ମନୋରଞ୍ଜନ |

ଶୁଟିଂ ସେଟ୍‌ରୁ: ଲଣ୍ଡା ହେବାକୁ ନେଇ ଟେନ୍‌ସନ୍‌

ଶୁଟିଂ ସେଟ୍‌ରୁ: ଲଣ୍ଡା ହେବାକୁ ନେଇ ଟେନ୍‌ସନ୍‌
ନିକଟରେ ନିର୍ମାଣାଧୀନ ଓଡ଼ିଆ ଚଳଚ୍ଚିତ୍ର ‘ଯୋଗୀ’ର ଶୁଟିଂ ସେଟ୍‌ରେ ଏକ ଘଟଣା ଘଟିଥିଲା, ଯାହା ପ୍ରଥମେ ସେଠାକାର ପରିବେଶରେ ଉଷ୍ମତା ଭରିଦେଇଥିଲା। ପରେ ଘଟଣାର ମଧୁରେଣ ସମାପୟେତ ଘଟିଥିଲା... ଲାଇଟ୍‌, କ୍ୟାମେରା ସବୁ ରେଡ଼ି। ହେଲେ ଶୁଟିଂ ସେଟ୍‌ରେ ସମସ୍ତେ ଚୁପ୍‌ଚାପ । ନିର୍ଦ୍ଦେଶକ ନିରଞ୍ଜନ ବେହେରା ମନିଟରକୁ ଚାହିଁ କିଛି ଭାବୁଥାଆନ୍ତି। ସେପଟେ ଟାଇଟଲ ଭୂମିକାରେ ଅଭିନୟ କରୁଥିବା ହର ରଥ ବି ଚୁପ୍‌ଚାପ ଚେୟାରରେ ବସି କିଛି ଚିନ୍ତା କରୁଥାଆନ୍ତି। ପ୍ରଯୋଜକ ଶ୍ରୀଧର ମାର୍ଥା ଖାଲି ଏପଟସେପଟ ହେଉଥାଆନ୍ତି। କିଛି ସମୟ ପରେ ସେ ଆସି ହରଙ୍କ ନିକଟରେ ବସିଲେ। କଥାବାର୍ତ୍ତା ଚାଲିଲା। ସେଥିରୁ ଯାହା ଲାଗିଲା କଥାଟି ବେଶ୍‌ ଗମ୍ଭୀର। ଶେଷକୁ ନିରବତାର ରହସ୍ୟ ଜାଣିବାକୁ ପ୍ରଯୋଜକଙ୍କୁ ପଚାରିଲି-କ’ଣ ହୋଇଛି ? ସେ ଉତ୍ତର ଦେଲେ, ନାଇଁ ଯେ.. ଗୋଟିଏ କଥାକୁ ନେଇ ଆମେ ସବୁ ଟେନସନ୍‌ରେ। ହର ଚାହିଁଲେ ତା’ର ସମାଧାନ ନିମିଷକରେ ହୋଇଯିବ।’ ଏ କଥା ଶୁଣିବା ପରେ ଉତ୍ସୁକତା ଆହୁରି ବଢ଼ିଗଲା। ଘଟଣା ସମ୍ପର୍କରେ ହରଙ୍କୁ ପଚାରିଲି। ସେ କହିଲେ, ‘ନାଇମ ସେମିତି କିଛି ନୁହେଁ। ଆଉଥରେ ଭଲ ଭାବରେ ଲଣ୍ଡା ହେବାକୁ ପଡିବ। ଶୁଟିଂ ଆରମ୍ଭ ଦିନଠାରୁ କେତେଥର ଲଣ୍ଡା ହେଲେଣି ହିସାବ ନାହିଁ। ହେଲେ ଆଜି ମୁଣ୍ଡ ଆହୁରି ଚିକ୍କଣ ହେବା ଦରକାର ବୋଲି ପ୍ରଯୋଜକ କହୁଛନ୍ତି। ତାକୁ ନେଇ ଟିକେ ଟେନ୍‌ସନ।’ ଏତିକିରେ‘ଏକ୍ସକ୍ୟୁଜ୍‌ ମି’ କହି ଉଠି ଚାଲିଗଲେ ହର। ତାଙ୍କ ପଛରେ ଚାଲିଲେ ପ୍ରଯୋଜକ ଆଉ ନିର୍ଦ୍ଦେଶକ। ୧୫-୨୦ ମିନିଟ୍‌ ପରେ ତିନିଜଣ ଯାକ ଫେରିଥିଲେ। ସେତେବେଳକୁ ସେମାନଙ୍କ ମୁହଁରେ ହସର ଝଲକ। କ୍ୟାମେରା ପାଖରେ ପହଞ୍ଚତ୍ ପ୍ରଯୋଜକ କହିଲେ,‘ଓହୋ, ଲଣ୍ଡା ହେବାକୁ ନେଇ ଟେନ୍‌ସନ ଗଲା।’ ଆଉ ତା’ପରେ ଚଳଚଞ୍ଚଳ ହୋଇ ଉଠିଥିଲା ଶୁଟିଂ ସେଟ୍‌। କିଛି ସମୟ ପୂର୍ବରୁ ଗୁମ୍‌ସୁମ୍‌ ହୋଇ ବସିଥିବା ହର ଏମିତି ଲାଗୁଥିଲେ ସତେଯେମିତି ତାଙ୍କ ମନ ଆକାଶରେ ଉଡୁଛି। ଶଟ୍‌ ଦେବା ପରେ ହରଙ୍କ ସହ କଥା ହେବାରୁ ସେ କହିଲେ, ‘ଏହି ଭୂମିକାଟି ମୋ’ ପାଇଁ ଚ୍ୟାଲେଞ୍ଜ। ଏଥିପାଇଁ ମୋତେ ପ୍ରସ୍ତୁତ ହେବାକୁ ପଡିଛି। ରୋଲ୍‌ଟିକୁ ଜଷ୍ଟିସ୍‌ ଦେବାକୁ ଚେଷ୍ଟା କରିଛି, ବାକି ନିର୍ଭର କରେ ଦର୍ଶକଙ୍କ ଉପରେ।’ ତା’ପରେ ସମୟ ଇଙ୍ଗିତ ଦେଇଥିଲା ଶୁଟିଂ ସେଟ୍‌ ଛାଡିବା ପାଇଁ। -ଶୁଭ୍ର ମହାପାତ୍ର
All Right Reserved By

ମନୋରଞ୍ଜନ |

ନାୟକ ଏବେ ଖଳନାୟକ

ନାୟକ ଏବେ ଖଳନାୟକ

ନାୟକ ଅନିଲ କପୁର ଏବେ ଖଳନାୟକ ହେବେ। ଅନୀସ ବାଜ୍‌ମୀଙ୍କ ଆଗାମୀ ସିନେମାରେ ତାଙ୍କୁ ଏପରି ଏକ ଚରିତ୍ରରେ ଦେଖିବାକୁ ମିଳିବ। ଲଭ୍‌ ରଞ୍ଜନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆଦିତ୍ୟ ରୟ କପୁର ଓ ଦିଶା ପଟାନୀ ପ୍ରମୁଖ ଚରିତ୍ରରେ ଅଭିନୟ କରୁଛନ୍ତି।

କରିନା ଚାହୁଁଛନ୍ତି ସାରା ଏହି ନାୟକଙ୍କୁ ଡେଟ୍‌ ନ କରନ୍ତୁ

କରିନା ଚାହୁଁଛନ୍ତି ସାରା ଏହି ନାୟକଙ୍କୁ ଡେଟ୍‌ ନ କରନ୍ତୁ

ମୁମ୍ବାଇ: ବଲିଉଡ୍‌ରେ ଚଳିତ ବର୍ଷ ଡେବ୍ୟୁ କରିଛନ୍ତି ଶୈଫ ଅଲ୍ଲି ଖାଁ ଓ ଅମ୍ରିତା ସିଂଙ୍କ ଲାଡ୍‌ଲି ସାରା ଅଲ୍ଲି ଖାଁ। ସେ ବଲିଉଡ୍‌ରେ ଏଣ୍ଟ୍ରି କରୁକରୁ ଚାହୁଁଛନ୍ତି ଜଣେ ହ୍ୟାଣ୍ଡସମ୍‌ ନାୟକଙ୍କୁ ଡେଟ୍‌ କରିବାକୁ ଏମିତିକି ସେ କାହା ସହ ଡେଟ୍‌ କରିବାକୁ ଚାହୁଁଛନ୍ତି ତାହା ମଧ୍ୟ ଖୋଲାଖୋଲି କହି ସାରିଛନ୍ତି। 

ସଲମାନ୍‌ଙ୍କୁ ବିବାହ କରିବାକୁ  ରାଜି ହେଲେ କ୍ୟାଟ୍ରିନା

ସଲମାନ୍‌ଙ୍କୁ ବିବାହ କରିବାକୁ ରାଜି ହେଲେ କ୍ୟାଟ୍ରିନା

ମୁମ୍ବାଇ,୧୯।୨: ଦବଙ୍ଗ ଷ୍ଟାର ବଜରଙ୍ଗୀ ଭାଇଜାନ୍‌ ସଲମାନ୍‌ ଖାଁଙ୍କ ମନ ଏବେ ଭାରି ଖୁସ୍‌। ଏହାର କାରଣ ହେଉଛି ସୁନ୍ଦରୀ ବଲିଉଡ୍‌ ଅଭିନେତ୍ରୀ ତଥା ସଲୁ ଭାଇଙ୍କ ପୂର୍ବତନ ପ୍ରେମିକା କ୍ୟାଟ୍ରିନା କୈଫ୍‌ ବାହାହେବାକୁ ହୋଇଛନ୍ତି ରାଜି। 

‘ଜୟ ମମି ଦି’ରେ ପୁନମ୍‌

‘ଜୟ ମମି ଦି’ରେ ପୁନମ୍‌

ମୁମ୍ବାଇ: ବିଶିଷ୍ଟ ଅଭିନେତ୍ରୀ ପୁନମ୍‌ ଧିଲନ୍‌ ଆଗାମୀ ଫିଲ୍ମ ‘ଜୟ ମମି ଦି’ରେ ଅଭିନୟ କରିବା ପାଇଁ ଉତ୍ସାହିତ ଅଛନ୍ତି। 

ପାକିସ୍ତାନରେ ରିଲିଜ ହେବନାହିଁ ‘ଟୋଟାଲ ଧମାଲ’

ପାକିସ୍ତାନରେ ରିଲିଜ ହେବନାହିଁ ‘ଟୋଟାଲ ଧମାଲ’

ମୁମ୍ବାଇ: ଆଗାମୀ ଫିଲ୍ମ ‘ଟୋଟାଲ ଧମାଲ’ ପାକିସ୍ତାନରେ ରିଲିଜ ହେବନାହିଁ ବୋଲି ସୋମବାର ଘୋଷଣା କରିଛନ୍ତି ଅଭିନେତା-ପ୍ରଯୋଜକ ଅଜୟ ଦେବଗନ୍‌। ଗତ ସପ୍ତାହରେ ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣରେ ୪୯ ସିଆର୍‌ପିଏଫ୍‌ ଯବାନ ଶହୀଦ ହେବାପରେ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଟୋଟାଲ ଧମାଲ ପାକିସ୍ତାନରେ ରିଲିଜ ନ କରାଇବାକୁ ଟିମ୍‌ ନିଷ୍ପତ୍ତି ନେଇଥିବା ଅଜୟ ଟୁଇଟ୍‌ କରିଛନ୍ତି। 

ଶହୀଦଙ୍କ ପରିବାରକୁ ସହାୟତା ଦେବ ‘ଟୋଟାଲ୍‌ ଧମାଲ୍‌’ ଟିମ୍‌

ଶହୀଦଙ୍କ ପରିବାରକୁ ସହାୟତା ଦେବ ‘ଟୋଟାଲ୍‌ ଧମାଲ୍‌’ ଟିମ୍‌

ମୁମ୍ବାଇ,୧୮।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପରିବାର ପ୍ରତି ଛୁଟିଛି ସହାୟତାର ସୁଅ।

ଲିକ୍‌ ହେଲା ‘ଖତରୋଁ କେ ଖିଲାଡି ୯’ର ବିଜେତାଙ୍କ ନାଁ

ଲିକ୍‌ ହେଲା ‘ଖତରୋଁ କେ ଖିଲାଡି ୯’ର ବିଜେତାଙ୍କ ନାଁ

ମୁମ୍ବାଇ,୧୮।୨: ଏକ ଘରୋଇ ଟେଲିଭିଜନ୍‌ ଚ୍ୟାନେଲରେ ପ୍ରସାରିତ ରିୟଲିଟି ଶୋ ‘ଖତରୋଁ କେ ଖିଲାଡି ୯’ ଏବେ ଘରେ ଘରେ ବେଶ୍‌ ପରିଚିତ। ଆରମ୍ଭରୁ ହିଁ ଏହି ରିୟଲିଟି ଶୋ ଟିଆର୍‌ପିରେ ଏକ ନମ୍ବର ସ୍ଥାନରେ ରହିଛି। 

ପପ୍‌ ଗାୟକଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ସୁହାନା

ପପ୍‌ ଗାୟକଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ସୁହାନା

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁଙ୍କ ଲାଡ୍‌ଲି ସୁହାନା ଏବେ ସବୁଠାରୁ ଚର୍ଚ୍ଚିତ ଷ୍ଟାର କିଡ୍‌। ସେ ଏବେ ଲଣ୍ଡନରେ ଆକ୍ଟିଙ୍ଗ କୋର୍ସ କରୁଛନ୍ତି। 

କାର୍ଯ୍ୟାନୁଷ୍ଠାନ ଦାବିକଲେ ହେମା

କାର୍ଯ୍ୟାନୁଷ୍ଠାନ ଦାବିକଲେ ହେମା

ମୁମ୍ବାଇ,୧୮ା୨: ଜମ୍ମୁ-କଶ୍ମୀର୍‌ର ପୁଲ୍‌ଓ୍ବାମାଠାରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣକୁ ବିଶିଷ୍ଟ ଅଭିନେତ୍ରୀ ତଥା ଭାଜପା ଏମ୍‌ପି ହେମା ମାଳିନୀ ତୀବ୍ର ନିନ୍ଦା କରିଛନ୍ତି।

କପିଲଙ୍କ ଶୋ’ରୁ ସିଦ୍ଧୁ ବିଦା

କପିଲଙ୍କ ଶୋ’ରୁ ସିଦ୍ଧୁ ବିଦା

ବମ୍ବେ: ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦ କପିଲ ଶର୍ମା ଶୋ’ରୁ ନବଜୋତ ସିଂ ସିଦ୍ଧୁଙ୍କୁ ବିଦା କରାଯାଇଛି। ପୁଲଓ୍ବାମା ଆକ୍ରମଣକୁ ନେଇ ସିଦ୍ଧୁ ପାକିସ୍ତାନର ସମର୍ଥନ କରିଥିବାରୁ ତାଙ୍କୁ ଶୋ’ରୁ ବାହାର କରାଯାଇଥିବା ଜଣାପଡ଼ିଛି। 

୨୪ ଫିଲ୍ମରେ ଏକାଠି ନଜର ଆସିଥିବା ଏହି ଯୋଡି ୨୪ ବର୍ଷ ପରେ ପୁଣି ଏକାଠି ହେବେ

୨୪ ଫିଲ୍ମରେ ଏକାଠି ନଜର ଆସିଥିବା ଏହି ଯୋଡି ୨୪ ବର୍ଷ ପରେ ପୁଣି ଏକାଠି ହେବେ

ମୁମ୍ବାଇ: ବିଗତ ଦିନର ନାୟିକା ଜୟା ପ୍ରଦା ଓ ନାୟକ ଜିତେନ୍ଦ୍ର ଆଜିବି ଦର୍ଶକଙ୍କ ହୃଦୟରେ ଅଭୁଲା ହୋଇ ରହିଛନ୍ତି। ୮୦-୯୦ ଦଶକରେ ଏମାନେ ଏକାଠି ପାଖାପାଖି ୨୪ଟି ଚଳଚ୍ଚିତ୍ରରେ କାମ କରିଥିଲେ। 

‘ଉରି’ ଟିମ୍‌ ପକ୍ଷରୁ ପୁଲଓ୍ବାମା ଶହୀଦଙ୍କ ପରିବାରକୁ ଦିଆଯିବ ଏକ କୋଟି

‘ଉରି’ ଟିମ୍‌ ପକ୍ଷରୁ ପୁଲଓ୍ବାମା ଶହୀଦଙ୍କ ପରିବାରକୁ ଦିଆଯିବ ଏକ କୋଟି

ବମ୍ବେ,୧୭।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏଥିରେ ମୃତାହତ ହୋଇଥିବା ଯବାନଙ୍କ ପରିବାରକୁ ବିଭିନ୍ନ ଦିଗରୁ ସମବେଦନାର ସୁଅ ଛୁଟୁଛି। ସମସ୍ତେ ଏକ ହୋଇ ସହାୟତାର ହାତ ବଢ଼ାଉଛନ୍ତି। ଏହି ପରିପ୍ରେକ୍ଷୀରେ ସର୍ଜିକାଲ ଷ୍ଟାଇକ୍‌ ଉପରେ ପର୍ଯ୍ୟବେଶିତ ଫିଲ୍ମ ‘ଉରି’ର ନିର୍ମାତାମାନେ ଶହୀଦଙ୍କ ପରିବାରକୁ ଏକ କୋଟି ଟଙ୍କା ଦେବା ଲାଗି ଘୋଷଣା କରିଛନ୍ତି।