ମେଟ୍ରୋ |

ବଧୂ ହତ୍ୟା ଅଭିଯୋଗ: ସ୍ବାମୀ, ଶାଶୁ, ନଣନ୍ଦ ଅଟକ

ବଧୂ ହତ୍ୟା ଅଭିଯୋଗ: ସ୍ବାମୀ, ଶାଶୁ, ନଣନ୍ଦ ଅଟକ
ଖୋର୍ଦ୍ଧା ଅଫିସ, ୧।୧୨: ଖୋର୍ଦ୍ଧା ଜିଲା ସଦର ଥାନା ବ୍ରହ୍ମପୁର ଗ୍ରାମରେ ଶୁକ୍ରବାର ଜଣେ ବଧୂଙ୍କୁ ତାଙ୍କ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ମହିଳା ହେଉଛନ୍ତି ସିନା ବଳବନ୍ତରାୟ। ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ଏହା ସହ ପୋଲିସ ସିନାଙ୍କ ସ୍ବାମୀ, ଶାଶୁ ଓ ନଣନ୍ଦଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
All Right Reserved By

ମେଟ୍ରୋ |

ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା : ୨ଶହ ଟଙ୍କା ବୃଦ୍ଧିନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା : ୨ଶହ ଟଙ୍କା ବୃଦ୍ଧିନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ ଟଙ୍କା ସାମାଜିକ ସୁରକ୍ଷା ଭତ୍ତା ବୃଦ୍ଧି କରିଛନ୍ତି। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅବସରରେ ଶନିବାର ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି। ଏହା ଦ୍ୱାରା ୩୦୦ ଟଙ୍କା ଭତ୍ତା ପାଉଥିବା ହିତାଧିକାରୀ ୫୦୦ ଟଙ୍କା ପାଇପାରିବେ। ସେହିପରି ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ୭ଶହ ଟଙ୍କା ପାଇବେ।

ପିଠା ସ୍ଥଳୀରେ ମାର୍‌ପିଟ: ସରପଞ୍ଚଙ୍କ ଅନୁପସ୍ଥିତିରେ ପ୍ରୋତ୍ସାହନ ବାଣ୍ଟିଲେ ମନ୍ତ୍ରୀ

ପିଠା ସ୍ଥଳୀରେ ମାର୍‌ପିଟ: ସରପଞ୍ଚଙ୍କ ଅନୁପସ୍ଥିତିରେ ପ୍ରୋତ୍ସାହନ ବାଣ୍ଟିଲେ ମନ୍ତ୍ରୀ

କଟକସଦର, ୧୯।୧(ଡି.ଏନ୍‌.ଏ.): କଟକସଦର ବ୍ଲକ ଅନ୍ତର୍ଗତ ଗତିରାଉତପାଟଣା ପଞ୍ଚାୟତର ପିଠା କାର୍ଯ୍ୟକ୍ରମ ସ୍ଥଳରେ ଶନିବାର ସକାଳେ ୨ ଗୋଷ୍ଠୀ ମଧ୍ୟରେ  ମାର୍‌ପିଟ୍‌ ହୋଇଛି। ଫଳରେ ସରପଞ୍ଚ ଗୋଷ୍ଠୀର ୨ ଜଣ ଆହତ ହୋଇଥିବା  ଜଣାପଡିଛି। 

୨୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

୨୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରି ଛକ ନିକଟରୁ ଖଣ୍ଡଗିରି ଥାନା ପୋଲିସ ଓ କ୍ୟୁଏଟି ମିଳିତ ଭାବେ ଚଢ଼ାଉକରି ୨ ବ୍ରାଉନ୍‌ ସୁଗାର ବ୍ୟବସାୟୀଙ୍କୁ ଶନିବାର ସକାଳେ ଗିରଫ କରିଛି। ସେମାନଙ୍କ ପରିଚୟ ଏଯାବତ୍‌ ମିଳିପାରି ନାହିଁ। ତେବେ ସେମାନଙ୍କ ନିକଟରୁ ୨୦ ଗ୍ରାମର ବ୍ରାଉନ୍‌ସୁଗାର ଓ ଏକ କାର ଜବତ କରାଯାଇଛି। 

ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ସ୍ବାମୀ,  ସ୍ତ୍ରୀ, ଝିଅ ଗୁରୁତର

ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ସ୍ବାମୀ, ସ୍ତ୍ରୀ, ଝିଅ ଗୁରୁତର

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଲିଙ୍ଗରାଜ ଥାନା ଅନ୍ତର୍ଗତ କପିଳେଶ୍ୱର ନଗର କେନାଲବନ୍ଧ ଅଞ୍ଚଳରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ରକରି ଦମ୍ପତ୍ତି ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନେ ହେଲେ ସ୍ବାମୀ ଅଜୟ ଦାସ(୪୦), ସ୍ତ୍ରୀ ଜାନକୀ ଦାସ। ଏଥିରେ ସେମାନଙ୍କ ୩ ବର୍ଷିୟା ଝିଅ ମଧ୍ୟ ଆହତ ହୋଇଛନ୍ତି। 

ରାଜଧାନୀରେ ଘନ କୁହୁଡ଼ି: ଯାତାୟାତ ବାଧାପ୍ରାପ୍ତ, ବିମାନ ସେବା ବିଳମ୍ବ

ରାଜଧାନୀରେ ଘନ କୁହୁଡ଼ି: ଯାତାୟାତ ବାଧାପ୍ରାପ୍ତ, ବିମାନ ସେବା ବିଳମ୍ବ

ଭୁବନେଶ୍ୱର,୧୯।୧: ଘନ କୁହୁଡ଼ିର ଆସ୍ତରଣ ମଧ୍ୟରେ ରାଜଧାନୀ ଭୂବନେଶ୍ୱର। ଶନିବାର ସକାଳେ ରାଜଧାନୀ ସମେତ କଟକରେ ମଧ୍ୟ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। ଫଳରେ ଜନଜୀବନ ସାଧାରଣ ବାଧାପ୍ରାପ୍ତ ହୋଇଛି। 

ପଶ୍ଚିମ  ଓଡିଶାରେ ଶୀତର ପ୍ରକୋପ ଜାରି: ୧୦ ଡିଗ୍ରୀ ତଳେ ୧୦ ସହର

ପଶ୍ଚିମ ଓଡିଶାରେ ଶୀତର ପ୍ରକୋପ ଜାରି: ୧୦ ଡିଗ୍ରୀ ତଳେ ୧୦ ସହର

 ଭୁବନେଶ୍ୱର,୧୯।୧(ବ୍ୟୁରୋ)-ପଶ୍ଚିମ  ଓଡିଶାରେ ଶୀତର ପ୍ରକୋପ ଜାରି ରହିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଅନୁଗୋଳ, ବୌଦ୍ଧ, ସୋନପୁର ଏବଂ ବଲାଙ୍ଗୀର ଜିଲାରେ ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ଅଞ୍ଚଳରେ ପାରଦ ୧୦ ଡିଗ୍ରୀ ତଳେ ରହିବ।  କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ର ଆହୁରି ତଳକୁ ଖସିବ ବୋଲି ଅନୁମାନ କରାଯାଇଛି। 

ପିସିରେ ପେଷି ହେଉଛି ପକ୍କାଘର, ଲକ୍ଷ୍ୟ ରଖିଥିବା ସଂଖ୍ୟା ବି ଛୁଇଁପାରିଲେନି  ରାଜ୍ୟ ସରକାର

ପିସିରେ ପେଷି ହେଉଛି ପକ୍କାଘର, ଲକ୍ଷ୍ୟ ରଖିଥିବା ସଂଖ୍ୟା ବି ଛୁଇଁପାରିଲେନି ରାଜ୍ୟ ସରକାର

ଭୁବନେଶ୍ୱର, ୧୯।୧(ସୁନିତ୍‌ ମିଶ୍ର): ୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘର କରାଯିବ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ପ୍ରତିଶ୍ରୁତି ଦେଇ ବିଜେଡି ନିଜ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା। ଲୋକମାନଙ୍କ ବିପୁଳ ସମର୍ଥନ ପାଇ ୪ର୍ଥ ଥର ଲାଗି ବିଜେଡି କ୍ଷମତାକୁ ଫେରିଥିଲା। ହେଲେ ରାଜ୍ୟ ସରକାର ୨୦୧୯ ସୁଦ୍ଧା ୨୫ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଲେ। 

