ମେଟ୍ରୋ |

ଯାଞ୍ଚ ହେଲା ମହାଲକ୍ଷ୍ମୀଙ୍କ ଭଣ୍ଡାର

ଯାଞ୍ଚ ହେଲା ମହାଲକ୍ଷ୍ମୀଙ୍କ ଭଣ୍ଡାର

ପୁରୀ ଅଫିସ, ୧।୧୨: ଶେଷରେ ମହାଲକ୍ଷ୍ମୀ ମନ୍ଦିରର ଭଣ୍ଡାର ଯାଞ୍ଚ ହୋଇଛି। ଶୁକ୍ରବାର ମଧ୍ୟାହ୍ନରେ ଲକ୍ଷ୍ମୀ ମନ୍ଦିରର ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠିତ ସ୍ବତନ୍ତ୍ର କମିଟି ସଦସ୍ୟ ଯାଞ୍ଚ କରିଛନ୍ତି। ଏହି ଯାଞ୍ଚ ବେଳେ ଭଣ୍ଡାରଘର ଆଲମିରାରେ ଥିବା ଅଳଙ୍କାର, ମା’ଙ୍କ ସେବାପୂଜାରେ ବ୍ୟବହୃତ ସାମଗ୍ରୀ ଓ ମା’ ଲକ୍ଷ୍ମୀ ଠାକୁରାଣୀ ପିନ୍ଧିଥିବା ଗହଣା ସବୁର ପୂର୍ବ ତାଲିକା ସହ ମେଳକ ହୋଇଛି। ମା’ ପିନ୍ଧିଥିବା ଅଳଙ୍କାରକୁ ଛାଡି ଅନ୍ୟ ଗହଣା ଓ ସାମଗ୍ରୀକୁ ଭଣ୍ଡାରଘର ଆଲମିରାରେ ଜଉମୁଦ ସିଲ୍‌ ଦିଆଯାଇ ରଖାଯାଇଛି।
ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ମୁତାବକ, ମଧ୍ୟାହ୍ନ ପ୍ରାୟ ୧୨ଟାରେ ମହାଲକ୍ଷ୍ମୀଙ୍କ ଭଣ୍ଡାରର ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିଲା। ଲକ୍ଷ୍ମୀ ମନ୍ଦିରର ଗମ୍ଭୀରାରେ କମିଟି ସଦସ୍ୟ ଏବଂ ସେବାୟତଙ୍କ ଉପସ୍ଥିତିରେ ଯାଞ୍ଚ କରାଯାଇଥିଲା। ମା’ଙ୍କ ଶ୍ରୀଅଙ୍ଗରେ ଥିବା ଅଳଙ୍କାର, ଭଣ୍ଡାରଘର ଆଲମିରାରେ ଥିବା ଗହଣା, ପୂଜାରେ ବ୍ୟବହୃତ ହେଉଥିବା ରୂପା ଥାଳିଆ, ରୁପା ଗ୍ଲାସ ପ୍ରଭୃତିକୁ ତାଲିକାଭୁକ୍ତ କରାଯାଇଥିଲା। ଏହି ଯାଞ୍ଚ ସମୟରେ ଶ୍ରଦ୍ଧାଳୁମାନଙ୍କୁ ଗମ୍ଭୀରାକୁ ଛଡା ଯାଇ ନ ଥିଲା। ଭକ୍ତମାନେ ଜଗମୋହନରୁ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ଦର୍ଶନ କରିଥିଲେ। ପ୍ରାୟ ସାଢେ ୨ଟାରେ ଯାଞ୍ଚ କାର୍ଯ୍ୟ ଶେଷ ହୋଇଥିଲା। ଏହାପରେ କମିଟି ସଦସ୍ୟ ଏବଂ ସେବାୟତଙ୍କ ଦସ୍ତଖତ ନିଆଯାଇ ଅଳଙ୍କାରଗୁଡ଼ିକୁ ଭଣ୍ଡାରଘର ଆଲମିରାରେ ଜଉମୁଦ ସିଲ୍‌ ଦିଆଯାଇ ରଖାଯାଇଛି। ପରବର୍ତ୍ତୀ ସମୟରେ ମନ୍ଦିର ପ୍ରଶାସନ ଏସବୁକୁ ନିଜ ହେପାଜତରେ ନେଇ ରଖିବ ବୋଲି ଜଣାପଡିଛି। ଯାଞ୍ଚ ସମୟରେ ମା’ଙ୍କ ଆଉ ଏକ ରୁପା କିରୀଟ ମଧ୍ୟ ରହିଥିବା ଜଣାପଡିଛି।
ଦେଉଳକରଣ, ତଢଉକରଣ, କମାଣ୍ଡର, ଶ୍ରୀମନ୍ଦିର ପ୍ରଶାସକ ସରୋଜ ରାୟ, ନୀତି ଓଆଇସି ରବୀନ୍ଦ୍ର ଦାସ, ଅର୍ଥ ଅଧିକାରୀ କିଶୋର ପ୍ରଧାନ, ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀ, ଶ୍ରୀମନ୍ଦିର ବଣିଆ ହରି ମହାପାତ୍ର କମିଟି ସଦସ୍ୟ ଭାବେ ଉପସ୍ଥିତ ଥିଲେ। ସେହିପରି ଲକ୍ଷ୍ମୀ ମନ୍ଦିରର ସେବାୟତ ସାହି ନାୟକ ରାମଚନ୍ଦ୍ର ପଣ୍ଡା, ବିଭୂତି ଭୂଷଣ ଖୁଣ୍ଟିଆ, ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ, ସତ୍ୟନାରାୟଣ ପ୍ରତିହାରୀ, ଋତୁରାଜ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ଏହି ଯାଞ୍ଚ କରାଯାଇଥିଲା।
ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାଶ କହିଛନ୍ତି, ମହାଲକ୍ଷ୍ମୀ ଭଣ୍ଡାରର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ପୂର୍ବ ତାଲିକା ସହ ସବୁ ଅଳଙ୍କାର ମେଳକ କରାଯାଇଛି। ଯାଞ୍ଚ ପରେ ଏହାକୁ ଜଉମୁଦ ସିଲ୍‌ ଦିଆଯାଇ ରଖାଯାଇଛି। ଏ ସବୁକୁ ଶ୍ରୀମନ୍ଦିର ପ୍ରଶାସନ ଆଣି ନିଜ ହେପାଜତରେ ରଖିବ। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିସର ପାର୍ଶ୍ୱ ଦେବୀଦେବ ମନ୍ଦିରର ମଧ୍ୟ ଏହିଭଳି ଯାଞ୍ଚ କରାଯିବ। ଲକ୍ଷ୍ମୀ ମନ୍ଦିରର ସେବାୟତ ସାହି ନାୟକ ରାମଚନ୍ଦ୍ର ପଣ୍ଡା କହିଛନ୍ତି, ସେବାୟତ ଏବଂ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଶାନ୍ତିପୂର୍ଣ୍ଣ ଭାବେ ମହାଲକ୍ଷ୍ମୀଙ୍କ ଭଣ୍ଡାରର ଯାଞ୍ଚ କରାଯାଇଛି। ମଝିରେ ମଝିରେ ଦେଉଳକରଣ, କମାଣ୍ଡର, ସୁପରଭାଇଜର ଆସି ମା’ଙ୍କ ଗହଣାଗାଣ୍ଠି, ପାଟ ଓ ଅନ୍ୟାନ୍ୟ ଆସବାବପତ୍ର ଦେଖିଛନ୍ତି। କିନ୍ତୁ ଶୁକ୍ରବାର ଯେଉଁଭଳି ଭାବେ ଯାଞ୍ଚ କରାଯାଇଛି ଏମିତି ଯାଞ୍ଚ ୧୯୯୯ ମସିହା ପରେ ହୋଇ ନ ଥିଲା।

All Right Reserved By

ମେଟ୍ରୋ |

୨୪ରେ ଅଧରପଣା: ପ୍ରସ୍ତୁତ ହୋଇଗଲାଣି ଅଧରହାଣ୍ଡି

୨୪ରେ ଅଧରପଣା: ପ୍ରସ୍ତୁତ ହୋଇଗଲାଣି ଅଧରହାଣ୍ଡି

ପୁରୀ ଅଫିସ,୧୯ା୭: ଶ୍ରୀପୁରୁଷୋତ୍ତମ କ୍ଷେତ୍ର ପରମବ୍ରହ୍ମ ପରମାତ୍ମା ଶ୍ରୀଜଗନ୍ନାଥଙ୍କ ନିତ୍ୟ ଲୀଳାସ୍ଥଳ। ଶ୍ରୀମନ୍ଦିରରେ ବିରାଜମାନ କରି ମହାପ୍ରଭୁ ଭକ୍ତମାନଙ୍କ ସହିତ ବିଭିନ୍ନ ଉତ୍ସବରେ ଲୀଳାଖେଳା କରିଥାନ୍ତି।

ସିବିଆଇ ଡବଲ୍‌ ରୋଲ୍‌ କରୁଛି: ନରସିଂହ

ସିବିଆଇ ଡବଲ୍‌ ରୋଲ୍‌ କରୁଛି: ନରସିଂହ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ ହେବା ପରେ ତାଙ୍କ ସମ୍ପତ୍ତିର ଖୋଳତାଡ଼ ଜାରି ରହିଛି। ଏସବୁ ମଧ୍ୟରେ ଟିଟୋ ପେଟ୍ରୋଲ ପମ୍ପର ମାଲିକ ବୋଲି ଜଣାପଡ଼ିଛି। ତେବେ ଟିଟୋଙ୍କୁ କିଏ ପେଟ୍ରୋଲ ପମ୍ପ ଦେଲା, ଏଥିରେ କେଉଁ ରାଜନେତା ବା ପ୍ରଶାସକଙ୍କର ହାତ ଅଛି ସେ ନେଇ ତଦନ୍ତ ଚାଲିଥିବା ବେଳେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଆଇଓସିଏଲ୍‌ ପକ୍ଷରୁ ସିବିଆଇକୁ ସୁପାରିଶ କରାଯାଇଛି। ଏସବୁ ମଧ୍ୟରେ ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ନେଇ ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ଗୁରୁବାର ଆଇଓସିଏଲ୍‌ ଓ ସିବିଆଇକୁ ଟାର୍ଗେଟ କରିଛନ୍ତି।

ଏସ୍‌ସିବିରେ ଚିକିତ୍ସାଧୀନ ବାଲେଶ୍ୱର ଯୁବକ ନିପା ଆକ୍ରାନ୍ତ ଏକ ଗୁଜବ: ସ୍ବାସ୍ଥ୍ୟମନ୍ତ୍ରୀ

ଏସ୍‌ସିବିରେ ଚିକିତ୍ସାଧୀନ ବାଲେଶ୍ୱର ଯୁବକ ନିପା ଆକ୍ରାନ୍ତ ଏକ ଗୁଜବ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ବାଲେଶ୍ୱର ଜିଲାର ୮ଜଣ ଯୁବକ ଜ୍ୱରରେ ଆକ୍ରାନ୍ତ ହୋଇ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି। ସେମାନେ ନିପାରେ ଆକ୍ରାନ୍ତ ବୋଲି ଚର୍ଚ୍ଚା ହେଉଛିି। ତେବେ ଏ ନେଇ ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା। ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହା ଏକ ଗୁଜବ। ଏଥିରେ କୌଣସି ସତ୍ୟତା ନାହିଁ।

ତାମିଲନାଡ଼ୁ ପରେ ଗୁଜରାଟରେ ଶ୍ରମିକଙ୍କୁ ନିର୍ଯ୍ୟାତନା: ଫେରାଇ ଆଣିବାକୁ ଜିଲାପାଳଙ୍କ ନିକଟରେ ନିବେଦନ

ତାମିଲନାଡ଼ୁ ପରେ ଗୁଜରାଟରେ ଶ୍ରମିକଙ୍କୁ ନିର୍ଯ୍ୟାତନା: ଫେରାଇ ଆଣିବାକୁ ଜିଲାପାଳଙ୍କ ନିକଟରେ ନିବେଦନ

ପୁରୀ ଅଫିସ,୧୯ା୭ : ତାମିଲନାଡୁ ପରେ ଏବେ ଗୁଜୁରାଟରେ ପୁରୀ ଜିଲାର କେତେଜଣ ଶ୍ରମିକ ନିର୍ଯାତନାର ଶିକାର ହୋଇଥିବା ଜଣାପଡିଛି। ଏଥିରେ ଜିଲାର ପୁରୀ ସଦର, ବ୍ରହ୍ମଗିରି ଓ ପିପିଲି ବ୍ଳକର ପ୍ରାୟ ୨୫ ଶ୍ରମିକ ରହିଛନ୍ତି।

 ଶ୍ରୀମନ୍ଦିରକୁ ଫେରିବା ଲାଗି ମହାପ୍ରଭୁଙ୍କ ପ୍ରସ୍ତୁତି: ରଥ ଦକ୍ଷିଣ ମୋଡ଼ ଆରମ୍ଭ

ଶ୍ରୀମନ୍ଦିରକୁ ଫେରିବା ଲାଗି ମହାପ୍ରଭୁଙ୍କ ପ୍ରସ୍ତୁତି: ରଥ ଦକ୍ଷିଣ ମୋଡ଼ ଆରମ୍ଭ

ପୁରୀ ଅଫିସ,୧୯।୭: ହେରାପଞ୍ଚମୀରେ ଶ୍ରୀଦେବୀ(ଲକ୍ଷ୍ମୀ ଠାକୁରାଣୀ) ମହାପ୍ରଭୁଙ୍କୁ ଫେରାଇ ନେବାକୁ ଆସିଥିଲେ। ହେଲେ ଅଭିମାନ କରି ଶ୍ରୀଦେବୀ ଚାଲିଯିବା ପରେ ଶ୍ରୀମନ୍ଦିରକୁ ଫେରିବା ଲାଗି ମହାପ୍ରଭୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ଏମ୍‌ପିଙ୍କୁ ହ୍ବିପ୍‌ ଜାରି କଲା ବିଜେଡି

କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ଏମ୍‌ପିଙ୍କୁ ହ୍ବିପ୍‌ ଜାରି କଲା ବିଜେଡି

ଭୁବନେଶ୍ୱର,୧୯।୭(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ନେଇ ଶୁକ୍ରବାର ଲୋକସଭାରେ ଆଲୋଚନା ହେବ। ଏ ନେଇ ବିଜେଡି ପକ୍ଷରୁ ଏମ୍‌ପିମାନଙ୍କୁ ହ୍ବିପ୍‌ ଜାରି କରାଯାଇଛି। ଅନାସ୍ଥା ଆଲୋଚନା ବେଳେ ସମସ୍ତ ଏମ୍‌ପିଙ୍କୁ ଗୃହରେ ଉପସ୍ଥିତ ରହିବାକୁ କୁହାଯାଇଛି।

ଏମ୍ସ ଯାଇ ଜଗା ବଳିଆଙ୍କୁ ଭେଟିବେ ସ୍ବାସ୍ଥ୍ୟମନ୍ତ୍ରୀ

ଏମ୍ସ ଯାଇ ଜଗା ବଳିଆଙ୍କୁ ଭେଟିବେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ଅପରାହ୍ନରେ ଦିଲ୍ଲୀ ଗସ୍ତ କରିବେ। ସେଠାରେ ସେ ଏମ୍ସ ଯାଇ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା ବଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟ ପଚାରି ବୁଝିବେ। ମନ୍ତ୍ରୀଙ୍କ ସହ ୫ଜଣିଆ ଡାକ୍ତରୀ ଟିମ୍‌ ମଧ୍ୟ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

ମାଛ ମାର୍କେଟରେ ଚଢ଼ାଉ

ମାଛ ମାର୍କେଟରେ ଚଢ଼ାଉ

ଖୋର୍ଦ୍ଧା ଅଫିସ,୧୯।୭: ଖୋର୍ଦ୍ଧା ସହର ସମେତ ବିଭିନ୍ନ ଅଞ୍ଚଳରେ ଥିବା ମାଛ ଗୋଦାମ ଓ ମାଛ ମାର୍କେଟରେ ଗୁରୁବାର ଚଢ଼ାଉ କରାଯାଇଛି। ତୋଟାପଡ଼ା ବଜାରର ମାଛଗୋଦାମ, ସହରର ମାଛମାର୍କେଟ, ମୁକୁନ୍ଦପ୍ରସାଦ ଆଦି ସ୍ଥାନରେ ଚଢ଼ାଉ କରାଯାଇଛି।

ହିନ୍ଦୀ ଟେଲି ଅଭିନେତ୍ରୀଙ୍କୁ ପୁରୀରେ ଦୁର୍ବ୍ୟବହାର

ହିନ୍ଦୀ ଟେଲି ଅଭିନେତ୍ରୀଙ୍କୁ ପୁରୀରେ ଦୁର୍ବ୍ୟବହାର

ପୁରୀ ଅଫିସ,୧୯।୭ : ରଥଯାତ୍ରାବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ପୁରୀରେ ଘଟିଥିଲା ଏକ ସ୍ପର୍ଶକାତର ଘଟଣା। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ହିନ୍ଦୀ ଟେଲି ଅଭିନେତ୍ରୀ ମାହିକା ଶର୍ମା ଦୁର୍ବ୍ୟବହାରର ଶିକାର ହୋଇଥିଲେ।

ଟିଟୋଙ୍କ ୮ ସହଯୋଗୀଙ୍କୁ ଗିରଫ ଘଟଣା ଜେଲ ଗଲେ ୪, ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

ଟିଟୋଙ୍କ ୮ ସହଯୋଗୀଙ୍କୁ ଗିରଫ ଘଟଣା ଜେଲ ଗଲେ ୪, ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

କଟକ ଅଫିସ, ୧୯।୭ - ଗ୍ୟାଙ୍ଗଷ୍ଟର ସୟଦ ଉସ୍‌ମାନ ଅଲ୍ଲୀ ଓରଫ ଟିଟୋଙ୍କ ୮ ସହଯୋଗୀଙ୍କୁ ସୋମବାର ବିଳମ୍ବିତ ରାତିରେ କ୍ରାଇମ୍‌ବ୍ରାଞ୍ଚର ସ୍ବତନ୍ତ୍ର ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଗିରଫ କରିଥିଲା। ପଚରାଉଚରାରୁ ସେମାନଙ୍କର ଟିଟୋ ଲିଙ୍କ୍‌ ଜଣାପଡିବା ପରେ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି।

ନିଆରା ପରମ୍ପରା , ଶ୍ରୀଦେବୀଙ୍କୁ ମହାପ୍ରଭୁ ଦେଇଯାନ୍ତି କଳମ ଶାଗ

ପୁରୀ ଅଫିସ, ୧୯।୭: ଘୋଷଯାତ୍ରାରେ ବାହାରିଥିବା ଦାରୁଦିଅଁ ଏବେ ଆଡ଼ପ ମଣ୍ଡପରେ। ଗୁଣ୍ଡିଚା ମନ୍ଦିରରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି। ଏପଟେ କିନ୍ତୁ ଖଁା ଖଁା ଶ୍ରୀମନ୍ଦିର। ରନ୍ଧାଯାଉନି ଷାଠିଏ ପଉଟି କି ମନ୍ଦିରରେ ନାହିଁ ଗହଳି ଚହଳି।

ଆତ୍ମହତ୍ୟା ପ୍ରବଣତାକୁ ନେଇ ବଢ଼ୁଛି ଚିନ୍ତା , ଆରମ୍ଭ ହେବ ସ୍ବତନ୍ତ୍ର କାଉନ୍‌ସେଲିଂ ବ୍ୟବସ୍ଥା

କଟକ ଅଫିସ, ୧୯।୭- ପ୍ରେମରେ ଧୋକା ଖାଇବା ପରେ ହେଉ କିମ୍ବା ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ବିବାଦ କାରଣରୁ ହେଉ ଅବା ପରୀକ୍ଷାରେ ଅକୃତକାର୍ଯ୍ୟ ଓ ମାନସିକ ଅସୁସ୍ଥତା କାରଣରୁ ଲୋକେ ଆତ୍ମହତ୍ୟା କରୁଛନ୍ତି। ସେହିପରି ନିଶା ସେବନ ଯୋଗୁ ଆତ୍ମହତ୍ୟା ପ୍ରବୃତ୍ତି ଜାଗ୍ରତ ହେଉଛି।

Model This Week

ରୂପେଶ