ବାଣିଜ୍ୟ |

ଭୁବନେଶ୍ୱରରେ ହିଲିୟସର ନବୀକୃତ ଷ୍ଟୋର

ଭୁବନେଶ୍ୱରରେ ହିଲିୟସର ନବୀକୃତ ଷ୍ଟୋର

ଭୁବନେଶ୍ୱର,୩୦-୧୧(ବ୍ୟୁରୋ)
ଟାଇଟନ କମ୍ପାନୀ ଲିମିଟେଡର ପ୍ରିମିୟମ ମଲ୍‌ଟି ବ୍ରାଣ୍ଡ ଘଣ୍ଟା ରିଟେଲର ହିଲିୟସ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଥିବା ଷ୍ଟୋରଟିର ନବୀକୃତ ଷ୍ଟୋରର ଶୁଭାରମ୍ଭ ଘୋଷଣା ହୋଇଛି। ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ କମ୍ପାନୀର ସହକାରୀ ଉପସଭାପତି ଏବଂ ଆଞ୍ଚଳିକ ବାଣିଜ୍ୟ ମୁଖ୍ୟ ରାଜେଶ୍ୱରୀ ଶ୍ରୀନିବାସନ, ଆଞ୍ଚଳିକ ବାଣିଜ୍ୟ ପ୍ରବନ୍ଧକ ବିପୁଲ ସେନଗୁପ୍ତା, ବାଣିଜ୍ୟ ପାର୍ଟନର ପପୁ ହଂସ ଓ ମାଣିକ୍‌ ହଂସ ଉପସ୍ଥିତ ରହି ଷ୍ଟୋରଟିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛନ୍ତି।
ଉକ୍ତ ଷ୍ଟୋରଟି ପୂର୍ବରୁ ଖାରବେଳନଗରସ୍ଥିତ ଗୁରୁଦ୍ୱାରା ନିକଟରେ ଅବସ୍ଥାପିତ ଥିଲା, ଯାହା ବର୍ତ୍ତମାନ ମାଷ୍ଟର କ୍ୟାଣ୍ଟିନଠାରେ ନୂତନ ରୂପରେ କାର୍ଯ୍ୟକ୍ଷମ ହୋଇଛି। ଷ୍ଟୋରଟି ଓଡ଼ିଶାର ଏକମାତ୍ର ବ୍ରାଣ୍ଡ ଷ୍ଟୋର ହୋଇଥିବାବେଳେ ଏହା ୮୫୭ ବର୍ଗ ଫୁଟ ସ୍ଥାନରେ ଅବସ୍ଥାପିତ। ଉକ୍ତ ଷ୍ଟୋରରେ ଗ୍ରାହକମାନେ ବିସ୍ତୃତ ଶୃଙ୍ଖଳାର ୨୫ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ବ୍ରାଣ୍ଡର ଘଡି ଲାଭ କରିବାକୁ ସକ୍ଷମ ହେବେ। ନବୀକୃତ ଷ୍ଟୋରରେ ଗ୍ରାହକଙ୍କ ଲାଗି ବିକ୍ରି ପରବର୍ତ୍ତୀ ସେବା ମଧ୍ୟ ଉପଲବ୍ଧ ରହିଛି। ଏହି ଅବସରରେ ୫୦୦୦ରୁ ଊର୍ଦ୍ଧ୍ୱ ଟଙ୍କାର ଅଣରିହାତି ସାମଗ୍ରୀ କ୍ରୟ ଉପରେ ୧୦% ପର୍ଯ୍ୟନ୍ତ ରିହାତି ମିଳିପାରିବ।
ପୁରୁଷ ଓ ମହିଳାଙ୍କ ଲାଗି ଷ୍ଟୋରରେ ବିଭିନ୍ନ ଅନ୍ତର୍ଜାତୀୟ ବ୍ରାଣ୍ଡ ଯଥା-ଟ୍ୟାଗ୍‌ ହିଅର, ଫେଡରିକ୍‌ କନଷ୍ଟାଣ୍ଟ, ମୋଭାଡୁ, ସିକୋ, ଗେସ୍‌, ସିଟିଜେନ୍‌, ଫସିଲ, ସ୍କାଜେନ୍‌, କେନିଥ୍‌ କୋଲ୍‌, ପୋଲିସ୍‌, ଏନ୍‌ କ୍ଲେଇନ୍‌, ଗେସ୍‌ କଲେକ୍‌ଶନ, ସ୍ବଭସ୍କି, ଫିଟବିଟ୍‌ ସହ ଟାଇଟନର ଜାଇଲ୍‌ସ, ନେବୁଲା, ଅକ୍ଟେନ ଓ ରାଗା ଭଳି ବ୍ରାଣ୍ଡ ଉପଲବ୍ଧ। ପୂର୍ବାଞ୍ଚଳରେ ହିଲିୟସର ୪ଟି ଷ୍ଟୋର ରହିଛି। ଆସନ୍ତା ବର୍ଷ ସୁଦ୍ଧା ପୂର୍ବାଞ୍ଚଳରେ ଆଉ ୫-୬ ଷ୍ଟୋର ଖୋଲିବାକୁ ଲକ୍ଷ୍ୟ ରହିଛି। ଭୁବନେଶ୍ୱରରେ ଅନ୍ୟ ଗୋଟିଏ ଷ୍ଟୋର ଖୋଲିବ ବୋଲି ଶ୍ରୀନିବାସନ କହିଛନ୍ତି। ଗ୍ରାହକଙ୍କ ଲାଗି ନୂଆ ଷ୍ଟୋରରେ ଏକ ସ୍ବତନ୍ତ୍ର ସ୍ବିସ୍‌ ଜୋନ୍‌ ଖୋଲାଯାଇଛି। ସେହିଭଳି ଇଏମ୍‌ଆଇ ସୁବିଧା ମଧ୍ୟ ରହିଛି। ଗ୍ରାହକଙ୍କ ରେସପନ୍ସକୁ ଆଧାର କରି ପରିବର୍ତ୍ତିତ ନୂଆ ଶୋ’ରୁମ୍‌ର ପରିକଳ୍ପନା କରାଯାଇଥିବା ବିଜ୍‌ନେସ ପାର୍ଟନର ପପୁ ହଂସ କହିଛନ୍ତି। ଏଠାରେ ଗ୍ରାହକ ମାନେ ଏକ ଉନ୍ନତ କ୍ରୟ ଅଭିଜ୍ଞତା ଲାଭ କରିବାକୁ ସକ୍ଷମ ହେବେ ବୋଲି ସେ ପ୍ରକାଶ କରିଛନ୍ତି।

All Right Reserved By

ବାଣିଜ୍ୟ |

୧୩ ବର୍ଷର ବାଳକ ଷ୍ଟାର୍ଟଅପ୍‌ ମାଲିକ

୧୩ ବର୍ଷର ବାଳକ ଷ୍ଟାର୍ଟଅପ୍‌ ମାଲିକ

ମୁମ୍ବାଇ,୧୯-୭: ମୁମ୍ବାଇର ୧୩ ବର୍ଷର ବାଳକ ହେଉଛନ୍ତି ତିଲକ ମେହେଟ୍ଟା। ଅଷ୍ଟମ ଶ୍ରେଣୀର ଛାତ୍ର ସେ। ନିଜ ବୟସର ଅନ୍ୟ ବାଳକମାନଙ୍କ ପରି ସେ ସମାନ। ଏହି ସମାନତା ମଧ୍ୟରେ ବି ସେ ଅନ୍ୟମାନଙ୍କଠାରୁ ଭିନ୍ନ। ତାହା ହେଉଛି ଏତେ କମ୍‌ ବୟସରେ ସେ ହେଉଛନ୍ତି ଏକ ଲଜିଷ୍ଟିକ୍‌ ଷ୍ଟାର୍ଟଅପ୍‌ ମାଲିକ। ଜଣେ ଉଦୀୟମାନ ଉଦ୍ୟୋଗୀ। ଛୋଟ ବୟସରୁ ବଡ ଲକ୍ଷ୍ୟ ନେଇ ତିଲକ ଅଗ୍ରସର ହେଉଛି। ୨୦୨୦ ସୁଦ୍ଧା ତାଙ୍କ କମ୍ପାନୀ ପେପର୍ସ ଏନ୍‌ ପାର୍ସଲ୍ସ (ପିଏନ୍‌ପି) ୧୦୦ କୋଟି ଟଙ୍କାର କାରବାର କରିବ ବୋଲି ସେ ଲକ୍ଷ୍ୟ ରଖିଛନ୍ତି।

 ସର୍ବକାଳୀନ ନିମ୍ନ ସ୍ତରରେ ଟଙ୍କା

ସର୍ବକାଳୀନ ନିମ୍ନ ସ୍ତରରେ ଟଙ୍କା

ମୁମ୍ବାଇ,୧୯-୭(ପି.ଟି.) ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଗୁରୁବାର ସର୍ବକାଳୀନ ନିମ୍ନ ସ୍ତରକୁ ଖସିଆସିଛି। ଏଥିରେ ୪୩ ପଇସା ହ୍ରାସ ଘଟିଛି। ଫଳରେ ଏହା ୬୯.୦୫ ସ୍ତରକୁ ହ୍ରାସ ପାଇଛି।

ଚିଦାମ୍ବରମ୍‌ , କାର୍ତ୍ତିଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍‌

ଚିଦାମ୍ବରମ୍‌ , କାର୍ତ୍ତିଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍‌

ନୂଆଦିଲ୍ଲୀ, ୧୯-୭(ପି.ଟି): ଏୟାରସେଲ ମାକ୍ସିସ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ହୋଇଥିବା ଚାର୍ଜଶିଟରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ନାମ ରହିଛି। ଉକ୍ତ ମାମଲାରେ ସିବିଆଇ ଅତିରିକ୍ତ ଚାର୍ଜଶିଟକୁ ସ୍ବତନ୍ତ୍ର ଜଜ୍‌ ଓ.ପି. ସାଇନିଙ୍କ ନିକଟରେ ଦାଖଲ କରିଛି।

ହାଓଲା ଅପରେଟରଙ୍କଠାରୁ ୩.୬୫ କୋଟି ଜବତ

ହାଓଲା ଅପରେଟରଙ୍କଠାରୁ ୩.୬୫ କୋଟି ଜବତ

ନୂଆଦିଲ୍ଲୀ, ୧୯-୭(ପି.ଟି): ହାଓଲା କାରବାର ସନ୍ଦେହରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଦିଲ୍ଲୀ ତଥା ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଚଢାଉ ହୋଇଛି। ଏହି ଚଢାଉ ଦ୍ୱାରା ଇଡି ୩.୬୫ କୋଟି ଟଙ୍କା ଜବତ କରିଛି। ଏହା ମଧ୍ୟରେ ୪୬ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ସାମିଲ ଥିବା ଇଡିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅଧିକ ଆର୍‌ଓଜି ଷ୍ଟୋର ଖୋଲିବ ଆସୁସ୍‌

ଅଧିକ ଆର୍‌ଓଜି ଷ୍ଟୋର ଖୋଲିବ ଆସୁସ୍‌

ଭୁବନେଶ୍ୱର, ୧୯-୭(ବ୍ୟୁରୋ): ପ୍ରମୁଖ କମ୍ପାନୀ ଆସୁସ୍‌ ଘରୋଇ ବଜାରରେ ଏହାର ସମ୍ପ୍ରସାରଣ ଯୋଜନା ଅନ୍ତର୍ଗତ ଅଧିକ ରିପବ୍ଲିକ ଅଫ୍‌ ଗେମର୍‌ (ଆର୍‌ଓଜି) ଷ୍ଟୋର ଖୋଲିବ। ଉକ୍ତ ବର୍ଗରେ କମ୍ପାନୀ ବର୍ତ୍ତମାନ ଦେଶରେ ୩ଟି ଷ୍ଟୋର ସ୍ଥାପନ କରିଛି। ଷ୍ଟୋରଗୁଡିକ ବାଙ୍ଗାଲୋର, କଲିକତା ଏବଂ ଭୁବନେଶ୍ୱରରେ ରହିଛି। ପୂର୍ବାଞ୍ଚଳ ବଜାରଗୁଡିକ କଥା ବିଚାର କରିଲେ କମ୍ପାନୀ ଓଡିଶାରେ ୧୪% ବଜାର ଅଂଶ ହାସଲ କରିଛି। ଓଡିଶାରେ ଗେମିଂ ବଜାରର ଅଭିବୃଦ୍ଧି ଥିବାରୁ ଏଠାରେ ଏକ୍ସକ୍ଲୁସିଭ୍‌ ଗେମିଂ ଷ୍ଟୋର ଖୋଲିବା ନେଇ କମ୍ପାନୀ ଯୋଜନା ରଖିଛି। ଆସୁସ୍‌ର ଭାରତ ଏବଂ ଦକ୍ଷିଣ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଲିଓନ ୟୁ ସ୍ଥାନୀୟ ସହିଦ ନଗର ସ୍ଥିତ ଆର୍‌ଓଜି ଷ୍ଟୋର ପରିଦର୍ଶନରେ ଆସିଥିବା ବେଳେ ଉକ୍ତ ସୂଚନା ଦେଇଛନ୍ତି।

