ବାଣିଜ୍ୟ |

ଆଲୁମିନିୟମ୍‌ ଶିଳ୍ପ ଉପରେ ଜାତୀୟସ୍ତରୀୟ ଆଲୋଚନାଚକ୍ର

ଆଲୁମିନିୟମ୍‌ ଶିଳ୍ପ ଉପରେ ଜାତୀୟସ୍ତରୀୟ ଆଲୋଚନାଚକ୍ର
ଭୁବନେଶ୍ୱର,୩୦-୧୧ ଆଲୁମିନିୟମ ଶିଳ୍ପର ସହଯୋଗୀ ଉଦ୍ୟୋଗ ତଥା ଏହାର ଉପତ୍ାଦକୁ ନେଇ ସାମଗ୍ରୀ ପ୍ରସ୍ତୁତି କରୁଥିବା ଶିଳ୍ପ ସଂକ୍ରାନ୍ତରେ ଏକ ଜାତୀୟ ସେମିନାର ‘ଆଲୁମିନିୟମ୍‌ ଶିଳ୍ପ:ନିବେଶ ସୁଯୋଗ ଏବଂ ନିଯୁକ୍ତି ସାମର୍ଥ୍ୟ’ ଶୀର୍ଷକରେ ନୂଆଦିଲ୍ଲୀର ସ୍କୋପ କମ୍ପ୍ଲେକ୍ସଠାରେ ଆୟୋଜିତ ହୋଇଯାଇଛି। ଭାରତୀୟ ଆଲୁମିନିୟମ୍‌ ସଂଘ (ଏଏଆଇ) ତରଫରୁ ଏହା ଆୟୋଜିତ ହେଇଥିଲା । ଏଥିରେ ଯୋଗ ଦେଇଥିବା ଅଂଶଗ୍ରହଣକାରୀଙ୍କୁ ଉଦ୍‌ବୋଧନ ଦେଇ ନାଲକୋ ସିଏମ୍‌ଡି ତଥା ଏଏଆଇ ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ କହିଥିଲେ ଯେ, ଭାରତରେ ଆଲୁମିନିୟମର ଉପଯୋଗ କ୍ଷୀପ୍ର ଗତିରେ ବଢୁଛି ଓ ଖୁବ୍‌ଶୀଘ୍ର ଭାରତ ବିଶ୍ୱର ଅନ୍ୟତମ ପ୍ରମୁଖ ଆଲୁମିନିୟମ ବ୍ୟବହାରକାରୀ ରାଷ୍ଟ୍ର ରୂପେ ଉଭା ହେବାକୁ ଯାଉଛି। ଯେହେତୁ ଆଲୁମିନିୟମର ଚାହିଦା ଆଗକୁ ବଢ଼ିବ, ଆମକୁ ସେହି ହିସାବରେ ଉପତ୍ାଦିକତା ବୃଦ୍ଧି କରିବାକୁ ହେବ ଓ ତତ୍‌ ସହିତ ପ୍ରଦୁଷଣ ସ୍ତର ଯେପରି କମ୍‌ ରହିବ ସେଥିପ୍ରତି ଧ୍ୟାନ ଦେବାକୁ ହେବ। ଏହି ସେମିନାରରେ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଭାଷ ଚନ୍ଦ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଆଲୁମିନିୟମ ଉପତ୍ାଦକ ମାନେ ସେମାନଙ୍କ ଉପତ୍ାଦନ କେନ୍ଦ୍ର ଅଞ୍ଚଳରେ ସାମାଜିକ ତଥା ପାରିପାର୍ଶ୍ୱିକ ଉନ୍ନତି ନିମନ୍ତେ କାର୍ଯ୍ୟ କରିବା ଉଚିତ। ଏହି ଜାତୀୟ ସେମିନାରରେ ଆଲୁମିନିୟମ ଧାତୁ ଉପତ୍ାଦନ ଶିଳ୍ପ ସହିତ ଜଡିତ ଥିବା ଅନେକ ସମ୍ମାନୀୟ ବ୍ୟକ୍ତି, ବିଭିନ୍ନ ଗବେଷଣାତ୍ମକ ଅନୁଷ୍ଠାନ ଯଥା ସିଏସ୍‌ଆର୍‌ଆଇ,ଜେଏନ୍‌ଏଆର୍‌ଡିଡିସି, ଆଇଆଇଟି ଭୁବନେଶ୍ୱର ପରି ଶିକ୍ଷାନୁଷ୍ଠାନ, ଅନେକ ମ୍ୟାନେଜମେଣ୍ଟ କନ୍‌ସଲ୍‌ଟାଣ୍ଟ ଓ ନ୍ୟାଶ୍‌ନାଲ ସ୍ମଲ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନ ଲିଃ ଆଦି ସଂସ୍ଥା ଯୋଗ ଦେଇଥିଲେ।
All Right Reserved By

ବାଣିଜ୍ୟ |

ଇଣ୍ଟେକ୍ସ ଷ୍ଟାରୀ ୧୧

ଇଣ୍ଟେକ୍ସ ଷ୍ଟାରୀ ୧୧

ଭୁବନେଶ୍ୱର,୨୬-୯: ଇନଟେକ୍ସ ପକ୍ଷରୁ ବଜାରକୁ ଆସିଛି ଷ୍ଟାରି ୧୧ ସ୍ମାର୍ଟଫୋନ। ଏହାର ବଜାର ଦର ୪୯୯୯ ଟଙ୍କା ରହିଛି। ଏହି ମଡେଲରେ ଗ୍ରାହକ ଉନ୍ନତ ୟୁଜର ଏକ୍ସପେରିଏନ୍ସ, ପ୍ରିମିୟମ କ୍ୱାଲିଟି ସ୍କ୍ରିନ୍‌, ସୁପରିୟର ଡୁଆଲ କ୍ୟାମେରା ପାଇ ପାରିବେ। ଗ୍ରାହକମାନେ ୮ ଏମ୍‌ପି ରିୟର କ୍ୟାମେରା ସହ ୮ ଏମ୍‌ପି ଏବଂ ୨ ଏମପିର କ୍ୟାମେରା ପାଇପାରିବେ। ୧.୩ ଗିଗା ହର୍ଜ କ୍ୱାର୍ଡକୋର ପ୍ରୋସେସର, ୨ଜିବି ର଼୍ୟାମ୍‌ , ୧୬ ଜିବି ଷ୍ଟୋରେଜ୍‌ କ୍ଷମତା, ଉନ୍ନତ ଓ୍ବାଚିଂ ଏବଂ ଗେମିଂ ସୁବିଧା ଏଥିରେ ଉପଲବ୍ଧ ହେବ। କମ୍ପାନୀ ଏଥିରେ ୧୨ ମାସର ବ୍ରାଣ୍ଡ ଓ୍ବାରେଣ୍ଟି ପ୍ରଦାନ କରୁଛି। ଏହା ସ୍ନାପଡିଲ୍‌ରେ ଉପଲବ୍ଧ ହେବ।

ସାମ୍‌ସଙ୍ଗ ଗାଲାକ୍ସି ଜେ୬ ପ୍ଲସ, ଜେ୪ ପ୍ଲସ

ସାମ୍‌ସଙ୍ଗ ଗାଲାକ୍ସି ଜେ୬ ପ୍ଲସ, ଜେ୪ ପ୍ଲସ

ଭୁବନେଶ୍ୱର,୨୬-୯: ସାମ୍‌ସଙ୍ଗ ଇଣ୍ଡିଆ ବଜାରକୁ ଆଣିଛି ନୂଆ ଗାଲାକ୍ସି ଜେ୬ ପ୍ଲସ ଏବଂ ଜେ୪ ପ୍ଲସ୍‌ ମଡେଲ। ଯୁବବର୍ଗଙ୍କୁ ଧ୍ୟାନରେ ରଖି ଏଥିରେ ଆକର୍ଷକ ଡିଜାଇନ ଏବଂ କୁଲ୍‌ ଫିଚର ରହିଥିବା କମ୍ପାନୀ ସୂଚନା ଦେଇଛି। ରେଡ୍‌, ବ୍ଲାକ ଏବଂ ବ୍ଲୁ ଭଳି ତିନୋଟି ରଙ୍ଗରେ ଜେ୬ ପ୍ଲସ ଆସୁଥିବା ବେଳେ ଜେ୪ ପ୍ଲସ ଗୋଲ୍ଡ, ବ୍ଲାକ ଏବଂ ବ୍ଲୁ ରଙ୍ଗରେ ଉପଲବ୍ଧ। ଏଥିରେ ଟ୍ରୁ ଏଚ୍‌ଡି ପ୍ଲସ୍‌ ଇନଫିନିଟି ଡିଜାଇନ୍‌, ଡଲବି ଆଟମ୍‌ ସୁବିଧା ରହିଛି। ଜେ୬ ପ୍ଲସରେ ପାର୍ଶ୍ୱ ଫିଙ୍ଗରପ୍ରିଣ୍ଟ ସେନସର, ୧୩ ଏବଂ ୫ ଏମ୍‌ପି ଡୁଆଲ ରିୟର କ୍ୟାମେରା, ୬ ଏମ୍‌ପି ଫ୍ରଣ୍ଟ କ୍ୟାମେରା ଭଳି ଅନ୍ୟ ପ୍ରମୁଖ ବୈଶିଷ୍ଟ୍ୟ ଉପଲବ୍ଧ। ଜେ ୪ ପ୍ଲସରେ ୧୩ ଏମପି ରିୟର ଏବଂ ୫ ଏମପି ଫ୍ରଣ୍ଟ କ୍ୟାମେରା ରହିଛି। ସେହିଭଳି ଆଣ୍ଡ୍ରଏଡ୍‌ ଓରିଓ, ୩,୩୦୦ ଏମଏଏଚ୍‌ ବ୍ୟାଟେରୀ ସୁବିଧା, ୪୨୫ ସ୍ନାପଡ୍ରାଗନ ପ୍ରୋସେସର  ରହିଛି। ମେଡଲଗୁଡିକର ବଜାର ଦର ୧୫,୯୯୦ଟଙ୍କା ( ଜେ୬ ପ୍ଲସ) ଏବଂ ୧୦,୯୯୦ (ଜେ୪ ପ୍ଲସ) ଟଙ୍କା ରହିଛି। 

୮୩୧ ଭାରତୀୟଙ୍କ ନିକଟରେ ଜିଡିପିର ଏକ ଚତୁର୍ଥାଂଶ ସମ୍ପତ୍ତି

୮୩୧ ଭାରତୀୟଙ୍କ ନିକଟରେ ଜିଡିପିର ଏକ ଚତୁର୍ଥାଂଶ ସମ୍ପତ୍ତି

ନୂଆଦିଲ୍ଲୀ,୨୬-୯: ଦେଶରେ ଧନୀ-ଦରିଦ୍ରଙ୍କ ମଧ୍ୟରେ ଅସମାନତା ଦୂର ପାଇଁ ନୀତି ନିର୍ଦ୍ଧାରକମାନେ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି। ଅନ୍ୟପକ୍ଷରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଦେଶରେ ୧ ହଜାର କୋଟି ଟଙ୍କା ଅଥବା ତଦ୍ଧୁର୍ଦ୍ଧ୍ୱ ସମ୍ପତ୍ତି ରଖିଥିବା ଧନୀଙ୍କ ସଂଖ୍ୟା ୩୪% ବଢ଼ି ୮୩୧ରେ ପହଞ୍ଚତ୍ଗଲାଣି। 

ଦୈନିକ ୩୦୦ କୋଟି ଆୟ କରୁଛନ୍ତି ମୁକେଶ ଅମ୍ବାନୀ

ଦୈନିକ ୩୦୦ କୋଟି ଆୟ କରୁଛନ୍ତି ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୨୬-୯: ଦେଶର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଆଜକୁ ବର୍ଷେ ହେଲା ଦୈନିକ ୩୦୦ କୋଟି ଟଙ୍କା ବଢ଼ିଚାଲିଛି। ବାର୍କଲେଜ ହୁରୁନ ଇଣ୍ଡିଆ ଧନୀ ତାଲିକା ୨୦୧୮ରେ ଏ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି।

ଆଧାର ସାମ୍ବାଧାନିକ ବୈଦ୍ଧତା; ସୁପ୍ରିମକୋର୍ଟ ରାୟ ଆଜି

ଆଧାର ସାମ୍ବାଧାନିକ ବୈଦ୍ଧତା; ସୁପ୍ରିମକୋର୍ଟ ରାୟ ଆଜି

ନୂଆଦିଲ୍ଲୀ,୨୬-୯: ଆଧାରର ସାମ୍ବିଧାନିକ ବୈଧତା ସମ୍ପର୍କରେ ସୁପ୍ରିମକୋର୍ଟ ବୁଧବାର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିବେ। ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସହ ୧୨ ସଂଖ୍ୟାବିଶିଷ୍ଟ ବାୟୋମେଟ୍ରିକକୁ ଯୋଡାଯିବାକୁ ଗତ ବର୍ଷ ବିରୋଧ କରାଯାଇଥିଲା। 

ରାଣା କପୁରଙ୍କ  କାର୍ଯ୍ୟକାଳ ବୃଦ୍ଧି ଲାଗି ୟେସ୍‌ ବ୍ୟାଙ୍କର ଅନୁରୋଧ

ରାଣା କପୁରଙ୍କ କାର୍ଯ୍ୟକାଳ ବୃଦ୍ଧି ଲାଗି ୟେସ୍‌ ବ୍ୟାଙ୍କର ଅନୁରୋଧ

ନୂଆଦିଲ୍ଲୀ,୨୬-୯:  ପ୍ରତିଷ୍ଠାତା ସିଇଓ ତଥା ଏମ୍‌ଡି ରାଣା କପୁରଙ୍କ କାର୍ଯ୍ୟକାଳକୁ ଆସନ୍ତା ବର୍ଷ ସେପ୍ଟେମ୍ବର ଯାଏ ବୃଦ୍ଧି କରିବାକୁ ୟେସ୍‌ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଚିଠି ଲେଖିଛି। ଅନ୍ୟପକ୍ଷରେ ନୂଆ ସିଇଓ ଖୋଜିବା ଲାଗି ବ୍ୟାଙ୍କ ପକ୍ଷରୁ ଏକ ୫ ଜଣିଆ କମିଟି ଗଠନ କରାଯାଇଛି, ଯେଉଁଥିରେ ବାହାରୁ ୨ ଜଣ ସଦସ୍ୟ ରହିବେ। 

ଏପ୍ରିଲ-ଅଗଷ୍ଟରେ ବିତ୍ତୀୟ ନିଅଣ୍ଟ ୯୪.୭%

ଏପ୍ରିଲ-ଅଗଷ୍ଟରେ ବିତ୍ତୀୟ ନିଅଣ୍ଟ ୯୪.୭%

ନୂଆଦିଲ୍ଲୀ,୨୬-୯:  ଚଳିତ ବର୍ଷର ଏପ୍ରିଲ-ଅଗଷ୍ଟ ୫ମାସର ଅବଧିରେ ଦେଶର ବିତ୍ତୀୟ ନିଅଣ୍ଟ ପରିମାଣ ସୁଧାର ହୋଇ ୫.୯୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି, ଯାହାକି ସମ୍ପୂର୍ଣ୍ଣ ବର୍ଷର ୯୪.୭%। ସରକାରଙ୍କ ପକ୍ଷରୁ ମଙ୍ଗଳବାର ଏ ସମ୍ପର୍କରେ ତଥ୍ୟ ଜାରି କରାଯାଇଛି। 

ଅର୍ଥନୀତି ପାଇଁ ମୁଣ୍ଡବ୍ୟଥା ହୋଇପାରେ ୯୧ ହଜାର କୋଟିର ଋଣ

ଅର୍ଥନୀତି ପାଇଁ ମୁଣ୍ଡବ୍ୟଥା ହୋଇପାରେ ୯୧ ହଜାର କୋଟିର ଋଣ

ନୂଆଦିଲ୍ଲୀ,୨୬-୯:  ଢ଼ାଞ୍ଚାଗତ ନିର୍ମାଣ କ୍ଷେତ୍ରରେ ଋଣ ପ୍ରଦାନକାରୀ ଅଗ୍ରଣୀ କମ୍ପାନୀ ଇନଫ୍ରାଷ୍ଟ୍ରକ୍ଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେଜ ଲିମିଟେଡ(ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ) ଗ୍ରୁପ୍‌ ଏବେ ନିଜେ ୯୧ହଜାର କୋଟି ଟଙ୍କାର ଋଣୀ ହୋଇଛି। ଅର୍ଥ ସଙ୍କଟ କାରଣରୁ ଏହା ଏବେ ଋଣ ଫେରସ୍ତ କରିପାରୁନି। ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ଏବେ ଅର୍ଥନୀତି ପାଇଁ ମୁଣ୍ଡବିନ୍ଧାର କାରଣ ହେଲାଣି। କାରଣ ଏହି ଋଣ ଯୋଗୁ ଅନ୍ୟ କମ୍ପାନୀମାନେ  ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। 

ବ୍ୟାଙ୍କମୁଖ୍ୟଙ୍କୁ ଜେଟ୍‌ଲୀଙ୍କ କଡ଼ା ବାର୍ତ୍ତା;ଋଣଖିଲାପୀ ହେଲେ ନିଅ ଦୃଢ଼ କାର୍ଯ୍ୟାନୁଷ୍ଠାନ

ବ୍ୟାଙ୍କମୁଖ୍ୟଙ୍କୁ ଜେଟ୍‌ଲୀଙ୍କ କଡ଼ା ବାର୍ତ୍ତା;ଋଣଖିଲାପୀ ହେଲେ ନିଅ ଦୃଢ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୬-୯: କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀ ମଙ୍ଗଳବାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟମାନଙ୍କୁ ଭେଟିଛନ୍ତି। ସେ ଏହି ଅବସରରେ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିର ସମୀକ୍ଷା କରିଛନ୍ତି। ଜାଣିଶୁଣି ଋଣ ପରିଶୋଧ କରୁ ନ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ବ୍ୟାଙ୍କ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ସରକାରୀ କମ୍ପାନୀ ହେବ ଜିଏସ୍‌ଟିଏନ୍‌; ନିଷ୍ପତ୍ତି ଆଜି

ସରକାରୀ କମ୍ପାନୀ ହେବ ଜିଏସ୍‌ଟିଏନ୍‌; ନିଷ୍ପତ୍ତି ଆଜି

ନୂଆଦିଲ୍ଲୀ,୨୬-୯: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ର ଆଇଟି ବ୍ୟାକ୍‌ବୋନ୍‌ କୁହାଯାଉଥିବା ସଂସ୍ଥା ଜିଏସ୍‌ଟି ନେଟ୍‌ଓ୍ବର୍କ ସରକାରୀ କମ୍ପାନୀରେ ପରିଣତ ହେବ। ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବ। କେନ୍ଦ୍ର ସରକାରଙ୍କର ୫୦% ଏବଂ ସମସ୍ତ ରାଜ୍ୟ ସରକାରଙ୍କର ମିଳିତ ଭାବେ ୫୦% ଅଂଶ ରହିବ। ଆସନ୍ତା କାଲିର ବୈଠକ  ସମ୍ପର୍କରେ ସୂଚନା ରଖିଥିବା ଜଣେ ବରିଷ୍ଠ ଅଧିକାରୀ ଏହା କହିଛନ୍ତି।

ଏମ୍‌ସିଏଲ୍‌ର ନୂତନ ଅଧ୍ୟକ୍ଷ ହେଲେ ରାଜୀବ ରଞ୍ଜନ ମିଶ୍ର

ଏମ୍‌ସିଏଲ୍‌ର ନୂତନ ଅଧ୍ୟକ୍ଷ ହେଲେ ରାଜୀବ ରଞ୍ଜନ ମିଶ୍ର

ସମ୍ବଲପୁର, ୨୬-୯:  ମହାନଦୀ କୋଲ ଫିଲ୍‌ଡି ଲିମିଟେଡ୍‌(ଏମ୍‌ସିଏଲ୍‌)ର ନୂତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ରାଜୀବ ରଞ୍ଜନ ମିଶ୍ର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ମିଶ୍ର ବର୍ତ୍ତମାନ ଓ୍ବେଷ୍ଟର୍ନ କୋଲ୍‌ ଫିଲ୍‌ଡ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି। 

ମୃତ୍ୟୁଞ୍ଜୟ ମହାପାତ୍ର ସିଣ୍ଡିକେଟ୍‌ ବ୍ୟାଙ୍କର ନୂତନ ସିଇଓ

ମୃତ୍ୟୁଞ୍ଜୟ ମହାପାତ୍ର ସିଣ୍ଡିକେଟ୍‌ ବ୍ୟାଙ୍କର ନୂତନ ସିଇଓ

ଭୁବନେଶ୍ୱର,୨୬-୯:  ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଣ୍ଡିକେଟ୍‌ର ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ତଥା ପ୍ରବନ୍ଧନ ନିର୍ଦ୍ଦେଶକ(ଏମ୍‌ଡି) ଭାବେ ମୃତ୍ୟୁଞ୍ଜୟ ମହାପାତ୍ର ନିିଯୁକ୍ତି ପାଇଛନ୍ତି।