Dharitri News
ଜାତୀୟ |

ଉଡ଼ନ୍ତା ବିମାନରେ ଭରାଗଲା ଇନ୍ଧନ

ଉଡ଼ନ୍ତା ବିମାନରେ ଭରାଗଲା ଇନ୍ଧନ ନୂଆଦିଲ୍ଲୀ,୩୦।୧୧: ଭାରତୀୟ ବାୟୁସେନା (ଆଇଏଏଫ୍‌) ଗୁରୁବାର ଏକ ବଡ଼ ସଫଳତା ଅର୍ଜନ କରିଛି। ଏୟାରବର୍ନ ଅର୍ଲି ଓ୍ବାନିର୍ଂ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ୍‌ (ଏଇଡବ୍ଲ୍ୟୁ ଆଣ୍ଡ ସି) ପାଇଁ ଉଦ୍ଦିଷ୍ଟ ବାୟୁସେନାର ସ୍ବତନ୍ତ୍ର ଏମ୍ବ୍ରୟର୍‌ ପରିବହନକାରୀ ବିମାନରେ ଉଡ଼ନ୍ତା ଅବସ୍ଥାରେ ଇନ୍ଧନ ଭର୍ତ୍ତି କରାଯାଇଛି। ଏୟାର ଟୁ ଏୟାର (ଏଏଆର୍‌) ଅର୍ଥାତ୍‌ ଆକାଶରେ ଉଡୁଥିବା ସମୟରେ ହିଁ ଅନ୍ୟ ଏକ ବିମାନ ସାହାଯ୍ୟରେ ଏମ୍ବ୍ରୟର ବିମାନରେ ଇନ୍ଧନ ଭରାଯାଇଛି। ପରୀକ୍ଷାମୂଳକ ଭାବେ ସଫଳତାର ସହ ଇନ୍ଧନ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ବିମାନ ଉଡ଼ାଣ ଚାଲିଥିଲାବେଳେ ସତର୍କତାର ସହ ଏହି କାର୍ଯ୍ୟ ସମ୍ପନ୍ନ ପାଇଁ ସ୍ବତନ୍ତ୍ର ଦକ୍ଷତାସମ୍ପନ୍ନ ପାଇଲଟଙ୍କୁ ନିୟୋଜିତ କରାଯିବ। କାରଣ ଇନ୍ଧନ ଭରିବାବେଳେ ଉଭୟ ବିମାନକୁ ନିର୍ଦ୍ଦିଷ୍ଟ ବ୍ୟବଧାନ ମଧ୍ୟରେ ଉଡ଼ାଣ କରିବାକୁ ପଡ଼ିବ। ମଝି ଆକାଶରେ ଇନ୍ଧନ ସରି ଆସିଲେ ଟ୍ୟାଙ୍କରରେ ପୁଣି ଇନ୍ଧନ ଭରିବାକୁ ୧୦ ମିନିଟ୍‌ ସମୟ ଲାଗିବ ଏବଂ ଏହାପରେ ବିମାନଟି ଆଉ ଚାରିଘଣ୍ଟା ଉଡ଼ାଣ କରିପାରିବ। ଏହି ପ୍ରକ୍ରିୟାକୁ କୁହାଯାଉଛି ‘ପ୍ରୋବ୍‌ ଆଣ୍ଡ ଡ୍ରୋଗ୍‌’। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏମ୍ବ୍ରୟର ବିମାନରେ ପ୍ରଥମଥର ପାଇଁ ଏଭଳି ଇନ୍ଧନ ଭରାଯିବା ପରେ ବାୟୁସେନାର ଶକ୍ତି ବଢ଼ିଯାଇଛି। ଏଣିକି ଜରୁରୀ ପରିସ୍ଥିତିରେ ଆଉ ବିମାନକୁ ଭୂପୃଷ୍ଠରେ ଅବତରଣ ନ କରାଇ ଆକାଶରେ ହିଁ ଇନ୍ଧନ ଭର୍ତ୍ତି କରିହେବ। ଉଚିତ୍‌ ସମୟରେ ଶତ୍ରୁକୁ କଡ଼ା ଯବାବ ଦେବାରେ ବାୟୁସେନା ପାଇଁ ଏହା ବେଶ ସହାୟକ ହେବ। ଚଳିତବର୍ଷ ଫେବୃୟାରୀରେ ବାଙ୍ଗାଲୋରର ୟେଲାହଙ୍କା ବାୟୁସେନା ଘାଟିରେ ଅନୁଷ୍ଠିତ ଏରୋ ଇଣ୍ଡିଆ ଶୋ’ବେଳେ ‘ଏଇଡବ୍ଲ୍ୟୁ ଆଣ୍ଡ ସି’ ଶ୍ରେଣୀର ଏହି ପ୍ରଥମ ସ୍ବତନ୍ତ୍ର ବିମାନ ବାୟୁସେନାକୁ ହସ୍ତାନ୍ତର କରାଯାଇଥିଲା। ଯୁଦ୍ଧବେଳେ ତୁରନ୍ତ ରଣକୌଶଳ ପରିବର୍ତ୍ତନ ପାଇଁ ଏୟାରବର୍ନ ସର୍ଭିଲାନ୍ସ ସିଷ୍ଟମ ଅନେକ ସହାୟକ ହେବ। ଶତ୍ରୁପକ୍ଷକୁ ସାମ୍ନା କରିବାବେଳେ ସତର୍କ ହେବା ଲାଗି ଏଥିରେ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା। ବିମାନରେ ଲାଗିଥିବା ସେନ୍ସର ଜରିଆରେ ସୂଚନା ସଂଗ୍ରହ ଏବଂ ଆକାଶର ସ୍ଥିତି ସମ୍ପର୍କିତ ଫଟୋ ଉତ୍ତୋଳନ ଲାଗି ଏକ ସଫ୍ଟଓ୍ବେର ବ୍ୟବହାର ହୋଇଛି। ଖାଲି ସେତିକି ନୁହେଁ ବିମାନ ଉଡ଼ାଣ ଚାଲିଥିଲାବେଳେ ଭିତରୁ ଥାଇ ନେଟଓ୍ବର୍କ ସିଷ୍ଟମ୍‌ ମାଧ୍ୟମରେ ଯୁଦ୍ଧ ପରିଚାଳନା କରିହେବ। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (ଡିଆର୍‌ଡିଓ) ଏବଂ ବାୟୁସେନାର ମିଳିତ ଉଦ୍ୟମରେ ‘ଏଇଡବ୍ଲ୍ୟୁ ଆଣ୍ଡ ସି’ ବିକଶିତ ହୋଇଛି। ସବୁ ପ୍ରକାର ପାଗରେ ଏହା କାର୍ଯ୍ୟକ୍ଷମ ହୋଇପାରିବ ବୋଲି ପରୀକ୍ଷାମୂଳକ ଉଡ଼ାଣରୁ ଜଣାପଡ଼ିଛି। ସବୁ ପ୍ରକାର ପରୀକ୍ଷାନିରୀକ୍ଷା ପରେ ଏହି ଏମ୍ବ୍ରୟର ବିମାନ ବାୟୁସେନା ଦ୍ୱାରା ଗ୍ରହଣ ହୋଇଛି। ଏହି ଶକ୍ତିବୃଦ୍ଧିରେ ବିଶ୍ୱର ଅଳ୍ପ କେତେକ ରାଷ୍ଟ୍ରର ବାୟୁସେନା ମଧ୍ୟରେ ଭାରତୀୟ ବାୟୁସେନା ଅନ୍ୟତମ ଭାବେ ଆତ୍ମପ୍ରକାଶ କରିଛି। ତେଣୁ ଭାରତ ପାଇଁ ଏହା ଏକ ଗୌରବ।

ଜାତୀୟ |

ମୃତଦେହ ସହ ଶୋଉଛନ୍ତି ହସ୍ପିଟାଲ କର୍ମଚାରୀ

ମୃତଦେହ ସହ ଶୋଉଛନ୍ତି ହସ୍ପିଟାଲ କର୍ମଚାରୀ

ହରଦୋଇ,୨୩।୧: ଉତ୍ତରପ୍ରଦେଶର ହରଦୋଇ ସହରରେ କିଛି ମେଡିକାଲ କର୍ମଚାରୀ ଶବଗୃହରେ ମୃତଦେହ ସହ ଶୋଉଥିବା ଖବର ସାମ୍ନାକୁ ଆସିଛି।

 ରାଜନୈତିକ ଦଳଙ୍କୁ ଦେଇହେବନି ୨ ହଜାର ଟଙ୍କାରୁ ଅଧିକ ଦାନ

ରାଜନୈତିକ ଦଳଙ୍କୁ ଦେଇହେବନି ୨ ହଜାର ଟଙ୍କାରୁ ଅଧିକ ଦାନ

ନୂଆଦିଲ୍ଲୀ, ୨୩।୧: ରାଜନୈତିକ ଦଳଙ୍କୁ ୨ ହଜାର ଟଙ୍କାରୁ ଅଧିକ ଦାନ ଦେଇହେବନି। ଏ ସମ୍ପର୍କରେ ଆୟକର ବିଭାଗ ପକ୍ଷରୁ ବାରଣ କରାଯାଇଛି। ଏନେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଏକ ସୂଚନାପତ୍ର ଜାରି କରାଯାଇଛି।

