ଜାତୀୟ |

ଉତ୍ତର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟର ନୋଟିସ

ଉତ୍ତର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟର ନୋଟିସ

ନୂଆଦିଲ୍ଲୀ,୧।୧୨: ୨୦୧୩ଦଙ୍ଗାକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ମୁଜାଫରନଗର-ଦ ବର୍ଣ୍ଣିଙ୍ଗ ଲଭ୍‌’ର ସ୍କ୍ରିନଙ୍ଗକୁ ନେଇ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଉତ୍ତର ପ୍ରଦେଶ ସରକାର ଏହି ଫିଲ୍ମକୁ କେତୋଟି ଜିଲାରେ ସ୍କ୍ରିନିଙ୍ଗ ପାଇଁ ବାରଣ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଫିଲ୍ମର ପ୍ରଯୋଜକ ମନୋଜ କୁମାର ମାଙ୍ଗି ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ସୂଚନାଯୋଗ୍ୟ, ଏହି ଫିଲ୍ମର ନିର୍ଦ୍ଦେଶକ ହରିଶ କୁମାର ଥିବାବେଳେ ଏହା ଏକ ହିନ୍ଦୁ ପୁଅ ଓ ମୁସଲିମ ଝିଅର ପ୍ରେମ କାହାଣୀ ଉପରେ ଆଧାରିତ। ଏହା ସାରା ଦେଶରେ ନଭେମ୍ବର ୧୭ରେ ମୁକ୍ତିଲାଭ କରିଥିଲା। ସେନସର ବୋର୍ଡ ଦ୍ୱାରା ଏହାକୁ ୟୁ ସାର୍ଟିଫିକେଟ ମିଳିଥିବା ବେଳେ ରାଜ୍ୟର ୮ଜିଲାରେ ଏହାର ରିଲିଜ୍‌କୁ ବାରଣ କରାଯାଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଯିବା ଭୟରେ ଏପରି କରାଯାଇଥିବା କୁହାଯାଇଥିଲା।

All Right Reserved By

ଜାତୀୟ |

ଚଳିତ ବର୍ଷ ଶେଷ ସୁଦ୍ଧା ସମରାଭ୍ୟାସ କରିବେ ଭାରତ-ଆମେରିକା ସେନା

ଚଳିତ ବର୍ଷ ଶେଷ ସୁଦ୍ଧା ସମରାଭ୍ୟାସ କରିବେ ଭାରତ-ଆମେରିକା ସେନା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୭: ଭାରତ ଓ ଆମେରିକାର ୩ ସେନାଙ୍କ ମଧ୍ୟରେ ଚଳିତ ବର୍ଷ ଶେଷ ସୁଦ୍ଧା ସମରାଭ୍ୟାସ ହେବା ଅନୁମାନ କରାଯାଉଛି। ଏହା ପୂର୍ବରୁ ଯଦିଓ ଆମେରିକା ସେନା ସହ ଭାରତୀୟ ସେନା ସମରାଭ୍ୟାସ କରି ସାରିଛନ୍ତି ତଥାପି ଏକାସାଙ୍ଗରେ ସ୍ଥଳ ସେନା, ବାୟୁ ସେନା ଓ ନୌସେନାଙ୍କର ସମରାଭ୍ୟାସ ଇତିହାସରେ ପ୍ରଥମ ଥର ହେବ।

ବିହାରରେ ମିଳିବ ବିଶ୍ୱର ସବୁଠାରୁ ଶସ୍ତା ପାନୀୟ ଜଳ

ବିହାରରେ ମିଳିବ ବିଶ୍ୱର ସବୁଠାରୁ ଶସ୍ତା ପାନୀୟ ଜଳ

ପାଟନା,୧୫।୭: ବିହାରରେ ଆରମ୍ଭ ହେବାକୁ ଯାଉଥିବା ଏକ ପାନୀୟ ଜଳ ପରିଯୋଜନାରେ ବିଶ୍ୱର ସବୁଠାରୁ ଶସ୍ତା ତଥା ବିଶୁଦ୍ଧ ପାନୀୟ ଜଳ ମିଳିବ ବୋଲି ଜଣାପଡିଛି।

ଟ୍ରେନ୍‌ରେ ଯମଜ ସନ୍ତାନ ଜନ୍ମ ଦେଲେ ମହିଳା

ଟ୍ରେନ୍‌ରେ ଯମଜ ସନ୍ତାନ ଜନ୍ମ ଦେଲେ ମହିଳା

ନୂଆଦିଲ୍ଲୀ,୧୫।୭: ମୁମ୍ବାଇ-ବିଶାଖାପାଟନମ୍‌ ଏକ୍ସପ୍ରେସ୍‌ରେ ରବିବାର ସକାଳ ପ୍ରାୟ ୮ଟାରେ ଜଣେ ମହିଳା ଯାଆଁଳା ସନ୍ତାନ ଜନ୍ମ ଦେବାରୁ ଟ୍ରେନ୍‌କୁ ଅଧଘଣ୍ଟା ଅଟକାଇ ଦିଆଯାଇଥିଲା।

ପିଲାଚୋର ଗୁଜବ ନେଲା ଇଞ୍ଜିନିୟରଙ୍କ ଜୀବନ

ପିଲାଚୋର ଗୁଜବ ନେଲା ଇଞ୍ଜିନିୟରଙ୍କ ଜୀବନ

ବିଦର,୧୫।୭: କର୍ନାଟକ ବିଦର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ହ୍ବାଟସ୍‌ ଆପ୍‌ରେ ପିଲାଚୋରିକୁ ନେଇ ସୃଷ୍ଟି ହୋଇଥିବା ଗୁଜବ ଯୋଗୁ ଜଣେ ୩୨ ବର୍ଷୀୟ ସପ୍ଟଓ୍ବେୟାର୍‌ ଇଞ୍ଜିନିୟରଙ୍କୁ ହତ୍ୟା କରାଯାଇଛି।

୧୩ ଗାଁର ୨୫ ଶହ ଲୋକ ଲୋଡ଼ିଲେ ଇଛାମୃତ୍ୟୁ ଅନୁମତି

୧୩ ଗାଁର ୨୫ ଶହ ଲୋକ ଲୋଡ଼ିଲେ ଇଛାମୃତ୍ୟୁ ଅନୁମତି

ଶିମଲା,୧୫।୭: ପ୍ରଦୂଷଣ ପ୍ରଭାବିତ ହିମାଚଳପ୍ରଦେଶର ୧୩ଟି ଗାଁର ୨୫ ଶହ ଲୋକ ଇଛାମୃତ୍ୟୁ ଲାଗି କେନ୍ଦ୍ର ସରକାରଙ୍କଠାରୁ ଲୋଡ଼ିଛନ୍ତି ଅନୁମତି।

ଉତ୍ତର-ପୂର୍ବ ରାଜ୍ୟରେ ବଢୁଛି ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କାଘାତ ରୋଗୀଙ୍କ ସଂଖ୍ୟା

ଉତ୍ତର-ପୂର୍ବ ରାଜ୍ୟରେ ବଢୁଛି ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କାଘାତ ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ/ଟରୋଣ୍ଟୋ,୧୫।୭: ଦେଶର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କାଘାତ ରୋଗୀଙ୍କ ସଂଖ୍ୟା ବଢୁଛି। ପରିବର୍ତ୍ତିତ ଜୀବନଶୈଳୀ ଏବଂ ଅନ୍ୟ କେତେକ କାରଣରୁ ଏହା ହେଉଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ବୁରାଡି ହତ୍ୟାକାଣ୍ଡର ପୁନରାବୃତ୍ତି

ବୁରାଡି ହତ୍ୟାକାଣ୍ଡର ପୁନରାବୃତ୍ତି

ହଜାରିବାଗ,୧୫।୭: ଝାଡଖଣ୍ଡ ହଜାରିବାଗରେ ଦିଲ୍ଲୀ ବୁରାଡି ଘଟଣାର ପୁନରାବୃତ୍ତି ହୋଇଛି। ଏଠି ଏକାଥରେ ଗୋଟିଏ ପରିବାର ୬ଜଣ ସଦସ୍ୟଙ୍କ ମୃତଦେହ ମିଳିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ମହାରାଷ୍ଟ୍ର: ୩ ମାସରେ ଆତ୍ମହତ୍ୟା କରିଛନ୍ତି ୬୩୯ ଚାଷୀ

ମହାରାଷ୍ଟ୍ର: ୩ ମାସରେ ଆତ୍ମହତ୍ୟା କରିଛନ୍ତି ୬୩୯ ଚାଷୀ

ବମ୍ବେ,୧୫।୭: ଗତ ୩ ମାସ ମଧ୍ୟରେ ମହାରାଷ୍ଟ୍ରରେ ୬୩୯ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏନେଇ ରାଜସ୍ବମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ବିଧାନ ପରିଷଦରେ ସୂଚିତ କରିଛନ୍ତି।

