ବାଣିଜ୍ୟ |

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଡିଏ ୧୨୬.୬୬%

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଡିଏ ୧୨୬.୬୬%

ଭୁବନେଶ୍ୱର,୩୦-୧୧(ବ୍ୟୁରୋ)
ଦେଶରେ ଶିଳ୍ପ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ହାରାହାରି ଉପଭୋକ୍ତା ମୂଲ୍ୟସୂଚୀ ସେପ୍ଟେମ୍ବରରେ ୨୮୫ ପଏଣ୍ଟ ଥିବାବେଳେ ଅକ୍ଟୋବରରେ ୨ ପଏଣ୍ଟ ବଢ଼ି ୨୮୭ ପଏଣ୍ଟ ହୋଇଛିି। ରାଉରକେଲାରେ ଏହା ୩୦୫ ପଏଣ୍ଟ ଥିବାବେଳେ ଏଥିରେ ୫ ପଏଣ୍ଟ ବୃଦ୍ଧି ଘଟି ୩୧୦ ପଏଣ୍ଟ ହୋଇଛି। ତାଳଚେର-ଅନୁଗୋଳରେ ଏହା ୩୦୦ ପଏଣ୍ଟ ଥିବାବେଳେ ୪ ପଏଣ୍ଟ ବୃଦ୍ଧି ଘଟି ୩୦୪ ପଏଣ୍ଟ ହୋଇଛି।
ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀମାନେ ବର୍ତ୍ତମାନ ୧୨୪.୩% ମହଙ୍ଗା ଭତ୍ତା(ଡିଏ) ପାଉଛନ୍ତି। ଏଥିରେ ୨.୩୬% ବୃଦ୍ଧି ଘଟିଛି। ୨୦୧୮ ଜାନୁୟାରୀ ପହିଲାରୁ ଏମାନେ ୧୨୬.୬୬% ଡିଏ ପାଇବାକୁ ହକ୍‌ଦାର ହେବେ। ସରକାରୀ କର୍ମଚାରୀମାନେ ବର୍ତ୍ତମାନ ୫% ଡିଏ ପାଉଛନ୍ତି। ଏଥିରେ ୨% ବୃଦ୍ଧି ଘଟି ୭% ହୋଇଛି। ୨୦୧୮ ଜାନୁୟାରୀ ପହିଲାରୁ ଏହା ଲାଗୁ ହେବ।
ବ୍ୟାଙ୍କ କର୍ମଚାରୀମାନେ ବର୍ତ୍ତମାନ ୫୧.୬% ଡିଏ ପାଉଛନ୍ତି। ଏଥିରେ ୧.୧% ବୃଦ୍ଧି ଘଟିଛି। ଫଳରେ ୫୨.୭% ହୋଇଛି। ୨୦୧୮ ଫେବୃୟାରୀ ପହିଲାରୁ ଏହା ଲାଗୁ ହେବ। ଓଡିଶାର ୩ ଲକ୍ଷ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ଓ କର୍ମଚାରୀ ୧୯୮୫ରୁ ପେନ୍‌ସନ ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରି ଆସୁଛନ୍ତି। ବୀମା କର୍ମଚାରୀମାନେ ଏବେ ୪୪.୯% ଡିଏ ପାଉଛନ୍ତି। ଏଥିରେ ୧.୧% ବୃଦ୍ଧି ଘଟି ୪୬% ହୋଇଛି। ଆସନ୍ତା ଫେବୃୟାରୀ ପହିଲାରୁ ଏହା ଲାଗୁ ହେବ। ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ଅଫିସର ଏବଂ କର୍ମଚାରୀମାନଙ୍କ ମାସିକ ସାଧାରଣ ସଭା ସ୍ଥାନୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ଏଥିରେ ମହଙ୍ଗା ଭତ୍ତା ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ।

All Right Reserved By

ବାଣିଜ୍ୟ |

ତିନି ପ୍ରମୁଖ କମ୍ପାନୀ ନେତୃତ୍ୱାଧୀନ ସଂସ୍ଥାର ସିଇଓ ଭାରତୀୟ

ତିନି ପ୍ରମୁଖ କମ୍ପାନୀ ନେତୃତ୍ୱାଧୀନ ସଂସ୍ଥାର ସିଇଓ ଭାରତୀୟ

ନ୍ୟୁୟର୍କ,୨୧-୬ ସେ ଏକାଧାରରେ ଜଣେ ସର୍ଜନ, ପବ୍ଲିକ୍‌ ହେଲ୍‌ଥ ଇନୋଭେଟର ଏବଂ ଲେଖକ। ଏହି ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କ ନାମ ହେଉଛି ଅତୁଲ ଗାଓ୍ବାଣ୍ଡେ। ତାଙ୍କର ପରିଚୟ ଏଠାରେ ଆମେ ଏଥି ପାଇଁ ଦେଉଛୁ, ଯାହାକି ଭାରତ ଲାଗି ଏକ ଗୌରବର ବିଷୟ। ଏହି ୫୨ ବର୍ଷୀୟ ବହୁମୁଖୀ ପ୍ରତିଭା ଆମେରିକାର ଏକ ନୂତନ ସ୍ବାସ୍ଥ୍ୟଭିତ୍ତିକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ହୋଇଛନ୍ତି।

ମାଲ୍ୟାଙ୍କ ଗିରଫ ଲାଗି ସ୍ବତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ

ମାଲ୍ୟାଙ୍କ ଗିରଫ ଲାଗି ସ୍ବତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ

ବମ୍ବେ,୨୧-୬(ପି.ଟି): ପଳାତକ ଘୋଷିତ କିଙ୍ଗଫିଶର ଏୟାର ଲାଇନ୍ସ ମାଲିକ ବିଜୟ ମାଲ୍ୟାଙ୍କୁ ଗିରଫ ଲାଗି ବୁଧବାର ସ୍ବତନ୍ତ୍ର ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। କନସୋର୍ଟିୟମ ବ୍ୟାଙ୍କଗୁଡିକୁ ୬ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଋଣ ଠକେଇ ତଥା ବେଆଇନ ଅର୍ଥ କାରବାର ନିରୋଧୀ ମାମଲା(ପିଏମ୍‌ଏଲ୍‌ଏ)ରେ ହୋଇଥିବା ଅଭିଯୋଗ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ମିନ୍ତ୍ରାର ନୁଆ ଓ୍ବେରେବଲ୍‌ ଡିଭାଇସ୍‌ ‘ବ୍ଲିଙ୍କ ଗୋ’

ମିନ୍ତ୍ରାର ନୁଆ ଓ୍ବେରେବଲ୍‌ ଡିଭାଇସ୍‌ ‘ବ୍ଲିଙ୍କ ଗୋ’

ବାଙ୍ଗାଲୋର,୨୧।୬- ଫ୍ୟାଶନ୍‌ ଇ-ଟେଲର ମିନ୍ତ୍ରା ପକ୍ଷରୁ ବଜାରକୁ ଆସିଛି ସ୍ମାର୍ଟଓ୍ବେରେବଲ୍‌ ଡିଭାଇସ୍‌ ‘ବ୍ଲିଙ୍କ ଗୋ’। ଏହାର ବଜାରଦର ୪,୧୯୯ ଟଙ୍କା ରହିଛି। ଉକ୍ତ ଡିଭାଇସ୍‌ ଦ୍ୱାରା ଉପଭୋକ୍ତା ନିଜ ଫିଟ୍‌ନେସ୍‌ର ତଦାରଖ କରିବା ସହ ବ୍ୟକ୍ତିଗତ ଫିଟ୍‌ନେସ୍‌ ଗୋଲ ଧାର୍ଯ୍ୟ କରିବାକୁ ସକ୍ଷମ ହେବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି।

୧୮ ହଜାର ବ୍ୟାଙ୍କ, ଡାକଘର ଶାଖାରେ ଆଧାର ସେବା

ନୂଆଦିଲ୍ଲୀ,୨୧।୬- ଦେଶର ୧୮,୦୦୦ ବ୍ୟାଙ୍କ ଏବଂ ଡାକଘର ଶାଖାରେ ଏବେ ଆଧାର ସେବା ଉପଲବ୍ଧ ହେଉଛି। ବ୍ୟାଙ୍କ ଏବଂ ଡାକଘର ଶାଖାରେ ଆଧାର କେନ୍ଦ୍ର ସ୍ଥାପନ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ। ବାୟୋମେଟ୍ରିକ ଆଇଡିର ସହଜ ପଞ୍ଜୀକରଣ ଏବଂ ନବୀକରଣ ଲକ୍ଷ୍ୟରେ ଏହି ଭଳି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ)ର ସିଇଓ ଅଜୟ ଭୂଷଣ ପାଣ୍ଡେ ସୂଚନା ଦେଇଛନ୍ତି।

ଏୟାର ଇଣ୍ଡିଆ ଘରୋଇକରଣ ନେଇ ସରକାର ଅଙ୍ଗୀକାରବଦ୍ଧ:ସିହ୍ନା

ଏୟାର ଇଣ୍ଡିଆ ଘରୋଇକରଣ ନେଇ ସରକାର ଅଙ୍ଗୀକାରବଦ୍ଧ:ସିହ୍ନା

ନୂଆଦିଲ୍ଲୀ,୨୧-୬(ପି.ଟି): ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ଘରୋଇକରଣ ପ୍ରକ୍ରିୟା ବର୍ତ୍ତମାନ ସ୍ଥଗିତ ରହିଛି। କିନ୍ତୁ ଏହାର ଘରୋଇକରଣ ନେଇ ସରକାର ସମ୍ପୂର୍ଣ୍ଣ ଅଙ୍ଗୀକାରବଦ୍ଧ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ବୁଧବାର ଏହା କହିଛନ୍ତି।

କୃଷି ବ୍ୟୟବରାଦ ଦୁଇଗୁଣ ବଢିଛି:ମୋଦି

କୃଷି ବ୍ୟୟବରାଦ ଦୁଇଗୁଣ ବଢିଛି:ମୋଦି

ନୂଆଦିଲ୍ଲୀ,୨୧-୬(ପି.ଟି) କୃଷକଙ୍କ ବିଭିନ୍ନ ସମସ୍ୟାକୁ ଧ୍ୟାନରେ ରଖି ସରକାର କୃଷି ବଜେଟକୁ ଦୁଇଗୁଣ ବଢାଇଛନ୍ତି। ୨୦୨୨ ସୁଦ୍ଧା ଦେଶର କୃଷକଙ୍କ ଆୟ ଦୁଇଗୁଣ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏଥି ଲାଗି ବଜେଟ ବ୍ୟୟବରାଦକୁ ଉନ୍ନତ କରାଯାଇଥିବା ସରକାର ବୁଧବାର ସୂଚନା ଦେଇଛନ୍ତି।

ଏମ୍‌ଏସ୍‌ଏମ୍‌ଇଗୁଡିକୁ ଋଣ ପ୍ରଦାନରେ ଉନ୍ନତି ଆସୁଛି: ଜିଏସ୍‌ଟି, ବିମୁଦ୍ରୀକରଣ ପ୍ରଭାବ ହ୍ରାସ

ଏମ୍‌ଏସ୍‌ଏମ୍‌ଇଗୁଡିକୁ ଋଣ ପ୍ରଦାନରେ ଉନ୍ନତି ଆସୁଛି: ଜିଏସ୍‌ଟି, ବିମୁଦ୍ରୀକରଣ ପ୍ରଭାବ ହ୍ରାସ

ନୂଆଦିଲ୍ଲୀ,୨୧-୬(ପି.ଟି): ଘରୋଇ ବଜାରରେ ରହିଥିବା ଅଣୁ,କ୍ଷୁଦ୍ର,ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକୁ ଋଣ ପ୍ରଦାନ ଧାରାରେ ଉନ୍ନତି ଆସୁଛି। ଏଥିରେ ଜିଏସ୍‌ଟି ଏବଂ ବିମୁଦ୍ରୀକରଣ ପ୍ରଭାବ ହ୍ରାସ ହୋଇଥିବା ଏକ ଅଧ୍ୟୟନରୁ ଜଣା ଯାଇଛି। ଏମ୍‌ଏସ୍‌ଏମ୍‌ଇଗୁଡିକୁ ଋଣ ପ୍ରଦାନ ଏକ ରେକର୍ଡ ସ୍ତରରେ ରହିଥିବା ଜଣାଯାଇଛି।

୬୨,୦୦୦ ଗ୍ରୁପ୍‌ ସି କର୍ମଚାରୀଙ୍କୁ ପଦୋନ୍ନତୀ ଦେବ ରେଲଓ୍ବେ

୬୨,୦୦୦ ଗ୍ରୁପ୍‌ ସି କର୍ମଚାରୀଙ୍କୁ ପଦୋନ୍ନତୀ ଦେବ ରେଲଓ୍ବେ

ନୂଆଦିଲ୍ଲୀ,୨୧।୬- ରେଲଓ୍ବେ ଏହାର ୬୨,୦୦୦ ଗ୍ରୁପ୍‌ ସି ଅଥବା କିରାଣୀ ପଦବୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପଦୋନ୍ନତୀ ଦେବ। ସେମାନଙ୍କୁ ଗ୍ରୁପ୍‌ ବି କର୍ମଚାରୀଙ୍କ ଭଳି ସମାନ ଦରମା ମିଳିବା ସହିତ ସମସ୍ତ ପ୍ରକାର ବିଶେଷ ସୁବିଧା ସୁଯୋଗ ମିଳିବ। ପଦୋନ୍ନତି ଧାରାକୁ ତ୍ୱରାନ୍ବିତ କରିବା ପାଇଁ ରେଳ ବିଭାଗ ଏପରି ପଦକ୍ଷେପ ନେବା ଆରମ୍ଭ କରିଥିବା

ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ସିଏମ୍‌ଡି ଗିରଫ

ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ସିଏମ୍‌ଡି ଗିରଫ

ନୂଆଦିଲ୍ଲୀ,୨୧-୬ ୩,୦୦୦ କୋଟି ଟଙ୍କାର ଡିଏସ୍‌କେ ଗ୍ରୁପ୍‌ ଋଣ ଠକେଇ ମାମଲାରେ ପୁଣେ ପୋଲିସ୍‌ର ଆର୍ଥିକ ଅପରାଧ ଶାଖା ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ରର ସିଇଓ ତଥା ଏମ୍‌ଡି ରବୀନ୍ଦ୍ର ମରାଠେଙ୍କୁ ଗିରଫ କରିଛି। ତାଙ୍କ ସହିତ ଆଉ ୫ ଜଣ ମଧ୍ୟ ଏହି ମାମଲାରେ ଗିରଫ ହୋଇଛନ୍ତି।

ବି. ଶ୍ରୀରାମ ଆଇଡିବିଆଇ ବ୍ୟାଙ୍କ ଏମ୍‌ଡି ତଥା ସିଇଓ

ବି. ଶ୍ରୀରାମ ଆଇଡିବିଆଇ ବ୍ୟାଙ୍କ ଏମ୍‌ଡି ତଥା ସିଇଓ

ନୂଆଦିଲ୍ଲୀ,୨୧-୬(ପି.ଟି.) ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ)ର ପରିଚାଳନା ନିର୍ଦ୍ଦେଶକ(କର୍ପୋରେଟ୍‌ ଏବଂ ଗ୍ଲୋବାଲ ବ୍ୟାଙ୍କିଙ୍ଗ୍‌) ବି. ଶ୍ରୀରାମ ଆଇଡିବିଆଇ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଭାବେ ନିଯୁକ୍ତି ପାଇଛନ୍ତି। ୩ ମାସ ପାଇଁ ତାଙ୍କୁ ଏହି ପଦରେ ନିୟୋଜିତ କରାଯାଇଥିବା ବ୍ୟାଙ୍କ ପକ୍ଷରୁ ପ୍ରକାଶ।

ମହାରାଜା କ୍ଲାସ ସିଟ୍‌ ଆଣିବ ଏୟାର୍‌ ଇଣ୍ଡିଆ

ମହାରାଜା କ୍ଲାସ ସିଟ୍‌ ଆଣିବ ଏୟାର୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୧-୬(ପି.ଟି.) ନ୍ତର୍ଜାତୀୟ ବିମାନ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏୟାର୍‌ ଇଣ୍ଡିଆ ଆଗକୁ ଭିନ୍ନ ପ୍ରକାର ଅନୁଭୂତି ପ୍ରଦାନ କରିବ। ଏହି ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଖୁବ୍‌ଶୀଘ୍ର ମହାରାଜା ବିଜ୍‌ନେସ୍‌ କ୍ଲାସ ସିଟ୍‌ ପ୍ରଚଳନ କରିବ। ଏହାସହିତ ବ୍ୟାପକ ପ୍ରକାର ଖାଦ୍ୟ ଉପଲବ୍ଧ କରାଇବା ସହ କ୍ୟାବିନ୍‌ କ୍ୟୁମାନଙ୍କ ପାଇଁ ନୂଆ ୟୁନିଫର୍ମ ପ୍ରଚଳନ କରିବ।

ବିଦାୟ ନେବେ ଅରବିନ୍ଦ ସୁବ୍ରମଣ୍ୟନ୍‌

ବିଦାୟ ନେବେ ଅରବିନ୍ଦ ସୁବ୍ରମଣ୍ୟନ୍‌

ନୂଆଦିଲ୍ଲୀ,୨୧ା୬(ପି.ଟି.) ପାଖାପାଖି ୪ ବର୍ଷ ଦାୟିତ୍ୱ ତୁଲାଇବା ପରେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା (ସିଇଏ)ଅରବିନ୍ଦ ସୁବ୍ରମଣ୍ୟନ୍‌ ଆମେରିକା ଫେରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କାର୍ଯ୍ୟକାଳର ଆହୁରି ପାଖାପାଖି ବର୍ଷେ ବାକି ଥିବାବେଳେ ବ୍ୟକ୍ତିଗତ କାରଣ ଯୋଗୁ ସେ ବାଧ୍ୟ ହୋଇ ପଦ ଛାଡୁଥିବା କହିଛନ୍ତି।

Model This Week

ପ୍ରଭାତ