ଜାନୁୟାରୀରେ ୧୩୪ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ଜାନୁୟାରୀରେ ୧୩୪ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ନୂଆଦିଲ୍ଲୀ, ୨୩।୧: ଭାରତ-ପାକିସ୍ତାନ ସୀମାରେ ଗତ କିଛିଦିନ ଧରି ଉତ୍ତେଜନା ଲାଗି ରହିଛି। ଫଳରେ କ୍ଷୟକ୍ଷତି ପରିମାଣ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଜାନୁୟାରୀ ୨୧ ତାରିଖ ସୁଦ୍ଧା ପାକିସ୍ତାନ ୧୩୪ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ଏକାସଙ୍ଗେ ହୋଇପାରିବନି ବିଧାନସଭା ଓ ଲୋକ ସଭା ନିର୍ବାଚନ

ଏକାସଙ୍ଗେ ହୋଇପାରିବନି ବିଧାନସଭା ଓ ଲୋକ ସଭା ନିର୍ବାଚନ

ନୂଆଦିଲ୍ଲୀ,୨୩।୧: ବର୍ତ୍ତମାନ ସୁଦ୍ଧା ବିଧାନସଭା ଓ ଲୋକ ସଭା ନିର୍ବାଚନକୁ ଏକସଙ୍ଗେ କରିବା ସମ୍ଭବ ନୁହେଁ। ଏଥିପାଇଁ ସମ୍ବିଧାନକୁ ବଦଳାଇବାକୁ ପଡିବ। ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ସହ ବିଧାନସଭା ନିର୍ବାଚନକୁ ଏକାଠି କରିବାକୁ ନେଇ ମଙ୍ଗଳବାର ଏକ ସଂସଦୀୟ କମିଟି ବୈଠକ ବସିଥିଲା।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ଜମ୍ମୁ-କଶ୍ମୀର ବିଧାନସଭା ସରଗରମ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ଜମ୍ମୁ-କଶ୍ମୀର ବିଧାନସଭା ସରଗରମ

ଶ୍ରୀନଗର,୨୩।୧: ଭାରତ-ପାକିସ୍ତାନ ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ମଙ୍ଗଳବାର ଜମ୍ମୁ-କଶ୍ମୀର ବିଧାନସଭା ସରଗରମ ହୋଇଛି। ବିରୋଧୀ ଜାତୀୟ କଂଗ୍ରେସ ଓ କଂଗ୍ରେସ ଏହି ବିଷୟକୁ ନେଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି।

ଜେଲ୍‌ରେ ପ୍ରବଚନ ଦେବାକୁ ଚାହୁଁଛନ୍ତି ଗୁରମିତ ରାମ ରହିମ୍‌

ଜେଲ୍‌ରେ ପ୍ରବଚନ ଦେବାକୁ ଚାହୁଁଛନ୍ତି ଗୁରମିତ ରାମ ରହିମ୍‌

ଚଣ୍ଡିଗଡ,୨୩।୧: ବନ୍ଦୀ ଜୀବନ କାଟୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ୍‌ ରହିମ୍‌ ଜେଲ ମଧ୍ୟରେ ପ୍ରବଚନ ଦେବାକୁ ଚାହୁଁଛନ୍ତି। ଏଥିପାଇଁ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

 ୨ ହଜାର ଧୀବରଙ୍କୁ ମାଛ ଧରିବାକୁ ବାରଣକଲା ଶ୍ରୀଲଙ୍କା ନୌସେନା

୨ ହଜାର ଧୀବରଙ୍କୁ ମାଛ ଧରିବାକୁ ବାରଣକଲା ଶ୍ରୀଲଙ୍କା ନୌସେନା

ରାମେଶ୍ୱରମ୍‌, ୨୩।୧: ତାମିଲ୍‌ନାଡୁର ୨ ହଜାର ଧୀବରଙ୍କୁ ମାଛ ଧରିବାକୁ ଶ୍ରୀଲଙ୍କା ନୌସେନା ବାରଣ କରିଛି। ୫୦ଟି ବୋଟ୍‌ର ମାଛଧରା ଜାଲ ଶ୍ରୀଲଙ୍କା ନୌସେନା ଛଡାଇ ନେଇଥିବା ରାମେଶ୍ୱରମ୍‌ ମତ୍ସଜୀବୀ ସଂଘର ସଭାପତି ପି.ସେସୁରାଜା ସୂଚିତ କରିଛନ୍ତି।

 ଶେଷ ହେବ ଶତାବ୍ଦୀ, ରାଜଧାନୀର ଯୁଗ: ଆସିବ ନୂଆ ଟ୍ରେନ୍‌

ଶେଷ ହେବ ଶତାବ୍ଦୀ, ରାଜଧାନୀର ଯୁଗ: ଆସିବ ନୂଆ ଟ୍ରେନ୍‌

ନୂଆଦିଲ୍ଲୀ, ୨୩।୧: ଖୁବ୍‌ଶୀଘ୍ର ଶତାବ୍ଦୀ ଓ ରାଜଧାନୀ ଏକ୍ସପ୍ରେସ୍‌ର ଯୁଗ ଶେଷ ହେବ। ଚଳିତ ବର୍ଷ ଜୁନ୍‌ ସୁଦ୍ଧା ଟ୍ରେନ୍‌-୧୮ ଆସିବ। ଏହା ଶତାବ୍ଦୀ ଓ ରାଜଧାନୀଠାରୁ ଦ୍ରୁତ ଗତିରେ ଯିବା ସହିତ ଏହାର ଯାତ୍ରା ସମୟ ୨୦ ପ୍ରତିଶତ କମ୍‌ ରହିବ।

 ପୁଣି ଲେଖାହେବ ସ୍ବାଧୀନତା ସଂଗ୍ରାମର କାହାଣୀ

ପୁଣି ଲେଖାହେବ ସ୍ବାଧୀନତା ସଂଗ୍ରାମର କାହାଣୀ

ନୂଆଦିଲ୍ଲୀ, ୨୩।୧: ଭାରତୀୟ ସ୍ବାଧୀନତା ସଂଗ୍ରାମର କାହାଣୀ ପୁଣି ଲେଖାହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦାବିକୁ ଗ୍ରହଣ କରିଛନ୍ତି। ଏସମ୍ପର୍କରେ ମଙ୍ଗଳବାର ନେତାଜୀ ସୁଭାଷ ବୋଷଙ୍କ ଅଣନାତି ଚନ୍ଦ୍ର କୁମାର ବୋଷ ସୂଚିତ କରିଛନ୍ତି।

୨୫ରେ ରିଲିଜ୍‌ ହେବ ‘ପଦ୍ମାବତ୍‌’

୨୫ରେ ରିଲିଜ୍‌ ହେବ ‘ପଦ୍ମାବତ୍‌’

ନୂଆଦିଲ୍ଲୀ,୨୩।୧: ‘ପଦ୍ମାବତ୍‌’କୁ ନେଇ ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର କରିଥିବା ପୁନର୍ବିଚାର ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। କୋର୍ଟ ତାଙ୍କ ପୂର୍ବ ରାୟକୁ ଅପରିବର୍ତ୍ତିତ ରଖିଛନ୍ତି।

ମାଛ ପେଟରେ ହେରୋଇନ୍‌

ମାଛ ପେଟରେ ହେରୋଇନ୍‌

ଜଳନ୍ଧର,୨୩।୧: ଲୁଧିଆନା ପୋଲିସ ହାତରେ ଲାଗିଛି ଏକ ବଡ଼ ସଫଳତା। ଏକ ଅନ୍ତଃରାଷ୍ଟ୍ରୀୟ ଡ୍ରଗ୍‌ ର଼୍ୟାକେଟର ପର୍ଦ୍ଦାଫାଶ୍‌ ହୋଇଛି। ଉଗାଣ୍ଡାର ଜଣେ ମହିଳାଙ୍କ ନିକଟରୁ ଦେଢ କିଲୋ ହେରୋଇନ୍‌ ଜବତ କରିଛି ଲୁଧିଆନା ପୋଲିସ।

ଶିବସେନା ଏନ୍‌ଡିଏ ମଧ୍ୟରେ ଫାଟ ବଢ଼ୁଛି

ଶିବସେନା ଏନ୍‌ଡିଏ ମଧ୍ୟରେ ଫାଟ ବଢ଼ୁଛି

ବମ୍ବେ, ୨୩।୧: ଶିବସେନା ଓ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ) ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି। ଏନେଇ ଶିବସେନା ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡିଛି।