ଶେଷରେ ମୋଟ ୫ ପ୍ରତିଯୋଗୀ ୬ ପଏଣ୍ଟ ଲେଖାଏ ପାଇଥିଲେ। ବୁକୋଲଜ୍‌ରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲର ତନ୍ମୟ କୁମାର ଚାମ୍ପିୟନ ହୋଇଥିଲେ।

ରାହିଲଙ୍କୁ ପାନାସୋନିକ ଗଲ୍ଫ ଟାଇଟଲ

ରାହିଲଙ୍କୁ ପାନାସୋନିକ ଗଲ୍ଫ ଟାଇଟଲ

ଓସାକା(ଜାପାନ), ୨୨।୪ (ପି.ଟି.)- ଭାରତୀୟ ଗଲ୍ଫ ତାରକା ରାହିଲ ଗଙ୍ଗଜୀ ରବିବାର ପାନାସୋନିକ ଓପନ ଟାଇଟଲ ହାସଲ କରିଛନ୍ତି। ଏଥି ସହିତ ସେ ଦୀର୍ଘ ୧୪ ବର୍ଷ ପରେ କୌଣସି ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି। ୩୯ ବର୍ଷୀୟ ରାହିଲଙ୍କ ସହିତ କୋରିଆର ହ୍ୟୁଙ୍ଗସଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଏହାପୂର୍ବରୁ ୨୦୦୪ରେ ରାହିଲ ଶେଷଥର ପାଇଁ ଚାଇନାରେ ଏସିଆନ୍‌ ଟୁର ଟାଇଟଲ ଜିତିଥିଲେ। ଏହି ବିଜୟ ସହ ସେ ବିଭିନ୍ନ ଦୃଷ୍ଟିକୋଣରୁ ବେଶ୍‌ ଲାଭବାନ ହୋଇଛନ୍ତି। ସେ ୨ ଲକ୍ଷ ୮୩ ହଜାର ଆମେରିକୀୟ ଡଲାର ପୁରସ୍କାର ଆର୍ଥିକ ପୁରସ୍କାର ପାଇଛନ୍ତି।

ସାଉଥ୍‌ ଏସିଆନ ଚାମ୍ପିୟନଶିପ୍‌:  ଭାରତୀୟ ମହିଳା ଜୁଡୋକାଙ୍କୁ ୪ ସ୍ବର୍ଣ୍ଣ

ସାଉଥ୍‌ ଏସିଆନ ଚାମ୍ପିୟନଶିପ୍‌: ଭାରତୀୟ ମହିଳା ଜୁଡୋକାଙ୍କୁ ୪ ସ୍ବର୍ଣ୍ଣ

ଲଳିତ୍‌ପୁର (ନେପାଲ), ୨୨।୪(ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ଅଷ୍ଟମ ସାଉଥ ଏସିଆନ୍‌ ଜୁଡୋ ଚାମ୍ପିୟନଶିପ୍‌ର ପ୍ରଥମ ଦିବସରେ ଭାରତୀୟ ପ୍ରତିଯୋଗୀମାନେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଭାରତୀୟ ମହିଳା ଜୁଡୋକାମାନେ ୪ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଭାରତ ଏଲ. ସୁଶୀଳା ଦେବୀ ୪୮ କେ.ଜି ବର୍ଗରେ ପାକିସ୍ତାନର ହୁମାଇରା ଆଶିକ୍‌ଙ୍କୁ ଫାଇନାଲରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି କଳ୍ପନା ଦେବୀ ଥୋଉଡାମ ୫୨ କେ.ଜି. ବର୍ଗରେ ପାକିସ୍ତାନର ମାର଼୍ୟାମ୍‌ଙ୍କୁ ହରାଇ ଦେଶ ପାଇଁ ଦ୍ୱିତୀୟ ସ୍ବର୍ଣ୍ଣ ଜିତିଛନ୍ତି। ଅନ୍ୟପଟେ ୫୭ କେ.ଜି. ବର୍ଗରେ ଏ. ଅନିତା ଚାନୁ ସ୍ଥାନୀୟ ଖେଳାଳି ଲିଳା ଅଧିକାରୀଙ୍କୁ ଓ ଏଚ୍‌. ସୁନିବାଳା ଦେବୀ ନେପାଳର ଫୁପୁ ଲାମୁ ଖାତ୍ରୀଙ୍କୁ ୬୩ କେ.ଜି ବର୍ଗରେ ପରାସ୍ତ କରି ଯାଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ଡି’ଭିଲର୍ସଙ୍କୁ ଶ୍ରେୟ ଦେଲେ କୋହଲି

ଡି’ଭିଲର୍ସଙ୍କୁ ଶ୍ରେୟ ଦେଲେ କୋହଲି

ବାଙ୍ଗାଲୋର, ୨୨।୪ (ପି.ଟି.)- ଶନିବାର ଦଲ୍ଲୀ ଡେୟାର ଡେଭିଲ୍ସକୁ ୬ ଉଇକେଟରେ ପରାସ୍ତ କରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ବେଶ୍‌ ହାଲକା ଅନୁଭବ କରିଛନ୍ତି। ୫ଟି ମ୍ୟାଚ ଖେଳି ବାଙ୍ଗାଲୋର ତା’ର ଦ୍ୱିତୀୟ ବିଜୟ ହାସଲ କରି ପ୍ରତ୍ୟାବର୍ତ୍ତନ କରିଛି। ଅଭିଜ୍ଞ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସଙ୍କୁ ସେ ଏହି ବିଜୟର ଶ୍ରେୟ ପ୍ରଦାନ କରିଛନ୍ତି। ଡି’ଭିଲର୍ସ ତାଙ୍କ ପ୍ରଦର୍ଶନ ମାଧ୍ୟମରେ ଆମକୁ ଖୁସି କରାଉଛନ୍ତି ବୋଲି କୋହଲି କହିଛନ୍ତି।

ଯୁବିଙ୍କ ଭଳି ଖେଳୁଛନ୍ତି ପନ୍ତ: ମନଦୀପ୍‌

ଯୁବିଙ୍କ ଭଳି ଖେଳୁଛନ୍ତି ପନ୍ତ: ମନଦୀପ୍‌

ବାଙ୍ଗାଲୋର, ୨୨।୪ (ପି.ଟି.)- ଦିଲ୍ଲୀ ଡେୟାର ଡେଭିଲ୍ସ ଯୁବ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅଭିଜ୍ଞ ଯୁବରାଜ ସିଂଙ୍କ ଭଲି ବ୍ୟାଟିଂ କରୁଛନ୍ତି ବୋଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟ୍ସମ୍ୟାନ ମନଦୀପ ସିଂ କହିଛନ୍ତି। ଯୁବରାଜଙ୍କ ଭଳି ପନ୍ତ ଛକା ମାରୁଛନ୍ତି। ଶନିବାର ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ପନ୍ତ ୪୮ଟି ବଲ ଖେଳି ୬ ଚୌକା ଓ ୭ ଛକା ସହ ଦ୍ରୁତ ୮୫ ରନ ସଂଗ୍ରହ କରିଥିଲେ ମଧ୍ୟ ଦିଲ୍ଲୀ ଏହି ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍‌ରେ ଏବି ଡି’ଭିଲର୍ସ ୩୯ ବଲରୁ ଦ୍ରୁତ ୯୦ ରନ କରି ବାଙ୍ଗାଲୋରକୁ ୬ ଉଇକେଟରେ ଜିତାଇଥିଲେ। ପନ୍ତ ନିଜ ଦକ୍ଷତା ଅନୁଯାୟୀ ଖେଳିଲେ ସମସ୍ତଙ୍କୁ ପଛରେ ପକାଇ ଆଗକୁ ଯାଇପାରିବେ ବୋଲି ମନଦୀପ ପୂର୍ବନୁମାନ କରିଛନ୍ତି।

ବାର୍ସିଲୋନା ଜିତିଲା ୩୦ତମ ‘କୋପା ଡେଲ ରେ’ ଟାଇଟଲ

ବାର୍ସିଲୋନା ଜିତିଲା ୩୦ତମ ‘କୋପା ଡେଲ ରେ’ ଟାଇଟଲ

ମାଡ୍ରିଡ, ୨୨।୪ (ଏ.ପି.)- ଦୁଇ ସୁପରଷ୍ଟାର ଲିଓନେଲ ମେସି ଓ ଲୁଇସ୍‌ ସୁଆରେଜଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ବାର୍ସିଲୋନା କ୍ଲବ୍‌ ‘କୋପା ଡେଲ ରେ’ ଟାଇଟଲ ହାସଲ କରିଛି। ଶନିବାର ସେବିଲାକୁ ସମ୍ପୂନ୍ନ ଏକପାଖିଆ ମ୍ୟାଚରେ ୫-୦ ଗୋଲରେ ପରାସ୍ତ କରି ବାର୍ସିଲୋନା ଏହି ଟୁର୍ନାମେଣ୍ଟର ୩୦ତମ ଟାଇଟଲ ହାସଲ କରିଛନ୍ତି। ଏଥିସହିତ ବାର୍ସିଲୋନା ଏହି ଟୁର୍ନାମେଣ୍ଟରେ କ୍ରମାଗତ ଚତୁର୍ଥ ଟାଇଟଲ ହାସଲ କରିଛି ଓ ଗତ ୫ ବର୍ଷ ମଧ୍ୟରେ ବାର୍ସିଲୋନା ସବୁଥର ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଛି।

୨ ବର୍ଷରେ ପ୍ରଥମ ବିଜୟ ହାସଲ କଲେ ଆମୀର

୨ ବର୍ଷରେ ପ୍ରଥମ ବିଜୟ ହାସଲ କଲେ ଆମୀର

ଲିଭରପୁଲ, ୨୨।୪ (ଏ.ପି.)- ପୂର୍ବତନ ବିଶ୍ୱଚାମ୍ପିୟନ ବ୍ରିଟେନ ଅଭିଜ୍ଞ ବକ୍ସର ଅମୀର ଖାଁ ଗତ ୨ ବର୍ଷ ମଧ୍ୟରେ ତାଙ୍କର ପ୍ରଥମ ଫାଇଟରେ ବିଜୟୀ ହୋଇଛନ୍ତି। ଶନିବାର ଅନୁଷ୍ଠିତ ମୁକାବିଲାରେ ଆମୀର ମାତ୍ର ୩୯ ସେକେଣ୍ଡରେ କାନାଡ଼ାର ପେସାଦନାର ବକ୍ସର ଫିଲ ଲୋ ଗ୍ରିକୋଙ୍କୁ ପରାସ୍ତ କରି ସେ ଏହି ସଫଳତା ହାସଲ କରିଛନ୍ତି। ଘରୋଇ ପରିବେଶ ଆମୀର ଗତ ୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ ଓ ବେଶ୍‌ ଉଚ୍ଚକୋଟୀର ପଦର୍ଶନ କରିଥିଲେ। ଏହାପୂର୍ବରୁ ୨୦୧୬ ମେ’ ମାସରେ ୩୧ ବର୍ଷୀୟ ଆମୀର ସଲ କାନେଲୋ ଆଲଭାରେଜଙ୍କଠାରୁ ପରାସ୍ତ ହୋଇଥିଲେ।

ପୂର୍ବତନ ବ୍ରାଜିଲ ଗୋଲ କିପର ଜୁଲିଓଙ୍କ ଅବସର

ପୂର୍ବତନ ବ୍ରାଜିଲ ଗୋଲ କିପର ଜୁଲିଓଙ୍କ ଅବସର

ରିଓ ଡି ଜାନେଇରୋ, ୨୨।୪ (ଏ.ପି.)- ପୂର୍ବତନ ବ୍ରାଜିଲ ଗୋଲ୍‌ କିପର ଜୁଲିଓ ସିଜାର ଫୁଟବଲରୁ ଅବସର ନେଇଛନ୍ତି । ୩୮ ବର୍ଷୀୟ ଜୁଲିଓ ନିଜ ପିଲାବେଳର କ୍ଲବ୍‌ ଫ୍ଲାମେଙ୍ଗୋ ତରଫରୁ ତାଙ୍କର ଶେଷ ମ୍ୟାଚ ଖେଳି ଏ ନେଇ ଘୋଷଣା କରିଛନ୍ତି। ସେ ପୂର୍ବରୁ ଇଣ୍ଟର ମିଲାନ, ବେନଫିକା ତରଫରୁ ଖେଳି ବେଶ୍‌ ସଫଳତା ହାସଲ କରିଥିଲେ। ଐତିହାସିକ ମାରାକାନା ଷ୍ଟାଡିୟମରେ ଶନିବାର ରାତିରେ ଅନୁଷ୍ଠିତ ମ୍ୟାଚ୍‌ରେ ତାଙ୍କ କ୍ଲବ ୨-୦ ଗୋଲରେ ଆମେରିକାକୁ ପରାସ୍ତ କରିଥିଲା। ବ୍ରାଜିଲିଆନ ଚାମ୍ପିୟନଶିପ୍‌ର ଏହି ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଜୁଲିଓ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ଅବସର କଥା ଘୋଷଣା କରିବା ବେଳେ ଜୁଲିଓ ବେଶ୍‌ ଭାବପ୍ରବଣ ହୋଇ ପଡିଥିଲେ ଓ ତାଙ୍କ ଆଖି ଛଳଛଳ ହୋଇଥିଲା

ଜୁନିୟର ବାସ୍କେଟବଲ ଚାମ୍ପିୟନଶିପ୍‌ ବାଳିକା ବର୍ଗର ଫାଇନାଲରେ ବିବିଏ-ଟ୍ରଟର୍ସ

କଟକ ଅଫିସ, ୨୨।୪- ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଓଡ଼ିଶା ବାସ୍କେଟବଲ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ଜୁନିୟର ବାସ୍କେଟବଲ ଚାମ୍ପିୟନଶିପ୍‌ର ଶନିବାର ଖେଳ ଶେଷ ହୋଇଛି। ପ୍ରତିଯୋଗିତାର ବାଳିକା ବର୍ଗର ଫାଇନାଲକୁ ବିବିଏ ଓ ଟ୍ରଟର୍ସ ପ୍ରବେଶ କରିଛନ୍ତି।

ବିଶ୍ୱ ଫୁଟ୍‌ଭଲି ଚାମ୍ପିୟନଶିପ୍‌  ଜାତୀୟ ଦଳରେ ୩ ଓଡ଼ିଆ

ବିଶ୍ୱ ଫୁଟ୍‌ଭଲି ଚାମ୍ପିୟନଶିପ୍‌ ଜାତୀୟ ଦଳରେ ୩ ଓଡ଼ିଆ

କଟକ ଅଫିସ,୨୨।୪- ଏପ୍ରିଲ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ବିଶ୍ୱ ଫୁଟଭଲି ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଏ ନେଇ କଟକ ସିଟି ଫୁଟ୍‌ଭଲି ଆସୋସିଏଶନ ପକ୍ଷରୁ ବାରବାଟୀ ଷ୍ଟାଡିୟମସ୍ଥିତ ଓସିଏ ସମ୍ମିଳନୀ କକ୍ଷରେ ଭାରତୀୟ ଦଳକୁ ଶନିବାର ସମ୍ବର୍ଦ୍ଧନା ଦିଆଯାଇଥିଲା।