ରାଜ୍ୟ |

୨୪ ସାହିତି୍ୟକଙ୍କୁ ଏକାଡେମୀ ପୁରସ୍କାର

୨୪ ସାହିତି୍ୟକଙ୍କୁ ଏକାଡେମୀ ପୁରସ୍କାର
-୨୦୧୩ ପାଇଁ ୧୩, ୨୦୧୪ ଲାଗି ୧୧ ସାହିତି୍ୟକ ପୁରସ୍କୃତ ଭୁବନେଶ୍ୱର, ୧।୧୨(ବ୍ୟୁରୋ)- ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୧୩ ଏବଂ ୨୦୧୪ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଶୁକ୍ରବାର ପ୍ରଦାନ କରାଯାଇଛି। ୨୦୧୩ ପାଇଁ ୯ଟି ବିଭାଗରେ ୧୩ ସାହିତି୍ୟକଙ୍କୁ ଏବଂ ୨୦୧୪ ଲାଗି ୧୧ ସାହିତି୍ୟକଙ୍କୁ ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯାଇଛି। ୨୦୧୩ ଲାଗି ଉପନ୍ୟାସ ବିଭାଗରେ ପୁସ୍ତକ ‘ଢେଉ’ ପାଇଁ ସ୍ବର୍ଗତ ସାହିତି୍ୟକ ବିଭୂତି ଭୂଷଣ ପ୍ରଧାନଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିବା ବେଳେ ତାଙ୍କ ସ୍ତ୍ରୀ ପ୍ରେମଲତା ରାଉତ ଏହାକୁ ଗ୍ରହଣ କରିଥିଲେ। କ୍ଷୁଦ୍ରଗଳ୍ପରେ ଦୀପ୍ତିରଞ୍ଜନ ପଟ୍ଟନାୟକ(ସନ୍ଦିଗ୍ଧ ଶୈଶବ), କାବ୍ୟ କବିତାରେ ବିମଳ ଜେନା(ନିବୃତ୍ତ ନିଷାଦ), ସୁଚେତା ମିଶ୍ର(ଅଜନ୍ମା) ଓ ରକ୍ଷକ ନାୟକ(ଅସରନ୍ତି ଅନ୍ତାକ୍ଷରୀ), ନାଟକ ଓ ଏକାଙ୍କିକାରେ ରମେଶ ଦାସ(ବରଂ ନିବାସ ଭଲ ରଣକ୍ଷେତ୍ରରେ), ପ୍ରବନ୍ଧ ଓ ସମାଲୋଚନାରେ କୃଷ୍ଣଚନ୍ଦ୍ର ପ୍ରଧାନ(ଓଡ଼ିଆ କଥା କଳ୍ପନାର ଦିଗ ଓ ଦିଗନ୍ତ), ଅନୁବାଦରେ ବିଜୟ କୁମାର ପ୍ରଧାନ(ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ) ଓ ଗୀତିକବିତାରେ ଦେବେନ୍ଦ୍ର ଦାସ(ପଦ୍ମଅଁ ପାପୁଲି) ଏକାଡେମୀ ପୁରସ୍କାର ପାଇଛନ୍ତି। ଜୀବନୀ ଓ ଭ୍ରମଣ ସାହିତ୍ୟରେ ରାସବିହାରୀ ବେହେରା (ଅନନ୍ୟ ସୃଷ୍ଟି କାନାଡା), ପ୍ରଭାତୀ ମିଶ୍ର (ଭ୍ରମଣରୁ ଶିକ୍ଷା), ଶିଶୁ ସାହିତ୍ୟରେ ସୂର୍ଯ୍ୟମଣି ସାମନ୍ତରାୟ (ଟିଂ କୁଡୁକୁଡୁ ଟିକି ଚଢେଇ), ରବୀନ୍ଦ୍ରନାଥ ମାଝି (ନୀଳ ଠେକୁଆ) ମିଳିତଭାବେ ୨୦୧୩ ପାଇଁ ଏକାଡେମୀ ପୁରସ୍କାର ପାଇଛନ୍ତି। ସେହିଭଳି ୨୦୧୪ ପାଇଁ ଉପନ୍ୟାସରେ ଇନ୍ଦିରା ଦାଶ(ନିର୍ବାଣ ଅଭିସାର), କ୍ଷୁଦ୍ରଗଳ୍ପରେ ଅଭୟ ବାରିକ(ମହାଗାନ), ନାଟକ ଓ ଏକାଙ୍କିକାରେ ବିଜୟ କୁମାର ନନ୍ଦ(ନାଟକ ସଂଗ୍ରହ), ପ୍ରବନ୍ଧ ଓ ସମାଲୋଚନାରେ ଅରବିନ୍ଦ ପଟ୍ଟନାୟକ(ଓଡ଼ିଶାରେ ଲୋକଧର୍ମର ପରମ୍ପରା), ଅନୁବାଦରେ ସୁଭାଷ ଶତପଥୀ(ନରଗୀସ୍‌ ଓ ଅନ୍ୟାନ୍ୟ ଗଳ୍ପ), ଶିଶୁ ସାହିତ୍ୟରେ ବସନ୍ତ କିଶୋର ସାହୁ(ଓସ୍ତ ପତର ପାନିଆ), ଗୀତିକବିତାରେ ହୃଦାନନ୍ଦ ପାଣିଗ୍ରାହୀ(ଜହ୍ନ ଝିଲିମିଲି) ଏକାଡେମୀ ପୁରସ୍କାର ପାଇଲେ। କାବ୍ୟ କବିତାରେ ବିପିନ୍‌ ନାୟକ(ସ୍ବରଚିତ୍ର), ବାସୁଦେବ ସୁନାନୀ(ବୋଧହୁଏ ଭଲପାଇବା ମୋତେ ଜଣାନାହିଁ) ମିଳିତଭାବେ ଏବଂ ଜୀବନୀ ଓ ଭ୍ରମଣ ସାହିତ୍ୟରେ ପ୍ରିୟବ୍ରତ ପାତ୍ର(ଆଭିଯାତ୍ରିକ-୨) ଏବଂ ଗଣେଶରାମ ନାହାକ(ପଶ୍ଚିମ ଓଡ଼ିଶାର ବରପୁତ୍ର) ଏକାଡେମୀ ପୁରସ୍କାର ପାଇଛନ୍ତି। ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ବିଭାଗୀୟ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ ଯୋଗଦେଇଥିଲେ। ସଚିବ ପାଣିଗ୍ରାହୀ ପୁରସ୍କୃତ ସାହିତି୍ୟକଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ, ପୁରସ୍କାର ଏକ ସାରସ୍ବତ ସ୍ବୀକୃତି। ଭଲ ସାହିତ୍ୟ ସୃଷ୍ଟି ପାଇଁ ସାହିତି୍ୟକ ପାଣିପାଗ ରହିବା ଆବଶ୍ୟକ। ନବୀନଙ୍କଠାରୁ ପ୍ରବୀଣମାନେ ନ ଶିଖିଲେ ଏବଂ ସାହିତି୍ୟକଙ୍କ ମଧ୍ୟରେ ସହନଶକ୍ତି ନ ରହିଲେ ସାହିତି୍ୟକ ପାଣିପାଗ ବିଗିଡିଯିବ। ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସଭାପତି ଗାୟତ୍ରୀ ସରାଫ୍‌ ଉପସଂହାର ଓ ସଚିବ ଅଶ୍ୱିନୀ ମିଶ୍ର ସ୍ବାଗତଭାଷଣ ଦେଇଥିଲେ। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
All Right Reserved By

ରାଜ୍ୟ |

ମହାପ୍ରଭୁଙ୍କୁ ଦର୍ଶନ କଲେ ମିଥୁନ ଚକ୍ରବର୍ତ୍ତି

ମହାପ୍ରଭୁଙ୍କୁ ଦର୍ଶନ କଲେ ମିଥୁନ ଚକ୍ରବର୍ତ୍ତି

ପୁରୀ ଅଫିସ,୨୫ା୪: ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଗୁରୁବାର ସକାଳେ ପତ୍ନୀଙ୍କ ସହ ମିଥୁନ ସିଂହଦ୍ୱାରରେ ପହଞ୍ଚିଥିଲେ। 

ବରଗଡ଼ର ୩ ବୁଥରେ ଚାଲିଛି ସାନି ମତଦାନ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଥ୍‌କୁ ମନା

ବରଗଡ଼ର ୩ ବୁଥରେ ଚାଲିଛି ସାନି ମତଦାନ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଥ୍‌କୁ ମନା

ବରଗଡ଼ ଅଫିସ,୨୫।୪- ବରଗଡ଼ ଜିଲାର ୩ ଭୋଟ ଗ୍ରହଣ କେନ୍ଦ୍ର(ବୁଥ୍‌)ରେ ଗୁରୁବାର ସକାଳ ୭ଟାରୁ ସାନି ମତଦାନ ଆରମ୍ଭ ହୋଇଛି। ଜିଲାର ମାଓବାଦୀ ଅଧ୍ୟୁଷିତ ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ଝାରବନ୍ଧ ବ୍ଲକ ଡଭା ପ୍ରାଥମିକ ସ୍କୁଲ(ବୁଥ୍‌ ନଂ-୧୬)ରେ ଏହା ୪ଟା ପର୍ଯ୍ୟନ୍ତ ଚାଲିବ । 

ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀଙ୍କ ହାଇଟେକ୍‌ ପ୍ରଚାର: ଜଗନ୍ନାଥଙ୍କୁ ଦର୍ଶନ କରି ପ୍ରଚାରରେ ବାହାରିଲେ

ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀଙ୍କ ହାଇଟେକ୍‌ ପ୍ରଚାର: ଜଗନ୍ନାଥଙ୍କୁ ଦର୍ଶନ କରି ପ୍ରଚାରରେ ବାହାରିଲେ

ବାରିପଦା ଅଫିସ,୨୫।୪- ମୟୂରଭଞ୍ଜ ଜିଲାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଟେକ୍‌ ପ୍ରଚାର। ବୁଧବାର ସନ୍ଧ୍ୟାରେ  ବାରିପଦା ସହରରେ ମୁଖ୍ୟମନ୍ତ୍ରୀ ବସ୍‌ ଯୋଗେ ପ୍ରଚାର କରିଥିବା ବେଳେ ସ୍ଥାନୀୟ ସର୍କିଟ ହାଉସ୍‌ରେ ରାତ୍ରୀଯାପନ କରିଥିଲେ।

ଡବଲ୍‌ ଇଞ୍ଜିନ୍‌ ଥିଓରୀକୁ ରାମଦାସ ଅଠଓ୍ବାଲେଙ୍କ ସମର୍ଥନ: କହିଲେ ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ସରକାର ହେବା ଜରୁରୀ

ଡବଲ୍‌ ଇଞ୍ଜିନ୍‌ ଥିଓରୀକୁ ରାମଦାସ ଅଠଓ୍ବାଲେଙ୍କ ସମର୍ଥନ: କହିଲେ ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ସରକାର ହେବା ଜରୁରୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳ କିମ୍ବା ମେଣ୍ଟ ସରକାର ହେବା ଜରୁରୀ। ତେଣୁୁ ଓଡ଼ିଶାବାସୀ ଏହାକୁ ଚାହିଁ ଭୋଟଦାନ କରନ୍ତୁ। ଆରପିଆଇ(ଅ) ଡବଲ ଇଞ୍ଜିନକୁ ସମର୍ଥନ କରୁଥିବା ଏହାର ନେତା ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠଓ୍ବାଲେ କହିଛନ୍ତି। 

ରାଜ୍ୟର ୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ରାଜ୍ୟର ୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ରାଜ୍ୟର ୯ଟି ବୁଥ୍‌ରେ ଗୁରୁବାର ସକାଳ ୭ଟାରୁ ଚାଲିଛି ସାନି ମତଦାନ।

ନବଜ୍ୟୋତିଙ୍କ ମୁଣ୍ଡରେ ସର୍ବାଧିକ ଋଣ

ନବଜ୍ୟୋତିଙ୍କ ମୁଣ୍ଡରେ ସର୍ବାଧିକ ଋଣ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚଳିତ ମାସ ୨୯ରେ ଅନୁଷ୍ଠିତ ହେବ। ରାଜ୍ୟରେ ଏକସଙ୍ଗରେ ଲୋକ ସଭା ସହ ବିଧାନସଭା ନିର୍ବାଚନ ହେଉଛି। 

ସତ୍ୟବାଦୀ ନିର୍ବାଚନମଣ୍ଡଳୀ: ୧୧ ବୁଥ୍‌ରେ ସାନି ମତଦାନ ଦାବି

ସତ୍ୟବାଦୀ ନିର୍ବାଚନମଣ୍ଡଳୀ: ୧୧ ବୁଥ୍‌ରେ ସାନି ମତଦାନ ଦାବି

ପୁରୀ ଅଫିସ,୨୫ା୪: ସତ୍ୟବାଦୀ ନିର୍ବାଚନମଣ୍ଡଳୀର ୭୮ ନଂ. ବୁଥ୍‌ରେ ଭାଜପା ଏଜେଣ୍ଟଙ୍କୁ ପୂରାଇ ଦିଆଯାଇ ନ ଥିବା ଅଭିଯୋଗ ଆଣିଛନ୍ତି ଭାଜପାର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ଜଗଦ୍ଦେବ ।

୪ର୍ଥ ପର୍ଯ୍ୟାୟ ନିର୍ବାଚନ : ବଦଳିପାରେ ସମୀକରଣ

୪ର୍ଥ ପର୍ଯ୍ୟାୟ ନିର୍ବାଚନ : ବଦଳିପାରେ ସମୀକରଣ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଚଳିତ ଥର ରାଜ୍ୟର ୨୧ଲୋକ ସଭା ଏବଂ ୧୪୭ ବିଧାନସଭା ଆସନ ପାଇଁ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ଗତ ମଙ୍ଗଳବାର ସୁଦ୍ଧା ୩ଟି ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଯାଇଛି। 

ଧର୍ମେନ୍ଦ୍ରଙ୍କ ରୋଡ ଶୋରେ ଭାଜପା-ବିଜେଡି କର୍ମୀ ମୁହାଁମୁହିଁ

ଧର୍ମେନ୍ଦ୍ରଙ୍କ ରୋଡ ଶୋରେ ଭାଜପା-ବିଜେଡି କର୍ମୀ ମୁହାଁମୁହିଁ

ବାରିପଦା ଅଫିସ,୨୫।୪: ମୟୂରଭଞ୍ଜ ଜିଲା ଅଧୀନ ଲୋକ ସଭା ଓ ୭ ବିଧାନସଭା ପାଇଁ ଆସନ୍ତା ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। 

ଓଡ଼ିଶାରେ ଡବଲ ଇଞ୍ଜିନ ଆଣନ୍ତୁ, ବିକାଶ ନିଶ୍ଚିତ’:ନୀତିନ ଗଡ଼କରୀ

ଓଡ଼ିଶାରେ ଡବଲ ଇଞ୍ଜିନ ଆଣନ୍ତୁ, ବିକାଶ ନିଶ୍ଚିତ’:ନୀତିନ ଗଡ଼କରୀ

ବାସୁଦେବପୁର/ବନ୍ତ, ୨୫।୪ (ଡି.ଏନ.ଏ.): ଓଡ଼ିଶାରେ ବିଜେଡି ସରକାର ଶିକ୍ଷା, ସ୍ବାସ୍ଥ୍ୟ ଓ ଶିଳ୍ପର ବିକାଶ ଦିଗରେ କୌଣସି କାମ କରୁନାହିଁ। ସେଥିପାଇଁ ଓଡ଼ିଶା ଆଜି ବିକାଶ କ୍ଷେତ୍ରରେ ବହୁ ପଛରେ ପଡ଼ିଛି ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି।

ଆସୁଛି ବାତ୍ୟା: ୩ରୁ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଆସୁଛି ବାତ୍ୟା: ୩ରୁ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। 

ଶୀତଲଙ୍କୁ ‘ମିସ୍‌ ଇଣ୍ଡିଆ ଓଡ଼ିଶା-୨୦୧୯’ ଟାଇଟଲ୍‌

ଶୀତଲଙ୍କୁ ‘ମିସ୍‌ ଇଣ୍ଡିଆ ଓଡ଼ିଶା-୨୦୧୯’ ଟାଇଟଲ୍‌

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ୨୦୧୯ ବର୍ଷ ପାଇଁ ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା ଟାଇଟଲ୍‌ ଜିତିଛନ୍ତି ରାୟଗଡାର ଶୀତଲ ସାହୁ। ମଙ୍ଗଳବାର କୋଲକାତାରେ ଅନୁଷ୍ଠିତ ଏଫ୍‌ବିବି କଲର୍ସ ଫେମିନା ମିସ୍‌ ଇଣ୍ଡିଆର ଇଷ୍ଟ୍‌ ଜୋନାଲ କ୍ରାଉନିଂ ପ୍ରତିଯୋଗିତାରେ ଓଡ଼ିଶାରୁ ଶ୍ରେଷ୍ଠ ବିବେଚିତ ହୋଇ ସେ ଏହି ଟାଇଟଲ୍‌ ଜିତିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri