ଜାତୀୟ |

ଭାଜପା ଶାସନରେ ଦଳିତ ନିର୍ଯାତିତ

ଭାଜପା ଶାସନରେ ଦଳିତ ନିର୍ଯାତିତ
ନୂଆଦିଲ୍ଲୀ,୩୦।୧୧(ପି.ଟି.)ଗୁଜରାଟ ନିର୍ବାଚନକୁ ଆଉ ମାତ୍ର ୯ ଦିନ ବାକି ଥିବାବେଳେ ଶାସକ ଭାଜପାକୁ ଶକ୍ତ ଝଟକା ଦେବା ଭଳି ତଥ୍ୟ ପ୍ରଘଟ ହୋଇଛି। ତଫସିଲଭୁକ୍ତ ଜାତି (ଏସ୍‌ସି) ବିରୋଧୀ ହିଂସାରେ ଏହି ରାଜ୍ୟ ଦେଶରେ ପଞ୍ଚମ ସ୍ଥାନ ଗ୍ରହଣ କରିଛି। ସେହିପରି ୫ ଭାଜପା ଶାସିତ ରାଜ୍ୟରେ ଦଳିତମାନେ ସବୁଠୁ ଅଧିକ ହିଂସାର ଶିକାର ହୋଇଛନ୍ତି। ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତରପ୍ରଦେଶର ଅପରାଧ ରେକର୍ଡ ଅନ୍ୟ ସବୁ ରାଜ୍ୟକୁ ଟପିଯାଇଛି। ଅନ୍ୟପକ୍ଷରେ ଜାତୀୟ ରାଜଧାନୀ ଦିଲ୍ଲୀ ମହିଳାଙ୍କ ପାଇଁ ସବୁଠୁ ବେଶି ଅସୁରକ୍ଷିତ ହୋଇପଡ଼ିଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ଏକ ସଦ୍ୟ ରିପୋର୍ଟରେ ସ୍ପଷ୍ଟ କରାଯାଇଛି।ସାରା ଦେଶର ଅପରାଧ ହାରକୁ ନେଇ ଏନ୍‌ସିଆର୍‌ବି ୨୦୧୬ର ରିପୋର୍ଟ ଗୁରୁବାର ପ୍ରକାଶ କରିଛି। ଏହି ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ହତ୍ୟା, ଅପହରଣ ଏବଂ ମହିଳା ଓ ଶିଶୁ ବିରୋଧୀ ହିଂସା ଭଳି ସଙ୍ଗିନ ଅପରାଧ କ୍ଷେତ୍ରରେ ସବୁ ରାଜ୍ୟକୁ ଟପିଯାଇଛି ଉତ୍ତରପ୍ରଦେଶ। ଉଭୟ ଜନସଂଖ୍ୟା ଓ ଆୟତନ ଦୃଷ୍ଟିରୁ ଦେଶର ଏହି ବୃହତ୍ତମ ରାଜ୍ୟରେ ବର୍ଷକ ମଧ୍ୟରେ ୪,୮୮୯ ହତ୍ୟା ମାମଲା ଦାଏର ହୋଇଛି, ଯାହାକି ପୂର୍ବବର୍ଷ ତୁଳନାରେ ୧୬.୧% ଅଧିକ। ଏହି କ୍ଷେତ୍ରରେ ଉତ୍ତରପ୍ରଦେଶ ତଳକୁ ରହିଛି ବିହାର। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶାସିତ ଏହି ରାଜ୍ୟରେ ୨,୫୮୧ ହତ୍ୟା ମାମଲା (୮.୪%) ରେକର୍ଡ କରାଯାଇଛି। ସେହିପରି ଉତ୍ତରପ୍ରଦେଶରେ ୪୯,୨୬୨ ଏବଂ ପଶ୍ଚିମବଙ୍ଗରେ ୩୨,୫୧୩ ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି। ୨୦୧୪ରୁ ୨୦୧୬ ମଧ୍ୟରେ ୫ ଭାଜପା ଶାସିତ ରାଜ୍ୟରେ ଦଳିତମାନେ ସର୍ବାଧିକ ଆକ୍ରମଣର ଶିକାର ହୋଇଥିବା ଏଥିରେ କୁହାଯାଇଛି। ସେଗୁଡ଼ିକ ହେଲା ମଧ୍ୟପ୍ରଦେଶ, ରାଜସ୍ଥାନ, ଗୋଆ, ବିହାର ଓ ଗୁଜରାଟ। ଶିବରାଜ ସିଂ ଚୌହାନଙ୍କ ମଧ୍ୟପ୍ରଦେଶରେ ତଫସିଲଭୁକ୍ତ ଉପଜାତି (ଏସ୍‌ଟି) ଲୋକେ ସବୁଠୁ ବେଶି ଆକ୍ରମଣର ଶିକାର ହୋଇଛନ୍ତି। ଏହି ରାଜ୍ୟରେ ୨୦୧୪ରେ ୩,୨୯୪, ୨୦୧୫ରେ ୩,୫୪୬ ଏବଂ ୨୦୧୬ରେ ୪,୯୨୨ ଏସ୍‌ଟି ବିରୋଧୀ ଅପରାଧ ମାମଲା ରୁଜୁ କରାଯାଇଛି। ଏସ୍‌ସି ବିରୋଧୀ ଅପରାଧ କ୍ଷେତ୍ରରେ ଗୁଜରାଟ ପଞ୍ଚମ ସ୍ଥାନରେ ରହିଛି। ଏହି କ୍ଷେତ୍ରରେ ବସୁନ୍ଧରା ରାଜେଙ୍କ ଶାସନାଧୀନ ରାଜସ୍ଥାନ ସବୁଠୁ ଆଗରେ ରହିଛି। ରାଜସ୍ଥାନରେ ଗତବର୍ଷ ଏସ୍‌ସି ବିରୋଧୀ ଅପରାଧ ୧୨.୬% ବୃଦ୍ଧି ପାଇଛି। ଏହା ତଳକୁ ରହିଛି ମନୋହର ପାରିକର ଶାସନ କରୁଥିବା ଗୋଆ। ଏନ୍‌ସିଆର୍‌ବିର ସଦ୍ୟ ରିପୋର୍ଟକୁ ଗୁଜରାଟ ନିର୍ବାଚନରେ ବିରୋଧୀ କଂଗ୍ରେସ ବ୍ରହ୍ମାସ୍ତ୍ର ଭାବେ ପ୍ରୟୋଗ କରିବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଦେଶର ଅନ୍ୟ ସମସ୍ତ ମେଟ୍ରୋପଲିଟାନ ସିଟି ତୁଳନାରେ ଦିଲ୍ଲୀରେ ମହିଳାମାନେ ସବୁଠୁ ବେଶି ଅସୁରକ୍ଷିତ। ୨୦୧୬ରେ ଦିଲ୍ଲୀରେ ମହିଳା ବିରୋଧୀ ଅପରାଧ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୧୮୨.୧% ବୃଦ୍ଧି ପାଇଛି। ସେହିପରି ଅର୍ଥନୈତିକ ଅପରାଧ କ୍ଷେତ୍ରରେ ମଧ୍ୟ ଜୟପୁର ବମ୍ବେକୁ ଟପିଯାଇଛି ଦିଲ୍ଲୀ। ୧୯ଟି ବଡ଼ ସହର ମଧ୍ୟରେ ବଳାତ୍କାର କ୍ଷେତ୍ରରେ ଦିଲ୍ଲୀ ଆଗୁଆ ରହିଛି। ୨୦୧୬ରେ ଦିଲ୍ଲୀରେ ପୂର୍ବବର୍ଷ ତୁଳନାରେ ୪୦% ଅଧିକ ବଳାତ୍କାର ମାମଲା ରୁଜୁ ହୋଇଛି। ଜାତୀୟ ସ୍ତରରେ ମଧ୍ୟ ପୂର୍ବବର୍ଷ ତୁଳନାରେ ହାରାହାରି ଅପରାଧ ହାର ବୃଦ୍ଧି ପାଇଛି। ୨୦୧୬ରେ ସାରା ଦେଶରେ ମୋଟ ୪୮,୩୧,୫୧୫ ବଳାତ୍କାର, ଅପହରଣ, ମହିଳା ଓ ଶିଶୁ ବିରୋଧୀ ଅପରାଧ ମାମଲା ଦାଏର ହୋଇଛି। ୨୦୧୫ରେ ଏହି ସଂଖ୍ୟା ୪୭,୧୦,୬୭୬ ଥିବାବେଳେ ଗତବର୍ଷ ଏଥିରେ ୨.୬% ବୃଦ୍ଧି ଘଟିଥିବା ରେକର୍ଡ କରାଯାଇଛି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଏନ୍‌ସିଆର୍‌ବି ରିପୋର୍ଟ ଉନ୍ମୋଚନ ଅବସରରେ କହିଛନ୍ତି।
All Right Reserved By

