ବାଣିଜ୍ୟ |

ଡ୍ୟୁକ୍‌କୁ ସିଆଇସିୟୁ ଶ୍ରେଷ୍ଠ ବ୍ରାଣ୍ଡ ସମ୍ମାନ

ଡ୍ୟୁକ୍‌କୁ ସିଆଇସିୟୁ ଶ୍ରେଷ୍ଠ ବ୍ରାଣ୍ଡ ସମ୍ମାନ
ଚଣ୍ଡିଗଡ,୩୦-୧୧ ଲାଇଫ୍‌ଷ୍ଟାଇଲ୍‌ ବ୍ରାଣ୍ଡ ଡ୍ୟୁକ୍‌ ଫ୍ୟାଶନ୍ସ (ଇଣ୍ଡିଆ) ଲିମିଟେଡ୍‌ ‘ସିଆଇସିୟୁ-ଶ୍ରେଷ୍ଠ ବ୍ରାଣ୍ଡ ସମ୍ମାନ’ରେ ସମ୍ମାନୀତ ହୋଇଛି। ଚାମ୍ବର ଅଫ୍‌ ଇଣ୍ଡଷ୍ଟ୍ରିଆଲ ଆଣ୍ଡ୍‌ କମର୍ସିଆଲ ଅଣ୍ଡର୍‌ଟେକିଙ୍ଗ୍‌ସ(ସିଆଇସିୟୁ, ଲୁଧିଆନା) ପକ୍ଷରୁ ଆୟୋଜିତ ବ୍ରାଣ୍ଡ୍‌ ଏବଂ ଆଇପିଆର୍‌ ସମିଟ୍‌ରେ କମ୍ପାନୀକୁ ପୁରସ୍କୃତ କରାଯାଇଛି। ଡ୍ୟୁକ୍‌ ଫ୍ୟାଶନ୍ସ (ଇଣ୍ଡିଆ) ଲିମିଟେଡ୍‌ର ନିର୍ଦ୍ଦେଶକ କୁନ୍ତଳ ରାଜ ଜୈନଙ୍କୁ ପୁରସ୍କାର ହନ୍ତାନ୍ତର କରାଯାଇଛି। ତାଙ୍କ ସହିତ ପତ୍ନୀ କିର୍ତ୍ତୀ ଜୈନ ଉପସ୍ଥିତ ଥିଲେ। ପଞ୍ଜାବର ଆର୍ଥିକ ଯୋଜନା ଏବଂ ନିଯୁକ୍ତି ମନ୍ତ୍ରୀ ଏସ୍‌. ମନପ୍ରୀତ୍‌ ସିଂ ବାଦଲ ଏବଂ ଶିଳ୍ପ ଓ ବାଣିଜ୍ୟ ସଚିବ(ପଞ୍ଜାବ) ରାକେଶ କୁମାର ବର୍ମାଙ୍କଠାରୁ କୁନ୍ତଳ ରାଜ ଜୈନ ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଅବସରରେ ଜୈନ ପୁରସ୍କାରର ସମସ୍ତ ଶ୍ରେୟ କମ୍ପାନୀର ଚ୍ୟାନେଲ ପାର୍ଟନର, ସହଯୋଗୀ ଏବଂ କର୍ମଚାରୀମାନଙ୍କୁ ଦେଇଛନ୍ତି। ବ୍ରାଣ୍ଡ ଉପରେ ଭରସା ବଜାୟ ରଖିଥିବା ଗ୍ରାହକମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି।
All Right Reserved By

ବାଣିଜ୍ୟ |

ପୂଜାରେ ୧୦ ନୂଆ ମଡେଲ୍‌ ଆଣିବ ଏମ୍‌-ଟେକ୍‌ ମୋବାଇଲ୍‌

ପୂଜାରେ ୧୦ ନୂଆ ମଡେଲ୍‌ ଆଣିବ ଏମ୍‌-ଟେକ୍‌ ମୋବାଇଲ୍‌

ଭୁବନେଶ୍ୱର, ୧୭-୮(ବ୍ୟୁରୋ):ଦିଲ୍ଲୀଭିତ୍ତିକ ମୋବାଇଲ୍‌ ଫୋନ୍‌ କମ୍ପାନୀ ଏମ୍‌-ଟେକ୍‌ ଓଡିଶାରେ ୨୦୧୮ ଶେଷ ସୁଦ୍ଧା ୩ କୋଟି ଟଙ୍କାର ବ୍ୟବସାୟ କରିବ। ଏଥିପାଇଁ ଆସନ୍ତା ପାର୍ବଣ ଋତୁରେ ୪ଟି ସ୍ମାର୍ଟ ଫୋନ୍‌ ଏବଂ ୬ ଫିଚର ଫୋନ୍‌ ବଜାରକୁ ଆଣିବ। କମ୍ପାନୀର ଓଡିଶା ମୁଖ୍ୟ ଶିବ ପାତ୍ର ଏହା କହିଛନ୍ତି। ଗତ ତିନି ମାସ ଧରି କମ୍ପାନୀ ପକ୍ଷରୁ ଦେଶବ୍ୟାପୀ ପ୍ରତି ୧୫ ଦିନରେ ଥରେ ଲକି ଡ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଅଗଷ୍ଟ ୧୫ରେ ଏହାର ଗ୍ରାଣ୍ଡ୍‌ ଫାଇନାଲ୍‌ ଶେଷ ହୋଇଛି। ସ୍ବାଧୀନତା ଦିବସ ଉପଲକ୍ଷେ  ଉଭୟ ଗ୍ରାହକ ଓ ରିଟେଲରଙ୍କୁ ପ୍ରୋତ୍ସାହିତ କରିବା ପାଇଁ କାମ୍ପାନୀ ଏହି ସ୍ବତନ୍ତ୍ର ସ୍କିମ୍‌ ବ୍ୟବସ୍ଥା କରିଥିଲା ବୋଲି ପାତ୍ର କହିଛନ୍ତି। ଗ୍ରାଣ୍ଡ୍‌ଫିନାଲେରେ ଜଣେ ଭାଗ୍ୟଶାଳୀ ବିଜେତାଙ୍କୁ ମାରୁତି ସୁଜୁକିର ସ୍ବିଫ୍‌ଟ ଡିଜାୟାରା ଯାନ ଉପହାର ପ୍ରଦାନ କରାଯାଇଛି। 

ରାଷ୍ଟ୍ରାୟତ୍ତ ବ୍ୟାଙ୍କ କ୍ଷତି;ଏପ୍ରିଲ୍‌-ଜୁନ୍‌ରେ ୫୦ଗୁଣାରୁ ଅଧିକ

ରାଷ୍ଟ୍ରାୟତ୍ତ ବ୍ୟାଙ୍କ କ୍ଷତି;ଏପ୍ରିଲ୍‌-ଜୁନ୍‌ରେ ୫୦ଗୁଣାରୁ ଅଧିକ

ମୁମ୍ବାଇ, ୧୭-୮: ଅନାଦାୟ ଋଣ(ଏନପିଏ) ପରିମାଣ ବୃଦ୍ଧି ଏବଂ ବ୍ୟାଙ୍କ ଠକେଇ ଭଳି କେତେକ ନକାରାତ୍ମକ କାରଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଅଡ଼ୁଆରେ ପକାଇଛି। ୨୦୧୬-୧୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଦେଶର ୨୧ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯେତେ ପରିମାଣର କ୍ଷତି ସହିଥିଲେ ୨୦୧୭-୧୮ ଆର୍ଥିକ ବର୍ଷର ସମାନ ସମୟରେ ତା’ର ୫୦ ଗୁଣାରୁ ଅଧିକ କ୍ଷତି ସହିଛନ୍ତି।  ୨୦୧୭ ଏପ୍ରିଲ୍‌-ଜୁନ୍‌ରେ ଏଗୁଡିକର କ୍ଷତି ପରିମାଣ ୩୦୭ କୋଟି ଟଙ୍କା ଥିବାବେଳେ ୨୦୧୮ ଏପ୍ରିଲ୍‌-ଜୁନ୍‌ରେ ଏହା ୧୬,୬୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଗ୍ରସ୍‌ ଏନ୍‌ପିଏ ପରିମାଣ ୭.୧ ଲକ୍ଷ କୋଟି ଟଙ୍କାରୁ ୮.୫ ଲକ୍ଷ କୋଟି ଟଙ୍କା ଟପି ସାରିଛି। ଖାଲି ସେତିକି ନୁହେଁ ଏହା ବର୍ଷକୁ ବର୍ଷ ୧୯% ହାରରେ ବୃଦ୍ଧି ପାଉଛି ବୋଲି ସୁତ୍ରରୁ ଖବର ମିଳିଛି। 

