ମେଟ୍ରୋ |

ସତ ହେବ ଦ୍ୱିତୀୟ ସୂର୍ଯ୍ୟମନ୍ଦିର ସ୍ବପ୍ନ

ସତ ହେବ ଦ୍ୱିତୀୟ ସୂର୍ଯ୍ୟମନ୍ଦିର ସ୍ବପ୍ନ
-୨ମାସ ମଧ୍ୟରେ କାମ ଆରମ୍ଭ -ଖର୍ଚ୍ଚ ହେବ ୩୦୦ କୋଟି, ୫୦୦ ବଢ଼େଇ ନିୟୋଜିତ ହେବେ -ରାଜ୍ୟ, କେନ୍ଦ୍ର ସରକାରଙ୍କ ବିନା ସହଯୋଗରେ ତିଆରି କରିବେ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ଭୁବନେଶ୍ୱର, ୧ା୧୨(ବ୍ୟୁରୋ)- ସତ ହେବ ଦ୍ୱିତୀୟ କୋଣାର୍କ ସ୍ବପ୍ନ। ଓଡ଼ିଶାରେ ଶୋଭାପାଇବ ଆଉ ଏକ ସୂର୍ଯ୍ୟମନ୍ଦିର। ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ଏହି ଐତିହାସିକ ମନ୍ଦିରର ଆଉ ଏକ ପ୍ରତିକୃତି ନିର୍ମାଣ କରିବେ ବିଶିଷ୍ଟ ସ୍ଥାପତ୍ୟ ଶିଳ୍ପୀ ପଦ୍ମବିଭୂଷଣ ଗୁରୁ ରଘୁନାଥ ମହାପାତ୍ର। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ କଡରେ ନିର୍ମାଣ ହେବ ଏହି ବିଶାଳ ମନ୍ଦିର। ଏଥିପାଇଁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ଆସନ୍ତା ୮ରୁ ୯ବର୍ଷ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ସମଗ୍ର ବିଶ୍ୱ କୋଣାର୍କର ଦ୍ୱିତୀୟ ଅବତାର ଦେଖିବାକୁ ପାଇବ।ଦୀର୍ଘବର୍ଷ ଧରି ହୋଇଆସୁଥିବା କଳ୍ପନାଜଳ୍ପନାର ଅନ୍ତଘଟାଇ ରଘୁନାଥ ନିର୍ମାଣ କରିବାକୁ ଯାଉଛନ୍ତି ଦ୍ୱିତୀୟ କୋଣାର୍କ ମନ୍ଦିର। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ସ୍ଥାନ ଚିହ୍ନଟ ସରିଥିବା ବେଳେ ଖୁବ୍‌ଶୀଘ୍ର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଭୁବନେଶ୍ୱରରୁ ପୁରୀ ଆଡକୁ ଯିବାବେଳେ ସାତଶଙ୍ଖ ନିକଟରୁ ସାକ୍ଷୀଗୋପାଳ ମଧ୍ୟରେ ୬୦ ଏକର ଜାଗାରେ ମନ୍ଦିର ନିର୍ମାଣ ହେବ। ଏହାର ନାମ ରହିବ ଆଦିତ୍ୟ ନାରାୟଣ ମନ୍ଦିର। ୧୨୦୦ ବଢେଇ ନ ହଲେ ବି ୫୦୦ ବଢେଇଙ୍କୁ ନେଇ ନିର୍ମାଣ ହେବ ଦ୍ୱିତୀୟ କୋଣାର୍କ। ଏଥିପାଇଁ ୩୦୦ କୋଟିର ଖର୍ଚ୍ଚ ଆକଳନ କରାଯାଇଥିବା ମହାପାତ୍ର ସୂଚନା ଦେଇଛନ୍ତି। ଜମି କିଣା ଶେଷ ହୋଇଥିବା ବେଳେ ଧାନକଟା ସରିବା ପରେ ଆସନ୍ତା ୨ରୁ ୩ମାସ ମଧ୍ୟରେ କାମ ଆରମ୍ଭ ହେବ। ମନ୍ଦିର ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୮ବର୍ଷ ସମୟ ଲାଗିବ। ନୀଳଗିରି, ବାଲେଶ୍ୱର, ଭୁବନେଶ୍ୱର, ରତ୍ନଗିରି ଏବଂ ପୁରୀରୁ ଶିଳ୍ପୀମାନେ ମନ୍ଦିର କାର୍ଯ୍ୟରେ ନିୟୋଜିତ ହେବେ। ଏଥିପାଇଁ ମହାପାତ୍ର ୪୦ଫୁଟ ଲମ୍ବର ଏକ ପଥର କାନ୍ଥ ନିର୍ମାଣ କରିଥିବା ବେଳେ ମନ୍ଦିରର ଏକ ରେପ୍ଲିକା ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏହାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖାଇସାରିଛନ୍ତି। ମାତ୍ର ୬ମାସ ମଧ୍ୟରେ ଦୁଇଟି ଚକ ଓ ବାଡ ତିଆରି କରିସାରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିନା ସହଯୋଗରେ ସେ ଏହାକୁ ପ୍ରସ୍ତୁତ କରିବେ ବୋଲି ମହାପାତ୍ର କହିଛନ୍ତି। ଗତ ଗୁଣ୍ଡିଚା ଦିନ ମନ୍ଦିରର ଶୁଭ ଦିଆଯାଇଥିଲା।
All Right Reserved By

ମେଟ୍ରୋ |

କୁସୁମୀ, କଂସାରୀ ନଦୀ ଫୁଲୁଛି: ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ଭାଙ୍ଗିଲା ଘର

କୁସୁମୀ, କଂସାରୀ ନଦୀ ଫୁଲୁଛି: ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ଭାଙ୍ଗିଲା ଘର

ଖୋର୍ଦ୍ଧା ଅଫିସ,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା  ଲଘୁଚାପ ଫଳରେ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ଲଗାଣ ବର୍ଷା ଲାଗି ରହିବା ସହ ପବନ ବେଗ ବଢ଼ୁଛି। ଏଥିସହ  ଚିଲିକା ଅଞ୍ଚଳରେ ୪୦ରୁ ୬୦କିମି ବେଗରେ ପବନ ବହୁଛି ।

ଓଡ଼ିଶା ଛାଡି  ଛତିଶଗଡରେ ପହଞ୍ଚିଲା ‘ଡାଏ’

ଓଡ଼ିଶା ଛାଡି ଛତିଶଗଡରେ ପହଞ୍ଚିଲା ‘ଡାଏ’

ଭୁବନେଶ୍ୱର, ୨୧।୯(ବ୍ୟୁରୋ): ଓଡ଼ିଶା ଅତିକ୍ରମ କରି ଛତିଶଗଡରେ ପହଞ୍ଚିଲା ଘୂର୍ଣ୍ଣିଝଡ ‘ଡାଏ’। 

ବଗି ଛାଡି ୩ଶହ ମିଟର ଗଡ଼ି ଗଲା ଟ୍ରେନ୍‌ ଇଞ୍ଜିନ

ବଗି ଛାଡି ୩ଶହ ମିଟର ଗଡ଼ି ଗଲା ଟ୍ରେନ୍‌ ଇଞ୍ଜିନ

ନିରାକାରପୁର,୨୧।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଲେଭଲ୍‌ କ୍ରସିଂରେ ଉପରେ ଶୁକ୍ରବାର ୮୫ ବଗି ବିଶିଷ୍ଟ  ଏକ ମାଲବାହୀ ଟ୍ରେନ୍‌ର ଇଞ୍ଜିନରୁ ବଗି ଅଲଗା ହୋଇଯାଇଛି।

ଆନନ୍ଦ ବଜାରରେ ଅବଢ଼ା ଦର ତାଲିକା ଲାଗିବା ପ୍ରସଙ୍ଗ: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଲଗାଯାଇ ନ ଥିବା ସ୍ପଷ୍ଟ କଲେ ମୁଖ୍ୟ ପ୍ରଶାସକ

ଆନନ୍ଦ ବଜାରରେ ଅବଢ଼ା ଦର ତାଲିକା ଲାଗିବା ପ୍ରସଙ୍ଗ: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଲଗାଯାଇ ନ ଥିବା ସ୍ପଷ୍ଟ କଲେ ମୁଖ୍ୟ ପ୍ରଶାସକ

ପୁରୀ ଅଫିସ, ୨୧।୯: ଶୁକ୍ରବାର ଶ୍ରୀମନ୍ଦିର ଆନନ୍ଦବଜାରରେ ଅବଢ଼ା ଦର ତାଲିକା ଲାଗିଥିଲା। ଏହି ତାଲିକା ତଳେ ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର ପ୍ରଶାସନ ଲେଖାଯାଇଥିବାରୁ ଏହା ମନ୍ଦିର ପ୍ରଶାସନ ଦ୍ୱାରା ଲଗାଯାଇଥିବା ଜଣାପଡ଼ିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ର ଏହାକୁ ଖଣ୍ଡନ କରିଥିଲେ। 

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଆସନ୍ତା ଅକ୍ଟୋବର ମାସରେ ସେ ଓଡ଼ିଶା ଆସିବେ। ତେବେ ରାହୁଲ ପୁଣିଥରେ ନଭେମ୍ବରରେ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି। 

ମାଲକାନଗିରିର ବନ୍ୟା ପ୍ରଭାବିତ ଅଞ୍ଚଳକୁ ୭ ଦିନର ରିଲିଫ ଘୋଷଣା

ମାଲକାନଗିରିର ବନ୍ୟା ପ୍ରଭାବିତ ଅଞ୍ଚଳକୁ ୭ ଦିନର ରିଲିଫ ଘୋଷଣା

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛି ମାଲକାନଗିରି ଜିଲା। ତେଣୁ ମାଲକାନଗିରିର ବର୍ଷା ପ୍ରଭାବିତ ଅଞ୍ଚଳ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଦିନର ରିଲିଫ ଘୋଷଣା କରିଛନ୍ତି। ବନ୍ୟା ସ୍ଥିତି ସମ୍ପର୍କରେ ସମ୍ପୃକ୍ତ ଜିଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ମଧ୍ୟ ଜଣାପଡ଼ିଛି। 

ବିଶ୍ୱାମିତ୍ର ଆଶ୍ରମରେ ଶ୍ରୀବାମନ ଜନ୍ମୋତ୍ସବ ପାଳିତ

ବିଶ୍ୱାମିତ୍ର ଆଶ୍ରମରେ ଶ୍ରୀବାମନ ଜନ୍ମୋତ୍ସବ ପାଳିତ

କାକଟପୁର, ୨୧।୯(ଡି.ଏନ୍‌.ଏ.):  ପ୍ରାଚୀ ଉପତ୍ୟକାର ପ୍ରସିଦ୍ଧ କାକଟପୁର ବ୍ଲକଛକସ୍ଥିତ ବିଶ୍ୱାମିତ୍ର ଆଶ୍ରମରେ ଶୁକ୍ରବାର ଶ୍ରୀବାମନ ଜନ୍ମୋତ୍ସବ ପାଳିତ ହୋଇଯାଇଛି। 

ସୁନିଆଁରେ ମା’ମଙ୍ଗଳାଙ୍କୁ ଲାଗିହେଲା ଚୁଡ଼ାଘଷା, କାକରା

ସୁନିଆଁରେ ମା’ମଙ୍ଗଳାଙ୍କୁ ଲାଗିହେଲା ଚୁଡ଼ାଘଷା, କାକରା

କାକଟପୁର, ୨୧।୯(ଡି.ଏନ୍‌.ଏ.):  ଶୁକ୍ରବାର ହେଉଛି ପବିତ୍ର ସୁନିଆଁ। ଏହି ଅବସରରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ନିକଟରେ ନୂଆ ଧାନରୁ  ପ୍ରସ୍ତୁତ ଚୁଡ଼ାରେ ଚୁଡ଼ାଘଷା ଓ କାକରା ଭୋଗ ଲାଗି କରାଯାଇଛି।

ଚିଲିକାରେ ହେଲିକପ୍ଟର ଉଡ଼ାଣ: ମୁଖ୍ୟମନ୍ତ୍ରୀଙ୍କ ନାମରେ ଅରଖକୁଦା ମେରାଇନ୍‌ ଥାନାରେ ଅଭିଯୋଗ

ଚିଲିକାରେ ହେଲିକପ୍ଟର ଉଡ଼ାଣ: ମୁଖ୍ୟମନ୍ତ୍ରୀଙ୍କ ନାମରେ ଅରଖକୁଦା ମେରାଇନ୍‌ ଥାନାରେ ଅଭିଯୋଗ

ବ୍ରହ୍ମଗିରି,୨୧।୯(ଡି.ଏନ୍‌.ଏ.): ଚିଲିକାରେ ହେଲିକପ୍ଟର ଉଡାଣ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଅଭିଯୋଗ ହୋଇଛି। ସଚେତନ ନାଗରିକ ମଞ୍ଚ ପକ୍ଷରୁ ଅରଖକୁଦା ମେରାଇନ୍‌ ଥାନାରେ ପୂର୍ବାହ୍ନରେ ଏହି ଅଭିଯୋଗ କରାଯାଇଛି। 

ଡରାଉଛି ବାତ୍ୟା ‘ଡାଏ’: ୯ଟି ଜିଲାକୁ ଆଲର୍ଟ ଜାରି

ଡରାଉଛି ବାତ୍ୟା ‘ଡାଏ’: ୯ଟି ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୨୧।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଝଡବାତ୍ୟାର ରୂପ ନେଇଛି। ଗୁରୁବାର ମଧ୍ୟରାତ୍ରିରେ ଗୋପାଳପୁର ଛୁଇଁବା ପରେ ଏହା ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମା ଦେଇ ସ୍ଥଳଭାଗ ଛୁଇଁଛି।

ମଙ୍ଗଳଆଳତି ଦର୍ଶନ କଲେ ଆମିକସ୍‌ କ୍ୟୁରି

ମଙ୍ଗଳଆଳତି ଦର୍ଶନ କଲେ ଆମିକସ୍‌ କ୍ୟୁରି

ପୁରୀ ଅଫିସ, ୨୧।୯: ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ଶୁକ୍ରବାର ମହାପ୍ରଭୁଙ୍କ ମଙ୍ଗଳଆଳତି ଦର୍ଶନ କରିଛନ୍ତି। ଭୋର ସାଢ଼େ ୫ଟାରେ ଆମିକ୍‌ କ୍ୟୁରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ।

ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ମୋଦି

ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ମୋଦି

ଭୁବନେଶ୍ୱର,୨୧ା୯(ବ୍ୟୁରୋ) :କୋଇଲାରୁ ଗ୍ୟାସ୍‌ ଉତ୍ପାଦନ ଦ୍ୱାରା ଦେଶର ପ୍ରଥମ ସାର କାରଖାନା ତାଳଚେରଠାରେ ସ୍ଥାପନ ହେବାକୁ ଯାଉଛି। ବନ୍ଦ ହୋଇ ପଡିଥିବା ଉକ୍ତ କାରଖାନାକୁ ନୂଆ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ପୁନରୁଦ୍ଧାର କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।