ଜାତୀୟ |

ଧରା ପଡ଼ିଲେ ନକଲି ପୋଲିସ ଅଫିସର

ଧରା ପଡ଼ିଲେ ନକଲି ପୋଲିସ ଅଫିସର

ରାୟପୁର,୨୨।୧୦: ଛତିଶଗଡ଼ ରାୟପୁରରେ ଜଣେ ନକଲି ପୋଲିସ ଅଫିସର ଧରା ପଡ଼ିଛନ୍ତି। ନିଜକୁ ଏସଆଇଟି  ସଦସ୍ୟ କହି ପୋଲିସ ବିଭାଗର ପ୍ରତିଟି କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହୁଥିଲା। 

କେରଳ ନନ୍‌ ବଳାତ୍କାର ମାମଲା: ମୁଖ୍ୟ ସାକ୍ଷୀ ମୃତ

କେରଳ ନନ୍‌ ବଳାତ୍କାର ମାମଲା: ମୁଖ୍ୟ ସାକ୍ଷୀ ମୃତ

ଥିରୁଭାନନ୍ତପୁରମ,୨୨।୧୦: ବହୁ ଚର୍ଚ୍ଚିତ କେରଳ ନନ୍‌ ବଳାତ୍କାର ମାମଲାର ମୁଖ୍ୟ ସାକ୍ଷୀ ଥିବା କ୍ୟାଥୋଲିକ୍‌ ଚର୍ଚ୍ଚର ପୂଜାରୀ ଫାଦର କୁରିଆକୋସ କଟୁଥାରାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। 

ହୋଟେଲ ଭିତରେ ପଶି ପର୍ଯ୍ୟଟକଙ୍କୁ ହତ୍ୟା: ପୋଲିସକୁ ଖବର ନ ଦେବାକୁ ଧମକ

ହୋଟେଲ ଭିତରେ ପଶି ପର୍ଯ୍ୟଟକଙ୍କୁ ହତ୍ୟା: ପୋଲିସକୁ ଖବର ନ ଦେବାକୁ ଧମକ

ଥାଣେ,୨୨।୧୦: ମହାରାଷ୍ଟ୍ରର କଲ୍ୟାଣ ସହରରେ ଥିବା ଏକ ହୋଟେଲରେ ଜଣେ ପର୍ଯ୍ୟଟକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସନ୍ଦୀପ ବଢେ(୪୧)ଙ୍କୁ ପୋଲିସ ଗିରଫ କରିଛି। 

୧୨ଲକ୍ଷ ଟଙ୍କାର ଚାକିରି ଛାଡ଼ି ରାଜନୀତିରେ ଯୋଗଦେଲେ ଦିବ୍ୟାଙ୍ଗ ଇଞ୍ଜିନିୟର

୧୨ଲକ୍ଷ ଟଙ୍କାର ଚାକିରି ଛାଡ଼ି ରାଜନୀତିରେ ଯୋଗଦେଲେ ଦିବ୍ୟାଙ୍ଗ ଇଞ୍ଜିନିୟର

ଇନ୍ଦୋର,୨୨।୧୦: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ଏବେ ଏହାକୁ ନେଇ ପ୍ରଚାର ଆରମ୍ଭ ହୋଇ ଯାଇଛି। ତେବେ ଏଥର ଏହି ବିଧାନସଭା ନିର୍ବାଚନର ଏକ ବିଶେଷତ୍ୱ ହେଉଛନ୍ତି ସୁଦୀପ ଶୁକ୍ଳା।

ଶିକ୍ଷାର୍ଥୀଙ୍କ ସମସ୍ୟା ଦୂର ପାଇଁ ୩ ବର୍ଷ ଧରି ପରୀକ୍ଷା ଦେଉଛନ୍ତି ପ୍ରଫେସର

ଶିକ୍ଷାର୍ଥୀଙ୍କ ସମସ୍ୟା ଦୂର ପାଇଁ ୩ ବର୍ଷ ଧରି ପରୀକ୍ଷା ଦେଉଛନ୍ତି ପ୍ରଫେସର

ଅହମ୍ମଦାବାଦ୍‌,୨୨।୧୦: ପରୀକ୍ଷାରେ ଶିକ୍ଷାର୍ଥୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଜାଣିବା ପାଇଁ ଜଣେ ପ୍ରଫେସର ୩ ବର୍ଷ ଧରି ପରୀକ୍ଷା ଦେଉଛନ୍ତି। 

ଯୌତୁକ ମାଗିବାରୁ ବରକୁ ଲଣ୍ଡା କଲେ ଲୋକେ

ଯୌତୁକ ମାଗିବାରୁ ବରକୁ ଲଣ୍ଡା କଲେ ଲୋକେ

ଲକ୍ଷ୍ନୌ,୨୨।୧୦: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ବର ଯୌତୁକ ମାଗିବାରୁ ଏହାର ପରିଣତି ଭୋଗିବାକୁ ପଡିଛି। 

୨୪ ଘଣ୍ଟାରେ ୫ ଆତଙ୍କବାଦୀ ନିହତ

୨୪ ଘଣ୍ଟାରେ ୫ ଆତଙ୍କବାଦୀ ନିହତ

ଶ୍ରୀନଗର,୨୨।୧୦: ଜମ୍ମୁ-କଶ୍ମୀରରେ ୨୪ ଘଣ୍ଟା ମଧ୍ୟରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଯବାନ ଶହୀଦ୍‌ ହେବା ସହିତ ୭ ସାଧାରଣ ଲୋକଙ୍କ ଜୀବନ ଯାଇଛି।

ଭାରତ ବିରୋଧରେ ‘ଓ୍ବାଟର ବମ୍‌’ ପ୍ରୟୋଗ କରୁଛି ଚାଇନା

ଭାରତ ବିରୋଧରେ ‘ଓ୍ବାଟର ବମ୍‌’ ପ୍ରୟୋଗ କରୁଛି ଚାଇନା

ନୂଆଦିଲ୍ଲୀ/ବେଜିଂ,୨୨।୧୦: ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବା ପାଇଁ ଚାଇନା ଓ୍ବାଟର ବମ୍‌ ଯୋଜନା ପ୍ରସ୍ତୁତ କରିଛି। ସମ୍ପ୍ରତି ପ୍ରତି ସେକେଣ୍ଡରେ ବ୍ରହ୍ମପୁତ୍ର ନଦୀରେ ୧୮ ହଜାର କ୍ୟୁସେକ୍‌ ଜଳ ଛଡ଼ାଯାଉଛି।

ହିମାଚଳ ପ୍ରଦେଶରେ ଭୂକମ୍ପ

ହିମାଚଳ ପ୍ରଦେଶରେ ଭୂକମ୍ପ

ଶିମ୍‌ଲା,୨୨।୧୦: ହିମାଚଳ ପ୍ରଦେଶରେ ସୋମବାର ସକାଳୁ ଏକ ଭୁକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩.୦। ଏହା କିନ୍ନୋରରେ ସକାଳ ୯ଟା ୧୧ରେ ଅନୁଭୂତ ହୋଇଥିବା ସୂଚନା ମିଳିଛି। 

ମହିଳାଙ୍କୁ ଗଣବଳାତ୍କାର: ଗୁପ୍ତାଙ୍ଗକୁ ଲୁହା ରଡ଼ରେ କଲେ କ୍ଷତବିକ୍ଷତ

ମହିଳାଙ୍କୁ ଗଣବଳାତ୍କାର: ଗୁପ୍ତାଙ୍ଗକୁ ଲୁହା ରଡ଼ରେ କଲେ କ୍ଷତବିକ୍ଷତ

କୋଲକତା,୨୨।୧୦: ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ଧୁପଗୁଡ଼ି ଅଞ୍ଚଳରେ ଜମିଜମା ବିବାଦକୁ ନେଇ ଜଣେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର କରାଯାଇଛି।

ଶିମଲା ହେବ ‘ଶ୍ୟାମଳା’

ଶିମଲା ହେବ ‘ଶ୍ୟାମଳା’

ଶିମଲା,୨୧।୧୦: ହିମାଚଳପ୍ରଦେଶର ରାଜଧାନୀ ଶିମଲାର ନାମ ପରିବର୍ତ୍ତନ କରାଯାଇ ‘ଶ୍ୟାମଳା’ କରାଯିବ।

ରୋଗୀଙ୍କ କଷ୍ଟ ଜାଣିବା ପାଇଁ ଡାକ୍ତର କଲେ ନିଜର ଏଣ୍ଡୋସ୍କୋପି

ରୋଗୀଙ୍କ କଷ୍ଟ ଜାଣିବା ପାଇଁ ଡାକ୍ତର କଲେ ନିଜର ଏଣ୍ଡୋସ୍କୋପି

ପୁଣେ,୨୧।୧୦: ମହାରାଷ୍ଟ୍ର ନାଦେଣ୍ଡର ଜଣେ ଡାକ୍ତର ରୋଗୀଙ୍କ କଷ୍ଟ ଜାଣିବା ପାଇଁ ନିଜର ଏଣ୍ଡୋସ୍କୋପି କରିଛନ୍ତି।