କାନ୍ଦିଲେ କୁମାରସ୍ବାମୀ

କାନ୍ଦିଲେ କୁମାରସ୍ବାମୀ

ବାଙ୍ଗାଲୋର,୧୫।୭: କର୍ନାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରକୁ ଚଳାଇବା ଅତି କଷ୍ଟକର। ରାଜ୍ୟରେ ସରକାର ଚଳାଇବା ବିଷପାନ ସହିତ ସମାନ ବୋଲି କହି ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ କାନ୍ଦି ପକାଇଛନ୍ତି।

ସଡ଼କ ଖାଲଖମା: ଏକ ବର୍ଷରେ ନେଇଛି ୩,୫୯୭ ଜୀବନ

ସଡ଼କ ଖାଲଖମା: ଏକ ବର୍ଷରେ ନେଇଛି ୩,୫୯୭ ଜୀବନ

ନୂଆଦିଲ୍ଲୀ,୧୫।୭: ସଡ଼କରେ ଥିବା ଖାଲଖମା ଯୋଗୁ ବିଭିନ୍ନ ଦୁର୍ଘଟଣା ଘଟି ୨୦୧୭ରେ ଦେଶରେ ୩,୫୯୭ ଲୋକଙ୍କର ମୃତ୍ୟୁ ଘଟିଛି। ପ୍ରତିଦିନ ଏଭଳି ଘଟଣାରେ ୧୦ ଜଣ ଲୋକଙ୍କର ମୃତ୍ୟୁ ହେଉଥିବା କେନ୍ଦ୍ରୀୟ ସଡ଼କ ମନ୍ତ୍ରଣାଳୟ ପକ୍ଷରୁ ସୂଚିତ କରାଯାଇଛି।

କାଙ୍କେରରେ ମାଓବାଦୀ ଆକ୍ରମଣ: ୨ ବିଏସଏଫ୍‌ ଯବାନ ଶହୀଦ

କାଙ୍କେରରେ ମାଓବାଦୀ ଆକ୍ରମଣ: ୨ ବିଏସଏଫ୍‌ ଯବାନ ଶହୀଦ

ରାୟପୁର/ମାଲକାନଗିରି,୧୫।୭(ସ୍ବ.ପ୍ର.): ଛତିଶଗଡ଼ କାଙ୍କେରରେ ମାଓବାଦୀଙ୍କ ଆକ୍ରମଣରେ ୨ ବିଏସଏଫ୍‌ ଯବାନ ଶହୀଦ ହୋଇଛନ୍ତି। ପ୍ରତାପପୁର ଥାନା ଅଞ୍ଚଳରେ ରବିବାର ଭୋର୍‌ ୩ଟା ୪୫ ସମୟରେ ବିଏସଫ୍‌ର ୧୭୫ ବାଟାଲିୟନ୍‌ ପକ୍ଷରୁ ସର୍ଚ୍ଚ ଅପରେଶନ କରାଯାଉଥିବାବେଳେ ମାଓବାଦୀମାନେ ଆକ୍ରମଣ କରିଥିଲେ।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଘୋଷଣା କଲା ୫ ନୂଆ ପୁରସ୍କାର

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଘୋଷଣା କଲା ୫ ନୂଆ ପୁରସ୍କାର

ଭୁବନେଶ୍ୱର,୧୫।୭(ବ୍ୟୁରୋ): ପୋଲିସ ବାହିନୀ ପାଇଁ ଆଉ ଏକ ଖୁସି ଖବର ଆଣିଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ଅଫିସରମାନଙ୍କୁ ଏଥର ଦିଆଯିବ ଆଉ ୫ଟି ନୂଆ ପଦକ। ମନ୍ତ୍ରଣାଳୟ ଏକ ବିଜ୍ଞପ୍ତିରେ ଏହା ଘୋଷଣା କରିଛି। ପୁରସ୍କାର ଦେବା ପାଇଁ ସବୁ ରାଜ୍ୟକୁ ଚିଠି ମଧ୍ୟ ଲେଖାଯାଇଥିବା ଜଣାପଡିଛି।

Model This Week

ରୂପେଶ