ବାଣିଜ୍ୟ |

୭-୮% ଅଭିବୃଦ୍ଧି ହାସଲ ଲାଗି ଭାରତ ପ୍ରସ୍ତୁତ: ଜେଟଲୀ

୭-୮% ଅଭିବୃଦ୍ଧି ହାସଲ ଲାଗି ଭାରତ ପ୍ରସ୍ତୁତ: ଜେଟଲୀ
ନୂଆଦିଲ୍ଲୀ,୩୦-୧୧(ପି.ଟି.) ଦେଶର ମୌଳିକ ଅର୍ଥନୈତିକ ଢାଞ୍ଚାରେ ବର୍ତ୍ତମାନ ଉନ୍ନତ ଆସିଛି। ଏହା ଯୋଗୁ ଦେଶରେ ଉନ୍ନତ ଅଭିବୃଦ୍ଧି ଧାରା ବଜାୟ ରହିଛି। ଭିତ୍ତିଭୂମି କ୍ଷେତ୍ରରେ ନିବେଶ ଜାରି ରହିଛି। ଆଗାମୀ ଦୁଇ ଦଶନ୍ଧି ଧରି ନିବେଶ ଧାରା ଉନ୍ନତ ରହିଲେ ଭାରତ ଏକ ମଧ୍ୟମ ଆୟକାରୀ ରାଷ୍ଟ୍ରଭାବେ ରୂପାନ୍ତରିତ ହୋଇପାରିବ। ଅର୍ଥନୀତିରେ ଉନ୍ନତଧାରା ଯୋଗୁ ଘରୋଇ ବଜାର ବର୍ତ୍ତମାନ ୭-୮% ଅଭିବୃଦ୍ଧି ହାସଲ କରୁଛି। ଏପରି ଅଭିବୃଦ୍ଧି ଧାରା ବଜାୟ ରଖିବା ଲାଗି ଭାରତ ନିଜକୁ ପ୍ରସ୍ତୁତ କରାଇସାରିଛି ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି। ଗତ ତିନି ବର୍ଷ ଧରି ଭାରତର ଅଭିବୃଦ୍ଧି ଧାରା ଉନ୍ନତ ରହିଛି। ଭାରତକୁ ଏକ ମଧ୍ୟମ ଆୟକାରୀ ରାଷ୍ଟ୍ର ଭାବେ ରୂପାନ୍ତରିତ କରିବା ଲାଗି ପଦକ୍ଷେପ ନିଆଯାଉଛି। ସେହିଭଳି ଭାରତକୁ ଏକ ବିକଶିତ ଅର୍ଥନୀତି ଭାବେ ଗଢିତୋଳିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ଡିଫେନ୍ସ ଇଷ୍ଟେଟ୍‌ ଡେ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗ ଦେଇ ଜେଟଲୀ ଏହା କହିଛନ୍ତି। ଘରୋଇ ବଜାରକୁ ବିକଶିତ ସ୍ଥିତିରେ ପହଞ୍ଚାଇବାକୁ ଦେଶର ଭିତ୍ତିଭୂମି ବିକାଶ ନିତାନ୍ତ ଜରୁରୀ ବୋଲି ଜେଟଲୀ କହିଛନ୍ତି। ଏହାର ଅଭାବ ଅଭିବୃଦ୍ଧି ପଥରେ ଅନ୍ତରାୟ ସୃଷ୍ଟି କରୁଛି। ଏହି କ୍ଷେତ୍ରରେ ଅଧିକ ନିବେଶକୁ ସରକାର ପ୍ରାଥମିକତା ଦେଉଛନ୍ତି। ଭିତ୍ତିଭୂମି ବିକାଶ ଲାଗି ଆଗାମୀ ୫ ବର୍ଷରେ ୫୦ ଲକ୍ଷ କୋଟି ଟଙ୍କାର ନିବେଶ ଆବଶ୍ୟକତା ରହିଛି। ୨୦୦୭ରୁ ୨୦୧୭ ମଧ୍ୟରେ ଦେଶରେ ଉକ୍ତ କ୍ଷେତ୍ରରେ ୬୦ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଛି। ୨୦୧୭-୧୮ ଆର୍ଥତ୍କ ବର୍ଷରେ ଭିତ୍ତିଭୂମି ଲାଗି ୩.୯୬ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ନିବେଶ ଉନ୍ନତ ହେଲେ ଏହା ଅର୍ଥନୀତି ଉପରେ ଉତ୍ତମ ପ୍ରଭାବ ପକାଇବା ସହ ନିଯୁକ୍ତି ମଧ୍ୟ ସୃଷ୍ଟି କରିପାରିବ। ଭାରତ ବର୍ତ୍ତମାନ ୮% ଅଭିବୃଦ୍ଧି ଆଡକୁ ଅଗ୍ରସର ହେଉଥିବା ବେଳେ ଦେଶର ଜିଡିପି ୨.୫ ଟ୍ରିଲିୟନ ଡଲାର ନିକଟତର ହୋଇଥିବା ସେ ସୂଚନା ଦେଇଛନ୍ତି। ଅପରପକ୍ଷରେ, ମୁଦ୍ରାସ୍ଫୀତି ହ୍ରାସ, ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣ, ଦାରିଦ୍ର୍ୟ ଦୂରୀକରଣ, ରାଜପଥ ବିକାଶ, ଆଞ୍ଚଳିକ ସ୍ତରରେ ବିମାନ ସଂଯୋଗୀକରଣ, ନୂଆ ବିମାନ ବନ୍ଦର ସ୍ଥାପନ ତଥା ବିମାନ ବନ୍ଦର ବିକାଶ, ରିହାତି ଦରରେ ବିମାନ ସେବା ଭଳି ପ୍ରସଙ୍ଗକୁ ପ୍ରାଥମିକତା ଦିଆଯାଇଛି। ସେହିଭଳି ରେଳ ଭିତ୍ତିଭୂମି ବିକାଶ, ଗ୍ରାମୀଣ ବିଦ୍ୟୁତ ସଂଯୋଗୀକରଣ ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଭଳି ବିଭିନ୍ନ ପଦକ୍ଷେପ ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରିଛନ୍ତି ବୋଲି ଜେଟଲୀ କହିଛନ୍ତି।
All Right Reserved By

ବାଣିଜ୍ୟ |

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର: ଶସ୍ତା ହେବ ଔଷଧ

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର: ଶସ୍ତା ହେବ ଔଷଧ

ନୂଆଦିଲ୍ଲୀ, ୨୩।୧: ମାରାତ୍ମକ କ୍ୟାନସର ରୋଗ ସମେତ ୫୦ଟି ଜୀବନରକ୍ଷାରୀ ଔଷଧ ଶସ୍ତା ହେବ। ଖାଉଟି ଓ ପାଇକାରି ବ୍ୟବସାୟୀ ଅଳ୍ପ ଲାଭରେ ଏହି ସବୁ ଔଷଧ ବିକ୍ରି କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଆୟକର ରିଟର୍ନ ;୨୧ ଦିନ ମିଲିଲା ଦାଖଲ ସମୟ

ଆୟକର ରିଟର୍ନ ;୨୧ ଦିନ ମିଲିଲା ଦାଖଲ ସମୟ

ନୂଆଦିଲ୍ଲୀ,୨୩-୧: ଉଚ୍ଚ ମୂଲ୍ୟର ନେଣଦେଣ କରିଛନ୍ତି, ଅଥଚ ୨୦୧୮-୧୯ ଲାଗି ଆୟକର ରିଟର୍ନ ଦାଖଲ କରି ନଥିଲେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଏହା ଦାଖଲ ଲାଗି ଆହୁରି ୨୧ ଦିନ ସମୟ ଦେଇଛି। 

ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କର୍ପୋରେଟ କଲ୍ଚର ଅଣାଯିବ

ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କର୍ପୋରେଟ କଲ୍ଚର ଅଣାଯିବ

ନୂଆଦିଲ୍ଲୀ,୨୩-୧:  କେନ୍ଦ୍ର ସରକାର ଖୁବଶୀଘ୍ର ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କର୍ପୋରେଟ କଲ୍ଚର ଆଣିବାକୁ ଯାଉଛନ୍ତି। ଫଳରେ କର୍ପୋରେଟ ଗଭର୍ନାନ୍ସ ବା କର୍ପୋରେଟ ପ୍ରଶାସନିକ ବ୍ୟବସ୍ଥା ଆପଣାଇବାକୁ ସରକାର ପଦକ୍ଷେପ ନେବେ। 

ଜେଟ୍‌ ଏୟାରଓ୍ବେଜ ଚିନ୍ତା;ବୋର୍ଡରୁ ହଟିବାକୁ ନରେଶ ଗୋଏଲ ସର୍ତ୍ତ ରଖିଲେ

ଜେଟ୍‌ ଏୟାରଓ୍ବେଜ ଚିନ୍ତା;ବୋର୍ଡରୁ ହଟିବାକୁ ନରେଶ ଗୋଏଲ ସର୍ତ୍ତ ରଖିଲେ

ନୂଆଦିଲ୍ଲୀ,୨୩-୧:  ଅତ୍ୟଧିକ କ୍ଷତି ଯୋଗୁ ଦୂରାବସ୍ଥା ଦେଇ ଗତି କରୁଥିବା ଦେଶର ପ୍ରମୁଖ ଏୟାରଲାଇନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ ପ୍ରମୋଟର ତଥା ଅଧ୍ୟକ୍ଷ ନରେଶ ଗୋଏଲ ବୋର୍ଡରୁ ହଟିଯିବାକୁ ରାଜି ହୋଇଛନ୍ତି। 

ସୋମାନିର ନୂଆ ଶୋ’ରୁମ

ଭୁବନେଶ୍ୱର,୨୩-୧: ସୋମାନି ସେରାମିକ୍ସର ନୂଆ ଶୋ’ରୁମ ‘ସୋମାନି ଗ୍ରାଣ୍ଡେ’ ଭୁବନେଶ୍ୱରର ପାହାଳଠାରେ ଖୋଲିଛି। ସୋମାନିର ଉପସଭାପତି ସୁଜିତ ମହାନ୍ତି ଏହାକୁ ଉଦ୍‌ଘାଟନ କରିଥିଲେ।

ମାଷ୍ଟରକାର୍ଡକୁ ୬୪୮.୩ ମିଲିୟନ ଡଲାର ଜରିମାନା

ମାଷ୍ଟରକାର୍ଡକୁ ୬୪୮.୩ ମିଲିୟନ ଡଲାର ଜରିମାନା

ବ୍ରସେଲ୍ସ,୨୩-୧: ବ୍ୟାଙ୍କଗୁଡିକ ଦୋକାନୀଙ୍କୁ ଶୁଳ୍କ ପ୍ରଦାନ ଲାଗି ଶସ୍ତା ଦେୟ ପ୍ରଦାନ ବ୍ୟବସ୍ଥା ଆପଣାଉଥିବା ବେଳେ ଏଥିରେ ବାଧା ଉତ୍ପନ୍ନ କରିବା  ଅଭିଯୋଗରେ କ୍ରେଡିଟ କାର୍ଡ କମ୍ପାନୀ ମାଷ୍ଟରକାର୍ଡ ଉପରେ ୟୁରୋପୀୟ ୟୁନିୟନ ୫୭୦.୬ ମିଲିୟନ ୟୁରୋ(୬୪୮.୩ ମିଲିୟନ ଡଲାର) ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି। 

ଜାନୁୟାରୀ-ଡିସେମ୍ବର ଆର୍ଥିକ ବର୍ଷ ଲାଗୁ କରିବାକୁ ପ୍ରସ୍ତୁତି;ବଜେଟ୍‌ରେ ହୋଇପାରେ ଘୋଷଣା

ଜାନୁୟାରୀ-ଡିସେମ୍ବର ଆର୍ଥିକ ବର୍ଷ ଲାଗୁ କରିବାକୁ ପ୍ରସ୍ତୁତି;ବଜେଟ୍‌ରେ ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୨୩-୧:  ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦେଶର ଆର୍ଥିକ ବର୍ଷକୁ ଏପ୍ରିଲ-ମାର୍ଚ୍ଚ ପରିବର୍ତ୍ତେ ଜାନୁୟାରୀ-ଡିସେମ୍ବର କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନେଇ ବଜେଟ୍‌ରେ ଘୋଷଣା କରାଯିବ ବୋଲି ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। 

ତୈଳ ଚାହିଦାରେ  ଚାଇନାକୁ ପଛରେ ପକାଇବ ଭାରତ

ତୈଳ ଚାହିଦାରେ ଚାଇନାକୁ ପଛରେ ପକାଇବ ଭାରତ

ନୂଆଦିଲ୍ଲୀ,୨୩-୧:  ଅଟୋ ଇନ୍ଧନ ଓ ଏଲ୍‌ପିଜି ବ୍ୟବହାର ବୃଦ୍ଧି କାରଣରୁ ଭାରତ ୨୦୧୯ରେ ଅଶୋଧିତ ତୈଳ ଚାହିଦାରେ ଚାଇନାକୁ ପଛରେ ପକାଇ ଆମେରିକା ପରେ ବିଶ୍ୱର ବିଶ୍ୱର ଦ୍ୱିତୀୟ ଦେଶ ହେବାକୁ ଯାଉଛି। ଏ ସମ୍ପର୍କରେ ରିସର୍ଚ୍ଚ ଆଣ୍ଡ୍‌ କନସଲଟାନ୍ସି ଗ୍ରୁପ୍‌ ଉଡ଼୍‌ ମ୍ୟାକେଞ୍ଜି ପକ୍ଷରୁ ମଙ୍ଗଳବାର ଏକ ରିପୋର୍ଟ ପ୍ରକାଶ କରାଯାଇଛି। 

ରାଜ୍ୟ ଜିଡ଼ିପି ଅଭିବୃଦ୍ଧିରେ ଶୀର୍ଷରେ ବିହାର

ରାଜ୍ୟ ଜିଡ଼ିପି ଅଭିବୃଦ୍ଧିରେ ଶୀର୍ଷରେ ବିହାର

ନୂଆଦିଲୀ,୨୩-୧: ୨୦୧୭-୧୮ ଆର୍ଥତ୍କ ବର୍ଷରେ ଦେଶର ରାଜ୍ୟଗୁଡ଼ିକର ଜିଡ଼ିପି ଅଭିବୃଦ୍ଧି କ୍ଷେତ୍ରରେ ବିହାର ପ୍ରଥମ ସ୍ଥାନରେ ରହିଛି। ତାଲିକାରେ ଆନ୍ଧ୍ରପ୍ରଦେଶ ଦ୍ୱିତୀୟ ସ୍ଥାନ ଏବଂ ଗୁଜରାଟ ତୃତୀୟ ସ୍ଥାନରେ ରହିଥିବା ରେଟିଂ ଏଜେନ୍ସି କ୍ରିସିଲ ମଙ୍ଗଳବାର ସୂଚନା ଦେଇଛି।

ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

ଭୁବନେଶ୍ୱର,୨୩-୧: ସୁରକ୍ଷିତ ଗାଡି ଚାଳନା ସଂସ୍କୃତି ସୃଷ୍ଟି କରିବା ଲକ୍ଷ୍ୟରେ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ଭୁବନେଶ୍ୱରଠାରେ ଛାତ୍ରୀଛାତ୍ରଙ୍କ ପାଇଁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। 

ବିଗ୍‌ ବଜାରର ‘ସବ୍‌ସେ ଶସ୍ତେ ୫ ଦିନ’ ଏବେ ୨୦% ଆହୁରି ଶସ୍ତା

ବିଗ୍‌ ବଜାରର ‘ସବ୍‌ସେ ଶସ୍ତେ ୫ ଦିନ’ ଏବେ ୨୦% ଆହୁରି ଶସ୍ତା

ଭୁବନେଶ୍ୱର,୨୩-୧: ପ୍ରମୁଖ ରିଟେଲ ଚେନ୍‌ ବିଗ୍‌ ବଜାର ପକ୍ଷରୁ ବୁଧବାରଠାରୁ ଆରମ୍ଭ ହେଉଛି ‘ସବସେ ଶସ୍ତେ ୫ ଦିନ’ । 

୭% ଅଭିବୃଦ୍ଧି ଭଲ,ହେଲେ ଦେଶରେ ପର୍ଯ୍ୟାପ୍ତ ନିଯୁକ୍ତି କାହିଁ:ରାଜନ

୭% ଅଭିବୃଦ୍ଧି ଭଲ,ହେଲେ ଦେଶରେ ପର୍ଯ୍ୟାପ୍ତ ନିଯୁକ୍ତି କାହିଁ:ରାଜନ

ନୂଆଦିଲୀ,୨୩-୧: ୭% ଅଭିବୃଦ୍ଧି ହାର ଭଲ । ମାତ୍ର ଦେଶରେ ଯେତେ ପରିମାଣରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା କଥା ତାହା ହେଉ ନାହିଁ। ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା ଲାଭ କରିବାକୁ ସକ୍ଷମ ହୋଇଛି।