ବାଣିଜ୍ୟ |

୧ ଟଙ୍କିଆ ନୋଟ୍‌କୁ ହେଲା ୧୦୦ ବର୍ଷ

୧ ଟଙ୍କିଆ ନୋଟ୍‌କୁ ହେଲା ୧୦୦ ବର୍ଷ

ବମ୍ବେ,୩୦-୧୧(ପି.ଟି.)
ଭାରତରେ ଛପା ହେଉଥିବା ୧ ଟଙ୍କିଆ ନୋଟ୍‌କୁ ଗୁରୁବାର ୧୦୦ ବର୍ଷ ହୋଇଛି। ପ୍ରଥମ ନୋଟ୍‌ ୧୯୧୭ ନଭେମ୍ବର ୩୦ରେ କିଙ୍ଗ୍‌ ଜର୍ଜ ଭିଙ୍କ ଫଟୋ ସହ ପ୍ରଚଳନ ହୋଇଥିଲା। ଏହି ନୋଟ୍‌ ରିଜର୍ଭ ବ୍ୟାଙ୍କ ନୁହେଁ ବରଂ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥାଏ। ଏହି ନୋଟ୍‌ର ଜନ୍ମ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ହୋଇଥିଲା। ଖର୍ଚ୍ଚ ଅଧିକ ଯୋଗୁ ମୁଦ୍ରା ପ୍ରସ୍ତୁତି କରିବାକୁ ସକ୍ଷମ ନ ହେବାରୁ ତତ୍କାଳୀନ କଲୋନିଆଲ ଅଥରିଟି ୧୯୧୭ରେ ୧ ଟଙ୍କିଆ ନୋଟ୍‌ ଛାପିବା ପାଇଁ ବାଧ୍ୟ ହେଲେ। ରିଜର୍ଭ ବ୍ୟାଙ୍କ ଓ୍ବେବ୍‌ସାଇଟ୍‌ରେ ଥିବା ତଥ୍ୟ ମୁତାବକ ଖର୍ଚ୍ଚ ଏବଂ ଲାଭକୁ ବିଚାରକୁ ନେଇ ପ୍ରଥମ ଥର ପାଇଁ ୧୯୨୬ରେ ଏହାକୁ ବନ୍ଦ କରାଯାଇଥିଲା। ୧୯୪୦ରେ ଏହାକୁ ପୁନଃ ଜାରି କରାଗଲା। ୧୯୯୪ରେ ପୁଣି ଏହାକୁ ବନ୍ଦ କରାଗଲା। ୨୦୧୫ରେ ଏହା ପୁଣି ବଜାରକୁ ଆସିଲା।
ଅନ୍ୟ ବ୍ୟାଙ୍କ ନୋଟ୍‌ଗୁଡିକରେ ଆର୍‌ବିଆଇ ଗଭର୍ନରଙ୍କ ସ୍ବାକ୍ଷର ରହୁଥିବାବେଳେ ୧ ଟଙ୍କିଆ ନୋଟ୍‌ରେ କେନ୍ଦ୍ର ଅର୍ଥ ସଚିବଙ୍କ ସ୍ବାକ୍ଷର ରହିଥାଏ।
ଯେତେବେଳେ ପ୍ରଥମ କରି ଏହି ନୋଟ୍‌ ଆସିଲା ପୂର୍ବରୁ ପ୍ରଚଳିତ ରୁପା ମୁଦ୍ରାକୁ ଏହା ସ୍ଥାନାନ୍ତରିତ କଲା। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ରୁପା ମୂଲ୍ୟ ବଢ଼ିବା ଯୋଗୁ ରୁପା ମୁଦ୍ରାକୁ ହଟାଇ ନୋଟ୍‌ର ପ୍ରଚଳନ କରାଗଲା। ଉକ୍ତ ନୋଟ୍‌ ଉପରେ କେବଳ ପୂର୍ବରୁ ପ୍ରଚଳିତ ରୁପା ମୁଦ୍ରାର ଫଟୋକୁ ସ୍ଥାନିତ କରାଗଲା। ଉକ୍ତ ସମୟରୁ ପ୍ରତି ୧ ଟଙ୍କିଆ ନୋଟ୍‌ରେ ଉକ୍ତ ବର୍ଷର ୧ ଟଙ୍କିଆ କଏନ୍‌ର ଫଟୋ ରହିଆସୁଛି।
ପ୍ରଥମ ନୋଟ୍‌ରେ ୩ ଜଣ ବ୍ରିଟିଶ ଅର୍ଥ ସଚିବ ଯଥା, ଏମ୍‌ଏମ୍‌ଏସ୍‌ ଗୁବ୍ବେ, ଏସି ମ୍ୟାକ୍‌ଓ୍ବାଟର୍ସ ଏବଂ ଏଚ୍‌ ଡେନିଙ୍ଗଙ୍କ ସ୍ବାକ୍ଷର ରହିଥିଲା।

All Right Reserved By

Model This Week

ନିକିତା

ବାଣିଜ୍ୟ |

ଶୁଳ୍କ ଦେବା ପାଇଁ ଏଣିକି ଏନ୍‌ଏଚ୍‌ ପ୍ଲାଜାରେ ଅଟକିବେ ନାହିଁ ଯାତ୍ରୀ

ଶୁଳ୍କ ଦେବା ପାଇଁ ଏଣିକି ଏନ୍‌ଏଚ୍‌ ପ୍ଲାଜାରେ ଅଟକିବେ ନାହିଁ ଯାତ୍ରୀ

ନୂଆଦିଲ୍ଲୀ,୨୨।୪- ଜାତୀୟ ରାଜପଥରେ ଯାତାୟାତ ସମୟରେ ଯାତ୍ରୀଙ୍କୁ ଶୁଳ୍କ ପ୍ରଦାନ କରିବାଲାଗି ପଡିଥାଏ। ଏହାକୁ ସୁବିଧାଜନକ କରିବା ଲାଗି ଏବେ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଅନେକ ବିକଳ୍ପ ରହିବ। ଯାହାଦ୍ୱାରା ଯାତ୍ରୀ କେବଳ ନଗଦ ପ୍ରଦାନ ନ କରି ପ୍ରିପେଡ୍‌ ଓ୍ବାଲେଟ୍‌, କ୍ରେଡିଟ୍‌ କାର୍ଡ୍‌ ଏବଂ ବ୍ୟାଙ୍କ ଆକାଉଣ୍ଟ ଦ୍ୱାରା ଶୁଳ୍କ ପ୍ରଦାନ କରିପାରିବେ।

ନୂତନ ବିଏମ୍‌ଡବ୍ଲ୍ୟୁ ଏକ୍ସ୩

ନୂତନ ବିଏମ୍‌ଡବ୍ଲ୍ୟୁ ଏକ୍ସ୩

ନୂଆଦିଲ୍ଲୀ,୨୨-୪ ଭାରତରେ ନୂତନ ବିଏମ୍‌ଡବ୍ଲ୍ୟୁ ଏକ୍ସ୩ର ବଜାର ପ୍ରବେଶ କରାଯାଇଛି । ଏହା ବର୍ତ୍ତମାନ ଡିଜେଲ ଭାରିଆଣ୍ଟରେ ଉପଲବ୍ଧ। ଆଗକୁ ଏହାର ପେଟ୍ରୋଲ ଭାରିଆଣ୍ଟ ଆସିବ । ବିଏମ୍‌ଡବ୍ଲ୍ୟୁ ଏକ୍ସ ୩ ଏକ୍ସ ଡ୍ରାଇଭ୍‌ ୨୦ଡି ଏକ୍ସପିଡିସନର ଏକ୍ସଶୋ’ରୁମ୍‌ ମୂଲ୍ୟ ୪୯,୯୯,୦୦୦ ଟଙ୍କା ରହିଥିବାବେଳେ ଏହାର ଲକ୍‌ଜୁରୀ ଲାଇନ୍‌ର ମୂଲ୍ୟ ୫୬,୭୦,୦୦୦ ଟଙ୍କା ରହିଛି।

ବିକ୍ରି ଷ୍ଟାଫ୍‌ଙ୍କୁ ବିଦା କରୁଛନ୍ତି ହ୍ୟାଣ୍ଡସେଟ୍‌ ନିର୍ମାତା

ବିକ୍ରି ଷ୍ଟାଫ୍‌ଙ୍କୁ ବିଦା କରୁଛନ୍ତି ହ୍ୟାଣ୍ଡସେଟ୍‌ ନିର୍ମାତା

ନୂଆଦିଲ୍ଲୀ,୨୨-୪ବଜାରରେ ତୀବ୍ର ପ୍ରତିଯୋଗିତା ମଧ୍ୟରେ କେତେକ ମୋବାଇଲ ହ୍ୟାଣ୍ଡସେଟ୍‌ ନିର୍ମାତା ଖର୍ଚ୍ଚକାଟ ଅଭିଯାନ ଆରମ୍ଭ କରିଛନ୍ତି। ବିଶେଷ କରି ଇ-କମର୍ସ କମ୍ପାନୀଗୁଡିକ ପକ୍ଷରୁ ପ୍ରତିଯୋଗିତାର ସାମ୍ନା କରୁଥିବା ଏହି କମ୍ପାନୀଗୁଡିକ ମଲ୍‌ଟି ବ୍ରାଣ୍ଡ୍‌ ଆଉଟ୍‌ଲେଟ୍‌ ତଥା ଏକ୍ସକ୍ଲୁସିଭ୍‌ ଷ୍ଟୋର୍‌ଗୁଡିକରେ ନିୟୋଜିତ ଥିବା ବିକ୍ରି ଷ୍ଟାଫ୍‌ମାନଙ୍କୁ ହଜାର ହଜାର ସଂଖ୍ୟାରେ ବାହାର କରିଦେଉଛନ୍ତି।

ହ୍ୟୁଣ୍ଡାଇର ବ୍ରାଣ୍ଡ ପାଓ୍ବାର ବୃଦ୍ଧି

ହ୍ୟୁଣ୍ଡାଇର ବ୍ରାଣ୍ଡ ପାଓ୍ବାର ବୃଦ୍ଧି

ନୂଆଦିଲ୍ଲୀ,୨୨-୪ଦେଶର ପ୍ରମୁଖ ପାସେଞ୍ଜର କାର ନିର୍ମାତା ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ଏହାର ବ୍ରାଣ୍ଡ୍‌ ପାଓ୍ବାର ବଢ଼ାଇବାରେ ପ୍ରମୁଖ ସଫଳତା ହାସଲ କରିଛି। ଗ୍ରାହକଙ୍କ ମଧ୍ୟରେ ହ୍ୟୁଣ୍ଡାଇ ବ୍ରାଣ୍ଡକୁ ନେଇ ସଚେତନତା ବଢ଼ିଛି। ଲୋକେ ଏହାର ପ୍ରିମିୟମ୍‌ ଉତ୍ପାଦକୁ ଅଧିକ ପସନ୍ଦ କରୁଛନ୍ତି। ମଡର୍ନ ପ୍ରିମିୟମ୍‌ ବ୍ରାଣ୍ଡ୍‌ଗୁଡିକ ଜରିଆରେ ଏହା ବୃହତ୍‌ ସଂଖ୍ୟକ ଗ୍ରାହକଙ୍କ ନିକଟରେ ଆଦୃତ ହୋଇପାରିଛି।

ଆସିବ ଇଲେକଟ୍ରୋନିକ୍‌ ହେଲଥ୍‌ କାର୍ଡ

ଆସିବ ଇଲେକଟ୍ରୋନିକ୍‌ ହେଲଥ୍‌ କାର୍ଡ

ନୂଆଦିଲ୍ଲୀ, ୨୨-୪ ହେଲଥ ତଥା ଓ୍ବେଲନେସ ସେଣ୍ଟରକୁ ଯାଉଥିବା ଲୋକମାନଙ୍କୁ ସରକାର ଆଗାମୀ ଦିନରେ ଇଲେକଟ୍ରୋନିକ୍‌ ହେଲଥ କାର୍ଡ ପ୍ରଦାନ କରିବେ। ଏଥିରେ ଏକ ୟୁନିକ ଆଇଡେଣ୍ଟିଫିକେଶନ ନମ୍ବର ରହିବ। ଏହି କାର୍ଡରେ ବ୍ୟକ୍ତିଙ୍କର ଡାକ୍ତରଖାନା ସଂକ୍ରାନ୍ତ ବିଭିନ୍ନ ତଥ୍ୟ, ଚିକିତ୍ସା ତଥା ରୋଗର ପରାମର୍ଶ ତଥ୍ୟ ରହିବ ବୋଲି ଜଣାଯାଇଛି।

ଆନ୍ତଃ ରାଜ୍ୟ ଗାଡି ସ୍ଥାନାନ୍ତରଣ ହେବ ଟିକସମୁକ୍ତ

ଆନ୍ତଃ ରାଜ୍ୟ ଗାଡି ସ୍ଥାନାନ୍ତରଣ ହେବ ଟିକସମୁକ୍ତ

ନୂଆଦିଲ୍ଲୀ, ୨୨-୪ ଆର୍‌ଟିଓ ଅଫିସଗୁଡିକରେ ହେଉଥିବା ଦୁର୍ନୀତିକୁ ଧ୍ୟାନରେ ରଖି ସରକାର କେତେକ ସଂସ୍କାର ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି। ଗୋଟିଏ ରାଜ୍ୟକୁ ଅନ୍ୟ ଏକ ରାଜ୍ୟର ରେଜିଷ୍ଟ୍ରେଶନ ଟ୍ରାନ୍ସଫରକୁ ଟିକସମୁକ୍ତ କରିବାକୁ ପ୍ରସ୍ତାବ ରହିଛି। ରାଜ୍ୟ ପରିବହନ ମନ୍ତ୍ରୀସ୍ତରୀୟ ବୈଠକରେ ରାଜ୍ୟଗୁଡିକୁ ଏ ନେଇ ବିଭିନ୍ନ ସୁପାରିସ୍‌ କରାଯାଇଛି।

 ନୀରବ ମୋଦି ମାମଲାରେ ହଂକଂ କୋର୍ଟ ଗଲା ପିଏନ୍‌ବି

ନୀରବ ମୋଦି ମାମଲାରେ ହଂକଂ କୋର୍ଟ ଗଲା ପିଏନ୍‌ବି

ନୂଆଦିଲ୍ଲୀ, ୨୧-୪ (ପି.ଟି) ୧୩,୫୦୦ କୋଟି ଟଙ୍କାର ଋଣ ମାମଲାରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ବିରୋଧରେ ହଂକଂ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏ ନେଇ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ନୀରବଙ୍କୁ ଗିରଫ କରିବା ଲାଗି ମାର୍ଚ୍ଚ ୨୩ ରେ ଭାରତ ସରକାର ହଂକଂ ସରକାରଙ୍କୁ କହିଥିଲେ।

କଓ୍ବୋଇସି ଲାଗି ଆଧାର ଅପରିହାର୍ଯ୍ୟ: ଆର୍‌ବିଆଇ

କଓ୍ବୋଇସି ଲାଗି ଆଧାର ଅପରିହାର୍ଯ୍ୟ: ଆର୍‌ବିଆଇ

ନୂଆଦିଲ୍ଲୀ, ୨୧-୪ (ପି.ଟି) ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏହାର ନୋ ୟୋର କଷ୍ଟମର(କଓ୍ବୋଇସି) ନିୟମରେ ସଂଶୋଧନ କରିଛି। କଓ୍ବୋଇସି ଲାଗି ଆଧାରକୁ ଆର୍‌ବିଆଇ ଅପରିହାର୍ଯ୍ୟ କରିଛି। ଫଳରେ ବ୍ୟାଙ୍କ ଏବଂ ବିତ୍ତ ପ୍ରତିଷ୍ଠାନଗୁଡିକ ଗ୍ରାହକଙ୍କ ସହ କାରବାର ବେଳେ ଏହାକୁ ଲୋଡିବେ । ସେହିଭଳି ଠିକଣା ତଥା ପରିଚୟ ଲାଗି ଲୋଡା ହେଉଥିବା ଅନ୍ୟ କେତେକ ବୈଦ୍ଧ ଦସ୍ତାବିଜ ବ୍ୟବହାର ନେଇ ରହିଥିବା ନିୟମକୁ ମଧ୍ୟ ଆର୍‌ବିଆଇ ସଂଶୋଧନ କରିଥିବା ଜଣାଯାଇଛି।

 ସେନ୍‌ସେକ୍ସରେ ୨୨୨ ପଏଣ୍ଟ ବୃଦ୍ଧି

ସେନ୍‌ସେକ୍ସରେ ୨୨୨ ପଏଣ୍ଟ ବୃଦ୍ଧି

ବମ୍ବେ,୨୧-୪(ଫି.ଟି.) କ୍ରମାଗତ ଚତୁର୍ଥ ସପ୍ତାହ ପାଇଁ ପୁଞ୍ଜି ବଜାର ଊର୍ଦ୍ଧ୍ୱମୁଖୀ ହୋଇଛି। ସପ୍ତାହର ପ୍ରଥମ କାରବାର ଦିବସରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସ ୩୩,୯୪୪.୭୩ ପଏଣ୍ଟରେ ଖୋଲିଥିଲା। ସପ୍ତାହ ଯାକ ଏହା ୩୩,୮୯୯.୩୪ରୁ ୩୪,୫୯୧.୮୧ ପଏଣ୍ଟ ମଧ୍ୟରେ ରହିଥିଲା। ଅନ୍ତିମ କାରବାର ଦିବସ ଅର୍ଥାତ୍‌ ଶୁକ୍ରବାର ଏହା ୩୪,୪୧୫.୫୮ ପଏଣ୍ଟରେ ବନ୍ଦ ହୋଇଥିଲା। ପୂର୍ବ ସପ୍ତାହ ତୁଳନାରେ ଏଥିରେ ୨୨୨.୯୩ ପଏଣ୍ଟ ବୃଦ୍ଧି ଘଟିଛି।

 ଆସନ୍ତା ସପ୍ତାହରେ ଓ୍ବାଲ୍‌ମାର୍ଟ-ଫ୍ଲିପ୍‌କାର୍ଟ ଚୁକ୍ତି,ଫ୍ଲିପ୍‌କାର୍ଟରେ ୫୧%ରୁ ଅଧିକ ଅଂଶଧନ କିଣିବ ଓ୍ବାଲ୍‌ମାର୍ଟ

ଆସନ୍ତା ସପ୍ତାହରେ ଓ୍ବାଲ୍‌ମାର୍ଟ-ଫ୍ଲିପ୍‌କାର୍ଟ ଚୁକ୍ତି,ଫ୍ଲିପ୍‌କାର୍ଟରେ ୫୧%ରୁ ଅଧିକ ଅଂଶଧନ କିଣିବ ଓ୍ବାଲ୍‌ମାର୍ଟ

ବମ୍ବେ,୨୧-୪ ଆସନ୍ତା ସପ୍ତାହରେ ଦେଶର ସର୍ବବୃହତ୍‌ ଇ-କମର୍ସ ଚୁକ୍ତି ସ୍ବାକ୍ଷର ହେବାକୁ ଯାଉଛି। ଆମେରିକୀୟ ରିଟେଲ୍‌ କମ୍ପାନୀ ଓ୍ବାଲମାର୍ଟ ଭାରତର ପ୍ରମୁଖ ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟର ୫୧%ରୁ ଊର୍ଦ୍ଧ୍ୱ ଅଂଶଧନ କିଣିବା ପାଇଁ ଏହି ସପ୍ତାହରେ ଚୁକ୍ତି ସ୍ବାକ୍ଷର କରିପାରେ ବୋଲି ଘଟଣା ଉପରେ ସୂଚନା ରଖିଥିବା ଦୁଇଟି ସୂତ୍ରରୁ ଜଣାଯାଇଛି। ପ୍ରକାଶଯୋଗ୍ୟ, ବହୁ ଦିନରୁ ଓ୍ବାଲ୍‌ମାର୍ଟ ଏ ନେଇ ଫ୍ଲିପ୍‌କାର୍ଟ ସହ ଆଲୋଚନା କରିଆସୁଛି।

ଜବତ ହେବ ପଳାତକ ଅର୍ଥନୈତିକ ଅପରାଧିଙ୍କ ସମ୍ପତ୍ତି: ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ଜବତ ହେବ ପଳାତକ ଅର୍ଥନୈତିକ ଅପରାଧିଙ୍କ ସମ୍ପତ୍ତି: ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ, ୨୧-୪ (ପି.ଟି) ବଡ ଧରଣର ଘୋଟାଲା କରି ନୀରବ ମୋଦି,ମେହୁଲ ଚୋକ୍‌ସୀ, ବିଜୟ ମାଲ୍ୟାଙ୍କ ଭଳି ବ୍ୟକ୍ତି ଦେଶ ଛାଡି ଯିବାକୁ ସକ୍ଷମ ହୋଇଥିବା ବେଳେ ସରକାର ସେମାନଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ସକ୍ଷମ ହେଉ ନାହାନ୍ତି। ଏହି ଭଳି ସମସ୍ୟାକୁ ଧ୍ୟାନରେ ରଖି କେନ୍ଦ୍ର କ୍ୟାବିନେଟ ଶନିବାର ପଳାତକ ଅର୍ଥନୈତିକ ଅପରାଧି ଅଧ୍ୟାଦେଶ ୨୦୧୮ ଜାରି ଲାଗି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏହା ଲାଗୁ ହେଲେ ଋଣ ଖିଲାପକାରୀ ତଥା ଅର୍ଥନୈତିକ ଅପରାଧିଙ୍କ ସମ୍ପତ୍ତି ଜବତ କରିବାକୁ ସରକାର ସକ୍ଷମ ହେବେ ବୋଲି ଜଣାଯାଇଛି।

ପିଏନ୍‌ବିର ଗାନ୍ଧିଗିରି ପ୍ଲାନ: ପ୍ରତି ମାସରେ ଖିଲାପକାରୀଙ୍କ ଠାରୁ ଅସୁଲ ହେବ ୧୫୦ କୋଟି

ପିଏନ୍‌ବିର ଗାନ୍ଧିଗିରି ପ୍ଲାନ: ପ୍ରତି ମାସରେ ଖିଲାପକାରୀଙ୍କ ଠାରୁ ଅସୁଲ ହେବ ୧୫୦ କୋଟି

ନୂଆଦିଲ୍ଲୀ, ୨୧-୪ ନୀରବ ମୋଦି ଏବଂ ତାଙ୍କ ମାମୁଁ ମେହୁଲ ଚୋକସୀ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ବେଆଇନ ଲେଟର ଅଫ୍‌ ଅଣ୍ଡରଟେକିଂ ଦ୍ୱାରା ପ୍ରାୟ ୧୩୦୦୦ କୋଟି ଟଙ୍କା ଘୋଟାଲା କରିବାକୁ ସମର୍ଥ ହେଲେ। ଏବେ ନୀରବ ଏବଂ ମେହୁଲ ଚୋକସୀ ଋଣ ଖିଲାପ କରି ବିଦେଶରେ । ବାରମ୍ବାର ସମନ ସତ୍ତ୍ୱେ ସେମାନେ ତଦନ୍ତକାରୀ ଏଜେନ୍ସିଗୁଡିକ ସହିତ ସହଯୋଗ କରୁ ନାହାନ୍ତି। ସେମାନଙ୍କ ବିରୋଧରେ ସରକାର ଜାମିନ ବିହୀନ ପରଓ୍ବାନା ମଧ୍ୟ ଜାରି କରି ସାରିଛନ୍ତି। ଏହା କେବଳ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ସମସ୍ୟା ନୁହେଁ। ଦେଶର ବିଭିନ୍ନ ବ୍ୟାଙ୍କରେ ବର୍ତ୍ତମାନ ହଜାର ହଜାର କୋଟି ଟଙ୍କାର ଅନାଦାୟ ପରିସମ୍ପତ୍ତି(ଏନ୍‌ପିଏ) ପଡି ରହିଛି। ଏହି ଭଳି ଖିଲାପକାରୀଙ୍କଠାରୁ ଟଙ୍କା ଅସୁଲ କରିବା ଲାଗି ପିଏନ୍‌ବି ଏକ ନୂଆ ଯୋଜନା ହାତକୁ ନେଇଛି ଯାହାର ନାମ ରହିଛି ଗାନ୍ଧିଗିରି।