୨୦୨୦ ସୁଦ୍ଧା ସରିବ ବ୍ୟାଖ୍ୟାନ କେନ୍ଦ୍ର କାମ: ପ୍ରଦର୍ଶିତ ହେବ ମହାପ୍ରଭୁଙ୍କ ବେଶ, ଖର୍ଚ୍ଚ ହେବ ୫ କୋଟି

୨୦୨୦ ସୁଦ୍ଧା ସରିବ ବ୍ୟାଖ୍ୟାନ କେନ୍ଦ୍ର କାମ: ପ୍ରଦର୍ଶିତ ହେବ ମହାପ୍ରଭୁଙ୍କ ବେଶ, ଖର୍ଚ୍ଚ ହେବ ୫ କୋଟି

ପୁରୀ ଅଫିସ,୧୯ା୧: ପର୍ଯ୍ୟଟନ ମାନଚିତ୍ରରେ ପୁରୀର ସ୍ଥାନ ସ୍ବତନ୍ତ୍ର। ଶ୍ରୀମନ୍ଦିର ଏବଂ ବିସ୍ତୀର୍ଣ୍ଣ ବେଳାଭୂମିର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। କେନ୍ଦ୍ର ସରକାରଙ୍କ ଆଇକନିକ ସିଟି ତାଲିକାରେ ସ୍ଥାନ ପାଇଥିବା ପୁରୀ ସହରରେ ରହିଛି ବହୁ ପୁରାତନ ମଠ ଓ ମନ୍ଦିର। ଯେଉଁଥିପାଇଁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ଏଠାକୁ ଛୁଟି ଆସନ୍ତି। 

ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ: ଜଣେ ଦୋଷ ସ୍ବୀକାର କରି କ୍ଷମା ମାଗିଛନ୍ତି

ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ: ଜଣେ ଦୋଷ ସ୍ବୀକାର କରି କ୍ଷମା ମାଗିଛନ୍ତି

ପୁରୀ ଅଫିସ,୧୯।୧: ବହୁଚର୍ଚ୍ଚିତ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଗତ ନଭେମ୍ବର ୧୪ରେ ୯ ଦଇତାପତି ସେବକ ଏବଂ ଜଣେ ମହାରଣା ସେବକଙ୍କୁ ନୋଟିସ ଜାରି କରିଥିଲା। ସେମାନେ ଉତ୍ତର ରଖିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦୋଷ ସ୍ବୀକାର କରି କ୍ଷମା ମାଗିଛନ୍ତି। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ବ୍ରହ୍ମ ବିଭ୍ରାଟ ଘଟଣାରେ ୯ ଜଣ ଦୋଷୀ ସ୍ବୀକାର କରିନାହାନ୍ତି।

ଶ୍ରୀମନ୍ଦିରରେ ଅଚଳାବସ୍ଥା ପ୍ରସଙ୍ଗ: ଚିହ୍ନଟ ୩୬ଙ୍କ ମଧ୍ୟରେ ୨ ଅଣସେବକ, ୧୮ ସେବକଙ୍କୁ ନୋଟିସ, ୧୬ ଜଣଙ୍କୁ ମଗାଯିବ ତଥ୍ୟ

ଶ୍ରୀମନ୍ଦିରରେ ଅଚଳାବସ୍ଥା ପ୍ରସଙ୍ଗ: ଚିହ୍ନଟ ୩୬ଙ୍କ ମଧ୍ୟରେ ୨ ଅଣସେବକ, ୧୮ ସେବକଙ୍କୁ ନୋଟିସ, ୧୬ ଜଣଙ୍କୁ ମଗାଯିବ ତଥ୍ୟ

