ମେଟ୍ରୋ |

ଆରମ୍ଭ ହେଲା କୋଣାର୍କ ମହୋତ୍ସବ:ଓଡ଼ିଶୀ ନୃତ୍ୟରେ ତାରକାସୁର ବଧ

ଆରମ୍ଭ ହେଲା କୋଣାର୍କ ମହୋତ୍ସବ:ଓଡ଼ିଶୀ ନୃତ୍ୟରେ ତାରକାସୁର ବଧ

କୋଣାର୍କ,୧।୧୨ (ଡି.ଏନ.ଏ.)- ଦୀର୍ଘ ବର୍ଷକର ପ୍ରତୀକ୍ଷା ପରେ ମୁକ୍ତାକାଶ ରଙ୍ଗମଞ୍ଚରେ ପୁଣିଥରେ ପଡିଲା ନୃତ୍ୟଶିଳ୍ପୀଙ୍କ ପାଦ। ଶୁଭିଲା ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦ। ନୀରବି ଯାଇଥିବା ଅର୍କକ୍ଷେତ୍ର ସଙ୍ଗୀତ ଓ ନୃତ୍ୟର କୋଳାହଳରେ ପ୍ରକମ୍ପିତ ହୋଇଉଠିଲା। ଶାସ୍ତ୍ରୀୟତାର ଭାବରେ ଭିଜିଲେ ଲୋକେ। ଶିଳ୍ପୀଙ୍କ କଥାକୁହା ଆଖି ରସମୟ ନୃତ୍ୟ ସମସ୍ତଙ୍କୁ କରିଥିଲା ଆନମନା। ଏଭଳି ଅବସର ଆଣିଦେଇଥିଲା କୋଣାର୍କ ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟା। ଶୁକ୍ରବାରଠାରୁ କୋଣାର୍କ ସୂର୍ଯ୍ୟମନ୍ଦିର ନିକଟ ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଥିବା ବହୁ ପ୍ରତୀକ୍ଷିତ କୋଣାର୍କ ମହୋତ୍ସବକୁ ଉପଭୋଗ କରିଥିଲେ ବହୁ ସଂଖ୍ୟାରେ ଦର୍ଶକ। ଭାରତନାଟ୍ୟମ୍‌ ଓ ଓଡ଼ିଶୀ ନୃତ୍ୟର ପସରା ସାଙ୍ଗକୁ ସନ୍ଧ୍ୟାର ହାଲ୍‌କା ଶୀତ ଉତ୍ସବରେ ମାଦକତା ଭରିଥିଲା।
ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ମହୋତ୍ସବକୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିବା ପରେ ଆରମ୍ଭ ହୋଇଥିଲା ଶାସ୍ତ୍ରୀୟ ନୃତ୍ୟର କାର୍ଯ୍ୟକ୍ରମ। ପ୍ରଥମ ପ୍ରସ୍ତୁତି ନେଇ ମଞ୍ଚକୁ ଆସିଥିଲେ ଭୁବନେଶ୍ୱର ନୂପୁର ଡ୍ୟାନ୍ସ ଏକାଡେମୀର କଳାକାରମାନେ। ଓଡିଶୀ ନୃତ୍ୟରେ ପୁରାଣ ବର୍ଣ୍ଣିତ ମାର୍ମିକ କଥାବସ୍ତୁ ଉପରେ ପର୍ଯ୍ୟବସିତ ନୃତ୍ୟାଭିନୟ ମନ୍ମଥ ପ୍ରସଙ୍ଗ ପରିବେଷଣ କରିଥିଲେ। ତାରକାସୁର ନିଧନ ପାଇଁ ଯେତେବେଳେ ଦେବୀଗଣ ବ୍ରହ୍ମାଙ୍କ ନିକଟରେ ପ୍ରାର୍ଥନା କରିଥିଲେ ସେତେବେଳେ ବ୍ରହ୍ମା ଏହାର ସମାଧାନ ପାଇଁ ଦେବରାଜ ଇନ୍ଦ୍ରଙ୍କୁ ଅନୁରୋଧ କରିଥିଲେ। ଇନ୍ଦ୍ରଙ୍କ ନିର୍ଦ୍ଦେଶରେ ରତି ଓ କନ୍ଦର୍ପ ପଞ୍ଚରସରେ ଶିବଙ୍କ ଧ୍ୟାନଭଗ୍ନ କରିଥିଲେ। ଏହାପରେ ପାର୍ବତୀଙ୍କ ସହ ବିବାହ, କୁମାର କାର୍ତ୍ତିକେୟଙ୍କ ଜନ୍ମ ଓ ତତ୍‌ପରେ ତାରକାସୁର ବଧକୁ ଶିଳ୍ପୀମାନେ ନୃତ୍ୟ ମାଧ୍ୟମରେ ବେଶ୍‌ ଚିତ୍ତାକର୍ଷକ ଶୈଳୀରେ ଉପସ୍ଥାପନ କରିଥିଲେ। ଏହା ଉପସ୍ଥିତ ଦର୍ଶକଙ୍କ ସହ ପର୍ଯ୍ୟଟକଙ୍କୁ ମୁଗ୍ଧ କରିଥିଲା। ସନ୍ଧ୍ୟାର ଦ୍ୱିତୀୟ ପ୍ରସ୍ତୁତିରେ ମାଲେସିଆର ଦି ଟେମ୍ପୁଲ ଅଫ ଫାଇନ ଆର୍ଟସର ଶିଳ୍ପୀଙ୍କ ଦ୍ୱାରା ଭାରତନାଟ୍ୟମ ପରିବେଷିତ ହୋଇଥିଲା। ‘ଭାବୟାମୀ ରଘୁରାମମ୍‌’ରେ ଶିଳ୍ପୀମାନେ ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ରଙ୍କ ଜୀବନ ଚରିତ ତଥା ରାମାୟଣର ବିଭିନ୍ନ ପ୍ରସଙ୍ଗକୁ ମଞ୍ଚସ୍ଥ କରିଥିଲେ। ଯାହାକି ମୁକ୍ତାକାଶ ରଙ୍ଗମଞ୍ଚରେ ଆଧ୍ୟାତ୍ମିକ ଆବେଗ ଭରି ଦେଇଥିଲା। ଉଦ୍‌ଘାଟନୀ ସମାରୋହରେ ଅନ୍ୟଅତିଥି ଭାବେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାଶବର୍ମା, ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାୟକ, ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ପର୍ଯ୍ୟଟନ ବିଭାଗ ସଚିବ ମୋନା ଶର୍ମା, ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ, ଏସ୍‌ପି ଡା. ସାର୍ଥକ ଷଡଙ୍ଗୀ ଓ କୋଣାର୍କ ଏନ୍‌ଏସି ଅଧ୍ୟକ୍ଷା ଭାନୁମତୀ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଡା. ସାଧନା ଶ୍ରୀବାସ୍ତବ ଓ ଡା. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ଉଦ୍‌ଘାଟିତ
କୋଣାର୍କ ମହୋତ୍ସବ ଆରମ୍ଭ ହେବା ପୂର୍ବରୁ ଚନ୍ଦ୍ରଭାଗା ବେଳାଭୂମିରେ ଶୁକ୍ରବାର ଉଦ୍‌ଘାଟିତ ହୋଇଛି ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ। ଉଦ୍‌ଘାଟନୀ ଦିବସରେ ବାଲୁକା କଳା ମାଧ୍ୟମରେ ସମୁଦ୍ର ସୁରକ୍ଷାର ବାର୍ତ୍ତା ପ୍ରତିଫଳିତ ହୋଇଥିଲା। ଏଥିରେ ଦେଶ ବିଦେଶର ୭୦ ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ଏହାକୁ ଦେଖିବା ପାଇଁ ବହୁସଂଖ୍ୟାରେ ଜନସମାଗମ ହୋଇଥିଲା।

All Right Reserved By

ମେଟ୍ରୋ |

ଭାଷା ଆୟୋଗ ଗଠନ ଦାବି ଜୋର୍‌ ଧରିଲା

ଭୁବନେଶ୍ୱର,୧୭।୬(ବ୍ୟୁରୋ)-୧୯୫୪ ସରକାରୀ ଭାଷା ଆଇନ କାର୍ଯ୍ୟକାରୀ କରିବାରେ ସରକାରଙ୍କ ଟାଳଟୁଳ ନୀତି ଏହି ଆଇନକୁ ଅନିଶ୍ଚିତତା ମଧ୍ୟକୁ ଠେଲିଦେଇଛି। ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ଭାଷା ଆୟୋଗ ଗଠନ କରିବା ପରିବର୍ତ୍ତେ କେବଳ ନାମଫଳକ ଲେଖିବା ଏବଂ ଦଣ୍ଡ ବିଧାନ ବ୍ୟବସ୍ଥା କରିବା ଘୋଷଣା କରି ଲୋକଙ୍କୁ ବୋକା ବନାଉଛନ୍ତି।

ରାଷ୍ଟ୍ରପତିଙ୍କୁ ଭେଟ କରାଇଦେବା ନଁ।ରେ ଦେଢ଼ ଲକ୍ଷ ଠକେଇ

ରାଷ୍ଟ୍ରପତିଙ୍କୁ ଭେଟ କରାଇଦେବା ନଁ।ରେ ଦେଢ଼ ଲକ୍ଷ ଠକେଇ

ଭୁବନେଶ୍ୱର, ୧୭।୬(ବ୍ୟୁରୋ)- ରାଷ୍ଟ୍ରପତିଙ୍କୁ ଦେଖା କରି ସମସ୍ୟା ଜଣାଅ। ସେ ତୁମ ସମସ୍ୟା ଦୂର କରିଦେବେ। ଘର କରିବା ଲାଗି ଖଣ୍ଡେ ଜାଗା ମଧ୍ୟ ଦେଇଦେବେ। ମୋର ରାଷ୍ଟ୍ରପତିଙ୍କ ଅଫିସ ସହ ସିଧାସଳଖ ସମ୍ପର୍କ ଅଛି। ସେଠାରେ ଥିବା ସାହୁ ବାବୁ ମୋର ଖାସ୍‌ ଲୋକ। ସେ ରାଷ୍ଟ୍ରପତିଙ୍କ ଭଲମନ୍ଦ ବୁଝନ୍ତି।

ମହାରାଷ୍ଟ୍ରରେ ଖୋଲିବ କିସ୍‌ ଶାଖା

ଭୁବନେଶ୍ୱର, ୧୭।୬(ବ୍ୟୁରୋ)- ଖୁବ୍‌ଶୀଘ୍ର ମହାରାଷ୍ଟ୍ରରେ ଖୋଲିବ କିସ୍‌-ମହାରାଷ୍ଟ୍ର ଶାଖା। ଏଥିପାଇଁ ମହାରାଷ୍ଟ୍ରର ପାଲଘର ଜିଲା ବିକ୍ରମଗଡ଼ ଅନ୍ତର୍ଗତ ଜମ୍ଭା ଗ୍ରାମରେ କିସ୍‌-ମହାରାଷ୍ଟ୍ର ଶାଖା ‘ଲାୟନ୍ସ ଚଏସ୍‌ କିସ୍‌ ଆବାସିକ ବିଦ୍ୟାଳୟ’ର ଭୂମିପୂଜନ ରବିବାର ଅନୁଷ୍ଠିତ ହୋଇଯାଇଛି।

ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୭।୬(ବ୍ୟୁରୋ)- ଘରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଶହୀଦନଗର ପୋଲିସ ଅଭିଯୁକ୍ତ ବସନ୍ତ କୁମାର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବସନ୍ତଙ୍କ ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳରେ। ସେ ଶହୀଦନଗର ଥାନା ଅନ୍ତର୍ଗତ ବାୟାବାବା ବସ୍ତିରେ ରୁହନ୍ତି।

ଶ୍ୱାସରୁଦ୍ଧ ହୋଇ ପାଣି ପାଇପ ମିସ୍ତ୍ରିଙ୍କ ମୃତ୍ୟୁ

ଶ୍ୱାସରୁଦ୍ଧ ହୋଇ ପାଣି ପାଇପ ମିସ୍ତ୍ରିଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୭।୬(ବ୍ୟୁରୋ)- ପାଇଖାନା ଟାଙ୍କି ସଫେଇ ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ପାଣି ପାଇପ ମିସ୍ତ୍ରିଙ୍କର ମୃତ୍ୟୁ ଘଟିଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସତ୍ୟବିହାର ଅଞ୍ଚଳରେ ରବିବାର ଏହି ଅଘଟଣ ଘଟିଛି। ମୃତକ ଜଣକ ହେଉଛନ୍ତି କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ଭଣ୍ଡାରିଡିହ ଅଞ୍ଚଳର ଜୟନ୍ତ ମହାନ୍ତି(୪୫)।

ଈଶ୍ୱରନାଥ ଶମ୍ଭୁ ମନ୍ଦିରରେ ଶୀତଳ ଷଷ୍ଠୀ: ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ

ଈଶ୍ୱରନାଥ ଶମ୍ଭୁ ମନ୍ଦିରରେ ଶୀତଳ ଷଷ୍ଠୀ: ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ

କାକଟପୁର,୧୭।୬(ଡି.ଏନ୍‌.ଏ.): ଅସ୍ତରଙ୍ଗ ବ୍ଲକ ଜିଉନ୍ତିି ଗ୍ରାମସ୍ଥିତ ଇଶ୍ୱରନାଥ ଶମ୍ଭୁ ମନ୍ଦିରରେ ପବିତ୍ର ଶୀତଳ ଷଷ୍ଠୀ ପର୍ବ ପାଳିତ ହୋଇଯାଇଛି। ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପରମ୍ପରାନୁଯାୟୀ ଶିବପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି।

୧୦ ମିନିଟର କାଳବୈଶାଖି: ଭାଙ୍ଗିଲା ୨୨୦ କେଭିର ବିଦ୍ୟୁତ ଟାୱାର, ଉଡିଗଲା ଛପର

୧୦ ମିନିଟର କାଳବୈଶାଖି: ଭାଙ୍ଗିଲା ୨୨୦ କେଭିର ବିଦ୍ୟୁତ ଟାୱାର, ଉଡିଗଲା ଛପର

ଖୋର୍ଦ୍ଧା ଅଫିସ,୧୭।୬: ରବିବାର ଅପରାହ୍ନ ୪ଟାରେ ମାତ୍ର ୧୦ ମିନିଟର କାଳବୈଖାଖୀ ଖୋର୍ଦ୍ଧା ତହସିଲ ଅଞ୍ଚଳରେ ତାଣ୍ଡବ କରିଛି। କାଳବେଶାଖୀ ପ୍ରଭାବରେ ତହସିଲ ଅନ୍ତର୍ଗତ ଟାଙ୍ଗିଆପଡା ପଞ୍ଚାୟତ ଉଇଲ୍‌କିଶନ ନଗର ଗହୀରରେ ଥିବା ମେଣ୍ଢାଶାଳ-ଖୋର୍ଦ୍ଧା ୨୨୦ କେଭି ଟାୱାର ଭାଙ୍ଗି ପଡିଛି ।

ପ୍ରଶାସନଠାରୁ ମିଳିଲାନି ସହାୟତା, ଗ୍ରାମବାସୀ ନିଜସ୍ବ ଖର୍ଚ୍ଚରେ ନିର୍ମାଣ କଲେ ମନ୍ଦିର

ପ୍ରଶାସନଠାରୁ ମିଳିଲାନି ସହାୟତା, ଗ୍ରାମବାସୀ ନିଜସ୍ବ ଖର୍ଚ୍ଚରେ ନିର୍ମାଣ କଲେ ମନ୍ଦିର

କାକଟପୁର,୧୭।୬(ଡି.ଏନ୍‌.ଏ.): ପ୍ରାଚୀ ଉପତ୍ୟକାର ବେଲପଡ଼ା ଗ୍ରାମର ଗ୍ରାମଦେବତୀ ମା’ ବୁଢ଼ିଆଣୀଙ୍କ ମନ୍ଦିର ପୁନଃନିର୍ମାଣ ଶେଷ ହୋଇଛି। କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ମନ୍ଦିରଟି ଭାଙ୍ଗି ମାଟିରେ ମିଶିଯାଇଥିଲା। ଏହାର ପୁନଃରୁଦ୍ଧାର ପାଇଁ ଗ୍ରାମବାସୀ ବ୍ଲକ ପ୍ରଶାସନ, ଲୋକ ପ୍ରତିନିଧିଙ୍କୁ ବାରମ୍ବାର ଚିଠି ଲେଖି ବିଫଳ ହେବା ପରେ ଗ୍ରାମର କିଛି ବଦାନ୍ୟ ବ୍ୟକ୍ତି ମନ୍ଦିର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲେ।

ସାର୍ବଜନୀନ ସ୍ବାସ୍ଥ୍ୟସେବା: ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ରର ଅଗ୍ରାହ୍ୟ

ସାର୍ବଜନୀନ ସ୍ବାସ୍ଥ୍ୟସେବା: ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ରର ଅଗ୍ରାହ୍ୟ

ଭୁବନେଶ୍ୱର,୧୭।୬(ବ୍ୟୁରୋ): ଆୟୁଷ୍ମାନ ଯୋଜନାରେ ରାଜ୍ୟର ୯ ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ କେନ୍ଦ୍ର ଅଗ୍ରାହ୍ୟ କରିଦେଇଛି। ଏହା ବ୍ୟତୀତ ରାଜ୍ୟ ସରକାର ଦେଇଥିବା କିଛି ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରିନାହିଁ କେନ୍ଦ୍ର। ଆୟୁଷ୍ମାନ ଯୋଜନା ଘୋଷିତ ହୋଇଥିଲେ ମଧ୍ୟ ଏହାର ରୂପରେଖ ସ୍ପଷ୍ଟ ହୋଇନାହିଁ।

ନୀତି ଆୟୋଗ ବୈଠକରେ ଯୋଗଦେଲେନି ନବୀନ: ବିରୋଧୀଙ୍କ ସମାଲୋଚନା

ନୀତି ଆୟୋଗ ବୈଠକରେ ଯୋଗଦେଲେନି ନବୀନ: ବିରୋଧୀଙ୍କ ସମାଲୋଚନା

ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜଧାନୀ ନୂଆଦିଲ୍ଲୀରେ ରବିବାର ନୀତି ଆୟୋଗ ବୈଠକ ଜାରି ରହିଛି। ମାତ୍ର ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନେଇ ନାହାନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ନ ଦେବା ଘଟଣାକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମାଲୋଚନା କରିଛନ୍ତି।

ଯୋଡ଼ାଗଲା କଟା ହାତ

ଯୋଡ଼ାଗଲା କଟା ହାତ

କଟକ ଅଫିସ,୧୭।୬: କଟକର ଏକ ଘରୋଇ ହସ୍ପିଟାଲରେ ସଫଳ ହୋଇଛି ଏକ ଜଟିଳ ଅପରେଶନ। ଜଣେ ଯୁବକଙ୍କ କଟା ହାତ ସଫଳ ଭାବେ ଯୋଡା ଯାଇଛି। ଏସ୍‌ସିବି ମେଡିକାଲ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସହଯୋଗୀ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକ ଏହି ଅପରେଶନ କରିଛନ୍ତି।

ନଦୀରେ ନିଖୋଜ ବାଳକଙ୍କ ମୃତଦେହ ଉଦ୍ଧାର

ନଦୀରେ ନିଖୋଜ ବାଳକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମଗିରି,୧୭।୬(ଡି.ଏନ୍‌.ଏ): ପୁରୀ ଜିଲା ବାଲିହରଚଣ୍ଡୀ ପୀଠରେ ରଜ ମହୋତ୍ସବ ପାଳିତ ହେଉଥିବାବେଳେ ନିକଟସ୍ଥ ନଦୀରେ ନିଖୋଜ ହୋଇଯାଇଥିବା ବାଳକ ଜ୍ଞାନଦୀପଙ୍କ ମୃତଦେହ ରବିବାର ଉଦ୍ଧାର କରାଯାଇଛି। ସକାଳେ ଉକ୍ତ ସ୍ଥାନରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।

Model This Week

ପ୍ରଭାତ