ଅରୁନ୍ଧତୀ ଜୁଏଲର୍ସର ଫ୍ରିଡମ୍‌ ଫ୍ରମ୍‌ ମେକିଂ ଚାର୍ଜ ଅଫର

ଅରୁନ୍ଧତୀ ଜୁଏଲର୍ସର ଫ୍ରିଡମ୍‌ ଫ୍ରମ୍‌ ମେକିଂ ଚାର୍ଜ ଅଫର

ଭୁବନେଶ୍ୱର, ୧୭-୮: ଅରୁନ୍ଧତି ଜୁଏଲର୍ସ ପକ୍ଷରୁ ୭୨ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ‘ଫ୍ରିଡମ୍‌ ଫ୍ରମ୍‌ ମେକିଂ ଚାର୍ଜ’ ଅଫର ଘୋଷଣା କରାଯାଇଛି। ଏହା ମାଧ୍ୟମରେ ଗ୍ରାହକଙ୍କୁ ୨୨ କ୍ୟାରେଟ୍‌ ସୁନାରେ ତିଆରି ନୂତନ ଏବଂ ଏକ୍ସକ୍ଲୁଶିଭ୍‌ ରେଞ୍ଜ୍‌ର ଅଳଙ୍କାରରେ ୬୦% ପର୍ଯ୍ୟନ୍ତ  ଗଢ଼ା ମଜୁରି ଛାଡ଼ କରାଯିବ। ଏଥି ସହିତ ପ୍ରତି ରୁପା ଗହଣାର ଗଢ଼ା ମଜୁରିରେ ଫ୍ଲାଟ୍‌ ୫୦% ରିହାତି ଏବଂ ହୀରା ଗହଣାର ମୂଲ୍ୟରେ  ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ ବୋଲି ଏହାର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ପ୍ରକାଶ କରିଛନ୍ତି। ଏହି ଅଫର ଅରୁନ୍ଧତି ଜୁଏଲର୍ସର ସମସ୍ତ ଶୋ’ରୁମ୍‌ରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି। 

କସ୍‌ମସ୍‌ ବ୍ୟାଙ୍କ ଠକେଇର ତଦନ୍ତ କରିବ ଏସ୍‌ଆଇଟି

କସ୍‌ମସ୍‌ ବ୍ୟାଙ୍କ ଠକେଇର ତଦନ୍ତ କରିବ ଏସ୍‌ଆଇଟି

ନୂଆଦିଲ୍ଲୀ,  ୧୭-୮: ପୁଣେର କସମସ୍‌ ସମବାୟ ବ୍ୟାଙ୍କରେ ହ୍ୟାକିଙ୍ଗ ଦ୍ୱାରା ହୋଇଥିବା ୯୪ କୋଟି ଟଙ୍କାର ଠକେଇ ମାମଲା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲାରେ ତଦନ୍ତ ସ୍ପେଶାଲ ଇନଭେଷ୍ଟିଗେଶନ ଟିମ୍‌ (ଏସ୍‌ଆଇଟି) କରିବ ବୋଲି ଜଣା ଯାଇଛି। ପୁଣେ ପୋଲିସ୍‌ ପକ୍ଷରୁ ଏସ୍‌ଆଇଟି ଗଠନ ହୋଇଥିବା ଜଣେ ବରିଷ୍ଠ ପୋଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି। ପୋଲିସ ବ୍ୟାଙ୍କ ନିକଟରୁ ନେଣଦେଣ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରୁଛି। ଦେଶ ମଧ୍ୟରେ ହୋଇଥିବା ନେଣଦେଣ ଉପରେ ମଧ୍ୟ ପୋଲିସ ତଦନ୍ତ କରୁଛି। ଏହା ମଧ୍ୟରେ ଏଟିଏମ୍‌ଗୁଡିକରୁ ୨.୫ କୋଟି ଟଙ୍କା ଉଠାଣ ହୋଇଥିବା ଖବର ସାମ୍ନାକୁ ଆସିଛି। 

ଋଣ ଭାରରେ ୫୦%ରୁ ଉର୍ଦ୍ଧ୍ୱ ଚାଷୀ ପରିବାର

ଋଣ ଭାରରେ ୫୦%ରୁ ଉର୍ଦ୍ଧ୍ୱ ଚାଷୀ ପରିବାର

ନୂଆଦିଲ୍ଲୀ,  ୧୭-୮: ଗ୍ରାମୀଣ ପରିବାରଗୁଡିକ ବ୍ୟାଙ୍କ ସେବା ଲାଭ କରୁଥିବା  ବେଳେ ସଞ୍ଚୟ ମଧ୍ୟ କରୁଛନ୍ତି। ଅପରପକ୍ଷରେ ନିବେଶ ସ୍ତର, ପେନଶନ ଏବଂ ବୀମା କ୍ଷେତ୍ରରେ ଗ୍ରାମୀଣ ପରିବାରଗୁଡିକ  ଏବେ ମଧ୍ୟ ପଛରେ ରହିଛନ୍ତି। ଜାତୀୟ କୃଷି ଏବଂ ଗ୍ରାମୀଣ ଉନ୍ନତିକରଣ ବ୍ୟାଙ୍କ(ନାବାର୍ଡ) ପକ୍ଷରୁ ହୋଇଥିବା ଆର୍ଥତ୍କ ଅନ୍ତର୍ଭୁକ୍ତି ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଗ୍ରାମାଞ୍ଚଳରେ ପରିବାରଗୁଡିକର ଋଣ ଭାର ଅତି ଉଚ୍ଚରେ ରହିଛି। ଏହା ପରିବାରଗୁଡିକର ବାର୍ଷିକ ଆୟ ସେମାନଙ୍କ ଉପରେ ରହିଥିବା ଋଣ ସହ ସମାନ ବୋଲି ଜାତୀୟ ଆର୍ଥତ୍କ ଅନ୍ତର୍ଭୁକ୍ତି ସର୍ଭେରେ ଏହା ପ୍ରକାଶ ପାଇଛି। 

୫,୦୦୦ କୋଟି ଋଣ ଠକେଇରେ ବ୍ୟବସାୟୀ ଅଟକ

୫,୦୦୦ କୋଟି ଋଣ ଠକେଇରେ ବ୍ୟବସାୟୀ ଅଟକ

ନୂଆଦିଲୀ,  ୧୭-୮: କନସୋର୍ଟିୟମ ବ୍ୟାଙ୍କଗୁଡିକରୁ ୫,୦୦୦ କୋଟି ଟଙ୍କାର ଋଣ ଠକେଇ ମାମଲାରେ ସମ୍ପୃକ୍ତ ଜଣେ ଗୁଜରାଟୀ ବ୍ୟବସାୟୀଙ୍କୁ ଦୁବାଇ ପୋଲିସ ଅଟକ ରଖିଛି। ଅଟକ ବ୍ୟବସୀୟୀ ଜଣକ ପଳାତକ ଘୋଷିତ ନୀତିନ ସନ୍ଦେସାରା। ଗିରଫ ପରେ ତାଙ୍କର ନିର୍ବାସନ ନେଇ ସମ୍ଭାବନା ରହିଥିବା ଜଣାଯାଇଛି। ସନ୍ଦେସାରା ଗ୍ରୁପ ଅଫ୍‌ ଇଣ୍ଡଷ୍ଟ୍ରିଜ ବିରୋଧରେ ତଦନ୍ତ ହେଉଥିବା ଏଜେନ୍ସିର ଜଣେ ଅଧିକାରୀ କହିଛନ୍ତି। ଏହି ଏଜେନ୍ସିଗୁଡିକ ଷ୍ଟେରଲିଂ ବାୟୋଟେକର ତଦନ୍ତ ମଧ୍ୟ କରୁଛନ୍ତି। ଆନ୍ଧ୍ର ବ୍ୟାଙ୍କ ନେତୃତ୍ୱରେ କନସୋର୍ଟିୟମକୁ ନିତୀନ ଏବଂ ଚେତନ ସନ୍ଦେସାରା ଭ୍ରାତା ୫୦୦୦ କୋଟି ଟଙ୍କାର ଚୂନ ଲଗାଇବାର ଅଭିଯୋଗ ଆସିଛି।

ବିବାଦରେ ଭିଡିଓକନ୍‌ ଗ୍ରୁପ ଅଧ୍ୟକ୍ଷ; ହୋଇପାରେ ୭ ବର୍ଷ ଜେଲ

ବିବାଦରେ ଭିଡିଓକନ୍‌ ଗ୍ରୁପ ଅଧ୍ୟକ୍ଷ; ହୋଇପାରେ ୭ ବର୍ଷ ଜେଲ

ନୂଆଦିଲୀ,  ୧୭-୮: ଆଇସିଆଇସିଆଇ ବ୍ୟାଙ୍କର ବେଆଇନ ଋଣ ମାମଲାରେ ଭିଡିଓକନ୍‌ ଗ୍ରୁପ ଅଧ୍ୟକ୍ଷ ବେଣୁ ଗୋପାଳ ଧୂତଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିଲା। ଉକ୍ତ ମାମଲାରେ ତଦନ୍ତକାରୀ ଏଜେନ୍ସିଗୁଡିକ ବର୍ତ୍ତମାନ ଛାନଭିନ ଜାରି ରଖିଥିବା ବେଳେ ଭିଡିଓନକନ୍‌ ଅଧ୍ୟକ୍ଷ ଧୂତ ପୁଣି ବିବାଦ ଘେରକୁ ଆସିଛନ୍ତି।  ଦିଲୀ ପୋଲିସର ଅଥର୍ର୍ନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଧୂତଙ୍କ ବିରୋଧରେ ଏକ କର୍ପୋରେଟ ଠକେଇ ଅଭିଯୋଗ ଆଣିଛି। ଉକ୍ତ ମାମଲାରେ ସେ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ବୋଲି ଜଣାଯାଇଛି। ଦୁଇ ବର୍ଷ ତଳେ ତିରୁପତି ସେରାମିକ୍ସ ଲିମିଟେଡର ଏକ ମାମଲାରେ ସଞ୍ଚୟ ଭଣ୍ଡାରୀ ଦିଲୀ ପୋଲିସ ନିକଟରେ ଏକ ଏଫ୍‌ଆଇଆର୍‌ ଦାଏର କରିଥିଲେ। 

ଟ୍ରାଇଡେଣ୍ଡ ଏକାଡେମୀରେ ସିସ୍କୋର ଥିଙ୍କୁବେଟର

ଟ୍ରାଇଡେଣ୍ଡ ଏକାଡେମୀରେ ସିସ୍କୋର ଥିଙ୍କୁବେଟର

ଭୁବନେଶ୍ୱର,  ୧୭-୮: ଟ୍ରାଇଡେଣ୍ଟ ଏକାଡେମୀ ଅଫ୍‌ ଟେକ୍ନୋଲୋଜି ପରିସରରେ ସିସ୍କୋ ପକ୍ଷରୁ ନୂତନ ଥିଙ୍କୁବେଟରର ଶୁଭାରମ୍ଭ ହୋଇଛି। ଏହାକୁ ରାଜ୍ୟ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗ ସ୍ବତନ୍ତ୍ର ସଚିବ ସି.ଜେ ଭେନୁଗୋପାଳ ଉଦ୍‌ଘାଟନ କରିଥିଲେ। ଏହି ପଦକ୍ଷେପ ଦ୍ୱାରା  ଇଣ୍ଟରନେଟ ସଂକ୍ରାନ୍ତ ଜ୍ଞାନକୌଶଳର ବିକାଶ, ଆଞ୍ଚଳିକ ସମସ୍ୟା ସମାଧାନ, ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରଯୁକ୍ତି ଭିତ୍ତିକ ଔଦ୍ୟୋଗିକ ପ୍ରଗତି , ଦକ୍ଷତା ବିକାଶ ଭଳି ବିଭିନ୍ନ ଆନୁସଙ୍ଗିକ କ୍ଷେତ୍ରର ଉନ୍ନତି ସାଧନ ହୋଇ ପାରିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ରହିଛି। କାର୍ଯ୍ୟକ୍ରମ ପରିଚାଳନା ପାଇଁ ସିସ୍କୋ ନାସ୍‌କମ୍‌ ସହ ମିଳିତ ହୋଇ କାର୍ଯ୍ୟ କରୁଛି।

ହାଇଓ୍ବେ ନିମନ୍ତେ ବାଏ-ବ୍ୟାକ୍‌ ପ୍ରସ୍ତାବ

ହାଇଓ୍ବେ ନିମନ୍ତେ ବାଏ-ବ୍ୟାକ୍‌ ପ୍ରସ୍ତାବ

ନୂଆଦିଲ୍ଲୀ,୨୬।୭- ଜାତିୟ ରାଜପଥ ନିମନ୍ତେ ଏକ ବାଏ-ବ୍ୟାକ୍‌ ନିତୀ ଆଣିବାକୁ ସରକାର ବିଚାର କରୁଛନ୍ତି। ଏହାର ଆଇନଗତ ମତାମତ ପାଇଁ ଏକ ଡ୍ରାଫ୍ଟ ଦିଆଯାଇଛି। ଏ ବାବଦରେ ସଂସଦକୁ ଗୁରୁବାର ସୂଚନା ପ୍ରଦାନ କରାଯାଇଛି। 

ଯାନ ମୂଲ୍ୟ ବଢାଇଲା ମାରୁତି ସୁଜୁକି

ଯାନ ମୂଲ୍ୟ ବଢାଇଲା ମାରୁତି ସୁଜୁକି

ନୂଆଦିଲ୍ଲୀ,  ୧୬-୮:ପ୍ରମୁଖ ଯାନ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ଗୁରୁବାର ଏହାର ବିଭିନ୍ନ ମଡେଲ ଯାନ ଉପରେ ମୂଲ୍ୟ ବୃଦ୍ଧି ଘୋଷଣା କରିଛି। କମ୍ପାନୀ ଏହାର ମଡେଲଗୁଡିକ ଉପରେ ୬,୧୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବଢାଇଛି। 

ଟଙ୍କା ମୂଲ୍ୟ ହ୍ରାସ ଜାରି ରହିଲେ ପ୍ରଭାବିତ ହେବ ଅର୍ଥନୀତି

ଟଙ୍କା ମୂଲ୍ୟ ହ୍ରାସ ଜାରି ରହିଲେ ପ୍ରଭାବିତ ହେବ ଅର୍ଥନୀତି

ମାଙ୍ଗାଲୋର,  ୧୬-୮:ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ବିଶେଷ ଭାବେ ପ୍ରଭାବ ଦେଖା ଦେଇଛି। ଡଲାର ବର୍ତ୍ତମାନ ବିଶ୍ୱର ଅନ୍ୟ ଦେଶର ମୁଦ୍ରା ତୁଳନାରେ ବିଶେଷ ଭାବେ ଶକ୍ତିଶାଳୀ ବୋଲି ପ୍ରତୀୟମାନ ହେଉଛି। 

କସମସ୍‌ ବ୍ୟାଙ୍କ ଠକେଇର ତଦନ୍ତ କରିବ ଏସ୍‌ଆଇଟି

କସମସ୍‌ ବ୍ୟାଙ୍କ ଠକେଇର ତଦନ୍ତ କରିବ ଏସ୍‌ଆଇଟି

ନୂଆଦିଲ୍ଲୀ,  ୧୬-୮:ପୁଣେର କସମସ୍‌ ସମବାୟ ବ୍ୟାଙ୍କରେ ହ୍ୟାକିଙ୍ଗ ଦ୍ୱାରା ହୋଇଥିବା ୯୪ କୋଟି ଟଙ୍କାର ଠକେଇ ମାମଲା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲାରେ ତଦନ୍ତ ସ୍ପେଶାଲ ଇନଭେଷ୍ଟିଗେଶନ ଟିମ୍‌ (ଏସ୍‌ଆଇଟି) କରିବ ବୋଲି ଜଣା ଯାଇଛି। ପୁଣେ ପୋଲିସ୍‌ ପକ୍ଷରୁ ଏସ୍‌ ଆଇଟି ଗଠନ ହୋଇଥିବା ଜଣେ ବରିଷ୍ଠ ପୋଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।