ପୁରୀ ଅଫିସ,୧୯।୧: ଶ୍ରୀମନ୍ଦିରରେ ଗତ ଡିସେମ୍ବର ୨୮ରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଫିଟି ନ ଥିଲା ଦ୍ୱାର। ୧୪ ଘଣ୍ଟା ଅଖିଆ, ଅପିଆ ରହିଥିଲେ ମହାପ୍ରଭୁ। ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ କେଉଁମାନେ ଦାୟୀ ସେ ଦିଗରେ ପ୍ରାଥମିକ ଯାଞ୍ଚ ଏବଂ ବୟାନ ରେକର୍ଡ ପରେ ୧୮ ସେବକଙ୍କୁ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। 

ଶ୍ରୀମନ୍ଦିର ଶୃଙ୍ଖଳା ଉପରେ ଗୁରୁତ୍ୱ: ତଦାରଖ ପାଇଁ ତିନିଥାକିଆ ବ୍ୟବସ୍ଥା, ପୁଣି କାର୍ଯ୍ୟକ୍ଷମ କରିବ ବୁଧବାରିଆ କମିଟି

ଶ୍ରୀମନ୍ଦିର ଶୃଙ୍ଖଳା ଉପରେ ଗୁରୁତ୍ୱ: ତଦାରଖ ପାଇଁ ତିନିଥାକିଆ ବ୍ୟବସ୍ଥା, ପୁଣି କାର୍ଯ୍ୟକ୍ଷମ କରିବ ବୁଧବାରିଆ କମିଟି

ପୁରୀ ଅଫିସ,୧୯।୧: ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଠାକୁରଙ୍କ ନୀତିକାନ୍ତି ହେଉ କି ଭକ୍ତଙ୍କ ଦର୍ଶନ ସବୁ ଯେପରି ସୁରୁଖୁରୁରେ ଏବଂ ନିର୍ଦ୍ଧାରିତ ସମୟ ଅନୁସାରେ ଚାଲିବ ତାହା ଉପରେ ଗୁରୁତ୍ୱ ଦେଇଛି ମନ୍ଦିର ପ୍ରଶାସନ। ବାରମ୍ବାର ତାଗିଦ ସତ୍ତ୍ବେ ମଝିରେ ମଝିରେ ନୀତିକାନ୍ତିରେ ବିଭ୍ରାଟ ହେଉଛି। 

ନନ୍ଦନକାନନ ପ୍ରାଣୀ ଉଦ୍ୟାନ: ଛୁଆକୁ ମାରିଲା ଅଣ୍ଡିରା ଜଳହସ୍ତୀ, ଏମୁପକ୍ଷୀ ଅଣ୍ଡାରୁ ଛୁଆ ଫୁଟିଲା

ନନ୍ଦନକାନନ ପ୍ରାଣୀ ଉଦ୍ୟାନ: ଛୁଆକୁ ମାରିଲା ଅଣ୍ଡିରା ଜଳହସ୍ତୀ, ଏମୁପକ୍ଷୀ ଅଣ୍ଡାରୁ ଛୁଆ ଫୁଟିଲା

ବାରଙ୍ଗ,୧୯।୧(ଡି.ଏନ୍‌.ଏ.)- ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ ୧୦ତାରିଖରେ ଜନ୍ମ ହୋଇଥିବା ଏକ ଜଳହସ୍ତୀ ଛୁଆକୁ ଶୁକ୍ରବାର ଏକ ଅଣ୍ଡିରା ଜଳହସ୍ତୀ ମାରିଦେଇଛି। ୬୨ନଂ. ଏନ୍‌କ୍ଲୋଜର ଜଳାଶୟରେ ଛୁଆଟି ପାଣିରେ ଭାସୁଥିବା ସକାଳେ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ମୃତ ଛୁଆକୁ ପାଣିରୁ ଉଦ୍ଧାର କରାଯିବା ପରେ ତା’ ଶରୀରର ତିନୋଟି ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା।