
ପେଶାଓ୍ବର,୧।୧୨: ପେଶାଓ୍ବର ବିଶ୍ୱବିଦ୍ୟାଳୟ ରାସ୍ତା ନିକଟରେ ଥିବା କୃଷି ନିର୍ଦ୍ଦେଶାଳୟ ଭିତରେ ଶୁକ୍ରବାର ସକାଳେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କ ଗୁଳିମାଡରେ ୧୨ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କ ମଧ୍ୟରେ ଜଣେ ପୋଲିସକର୍ମୀ, ୨ଛାତ୍ର, ଜଣେ ଜଗୁଆଳି ଓ ଜଣେ ଖବରଦାତା ଥିବା ଜଣାପଡିଛି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ୩ଜଣ ମୁଖା ପିନ୍ଧା ଆତଙ୍କବାଦୀ କୃଷି ନିର୍ଦ୍ଦେଶାଳୟ ମଧ୍ୟରେ ପଶି ଗୁଳି ଚାଳନା କରିଥିଲେ। ଏହି ଆକ୍ରମଣ ତହରକ-ଏ-ତାଲିବାନ କରିଥିବା କହିଛି। ପେଶାଓ୍ବର ପ୍ରଶାସନ ସହରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ସହ ବିଶ୍ୱବିଦ୍ୟାଳୟ ରାସ୍ତାକୁ ବନ୍ଦ କରି ଦେଇଛି।