ମିଥ୍ୟା ନ୍ୟୁଜ ରୋକିବାକୁ ହ୍ବାଟସ୍‌ ଆପ୍‌ର ଯୋଜନା

ମିଥ୍ୟା ନ୍ୟୁଜ ରୋକିବାକୁ ହ୍ବାଟସ୍‌ ଆପ୍‌ର ଯୋଜନା

ନୂଆଦିଲ୍ଲୀ, ୧୯-୭(ପି.ଟି): ପ୍ରମୁଖ ମେସେଜିଂ ସେବା ପ୍ରଦାନକାରୀ କମ୍ପାନୀ ହ୍ବାଟସ୍‌ ଆପ୍‌ ମିଥ୍ୟା ଖବର ରୋକିବାକୁ ଯୋଜନା ଧାର୍ଯ୍ୟ କରିଛି। ଏହି ପଦକ୍ଷେପ ଅନ୍ତର୍ଗତ କମ୍ପାନୀ ଡିଜିଟାଲ ସାକ୍ଷରତା କାର୍ଯ୍ୟକ୍ରମ ହାତକୁ ନେବ।

ଜିଓର ମନସୁନ ହଙ୍ଗାମା ଅଫର

ଜିଓର ମନସୁନ ହଙ୍ଗାମା ଅଫର

ନୂଆଦିଲ୍ଲୀ, ୧୯-୭(ପି.ଟି): ମୁକେଶ ଅମ୍ବାନୀଙ୍କ ଅଧିକୃତ କମ୍ପାନୀ ରିଲାଏନ୍ସ ଜିଓର ମନସୁନ ହଙ୍ଗାମା ଅଫର ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏହା ଦ୍ୱାରା ଗ୍ରାହକମାନେ ଜିଓ ଫୋନ ଉପରେ ଅଫର ଲାଭ କରି ପାରିବେ।

ଗୁଗୁଲ୍‌ ଉପରେ ୩୪ ହଜାର କୋଟି ଜରିମାନା;ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍‌କୁ ବେଆଇନ ଭାବେ ବ୍ୟବହାର କରିଥିବା ଅଭିଯୋଗ

ଗୁଗୁଲ୍‌ ଉପରେ ୩୪ ହଜାର କୋଟି ଜରିମାନା;ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍‌କୁ ବେଆଇନ ଭାବେ ବ୍ୟବହାର କରିଥିବା ଅଭିଯୋଗ

ବ୍ରସେଲ୍ସ,୧୯-୭: ୟୁରୋପୀୟ ସଂଘ(ଇୟୁ) ଇଣ୍ଟର୍‌ନେଟ୍‌ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲ୍‌ ଉପରେ ରେକର୍ଡ ୪.୩୪ ବିଲିୟନ୍‌ ୟୁରୋ(ପାଖାପାଖି ୩୪,୩୦୮ କୋଟି ଟଙ୍କା)ର ଜରିମାନା ଲଗାଇଛି। ନିଜ ସର୍ଚ୍ଚ ଇଞ୍ଜିନ୍‌ର ଫାଇଦା ପାଇଁ ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍‌କୁ ଗୁଗୁଲ୍‌ ବେଆଇନ ଭାବେ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ୟୁରୋପୀୟ ସଂଘର କମିଶନର ମାର୍‌ଗ୍ରେଥ୍‌ ବେଷ୍ଟେଜର କହିଛନ୍ତି ଯେ, ଗୁଗୁଲ୍‌ ନିଜର ସର୍ଚ୍ଚ ଇଞ୍ଜିନ୍‌କୁ ମଜଭୂତ କରିବା ପାଇଁ ଆଣ୍ଡ୍ରଏଡ୍‌ର ଫାଇଦା ଉଠାଇଛି।

ତୈଳ ଦର, ମୁଦ୍ରା ମୂଲ୍ୟ ସୁଧୁରିବା ପରେ ଏୟାର୍‌ ଇଣ୍ଡିଆ ବିକ୍ରି ନେଇ ବିଚାର ହେବ

ତୈଳ ଦର, ମୁଦ୍ରା ମୂଲ୍ୟ ସୁଧୁରିବା ପରେ ଏୟାର୍‌ ଇଣ୍ଡିଆ ବିକ୍ରି ନେଇ ବିଚାର ହେବ

ନୂଆଦିଲ୍ଲୀ,୧୯-୭(ପି.ଟି.): ତୈଳ ଦର, ମୁଦ୍ରାର ବିନିମୟ ମୂଲ୍ୟ ଏବଂ ବିଶ୍ୱ ଅର୍ଥନୈତିକ ସ୍ଥିତି ସୁଧୁରିବା ପରେ ଯାଇ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର୍‌ ଇଣ୍ଡିଆର ବିକ୍ରି ଉପରେ ପୁନର୍ବିଚାର କରାଯିବ। ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ବୁଧବାର ଏହି ସୂଚନା ଦେଇଛନ୍ତି।

ଅନିୟନ୍ତ୍ରିତ ଜମା ନିୟନ୍ତ୍ରଣ ପାଇଁ ବିଲ୍‌ ଉପସ୍ଥାପିତ: ଠକ ସଂସ୍ଥାଗୁଡିକୁ ହୋଇପାରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌

ଅନିୟନ୍ତ୍ରିତ ଜମା ନିୟନ୍ତ୍ରଣ ପାଇଁ ବିଲ୍‌ ଉପସ୍ଥାପିତ: ଠକ ସଂସ୍ଥାଗୁଡିକୁ ହୋଇପାରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌

ନୂଆଦିଲ୍ଲୀ,୧୯-୭(ପି.ଟି.): ଅନିୟନ୍ତ୍ରିତ ଜମା ଉପରେ ରୋକ ଲଗାଇବା ପାଇଁ ଉଦ୍ଦିଷ୍ଟ ଏକ ବିଲ୍‌କୁ ବୁଧବାର ଲୋକ ସଭାରେ ଉପସ୍ଥାପିତ କରାଯାଇଛି। ଏହା ଅନ୍ତର୍ଗତ ପୋଞ୍ଜି ସ୍କିମ୍‌ ଅପରାଧୀମାନଙ୍କ ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ପ୍ରସ୍ତାବ ରଖାଯାଇଛି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପୋନ୍‌ ରାଧାକ୍ରିଷ୍ଣନ୍‌ ‘ବ୍ୟାନିଙ୍ଗ୍‌ ଅଫ୍‌ ଅନ୍‌ରେଗୁଲେଟେଡ୍‌ ଡିପୋଜିଟ୍‌ ସ୍କିମ୍ସ ବିଲ୍‌-୨୦୧୮’କୁ ଉପସ୍ଥାପନ କରିବା ଅବସରରେ ଏହା କହିଛନ୍ତି।

ସରକାରଙ୍କ ନିୟନ୍ତ୍ରଣାଧିନ ନୁହେଁ ସୋସିଆଲ ମିଡିଆ କଣ୍ଟେଣ୍ଟ

ସରକାରଙ୍କ ନିୟନ୍ତ୍ରଣାଧିନ ନୁହେଁ ସୋସିଆଲ ମିଡିଆ କଣ୍ଟେଣ୍ଟ

ନୂଆଦିଲ୍ଲୀ, ୧୯-୭(ପି.ଟି): ସୋସିଆଲ ମିଡିଆରେ ଆସୁଥିବା କଣ୍ଟେଟ ଉପରେ ସରକାର ନିୟନ୍ତ୍ରଣ ଜାରି କରୁ ନାହାନ୍ତି। ଲୋକଙ୍କ ଗୋପନୀୟତା, ମତ ବ୍ୟକ୍ତ କରିବା ତଥା ବାକ୍‌ ସ୍ବାଧିନତା ଭଳି ପ୍ରସଙ୍ଗ ସହ ଜଡିତ ଥିବାରୁ ସୋସିଆଲ ମିଡିଆ କଣ୍ଟେଣ୍ଟ ନିୟନ୍ତ୍ରଣାଧିନ ନୁହେଁ ବୋଲି ଇଲେକଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଏସ୍‌.ଏସ୍‌ ଆହଲୁଓ୍ବାଲିଆ ସଂସଦକୁ ସୂଚନା ଦେଇଛନ୍ତି।

ପ୍ରତ୍ୟାହାର ହୋଇପାରେ ବିବାଦୀୟ ଏଫ୍‌ଆର୍‌ଡିଆଇ ବିଲ୍‌

ପ୍ରତ୍ୟାହାର ହୋଇପାରେ ବିବାଦୀୟ ଏଫ୍‌ଆର୍‌ଡିଆଇ ବିଲ୍‌

ନୂଆଦିଲ୍ଲୀ, ୧୯-୭(ପି.ଟି): ବିବାଦୀୟ ଫାଇନାନସିଆଲ ରିଜଲ୍ୟୁଶନ ଆଣ୍ଡ ଡିପୋଜିଟ ବିିଲ୍‌ ୨୦୧୭କୁ ସରକାର ପ୍ରତ୍ୟାହାର କରିନେଇ ପାରନ୍ତି। ଉକ୍ତ ବିଲ୍‌ ଯୋଗୁ ଜମାକାରୀଙ୍କୁ ସ୍ବାର୍ଥରେ ବାଧା ଉପୁଜିଛି। ଏହାକୁ ଧ୍ୟାନରେ ରଖି ସରକାର ଉକ୍ତ ବିଲ୍‌କୁ ବାଦ୍‌ ଦେଇ ପାରନ୍ତି।

Model This Week

ରୂପେଶ