ସମ୍ପାଦକୀୟ |

ପ୍ରାଣୀ-ଦେବତା

ପ୍ରାଣୀ-ଦେବତା
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପ୍ରାଚୀନ ଯୁଗରେ ମଣିଷମାନେ ପ୍ରାଣୀମାନଙ୍କର କେବଳ ନିକଟତର ନ ଥିଲେ, ଅଧିକାଂଶ କ୍ଷେତ୍ରରେ ସେମାନଙ୍କ ଉପରେ ପୂରାପୂରି ନିର୍ଭରଶୀଳ ଥିଲେ। ସେମାନେ ସ୍ଥାନୀୟ ସଂସ୍କୃତିର ଅଂଶବିଶେଷ ହୋଇଥିବାରୁ ସେମାନଙ୍କୁ ଧର୍ମଠାରୁ ପୃଥକ୍‌ କରାଯାଇ ପାରି ନ ଥିଲା। ସେଥିପାଇଁ କେତେକ ପ୍ରାଣୀଙ୍କୁ ଦେବତା ଭାବେ ପୂଜା କରାଯାଉଥିଲା। ସମୟକ୍ରମେ ଅଧିକାଂଶ ଧର୍ମରେ ପ୍ରାଣୀମାନଙ୍କ ଗୁରୁତ୍ୱ ବୃଦ୍ଧି ପାଇଲା। ଅନେକ ପ୍ରାଣୀ ମଣିଷଠାରୁ ଶକ୍ତିଶାଳୀ, ଦ୍ରୁତଗାମୀ, ସମୁଦ୍ରରେ ବା ବାୟୁମଣ୍ଡଳରେ ଗତାଗତ କରିପାରନ୍ତି। ସେମାନଙ୍କର ଇନ୍ଦ୍ରିୟାନୁଭୂତି ମଣିଷଠାରୁ ଅଧିକ। ତେଣୁ ସେମାନଙ୍କୁ ଦେବତାର ମର୍ଯ୍ୟାଦା ଦିଆଯାଇଛି। ଷଣ୍ଢ ଓ ସିଂହକୁ ଶକ୍ତି ଓ ସୁରକ୍ଷାର ପ୍ରତିନିଧି ଭାବେ ଗ୍ରହଣ କରାଯାଇଥିବା ବେଳେ ଗାଈକୁ ପ୍ରେମ ଓ ବଦାନ୍ୟତାର ପ୍ରତୀକ ଭାବେ, ସାପକୁ ବିଶ୍ୱର ସ୍ରଷ୍ଟା ଭାବେ ଏବଂ ପକ୍ଷୀକୁ ପ୍ରଲୁବ୍ଧକାରୀ ଭାବେ ସମ୍ମାନ ଦିଆଯାଇଛି। ଏକିଦ୍ନା ହେଉଛନ୍ତି ଗୁମ୍ଫାରେ ବାସ କରୁଥିବା ଅଧା ମହିଳା ଓ ଅଧା ସାପର ଦେହଧାରୀ ଦେବୀ ବିଶେଷ ଯେ କି ରାକ୍ଷସମାନଙ୍କର ମାତା ଭାବେ ଗ୍ରୀକ୍‌ ପୁରାଣରେ ପୂଜିତା। ଅନ୍ୟପକ୍ଷରେ ଚାଇନିଜ୍‌ ଲୋକକଥାରେ ନୁଓ୍ବା ହେଉଛନ୍ତି ଜଣେ ଦେବୀ ଯିଏ ମଣିଷମାନଙ୍କୁ ସୃଷ୍ଟି କରିଥିଲେ। ନ୍ୟୁରୋନା ହେଉଛନ୍ତି ଅଧା ସାପ ଓ ଅଧା ମଣିଷ ଦେହଧାରୀ ଜାପାନୀ ଦେବୀ ଯେ କି ଉଭୟଚର ଏବଂ ଏକାକୀ ରହିବାକୁ ଭଲ ପାଆନ୍ତି। ଯିଏ ତାଙ୍କ ପାଖକୁ ଆସି ତାଙ୍କର ଏକାକିତ୍ୱରେ ବାଧା ସୃଷ୍ଟି କରେ ସେ ତା’ର ରକ୍ତ ଶୋଷି ପିଇଯାନ୍ତି। ସଲୋମନ୍‌ ଦ୍ୱୀପପୁଞ୍ଜର ହାଟୁବ୍‌ଓ୍ବାରିଙ୍କର ମଣିଷ ମୁଣ୍ଡ, ଚାରିଟା ଆଖି, ହାତରେ ପଞ୍ଝା ଅଛି, ବାଦୁଡ଼ିର ଡେଣା ଅଛି ଏବଂ ଦେହଟି ସାପର। ମିଶରୀୟ ପୁରାଣରେ ମେର୍ଟସେଗର ହେଉଛନ୍ତି ନାଗସାପର ମୁଣ୍ଡ ବିଶିଷ୍ଟ ଜଣେ ନୀରବତାପ୍ରିୟ ଦେବୀ। ସେ ଯେପରି ଦୟାଳୁ, ସେପରି ଭୟାଳ। ଯେ କେହି ରାଜାମାନଙ୍କ ସମାଧିସ୍ଥଳକୁ ନଷ୍ଟ କରିବାକୁ ଚେଷ୍ଟା କରେ ସେ ତା’ ଉପରକୁ ବିଷ ନିକ୍ଷେପ କରନ୍ତି। ଗ୍ରୀକ୍‌ ପୁରାଣରେ ଗର୍ଗନ ହେଉଛନ୍ତି ତିନିଜଣ ଦେବୀ ଯାହାଙ୍କ କେଶ ସ୍ଥାନରେ ସାପମାନେ ଥାନ୍ତି। ସେମାନେ ଯାହାଙ୍କୁ ଚାହିଁବେ ସେ ପଥର ପାଲଟିଯାଏ ବୋଲି ବିଶ୍ୱାସ ଅଛି। ସୁମେରିଆରେ କୁସରିକୁ ହେଉଛନ୍ତି ଜଣେ ଏପରି ଦେବତା ଯାହାଙ୍କର ଅଛି ମଣିଷର ମୁଣ୍ଡ, ଗଣ୍ଡି ଓ ବାହୁ ଏବଂ ଗୋରୁର କାନ, ଶିଙ୍ଗ ଓ ପଛଭାଗ। ତାଙ୍କୁ କୁହାଯାଏ ବୁଲ୍‌ ମ୍ୟାନ୍‌। ସେ ଦ୍ୱାରରକ୍ଷକ ଭାବେ ଖରାପ ଉଦ୍ଦେଶ୍ୟ ନେଇ ଘରେ ପ୍ରବେଶ କରିବାକୁ ଚାହୁଁଥିବା ଅନୁପ୍ରବେଶକାରୀ ଓ ଭୂତପ୍ରେତ କବଳରୁ ଗୃହସ୍ଥକୁ ରକ୍ଷା କରନ୍ତି। ତାଙ୍କୁ ନ୍ୟାୟର ଦେବତା ଭାବେ ସମ୍ମାନ ଦିଆଯାଏ। ଲାମାସୁ ହେଉଛନ୍ତି ମେସୋପଟାମିଆର ସୁରକ୍ଷାକାରୀ ଦେବତା। ତାଙ୍କର ମଣିଷ ମୁଣ୍ଡ, ଷଣ୍ଢ ବା ସିଂହର ଶରୀର ଏବଂ ପକ୍ଷୀର ଡେଣା ଅଛି। ଆସିରୀୟ ସ୍ଥାପତ୍ୟରେ ବୃହତ୍‌ ଲାମାସୁ ମୂର୍ତ୍ତି ଦେଖିବାକୁ ମିଳେ। ସେ ଶକ୍ତି ଓ ସୁରକ୍ଷାର ପ୍ରତୀକ ଏବଂ ଏହି ଦେବତାଙ୍କ ମୂର୍ତ୍ତି ଘରର ଦ୍ୱାରଦେଶରେ ରଖାଯାଇଥାଏ। ତେବେ ଦୁଃଖର ବିଷୟ ବର୍ତ୍ତମାନ ପ୍ରାଣୀଙ୍କ ଅଙ୍ଗ ମଣିଷଠାରେ ପ୍ରତିରୋପଣ କରିବା କାର୍ଯ୍ୟରେ ନିୟୋଜିତ କମ୍ପାନୀ ଓ ବୈଜ୍ଞାନିକଙ୍କ ସଂଘ (ଇଣ୍ଟର୍‌ନ୍ୟାଶ୍‌ନାଲ ଜେନୋଟ୍ରାନ୍ସପ୍ଲାଣ୍ଟେଶନ ଆସୋସିଏଶନ) ଲାମାସୁଙ୍କୁ ନିଜ ସଂଘର ପ୍ରତୀକ ଭାବେ ଗ୍ରହଣ କରିଛି। ମଣ୍ଟୁ ହେଉଛନ୍ତି ମିଶରୀୟ ଯୁଦ୍ଧ ଦେବତା ଯାହାଙ୍କ ଦେହଟି ମଣିଷର ଓ ମୁଣ୍ଡଟି ଷଣ୍ଢର। ଇଜିପ୍ଟର ଶକ୍ତିଶାଳୀ ରାଜାମାନେ ନିଜକୁ ମଣ୍ଟୁଙ୍କ ପୁତ୍ର ଶକ୍ତିଶାଳୀ ଷଣ୍ଢଭାବେ ପ୍ରଖ୍ୟାପନ କରନ୍ତି। ଅନେକ ଫାରୋଙ୍କୁ ମେଣ୍ଟୁହୋଟେପ୍‌ ନାମ ଦିଆଯାଇଛି, ଯାହାର ଅର୍ଥ ମଣ୍ଟୁ ସନ୍ତୁଷ୍ଟ। ଗ୍ରୀକ୍‌ ପରମ୍ପରାରେ ସ୍ଫିନ୍‌କ୍ସ ହେଉଛି ଏକ ପୌରାଣିକ ପ୍ରାଣୀ ଯାହାର ମଣିଷ ମୁଣ୍ଡ, ସିଂହର ଦେହ ଓ ବେଳେବେଳେ ପକ୍ଷୀର ଡେଣା ଥାଏ। ଯିଏ ତାଙ୍କ ପ୍ରଶ୍ନର ଉତ୍ତର ଦେଇପାରେ ନାହିଁ, ସେ ତାକୁ ମାରି ଖାଇଦିଏ। ତେବେ ମିଶରୀୟ ସ୍ଫିନ୍‌କ୍ସ ଗ୍ରୀକ୍‌ ସ୍ଫିନ୍‌କ୍ସଠାରୁ ଟିକିଏ ଅଲଗା। ସେ ପୁରୁଷ, ଦୟାବନ୍ତ ଓ ଅସମ୍ଭବଭାବେ ଶକ୍ତିଶାଳୀ। ଉଭୟ ମନ୍ଦିର ଓ ସମାଧିସ୍ଥଳର ଦ୍ୱାରଦେଶରେ ରହି ସୁରକ୍ଷା ଦିଅନ୍ତି। ମାହେସ ହେଉଛନ୍ତି ପ୍ରାଚୀନ ମିଶରୀୟ ଯୁଦ୍ଧ ଦେବତା ଯାହାଙ୍କ ମୁଣ୍ଡି ସିଂହର। ସେ ମଧ୍ୟ ସୁରକ୍ଷା ଓ ପାଣିପାଗର ଦେବତା ଭାବେ ଜଣାଶୁଣା। ପାଖେତ ହେଉଛନ୍ତି ସିଂହୀ ମୁହଁ ବିଶିଷ୍ଟ ଦେବୀ, ଯିଏ ବନ୍ୟା ସହ ସମ୍ବନ୍ଧିତ। ସେଖମେତ ହେଉଛନ୍ତି ଯୁଦ୍ଧ ଓ ଆରୋଗ୍ୟର ଦେବୀ। ତାଙ୍କ ନିଃଶ୍ୱାସରେ ମରୁଭୂମିର ସୃଷ୍ଟି ହୋଇଛି ବୋଲି କୁହାଯାଏ। ସେ ମଧ୍ୟ ଫରୋମାନଙ୍କ ରକ୍ଷାକର୍ତ୍ତ୍ରୀ ବୋଲି ବିଶ୍ୱାସ କରାଯାଏ। ଟେଫ୍‌ନୁତ ହେଉଛନ୍ତି ଆର୍ଦ୍ରତା, ଆର୍ଦ୍ର ବାୟୁ, କାକର ଓ ବର୍ଷାର ଦେବୀ। ତାଙ୍କ ଭାଇ ଶୁକୁ ବିବାହ କରି ସେ ନଟ୍‌ ବା ଆକାଶ ଓ ଜେବ୍‌ ବା ପୃଥିବୀର ମାଆ ହେଲେ। ହିନ୍ଦୁ ପୁରାଣରେ ଅଛି ଭଗବାନ୍‌ ବିଷ୍ଣୁ ନରସିଂହ ଅବତାର ଗ୍ରହଣ କରିଥିଲେ। ତାଙ୍କର ନିମ୍ନାଂଶ ମଣିଷର ଓ ଊର୍ଦ୍ଧ୍ୱାଂଶ ସିଂହର। ସେ ରାକ୍ଷସ ରାଜା ହିରଣ୍ୟକଶିପୁକୁ ବଧ କରି ଭକ୍ତ ପ୍ରହ୍ଲାଦକୁ ରକ୍ଷା କରିଥିଲେ। ହିନ୍ଦୁ ଦେବୀ ପ୍ରତ୍ୟଙ୍ଗିରାଙ୍କୁ ମଧ୍ୟ ନାରସିଂହୀ କୁହାଯାଏ, ଯାହାଙ୍କ ମୁଣ୍ଡଟି ସିଂହର। ସେ ଦୁର୍ଗାଙ୍କର ଏକ ଅବତାର। ରାମାୟଣରେ ରାବଣ ପୁତ୍ର ଇନ୍ଦ୍ରଜିତ ନିକୁମ୍ଭିଲା ଯଜ୍ଞର ଆୟୋଜନ କରିଥିଲେ। ଏଥିରେ ସେ ଦେବୀ ପ୍ରତ୍ୟଙ୍ଗିରାଙ୍କ ପୂଜା କରିଥିଲେ। ଏହି ଯଜ୍ଞ ସମ୍ପୂର୍ଣ୍ଣ ହୋଇଥିଲେ ତାଙ୍କୁ କେହି ପରାସ୍ତ କରିପାରି ନ ଥାନ୍ତେ। ତେଣୁ ହନୁମାନ ଏହି ଯଜ୍ଞକୁ ନଷ୍ଟ କରିଦେଇଥିଲେ। କେତେକ ମନ୍ଦିରରେ ଅମାବାସ୍ୟା ରାତିରେ ପ୍ରତ୍ୟଙ୍ଗିରା ଦେବୀଙ୍କ ହବନ କରାଯାଏ। ଇଜିପ୍ଟର ଦେବୀ ହାଥୋରଙ୍କ ମୁଣ୍ଡ ଏକ ଗାଈର। ସେ ହେଉଛନ୍ତି ଆନନ୍ଦ, ପ୍ରେମ, ସଂଗୀତ, ନୃତ୍ୟ ଓ ମାତୃତ୍ୱର ଦେବୀ। ବ୍ୟାଟ୍‌ ଅର୍ଥ ଆତ୍ମା, ଯେ କି ଗାଈର ଶିଙ୍ଗ ଓ କାନ ଥିବା ଏକ ମିଶରୀୟ ଦେବୀ। ସେ ପବିତ୍ର ବାଦ୍ୟଯନ୍ତ୍ରର ପ୍ରତୀକ। ବାସ୍‌ଟେଟ୍‌ ହେଉଛନ୍ତି ଏକ ବିରାଡ଼ି-ମୁଣ୍ଡିଆ ମିଶରୀୟ ଯୁଦ୍ଧ ଦେବୀ। ସେ ବିରାଡ଼ିମାନଙ୍କ ରକ୍ଷାକର୍ତ୍ତ୍ରୀ। ଖେପ୍ରି ହେଉଛନ୍ତି ଗୋବରପୋକର ମୁଣ୍ଡ ଥିବା ଏକ ମିଶରୀୟ ଦେବତା। ଗୋବରପୋକ ଭଳି ସେ ସୂର୍ଯ୍ୟଦେବତାଙ୍କୁ ଗଡ଼େଇ ଗଡ଼େଇ ପୃଥିବୀ ତଳକୁ ନେଇଯାନ୍ତି, ଯେଉଁଠୁ ସେ ତା’ ପରଦିନ ସକାଳେ ଉଦୟ ହୁଅନ୍ତି। ଚାଇନିଜ୍‌ ପୁରାଣରେ ଶୁ ପାଶିଏ ହେଉଛନ୍ତି ଏକ ଦେବତା ଯାହାଙ୍କର ମୁଣ୍ଡଟି ଘୁଷୁରିର ଓ ଦେହଟି ମଣିଷର। ସେ ସ୍ବର୍ଗରେ କିଛି ଅନୈତିକ କାର୍ଯ୍ୟ କରିବାରୁ ତାଙ୍କୁ ମର୍ତ୍ତ୍ୟକୁ ପଠାଇ ଦିଆଯାଇଥିଲା। ଖ୍ନୁମ୍‌ ହେଉଛନ୍ତି ଏକ ମିଶରୀୟ ଦେବତା ଯେ କି ନୀଳନଦୀର ଅଧିଷ୍ଠାତ୍ରୀ ଦେବୀ। ସେ ମାତୃଗର୍ଭରେ ମଣିଷ ଶିଶୁର ଶରୀର ତିଆରି କରନ୍ତି ବୋଲି ବିଶ୍ୱାସ କରାଯାଏ। କୁମ୍ଭୀରମୁଣ୍ଡିଆ ମିଶରୀୟ ଦେବତା ସୋବେକ୍‌ ହେଉଛନ୍ତି ଶକ୍ତି, ଯୌନକ୍ଷମତା ଓ ସାମରିକ ଶକ୍ତି ସହ ସମ୍ବନ୍ଧିତ। ସେ ମଧ୍ୟ ଅତିରିକ୍ତଭାବେ ନୀଳନଦୀଠାରୁ ଆସୁଥିବା ବିପଦରୁ ଲୋକମାନଙ୍କୁ ରକ୍ଷା କରନ୍ତି। ଆଜିକାଲି ଅଧିକାଂଶ ଧର୍ମରେ ମଣିଷ-ପ୍ରାଣୀଙ୍କ ଦେବତ୍ୱକୁ ଅସ୍ବୀକାର କରାଯାଉଛି। ସତୁରି ଦଶକରେ ନୂଆ କରି ସୃଷ୍ଟି ହୋଇଥିବା ସନ୍ତୋଷୀ ମା ପରି ହିନ୍ଦୁ ଦେବୀଙ୍କର କୌଣସି ପ୍ରାଣୀ ସହ ସମ୍ବନ୍ଧ ନାହିଁ। Email: gandhim@nic.in
All Right Reserved By

ସମ୍ପାଦକୀୟ |

ଆର୍‌ବିଆଇ ଅଡ଼ୁଆ

ଆର୍‌ବିଆଇ ଅଡ଼ୁଆ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ନିକଟରେ ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ମାଡ଼ ଖାଇଯାଇଥିବା ମୋଦି ସରକାର ଉର୍ଜିତ ପଟେଲ ଯୁଗର ଅବସାନ ଘଟାଇବାକୁ ଉଚିତ ମଣିଛନ୍ତି। ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ପଦରୁ ଉର୍ଜିତ ଇସ୍ତଫା ଦେବାର ଦିନଟିଏ ନ ପୂରୁଣୁ ସରକାର ପୂର୍ବତନ ଅର୍ଥ ସଚିବ ଶକ୍ତିକାନ୍ତ ଦାସଙ୍କୁ ଆର୍‌ବିଆଇର ନୂତନ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ହଠାତ୍‌ ପଟେଲଙ୍କ ଇସ୍ତଫା ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଥିଲା, ଯଦିଚ କିଛିଦିନ ହେଲା ଆର୍‌ବିଆଇ ସହିତ ନର୍ଥ ବ୍ଲକ୍‌ର ମତପାର୍ଥକ୍ୟ ଓ ମୁହାଁମୁହିଁ ପରିସ୍ଥିତି ବିଷୟରେ ସମସ୍ତେ ଜାଣନ୍ତି। ପଟେଲ ତାଙ୍କ ଇସ୍ତଫା ବିଷୟରେ ସର୍ବସାଧାରଣରେ ଘୋଷଣା କରିବାର ଅବ୍ୟବହିତ ପୂର୍ବରୁ ହିଁ ସରକାର ଏ ବିଷୟରେ ଜାଣିଲେ। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରୁ ବିଶିଷ୍ଟ ଅର୍ଥନୀତିଜ୍ଞ ସୁରଜିତ୍‌ ଭାଲ୍ଲାଙ୍କ ବିଦାୟ ମଧ୍ୟ ସରକାରଙ୍କ ଅଡ଼ୁଆକୁ ବଢ଼ାଇଦେଇଛି। ...

ଇତିହାସର ସେଇ ବିରଳ ଅଧ୍ୟାୟ

ଇତିହାସର ସେଇ ବିରଳ ଅଧ୍ୟାୟ

ଶରତ ଚନ୍ଦ୍ର ମିଶ୍ର

ଭାରତକୁ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର ପରିଚାଳନା କରିବା ନିମନ୍ତେ ୧୯୪୭ ମସିହା ପ୍ରାରମ୍ଭରେ ବ୍ରିଟିଶ ସରକାର ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ନିଯୁକ୍ତ କଲେ। ଲଣ୍ଡନସ୍ଥିତ ଭାରତ ଅଫିସ ତାଙ୍କୁ ପରାମର୍ଶ ଦେଇଥିଲା ଯେ, ଚାରିଜଣ ମୁଖ୍ୟ ଭାରତୀୟଙ୍କୁ ସେ ସହମତ କରାଇପାରିଲେ, ଭାରତରେ ତାଙ୍କ ଲକ୍ଷ୍ୟରେ ସଫଳ ହେବେ। ଏହି ଚାରି ବିଶିଷ୍ଟ ଭାରତୀୟମାନେ ହେଲେ ମହାତ୍ମା...

ଦ୍ୱିତୀୟ ଚନ୍ଦ୍ରଯାନ ଅପେକ୍ଷାରେ

ଦ୍ୱିତୀୟ ଚନ୍ଦ୍ରଯାନ ଅପେକ୍ଷାରେ

କମଳାକାନ୍ତ ଜେନା

ଯେତେବେଳେ ଆକାଶର ରୁପାଜହ୍ନକୁ ଦେଖେଇ ମା’ କହେ- ‘ଆ ଜହ୍ନମାମୁ ସରଗଶଶୀ, ମୋ କାହ୍ନୁ ହାତରେ ପଡରେ ଖସି’ ସେତେବେଳେ ଶିଶୁଟି ଆକାଶକୁ ଅନେଇ ଜହ୍ନକୁ ଛୁଇଁବାର ସ୍ବପ୍ନ ଦେଖେ। ସେଇ ମୁହୂର୍ତ୍ତରୁ ଚନ୍ଦ୍ର ସହିତ ସମ୍ପର୍କ ସ୍ଥାପନ କରିବାର ପ୍ରୟାସ ଜାରିରହେ। କିଏ ଦେବତା ରୂପରେ ବନ୍ଦନା କରି ଚନ୍ଦ୍ରକୁ ନିଜର କରିବାକୁ ଉଦ୍ୟମ କରେ, କିଏ ପୁଣି ଏହି ଖଗୋଳୀୟ ପିଣ୍ଡକୁ ଉପଗ୍ରହର ମାନ୍ୟତା ଦେଇ ତା’ ନିକଟରେ ପହଞ୍ଚିବା ପାଇଁ ମହାକାଶଯାନ ନିର୍ମାଣ କରେ। ଚନ୍ଦ୍ରକୁ ଛୁଇଁବାରେ ପ୍ରଥମ ସଫଳ ମଣିଷ...

ଏଇ ଭାରତରେ

ଏଇ ଭାରତରେ

ଆମ ସମାଜରେ କିଛି କୁସଂସ୍କାର ତଥା ଅନ୍ଧବିଶ୍ୱାସ ଭରି ରହିଛି। ପ୍ରାଚୀନ ପରମ୍ପରାକୁ ମାନି ଚଳିଲେ ବିପଦରୁ ରକ୍ଷା ମିଳେ ବା ଗ୍ରହ ଶାନ୍ତି ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ଏମିତି ଏକ ପରମ୍ପରା ମଧ୍ୟରୁ ଗୋଟିଏ ହେଉଛି କୁକୁରକୁ ବିବାହ କରିବାର ପଦ୍ଧତି। ...

ଆଜିର ଅର୍ଥନୀତି/ ବୋଲକରା ହୁଅନା

ଆଜିର ଅର୍ଥନୀତି/ ବୋଲକରା ହୁଅନା

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଗଭର୍ନର ପଦରୁ ଉର୍ଜିତ ପଟେଲଙ୍କ ଆକସ୍ମିକ ବିଦାୟ ଏବଂ ଅବିଳମ୍ବେ ତାଙ୍କ ସ୍ଥାନରେ ଭୁବନେଶ୍ୱର-ଜନ୍ମିତ ତାମିଲନାଡ଼ୁ କ୍ୟାଡର ଆଇଏଏସ୍‌ ଅଫିସର ଶକ୍ତିକାନ୍ତ ଦାସଙ୍କୁ ନିଯୁକ୍ତି ଦିଆଯିବା ଘଟଣା ପଛରେ କିଛି ରହସ୍ୟ ରହିଛି। କାରଣ ଶକ୍ତିକାନ୍ତ ଅତୀତରେ ମୋଦି ସରକାରଙ୍କ ବହୁ ଆସ୍ଫାଳନଭରା ବିମୁଦ୍ରୀକରଣ କାର୍ଯ୍ୟର ତଦାରଖ କରିଥିଲେ। ତୁଙ୍ଗ ଅଧିକାରୀମାନଙ୍କୁ ଆକସ୍ମିକ ଭାବେ ଅଦଳବଦଳ କରିବା ଏ ସରକାରଙ୍କ ପାଇଁ କିଛି ନୂଆ କଥା ନୁହେଁ। ପଟେଲଙ୍କ ପୂର୍ବରୁ ସରକାରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମତଭେଦ ଘଟିବାରୁ ରଘୁରାମ ରାଜନ୍‌ଙ୍କୁ ସରକାରଙ୍କ କ୍ରୋଧର ଶରବ୍ୟ ହେବାକୁ ପଡ଼ିଥିଲା। ତାଙ୍କ ପୂର୍ବରୁ ନୀତି ଆୟୋଗର ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆ ଏବଂ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌ ଇସ୍ତଫା...

ବିରଳ ଗଙ୍ଗାଜଳ

ବିରଳ ଗଙ୍ଗାଜଳ

ଡ. ଗୌରୀଶଙ୍କର ସାହୁ

ଗଙ୍ଗାନଦୀ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ହିନ୍ଦୁ ସମାଜରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।  ଏହା ପାପନାଶିନୀ ଓ ମୋକ୍ଷଦାୟିନୀ ବୋଲି ବିଶ୍ୱାସ ରହିଛି। ଲୋକେ ଗଙ୍ଗାନଦୀ ନୁହେଁ ବରଂ ଗଙ୍ଗାମାତା ବୋଲି କହିଥାନ୍ତି। ଏସବୁ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଯେ ଗଙ୍ଗାଜଳ ବିରଳ ଏ ସମ୍ବନ୍ଧରେ ଆଲୋଚନା ଖୁବ୍‌ କମ୍‌ ହୁଏ। ଗଙ୍ଗାଜଳର ରୋଗପ୍ରତିରୋଧକ କ୍ଷମତା ସମ୍ବନ୍ଧୀୟ ଗବେଷଣାତ୍ମକ ନିଷ୍କର୍ଷ ମଧ୍ୟ ବହୁତ କମ୍‌ ଲୋକ ଜାଣନ୍ତି, ଯଦିଓ ଆମେ ସମସ୍ତେ ଅନୁଭବ କରୁଛେ ଯେ, ଗଙ୍ଗାଜଳ ବାକି ନଦୀର ଜଳଠାରୁ ଭିନ୍ନ। ସାଧାରଣ ନଦୀ, କୂଅ, ପୋଖରୀର ଜଳକୁ ବୋତଲରେ ବନ୍ଦ କରି ରଖିଲେ କିଛିଦିନ ପରେ ସେଥିରୁ ଦୁର୍ଗନ୍ଧ ବାହାରିବ କିନ୍ତୁ ଗଙ୍ଗାଜଳ ବର୍ଷ ବର୍ଷ ଧରି ସତେଜ ରହିଥାଏ। ତେଣୁ ଘରେ ଗଙ୍ଗାଜଳ ରଖି ଆବଶ୍ୟକ ଅନୁସାରେ ଧାର୍ମିକ କାର୍ଯ୍ୟରେ ବ୍ୟବହାର କରାଯାଏ, ...

 ପିଲାଙ୍କ ଖେଳ: କାଲି ଓ ଆଜି

ପିଲାଙ୍କ ଖେଳ: କାଲି ଓ ଆଜି

ରୁଦ୍ର ପ୍ରସନ୍ନ ରଥ

ଖେଳ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଖେଳକୁ ନେଇ ପିଲାମାନେ ସବୁବେଳେ ଉତ୍ସାହିତ ଥାଆନ୍ତି। ସୁଯୋଗ ପାଇଲା ମାନେ ଖେଳିବାକୁ ପଳାଇଯାଆନ୍ତି। କେତେବେଳେ ବାଗୁଡ଼ି ତ ଆଉ କେତେବେଳେ ବୋହୂଚୋରି, ପୁଣି କେତେବେଳେ ଡାଳମାଙ୍କୁଡ଼ି। କିଛି ନ ହେଲେ ଡାବଲପୁଆ ଆଉ କାଚବାଟି ମିଳିଗଲେ ପିଲାଙ୍କୁ ରୋକେ କିଏ? ଗାଁ ସଂସ୍କୃତିରେ କ୍ରିକେଟ ପଶିବାର ବହୁ ପୂର୍ବରୁ ଏ ଖେଳ ସବୁ ଆମ ସଭ୍ୟତା ଏବଂ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇ ରହିଥିଲା। ସ୍କୁଲ ଯିବା ପୂର୍ବରୁ ଖେଳ, ସ୍କୁଲରେ ଭୋଜନ ବିରତିରେ ଖେଳ, ସ୍କୁଲରୁ ଫେରିଲା ପରେ ବହିବସ୍ତାନି ଫୋପାଡି ଦେଇ ସାଙ୍ଗମାନଙ୍କ ସହ ମାତିଯାଇ ଖେଳ। ଏମିତି ହିଁ ପିଲାମାନଙ୍କର ପିଲାଦିନ କଟିଯାଉଥିଲା ତୋଟା ଆଉ ନଦୀପଠାରେ। ପୁଣି ରଜ ଆଦି ପର୍ବପର୍ବା...

ଏଇ ଭାରତରେ

ଏଇ ଭାରତରେ

ଦୂରରେ ଥାଇ ଠକେଇ କରିବା ସହଜ। ଏବେ ଅନଲାଇନ୍‌ ଶପିଂ ଦୂରଠକେଇର ଏକ ପ୍ଲାଟଫର୍ମରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏଭଳି ଠକେଇ ବିଷୟରେ ପ୍ରାୟତଃ କିଛି ଲୋକ ଅବଗତ ଅଛନ୍ତି। ଏହାଦ୍ୱାରା ଜଣେ ଠକାମିର ଶିକାର ହେଲେ ଆଉଥରେ କୌଣସି ଜିନିଷ ମଗାଇବାକୁ ମନ ବଳା...

ମ୍ୟାଗଟ୍‌ ସଂକ୍ରମଣ

ମ୍ୟାଗଟ୍‌ ସଂକ୍ରମଣ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପିପୁଲ ଫର୍‌ ଆନିମଲ୍‌ସ, ମହୀଶୂର ଶାଖାର କର୍ମୀମାନେ ଏକ ଘୋଡ଼ା ଉଦ୍ଧାର କରିଥିଲେ, ଯାହାର ମୁଣ୍ଡକୁ ପରଜୀବୀ (ପାରାସାଇଟ୍‌)ମାନଙ୍କ ଦ୍ୱାରା ଅଧା ଖିଆଯାଇ ସାରିଥିଲା। ମୁଁ ତା’ର ପୂର୍ବ ଓ ପର ଅବସ୍ଥାର ଛବି ଏଥିରେ ପ୍ରଦାନ କରୁଛି। ଏହା ଏକ ସଫଳତାର କାହାଣୀ, ମାତ୍ର ଅନେକ ପ୍ରାଣୀଙ୍କ ଦେହରେ ପରଜୀବୀ ପୂରା ଭିତରକୁ ପ୍ରବେଶ କରିସାରିଥିବାରୁ ସେମାନଙ୍କ ବଞ୍ଚିବା ଅସମ୍ଭବ ହୋଇପଡ଼ୁଛି। ଏଭଳି ରୋଗ ସଂକ୍ରମଣ ହେଲେ ମଣିଷଙ୍କଠାରୁ ପ୍ରାଣୀମାନେ ବେଶି କଷ୍ଟ ପାଇଥାନ୍ତି, କାରଣ ସେମାନଙ୍କ ପାଖରେ କିଛି ବିକଳ୍ପ ନ ଥାଏ। ସେମାନଙ୍କର ଚିକିତ୍ସା କରିବା ପାଇଁ ଡାକ୍ତର ନ ଥାନ୍ତି। ରୋଗଗ୍ରସ୍ତ ହୋଇପଡ଼ିଲେ ଅଧିକାଂଶ ମାଲିକ ଏପରି ପ୍ରାଣୀମାନଙ୍କୁ ପରିତ୍ୟାଗ କରିଥାନ୍ତି। ...

ଆର୍ଥିକ ଉପନିବେଶବାଦ ଓ ଭାରତ

ଆର୍ଥିକ ଉପନିବେଶବାଦ ଓ ଭାରତ

ଅରୁଣ କୁମାର ପଣ୍ଡା

ସ୍ବାଧୀନତାକୁ ୭୨ବର୍ଷ ହେବା ପରେ ବି ଭାରତୀୟ ଅର୍ଥ ବ୍ୟବସ୍ଥା ସିଦ୍ଧାନ୍ତ ରୂପରେ ଉପନିବେଶବାଦ ଟ୍ରାକ୍‌ରୁ ଓହ୍ଲାଇ ନୂଆ ମାର୍ଗରେ ଚାଲିବା ପାଇଁ ଏ ପର୍ଯ୍ୟନ୍ତ ସମର୍ଥ ହୋଇପାରିନାହିଁ। ଦୀର୍ଘ ଦିନର ଗୋଲାମି କାରଣରୁ ଦେଶର ଅର୍ଥ ବ୍ୟବସ୍ଥା ଲମ୍ବା ସମୟ ଧରି ଘୁଷୁଡ଼ି ଘୁଷୁଡି ଏବେ ବିଶ୍ୱର ଷଷ୍ଠ ସବୁଠାରୁ ବଡ଼ ଆର୍ଥିକ ପ୍ରଗତିର ରାଷ୍ଟ୍ରରେ ପରିଣତ ହୋଇଛି। ଏହି ୭୨ବର୍ଷରେ ଦେଶରେ ଅର୍ଥ ବ୍ୟବସ୍ଥାର ବିସ୍ତାର ନିଶ୍ଚିତ ଭାବରେ ହୋଇଛି। ପରନ୍ତୁ ଆମକୁ ଅପେକ୍ଷିତ ସଫଳତା ମିଳିପାରିନାହିଁ।...

ସାଧକ ଶ୍ରୀଯଶୋବନ୍ତ ସ୍ମରଣେ

ସାଧକ ଶ୍ରୀଯଶୋବନ୍ତ ସ୍ମରଣେ

ଡ. ଜ୍ୟୋତିର୍ମୟୀ ମହାନ୍ତି

ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜତ୍ୱ କାଳରେ ସିଦ୍ଧ ସାଧକ, ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ପଞ୍ଚସଖାଙ୍କର ଆବିର୍ଭାବ ଘଟିଥିଲା। ଯେଉଁମାନେ କି ନିଜ ନିଜର ସାଧନା ବଳରେ ଓଡ଼ିଶାରେ ଆଧ୍ୟାତ୍ମିକ ଚେତନା ଓ ଧାର୍ମିକ ଭାବନାରେ ଆଲୋଡ଼ନ ସୃଷ୍ଟି କରିଥିଲେ। ଏମାନଙ୍କ ମଧ୍ୟରେ ମାନବ ଜୀବନ ଦର୍ଶନ ସମ୍ପର୍କରେ ବିଶ୍ଳେଷଣ କରି ତତ୍କାଳୀନ ସମାଜରେ ଏକ ଯୁଗାନ୍ତକାରୀ ସ୍ବର ତୋଳିଥିବା ସାଧକଶ୍ରେଷ୍ଠ ଶ୍ରୀଯଶୋବନ୍ତ ଗୋସେଇଁ ଅନ୍ୟତମ। ତାଙ୍କର ଜନ୍ମସ୍ଥାନ ଅବିଭକ୍ତ କଟକ ତଥା ବର୍ତ୍ତମାନର ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ଅଢ଼ଙ୍ଗ ଗ୍ରାମ। ଜନ୍ମ ସମୟ ଓ ପିତାଙ୍କ ନାମ ସମ୍ପର୍କରେ ଉଦୟ କାହାଣୀ, ଭକ୍ତି ଚନ୍ଦ୍ରିକା, ଶୂନ୍ୟସଂହିତା ଆଦି ଗ୍ରନ୍ଥରୁ ବିଭିନ୍ନ ପ୍ରକାର ତଥ୍ୟ ମିଳିଥାଏ। ଆଲୋଚକଗଣ ତାଙ୍କ ଜନ୍ମ ସମୟ ୧୪୭୦ରୁ ୧୫୫୦ ଖ୍ରୀଷ୍ଟାବ୍ଦ ...

ଏଇ ଭାରତରେ

ଏଇ ଭାରତରେ


ଦୁର୍ନୀତି, ଶୋଷଣ, ଅରାଜକତା ପାଇଁ ସାଧାରଣତଃ ରାଜନେତା, ଉଚ୍ଚ ପଦବୀରେ ଥିବା ସରକାରୀ ଅଧିକାରୀଙ୍କୁ ଦାୟୀ କରାଯାଏ। ଦୁର୍ନୀତି ପ୍ରମାଣିତ ହେଲେ ସେମାନେ ଦଣ୍ଡିତ ହେବା ଅନେକ ନଜିର ରହିଛି। ହେଲେ ଅନେକଙ୍କ ବିରୋଧରେ ପ୍ରମାଣ ମିଳେନାହିଁ କିମ୍ବା ସେମାନଙ୍କ ବିରୋଧରେ ସ୍ବର ଉଠାଇବାକୁ ଲୋକେ ସାହସ କରନ୍ତି ନାହିଁ। ଏସବୁ ବର୍ତ୍ତମାନ ସମାଜରେ ସାଧାରଣ କଥା ହୋଇଥିଲାବେଳେ ଅନେକ ଲୋକଙ୍କ ମନରେ ରାଜନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ...