ଜାତୀୟ |

ପୂର୍ବତନ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଆଦର୍ଶ ସେନ୍‌ ଆନନ୍ଦଙ୍କ ପରଲୋକ

ପୂର୍ବତନ ସୁପ୍ରିମ୍‌କୋର୍ଟ ପ୍ରଧାନ  ବିଚାରପତି ଆଦର୍ଶ ସେନ୍‌ ଆନନ୍ଦଙ୍କ ପରଲୋକ

ନୂଆଦିଲ୍ଲୀ,୧।୧୨: ପୂର୍ବତନ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଆଦର୍ଶ ସେନ୍‌ ଆନନ୍ଦଙ୍କ ଦୀର୍ଘଦିନ ଅସୁସ୍ଥତା ପରେ ଶୁକ୍ରବାର ପରଲୋକ ଘଟିଛି। ୮୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। କିଛି ମାସ ହେବ ସେ ଫୁସ୍‌ଫୁସ୍‌ ଜନିତ ରୋଗରେ ପିଡିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ପତ୍ନି ଓ ୩ଝିଅ ଉପସ୍ଥିତ ଥିଲେ।

All Right Reserved By

Model This Week

Model This Week

ଜାତୀୟ |

କଂଗ୍ରେସର ଘୋଷଣାପତ୍ର ଲୋକଙ୍କ ‘ମନ୍‌ କି ବାତ୍‌’: ରାହୁଲ ଗାନ୍ଧୀ

କଂଗ୍ରେସର ଘୋଷଣାପତ୍ର ଲୋକଙ୍କ ‘ମନ୍‌ କି ବାତ୍‌’: ରାହୁଲ ଗାନ୍ଧୀ

ମାଙ୍ଗାଲୋର,୨୭।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ଅନ୍ୟ ବରିଷ୍ଠ ନେତାଙ୍କ ଗହଣରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଘୋଷଣାପତ୍ର ଜାରି କରିଛନ୍ତିି।

ଗୁରଗାଓଁ ସ୍କୁଲ ହତ୍ୟା ଘଟଣା ଉପରେ ହେବ ଫିଲ୍ମ ‘ତଲଓ୍ବାର-୨’

ଗୁରଗାଓଁ ସ୍କୁଲ ହତ୍ୟା ଘଟଣା ଉପରେ ହେବ ଫିଲ୍ମ ‘ତଲଓ୍ବାର-୨’

ବମ୍ବେ,୨୭।୪: ବଲିଉଡ ଫିଲ୍ମ ନିର୍ମାତା ବିଶାଲ ଭରଦ୍ୱାଜ ଫିଲ୍ମ ‘ତଲଓ୍ବାର’ର ସିକ୍ୱେଲ୍‌ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଗୁରଗାଓଁର ଏକ ସ୍କୁଲରେ ରହସ୍ୟମୟ ଭାବେ ଜଣେ ୭ବର୍ଷ ବାଳକର ମୃତ୍ୟୁକୁ ନେଇ ଫିଲ୍ମଟି ନିର୍ମାଣ କରାଯିବ ବୋଲି ଜଣାପଡିଛି।

ଛତିଶଗଡ଼ ଏନ୍‌କାଉଣ୍ଟର: ୭ ମାଓବାଦୀ ମୃତ

ଛତିଶଗଡ଼ ଏନ୍‌କାଉଣ୍ଟର: ୭ ମାଓବାଦୀ ମୃତ

ବିଜାପୁର,୨୭।୪: ବିଜାପୁର ଜିଲାର ଛତିଶଗଡ-ତେଲେଙ୍ଗାନା ସୀମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଅତିକମରେ ୭ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଶପଥ ନେଲେ ଇନ୍ଦୁ

ଶପଥ ନେଲେ ଇନ୍ଦୁ

ନୂଆଦିଲ୍ଲୀ,୨୭।୪: ସୁପ୍ରିମକୋର୍ଟର ପ୍ରଥମ ଆଇନଜୀବୀରୁ ବିଚାରପତି ଭାବେ ଶୁକ୍ରବାର ଶପଥ ନେଲେ ଇନ୍ଦୁ ମାଲହୋତ୍ରା। ସୁପ୍ରିମକୋର୍ଟ ପରିସରରେ ମୁଖ୍ୟ ବିଚାରପତି ଦୀପକ ମିଶ୍ର ତାଙ୍କୁ ଶପଥପାଠ କରାଇଛନ୍ତି।

