ସମ୍ପାଦକୀୟ |

ଲକ୍ଷ୍ମୀ ଉପାସନା ଓ ଓଡ଼ିଶା

ଲକ୍ଷ୍ମୀ ଉପାସନା ଓ ଓଡ଼ିଶା
ଡ. ଭାଗ୍ୟଲିପି ମଲ୍ଲ ଆଜି ମାର୍ଗଶିର ମାସ ମାଣବସା ଗୁରୁବାର। ଅମାର ଘର, ଚଟାଣ, କାନ୍ଥ ଓ ଏରୁଣ୍ଡିବନ୍ଧରେ ଚିତା। ପଦ୍ମଫୁଲ ଉପରେ ଲକ୍ଷ୍ମୀପାଦ। ସୁସଜ୍ଜିତ ପିଢ଼ା କି ଛୋଟ ଖଟୁଲି। ଖଟୁଲି ଉପରେ ମାଣ, ନ ହେଲେ ଗଉଣି। ଏକରଙ୍ଗୀ ଧଳାଧାନରେ ମାଣ, ଗଉଣି ଉଛୁଳୁ ମୁଛୁଳୁ। ଉପରୁ ତଳକୁ ଝୁଲି ପଡିଥାଏ ଧାନକେଣ୍ଡାର ବେଣୀ। ମାଣ ଉପରେ ପୁଣି ସିନ୍ଦୂର, ଚନ୍ଦନ, ହଳଦୀର ଲେପ। ମାଣର ମଥାରେ ସିନ୍ଦୂର ଟୋପା। ନାନା ରଙ୍ଗର ଫୁଲର ଆବରଣରେ ସୁସଜ୍ଜିତ ମାଣ ଓ ଖଟୁଲି। ମଥାରେ ନାଲି ରଙ୍ଗର ନୂଆ ଛିଟଲୁଗା, ଓଢଣା ପରି ସତେ ଯେପରି ସ୍ବୟଂ ଲକ୍ଷ୍ମୀଙ୍କର ପ୍ରତିରୂପା। ତଳେ, ମାଟି ଉପରେ କଳସ, ଗୁଆ, ଆଖୁ, ମୂଳା, ନଡିଆ ଓ ଅନ୍ୟ ଫଳମୂଳ। ଝୁଣାଧୂଆଁର ମହକ। ଭୋଗରାଗ ବି ସେମିତି। ପିଠାପଣା କେତେ ରକମର। ଏତେ ସଜବାଜ ଜଣକ ପାଇଁ। ସେ ଲକ୍ଷ୍ମୀ। କିନ୍ତୁ କିଏ ସେ ଲକ୍ଷ୍ମୀ? କ’ଣ ତାଙ୍କର ସ୍ବରୂପ ? କ’ଣ ପାଇଁ ତାଙ୍କର ଏତେ ଆରାଧନା? ଋଗ୍‌ବେଦର ଶ୍ରୀସୂକ୍ତରେ ଅଛି ଶ୍ରୀଙ୍କର ନାମ। କୁହାଯାଏ, ସେ ସକଳ ପ୍ରାଣୀଙ୍କର ପାଳନକର୍ତ୍ତ୍ରୀ। ଲକ୍ଷ୍ମୀ ଶାନ୍ତି ଓ ଦାନଶୀଳତାର ପ୍ରତୀକ। ସୌଭାଗ୍ୟର ଦେବୀ। ଜୀବନ ବଞ୍ଚତ୍ବାର ସର୍ବମୂଳ ଆବଶ୍ୟକତା। ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ତେଣୁ ଶକ୍ତି ସ୍ବରୂପିଣୀ ଦେବୀ ଲକ୍ଷ୍ମୀ ରୂପରେ ପୂଜା ପାଉଛନ୍ତି। ଦୁଇଟି ରୂପରେ- ଭୂଦେବୀ ଓ ଶ୍ରୀଦେବୀ। ଶ୍ରୀ ସମ୍ପ୍ରଦାୟର ପ୍ରବର୍ତ୍ତକ ରାମାନୁଜ ତେଣୁ ଦ୍ୱାଦଶ ଶତାବ୍ଦୀରେ ଶଙ୍ଖକ୍ଷେତ୍ରକୁ କହିଛନ୍ତି ଶ୍ରୀକ୍ଷେତ୍ର ଓ ମନ୍ଦିରକୁ ଶ୍ରୀମନ୍ଦିର। ଅର୍ଥାତ୍‌ ଶ୍ରୀଜଗନ୍ନାଥଙ୍କ ଘରର ଅଧିକାରିଣୀ ଲକ୍ଷ୍ମୀ। ସ୍ବାମୀ, ପରିବାର, ଅତିଥି ଅଭ୍ୟାଗତଙ୍କ ସେବାର ଦାୟିତ୍ୱ ତାଙ୍କରି। ଲକ୍ଷ୍ମୀଙ୍କର ବହୁ ନାମ ଭିତରୁ ଗୋଟିଏ ନାଁ ଚଞ୍ଚଳା। କେଉଁଠି ଗୋଟିଏ ଜାଗାରେ ବେଶିଦିନ ସେ ରହି ପାରନ୍ତିନି। ବ୍ୟକ୍ତିର ବିଚାର ଓ ଆଚାରରେ ଟିକିଏ ବ୍ୟତିକ୍ରମ ଦେଖିଲେ କେତେବେଳେ କେଉଁ ବାଟରେ ଖସି ଚାଲିଯବେ। ତେଣୁ ମା’ ଲକ୍ଷ୍ମୀଙ୍କୁ ଏତେ ନିରାଜନା। କେବଳ ଓଡ଼ିଆ ନୁହେଁ, ପୃଥିବୀର ସକଳ ଭୂମିରେ ଲକ୍ଷ୍ମୀ ବର୍ତ୍ତମାନ। ଅମଳ ଉସତ୍ବର ଏକ ନିଦର୍ଶନ ଇଂଲଣ୍ଡର ‘ମେ ପୋଲ ଡାନ୍ସ’, ଯେଉଁଥିରେ ଶସ୍ୟଖଳାରେ ଜଣେ ନାରୀ ମେଳିର ମଝିରେ ମେରିଖୁଣ୍ଟ ପରି ଘୂରିଘୂରି ନୃତ୍ୟକରେ ଓ ତା’ ଚାରିକଡରେ ତାକୁ ଘେରି କୃଷକ ଓ ଅନ୍ୟମାନେ ପ୍ରଶ୍ନ-ଉତ୍ତର ଛଳରେ ନୃତ୍ୟ କରନ୍ତି। ଗ୍ରୀସ୍‌ର ଉପତ୍ାଦନ ଓ ଶସ୍ୟର ଦେବୀଙ୍କ ନଁା ଡେମିଟର। ଭାରତବର୍ଷରେ ଐଶ୍ୱର୍ଯ୍ୟର ଦେବୀ ଭାବେ ଲକ୍ଷ୍ମୀଙ୍କ ଉପାସନା ବୈଦିକ ଯୁଗରୁ ପ୍ରଚଳିତ। ସେହି ଦେବୀଙ୍କୁ ଆରାଧନା ପାଇଁ ମାଣବସା ଗୁରୁବାରର ପୂଜା। ପ୍ରତିଘରେ ଲକ୍ଷ୍ମୀ ପୁରାଣର ସ୍ବର ଶୁଭିଥାଏ ଏହି ଅବକାଶରେ। ପୁରାଣ ସ୍ରଷ୍ଟା ବଳରାମ ଦାସ। ଲକ୍ଷ୍ମୀ ପୁରାଣ ପଢ଼ିଲେ ଲାଗେ, ବଳରାମ ଦାସ ଦାମ୍ପତ୍ୟ କଳହ ନୁହେଁ, ପ୍ରେମର ଚିତ୍ର ଅଙ୍କନରେ ସିଦ୍ଧହସ୍ତ। ପ୍ରଥମରୁ ସେ ଆଦୌ ଚାହିଁନାହାନ୍ତି, ଲକ୍ଷ୍ମୀ ଚଣ୍ଡାଳସାହିକୁ ଯାଇଥିବାରୁ ଘର ଛାଡ଼ନ୍ତୁ ବୋଲି। କବି ଜଗନ୍ନାଥଙ୍କ ମୁହଁରେ କୁହାଯାଇଛି- ସେ ଚଣ୍ଡାଳସାହିରେ ତାଙ୍କୁ ଦେଖିଥିଲେ, ଜମା କଥା ପ୍ରଘଟ କରି ନ ଥାନ୍ତେ। ନିଜ ଭିତରେ ହିଁ ରଖିଥାନ୍ତେ। ମାତ୍ର ଦେଖିଛନ୍ତି ବଡ଼ଭାଇ। ତେଣୁ ସେ ନାଚାର। ପୁଣି ଜଗନ୍ନାଥ ଲକ୍ଷ୍ମୀଙ୍କ ନିରାଭରଣା ରୂପ ମଧ୍ୟ ଦେଖିବାକୁ ଚାହିଁନାହାନ୍ତି। କାହାଣୀର ଶେଷ ପର୍ଯ୍ୟାୟରେ ଲକ୍ଷ୍ମୀ ଓ ଜଗନ୍ନାଥଙ୍କ ମଧୁରମିଳନ। ସତେଯେପରି ଅଲଗାହେବାର ପରମୁହୂର୍ତ୍ତରୁ ହିଁ ଦୁହେଁ ଦୁହିଁଙ୍କୁ ଝୁରି ହେଉଥିଲେ। ଆପଣା ସିଂହଦ୍ୱାରରେ ଜଗନ୍ନାଥଙ୍କ ତୁଣ୍ଡରେ ବେଦଧ୍ୱନି ଶୁଣି ଲକ୍ଷ୍ମୀ ବିହ୍ବଳ ହୋଇଉଠିଛନ୍ତିି। ‘ନିସ୍ତରିଲି’, ‘ନିସ୍ତରିଲି’ ଶବ୍ଦ ହିଁ ତାଙ୍କ ମନୋଭାବର ଅଭିବ୍ୟକ୍ତି। ପୁରାଣଟିରେ ବଳରାମ ଦାସଙ୍କର ବ୍ରାହ୍ମଣ୍ୟବାଦ-ବିରୋଧୀ ମାନସିକତା ବେଶ୍‌ ସ୍ପଷ୍ଟ। ଏଥିରେ ନାରୀ ସ୍ବାଧୀନତା, ପୁରୁଷର ପୀଡ଼ା ବିପକ୍ଷରେ ନାରୀର ସ୍ବର ଉତ୍ତୋଳନ, ସମାଜରେ ନାରୀର ପ୍ରାଧାନ୍ୟ, ପରିମଳ ପରିବେଶ, ଜାତିଭେଦ ପ୍ରଥା ଓ ଶୃଙ୍ଖଳିତ ପାରିବାରିକ ଜୀବନର ଚିତ୍ର ରହିଛି। ଆଜିକୁ ପ୍ରାୟ ପାଞ୍ଚଶହ ବର୍ଷତଳର ଜଣେ ମଣିଷର ଏହା ଏକ ସୁସ୍ଥ ସମାଜ ଗଢଣ ପାଇଁ ସୁଚିନ୍ତିତ ଚିନ୍ତାକଳ୍ପ। ସେ ପ୍ରମାଣ କରିଦେଇଛନ୍ତି ସ୍ବଚ୍ଛତା, ପବିତ୍ରତା, ପ୍ରେମ, ସହୃଦୟତା, ଉଦାରତା ଏବଂ କର୍ତ୍ତବ୍ୟନିଷ୍ଠା ଯେଉଁଠିଥାଏ, ସେଇଠି ଲକ୍ଷ୍ମୀଙ୍କ ଘର। ସେଇମାନଙ୍କ ସହିତ ତାଙ୍କର ସମ୍ପର୍କ। ଫୋନ୍‌ : ୯୪୩୯୨୮୧୫୬୧
All Right Reserved By

ସମ୍ପାଦକୀୟ |

ଓମେଗା-୩ ଓ ମିଥ୍ୟା ପ୍ରଚାର

ଓମେଗା-୩ ଓ ମିଥ୍ୟା ପ୍ରଚାର

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପ୍ରତି କିଛି ବର୍ଷ ବ୍ୟବଧାନରେ ଗୋଟିଏ କମ୍ପାନୀ ତା’ର ମାର୍କେଟିଂ ରଣକୌଶଳ ହିସାବରେ ପ୍ରଚାର କରେ ଯେ ଏକ ନୂତନ ସୁପରଫୁଡ୍‌ ଜନ୍ମଲାଭ କରିଛି। ବର୍ତ୍ତମାନ ବହୁ ବିଜ୍ଞାପିତ ସେପରି ଏକ ସୁପରଫୁଡ୍‌ ହେଉଛି Matcha tea ବା ମାଚା ଚା, ଯାହା ମେଦବହୁଳତା, ଡାଇବେଟିସ୍‌, ଆଣ୍ଠୁଗଣ୍ଠି ବାତ ପ୍ରଭୃତି ସବୁ ସମସ୍ୟାର ସମାଧାନ କରିପାରୁଛି ବୋଲି କୁହାଯାଉଛି। ଏହା କିନୁଆ, ଚିଆ ମଞ୍ଜି, ଲେହ କୋଳି, ବ୍ରାଜିଲ ନଟ୍‌, ବ୍ଲୁବେରୀ, ହଳଦୀ, ସ୍ପିରୁଲିନା, ଗୋଜି ବେରୀ, କଳା ଚକୋଲେଟ୍‌, ରେଡ୍‌ ଓ୍ବା...

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଡ. ସୁବାସ ଚନ୍ଦ୍ର ପାତ୍ର

ପ୍ରଖ୍ୟାତ ଇଂରେଜୀ କବି ଜନ୍‌ ଡନ୍‌ଙ୍କର ଏକ କବିତା ଅଛି- ‘କାହା ପାଇଁ ବାଜେ ଏ ଘଣ୍ଟା’। କୌଣସି ମଣିଷର ମୃତ୍ୟୁର ସୂଚନା ହିସାବରେ ବାଜୁଥିବା ଗୀର୍ଜାର ଘଣ୍ଟା ପ୍ରସଙ୍ଗରେ କୁହାଯାଇଛି ଯେ, ଏ ଘଣ୍ଟା ଯାହା ପାଇଁ ବି ବାଜୁନା କାହିଁକି ମନେରଖ ଏ ଘଣ୍ଟା ତୁମ ପାଇଁ ହିଁ ବାଜୁଛି, କାରଣ ତାଙ୍କ ମୃତ୍ୟୁଠୁ ତୁମ ମୃତ୍ୟୁ ବେଶି ଦୂର ନୁହେଁ। ଗୀର୍ଜାର ଘଣ୍ଟା ପରି ଆମ କଲେଜଗୁଡ଼ିକରେ...

ଧର୍ମ ଜୀବନର ରକ୍ଷାକବଚ

ଧର୍ମ ଜୀବନର ରକ୍ଷାକବଚ

ଶିବରାମ ଶତପଥୀ

ଗୀତାରେ ଅଛି, ‘ସ୍ବଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍‌।’ ଅର୍ଥାତ୍‌ କରିଥିବା ସାମାନ୍ୟତମ ଧର୍ମ ମଧ୍ୟ ସମୟ ପଡ଼ିଲେ ପ୍ରାଣୀକୁ ବଡ଼ ଭୟ (ମୃତ୍ୟୁଭୟ)ରୁ ରକ୍ଷାକରେ। ତେବେ ଏହି ଧର୍ମ କ’ଣ? ମହାଭାରତ ବନପର୍ବରେ ଯକ୍ଷ (ଛଦ୍ମବେଶୀ ଧର୍ମ)ଙ୍କ ପ୍ରଶ୍ନ (କଃ ପନ୍ଥାଃ)ର ଉତ୍ତରରେ ଯୁଧିଷ୍ଠିର କହିଥିଲେ- ନାନା ମୁନିଙ୍କର ନାନା ମତ। ସେହିପରି ବେଦ ମଧ୍ୟ ଗୋଟିଏ ନୁହେଁ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ...

ଏଇ ଭାରତରେ

ଏଇ ଭାରତରେ

ଅପରାଧୀଙ୍କୁ କାବୁ କରିବାକୁ ପୋଲିସ କର୍ମଚାରୀଙ୍କୁ ନୂଆ ନୂଆ କୌଶଳ ପ୍ରଶିକ୍ଷଣ ଦିଆଯାଉଛି। ବିଶେଷକରି ମହିଳା କର୍ମଚାରୀଙ୍କୁ ଏନେଇ ସ୍ବତନ୍ତ୍ର ତାଲିମ୍‌ ପ୍ରଦାନ କରାଯାଉଛି। କିପରି କମ୍‌ ପୋଲିସ କର୍ମଚାରୀଙ୍କ ସହଯୋଗରେ ଅଭିଯୁକ୍ତଙ୍କୁ କୋର୍ଟକୁ ଏସ୍‌କର୍ଟ କରି ...

ସମ୍ପାଦକୀୟ/ମୁକ୍ତ କରନାହିଁ

ସମ୍ପାଦକୀୟ/ମୁକ୍ତ କରନାହିଁ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ବନ୍ଦୀ ଥିବା ସମସ୍ତ ୭ ଦୋଷୀଙ୍କୁ ମୁକ୍ତ କରିବା ଲାଗି ନିକଟରେ ତାମିଲନାଡୁ ସରକାର ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀ ଏଡାପାଡି କେ ପାଲାନିସାମୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ସମ୍ବିଧାନର ଧାରା ୧୬୧ ଅନୁଯାୟୀ ଏ ସଂକ୍ରାନ୍ତ ଏକ ସଂକଳ୍ପକୁ ଗୃହୀତ କରିଥିଲା। ଏଥିରେ ...

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ସମ୍ପନ୍ନା ପାତ୍ର

ବର୍ଷତମାମ ଆମ୍ଭେମାନେ ଜାତୀୟ ହେଉ ବା ଆଞ୍ଚଳିକ ସ୍ତରରେ କିଛି ନା କିଛି ଉତ୍ସବ ପାଳନ କରିଥାଉ ଆମ ମହାନ୍‌ ପୂର୍ବସୂରୀମାନଙ୍କ ସମ୍ମାନାର୍ଥେ। ସେମାନଙ୍କ ବଳିଦାନକୁ ମନେପକାଇଥାଉ, ସେମାନଙ୍କ ନିଃସ୍ବାର୍ଥ ତ୍ୟାଗକୁ ବାସ୍ତବ ଜୀବନରେ ଆପଣେଇବାକୁ ସଙ୍କଳ୍ପ କରିଥାଉ। ସେମାନେ ଆମର ଚିର ବନ୍ଦନୀୟ, ଚିର ନମସ୍ୟ। ପ୍ରତ୍ୟେକ ଭାରତୀୟ ସର୍ବଦା ସେମାନଙ୍କଠାରେ ନତମସ୍ତକ। ସ୍ବାଧୀନତା ...

ପୋଷାକ ଓ ପୌରୁଷ

ପୋଷାକ ଓ ପୌରୁଷ


ଡ. ରମେଶ ଚନ୍ଦ୍ର ପରିଡ଼ା

ସୁପ୍ରସିଦ୍ଧ ବିଜ୍ଞାନ ଲେଖକ ରବିନସ୍‌ କୁକ୍‌ଙ୍କ ବିଚାରରେ ‘ପ୍ରତ୍ୟେକ ଜୀବର ସ୍ବତଃସ୍ଫୂର୍ତ୍ତ ପ୍ରବୃତ୍ତି ହେଲା ନିଜ ପ୍ରତିରୂପ ବା ସନ୍ତାନ ସୃଷ୍ଟି। କ୍ଷୁଦ୍ରାତିକ୍ଷୁଦ୍ର ଜୀବାଣୁଠାରୁ ଆରମ୍ଭ କରି ବିଶାଳକାୟ ତିମି ଏବଂ ମେଧାବୀ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଏହା ବିଦ୍ୟମାନ। ନିମ୍ନଶ୍ରେଣୀର ଜୀବମାନେ ତାହା ସମାହିତ କରିଥାନ୍ତି ଅଲିଙ୍ଗୀ ଜନନ ମାଧ୍ୟମରେ ଏବଂ ଉନ୍ନତ ତଥା ଜଟିଳ ଗଛଲତା ଓ ପ୍ରାଣୀମାନଙ୍କ କ୍ଷେତ୍ରରେ ...

ଏଇ ଭାରତରେ

ଏଇ ଭାରତରେ

ସମୟର ପ୍ରବହମାନ ଧାରା ସହିତ ସବୁକିଛିର ପରିବର୍ତ୍ତନ ଘଟେ। ଯେଉଁ ଅଞ୍ଚଳରେ ଏକଦା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ୱେଷ ଭାବ ସୃଷ୍ଟି ହୋଇଥିଲା ସେଠାରେ ଉଭୟ ସମ୍ପ୍ରଦାୟ ଏବେ ଭାଇଚାରା ସୃଷ୍ଟି କରିଛନ୍ତି। ...

ସମ୍ପାଦକୀୟ/ ରୋଗୀ ବନ୍ଧକ

ସମ୍ପାଦକୀୟ/ ରୋଗୀ ବନ୍ଧକ

କୌଣସି ଆର୍ଥିକ ସଂସ୍ଥାରୁ ଋଣ ଆଣିବାକୁ ହେଲେ ବ୍ୟକ୍ତିବିଶେଷଙ୍କୁ ମଟ୍‌ଗେଜ୍‌ ବା ବନ୍ଧକ ରଖିବାକୁ ପଡ଼େ। ଋଣ କରିଥିବା ବ୍ୟକ୍ତି ଯଦି ଭବିଷ୍ୟତରେ ତାହାକୁ ଶୁଝିବାକୁ ଅକ୍ଷମ ହୁଅନ୍ତି, ତେବେ ବନ୍ଧକ ଥିବା ଜିନିଷ ନିଲାମ କରାଯାଇ ଅର୍ଥ ଅସୁଲ କରାଯାଏ। ରୋଗୀଙ୍କୁ ବନ୍ଧକ ରଖାଯିବା ବିଷୟ ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ବର୍ତ୍ତମାନ ଡାକ୍ତରଖାନା ବିଶେଷକରି ଘରୋଇ ହସ୍ପିଟାଲଗୁଡ଼ିକରେ ପ୍ରାୟତଃ ଦେଖିବାକୁ ମିଳୁଛି। ହସ୍ପିଟାଲ ଯାଉଥିବା ଦେଶର ଅଧିକାଂଶ ଲୋକ ଏଭଳି ପରିସ୍ଥିତିର ସାମ୍ନା କରୁଥିବେ। ରୋଗୀଙ୍କ ମୃତ୍ୟୁ ଘଟିଲେ...

ଘରୋଇ ହିଂସାର କରାଳ ରୂପ

ଘରୋଇ ହିଂସାର କରାଳ ରୂପ

ବୈକୁଣ୍ଠନାଥ ମିଶ୍ର

ହିଂସା ଏକ ନକାରାତ୍ମକ ଶବ୍ଦ, ଯାହା ପରପୀଡ଼ନ, ପରର କ୍ଷତି ସାଧନ, ଏପରି କି ଧ୍ୱଂସ ଓ ମୃତ୍ୟୁଲୀଳା ସଂଯୋଜନାକୁ ବୁଝାଏ। ଯେତେବେଳେ ଏହା ଆତ୍ମୀୟସ୍ବଜନ ବା ରକ୍ତ ସମ୍ପର୍କୀୟ ପ୍ରତି କରାଯାଏ, ତାହାକୁ ପାରିବାରିକ ବା ଘରୋଇ ହିଂସା କୁହାଯାଏ। ନିଜ ପୁତ୍ର ବା କନ୍ୟା ପରିବାରର ସମ୍ମାନକୁ ଭ୍ରୂକ୍ଷେପ ନ କରି ଏପରି କିଛି କରିବସନ୍ତି, ଯାହା ପରିବାର ସଦସ୍ୟଙ୍କ ମନରେ ସେମାନଙ୍କ ପ୍ରତି ଘୃଣା...

 ଆଦର୍ଶ, ଦେଶ ଓ ଦେଶାତ୍ମବୋଧ

ଆଦର୍ଶ, ଦେଶ ଓ ଦେଶାତ୍ମବୋଧ


ନୃସିଂହ ପ୍ରସାଦ ତ୍ରିପାଠୀ

ଗୋଟିଏ ଦେଶର ସର୍ବାଙ୍ଗୀଣ ଉନ୍ନତି ପାଇଁ ତା’ର ନାଗରିକଙ୍କର ଦେଶ ପ୍ରତି ପ୍ରତିବଦ୍ଧତା ଜରୁରୀ। ଏହାର ଲୋକପ୍ରିୟ ନାମ ହେଉଛି ଦେଶାତ୍ମବୋଧ। ଗଣତନ୍ତ୍ର ଶାସନ ପଦ୍ଧତିରେ ଯେଉଁ ରାଜନୈତିକ ଦଳ କ୍ଷମତାକୁ ଆସନ୍ତି, ସେମାନେ ସବୁବେଳେ ଜାହିର କରିବାକୁ ଚାହାନ୍ତି ଯେ, ସେମାନଙ୍କର ଦେଶଭକ୍ତି ଅତି ଉଚ୍ଚ ଧରଣର ଏବଂ ସେମାନେ ହିଁ ଦେଶକୁ ପ୍ରଗତି ପଥରେ ଚଳାଇନେବେ। ସ୍ବାଧୀନତା ପ୍ରାପ୍ତିର ସତୁରି ବର୍ଷରୁ ବେଶି ହେଲାଣି। କୋଠାବାଡ଼ି, ରାସ୍ତାଘାଟ, ଶିଳ୍ପ ଓ କୃଷିରେ କିଛି ପ୍ରଗତି ହୋଇଛି ନିଶ୍ଚୟ, କିନ୍ତୁ...

ଏଇ ଭାରତରେ

ଏଇ ଭାରତରେ

ପେଟ୍ରୋଲକୁ ତରଳ ସୁନା କହିବାର ଯଥାର୍ଥତା ବର୍ତ୍ତମାନ ଉପଲବ୍‌ଧି କରିହେଉଛି। କାରଣ ଏହାର ଲିଟର ପ୍ରତି ଦର ୧୦୦ଟଙ୍କା ଛୁଇଁବାକୁ ଆଉ ବେଶି ଦିନ ବାକି ନାହିଁ। ଭାରତର କେତେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୮୫ ଟଙ୍କା ଛୁଇଁଛି। ଏହା ବାସ୍ତବରେ ମୋଟରଗାଡି ଚାଳକଙ୍କୁ ଖୁବ୍‌ ବାଧୁଛି। ଏହାର ମହାର୍ଘ ମୂଲ୍ୟ ଦୃଷ୍ଟିରୁ କେତେକେ ଏହାକୁ ନବଦମ୍ପତିଙ୍କୁ ଉପହାର ଦେବାକୁ ଉଚିତ ମଣୁଛନ୍ତି। ତାମିଲନାଡୁ...