ହୋଟେଲରେ ବିକ୍ରି ହେଉଛି କୁକୁର ଓ ବିଲେଇ ମାଂସ

ହୋଟେଲରେ ବିକ୍ରି ହେଉଛି କୁକୁର ଓ ବିଲେଇ ମାଂସ

କଲିକତା,୨୭।୪: ଆମିଷ ପ୍ରିୟ ଲୋକଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇପାରେ। ଏମିତି ଖବର ଶୁଣିଲେ ଯେ କେହି ଚିନ୍ତାରେ ପଡି ପାରନ୍ତି। କାରଣ ପଶ୍ଚିମବଙ୍ଗର ରାଜଧାନୀ କଲିକତାର ରାଜାବଜାରରେ ଥିବା ଏକ ବରଫ ଫ୍ରାକ୍ଟି ଉପରେ ଚଢାଉ ବେଳେ ଏମିତି କିଛି ତଥ୍ୟ ପଦାକୁ ଆସିଛି, ଯାହା ଶୁଣିଲେ ମୁଣ୍ଡ ବୁଲାଇ ଦେବ।

ଜଳୁଛି ପୋଷାକ କାରଖାନା

ଜଳୁଛି ପୋଷାକ କାରଖାନା

ଲୁଧିଆନା,୨୭।୪: ପଞ୍ଜାବ ଲୁଧିଆନାର ବାହାଦୁର କେ ରୋଡରେ ଥିବା ଏକ ପୋଷାକ କାରଖାନାରେ ଶୁକ୍ରବାର ସକାଳେ ଲାଗିଥିବା ନିଆଁ ଏପର୍ଯ୍ୟନ୍ତ ଥମିବାର ନାଁ ନେଉନାହିଁ। ପ୍ରାୟ ୧୦୦ଟି ଦମକଳ ନିଆଁଲିଭା କାର୍ଯ୍ୟରେ ଲାଗିଥିବା ଜଣାପଡିଛି।

ନମାଜ ପଢୁଥିବା ଲୋକଙ୍କୁ ହଟାଇବା ଘଟଣା: ୬ ଗିରଫ

ନମାଜ ପଢୁଥିବା ଲୋକଙ୍କୁ ହଟାଇବା ଘଟଣା: ୬ ଗିରଫ

ଗୁରଗାଓଁ,୨୭।୪: ପାରସ ହସ୍ପିଟାଲ ସାମ୍ନାରେ ଥିବା ଖାଲି ପଡିଆରେ ନମାଜ ପଢୁଥିବା ଲୋକଙ୍କୁ ଘଉଡାଇବା ମାମଲାରେ ପୋଲିସ ୬ଜଣ ଯୁବକଙ୍କୁ ଗିରଫ କରିଛି। ଗୁରୁବାର ୬ଜଣଙ୍କୁ କୋର୍ଟରେ ହାଜର କରିବା ପରେ ଜେଲ ପଠାଇ ଦିଆଯାଇଛି।

ମିଲିଟାରି କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ

ମିଲିଟାରି କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ

ପୁଲଓ୍ବାମା,୨୭।୪: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାର ତୁନାବ ଅଞ୍ଚଳରେ ଆତଙ୍କବାଦୀମାନେ ଶୁକ୍ରବାର ସେନା ଓ ସିଆର୍‌ପିଏଫ୍‌ର ଏକ ଜଏଣ୍ଟ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଶୁକ୍ରବାର ଭୋର ପ୍ରାୟ ୫ଟା ୫୦ରେ ୟୁବିଜିଏଲ୍‌(ଅଣ୍ଡର ବ୍ୟାରେଲ ଗ୍ରେନେଡ ଲଞ୍ଚର)ମାଧ୍ୟମରେ ଏମାନେ ଆକ୍ରମଣ କରିଥିଲେ।

ଜୁଲାଇ ସୁଦ୍ଧା ଜଗୁଆଳ ବିହୀନ ଫାଟକ ହଟାଇବ ପୂର୍ବତଟ ରେଳପଥ

ଜୁଲାଇ ସୁଦ୍ଧା ଜଗୁଆଳ ବିହୀନ ଫାଟକ ହଟାଇବ ପୂର୍ବତଟ ରେଳପଥ

ଭୁବନେଶ୍ୱର, ୨୭-୪:ଦେଶର ସବୁ ଛୋଟ ରେଳ ଷ୍ଟେଶନଗୁଡ଼ିକରେ ଫୁଟ୍‌ ଓଭର ବ୍ରିଜ୍‌ ନିର୍ମାଣ ହେବ। ଫଳରେ ଷ୍ଟେଶନର ଗୋଟିଏ ପ୍ଲାଟ୍‌ଫର୍ମରୁ ଅନ୍ୟ ପ୍ଲାଟ୍‌ଫର୍ମକୁ ଯାତ୍ରୀମାନେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରିବେ ନାହିଁ। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ଗ୍ରହଣ କରିଛି। ଏହି ଧାରାରେ ପୂର୍ବତଟ ରେଳପଥ ଅନ୍ତର୍ଗତ ମୋଟରି, ଝଙ୍କଡ ସାରଳା ରୋଡ, ମଙ୍ଗୁଳି ଚୌଦ୍ୱାର, ବଡବନ୍ଧ ସୁକିନ୍ଦା ରୋଡ, ଶଗଡ଼ପେଟା, ବାଘୁଆପାଳ, ଚିଲିକିଦର, କପାଳି ରୋଡ, ବ୍ରାହ୍ମଣୀ, ଅର୍ଗୁଳ, ଛତ୍ରପୁର କୋର୍ଟ, ଧଉଳି ମୁହଁାଣ ଆଦି ଷ୍ଟେଶନରେ ପ୍ରଥମ ଫୁଟ୍‌ଓଭର ବ୍ରିଜ୍‌ ନିର୍ମାଣ କରାଯିବ। ସେହିପରି କାଳିଜାଇ, ବାଗାଡିଆ, ବନବିହାରୀ ଗ୍ବାଲିପୁର ମହାନଦୀ, ମୁକ୍ତେଶ୍ୱର, ତାଳଚେର ଥର୍ମାଲ, ହରିପୁରଗ୍ରାମ, ଜାନକାଦେଈପୁର, ଜେନାପୁର ରୋଡ ଏବଂ ଜୁନାଗଡ ଆଦି ଛୋଟ ଷ୍ଟେଶନରେ ପ୍ରଥମ ଫୁଟ୍‌ ଓଭର ବ୍ରିଜ୍‌ ନିର୍ମାଣ କରାଯବି ବୋଲି ପୂର୍ବତଟ ରେଳ ପଥ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଯାତ୍ରୀମାନଙ୍କ ସୁବିଧା ପାଇଁ କଟକ ଏବଂ କେନ୍ଦୁଝର ରୋଡ ଷ୍ଟେଶନରେ ଫୁଟ୍‌ ଓଭର ବ୍ରିଜ୍‌କୁ ସମ୍ପ୍ରସାରିତ କରାଯିବ। ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ସର୍ବପ୍ରଥମେ ସମସ୍ତ ଜଗୁଆଳ ବିହୀନ ଫାଟକ ଉଚ୍ଛେଦ କରିଥିବା ବେଳେ ଚଳିତ ବର୍ଷ ଜୁଲାଇ ସୁଦ୍ଧା ଓ୍ବାଲଟିୟର ଏବଂ ସମ୍ବଲପୁର ରେଳ ଡିଭିଜନ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ଆଞ୍ଚଳିକ କାର୍ଯ୍ୟାଳୟ ପରିଦର୍ଶନ କଲେ ଆଇଆର୍‌ସିଟିସି ସିଭିଓ

ଆଞ୍ଚଳିକ କାର୍ଯ୍ୟାଳୟ ପରିଦର୍ଶନ କଲେ ଆଇଆର୍‌ସିଟିସି ସିଭିଓ

ଭୁବନେଶ୍ୱର,୨୭-୪:ଇଣ୍ଡିଆନ୍‌ ରେଲଓ୍ବେ କ୍ୟାଟେରିଂ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେଶନ(ଆଇଆର୍‌ସିଟିସି)ର ମୁଖ୍ୟ ସତର୍କତା ଅଧିକାରୀ(ସିଭିଓ) ସୁଶାନ୍ତ କୁମାର ପଟ୍ଟନାୟକ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଆଞ୍ଚଳିକ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରି କାର୍ଯ୍ୟଧାରା ଓ ପରିଚାଳନାରେ ଯେପରି ଶତ ପ୍ରତିଶତ ସ୍ବଚ୍ଛତା ବଜାୟ ରହିବ ତାହାକୁ ପ୍ରାଥମିକତା ଦେବା ପାଇଁ ପରାମର୍ଶ ଦେଇଛନ୍ତି। ସେହିପରି ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟାକୁ ସମାଧାନ କରିବା ସହିତ ଠକାମି ରୋକିବା ଏବଂ ଆବଶ୍ୟକସ୍ଥଳେ ଜନସାଧାରଣଙ୍କ ମତାମତକୁ ଅଗ୍ରାଧିକାର ଦେବା ପାଇଁ କହିଛନ୍ତି। ରାଜ୍ୟ ସରକାରଙ୍କ ସହଯୋଗରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବା ଏବଂ ସେମାନଙ୍କୁ ଉତ୍ତମ ଆତିଥେୟତା ପ୍ରଦାନ ସକାଶେ ଆକର୍ଷଣୀୟ ପ୍ୟାକେଜ୍‌ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଆଇଆର୍‌ସିଟିସି ଆଞ୍ଚଳିକ ପ୍ରବନ୍ଧକ ସୁଦୀପ୍ତୋ ମୁଖାର୍ଜୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉତ୍ପାଦ ଶୁଳ୍କ ହ୍ରାସ ପ୍ରତିଶ୍ରୁତି ଦେଲେନି ଧର୍ମେନ୍ଦ୍ର; ପରିସ୍ଥିତିକୁ ନେଇ ସରକାର ଚିନ୍ତିତ ଥିବା ଦର୍ଶାଇଲେ

ଉତ୍ପାଦ ଶୁଳ୍କ ହ୍ରାସ ପ୍ରତିଶ୍ରୁତି ଦେଲେନି ଧର୍ମେନ୍ଦ୍ର; ପରିସ୍ଥିତିକୁ ନେଇ ସରକାର ଚିନ୍ତିତ ଥିବା ଦର୍ଶାଇଲେ

ନୂଆଦିଲ୍ଲୀ,୨୭-୪(ପି.ଟି.):ସମ୍ପ୍ରତି ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଚାଲିଛି। ଏହା ବର୍ତ୍ତମାନ ସାଧାରଣ ଖାଉଟିଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଭଳି ସ୍ଥିତିରେ ସରକାର ତୈଳ ଦର ବୃଦ୍ଧିକୁ ନେଇ ଚିନ୍ତିତ ଥିବା ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏଭଳି ପରିସ୍ଥିତିକୁ ନେଇ ସରକାର ଚିନ୍ତିତ କିନ୍ତୁ ଖାଉଟିଙ୍କ ସ୍ବାର୍ଥ ଏବଂ ରାଜକୋଷ ମଧ୍ୟରେ ସରକାରଙ୍କୁ ସନ୍ତୁଳନ ରକ୍ଷା କରିବାକୁ ପଡିବ। ଅନ୍ୟପକ୍ଷରେ, ଏହି ପରିସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିବା ନେଇ ସେ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି।

୬୦ ମାଓବାଦୀଙ୍କ ଆତ୍ମ ସମର୍ପଣ

୬୦ ମାଓବାଦୀଙ୍କ ଆତ୍ମ ସମର୍ପଣ

ନାରାୟଣପୁର,୨୬।୪: ଛତିଶଗଡ଼ ନାରାୟଣପୁରରେ ଅବୁଜମାରର ୬୦ଜଣ ମାଓବାଦୀ ୭ଟି ରାଇଫଲ ସହ ଗୁରୁବାର ବସ୍ତର ଆଇଜି ବିବେକାନନ୍ଦ ସିହ୍ନାଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି।